Odia newspaper Samaja
Відкрити в Telegram
📰 Breaking News | Fastest Updates 🌍 Daily News • Geopolitics • Facts 🚨 No Fake News — Only Real Updates 📩 DM for Collaboration Email - nexgenadigital24@gmail.com 🌎 Stay Updated Every Day 👇 Join The Community https://whatsapp.com/channel/0029VaUgRXG5
Показати більше3 988
Підписники
-424 години
+17 днів
-430 днів
Архів дописів
*ଖବର ଆଜିର, ୫ ଅକ୍ଟୋବର, ସୋମବାର*
=================
ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲିବ ନାହିଁ, ଘୋଷଣା କଲେ ସରକାର।
କଳିଙ୍ଗ ଷ୍ଟୁଡିଓର ଶୁଭାରମ୍ଭ ହେଲା।୨୦୨୧ରେ ପୁନରୁଦ୍ଧାର ପାଇଁ ୨୦୦କୋଟି ମଞ୍ଜୁର ହୋଇଥିଲା।
ଯାଜପୁରରେ ମାଆ ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡ଼ଶ ଉପଚାର ପୂଜା, ଆଗାମୀ ୧୬ ଦିନ ଧରି ଚାଲିବ ପୂଜା।
ନନ୍ଦନକାନନରେ ଏବେଠାରୁ ୧୧ଟି ନୂତନ ପ୍ରଜାତିର ମୋଟ ୩୬ଟି ପ୍ରାଣୀଙ୍କୁ ଦେଖିବେ ପର୍ଯ୍ୟଟକ।
ଗଜପତି ନେରେଡି ବ୍ୟାରେଜକୁ ପ୍ରବେଶ କରିପାରିଲେନି ଆନ୍ଧ୍ର ଅଧିକାରୀ। ଲୋକେ ଅଟକାଇଲେ, ପ୍ରଶାସନ ନୀରବ।
ଯାଜପୁର ଗଡ଼ମଧୁପୁରରେ ରାଜନୈତିକ ଗୋଷ୍ଠୀ ସଂଘର୍ଷ, ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଭଙ୍ଗାରୁଜା।
ପୁରୀ ଜିଲ୍ଲା ବ୍ରହ୍ମଗିରିରେ ରାଜନୈତିକ ବୈଠକରେ ଗୁଳି, ଯୁବକଙ୍କ ପେଟ ଚିରି ବାହାରିଗଲା।
ବୌଦ୍ଧରେ ମଣିଷ କୁମ୍ଭୀର ସଂଘର୍ଷ, କୁମ୍ଭୀର ମୁହଁରୁ ଭାଇକୁ ଛଡ଼ାଇ ଆଣିଲେ ୨ ଭାଇ।
ବାଲେଶ୍ବର ଚନ୍ଦନେଶ୍ଵରରେ ବାଲି ଚାଲାଣକୁ ନେଇ ଦୁଇ ଓଡ଼ିଆଙ୍କୁ ନିସ୍ତୁକ ପିଟିଲେ ୫୦ ବଙ୍ଗାଳି ମାଫିଆ।
ବାଲେଶ୍ବର ସୋର:ରାତିରେ ଘରେ ପଶି ଲୋକଙ୍କୁ ବାନ୍ଧିଲେ, ୬ ଲକ୍ଷ ଟଙ୍କାର ସୁନା ଗହଣା ସହ ୫ ହଜାର ଟଙ୍କା ଲୁଟିନେଲେ।
ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ ଅଳିଆ ଆବର୍ଜନାରେ ଭର୍ତ୍ତି, ଘୃଣା କରୁଛନ୍ତି ପର୍ଯ୍ୟଟକ।
ଢେଙ୍କାନାଳ ହିନ୍ଦୋଳରେ ହାତୀଙ୍କ ଉପଦ୍ରବ, ଏକର ଏକର ଧାନ ଫସଲ ଦଳି ଚକଟି କଲେଣି ନଷ୍ଟ।
ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ଼ ମହାସମୁନ୍ଦରେ ଖାଦ୍ୟ ପାଇଁ ଘରେ ପଶିଲା ବାଘ, ୬ ଗୁରୁତର, ୩ ସଙ୍କଟାପନ୍ନ।
କୋରାପୁଟ ଜୟପୁରରେ ଭଉଣୀ ମୃତ୍ୟୁର ପ୍ରତିଶୋଧ, ଜେଲ୍ ଫେରନ୍ତା ଭିଣୋଇଙ୍କୁ ଛୁରାମାଡ଼, ୩ ନାବାଳକ ସମେତ ୪ ଗିରଫ।
ଜୟପୁରରୁ ୪୫ ଲକ୍ଷ ମୂଲ୍ୟର ବ୍ରାଉନ୍ସୁଗାର ଜବତ, ଜଣେ ମହିଳାଙ୍କ ସମେତ ୬ ଗିରଫ।
ଜଗତସିଂହପୁର ବାଲିକୁଦାରେ ଡ୍ରଗ୍ସ ବେପାରୀଙ୍କୁ ମୁଣ୍ଡରେ ବନ୍ଧୁକ ଲଗାଇ ଅପହରଣ ଘଟଣା ପଛରେ ପୁଲିସ।
🇳🇪
ଉଦ୍ଦେଶ୍ୟ ସାଧିତ ପରେ ଫର୍ମ-୬ରୁ ଅତିରିକ୍ତ ଘୋଷଣାନାମା ହଟାଇଲେ ଭାରତ ନିର୍ବାଚନ ଆୟୋଗ।
ଭୋଟ୍ ଅଧିକାରରୁ ବଞ୍ଚିତ କରୁଥିବା ପ୍ରକ୍ରିୟା ସମ୍ବିଧାନ ବିରୋଧୀ, କହିଲେ ସୁପ୍ରିମକୋର୍ଟ ବିଚାରପତି।
ଏଭରେଷ୍ଟର ଜିରା ପାଉଡର୍ ପ୍ୟାକେଟ୍ ଅସୁରକ୍ଷିତ, କହିଲା ଏଫ୍ଏସ୍ଏସ୍ଏଆଇ।
ମହାରାଷ୍ଟ୍ରର ହିଙ୍ଗୋଳିରେ ୨.୫ ତୀବ୍ରତା ଭୂମିକମ୍ପ ଅନୁଭୂତ ହୋଇଛି।
୫ ରାଜ୍ୟ ଗସ୍ତ କରିବେ ଉପ ନିର୍ବାଚନ କମିଶନର, ଇଭିଏମ୍ ଯାଞ୍ଚ କରିବାର ପ୍ରହସନ କରିବେ।
କଳଙ୍କିତ ପରମ୍ପରା: ରାଜନୀତିରେ ପାଦ ଥାପିଲେ ପୂର୍ବ ସିବିଆଇ ନିର୍ଦ୍ଦେଶକ ନାଗେଶ୍ୱର ରାଓ। ବିଜେପିର ବି ଟିମ ହେବ ‘ସର୍ବଜନ ସନାତନ ପାର୍ଟି’।
ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ୨୦ ବର୍ଷ ପୁରୁଣା ଦୁର୍ନୀତି ମାମଲାର ପୁଣି ହେବ ତଦନ୍ତ।
ଆଛା ଦିନ: ତୈଳ କମ୍ପାନିଗୁଡ଼ିକ ବଲ୍କ ଡିଜେଲ୍ ଦର ଲିଟର ପିଛା ୧୪ ଟଙ୍କା ୬୦ ପଇସା ବଢ଼ାଇଲେ।
ଭାରତ ଓ କାନାଡା ମଧ୍ୟରେ ଚାଲିଥିବା ଆଲୋଚନାର ପଞ୍ଚମ ପର୍ଯ୍ୟାୟ କାନାଡାର ଓଟାୱା ରେ ଆରମ୍ଭ।
ରିପୋର୍ଟ ଅନୁଯାୟୀ, ଭାରତ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୯୦ଟି ପରମାଣୁ ଯୁଦ୍ଧାସ୍ତ୍ର ଏକତ୍ରିତ କରିସାରିଛି।
ଫ୍ରାନ୍ସରେ ତାଣ୍ଡବ ରଚୁଛନ୍ତି ବାମପନ୍ଥୀ ଛାତ୍ର, ୧୫ ବର୍ଷର ନାବାଳକ ମହିଳାଙ୍କ ମୁହଁରେ ଲଗାଇଲା ନିଆଁ।
ଆମେରିକାରେ ନିର୍ବାଚନୀ ଲାଞ୍ଚ। ଟ୍ରମ୍ପଙ୍କ ଥୋପ: ବରିଷ୍ଠ ନାଗରିକଙ୍କୁ ମିଳିବ ୯୦ ଡଲାର, ଉପକୃତ ହେବେ ୨ କୋଟି ୮ ଲକ୍ଷ ମେଡିକେୟାର ହିତାଧିକାରୀ।
ଫ୍ଲାଏଦୁବାଇ କାଣ୍ଡ: ନମାଜ ବାହାନାରେ ଆକ୍ରମଣ କରିଥିଲା ସହ-ପାଇଲଟ୍।
🏏⚽🚴🏾♂️
ଏସୀୟ କ୍ରୀଡ଼ାରେ ୩୫୦ରୁ ଅଧିକ ଏସିଆଡ୍ ରେକର୍ଡ ଭାଙ୍ଗିଥିବା ବେଳେ ୫୦ରୁ ଅଧିକ ବିଶ୍ୱରେକର୍ଡ ସ୍ଥାପିତ ହୋଇଛି।
ଭାରତ ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ ଓ ୩୭ କାଂସ୍ୟ ସହ ମୋଟ ୮୫ ପଦକ ଜିତି ଚତୁର୍ଥ ସ୍ଥାନରେ ରହିଲା।
ଈରାନୀ ଟ୍ରଫିରେ ଜମ୍ମୁ କାଶ୍ମୀରକୁ ହରାଇ ରେଷ୍ଟ ଅଫ୍ ଇଣ୍ଡିଆ ବିଜେତା ହୋଇଛି।
ଫୁଟ୍ବଲ୍ ପାଇଁ ଓଡ଼ିଶାର ହକି ମଡେଲ୍କୁ ଆପଣାଇବ ପଶ୍ଚିମବଙ୍ଗ।
ଓଡ଼ିଶା ପାଇଁ ଆଜି ଭାରତୀୟ ହକି ସଫଳ ବୋଲି କହିଲେ କପିଲ ଦେବ।
*ଗତବର୍ଷ ଏଇ ସମୟରେ*
ବାଲେଶ୍ବରରେ ଡିଜିଟାଲ୍ ବିଶ୍ବବିଦ୍ୟାଳୟ କେନ୍ଦ୍ର ହେବ ବୋଲି ଘୋଷଣା ହୋଇଥିଲା।
କଟକରେ ଦୁର୍ଗାପୂଜା ଭସାଣି ବେଳେ ସାମ୍ପ୍ରଦାୟିକ ଗୋଷ୍ଠୀ ସଂଘର୍ଷ ହୋଇଥିଲା।
ଟ୍ରମ୍ପ୍ଙ୍କ ବନ୍ଧକ ମୁକ୍ତି ପଦକ୍ଷେପ ନେଇ ପ୍ରଶଂସା କରି, ଟ୍ରମ୍ପ୍ଙ୍କୁ ଖୁସି କରିବାକୁ ଚେଷ୍ଟା କରିଥିଲେ ମୋଦୀ।
ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଥିଲେ ସାନାଏ ତାକାଇଚି।
=================
ଆଜି ଅନ୍ତର୍ଜାତୀୟ ଶିକ୍ଷକ ଦିବସ
ଆଜି ଜନ୍ମଦିନ: ରାଣୀ ଦୁର୍ଗାବତୀ (ଗୋଣ୍ଡ), କୈଳାସପତି ମିଶ୍ର, କୃପାଳୁ ମହାରାଜ, ଶତାବ୍ଦୀ ରାୟ (ଅଭିନେତ୍ରୀ), ସଂଗ୍ରାମୀ ବାଜି ରାଉତ
ଆଜି ତିରୋଧାନ: ଲର୍ଡ଼ କର୍ଣ୍ଣୱାଲିସ, ଷ୍ଟିଭ ଜବସ
ଇତିହାସରେ ଆଜି: (୧୬୭୮) ବ୍ରିଟିଶ ଦ୍ୱାରା ଇଂଲଣ୍ଡ ମୁଦ୍ରା ଭାରତରେ ପ୍ରଚଳନ/ (୧୮୬୪) କଲିକତା ବାତ୍ୟାରେ ସତୁରୀ ହଜାର ମୃତ/ (୧୯୧୦) ପର୍ତ୍ତୁଗାଲ ରେ ଗଣତନ୍ତ୍ର ଶାସନ ଆରମ୍ଭ/ (୧୯୮୯) ସୁପ୍ରିମକୋର୍ଟରେ ପ୍ରଥମ ମହିଳା ବିଚାରପତି ହେଲେ ଫାତିମା ବିବି
=================
*ବନ୍ଦେ ଉତ୍କଳ ଜନନୀ* 🪻🌻🪻
*ଖବର ଆଜିର, ୪ ଅକ୍ଟୋବର, ରବିବାର*
=================
ମାସର ଦ୍ବିତୀୟ ସପ୍ତାହରେ ଆଣ୍ଡାମାନ ସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।
ତିନିମାସ ପାଇଁ ବଢିଲା ଇଭି ପଲିସି। ନୂଆ ଗାଡିର ପଞ୍ଜିକରଣ ମାଗଣାରେ ହେବ।
ନଭେମ୍ବର ସୁଦ୍ଧା ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ନିଯୁକ୍ତି ଶେଷ କରିବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ।
ପୁରୀରେ ନିର୍ମାଣ ହେବ ନୂତନ ପତିତପାବନ ଭକ୍ତ ନିବାସ, ତୀର୍ଥଯାତ୍ରୀଙ୍କୁ ମିଳିବ ଅଧିକ ସୁବିଧା।
‘ଓଡ଼ିଶା ଟ୍ରାଭେଲ ବଜାର’ର ସପ୍ତମ ସଂସ୍କରଣ ଉଦଘାଟିତ ହୋଇଛି।
ଗତବର୍ଷ ବାଲିଯାତ୍ରାର ଅନ୍ୟତମ ଆକର୍ଷଣ ୨୫ ଲକ୍ଷର ‘କଳିଙ୍ଗ ତରଙ୍ଗିଣୀ’ ବୋଇତ ମୃତପ୍ରାୟ ଅବସ୍ଥାରେ ପଡ଼ିଛି।
ସମ୍ୱଲପୁରରେ ରାଜ୍ୟ ଜୁଡୋ ଚାମ୍ପିୟନସିପ ୨୦୨୬ ଉଦଘାଟିତ।
ବାଲେଶ୍ବରରେ ପୂଜାରେ ଡିଜେ-ଲେଜର ଓ ଅସ୍ତ୍ର ପ୍ରଦର୍ଶନରେ କଟକଣା।
କୋରାପୁଟ ଜୟପୁରରେ ୭୨ ଦେବୀପୀଠକୁ ଯିବ ଦଶହରା ନିମନ୍ତ୍ରଣ; ଆଜ୍ଞାମାଳ ଗ୍ରହଣ କଲେ ଦଶହରା ପୂଜା କମିଟି ଅଧ୍ୟକ୍ଷ।
ନୟାଗଡ଼ରେ ଷୋଳ ପୂଜା ପାଇଁ ଖିଲାମୁଣ୍ଡା କାଠିରେ ଆସିଲେ ରାଜବାଟୀକୁ ଆସିଲେ ମା’।
ମୟୂରଭଞ୍ଜ ଖୁଣ୍ଟା ଅଞ୍ଚଳର ଡାକ ବିଭାଗର କର୍ମଚାରୀ ସୋନାଲି କେବିସିରେ ଚମକିଲେ।
ରାଜଧାନୀରେ ଗଣଶିକ୍ଷା ମନ୍ତ୍ରୀ ଗଣ୍ଡଙ୍କ ଇସ୍ତଫା ଦାବି କରି ଅନଶନରେ ବସିଥିବା ନେତାଙ୍କୁ ପୁଲିସ ଉଠାଇ ନେଇଛି।
ଭୁବନେଶ୍ୱରରେ ନକଲି ବନ୍ଧୁକ ଦେଖାଇ ଅପକର୍ମ କରିଥିବା ଦୁଷ୍କର୍ମକାରୀ ଗଞ୍ଜାମର ଶ୍ରୀଧରକୁ ଏନ୍କାଉଣ୍ଟର୍, ହସ୍ପିଟାଲରେ ଭର୍ତ୍ତି।
ଅନୁଗୋଳରେ ଗୋଟିଏ ଦିନରେ ହୃଦ୍ଘାତରେ ଚାଲିଗଲା ଆଇନଜୀବୀ ଓ ପତ୍ନୀଙ୍କ ଜୀବନ।
ବାଲେଶ୍ବରରେ ସୁବର୍ଣ୍ଣରେଖା ନଦୀରେ ବୁଡ଼ିଗଲେ ୨ ନାବାଳକ, ଭାସିଗଲେ ପର୍ଯ୍ୟଟକ।
ନୟାଗଡ଼ ଦଶପଲ୍ଲାରେ ନବମ ଶ୍ରେଣୀ ଅନ୍ତେବାସୀ ଛାତ୍ରଙ୍କ ମୃତ୍ୟୁ, କର୍ତ୍ତୃପକ୍ଷଙ୍କୁ ଦାୟୀକଲେ ପରିବାର।
ସୁନ୍ଦରଗଡ଼ ଧରିଲେ ସିଏଜି, ଖଣି ପ୍ରଭାବିତଙ୍କ ଟଙ୍କାରେ ଜିଲ୍ଲାପାଳଙ୍କ ରିଡିଂ ରୁମ୍ ହୋଇଛି।
ବାଲେଶ୍ବର ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ଜଣେ ନକଲି ଆରଟିଓକୁ ପୁଲିସ ଗିରଫ କରିଛି।
ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷିରେ ତେଲ ଟ୍ୟାଙ୍କରରୁ ଜବତ ହେଲେ ଗୋରୁ, ଡ୍ରାଇଭର ଓ ହେଲପର ଅଟକ।
ବାଲେଶ୍ବର ଜିଲ୍ଲା ଔପଦାରେ ଗୋମାଂସ କାରବାରକୁ ନେଇ ଉତ୍ତେଜନା, ଥାନାରେ ୭ ଅଭିଯୁକ୍ତ ଅଟକ।
🇳🇪
ଜ୍ଞାନେଶ କୁମାରଙ୍କ ପରେ ଏବେ ଉପ ନିର୍ବାଚନ କମିଶନର ମନୀଷ ଗର୍ଗଙ୍କ ବିରୋଧରେ ଜାଲିଆତି ଅଭିଯୋଗ।
‘ନେସ୍ଲେ’ ବିରୋଧରେ କାର୍ଯ୍ୟାନୁଷ୍ଠାନ, ‘ଲୋ-ଫ୍ୟାଟ୍ ଡେଏରି ହ୍ୱାଇଟ୍ନର’ ଅସୁରକ୍ଷିତ।
ଆନ୍ଧ୍ରପ୍ରଦେଶ ତିରୁପତି ଏସ୍ଇଜେଡ୍ରେ ବଏଲର ବିସ୍ଫୋରଣ: ୫ ମୃତ, ୧୦ ଗୁରୁତର।
ଅମୃତସରରେ ଲୋକପ୍ରିୟ ମେକ୍ଅପ୍ ଆର୍ଟିଷ୍ଟ ମ୍ୟାଡ୍ ସାନ୍ଧୁଙ୍କୁ ଗୁଳି କରି ହତ୍ୟା।
ପେଟ୍ରୋଲ୍ ଡିଜେଲ ଦର ବଢ଼ାଇଲା ନାୟରା ଏନର୍ଜି।
ବନ୍ଧୁକ ଓ ଗୁଳିଗୋଳା ଚୋରି ମାମଲାରେ ତେଲେଙ୍ଗାନାରେ ୩ ସେନା କର୍ମଚାରୀଙ୍କ ସମେତ ୭ ଜଣ ଗିରଫ।
ଶଶୀ ଥରୁର ପୁଣିଥରେ ବୈଦେଶିକ ବ୍ୟାପାର କମିଟିର ଅଧ୍ୟକ୍ଷ ନିଯୁକ୍ତ।
ଆମେରିକା ଓହାୟୋରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଛି।
ବରମୁଡାରୁ ବୋଷ୍ଟନ ଯାଉଥିବା ବିମାନ ମଝି ଆକାଶରେ ରହସ୍ୟମୟ ଭାବେ ନିଖୋଜ।
🏏⚽🚴🏾♂️
ଭାରତ ବିପକ୍ଷ ତୃତୀୟ ଦିନିକିଆକୁ ୫ ୱିକେଟ୍ରେ ଜିତିଛି ୱେଷ୍ଟଇଣ୍ଡିଜ୍।
ଏସୀୟ କ୍ରୀଡ଼ାରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ସ୍ୱର୍ଣ୍ଣପଦକ ଜିତିଲେ।
ଇତିହାସ ରଚିଲେ ପ୍ରଣବୀ। ସ୍ବର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ ମହିଳା ଗଲ୍ଫର।
ଭାରତୀୟ ପୁରୁଷ କ୍ରିକେଟ୍ ଦଳ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ପଦକ ଜିତିଲେ।
ତୀରନ୍ଦାଜିର ନୂଆ ନାୟିକା କୁମ୍କୁମ୍ଙ୍କୁ ଐତିହାସିକ ସ୍ବର୍ଣ୍ଣ ମିଳିଛି।
*ଗତବର୍ଷ ଏଇ ସମୟରେ*
କଟକ ଚୌଦ୍ୱାର ଜେଲରୁ ୨ ବିହାରୀ କଏଦୀ ଫେରାର ହୋଇଥିଲେ।
ଆନ୍ଧ୍ରରେ ଅଧିକ ଭତ୍ତା ମିଳୁଛି ବୋଲି ଗଜପତିରୁ ଗାଁ ଛାଡୁଥିଲେ ଓଡ଼ିଶାବାସୀ।
ପୋଲିସ ଏସଆଇ ପରୀକ୍ଷା ଜାଲିଆତିରେ ସିଲିକନ ସିଇଓ, ପୁଲିସ ଅଧିକାରୀଙ୍କ ପୁଅଝିଅ ଘେରରେ।
ଆମେରିକାର ଆର୍ଥିକ ସଙ୍କଟ ଯୋଗୁଁ ନାସାର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟକି ଯାଇଥିଲା।
=================
ଆଜି ବିଶ୍ୱ ପଶୁ ଦିବସ
ଆଜି ଜନ୍ମଦିନ: ଶ୍ଵେତା ତିୱାରୀ, ସୋହା ଅଲ୍ଲୀ ଖାନ, ରିଷଭ ପନ୍ଥ, ମାଧବୀ ମୁଦଗଲ, ଶୈଳେନ୍ଦ୍ର ସିଂ (ଗାୟକ), ବିଜୟପତ ସିଂହାଣିଆ, ମାନସୀ ପ୍ରଧାନ (ସମାଜସେବୀ, ଖୋର୍ଦ୍ଧା), ମଧୁସ୍ମିତା ବେହେରା (କ୍ରିକେଟ, କଟକ)
ଆଜି ତିରୋଧାନ: ଭଗବତ ଝା ଆଜାଦ, ନୀଳମଣି ରାଉତରାୟ
ଇତିହାସରେ ଆଜି: (୧୯୭୭) ମିଳିତ ଜାତିସଂଘରେ ବାଜପେୟୀଙ୍କ ହିନ୍ଦୀ ଭାଷଣ/ (୧୯୯୬) ଶାହୀଦ ଆଫ୍ରିଦି ୩୭ ବଲରେ ଶତକ କଲେ/ (୧୯୫୭) ସ୍ଫୁଟନିକ ୧ ରକେଟ ପଠାଇଲା ଋଷିଆ/ (୧୯୬୯) ଚୀନ ଦ୍ୱାରା ହାଇଡ୍ରୋଜେନ ବୋମା ପରୀକ୍ଷା/ (୧୮୯୫) ପ୍ରଥମ ୟୁଏସ ଓପନ ଗଲ୍ଫ ଟୁର୍ଣ୍ଣାମେଣ୍ଟ ଆରମ୍ଭ/ (୧୯୦୭) କଲିକତାରେ ସାମ୍ପ୍ରଦାୟିକ ଦଙ୍ଗା/ (୧୯୭୭) ଜେଲରୁ ମୁକୁଳିଲେ ଇନ୍ଦିରା ଗାନ୍ଧୀ
================
*ବନ୍ଦେ ଉତ୍କଳ ଜନନୀ* 🪻🌻🪻
*ଖବର ଆଜିର, ୩ ଅକ୍ଟୋବର, ଶନିବାର*
=====================
ଆଗାମୀ ୩ ଦିନ ପାଇଁ ଓଡ଼ିଶାର ପାଗ ଶୁଖିଲା ରହିବ, ବଢିପାରେ ଦିନର ତାପମାତ୍ରା।
ପୁରୀରେ ଶ୍ରୀଜଗନ୍ନାଥଙ୍କ ନାମକୁ ଫେରିଲା ଶ୍ରୀଗୁଣ୍ଡିଚା ମନ୍ଦିର ନିକଟସ୍ଥ ଅମୃତମଣୋହି ଜମି।
କାଲିଠାରୁ ଓମଫେଡ୍ ଆଣିବ ଆଛାଦିନ। ବଢ଼ିବ କ୍ଷୀର ଦର, ଲିଟର ପିଛା ୨ରୁ ୪ ଟଙ୍କା ମହଙ୍ଗା ହେବ।
କୋଟାଭାଲାସା–କୋରାପୁଟ ରେଲଲାଇନ ଦୋହରୀକରଣ, ସୁଡ଼ଙ୍ଗ ନମ୍ବର ୪୧-୪୧ଏର ଖନନ ଶେଷ।
ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡି ମୃଗବିହାର କୁ ମିଳିଛି ରାଜ୍ୟର କ୍ଷୁଦ୍ରତମ ଚିଡ଼ିଆଖାନାର ମାନ୍ୟତା।
ଅକ୍ଟୋବର ୨୬ ପୁରୀରେ ରାଜ୍ୟ ସରକାରଙ୍କ ହବିଷିଆଳି ଯୋଜନା, ଆସନ୍ତା ୬ ତାରିଖରୁ ଅନଲାଇନ୍ ଆବେଦନ ଆରମ୍ଭ।
ରାଜ୍ୟ ପିଏସୟୁର ହେବ ପୁନଃ ବର୍ଗୀକରଣ, ତିନି ବର୍ଷର ପ୍ରଦର୍ଶନ ରିପୋର୍ଟ ମାଗିଲା ବିଭାଗ।
ଜନସମ୍ପର୍କ ପଦଯାତ୍ରାରେ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା, କହିଲେ ଲୋକଙ୍କ କଥା ଶୁଣିବାକୁ କେହି ନାହିଁ।
ହୀରାକୁଦ ଜଳଭଣ୍ଡାରରେ ପୁଣି ଦ୍ୱିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର।
କେନ୍ଦ୍ରାପଡ଼ାର ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ମାମଲା, ତଦନ୍ତ କରିବ ଜାତୀୟ ମାନବାଧିକାର କମିଶନ।
ଭୁବନେଶ୍ୱରରୁ ବ୍ୟାଙ୍କକ ପାଇଁ ଆରମ୍ଭ ହେବ ବିମାନ ସେବା,ସପ୍ତାହକୁ ଦୁଇଥର ଚାଲିବ।
ସୁବର୍ଣ୍ଣପୁର, ମାଙ୍କଡବାହାଲରେ ଝାଲମୁଢି ଖାଇ ଝାଡ଼ାବାନ୍ତି, ୫୦ରୁ ଅଧିକ ଆକ୍ରାନ୍ତ।
କଟକ ମେଡ଼ିକାଲରେ ରୋଗୀଙ୍କୁ ପିଟିପିଟି ମାରିବା ଘଟଣା। ପରୀକ୍ଷା ପାଇଁ ଗଲା ହାର୍ଟ, ଲିଭର୍, କିଡ୍ନି।
ବାଲେଶ୍ବର ଔପଦାରେ ଗୋହତ୍ୟା ଓ ମାଂସ ବିକ୍ରିକୁ ନେଇ ଉତ୍ତେଜନା, ୨ ପ୍ଲାଟୁନ୍ ଫୋର୍ସ ମୁତୟନ।
କାମାକ୍ଷାନଗର ରେ ରାତିରେ ଧାନ ଜମିରେ ଘାସମରା ଔଷଧ ପକାଇ ୬ ଏକର ଫସଲ ନଷ୍ଟକଲେ ଦୁର୍ବୃତ୍ତ।
ଯାଜପୁର ଜିଲ୍ଲା ସୁକିନ୍ଦାରେ ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ ଶିକ୍ଷୟିତ୍ରୀ ଆଣିଲେ ଉତ୍ପୀଡ଼ନ ଓ ନିର୍ଯାତନା ଅଭିଯୋଗ।
କେନ୍ଦ୍ରାପଡା ମହାକାଳପଡ଼ା ରେ ଜନନୀ ଏକ୍ସପ୍ରେସ ଗାଡ଼ି ଭାଙ୍ଗିଲା, ଅନ୍ୟ ଗାଡ଼ିରେ ଗଲେ ଗର୍ଭବତୀ।
🇳🇪
ପେଟ୍ରୋଲିୟମ୍ ଭିତ୍ତିଭୂମି ନଷ୍ଟ କଲେ ୧୦ ବର୍ଷ ଜେଲ୍, ୨୫ କୋଟି ପର୍ଯ୍ୟନ୍ତ ଜରିମାନା ହେବ।
ଭୁଲ ସୁଧାରିବେ ନିର୍ବାଚନ କମିଶନ। ତାଲିକାରୁ ବାଦ୍ ପଡ଼ିଥିବା ଭୋଟରଙ୍କୁ ଚିହ୍ନଟ ପାଇଁ ପୁଣି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବେ।
ମଧ୍ୟପ୍ରଦେଶରେ ହସ୍ପିଟାଲ ନଥିବା ସ୍ଥାନରେ ରକ୍ଷଣାବେକ୍ଷଣ ପାଇଁ ଦିଆଗଲା ଲକ୍ଷ ଲକ୍ଷ ଟଙ୍କା।
ଆର୍ଥିକ ହେରଫେର ନେଇ ଅଭିଯୋଗ ପାଇଁ ବଲିଉଡ୍ ଅଭିନେତା ଡିନୋ ମୋରିଆ ଗିରଫ।
ନିର୍ବାଚନ କମିଶନ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ପ୍ରଦର୍ଶନ ସମୟରେ ଆପ୍ ନେତା ଓ ଛାତ୍ରଙ୍କ ସମେତ ୫୦୦ ଗିରଫ।
ତାମିଲନାଡ଼ୁରେ ହାଇୱେ ସାଇନବୋର୍ଡ଼ରେ ହିନ୍ଦୀ ଶବ୍ଦ ବ୍ୟବହାର କରି ୨ ଅଧିକାରୀ ନିଲମ୍ବିତ।
UCC ଲାଗୁ କରିବାରେ ଉତ୍ତରାଖଣ୍ଡ ପରେ ଗୁଜରାଟ ଦ୍ବିତୀୟ ରାଜ୍ୟ ହେବ।
ଲଦାଖର ୨୮ଟି ରଣନୀତିକ ସ୍ଥାନ ସରକାରୀ ମାନଚିତ୍ରରେ ଚିହ୍ନଟ ହେଲା।
ଦିଲ୍ଲୀରେ ବାୟୁ ଗୁଣବତ୍ତା ହ୍ରାସ, ୧୨ଟି ହଟ୍ସ୍ପଟ୍ରେ ବୃଦ୍ଧି ପାଉଛି ପ୍ରଦୂଷଣ।
ଯୁଦ୍ଧ ଉତ୍ତେଜନା ବଢ଼ାଉଛି ଆମେରିକା, ହଜାର ହଜାର ସୈନ୍ୟ ଓ ଯୁଦ୍ଧବିମାନ ମୁତୟନ କରୁଛି।
🏏🚴🏾♂️⚽
୪୪ ବର୍ଷ ପରେ ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ସ୍ୱର୍ଣ୍ଣ ପଦକ ଜିତିଛି।
ଭାରତ ଓ ପାକିସ୍ତାନ ଆଜି ଏସୀୟ କ୍ରୀଡ଼ା ପୁରୁଷ କ୍ରିକେଟ୍ ଫାଇନାଲ୍ରେ ମୁହାଁମୁହିଁ ହେବେ।
୧୨ ବର୍ଷ ପରେ ଏସୀୟ କ୍ରୀଡା ମୁଷ୍ଟିଯୁଦ୍ଧରେ ଭାରତ ପାଇଁ ସ୍ବର୍ଣ୍ଣ ଜିତିଲେ ଲଭ୍ଲୀନା।
ରାଜ୍ୟସ୍ତରୀୟ ବକ୍ସିଂରେ ସ୍ୱର୍ଣ୍ଣ ଜିତିଲେ ଛତ୍ରପୁର ଛାତ୍ରୀ ମିକି ବେହେରା।
*ଗତବର୍ଷ ଏଇ ସମୟରେ*
ପୁରୀ ସ୍ୱର୍ଗ ଦ୍ୱାରରେ ପୁଣିବଞ୍ଚି ଉଠିଥିଲେ ପୋଲସରାର ୮୬ ବର୍ଷିୟା ପି.ଲକ୍ଷ୍ମୀ। ୧୬ଦିନ ପରେ ପୁଣି ହୋଇଥିଲା ମୃତ୍ୟୁ।
ମଧ୍ୟପ୍ରଦେଶର ଖଣ୍ଡୱାରେ ମା ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ବେଳେ ପୋଖରୀରେ ବୁଡ଼ି ଯାଇଥିଲେ ୯ଜଣ।
ଏଲନ ମସ୍କ, ୫୦୦ ବିଲିୟନ ଡଲାର ସମ୍ପତ୍ତି ଥିବା ବିଶ୍ୱର ପ୍ରଥମ ବ୍ୟକ୍ତି ହୋଇଥିଲେ।
====================
ଆଜି ଜର୍ମାନୀ ମିଶ୍ରଣ ଦିବସ
ଇରାକ ସ୍ୱାଧୀନତା ଦିବସ
ଆଜି ଜନ୍ମଦିନ: ଜେପି ଦତ୍ତ, ଜଷ୍ଟିସ ଦୀପକ ମିଶ୍ର, ଲକ୍ଷ୍ମୀ ନାରାୟଣ ସାହୁ (ଲେଖକ, ସମାଜସେବୀ, ବାଲେଶ୍ଵର), ଚିତ୍ତରଞ୍ଜନ ଦାସ
ଇତିହାସରେ ଆଜି: (୧୯୭୭) ଜିପ କିଣା ଦୁର୍ନୀତିରେ ଇନ୍ଦିରା ଗାନ୍ଧୀ ଗିରଫ/ (୧୯୭୮) ଦେଶରେ ପ୍ରଥମ ଟେଷ୍ଟ ଟ୍ୟୁବ ବେବି କଲିକତାରେ ଜନ୍ମ ହେଲା/ (୧୯୮୪) କାଶ୍ମୀରରୁ କନ୍ୟାକୁମାରୀକୁ ଗଡ଼ିଲା ହିମସାଗର ଏକ୍ସପ୍ରେସ/ (୧୮୩୧) ମହୀଶୂର ଅକ୍ତିଆର କଲେ ବ୍ରିଟିଶ/ (୨୦୦୨) ନୋବେଲ ପୁରସ୍କାର ପାଇଁ ଅଟଳ ବିହାରୀ ବାଜପେୟୀଙ୍କ ନାମ ସୁପାରିଶ ହୋଇଥିଲା
====================
*ବନ୍ଦେ ଉତ୍କଳ ଜନନୀ* 🪻🌻🪻
*ଖବର ଆଜିର, ୨ ଅକ୍ଟୋବର, ଶୁକ୍ରବାର*
====================
ଜମି ସୀମା ନିର୍ଦ୍ଧାରଣ ସଂପର୍କିତ ଦରଖାସ୍ତ ପାଇଁ ପୋର୍ଟାଲରେ ସଂଶୋଧନ କରିବାକୁ କହିଲେ ହାଇକୋର୍ଟ।
ପାର୍ବଣ ଋତୁ ପୂର୍ବରୁ ଆଛା ଦିନ। ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ବିଭିନ୍ନ ସହରରେ ୭୧.୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କଲେ ସରକାର।
ପୁରୀ ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଏବଂ ବୟସ୍କ ଭକ୍ତମାନଙ୍କ ଦର୍ଶନ ପାଇଁ ଉତ୍ତର ଦ୍ୱାରରେ ସ୍ୱତନ୍ତ୍ର ବ୍ୟବସ୍ଥା ହେଉଛି।
ଖରାପ ରାସ୍ତାର ମରାମତି କରିବାକୁ ସରକାରୀ ନିର୍ଦ୍ଦେଶ। ରାସ୍ତାର ମାନ ଖରାପ ହେଲେ ଠିକାଦାର ଉପରେ କାର୍ଯ୍ୟାନୁଷ୍ଠାନ।
ମୁଖ କର୍କଟ ବିରୋଧରେ ନୂଆ ଆଶା କୋଟାର୍ନାଇନ୍। ରାଉରକେଲା ଏନ୍ଆଇଟି ଓ ବ୍ରହ୍ମପୁର ଆଇଜର୍ ଗବେଷକ ଦଳର ଗବେଷଣା।
ମହାନଦୀ ଜଳ ବିବାଦ ନେଇ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବୈଠକ।
ଗଜପତି ମହେନ୍ଦ୍ରଗିରିରେ ଆରମ୍ଭ ହେଲା ଜାତୀୟ ମାଉଣ୍ଟେନ୍ ବାଇକ୍ ସାଇକ୍ଲିଂ ଚାମ୍ପିଅନ୍ସିପ୍।
ଅକ୍ଟୋବର ୩ରୁ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ତିନି ଦିନିଆ ୭ମ ଓଡ଼ିଶା ଟ୍ରାଭେଲ ବଜାର।
ଛାତ୍ର ସଂସଦ ନିର୍ବାଚନ ନେଇ ହଁ, ନା ପରିସ୍ଥିତି। ଦୋମୁଣ୍ଡିଆ ଉତ୍ତର ଦେଉଛନ୍ତି ନେତା, ମନ୍ତ୍ରୀ।
ଶିଳ୍ପବିହୀନ ମୟୂରଭଞ୍ଜରେ ଚାଷୀଙ୍କୁ ମିଳୁନି ପ୍ରୋତ୍ସାହନ। ମାତ୍ର ୩୦% ଜମିରେ ହେଉଛି ଅଣଧାନ ଚାଷ।
କୋରାପୁଟ ଜିଲ୍ଲାରେ ଶିଶୁମୃତ୍ୟୁ ହାର ଥମୁନି, ବର୍ଷକରେ ଆଖି ବୁଜିଛନ୍ତି ୭୩୨। ଅପପୁଷ୍ଟି, ରକ୍ତହୀନତା କବଳରେ ଗର୍ଭବତୀ।
ଖୋରଧା ଉପଖଣ୍ଡ ସହ ଜଡ଼ିତ ଦୁଇ ବନଖଣ୍ଡରେ ହୋଇଛି ୧ହଜାର ଜଙ୍ଗଲ ନିଆଁ। ଅସଲି କି ନକଲି, ତାକୁ ନେଇ ସନ୍ଦେହ।
ଫୁଲବାଣୀ କଳିଙ୍ଗାଘାଟିରେ ଭୂସ୍ଖଳନ ପରେ ରାସ୍ତା ମରାମତି ଜାରି। ବିକଳ୍ପ ରାସ୍ତାରେ ସିଙ୍ଗିଲ୍ ଲାଇନ୍ ଯାତାୟାତ ହେବ।
ଅନୁଗୁଳ ଛେଣ୍ଡିପଦାରେ ଭୂଇଁ ତଳ କୋଇଲା ଉତ୍ତୋଳନ ପାଇଁ ୧୨୯୫ ହେକ୍ଟର ଜଙ୍ଗଲ ଜମି ସଫା।
କଟକ ମେଡ଼ିକାଲରେ ଡିଜେଲ ଚୋରି। ମାସକୁ ପାଖାପାଖି ୨ ଲକ୍ଷ ଟଙ୍କାର ଡିଜେଲ୍ ବିଲ ହେଉଛି।
ଅନୁଗୋଳରୁ କୋଲକାତାକୁ ଗଞ୍ଜେଇ ଚୋରା ଚାଲାଣ, ୩ ବାଲାଂଦେଶୀ ମହିଳା ସହ ୪ ଗିରଫ।
ସମ୍ବଲପୁର ଜିଲା ଅବକାରୀ ବିଭାଗ ଦ୍ଵାରା ବିପୁଳ ନିଶା କଫ ସିରପ ସହିତ ଜଣେ ମହିଳା ଗିରଫ।
ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିରେ ବିବାହିତ ଯୁବକ ଓ ନାବାଳିକା ପ୍ରେମିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।
ରାୟଗଡା ଜିଲ୍ଲା ଗୁଡାରିରେ ପାରିବାରିକ କଳହରୁ ବାପାର ବେକ କାଟିଲା ପୁଅ।
🇳🇪
ଏଥର ଗାଡି ଚାଲାଣ ବାକି ଥିଲେ ନବୀକରଣ ବନ୍ଦ, ଗାଡ଼ିକୁ ପରିବହନ ପୋର୍ଟାଲରେ ବ୍ଲାକ୍ଲିଷ୍ଟ କରାଯିବ।
ବର୍ଷା ଅଭାବରୁ କର୍ଣ୍ଣାଟକରେ ମରୁଡି, ୪୬ ହଜାର କୋଟିରୁ ଅଧିକ ଟଙ୍କାର କ୍ଷତି।
ଆସାମରେ ୯ ବାଂଲାଦେଶୀ ଗିରଫ, ନକଲି ଭାରତୀୟ ପରିଚୟପତ୍ର ଜବତ। ଓଡ଼ିଶାରେ ଖୋଲା ବୁଲୁଛନ୍ତି।
ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ିଗଲେ ୮ ଜଣ କଲେଜ ଛାତ୍ର।
ଅହମଦାବାଦ ସିରିଜ୍ ବୋମା ବିସ୍ଫୋରଣ ମାମଲାରେ ଆତଙ୍କବାଦୀ ଅହମଦ ବାୱା ର ମୃତ୍ୟୁଦଣ୍ଡ ଉପରେ ରୋକ ଲଗାଇଛନ୍ତି ସୁପ୍ରିମ୍କୋର୍ଟ।
ଭୋଟର ତାଲିକା ଜାଲିଆତି ପାଇଁ ନିର୍ବାଚନ କମିଶନଙ୍କ ଅଫିସ୍ ବାହାରେ ଧାରଣାରେ ବସିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶିବକୁମାର।
ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ କକ୍ରୋଚ ସିଜେପିର ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ।
ଇଥିଓପିଆରେ ପଣବନ୍ଦୀ ଥିବା ୩ ଗୁଜୁରାଟୀ ସୁରକ୍ଷିତ ଘରକୁ ଫେରିଲେ।
ପାକିସ୍ତାନର ବିମାନ ଆକ୍ରମଣ, ଆଫଗାନିସ୍ତାନରେ ୯ ନାଗରିକଙ୍କ ମୃତ୍ୟୁ।
ମହାସାଗରରେ ରେକର୍ଡ ଉତ୍ତାପ, ୨୩ ଜେଟାଜୁଲ୍ ତାତିରେ ଧ୍ବଂସ ହେଉଛି ସାମୁଦ୍ରିକ ଜୀବନ। ଆଗାମୀ ଦିନରେ ବିନାଶକାରୀ ଝଡ଼ ଏବଂ ବାଦଲଫଟା ବର୍ଷାର ଆଶଙ୍କା।
🏏🚴🏾♂️⚽
କଳାହାଣ୍ଡି ମାଟିରୁ ଅନ୍ତର୍ଜାତୀୟ ମଞ୍ଚରେ ସତ୍ୟପୀରଙ୍କ ଗିନିଜ୍ ବିଶ୍ୱ ରେକର୍ଡ। ୧ ମିନିଟ୍ରେ ମାରିଲେ ୧୮୩ ପଞ୍ଚ।
ସାହାଣୀ କପ ଜୋନାଲ ମ୍ୟାଚରେ କନ୍ଧମାଳକୁ ହରାଇ ସମ୍ବଲପୁର ଫୁଟବଲ ଦଳ ବିଜୟୀ ହୋଇଛି।
ମହାରାଷ୍ଟ୍ରଠାରେ ଜାତୀୟ ସବ୍-ଜୁନିୟର୍ ସଫ୍ଟବଲ୍ ଚାମ୍ପିୟନସିପ୍ ରେ ଓଡ଼ିଶା ଦଳ ଚାମ୍ପିୟନ୍ ହୋଇଛି।
ଏସୀୟ କ୍ରୀଡ଼ା ପୁରୁଷ କ୍ରିକେଟ ଟ୍ବେଣ୍ଟି-୨୦ ଫାଇନାଲ୍ରେ ଭାରତ ଶନିବାର ପାକିସ୍ତାନକୁ ଭେଟିବ।
ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ହରାଇ ଫାଇନାଲ୍ରେ ପହଁଚିଲା।
ଏସୀୟ କ୍ରୀଡ଼ାର ମହିଳା ହକିରେ ଭାରତ ଦକ୍ଷିଣ କୋରିଆକୁ ୨-୦ ଗୋଲ୍ରେ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କଲା।
*ଗତବର୍ଷ ଏଇ ସମୟରେ*
ଓଡ଼ିଶାର ୬ଟି ସ୍ଥାନରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରର ଅନୁମତି ମିଳିଥିଲା।
ରାଜ୍ୟ ସରକାର ହାତୀଙ୍କ ପାଇଁ ଜଙ୍ଗଲରେ ଘର କରିବେ ବୋଲି କହିଥିଲେ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ
ବିହାର ଚୂଡ଼ାନ୍ତ ଭୋଟର ତାଲିକାରେ ବାଦ୍ ପଡ଼ିଥିଲେ ୬୮.୬୬ ଲକ୍ଷ।
====================
ଆଜି ଅନ୍ତର୍ଜାତୀୟ ଅହିଂସା ଦିବସ
ଆଜି ବିଶ୍ୱ ମଦ୍ୟପାନ ନିରୋଧ ଦିବସ
ଆଜି ଜନ୍ମଦିନ: ଲାଲ ବାହାଦୂର ଶାସ୍ତ୍ରୀ, ମହାତ୍ମା ଗାନ୍ଧୀ, ଆଶା ପାରେଖ, ପର୍ସିସ ଖମ୍ବାଟା, କେକେ ମେନନ, ରଚନା ବାନାର୍ଜୀ, ପ୍ରକାଶ ଅମୃତରାଜ (ଟେନିସ)
ଆଜି ତିରୋଧାନ: ରାଜକୁମାରୀ ଅମ୍ରିତ କୌର, ଚିନ୍ତାମଣି ଦେଶମୁଖ
ଇତିହାସରେ ଆଜି: (୧୯୫୧) ଭାରତୀୟ ଜନସଂଘ ତିଆରି ହେଲା/ (୧୯୫୨) ଗୋଷ୍ଠୀ ଉନ୍ନୟନ କାର୍ଯ୍ୟକ୍ରମ ଆରମ୍ଭ/ (୧୯୬୧) ସିପିଙ୍ଗ କର୍ପୋରେସନ ଅଫ ଇଣ୍ଡିଆ ସ୍ଥାପନ/ (୧୯୮୫) ଯୌତୁକ ନିରୋଧ ପ୍ରଣୟନ ଆଇନ ଲାଗୁ
====================
*ବନ୍ଦେ ଉତ୍କଳ ଜନନୀ* 🪻🌻🪻
ଇତିହାସରେ ଆଜି: (୧୯୫୩) ମାଡ୍ରାସ ରାଜ୍ୟରୁ ଆନ୍ଧ୍ର ତିଆରି ହେଲା/ (୧୮୫୪) ଦେଶରେ ଡାକ ଷ୍ଟାମ୍ପ ବ୍ୟବହାର ଆରମ୍ଭ/ (୧୯୭୭) ଶେଷ ମ୍ୟାଚ ଖେଳିଲେ ଫୁଟବଲ ଖେଳାଳି ପେଲେ/ (୧୯୭୧) ୱାଲଟ ଡିଜନି ର ଦ୍ୱାର ଫ୍ଲୋରିଡାରେ ଖୋଲିଲା
===============
*ବନ୍ଦେ ଉତ୍କଳ ଜନନୀ* 🪻🌻🪻
ସମ୍ପାଦନା: ସରିତା ଦାସ
*ଖବର ଆଜିର, ୧ ଅକ୍ଟୋବର, ଗୁରୁବାର*
================
ରାଜ୍ୟର ୧୨ ଜିଲ୍ଲାରେ ହେବ ଆଇଟି ପାର୍କ, ୮ଟି ଥିମ୍ ବେସ୍ଡ ଆଇଟି ପାର୍କ ବି ହେବ।
ଅକ୍ଟୋବର ୧୪ କିମ୍ବା ୧୫ରେ ସାରା ରାଜ୍ୟରେ ଗୋଟିଏ ଦିନରେ କ୍ୟାମ୍ପସ ଛାତ୍ର ସଂସଦ ନିର୍ବାଚନ କରିବାକୁ ରାଜ୍ୟ ସରକାର ସଙ୍କେତ ଦେଲେ।
ଗାନ୍ଧୀ ଜୟନ୍ତୀ ଅବସରରେ ଅକ୍ଟୋବର ୨ରେ ଓଡ଼ିଶାର ସମସ୍ତ ଗ୍ରାମପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ହେବ।
ପୁରୀରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର, ୩ ଦିନ ଯାଏଁ ମାଗଣା ଦର୍ଶନ। ତାପରେ ଭକ୍ତଙ୍କ ପିଛା ଟିକେଟ୍ ମୂଲ୍ୟ ୧୦ ଟଙ୍କା ରହିବ।
ଭୁବନେଶ୍ୱର ଆଇଆଇଟିରେ ‘ଓଡ଼ିଆ ଉଦ୍ୟୋଗୀ ୩.୦’ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଉଦ୍ଘାଟିତ।
ବିଭାଗ ଅବହେଳାରୁ ପେନ୍ସନ୍ ବିଳମ୍ବ ହେଲେ ୭% ସୁଧ। କର୍ମଚାରୀଙ୍କ ଆଡ଼ୁ ତ୍ରୁଟି ଥିଲେ ମିଳିବନି।
ନୂତନ ଖଣି ଆଇନ ବିରୁଦ୍ଧରେ ‘ଇଣ୍ଡି’ ମେଣ୍ଟର ବିକ୍ଷୋଭ, ଅକ୍ଟୋବର ୮ରେ ଓଡ଼ିଶା ବନ୍ଦ ଡାକରା।
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସଂଶୋଧିତ ପାଠ୍ୟପୁସ୍ତକ ଛପା କାର୍ଯ୍ୟ ଆରମ୍ଭ। ବହି ଛାପିବାକୁ ଟଣାଓଟରା, ପ୍ରିଣ୍ଟିଂ ସଂସ୍ଥାଙ୍କ ପାଇଁ ନେତାଏ ଟଣାଓଟରା।
ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ ପ୍ରସଙ୍ଗ, ୬ ମୌଜାରେ ହେବ ଭୌଗୋଳିକ ଯାଞ୍ଚ, ୪୧ ସ୍ଥାନରେ ନିର୍ମାଣ କରାଯିବ ପିଲର୍।
ରାଜ୍ୟ ସରକାର ପ୍ରାୟ ୧୩୩୫ କୋଟି ଟଙ୍କାର ରାଜସ୍ବ ପାଇବାରୁ ବଞ୍ଚିତ। ଖଣି ବିଭାଗ ଅଧିକାରୀଙ୍କ ସ୍ମରଣ ଶକ୍ତି ବିଫଳତା କିମ୍ବା ସଲାସୁତୁରା।
ରୋହିମାଛର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ। ଜିନୋମ୍ ଏଡିଟିଂ କ୍ଷେତ୍ରରେ ଓଡ଼ିଶା ବୈଜ୍ଞାନିକଙ୍କ ସଫଳତା।
ଗଞ୍ଜାମ ଜିଲ୍ଲାର ବାହୁଦା ମୁହାଣରେ ପ୍ରସ୍ତାବିତ ସାଟେଲାଇଟ୍ ମେଜର ପୋର୍ଟ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନୀତିଗତ ଅନୁମୋଦନ।
ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବା
ମୟୁରଭଞ୍ଜ ରାଇରଙ୍ଗପୁରରେ ୨୦୬ କୋଟିର ପ୍ରକଳ୍ପ, ୨ ବର୍ଷ ପରେ ବି ୭ ଗାଁ ପାନୀୟ ଜଳରୁ ବଞ୍ଚିତ।
ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ସନ୍ଥଗୋପାଳନ ହଠାତ ଆଇଏଏସ ଚାକିରିରୁ ଇସ୍ତଫା ଦେଇଛନ୍ତି। ସଠିକ କାରଣ ଜଣାନାହିଁ।
ଏସିଏଫ୍ ସୌମ୍ୟ ମହାପାତ୍ରଙ୍କ ହତ୍ୟା ଘଟଣାରେ ତାଙ୍କ ପତ୍ନୀ ବିଦ୍ୟାଭରତୀଙ୍କୁ ଓଡ଼ିଶା ହାଇକୋର୍ଟରୁ ମିଳିଲା ସାମୟିକ ଆଶ୍ବସ୍ତି।
ମୟୁରଭଞ୍ଜ ଶିମିଳିପାଳ ପାଦଦେଶରେ ବେଆଇନ ପଥର ଖନନ ଅଭିଯୋଗ, ଏନଏଚଆରସିଙ୍କ ରିପୋର୍ଟ ତଲବ।
ଅନଲାଇନ୍ ଗେମିଂ, ବେଟିଂ ଓ ଇନଭେଷ୍ଟମେଣ୍ଟ ଆପ୍ ମାଧ୍ୟମରେ ପ୍ରଲୋଭନ ଦେଖାଇ ଠକୁଥିବା ଚାରିଜଣଙ୍କୁ ଗଞ୍ଜାମ ପୁଲିସ ଗିରଫ କରିଛି।
କଟକ ମେଡ଼ିକାଲରେ ସୁରକ୍ଷାକର୍ମୀଙ୍କ ବର୍ବରତା, ମାନସିକ ରୋଗୀଙ୍କୁ ପିଟିପିଟି ମାରିଦେଲେ।
ସୁନ୍ଦରଗଡରେ ନାବାଳିକା ଅପହରଣ ଓ ଗଣଦୁଷ୍କର୍ମ ମାମଲାରେ ୨ ଅପରାଧୀଙ୍କୁ ଆଜୀବନ କାରାଦଣ୍ଡ।
ଭଦ୍ରକ ଜିଲ୍ଲାରେ ସ୍ତ୍ରୀଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦେଇ ବନ୍ଧା ହେଲେ ପୁଲିସ ବାବୁ।
କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗାରେ କନେଷ୍ଟବଳଙ୍କ ସ୍ବାମୀଙ୍କୁ ଗୁଳି କରି ହତ୍ୟା, ଟଙ୍କା ଭର୍ତ୍ତି ବ୍ୟାଗ, ଲାପଟପ ଲୁଟ।
ସମ୍ବଲପୁରର କାରଖାନା ଓ ବଏଲର୍ସ ଆସିଷ୍ଟାଣ୍ଟ ଡାଇରେକ୍ଟରଙ୍କୁ ବାନ୍ଧିଲା ଭିଜିଲାନ୍ସ।
ଭଦ୍ରକ ବାଣିତିଆ ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ମହିଳାଙ୍କୁ ଆକ୍ରମଣ ଓ ମାଡ଼।
ମାଲକାନଗିରି ମାଥିଲିରେ ବାଲି ଚୋରାଚାଲାଣ ରୋକିଲେ ଗ୍ରାମବାସୀ, ୪ ଟିପ୍ପର ସହ ଜେସିବି ଜବତ।
🇳🇪
ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ନଥିବା ଗାଡ଼ିକୁ ପେଟ୍ରୋଲ କିମ୍ବା ସିଏନ୍ଜି ମିଳିବ ନାହିଁ।
ଗାନ୍ଧୀ ଜୟନ୍ତୀରୁ ଇଣ୍ଡି ମେଣ୍ଟର ‘ଗଣତନ୍ତ୍ର ବଞ୍ଚାଅ’ ଅଭିଯାନ, ୬ରେ ନିର୍ବାଚନ କମିଶନ ମୁଖ୍ୟାଳୟକୁ ପଦଯାତ୍ରା।
ରେଡ଼ ବୁଲ ରୁ ଏନର୍ଜି ଡ୍ରିଙ୍କ ଶବ୍ଦ ହଟାଇବା ପାଇଁ ଭାରତୀୟ ଖାଦ୍ୟ ସୁରକ୍ଷା ପ୍ରାଧିକରଣ ଦେଇଥିବା ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କଲେ।
ଶୂନ ବିଧାୟକ, ୧ ସାଂସଦ, ତଥାପି ବର୍ଷକୁ କୋଟି କୋଟି ଟଙ୍କା ଆୟ କରୁଛି ୟୁପିରେ ମାୟାବତୀଙ୍କ ବିଏସପି ଦଳ।
୨୦୨୭-୨୮ ବିପଣନ ଋତୁ ପାଇଁ ରବି ଫସଲର ଏମଏସପି ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି।
ଫର୍ମ-୬ରୁ ହଟିଲା ଏସଆଇଆର୍ ଅତିରିକ୍ତ ଘୋଷଣାନାମା, ବିବାଦ ପରେ ନିର୍ବାଚନ ଆୟୋଗଙ୍କ ପଦକ୍ଷେପ।
ଦେଶ ଛାଡି ବିଦେଶରେ ରହିବାକୁ ଚାହୁଛନ୍ତି ୭୪% ଭାରତୀୟ ଉଦ୍ୟୋଗୀ।
ଦୁବାଇ-ତେଲ ଅଭିଭ ଫ୍ଲାଏଦୁବାଇ ବିମାନରେ ମଝି ଆକାଶରେ ଦୁଇ ପାଇଲଟଙ୍କ ମାଡ଼ପିଟ୍, ବିମାନ ହାଇଜାକ୍ ଉଦ୍ୟମ।
ସୋମାଲିଆରେ ଇନ୍ଧନ ଜାହାଜ ଅପହରଣ, ଜଳଦସ୍ୟୁଙ୍କ ଆକ୍ରମଣରେ ଭାରତୀୟ ନାବିକଙ୍କ ସମେତ ୫ ମୃତ।
ଦୁଇ ଦଶନ୍ଧି ପରେ ଇରାକ ଛାଡିଲେ ଆମେରିକା ସେନା, ବାଗଦାଦରୁ ସ୍ବଦେଶ ଫେରିଲେ ଶେଷ ଦଳ।
🏏🚴🏾♂️⚽
ଗୁଆହାଟୀ ଦିନିକିଆରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ଶୁବମନ ଗିଲ୍ ଐତିହାସିକ ଦ୍ବିଶତକ ଅର୍ଜନ କଲେ। ଭାରତର ବିଜୟ।
ଏସୀୟ କ୍ରୀଡ଼ାର ପୁରୁଷ ହକି ସେମିଫାଇନାଲ୍ରେ ଭାରତ ଓ ପାକିସ୍ତାନ ଆଜି ମୁହାଁମୁହିଁ ହେବେ।
ଏସୀୟ କ୍ରୀଡ଼ାରେ ଭାରତକୁ ତୀରନ୍ଦାଜିରୁ ହ୍ୟାଟ୍ରିକ୍ ସ୍ବର୍ଣ୍ଣ ମିଳିଛି।
*ଗତବର୍ଷ ଏଇ ସମୟରେ*
ପୁରୀ ବଡ଼ଦାଣ୍ଡରେ ମଦ ବିକ୍ରି ହେବ ନାହିଁ ବୋଲି କହିଥିଲେ ମନ୍ତ୍ରୀ।
ସବ ଇନ୍ସପେକ୍ଟର ପରୀକ୍ଷା ସ୍ଥଗିତ ହୋଇଥିଲା।
କେନ୍ଦୁଝରରେ ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ କଳାକୃତିରେ ପାର୍କ ହେବବୋଲି ଇକୋ ମାଟ୍ରିକ୍ ସଂସ୍ଥା ପାଇଥିଲା କାମ।
=================
ଆଜି ଅନ୍ତର୍ଜାତୀୟ ବୟସ୍କ ଦିବସ
(Older person)
ଆଜି ବିଶ୍ୱ ଶାକାହାରୀ ଦିବସ
ଆଜି ଅନ୍ତର୍ଜାତୀୟ କଫି ଦିବସ
ନାଇଜେରିଆ ସ୍ୱାଧୀନତା ଦିବସ
ଆଜି ଚାଇନା ର ଜାତୀୟ ଦିବସ
ସାଇପ୍ରସ ସ୍ବାଧୀନତା ଦିବସ
ଆଜି ଜନ୍ମଦିନ: ଶିବାଜୀ ଗଣେଶନ, ଆନି ବେସାନ୍ତ, ରାମନାଥ କୋବିନ୍ଦ, ଏସ ଡ଼ି ବର୍ମନ, ରମେଶ ମହାପାତ୍ର (ପୁରାତତ୍ତ୍ୱବିଦ, ଢେଙ୍କାନାଳ), ଅନିତା ଦାସ (ଅଭିନେତ୍ରୀ, ଯାଜପୁର), ସରୋଜିନୀ ହେମ୍ବ୍ରମ (ନେତ୍ରୀ, ମୟୁରଭଞ୍ଜ), ଚକ୍ରଧର ଶତପଥୀ (ନେତା, ପାଟକୁରା)
ଆଜି ତିରୋଧାନ: ଆଦିତ୍ୟ ବିର୍ଲା
ଇତିହାସରେ ଆଜି: (୧୯୯୩) ମହାରାଷ୍ଟ୍ରରେ ଭୀଷଣ ଭୂମିକମ୍ପ/ (୨୦୦୩) ବିଶ୍ୱନାଥନ ଆନନ୍ଦ ହେଲେ ବିଶ୍ୱ ରାପିଡ଼ ଚେସ ଚମ୍ପିୟାନ/ (୧୬୮୭) ହାଇଦ୍ରାବାଦ ଗୋଲକୁଣ୍ଡା ଦୁର୍ଗ ଦଖଲ କଲା ଔରଙ୍ଗଜେବ/ (୧୯୯୩) ମହାରାଷ୍ଟ୍ର ଭୂମିକମ୍ପରେ ଦଶ ହଜାରରୁ ଅଧିକ ମୃତ/ (୨୦୦୯) ମାନ୍ନା ଦେ ପାଇଲେ ଦାଦା ସାହେବ ଫାଲକେ ପୁରସ୍କାର
====================
*ବନ୍ଦେ ଉତ୍କଳ ଜନନୀ* 🪻🌻🪻
*ଖବର ଆଜିର, ୩୦ ସେପ୍ଟେମ୍ବର, ବୁଧବାର*
====================
ରାଜ୍ୟର କିଛି ଜିଲ୍ଲାରେ ତିନିଦିନ ହାଲୁକା ବର୍ଷା ସମ୍ଭାବନା ରହିଛି। ଅନ୍ୟ ସ୍ଥାନରେ ଗୁଳୁଗୁଳି ଜାରି ରହିବ।
ବାହୁଦା ମୁହାଣ ନିକଟରେ ସାଟେଲାଇଟ୍ ବନ୍ଦର ନିର୍ମାଣକୁ ଅନୁମୋଦନ ମିଳିଛି। ଏହାଦ୍ୱାରା ରାଜ୍ୟର ବାଣିଜ୍ୟ କ୍ଷେତ୍ର ବିକଶିତ ହେବ।
ରାଜ୍ୟରେ ୧୯ଟି ଗୁରୁତ୍ୱପୂର୍ଣ୍ଣ ପୁଞ୍ଜିନିବେଶ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏଥିରେ ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଅକ୍ଟୋବର ପହିଲାରୁ ରାଜ୍ୟରେ ସେବା ସେତୁ ଆରମ୍ଭ ହେବ। ଏହାଦ୍ୱାରା ସରକାରୀ ଯୋଜନାର ଲାଭ ସହଜରେ ମିଳିବ।
ପରିଚୟ ପତ୍ର ଅପବ୍ୟବହାର ଯୋଗୁଁ ଧାମନଗର ଏନ୍ଏସି ଅଧିକାରୀ ନିଲମ୍ବିତ ହୋଇଛନ୍ତି। ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଚାଲିଛି।
ପ୍ରଗତି ପଚାଶ ଯୋଜନାରେ ଭୁବନେଶ୍ୱର ଓ ପୁରୀ ସହର ମନୋନୀତ ହୋଇଛି। ଏହି ଦୁଇ ସହରର ଭିତ୍ତିଭୂମି ବିକଶିତ ହେବ।
ଖଣି ଆଇନ ପ୍ରତ୍ୟାହାର ଦାବିରେ ବିଜେଡି ଅର୍ଥନୈତିକ ଅବରୋଧ ଚେତାବନୀ ଦେଇଛି।
ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକ ପାଇଁ ସରକାର ଦଶ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥ ତୁରନ୍ତ ରିଲିଫ କାର୍ଯ୍ୟରେ ଲାଗିବ।
ବ୍ରହ୍ମପୁର ଏମକେସିଜି ମେଡିକାଲରେ ରୋଗୀଙ୍କ ସୁବିଧା ପାଇଁ ନୂଆ ୱାର୍ଡ ଖୋଲାଯିବ। ପର୍ଯ୍ୟାପ୍ତ ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ।
ରାଜ୍ୟରେ ୩୨୮୦ କୋଟିର ୧୯ ପ୍ରକଳ୍ପକୁ ସବୁଜ ସଙ୍କେତ, ସୃଷ୍ଟି ହେବ ୧୦ ହଜାରରୁ ଅଧିକ ଚାକିରି।
ଆଜି OSSTET ପରୀକ୍ଷା, ସକାଳ ୯ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା।
ପୁରୀରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ସଂଧ୍ୟା ୬ରୁ ରାତି ୧୦ ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ।
ରାଜ୍ୟରେ ଅତିଥି ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ବନ୍ଦ। ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ରହିତାଦେଶ।
ସ୍କୁଲ୍ ବହିରେ ତ୍ରୁଟିକୁ ନେଇ କେନ୍ଦ୍ରର ହସ୍ତକ୍ଷେପ। କିଏ ଦାୟୀ ବୋଲି ଓଡ଼ିଶା ସରକାରଙ୍କୁ ମାଗିଲା ରିପୋର୍ଟ।
ସୁପ୍ରିମକୋର୍ଟରେ ପୁଲିସ ଡିଜିପି ଚୟନ ପ୍ରକ୍ରିୟା ମାମଲା, ଅକ୍ଟୋବର ୮ରେ ରାୟ ଆସିପାରେ।
ରେଭେନ୍ସା ବିଶ୍ୱବିଦ୍ୟାଳୟରେ ରାଗିଂ ଅଭିଯୋଗ ପରେ ଅସନ୍ତୋଷ ପ୍ରକାଶ ପାଇଛି।
ଯାଜପୁରରେ ଲାଞ୍ଚ ନେଉଥିବା ମହିଳା ଯନ୍ତ୍ରୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ତାଙ୍କ ନିକଟରୁ ବିପୁଳ ଟଙ୍କା ଜବତ ହୋଇଛି।
ଭୁବନେଶ୍ୱରରେ ଜାଲ୍ ନୋଟ୍ କାରବାର ଅଭିଯୋଗରେ ଦୁଇ ଜଣ ଗିରଫ ହୋଇଛନ୍ତି।
ବଲାଙ୍ଗୀରରେ କ୍ରିପ୍ଟୋ ନାମରେ ଲକ୍ଷାଧିକ ଟଙ୍କା ଠକିଥିବା ସାଇବର ଠକ ଧରାପଡ଼ିଛି। ଅଭିଯୁକ୍ତକୁ ପୁଲିସ ଜେଲ୍ ପଠାଇଛି।
ବାଲେଶ୍ୱରରେ ବ୍ରାଉନସୁଗାର ଜବତ ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି।
କେନ୍ଦୁଝରରେ ବେଆଇନ ଲୁହାପଥର ବୋଝେଇ ଟ୍ରକକୁ ପୁଲିସ ଅଟକ ରଖିଛି।
କୋରାପୁଟ ସୀମାନ୍ତରୁ ବେଆଇନ ଗଞ୍ଜେଇ ଭର୍ତ୍ତି କାର୍ ଜବତ ହୋଇଛି।
🇹🇯
ଏସ୍ଆଇଆର୍ ଭୋଟର ତାଲିକା କେଳେଙ୍କାରୀ: କାଠଗଡ଼ାରେ ନିର୍ବାଚନ କମିଶନର, ଜ୍ଞାନେଶଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ।
ୟୁପି ସମ୍ଭଲ ହିଂସା ଅଭିଯୁକ୍ତଙ୍କୁ ବେଆଇନ ଅଟକ ପାଇଁ ୟୁପି ସରକାରଙ୍କ ଉପରେ ୧୦ ଲକ୍ଷ ଟଙ୍କା ଜରିମାନା ଲାଗୁ କଲେ ସୁପ୍ରିମ୍କୋର୍ଟ।
ଜମ୍ମୁରେ ଅଫିସର୍ଙ୍କ ସମେତ ୪ ସହକର୍ମୀଙ୍କୁ ଗୁଳି କରି ହତ୍ୟା କଲେ ସିଆଇଏସ୍ଏଫ୍ ଯବାନ।
କ୍ୟାନ୍ସର ଔଷଧର ଦାମ୍ରେ ବ୍ୟବସାୟୀଙ୍କୁ ଯୋଗାଣ ମୂଲ୍ୟ ଓ ରୋଗୀଙ୍କଠାରୁ ନିଆଯାଉଥିବା ଖୁଚୁରା ମୂଲ୍ୟ ମଧ୍ୟରେ ଦଶଗୁଣ ଫରକ ନେଇ ସୁପ୍ରିମ୍କୋର୍ଟଙ୍କ ଉଦବେଗ।
ଏଫ୍ସିଆରଏ ପଞ୍ଜୀକରଣ ଦୁର୍ନୀତି, ଗୃହ ମନ୍ତ୍ରଣାଳୟର ୨ ଅଧିକାରୀ ଗିରଫ।
ମହାରାଷ୍ଟ୍ର, ଛତ୍ରପତୀ ସମ୍ଭାଜୀ ନଗରରେ ୪ଥର ବିକ୍ରି ହେଲା ମାସକର ଛୁଆ। ବାପା ମା’ ସମେତ ୭ ଗିରଫ।
ଏବେ WhatsApp ଓ ମେଟା (ଫେସବୁକ, ଇନଷ୍ଟାଗ୍ରାମ) ବ୍ୟବହାରକାରୀଙ୍କ ଠାରୁ ଟଙ୍କା ନେବେ।
ପାକିସ୍ତାନ ଆକାଶପଥ ବନ୍ଦ: ବିକଳ୍ପ ରୁଟ୍ ପାଇଁ ଚୀନ୍ ସହ ଆଲୋଚନା କରୁଛି ଭାରତ।
ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରାଇ ଆଣିବାକୁ ମିଳିତ ଜାତିସଂଘ ଅପିଲ୍ କରିଛି। ଯୁଦ୍ଧବିରତି ପାଇଁ ବିଶ୍ୱସ୍ତରରେ ଆଲୋଚନା ଚାଲିଛି।
ଜାପାନରେ ସାମୁଦ୍ରିକ ଝଡ଼ ପାଇଁ ସତର୍କ ସୂଚନା ଜାରି ହୋଇଛି। ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।
ଅଶୋଧିତ ତୈଳ ଦର ପରିବର୍ତ୍ତନ ଯୋଗୁଁ ମୁଦ୍ରାସ୍ଫୀତି ବଢ଼ିବା ଆଶଙ୍କା ଦେଖାଦେଇଛି। ଉତ୍ପାଦନ ନୀତି ସମ୍ପର୍କରେ ତୈଳ ସଂଗଠନ ବୈଠକ ଡାକିଛି।
ୟୁରୋପରେ କାର୍ବନ ନିର୍ଗମନ କମାଇବା ପାଇଁ କଡ଼ା ଆଇନ ଆସୁଛି। ସବୁଜ ଶକ୍ତି ବ୍ୟବହାରକୁ ସର୍ବାଧିକ ପ୍ରୋତ୍ସାହନ ଦିଆଯାଉଛି।
🚴🏼♀️🏆⚽
ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମୁକାବିଲା ଗୁଆହାଟୀରେ ଖେଳାଯିବ।
ଭାରତୀୟ ସୁଟର ନୀରୁ ଧଣ୍ଡା ସୁଟିଂରେ ସ୍ୱର୍ଣ୍ଣ ଜିତି ଏସୀୟ କ୍ରୀଡ଼ା ରେକର୍ଡ ଭାଙ୍ଗିଲେ।
*ଗତବର୍ଷ ଏଇ ସମୟରେ*
ସରକାରୀ ଘୋଷଣା: ପଞ୍ଚାୟତ ସ୍ତରରେ ୨୨୦୦ ବିଦ୍ୟାଳୟ ହେବ, ଖର୍ଚ୍ଚ ହେବ ୧୨ ଶହ କୋଟି। ପ୍ରତି ବିଦ୍ୟାଳୟ ପାଇଁ ୫ କୋଟି।
ଗ୍ରାମାଞ୍ଚଳରେ ଲୋକଙ୍କ ଘରେ ରହିବେ ପର୍ଯ୍ୟଟକ, ହୋମଷ୍ଟେ ଏଷ୍ଟାବ୍ଲିସମେଣ୍ଟ ଯୋଜନା ଘୋଷଣା କରିଥିଲେ ସରକାର।
କାମ ସମୟ ୯ରୁ ୧୦ ଘଣ୍ଟାକୁ ବଢ଼ାଇ ଥିଲେ ରାଜ୍ୟ ସରକାର।
ରାଜ୍ୟର ପୂର୍ଣ୍ଣାଙ୍ଗ ବଜେଟରେ ୨୮୦୮ କୋଟି ଟଙ୍କାରୁ ମାତ୍ର ୫୫ କୋଟି ଟଙ୍କା ବ୍ୟୟ ହୋଇଥିଲା।
ସମ୍ପର୍କୀୟ ଭାଇଭଉଣୀଙ୍କ ମଧ୍ୟରେ ବିବାହକୁ ଘୋଷଣା କରି ଅଡୁଆରେ ପଡ଼ିଥିଲେ ବ୍ରିଟେନ୍ ସରକାର
====================
ଅନ୍ତର୍ଜାତୀୟ ଅନୁବାଦ ଦିବସ
ଅନ୍ତର୍ଜାତୀୟ ନିନ୍ଦା ଦିବସ
ଆଜି ଜନ୍ମଦିନ: ହୃଷିକେଶ ମୁଖାର୍ଜୀ, ମୋନିକା ବେଲୁସି, ଶାନ (ଗାୟକ), ଦୀପ୍ତି ଭଟନାଗର, ସୂର୍ଯ୍ୟକାନ୍ତ ପ୍ରଧାନ (କ୍ରିକେଟ, ଖୋର୍ଦ୍ଧା)
ଆଜି ତିରୋଧାନ: ମାଧବରାଓ ସିନ୍ଧିଆ, ଶଙ୍କର ନାଗ (କନ୍ନଡ଼)
ବୋଇଂ ୭୩୭ ମ୍ୟାକ୍ସ ବିମାନର ସଫ୍ଟୱେୟାର ତ୍ରୁଟି ଯୋଗୁଁ ସମଗ୍ର ବିଶ୍ୱରେ ବିମାନଗୁଡ଼ିକର ଯାନ୍ତ୍ରିକ ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି।
ନୂଆଦିଲ୍ଲୀରେ ଅନୁଷ୍ଠିତ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀରେ ବିଭିନ୍ନ ଦେଶ ଆଲୋଚନା ମାଧ୍ୟମରେ ଯୁଦ୍ଧ ବନ୍ଦ ଉପରେ ଗୁରୁତ୍ୱ ଦେଇଛନ୍ତି।
ପପ୍ ଗାୟକ ଏନରିକ ଇଗ୍ଲେସିଆସଙ୍କ ଚର୍ଚ୍ଚିତ ଗୀତ ‘ହିରୋ’ ୨୫ ବର୍ଷ ପୂରଣ କରିଛି।
🚴🏼♀️🏆⚽
ଏସୀୟ କ୍ରୀଡ଼ା ୨୦୨୬ର ୨୫ ମିଟର ପିସ୍ତଲ ପ୍ରତିଯୋଗିତାରେ ଭାରତୀୟ ସୁଟର ଇଶା ସିଂହ ରୌପ୍ୟ ପଦକ ଜିତିଛନ୍ତି।
ଏସୀୟ କ୍ରୀଡ଼ା ପୁରୁଷ ହକିରେ ବାଂଲାଦେଶ ବିପକ୍ଷରେ ଭାରତ ୧୦-୦ ଗୋଲ୍ରେ ବିଜୟୀ ହୋଇଛି।
ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳର ସମ୍ଭାବ୍ୟ ତାଲିକାରେ ଓଡ଼ିଶାର ତିନି ଜଣ ଖେଳାଳି ସ୍ଥାନ ପାଇଛନ୍ତି।
ଓଡ଼ିଶା ଟି-୨୦ ଲିଗରେ ପୁରୀ ଟାଇଟାନ୍ସକୁ ୮ ୱିକେଟରେ ପରାସ୍ତ କରିଛି ସମ୍ବଲପୁର ୱାରିୟର୍ସ। ଫାଇନାଲ୍ରେ କେନ୍ଦୁଝର ମାଇନର୍ସ।
ଏସୀୟ କ୍ରୀଡ଼ା ସ୍କ୍ୱାଶରେ ରୌପ୍ୟ ପଦକ ପାଇଥିବା ଭାରତୀୟ ଖେଳାଳି ଅଭୟ ଅଲିମ୍ପିକ୍ସ ଯୋଗ୍ୟତାରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି।
ମହିଳା ମଲ୍ଲଯୋଦ୍ଧାଙ୍କୁ ଯୌନ ନିର୍ଯାତନା ମାମଲାରେ ବିଜେପି ନେତା ବ୍ରିଜଭୂଷଣଙ୍କୁ କୋର୍ଟ ନୋଟିସ୍।
*ଗତବର୍ଷ ଏଇ ସମୟରେ*
ଜାତୀୟ ରାଜପଥରେ ଗୋରୁଙ୍କ ପ୍ରାଦୁର୍ଭାବ ହ୍ରାସ କରିବେ ବୋଲି କହିଥିଲେ ସରକାର।
ଦୁଇବର୍ଷ ପୂର୍ବେ ଗାଈ ଓ ମଇଁଷିଙ୍କ ପାଇଁ 'ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା' କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ।
ଓଡ଼ିଆ ସ୍ପିନର୍ ପ୍ରଜ୍ଞାନ ଓଝା ଭାରତୀୟ କ୍ରିକେଟ୍ ଦଳର ଚୟନକର୍ତ୍ତା ନିଯୁକ୍ତ ହୋଇଥିଲେ।
ଏସିଆର ପ୍ରଥମ ମହିଳା ଟ୍ରେନ ଲୋକୋ ପାଇଲଟ, ଭାରତୀୟ ରେଳବାଇର ସୁରେଖା ଯାଦବ ଅବସର ଗ୍ରହଣ କରିଥିଲେ।
=================
ଆଜି ବିଶ୍ୱ ହୃଦ ସ୍ୱାସ୍ଥ୍ୟ ଦିବସ
ଆଜି ଜନ୍ମଦିନ: କନଫୁସିୟସ, ବ୍ରିଜେଶ ମିଶ୍ର, ମେହମୁଦ, ଖୁସବୁ
ଆଜି ତିରୋଧାନ: ଟମ ଅଲଟର (ଅଭିନେତା)
ଇତିହାସରେ ଆଜି: (୨୦୧୬) ଉରି ଆକ୍ରମଣ ଜବାବରେ ଭାରତର ସର୍ଜିକାଲ ଷ୍ଟ୍ରାଇକ/ (୧୯୨୭) ଆମେରିକା ଓ ମେକ୍ସିକୋ ମଧରେ ଟେଲିଫୋନ ସେବା ଆରମ୍ଭ/ (୧୯୫୯) ଆରତୀ ଶାହାଙ୍କ ଇଂଲିଶ ଚାନେଲ ସନ୍ତରଣ/ (୧୯୬୨) କଲିକତାରେ ବିର୍ଲା ପ୍ଲାନେଟୋରିୟମ ଖୋଲିଲା
=================
*ବନ୍ଦେ ଉତ୍କଳ ଜନନୀ* 🪻🌻🪻
🏛️ 1. ସରକାରୀ ସ୍କଲାରସିପ୍ (Government Scholarships)
ସରକାରୀ ନିୟମ ଅନୁସାରେ ଏହି ସବୁ ସ୍କଲାରସିପ୍ ଜାତି (Cast) ନିର୍ବିଶେଷରେ ସମସ୍ତ General Category ର ଝିଅମାନେ ଆପ୍ଲାଇ କରିପାରିବେ:
* Junior Merit Scholarship (ଓଡ଼ିଶା ସରକାର):
* ଯୋଗ୍ୟତା: +2 ପ୍ରଥମ ବର୍ଷ ଏବଂ ଦ୍ୱିତୀୟ ବର୍ଷ (11th & 12th) ର ସମସ୍ତ ଛାତ୍ରୀ। ମ୍ୟାଟ୍ରିକ୍ରେ ଅତିକମରେ ୬୦% ମାର୍କ ଥିବା ଦରକାର ଏବଂ ପରିବାରର ବାର୍ଷିକ ଆୟ ₹୬ ଲକ୍ଷରୁ କମ୍ ହୋଇଥିବା ଆବଶ୍ୟକ।
* ସହାୟତା: ₹୩,୦୦୦ ବାର୍ଷିକ।
* ପୋର୍ଟାଲ୍: [Odisha State Scholarship Portal](https://scholarship.odisha.gov.in/website/).
* CBSE Single Girl Child Scholarship:
* ଯୋଗ୍ୟତା: ଯଦି ଝିଅଟି ତାଙ୍କ ପରିବାରର ଏକମାତ୍ର ସନ୍ତାନ (Single Girl Child) ହୋଇଥାଏ ଏବଂ CBSE ବୋର୍ଡରୁ 10th ପାସ୍ କରି 11th/12th ପଢୁଥାଏ। 10th ରେ ୭୦% ମାର୍କ ରହିବା ଆବଶ୍ୟକ।
* ସହାୟତା: ମାସିକ ₹୧,୦୦୦ (ବାର୍ଷିକ ₹୧୨,୦୦୦)।
* AICTE Pragati Scholarship (କଲେଜ୍ ପାଇଁ):
* ଯୋଗ୍ୟତା: +2 ପାସ୍ କରିବା ପରେ ଯେଉଁ ଝିଅମାନେ Technical Degree କିମ୍ବା Diploma (BTech, BPharma, Architecture, polytechnic) କୋର୍ସରେ ନାମ ଲେଖାନ୍ତି। ପାରିବାରିକ ଆୟ ₹୮ ଲକ୍ଷରୁ କମ୍ ହେବା ଦରକାର।
* ସହାୟତା: ₹୫୦,୦୦୦ ବାର୍ଷିକ।
* ପୋର୍ଟାଲ୍: [National Scholarship Portal (NSP)](https://scholarships.gov.in/).
🏢 2. ପ୍ରାଇଭେଟ୍ ଓ CSR ସ୍କଲାରସିପ୍ (Private & CSR Scholarships)
ଏହି ପ୍ରାଇଭେଟ୍ ସ୍କଲାରସିପ୍ ଗୁଡ଼ିକ ବିଶେଷ କରି ମେଧାବୀ ଏବଂ ଗରିବ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ଏଥିରେ ଜେନେରାଲ୍ କୋଟାର ପିଲାମାନେ ମଧ୍ୟ ଭାଗ ନେଇପାରିବେ:
* HDFC Bank Parivartan ECSS Scholarship:
* ଯୋଗ୍ୟତା: 11th, 12th କିମ୍ବା UG/PG ପଢୁଥିବା ସମସ୍ତ ଜେନେରାଲ୍ ଛାତ୍ରୀ। ପୂର୍ବ ପରୀକ୍ଷାରେ ୫୫% ମାର୍କ ଏବଂ ଆୟ ₹୨.୫ ଲକ୍ଷରୁ କମ୍ ହେବା ଆବଶ୍ୟକ।
* ସହାୟତା: ₹୧୮,୦୦୦ (+2 ପାଇଁ) ଏବଂ ₹୩୦,୦୦୦ ରୁ ₹୭୫,୦୦୦ (UG/PG ପାଇଁ)।
* ୱେବସାଇଟ୍: HDFC Parivartan ECSS / [Buddy4Study](https://www.buddy4study.com/article/scholarships-for-indian-girls-and-women).
* Kotak Kanya Scholarship (+2 ପାସ୍ କରିବା ପରେ):
* ଯୋଗ୍ୟତା: +2 ପାସ୍ କରିବା ପରେ ଯେଉଁ ମେଧାବୀ ଝିଅମାନେ ପ୍ରତିଷ୍ଠିତ କଲେଜରେ Professional UG Course (Engineering, MBBS, Integrated LLB) ପଢିବାକୁ ଚାହାନ୍ତି। +2 ରେ ୭୫% ରୁ ଅଧିକ ମାର୍କ ଏବଂ ଆୟ ₹୬ ଲକ୍ଷରୁ କମ୍ ହୋଇଥିବା ଆବଶ୍ୟକ।
* ସହାୟତା: ₹୧.୫ ଲକ୍ଷ ପ୍ରତି ବର୍ଷ (ପାଠପଢା ଶେଷ ହେବା ଯାଏଁ)।
* Reliance Foundation Undergraduate Scholarship:
* ଯୋଗ୍ୟତା: +2 ପାସ୍ କରି ଯେକୌଣସି ଷ୍ଟ୍ରିମ୍ରେ (Arts, Science, Commerce) Graduation ପ୍ରଥମ ବର୍ଷରେ ପଢୁଥିବା ଛାତ୍ରୀ। ପରିବାରର ବାର୍ଷିକ ଆୟ ₹୧୫ ଲକ୍ଷରୁ କମ୍ ହେବା ଦରକାର।
* ସହାୟତା: କୋର୍ସ ଅବଧି ମଧ୍ୟରେ ₹୨ ଲକ୍ଷ ପର୍ଯ୍ୟନ୍ତ। [11]
* Santoor Scholarship (Wipro Cares):
* ଯୋଗ୍ୟତା: ସରକାରୀ ସ୍କୁଲ୍ ବା କଲେଜରୁ +2 ପାସ୍ କରିଥିବା ଏବଂ ଆଗକୁ Graduation ପଢୁଥିବା ଝିଅମାନେ ଆପ୍ଲାଇ କରିପାରିବେ।
* ସହାୟତା: ₹୨୪,୦୦୦ ବାର୍ଷିକ।
*ମହାନଦୀରେ ୪ର୍ଥ ବନ୍ୟା*
- *ହୀରାକୁଦ: ୨୬ ଗେଟ୍ ଖୋଲା* (ଆଗ ୨୪ ଥିଲା, ଆଉ ୨ ଖୋଲା ଗଲା)
- *ମୁଣ୍ଡଳୀରେ ୮ ଲକ୍ଷ କ୍ୟୁସେକ୍* - ଆଜି ରାତିରୁ ସୋମ ସକାଳ ୯ଟା ଭିତରେ
- ଏହା ଛୋଟ ବନ୍ୟା, ବଡ଼ ନୁହେଁ - ଜଳ ସମ୍ପଦ ବିଭାଗ
- *ପ୍ରଭାବିତ ଜିଲ୍ଲା: କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା*
- *ପ୍ରଭାବିତ ଅଞ୍ଚଳ: ବାଙ୍କୀ, ବଡ଼ମ୍ବା, ଆଠଗଡ଼, କଣାସ, ନିମାପଡ଼ା, ଗୋପ, ଏରସମା, ବାଲିକୁଦା, ପାଟକୁରା*
- ୨୪-୪୮ ଘଣ୍ଟା ପର୍ଯ୍ୟନ୍ତ ସ୍ଥିତି ରହିବ, ନାଇଟ୍ ପାଟ୍ରୋଲିଂ ନିର୍ଦ୍ଦେଶ
ହେଲ୍ପଲାଇନ ନମ୍ବର: ୧୦୭ / ୧୧୨
*ଖବର ଆଜିର, ୨୮ ସେପ୍ଟେମ୍ବର, ସୋମବାର*
===============
ଆସୁଛି ସକ୍ରିୟ ଘୂର୍ଣ୍ଣିବଳୟ, ୨ ଦିନ ପରେ ପ୍ରବଳ ବର୍ଷାର ସମ୍ଭାବନା।
ଉତ୍ତର ଓଡ଼ିଶାର ମୋଟ ୩୮ଟି ବ୍ଲକ୍ର ୨୫୨ ପଞ୍ଚାୟତ ପ୍ରଭାବିତ ହୋଇଛି। ୩୮ ବ୍ଲକ୍ର ୨୫୨ ପଞ୍ଚାୟତ ପ୍ରଭାବିତ।
ସୋମବାର ଦିନ ଜନଶୁଣାଣି ପାଇଁ ସରକାରୀ କାର୍ଯ୍ୟାଳୟରେ ହେବନି କୌଣସି ବୈଠକ।
ଆକାଶରୁ ବନ୍ୟା ସ୍ଥିତି ଦେଖିଲେ ମୁଖ୍ୟମନ୍ତ୍ରୀ, ବୋଟ୍ ରେ ଗଲେ, ବିପନ୍ନଙ୍କୁ ଭେଟିଲେ।
ବ୍ୟାଙ୍କ ଧର୍ମଘଟ ସ୍ଥଗିତ। ମାସର ଶନିବାର ଛୁଟି, ପାଇଁ ବିଚାର ବିମର୍ଶ ଜାରି।
ଧବଳେଶ୍ୱର ପୀଠରେ ବନ୍ୟା ପାଇଁ ୧୬୩ ଧାରା ଜାରି, ୨୯ ତାରିଖ ସନ୍ଧ୍ୟା ଯାଏଁ ରହିବ କଟକଣା।
ଆସନ୍ତା ୩୦ ତାରିଖରେ ବିଧାନସଭା ଘେରାଉ କରିବେ ଅଙ୍ଗନବାଡ଼ି କର୍ମୀ।
ମହାନଦୀରେ ମାଡି ଆସୁଛି ବନ୍ୟା, ଖୋଲିଲା ହୀରାକୁଦର ୨୮ଟି ଗେଟ।
ସୋମବାର ଦିନ ଜନଶୁଣାଣି ପାଇଁ ସରକାରୀ କାର୍ଯ୍ୟାଳୟରେ ହେବନି କୌଣସି ବୈଠକ।।
ଅକ୍ଟୋବର ମାସରୁ ମହଙ୍ଗା ହେବ ଟିଭିଠୁ ୱାଶିଂ ମେସିନ୍। ପୂଜାରେ ଗ୍ରାହକଙ୍କୁ ଲାଗିବ ଝଟକା।
ଶିଳ୍ପ ଯେଉଁଠି, ବେକାରି ସେଇଠି। ଯାଜପୁରରେ ବେକାରି ହାର ସର୍ବାଧିକ।
ଅନୁଗୋଳ ଜିଲ୍ଲା କଣିହାଁ କୋଇଲା ଖଣି ଅଞ୍ଚଳରେ ଅଟକିଛି ଗତ ସରକାରର ୯୦ କୋଟି ଟଙ୍କାର ପାଣି ପ୍ରକଳ୍ପ, ଜଳକଷ୍ଟ ଜାରି।
ସୁନ୍ଦରଗଡରେ ଶିଶୁ ପୁଷ୍ଟିକର ଯୋଜନାରେ ଉଡ଼ିଗଲା ଖଣିଜ ପାଣ୍ଠିର ୨୦ କୋଟି। ସ୍ପିରୁଲିନା ଚିକି ବିଫଳ।
ଯାଜପୁରରେ ଖଣିଜ ପାଣ୍ଠି ଲୁଟ୍, ୨୩ କୋଟି ମଜୁରି ନେଇଛନ୍ତି ଶ୍ରମିକ, ଧରିଲେ ସିଏଜି।
କନ୍ଧମାଳରେ ୧୬ କୋଟିର କଳିଙ୍ଗା ଅନ୍ଧାରକୋଟ ରାସ୍ତା ପ୍ରଶସ୍ତୀକରଣ କାମ କଣ୍ଟ ଥିଲା ୧ ବର୍ଷ, ହେଲାଣି ତିନି ବର୍ଷ।
ମୟୁରଭଞ୍ଜ ଶିମିଳିପାଳରେ ଧସିଲା ପାହାଡ଼, ଗାଁ ଯାଏଁ ମାଡ଼ିଆସିଲା ମାଟି ଓ ପଥର।
କଳାହାଣ୍ଡିରେ ଇ-କମର୍ସ ଜରିଆରେ ଗଞ୍ଜେଇ କାରବାର, ୫ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ।
ପୁରୀ ଜିଲ୍ଲା ନିମାପଡ଼ା ନନ୍ଦିନୀ ଗେଷ୍ଟ ହାଉସ୍ରେ ଯୁବତୀଙ୍କୁ ଗଣଦୁଷ୍କର୍ମ। ମାମଲା ଉପରେ ବସିଛି ପୁଲିସ।
ଗଜପତି ଜିଲ୍ଲାର ମୋହନା ଅଞ୍ଚଳରେ ଗୁଣିଗାରେଡ଼ି ସନ୍ଦେହରେ ପ୍ରଥମେ ହାଣିଲେ, ପରେ ପୋଡ଼ିଦେଲେ।
ସୁନ୍ଦରଗଡ଼ରେ ବାଘୁଆ ମହୁମାଛି ଆକ୍ରମଣ: ମହିଳା ମୃତ, ସ୍ୱାମୀଙ୍କ ସମେତ ୨ ଗୁରୁତର।
🇳🇪
ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଗିରଫଦାରୀ ଦାବି କଲା କଂଗ୍ରେସ। ବାରାଣସୀରେ ପ୍ରଧାନମନ୍ତ୍ରୀଙ୍କ ବିଜୟକୁ ଅବୈଧ ଘୋଷଣା ଦାବି।
ମହାରାଷ୍ଟ୍ରର ପାଲ୍ଘର ଜିଲ୍ଲାରେ ମୃଦୁ ଭୂକମ୍ପ ହୋଇଛି।
ଅରୁଣାଚଳ ପ୍ରଦେଶରେ ଶିଶୁ ଚୋରାଚାଲାଣ ରାକେଟ୍ର ପର୍ଦ୍ଦାଫାସ। ୪୭ ଶିଶୁ ସମେତ ୫୧ ଜଣ ଉଦ୍ଧାର।
ଆସାମରେ ବିଜେପିର ବୈଠକ ପୂର୍ବରୁ ଅନେକ ସିଜେପି କକ୍ରୋଚ ନେତାଙ୍କୁ ବିନା କାରଣରେ ଗିରଫ।
ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗରେ କେଦାରନାଥ ଯାତ୍ରା ପଥରେ ଭୂସ୍ଖଳନ, ୪ ହଜାର ପର୍ଯ୍ୟଟକ ଫସିଲେ।
ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ଓ ବନ୍ୟାରେ ୫୬ ମୃତ ୧୦୦୦ରୁ ଅଧିକ ଘର ଭାଙ୍ଗିଲା।
ମହାରାଷ୍ଟ୍ରରେ ଅଭାବନୀୟ କାଣ୍ଡ : ଗର୍ଭବତୀଙ୍କୁ ଜିଅନ୍ତା ଜାଳିଦେଲେ, ୪ ଗିରଫ।
ଦେଶର ପ୍ରଥମ ଏଲଏନ୍ଜି ଟ୍ରେନ୍ ଶୁଭାରମ୍ଭ। ଗୁଜରାଟରେ ୧୫୦୦ କୋଟି ଟଙ୍କାର ରେଳ ପ୍ରକଳ୍ପ ଆରମ୍ଭ।
ଆସନ୍ତା ଅକ୍ଟୋବରରେ ଭାରତର ପ୍ରଥମ ୧୦୦ ପ୍ରତିଶତ ଇଥାନଲ୍ରେ ଚାଲୁଥିବା କାର୍।
ପଶ୍ଚିମ ନେପାଳର ତିବ୍ବତ ସୀମା ନିକଟସ୍ଥ ହିମଲୁଙ୍ଗ ହିମାଲର ବେସ୍ କ୍ୟାମ୍ପରେ ଭୟଙ୍କର ହିମସ୍ଖଳନ,୧୦ ନିଖୋଜ।
ଫିଲିପାଇନ୍ସ ସହ ଚୀନର ପୁଣି ତିକ୍ତତା, ଦକ୍ଷିଣ ଚୀନ୍ ସାଗରରେ ଯୁଦ୍ଧ ଭଳି ପରିସ୍ଥିତି, ଧମକ ଦେଲା ଚୀନ।
ଶାନ୍ତି ଆଲୋଚନା ବିଫଳ, ଆମେରିକାକୁ ଧମକାଇଲା ଇରାନ।
🏏🚴🏾♂️⚽
ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତର ବିଶାଳ ବିଜୟ, ୮ ୱିକେଟ୍ରେ ଜିତିଲା ପ୍ରଥମ ମୁକାବିଲା।
ଏସୀୟ କ୍ରୀଡ଼ା ଲଙ୍ଗ୍ଜମ୍ପ୍ ଏବଂ ୪୦୦ ମିଟର ବାଧାଦୌଡ଼ ଫାଇନାଲ୍ରେ ୫ ଭାରତୀୟ ଆଥ୍ଲେଟ୍ ପ୍ରବେଶ କରିଛନ୍ତି।
ଏସୀୟ କ୍ରୀଡ଼ା ପୁରୁଷ କ୍ରିକେଟ୍: ଆଫ୍ଗାନିସ୍ତାନ ବିପକ୍ଷରୁ ଭାରତର ଅଭିଯାନ।
ସିଙ୍ଗାପୁରକୁ ହରାଇ ଭାରତ ଗ୍ରୁପ୍ ଟପର, ମହିଳା ହକି ସେମିରେ ଭାରତ-କୋରିଆ।
ଓଡ଼ିଶା ଟ୍ବେଣ୍ଟି-୨୦ ଲିଗ୍: କେନ୍ଦୁଝର ମାଇନର୍ସ, କଟକ ପାନ୍ଥର୍ସ ବିଜୟୀ।
ନୂଆପଡାରେ କାଦୁଅ ପଡ଼ିଆରେ ସାହାଣୀ କପ୍ ଖେଳ। ସମତଳ କରିବାକୁ ବୁଲିଲା ହଳ ଲଙ୍ଗଳ।
*ଗତବର୍ଷ ଏଇ ସମୟରେ*
ବିବାହ ପରି ଆବଶ୍ୟକତା ପାଇଁ ସ୍ଥାୟୀ ଜମାର ସମୟ ପୂର୍ବରୁ ଉଠାଣକୁ ଅନୁମତି ଦେଇଥିଲେ ଓଡ଼ିଶା ହାଇକୋର୍ଟ।
ଆଇଟିଡିଏକୁ ଅନୁସୂଚିତ ଅଞ୍ଚଳରେ କାମପାଇଁ ଆସିଥିବା ୧୭୦୯.୪୭ କୋଟିକୁ ସରକାରୀ ଇଞ୍ଜିନିୟର ବ୍ୟକ୍ତିଗତ ଖର୍ଚ୍ଚ କରି ଦେଇଥିଲେ।
ଅର୍ଗସ ଟିଭିର ଟେକନିକାଲ କର୍ମଚାରୀଙ୍କୁ ଚାକିରୀ ଛାଡିବାକୁ କହିବା ପରେ ମୃତ୍ୟୁବରଣ କରିଥିଲେ।
=================
ଆଜି ବିଶ୍ୱ ଜଳାତଙ୍କ ଦିବସ
ଆଜି ଗ୍ରୀନ ଗ୍ରାହକ ଦିବସ
ଆଜି ଜନ୍ମଦିନ: ଶିରିଡି ସାଇବାବା, ଲତା ମଙ୍ଗେସକର, ରଣବୀର କପୁର, ଅଭିନବ ବିନ୍ଦ୍ରା, ଶେଖ ହସିନା ୱାଜିଦ, ଇଲା ଅରୁନ, ରାଧାନାଥ ରାୟ (ଲେଖକ, ବାଲେଶ୍ଵର)
ଆଜି ତିରୋଧାନ: ଜୟନ୍ତୀ ପଟନାୟକ
ଇତିହାସରେ ଆଜି: (୧୯୨୪) ପୃଥିବୀ ଚାରିପଟେ ପ୍ରଥମ ବିମାନ ଭ୍ରମଣ ହେଲା/ (୧୯୨୮) ଆଣ୍ଟିବାୟୋଟିକ ଆବିଷ୍କାର/ (୧୮୩୭) ବାହାଦୂର ଶାହ ଜାଫର ଦିଲ୍ଲୀ ସମ୍ରାଟ ହେଲେ/ (୧୯୨୨) ନ୍ୟୁୟର୍କ ରେ ପ୍ରଥମ ରେଡ଼ିଓ ବିଜ୍ଞାପନ ବାଜିଲା/ (୧୯୯୬) ଚାର୍ଲସ ଓ ଡାଏନାଙ୍କ ବିବାହ ବିଚ୍ଛେଦ ହେଲା
=================
*ବନ୍ଦେ ଉତ୍କଳ ଜନନୀ* 🪻🌻🪻
*ଖବର ଆଜିର, ୨୭ ସେପ୍ଟେମ୍ବର, ରବିବାର*
=================
ଆଜି ଆକାଶମାର୍ଗରେ ବୁଲିବେ ମୁଖ୍ୟମନ୍ତ୍ରୀ ମାଝୀ। ଗଞ୍ଜାମ, କୋରାପୁଟ ଓ ନବରଙ୍ଗପୁରକୁ ଆକାଶରୁ ଦେଖିବେ।
ସମ୍ବଲପୁରରେ ଉତ୍ତରାଞ୍ଚଳ ରେଞ୍ଜସ୍ତରୀୟ ସମୀକ୍ଷା ବୈଠକ, ଓଡ଼ିଶା ସମ୍ପୂର୍ଣ୍ଣ ମାଓମୁକ୍ତ।
ୟୁପିଆଇ ଟ୍ରାଞ୍ଜକସନ୍ ଫି ବନ୍ଦ କର, ନଚେତ୍ ଅକ୍ଟୋବର ୨ରେ ‘ନୋ କ୍ୟୁଆର୍ ଡେ’। ଓଡ଼ିଶା ବ୍ୟବସାୟୀ କରିବେ ପ୍ରତିବାଦ।
ପୁଣି ବୈତରଣୀରେ ବନ୍ୟା, ବୁଡ଼ିଲା ଭଦ୍ରକ ଏନ୍ଏଚ୍-୨୦ର ବୋଡ଼କ ରାସ୍ତା।
ମାଲକାନଗିରି ବାଲିମେଳାରୁ ବିଦ୍ୟୁତ୍ ଉତ୍ପାଦନ ବନ୍ଦ: ବଢ଼ୁଛି ଜଳସ୍ତର, ବିପଦ ସଙ୍କେତ ଉପରେ ସତୀଗୁଡ଼ା।
ଘାଟିରେ ମାଟି ଅତଡ଼ା ଖସିଲା, ଝରିଗୁମ୍ମା- କଳାହାଣ୍ଡିକୁ ଯୋଗାଯୋଗ ବିଛିନ୍ନ।
ପୁରୀରେ ଶ୍ରୀଜୀଉଙ୍କ ସୁନାବେଶ ପାଇଁ ତିଆରି ହେବ ନୂଆ ଅଳଙ୍କାର ସେଟ୍; ୩୦ ତାରିଖରୁ ଖୋଲିବ ଗୁଣ୍ଡିଚା ମନ୍ଦିର।
ବଢ଼ିଲା ଅଙ୍ଗନବାଡ଼ି କର୍ମଚାରୀଙ୍କ ଶାଢ଼ୀ ଭତ୍ତା, ୧୧୦ ଟଙ୍କା ବୃଦ୍ଧି ଘୋଷଣା କଲେ ସରକାର।
ଆଜିଠୁ ଖଣ୍ଡଗିରି - ଉଦୟଗିରିରେ ଆଲୋକ ଓ ଶବ୍ଦ ପ୍ରଦର୍ଶନୀ।
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ଟଙ୍କାର ନିବେଶ ଯୋଜନା।
ହୀରାକୁଦର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ହୀରାକୁଦ: ୨୦ ଗେଟ୍ ଖୋଲା, ବନ୍ୟା ଆଶଙ୍କା।
୧୦୮ ଆମ୍ବୁଲାନ୍ସ ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କ ଦରମା ଓ ସ୍ବତନ୍ତ୍ର ଅର୍ଥରାଶି ହେରଫେର ହୋଇଥିବା ଅଭିଯୋଗ।
ନିର୍ବାଚନୀ ମାମଲାରେ ବୌଦ୍ଧ ବିଧାୟକ ଓ ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନଙ୍କ ବିରୋଧରେ କୋର୍ଟ ପକ୍ଷରୁ ୱାରେଣ୍ଟ ଜାରି।
ମୟୂରଭଞ୍ଜରେ ବାଲିର କଳାସାମ୍ରାଜ୍ୟ: ଗଚ୍ଛିତ ବାଲିର ମୂଲ୍ୟ ୨୦ କୋଟିରୁ ଅଧିକ।
ସମ୍ବଲପୁରରେ ଏମ୍ସ ପ୍ରତିଷ୍ଠା ପ୍ରସଙ୍ଗରେ ଆର୍ଟିଆଇ ଖୋଲିଦେଲା ଗୁମର। କେନ୍ଦ୍ର ସରକାର ସମ୍ମତି ଦେଇନାହାନ୍ତି।
ପୂର୍ତ୍ତ ବିଭାଗ ଭୁବନେଶ୍ୱର ଡିଭିଜନ୍-୧ ର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୯କୋଟି ୨୪ଲକ୍ଷ ଟଙ୍କା ସରକାରୀ ଅନୁଦାନ ହଡ଼ପ।
ପାରାଦୀପ, ତାରିଣୀ ଗଡାରେ ବନ୍ଧୁକ ମୁନରେ ୨୦ ଲକ୍ଷର ସୁନା ଗହଣା ଦୋକାନରୁ ଲୁଟ୍, ପୋଲିସର ତଦନ୍ତ ଆରମ୍ଭ।
ପୁରୀ: ଆଜିଠୁ ପିତୃପକ୍ଷ ଆରମ୍ଭ, ଆସନ୍ତା ୧୦ ଶନିବାରେ ପଡ଼ିବ ମହାଳୟା।
ମହଙ୍ଗା ମାଡ଼ ସହ ଗରିବଙ୍କ ଉପରେ ଦାଉ ସାଧୁଛି ପାଣିପାଗ, ଲଗାଣ ବର୍ଷା ଯୋଗୁଁ ମିଳୁନି କାମ।
କୋରାପୁଟ, ମାଲିଗୁଡାରେ ଭୀଷଣ ବର୍ଷା ଓ ପବନରେ ଭୁଶୁଡ଼ିଲା ୧୩୨ କେଭି ଟ୍ରାନ୍ସମିସନ୍ ଟାୱାର।
ଢେଙ୍କାନାଳରେ ଯୁବକ-ଯୁବତୀଙ୍କୁ ମାଡ଼ ମାରିବା ସହ ଭିଡିଓ ଭାଇରାଲ ଘଟଣା, ଆଉ ୨ ଗିରଫ।
🇳🇪
ଦଶହରା ଓ ଦୀପାବଳିରେ ଚାଲିବ ୧୦୨ଟି ସ୍ୱତନ୍ତ୍ର ଟ୍ରେନ୍, ଆଜିଠୁ ବୁକିଂ ଆରମ୍ଭ।
ଅକ୍ଟୋବର ମାସରେ ଆସୁଛି ଅନେକ ପର୍ବପର୍ବାଣୀ। ଏହି ମାସରେ ୧୧ ଦିନ ବ୍ୟାଙ୍କ ଛୁଟି।
ନିର୍ବାଚନ କମିସନଙ୍କ ବୈଠକ: ଏସ୍ଆଇଆର୍ ଅବଧି ବୃଦ୍ଧି ସହ ପ୍ରମୁଖ ନିଷ୍ପତ୍ତି ଘୋଷଣା।
ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଛାତ୍ରଙ୍କ ମୌଳିକ ଅଧିକାର: ମୁଖ୍ୟ ବିଚାରପତିଙ୍କ ବୟାନ।
ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୧୯ ମୃତ, ତଦନ୍ତ ପାଇଁ ଏସ୍ଆଇଟି ଗଠନ।
WhatsApp Channel join
https://whatsapp.com/channel/0029VaUgRXG5fM5gVRc7391u
ମହାରାଷ୍ଟ୍ରରେ ମରୁଡ଼ି ସଙ୍କଟ: ୨୬୫ ତାଲୁକା ମରୁଡ଼ି ପ୍ରଭାବିତ ଘୋଷଣା।
ଛତିଶଗଡ଼ର ଦୁର୍ଗମ ରାଓଘାଟରେ ପ୍ରଥମ ରେଳ ସଂଯୋଗ।
ଇରାନ୍ର ହର୍ମୁଜ ଖୋଲିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଡୋନାଲ୍ଡ ଟ୍ରମ୍ପ: କହିଲେ, ‘ଏହି ଚୁକ୍ତି ଗ୍ରହଣଯୋଗ୍ୟ ନୁହେଁ'।
ବାଙ୍ଗଲାଦେଶରେ ପୁଣି ଜଣେ ହିନ୍ଦୁ ବ୍ୟବସାୟୀଙ୍କୁ ହତ୍ୟା କରାଯାଇଛି।
🏏🚴🏾♂️⚽
ଏସୀୟ କ୍ରୀଡ଼ା କବାଡ଼ିରେ ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଇରାନକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି।
ଭାରତ ଓ ଓ୍ବେଷ୍ଟ ଇଣ୍ଡିଜ୍ ମଧ୍ୟରେ ଆଜି ପ୍ରଥମ ଦିନିକିଆ, ବ୍ୟାଟିଂ କ୍ରମରେ ହୋଇପାରେ ପରୀକ୍ଷା ନିରୀକ୍ଷା।
କଳିଙ୍ଗ ଷ୍ଟାଡିୟମରେ ମିଡିଆ ଏକାଦଶ ଜିତିଲା ଟାଟା ଷ୍ଟିଲ୍ ଫ୍ରେଣ୍ଡସିପ୍ କପ୍ ଫୁଟବଲ।
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟର ବିନୋଦ କାମ୍ବଲିଙ୍କୁ ଠାଣେର ଏକ ବୃଦ୍ଧାଶ୍ରମ ସେବାକେନ୍ଦ୍ରରେ ରହୁଥିବା ଦେଖିବାକୁ ମିଳିଛି।
*ଗତବର୍ଷ ଏଇ ସମୟରେ*
ସରକାରୀ ଉଦ୍ୟୋଗ କର୍ମଚାରୀମାନଙ୍କର ୨ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ ସରକାର।
ଏକକ କନ୍ୟା ସନ୍ତାନ ଛାତ୍ରବୃତ୍ତି ଯୋଜନା ଆରମ୍ଭ କରିଥିଲା ସିବିଏସ୍ଇ।
ଝାରସୁଗୁଡ଼ାରେ ବିଏସ୍ଏନ୍ଏଲ୍ ୪ଜି ସେବା ଆରମ୍ଭ କରିବାକୁ ଆସିଥିଲେ ମୋଦୀ।
କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ଛୁଇଁଲା ମହାନଦୀ ବନ୍ୟାପାଣି।
ଲେହ ରେ ସୋନମ ୱାଙ୍ଗଚୁକଙ୍କୁ ଜାତୀୟ ସୁରକ୍ଷା ଆଇନରେ ଗିରଫ କରିଥିଲେ ଭାରତ ସରକାର।
================
ଆଜି ବିଶ୍ୱ ଭ୍ରମଣ ଦିବସ
ଆଜି ଖଗୋଳ ବିଜ୍ଞାନ ଦିବସ
(Astronomy)
ଆଜି ତୁର୍କମେନିସ୍ତାନ ସ୍ୱାଧୀନ ଦିବସ
ଆଜି ଜନ୍ମଦିନ: ଭଗତ ସିଂ, ୟଶ ଚୋପ୍ରା
ଆଜି ତିରୋଧାନ: ରାଜା ରାମ ମୋହନ ରାୟ, ମହେନ୍ଦ୍ର କପୁର, ମାତା ଆନନ୍ଦମୟୀ
ଇତିହାସରେ ଆଜି: (୧୯୫୮) ଇଂଲିଶ ଚାନେଲ ପହଁରି ଅତିକ୍ରମ କଲେ ମିହିର ସେନ/ (୧୯୯୬) ଆଫଗାନିସ୍ତାନ ଶାସନ ଅକ୍ତିଆର କଲେ ତାଲିବାନ/ (୧୯୬୨) ୟେମେନ ଆରବ ରିପବ୍ଲିକ ପ୍ରତିଷ୍ଠା ହେଲା
================
*ବନ୍ଦେ ଉତ୍କଳ ଜନନୀ* 🪻🌻🪻
ଇତିହାସରେ ଆଜି: (୧୯୧୯) କଲିକତାରେ ରୋଟାରୀ କ୍ଲବର ପ୍ରଥମ ସମ୍ମିଳନୀ ହେଲା/ (୨୦୧୧) ଦିଲ୍ଲୀ ମେଟ୍ରୋକୁ "କାର୍ବନ କ୍ରେଡିଟ" ଦେଲା ସଂଯୁକ୍ତ ରାଷ୍ଟ୍ର/ (୧୮୭୨) ନ୍ୟୁୟର୍କରେ ପ୍ରଥମ ମନ୍ଦିର ତିଆରି ହେଲା/ (୧୦୮୭) ଇଂଲଣ୍ଡ ସମ୍ରାଟ ହେଲେ ଉଇଲିୟମ ଦ୍ଵିତୀୟ/ (୧୯୫୪) ଜାପାନୀ ଜାହାଜ ଟୋୟା ମାରୁ ବୁଡି ୧୧୫୦ ମୃତ
==================
*ବନ୍ଦେ ଉତ୍କଳ ଜନନୀ* 🪻🌻🪻
*ଖବର ଆଜିର, ୨୬ ସେପ୍ଟେମ୍ବର, ଶନିବାର*
=================
ଅବପାତ ଛତିଶଗଡ଼ ମୁହାଁ, ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା, ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି।
ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି। ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକର ବିଭିନ୍ନ ନଦୀର ଜଳସ୍ତର କୂଳ ଲଂଘିଲା।
ମାଲକାନଗିରି ବାଲିମେଳା ବିଦ୍ୟୁତ କେନ୍ଦ୍ରରୁ ଉତ୍ପାଦନ ବନ୍ଦ, ବିପଦସଙ୍କୁଳ ସ୍ତରରେ ସତୀଗୁଡ଼ା ଜଳଭଣ୍ଡାର।
ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ବି ବିଧାନସଭା କାର୍ଯ୍ୟ ଅସ୍ୱାଭାବିକ, ୪ଟା ଯାଏ ଗୃହ ମୁଲତବୀ।
ରାଜ୍ୟ ସରକାର ପ୍ରଥମ ଥର ପାଇଁ ପ୍ୟାକ୍ସ ଓ ଲ୍ୟାମ୍ପ୍ସର ଚାଷୀ- ସଦସ୍ୟଙ୍କୁ ଲାଭାଂଶ ବଣ୍ଟନ ପ୍ରକ୍ରିୟା ଆରମ୍ଭ କଲେ।
ରାଜ୍ୟର ୩ ହଜାର ମନ୍ଦିର ଓ ସ୍ମାରକୀରୁ ମାତ୍ର ୨୯୪ଟି ସଂରକ୍ଷିତ କୀର୍ତ୍ତିରାଜି ଘୋଷଣା କରିଛନ୍ତି ରାଜ୍ୟ ସରକାର।
ଭାରତ ଅନ୍ତର୍ଜାତୀୟ ଜଳ ସପ୍ତାହରେ ରାଜ୍ୟ ବର୍ଗରେ ଓଡ଼ିଶା ଜଳ ସମ୍ପଦ ବିଭାଗକୁ ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଛି।
ଶ୍ରୀଜଗନ୍ନାଥଙ୍କ ସବୁଜମି ଦଖଲକାରୀ ତଥ୍ୟ ପୋର୍ଟାଲରେ ରହିବ, ଉପକୃତ ହେବେ ସେବାୟତ, କହିଲେ ମନ୍ତ୍ରୀ।
ଓଡ଼ିଶା ଉଠା ଜଳସେଚନ ନିଗମ ଅଧୀନରେ ୧୬୫୮ଟି ଉଠା ଜଳସେଚନ ପ୍ରକଳ୍ପର ମରାମତି ଓ ପୁନରୁଦ୍ଧାର ହେବ।
ରାଜ୍ୟରେ ଅଧିକ ଖଣିଜ ବ୍ୟବହାର ପାଇଁ ଆହ୍ବାନ ଦେଲେ ସରକାର, ଶୀଘ୍ର ଖୋଳିବେ ୩୦ଟି ଖଣି।
ପ୍ରାଥମିକ ସ୍କୁଲ ଶିକ୍ଷକଙ୍କ ପଦୋନ୍ନତି ପ୍ରକ୍ରିୟା ଉପରେ ଅନ୍ତରୀଣ ଅଙ୍କୁଶ, ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ।
ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନ ଓ ନିଯୁକ୍ତି ଦାବିରେ ଅଖିଳ ଭାରତ ଛାତ୍ର ସଙ୍ଘ ଓ ଅଖିଳ ଭାରତ ଯୁବ ସଂଘ ପକ୍ଷରୁ ରାଲି, ବିକ୍ଷୋଭ।
ରାଜଧାନୀରେ କଂଗ୍ରେସ କର୍ମୀ-ପୁଲିସ ଧସ୍ତାଧସ୍ତି, ଲୋୟର ପିଏମ୍ଜିରେ ପିସିସିର ଧାରଣା।
ଟାଟାକୁ ହସ୍ତାନ୍ତର ଆର୍ଥିକ ବିବରଣୀରେ ଗୋଳମାଳ କରାଯାଇଛି। ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଲୁଟ ପାଇଁ ଚକ୍ରାନ୍ତ।
ପନୀର ଖାଉଥିଲେ ସାବଧାନ। ରାଜ୍ୟର ବିଭିନ୍ନ ସ୍ଥାନରୁ ମଇଦା ଓ ଡିଟରଜେଣ୍ଟରୁ ପ୍ରସ୍ତୁତ ପନୀର ଜବତ।
ଚୌଦ୍ବାର ସର୍କଲ ଜେଲ୍ ନିଲମ୍ବିତ ଅଧୀକ୍ଷକ ସୁଜିତ କଟକ ମେଡ଼ିକାଲ ସ୍ବତନ୍ତ୍ର କ୍ୟାବିନକୁ ସ୍ଥାନାନ୍ତର। ତାଙ୍କ ସୁବିଧା ପାଇଁ ଏକାଧିକ ରାଜନେତା ସୁପାରିଶ କରିଛନ୍ତି।
ନୂଆପଡା ଜିଲ୍ଲାର ୫ ଶ୍ରମିକ ସର୍ଦ୍ଦାର ମାନବ ଚାଲାଣ ଅଭିଯୋଗରେ ଗିରଫ, ୧କୋଟି ୪୮ଲକ୍ଷ ଟଙ୍କା ଜବତ।
କୋରାପୁଟ ଜିଲ୍ଲାରେ ବର୍ଷା ଯୋଗୁଁ ମାଳିଗୁଡ଼ା- ଛତ୍ରିପୁଟ ରେଳଧାରଣା ଧ୍ବସ୍ତ ବିଧ୍ବସ୍ତ। ମାଳିଗୁଡା ଷ୍ଟେସନ ପାଖ ବିଦ୍ୟୁତ ଟ୍ରାନସମିସନ୍ ଟାୱାର ଭୁଶୁଡିଲା।
ନବରଙ୍ଗପୁର ଜିଲ୍ଲା ରାଇଘର ଆଇଟିଆଇ ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।
କୋରାପୁଟ ଜୟପୁର ଚାରୁ ଓ କାରୁକଳା ବିଦ୍ୟାଳୟରେ ଅଗ୍ନିକାଣ୍ଡ, ଜଳିଗଲା କମ୍ପ୍ୟୁଟର ସମେତ ବହୁ ସାମଗ୍ରୀ।
ବାରିପଦା, ଠାକୁରମୁଣ୍ଡା ଗାଁରେ ଘରେ ପଶିଲା ମହାବଳ ବାଘ, ୧୨ ଘଣ୍ଟା ପରେ ଉଦ୍ଧାର।
ନବରଙ୍ଗପୁର ଜିଲ୍ଲା ଡାବୁଗାଁରେ ଭାଲୁ ଆତଙ୍କ; ଦୁଇ ଦିନ ଘର ଓ ଗୁହାଳରେ ରହିଲା।
ବର୍ଜ୍ୟବସ୍ତୁ ପରିଚାଳନାରେ ସୁନ୍ଦରଗଡ଼ ବିଫଳ: ଦୈନିକ ଖୋଲାରେ ଗଦା ହେଉଛି ୯୮ ମେଟ୍ରିକ ଟନ୍ ଆବର୍ଜନା।
ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସୁନ୍ଦରଗଡର ଦୁଇଟି ରାସ୍ତାର ଚିତ୍ର। ଓଡ଼ିଶା ପଟେ ବରବାଦ୍, ଝାଡ଼ଖଣ୍ଡରେ ଚକାଚକ୍।
🇹🇯
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ପଦ୍ମଭୂଷଣ ପାଇବାକୁ ଯୋଗ୍ୟ: ପଶ୍ଚିମବଙ୍ଗ ବିଜେପି ମୁଖ୍ୟ।
ଜ୍ଞାନେଶ କୁମାରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା: ସିଇସିଙ୍କ ସମସ୍ତ ନିଷ୍ପତ୍ତି ରଦ୍ଦ କରିବାକୁ ଦାବି।
ଜ୍ଞାନେଶ କୁମାରଙ୍କ ବିରୋଧରେ ଆଉ ଏକ ଅଭିଯୋଗ, ଭୋଟର ତାଲିକାରେ ଯୁବ ଭୋଟରଙ୍କୁ ସାମିଲ କରାଯାଉ ନାହିଁ।
ଆଇଆଇଟିରେ କ୍ୟାମ୍ପସରୁ ଓରାକଲ୍ ସମେତ ୨୨ କମ୍ପାନି ବାଦ। ଦୁଇଟି ପ୍ଲେସ୍ମେଣ୍ଟ୍ ଋତୁରେ ସହଯୋଗ କରିବେନି।
ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଦ୍ୱାରା ଗିରଫ ଆମେରିକୀୟ ମାଥ୍ୟୁ ଆରୋନ୍ ଭାନ୍ଡାଇକ୍ ତିହାର ଜେଲ୍ରୁ ମୁକ୍ତ ହେଲେ।
ଭୋଟ୍ ଚୋରି’ ଆନ୍ଦୋଳନ ତେଜିଲା, ଦେଶବ୍ୟାପୀ ବିକ୍ଷୋଭ, ବହୁ କଂଗ୍ରେସ ନେତା ଅଟକ।
ମଣିପୁରରେ ଚାରିଜଣ ନାଗାଙ୍କୁ ହତ୍ୟା କଲେ ମ୍ୟାମାଁର କୁକି ବିଦ୍ରୋହୀ।
ମଣିପୁରକୁ ଆଉ ୬ ମାସ ଅଶାନ୍ତ ଅଞ୍ଚଳ ଘୋଷଣା।
ବିହାରରେ ତୃତୀୟ ଲଜ୍ଜାଜନକ ଘଟଣା: ପର୍ଯ୍ୟଟନ ସ୍ଥଳୀରେ ମହିଳାଙ୍କୁ ଚପଲରେ ଆକ୍ରମଣ କଲେ ୬ ପୁରୁଷ।
ଘରର ଦାୟିତ୍ବ କେବଳ ମହିଳାଙ୍କର ନୁହେଁ, ପୁରୁଷଙ୍କର ମଧ୍ୟ ସମାନ ଦାୟିତ୍ବ ରହିଛି: ମାଡ୍ରାସ ହାଇକୋର୍ଟ।
ନିର୍ମଳା କହିଲେ, ୟୁପିଆଇ ଶୁଳ୍କ ସରକାରଙ୍କ ଖାତାକୁ ଆସିବନି। ବ୍ୟାଙ୍କ ଓ ପ୍ରାଇଭେଟ ସଂସ୍ଥା ବାଣ୍ଟିକରି ନେବେ।
ଜାତିସଂଘରେ ପେଜର ଦେଖାଇ ହେଜବୁଲ୍ଲାକୁ ନେତାନ୍ୟାହୁ ବାର୍ତ୍ତା ଦେଲେ।
⚽🚴🏼♀️🏆
ଏସୀୟ କ୍ରୀଡ଼ାରେ ଭାରତର ମନୁଷ-ଦିୟାଙ୍କୁ ଟେବୁଲ ଟେନିସ୍ରେ କାଂସ୍ୟ।
ଭାରତର ଉଭୟ ପୁରୁଷ ଓ ମହିଳା କବାଡ଼ି ଦଳ ଫାଇନାଲ୍ରେ ୨ ସ୍ବର୍ଣ୍ଣ ପଦକ ଜିିତିବାର ଆଶା କରିଛନ୍ତି।
ଅଷ୍ଟ୍ରେଲିଆ-ଏ ବିପକ୍ଷ ପ୍ରଥମ ଅନୌପଚାରିକ ଟେଷ୍ଟ୍କୁ ଭାରତୀୟ-ଏ ଦଳ ୧୬୨ ରନ୍ରେ ଜିତି ନେଇଛି।
*ଗତବର୍ଷ ଏଇ ସମୟରେ*
ସରକାର ୧୪ କୋଟି ଟଙ୍କାରେ ୭୫ ଜଣ ବରପୁତ୍ରଙ୍କ ପ୍ରତିମୂର୍ତ୍ତି କରିବେ ବୋଲି କହିଥିଲେ।
ଦଶହରା ପୂର୍ବରୁ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ହେବବୋଲି କହିଥିଲେ ସରକାର।
ବୃଦ୍ଧ ବାପା-ମାଙ୍କ ଦାୟିତ୍ବ ନ ନେଲେ ଧନ ସମ୍ପତ୍ତି ମିଳିବ ନାହିଁ ବୋଲି କହିଥିଲେ ସୁପ୍ରିମକୋର୍ଟ।
=================
ଆଜି ବିଶ୍ୱ ଗର୍ଭ ନିରୋଧ ଦିବସ
ବିଶ୍ୱ ପରିବେଶ ସ୍ୱାସ୍ଥ୍ୟ ଦିବସ
ଆଜି ଜନ୍ମଦିନ: ଟିଏସ ଏଲିଅଟ, ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର, ମନମୋହନ ସିଂ, ଦେବ ଆନନ୍ଦ, ଚଙ୍କି ପାଣ୍ଡେ, ସେରେନା ଉଇଲିଅମସ
ଆଜି ତିରୋଧାନ: ଲର୍ଡ଼ ୱେଲେସଲି, ଲକ୍ଷ୍ମଣ କିର୍ଲୋସ୍କର, ହେମନ୍ତ କୁମାର
*ଖବର ଆଜିର, ୨୫ ସେପ୍ଟେମ୍ବର, ଶୁକ୍ରବାର*
================
ଆଜି ବି ପ୍ରବଳ ବର୍ଷା। ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ ଜିଲ୍ଲାକୁ ରେଡ୍ ଆଲର୍ଟ, ନୂଆପଡ଼ା, ବଲାଙ୍ଗୀର, ରାୟଗଡ଼ା, ମାଲକାନଗିରି, କନ୍ଧମାଳ, ଗଜପତି, ଗଞ୍ଜାମ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି।
ବିଧାନସଭାର ମୌସୁମି ଅଧିବେଶନର ତୃତୀୟ ଦିନରେ ବି ଗୃହ ଅଚଳ ହୋଇଛି।
ରାଜ୍ୟରେ ୨୨ ହଜାର ଏକରରୁ ଅଧିକ ସରକାରୀ ଜମି ଜବରଦଖଲରେ, କହିଲେ ରାଜସ୍ଵ ମନ୍ତ୍ରୀ।
ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ, ୨୦୨୫ ତୁଳନାରେ ୨୬ରେ ହ୍ରାସ ପାଇଛି ସଂଖ୍ୟା।
ଆଦାନୀ ପାୱାରକୁ ବିଭିନ୍ନ ସ୍ଥାନରେ ପରମାଣୁ ଶକ୍ତି ଉତ୍ପାଦନ ପ୍ରକଳ୍ପ ପାଇଁ ଓଡିଶା ସରକାର ମଞ୍ଜୁରି ଦେଲେ।
ଉପସ୍ଥାପିତ ହେଲା ଓଡ଼ିଶା ଜନବିଶ୍ବାସ ବିଲ୍। ରାଜ୍ୟରେ ନିବେଶକାରୀଙ୍କ ମନରୁ କାରାଦଣ୍ଡ, ଜରିମାନା, ଲାଇସେନ୍ସ ନେବାର ଭୟ ଦୂର ହେବ।
ନଡ଼ିଆ ବିକାଶ ବୋର୍ଡ ପକ୍ଷରୁ ଚାରା ରୋପଣ ସହାୟତା ପାଇଁ ଚାଷୀ ଓ ଅନୁଷ୍ଠାନଙ୍କ ଠାରୁ ଆବେଦନ ଆହ୍ବାନ କରାଯାଇଛି।
ପୁଲିସ ମହାନିର୍ଦେଶକ ମନୋନୟନ ମାମଲାରେ ଓଡ଼ିଶା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ, ‘ସିବିଆଇ ଏତଲା ବିଷୟରେ ଜାଣିଥିଲ କି ନାହିଁ’
ବାଚସ୍ପତି ସୁରମା ପାଢ଼ୀ ଅସୁସ୍ଥ ହୋଇ ଏମ୍ସରେ ଚିକିତ୍ସିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଓ ଅନେକ ଶୁଭେଚ୍ଛୁ ତାଙ୍କୁ ସାକ୍ଷାତ୍ କରିଛନ୍ତି।
କଟକ ଦଶହରା ଭସାଣିର ହେବ ସିଧା ପ୍ରସାରଣ, ଦୁର୍ଗାପୂଜା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି।
ହୀରାକୁଦ ନଦୀବନ୍ଧର ଜଳଧାରଣ କ୍ଷମତା ୧.୮୨ ମିଲିୟନ ଏକର ଫୁଟ ହ୍ରାସ ପାଇଛି।
ପ୍ରବଳ ବର୍ଷାରେ ଫୁଲବାଣୀ କଳିଙ୍ଗା ଘାଟିରେ ଭୂସ୍ଖଳନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଯାତାୟାତ ବନ୍ଦ।
ଗଂଜାମ ଚିକିଟି ବାହୁଦାରେ ବନ୍ୟା ଆଶଙ୍କା, ବାଘଲଟି ଜଳଭଣ୍ଡାରର ୨ ଗେଟ୍ ଖୋଲିଲା।
କୋରାପୁଟ ଅଞ୍ଚଳର ଦୁଇଟି ପ୍ରମୁଖ ରେଳପଥ, କୋରାପୁଟ-ରାୟଗଡ଼ା ଏବଂ କୋରାପୁଟ- କିରଣ୍ଡୁଲ୍ ରେଳ ଲାଇନ୍ରେ ବଡ଼ ଭୂସ୍କଳନ ହୋଇଛି।
ଚୌଦ୍ବାର ଜେଲ୍ ବିବାଦ: ରଫାଦଫା ପାଇଁ ଦେଇଥିବା ଆଫିଡେଭିଟ୍ ଓ ଜେଲ୍ ଅଧୀକ୍ଷକ ସୁଜିତ ରାଉଳଙ୍କ ହ୍ବାଟ୍ସଆପ ମେସେଜ୍ ଜବତ।
ଭଦ୍ରକବାସୀଙ୍କ ସ୍ବପ୍ନ ମଉଳି ଯାଉଛି। ଧାମରା ବନ୍ଦରକୁ ନୂଆ ରାଜପଥ ସଂଯୋଗ ହେବ ନାହିଁ।
ବାଲି ମାଫିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ। ଖୋର୍ଦ୍ଧାରୁ ସର୍ବାଧିକ ୧୧ କୋଟିରୁ ଅଧିକ ଜରିମାନା ଆଦାୟ।
ଅନୁଗୁଳ ଜିଲ୍ଲା ତାଳଚେର ଦାଶନାଳୀ ବାଲିଖଣିରୁ ବିନା ଟ୍ରାନ୍ଜିଟ୍ ପାସରେ ବାଲି ଚାଲାଣ। ପ୍ରଶାସନ ଶୋଇଛି।
ସମ୍ବଲପୁରରେ ନକଲି ସିମ୍ କାର୍ଡ ପ୍ରସ୍ତୁତ କରି ବିକ୍ରି କରୁଥିବା ଅଭିଯୋଗରେ ୩ ଜଣ ଗିରଫ।
ଯାଜପୁର ରୋଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା ୨ ଜଣଙ୍କ ଜୀବନ।
କଟକ ଆଠଗଡ ଜେଲରୁ କଏଦୀ ଫେରାର, ଡବଲ୍ ମର୍ଡର ମାମଲାରେ ସଜା କାଟୁଥିଲା।
ମୟୂରଭଂଜ ଜିଲ୍ଳା ବେତନଟୀରେ ନଡ଼ପୁର ଡାକ୍ତରଖାନାରେ ଖୋଲା ପାଇଖାନା ଟାଙ୍କି, ୬ ବର୍ଷ ଶିଶୁର ଜୀବନ ଗଲା।
ସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସ୍ ନେଇ ବଢୁଛି ଚିନ୍ତା, ୧୦୧୨ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା।
🇳🇪
ପ୍ରକାଶ ପାଇଲା ନିଟ୍ ପିଜି ୨୦୨୬ ପ୍ରବେଶିକା ପରୀକ୍ଷା ଫଳ।
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶଙ୍କ ବିରୁଦ୍ଧରେ ବିରୋଧୀ ମହାଭିଯୋଗ ପ୍ରସ୍ତାବ ଆଣିବେ। ‘ଭୋଟ ଚୋରି ଯୋଗୁଁ ସମ୍ବିଧାନ ଓ ଗଣତନ୍ତ୍ର ବିପନ୍ନ’
ବୈବାହିକ ବିବାଦରେ ପୋକ୍ସୋ ମାମଲା, ଅଭିଯୁକ୍ତ ଅଭିଭାବକଙ୍କୁ ତୁରନ୍ତ ଗିରଫ ନ କରିବାକୁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ।
ଷ୍ଟକ ବଜାରରେ ଅସ୍ଥିରତା, ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୧୨୪୭.୭୧ ପଏଣ୍ଟ ହ୍ରାସ ପାଇ ୭୩,୫୮୦.୫୪ ରେ ବନ୍ଦ ହେଲା।
ହର୍ମୁଜରେ ଆମେରିକାର ଲେଜର ଅସ୍ତ୍ର, ଏକ୍ସବକ୍ସ କଣ୍ଟ୍ରୋଲର ଦ୍ବାରା ନିୟନ୍ତ୍ରଣ।
ହରିୟାଣା ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ଦୁଇ ପୁଲିସ କର୍ମଚାରୀ ଓ ଦୁଇ ସିଆରପିଏଫ୍ ଯବାନ ଗିରଫ।
ହିନ୍ଦ ମହାସାଗରକୁ ବ୍ୟାପିପାରେ ମଧ୍ୟପ୍ରାଚ୍ୟ ଯୁଦ୍ଧ, ଇରାନର ଚେତାବନୀ ପରେ ଭାରତର ସୁରକ୍ଷା ଓ ବାଣିଜ୍ୟକୁ ନେଇ ଚିନ୍ତା।
ଆଫଗାନ୍ ସୀମାରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୧୦ଟି ଆଡ୍ଡା ଧ୍ୱଂସ।
ସୌରଜଗତ ବାହାର ଗ୍ରହରୁ ପ୍ରଥମଥର ରେଡିଓ ସଙ୍କେତ ଠାବ ହେଲା।
🏏🚴🏾♂️⚽
ଏସୀୟ କ୍ରୀଡ଼ା ମହିଳା ସ୍କ୍ବାସ୍ ସିଙ୍ଗଲସ କ୍ବାର୍ଟରଫାଇନାଲ୍ରେ ଦୁଇ ଭାରତୀୟ ଅନାହାତ ସିଂହ ଓ ତନ୍ବୀ ଖାନ୍ ମୁହାଁମୁହିଁ ହେବେ।
ଭାରତୀୟ ପୁରୁଷ କବାଡ଼ି ଦଳ ଏସୀୟ କ୍ରୀଡ଼ାରେ ଗ୍ରୁପ୍-ଏ’ର ଶୀର୍ଷ ସ୍ଥାନ ଦଖଲ କରିଛି।
ପୁରୁଷ ହକିରେ ହ୍ୟାଟ୍ରିକ୍ ବିଜୟ ସହ ଭାରତ ସେମିଫାଇନାଲ୍ ନିକଟତର ହେଲା।
*ଗତବର୍ଷ ଏଇ ସମୟରେ*
ସରକାରୀ କର୍ମଚାରୀଙ୍କୁ ପୂଜା ପାଇଁ ଆଗୁଆ ଦରମା ଦେଇଥିଲେ ସରକାର।
ପାଞ୍ଚ ମାସରେ ହୋଇଥିଲେ ୩୩ ଛାତ୍ରୀ ଗର୍ଭବତୀ, ୨୬ ନାବାଳିକା ମାଆ, ୬୧ ନାବାଳିକା ଓ ୪୦ ମହିଳା ଚାଲାଣ, ୩୧ ନାବାଳିକା ବିବାହ, ୧୦ ମହିଳାଙ୍କ ଦେହରେ ନିଆଁ, ୩୮୬୧ ଯୌନ ଶୋଷଣ, ୮୪୭ ଦୁଷ୍କର୍ମ, ୩୭ ଗଣଦୁଷ୍କର୍ମ।
ଆଇଟିଡିଏ ର ଆଦିବାସୀ କଲ୍ୟାଣ ଯୋଜନାରେ ୧୪୮.୭୫ କୋଟି ଟଙ୍କା ସରକାରୀ ଇଞ୍ଜିନିୟର ମାନେ ନିଜ ଖାତାକୁ ନେଇ ଖାଇ ଦେଇଥିଲେ।
================
ଆଜି ବିଶ୍ୱ ଫାର୍ମାସିଷ୍ଟ ଦିବସ
ଆଜି ଅନ୍ତଦୋୟ ଦିବସ
ଆଜି ଜନ୍ମଦିନ: ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ, ସତୀଶ ଧାବନ, ଚୌଧୁରୀ ଦେବୀ ଲାଲ, ବିଶନ ସିଂ ବେଦୀ, ଫିରୋଜ ଖାନ, ଦିବ୍ୟା ଦତ୍ତ, ବ୍ରଜ କିଶୋର ତ୍ରିପାଠୀ (ନେତା, ପୁରୀ), ଜଗନ୍ନାଥ ସରକାର (ସ୍ୱାଧୀନତା ସଂଗ୍ରାମୀ, ପୁରୀ)
ଆଜି ତିରୋଧାନ: ଡଃ ରୁକମାବାଇ ରାଉତ (ଦେଶର ପ୍ରଥମ ମହିଳା ଡାକ୍ତର), ଏସପି ବାଲସୁବ୍ରମନ୍ୟମ (ଗାୟକ)
ଇତିହାସରେ ଆଜି: (୧୨୩୭) ଇଂଲଣ୍ଡ ଓ ସ୍କଟଲାଣ୍ଡ ସୀମା ଚୁକ୍ତି/ (୧୫୨୪) ଭାସ୍କୋ ଡା ଗାମା ଙ୍କ ଶେଷଥର ଭାରତ ଆଗମନ/ (୨୦୦୬) ପାକିସ୍ତାନ ସେନାରେ ଯୋଗଦେଲା ପ୍ରଥମ ହିନ୍ଦୁ ସୈନିକ/ (୨୦୦୯) ଦେଶରେ ୫୦୦୦ କୋଟି ଟଙ୍କାର ହାୱାଲା ରାକେଟ ଧରାହେଲା
================
*ବନ୍ଦେ ଉତ୍କଳ ଜନନୀ* 🪻🌻🪻
(୧୯୪୮) ହୋଣ୍ଡା ମୋଟର କମ୍ପାନୀ ପ୍ରତିଷ୍ଠା କଲେ ସୋଇଚିରୋ ହୋଣ୍ଡା/ (୨୦୧୫) ସାଉଦୀ ଧର୍ମସ୍ଥଳରେ ଦଳାଚକଟାରେ ୨,୫୦୦ ମୃତ
=================
*ବନ୍ଦେ ଉତ୍କଳ ଜନନୀ* 🪻🌻🪻
*ଖବର ଆଜିର, ୨୪ ସେପ୍ଟେମ୍ବର, ଗୁରୁବାର*
=================
କଳିଙ୍ଗପଟ୍ଟନମ୍ ଦେଇ ଅବପାତ ପଶିଲା, ପବନର ବେଗ ୬୫ କିମି ଛୁଇଁଲା।
ଉପକୂଳ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।
ସେପ୍ଟେମ୍ବର ୨୭ ରବିବାର ସମସ୍ତ ସରକାରୀ କ୍ଷେତ୍ରୀୟ ବ୍ୟାଙ୍କ ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ସ୍ୱାଭାବିକ ଭାବରେ କାର୍ଯ୍ୟ କରିବେ।
ସେପ୍ଟେମ୍ବର ୩୦ ସୁଦ୍ଧା ପ୍ରକାଶ ପାଇବ ନିଟ୍ ମେଡିକାଲ ପିଜି ପରୀକ୍ଷା ଫଳ।
ବିଧାନସଭାରେ ସରକାର ମାନିଲେ, ରାଜ୍ୟରେ ଦରଦାମ ବଢ଼ିଛି।
ପୁରୀ ଶ୍ରୀନଅରରେ ପାଳିତ ହୋଇଛି ସୁନିଆ ଉତ୍ସବ, ଆରମ୍ଭ ହେଲା ଗଜପତି ଶାସନର ୭୧ ଅଙ୍କ।
ରାଜ୍ୟରେ ଚାରିଟି ଡାଟା ସେଣ୍ଟର ସ୍ଥାପନ ହେବ, ମୋଟ୍ ୧,୪୨,୯୪୧ କୋଟି ଟଙ୍କା ନିବେଶ ହେବ।
୧୫ଟି ଜିଲ୍ଲାରେ ୨.୪୭ ଲକ୍ଷ କୋଟି ଟଙ୍କା ନିବେଶରେ ୨୭ଟି ପ୍ରକଳ୍ପକୁ ସରକାର ଅନୁମୋଦନ କଲେ। ୫୦,୧୬୨ ନିଯୁକ୍ତି ସୃଷ୍ଟି ହେବ ବୋଲି ଦାବୀ।
ଧାନଚାଷ ଠାରୁ ମୁହଁ ଫେରାଉଛନ୍ତି ଚାଷୀ, ଚଳିତବର୍ଷ ଖରିଫ ଧାନଚାଷ କମିଛି ୩.୨୪ଲକ୍ଷ ହେକ୍ଟର।
ପୁରୀ ଶ୍ରୀମନ୍ଦିର ନୀଳଚକ୍ରର ଅକ୍ଷୟଦଣ୍ଡର ପତିତପାବନ ବାନା ଉପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଚିଲ ବସିଲା।
ପୁରୀ ସ୍ୱର୍ଗଦ୍ୱାରରେ କାଠ ସଙ୍କଟ, ଶବଦାହ ପାଇଁ ୭ ଘଣ୍ଟା ଅପେକ୍ଷା।
ବିଭିନ୍ନ ନିର୍ମାଣ କାର୍ଯ୍ୟର ଟେଣ୍ଡର ଧାର୍ଯ୍ୟ ମୂଲ୍ୟ ଠାରୁ ଲେସ୍ ବିଡିଂ ସମସ୍ୟା। ଲେସ୍ ପରିମାଣ ଅସୀମିତ ଯୋଗୁଁ କାମର ମାନ ହେଉଛି ଖରାପ।
ରାଜ୍ୟ ଆୟୁଷରେ ପ୍ରଶାସନିକ ସ୍ଥାଣୁତା। ହୋମିଓପ୍ୟାଥିକ କଲେଜରେ ଶିକ୍ଷକ ମରୁଡ଼ି, ଆୟୁର୍ବେଦରେ ବହୁ ଉଚ୍ଚପଦସ୍ଥ ପଦବି ଖାଲି।
ପଞ୍ଚାୟତ ନିର୍ବାଚନରେ ୨୭% ଓବିସି/ଏସଇବିସି ସଂରକ୍ଷଣ ନେଇ ବିଧାନସଭାରେ ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ।
ଓଡ଼ିଶା-ଛତିଶଗଡ଼ ସୀମାନ୍ତ ବିଜାପୁର ଜଙ୍ଗଲରୁ ଏକାଧିକ ମାଓ ଡମ୍ପ ଠାବ, ବିପୁଳ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ।
ନକଲି ଶହେ, ଦୁଇଶହ ଓ ପାଞ୍ଚଶହ ଟଙ୍କିଆ ନୋଟ ଆସୁଛି ପଶ୍ଚିମବଙ୍ଗରୁ। ପୂଜା ବଜାରରେ ପଶିବାକୁ ପ୍ରସ୍ତୁତ।
ଆନ୍ଧ୍ରପ୍ରଦେଶ ଟେକାଲିର ବର୍ମାକଲୋନୀ ନିକଟରେ ରାଜ୍ୟରାଣୀ ଏକ୍ସପ୍ରେସ୍ ଧକ୍କାରେ ୪ ଛାତ୍ରଙ୍କ ମୃତ୍ୟୁ।
ବାଲେଶ୍ୱର ଜିଲ୍ଲା ବସ୍ତା, ଶ୍ରୀରାମପୁର ଷ୍ଟେଟ୍ ବ୍ୟାଙ୍କ ଶାଖାରେ ବିଳମ୍ବିତ ରାତିରେ ଲୁଟ୍ ଉଦ୍ୟମ ହୋଇଛି।
ଗଂଜାମ ପାତ୍ରପୁରରେ ପାହାଡ଼ରୁ ବିରାଟ ପଥର ଖସି ୪୦ ଗ୍ରାମର ଯାତାୟାତ ଠପ୍, ଆଶ୍ରୟକେନ୍ଦ୍ରରେ ୧୭୨ ଜଣ।
ପୁରୀରେ ମହୀଶୂରରୁ ଆସିଥିବା ଗର୍ଭବତୀ ମହିଳାଙ୍କୁ ମାଡ଼ମାରି କଲେ ଲହୁଲୁହାଣ କଲେ ରେଷ୍ଟୁରାଣ୍ଟ ମାଲିକ।
କେନ୍ଦ୍ରାପଡା ମହାକାଳପଡ଼ାରେ ଗୁହାଳରେ ପଶିଲା ୧୫ ଫୁଟର ବଉଳା କୁମ୍ଭୀର, ଭୟରେ ଗ୍ରାମବାସୀ।
ଗଂଜାମ ଖଲ୍ଲିକୋଟର ଦାଦନ ଶ୍ରମିକଙ୍କ ମୃତଦେହ ଦୁବାଇରୁ ୫୦ ଦିନ ପରେ ଫେରିଲା।
🇹🇯
ଅକ୍ଟୋବର ୨ରେ ‘ବାଲ୍ୟବିବାହମୁକ୍ତ ଗାଁ’ ସଂକଳ୍ପ ନେବେ ସବୁ ଗ୍ରାମ ପଞ୍ଚାୟତ।
ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ଟେକ୍କାଲି ନିକଟରେ ରେଳଧାରଣା ପାର ହେଲାବେଳେ ଟ୍ରେନ୍ ଧକ୍କାରେ ୪ ଯୁବକ ମୃତ।
ଦିଲ୍ଲୀରେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ।
ନୂଆ ଭୋଟରଙ୍କ ପଞ୍ଜୀକରଣ ପାଇଁ ଫର୍ମ-୬ରେ ହୋଇଥିବା ପରିବର୍ତ୍ତନକୁ 'ଭୁଲ୍ ଓ ବେଆଇନ’ ବୋଲି କହିଲେ ପୂର୍ବ ନିର୍ବାଚନ କମିଶନର।
ନିର୍ବାଚନ କମିଶନଙ୍କ ଆଭ୍ୟନ୍ତରୀଣ ମତଭେଦ ଓ ଭୋଟର ତାଲିକା ସ୍ବତନ୍ତ୍ର ସଂଶୋଧନ ନେଇ କେନ୍ଦ୍ର ସରକାର ଓ ନିର୍ବାଚନ ଆୟୋଗକୁ କଡ଼ା ସମାଲୋଚନା ହୋଇଛି।
ହର୍ମୁଜ୍ ପ୍ରଣାଳୀ ନିକଟରେ ଓମାନ ଜାହାଜ ଉପରେ ଆକ୍ରମଣ, ଭାରତୀୟ ନାବିକଙ୍କ ମୃତ୍ୟୁ।
ୟୁଏଇର ଶାରଜାରେ କର୍ଣ୍ଣାଟକର ଭାରତୀୟଙ୍କୁ ହତ୍ୟା, ୨ ମାସ ପରେ ତାଙ୍କ ପଚାଶଢ଼ା ମୃତଦେହ ଏକ କାର୍ରୁ ମିଳିଛି।
ଗ୍ରିନଲ୍ୟାଣ୍ଡରେ ନିର୍ମାଣ ହେବ ଆମେରିକାର ସାମରିକ ଘାଟି: ପ୍ରତିରକ୍ଷା ଚୁକ୍ତିନାମାରେ ସ୍ୱାକ୍ଷର।
⚽🚴🏼♀️🏆
ତୃତୀୟ ୧୯ ବର୍ଷରୁ କମ୍ ଅନୌପଚାରିକ ଦିନିକିଆରେ ଅଷ୍ଟ୍ରେଲିଆକୁ ୬ ଓ୍ବିକେଟ୍ରେ ପରାସ୍ତ କରିଛି ଭାରତୀୟ ଯୁବ ଦଳ।
ତୃତୀୟ ଏସୀୟ କ୍ରୀଡ଼ା ପଦକ ପକ୍କା କରି ହ୍ୟାଟ୍ରିକ୍ କରିଥିବା ଭାରତୀୟ ଉଷୁ ଖେଳାଳି ନାଓରେମ ରୋଶିବିନା ଦେବୀ ଏବେ ସ୍ବର୍ଣ୍ଣ ଦୌଡ଼ରେ ସାମିଲ।
ଭାରତୀୟ ଭାରୋତ୍ତୋଳିକା ମୀରାବାଇ ଚାନୁ ଏସୀୟ କ୍ରୀଡ଼ା ମହିଳାରେ ରୌପ୍ୟ ପଦକ ଜିତିଲେ।
ଭାରତ ମହିଳା ହକି ନିଜର ତୃତୀୟ ମ୍ୟାଚ୍ରେ ଥାଇଲାଣ୍ଡକୁ ୨୦-୧ରେ ହରାଇ ଦେଇଛି।
*ଗତବର୍ଷ ଏଇ ସମୟରେ*
ପୁରୀ ଶ୍ରୀମନ୍ଦିରରେ ଭିତର ରତ୍ନଭଣ୍ଡାରକୁ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ୪ଘଣ୍ଟାରେ ସ୍ଥାନାନ୍ତର ହୋଇଥିଲା।
ଜିଏସଟି ୨.୦ ଲାଗୁ ହେବା ସତ୍ତ୍ୱେ ନୁଡୁଲ୍ସ, ପାସ୍ତା ଏବଂ କ୍ୟାଣ୍ଡି ଭଳି ଜିନିଷ ଶସ୍ତା ହୋଇ ନଥିଲା।
ଓଡ଼ିଆରେ ନାମଫଳକ ଲେଖି ନଥିବା ୧୦୦ ବ୍ୟାବସାୟିକ ପ୍ରତିଷ୍ଠାନ ବିରୋଧରେ ମାମଲା ରୁଜୁ ହୋଇଛି ବୋଲି କହିଥିଲେ ଶ୍ରମ ମନ୍ତ୍ରୀ।
ମୟୁରଭଞ୍ଜର ରାଇରଙ୍ଗପୁରେ ନୂତନ ଆୟୁର୍ବେଦିକ କଲେଜ ପ୍ରତିଷ୍ଠା ହେବବୋଲି କହିଥିଲେ ସରକାର।
ପ୍ରଶ୍ନପତ୍ର ଲିକ ରୋକିବାକୁ ନିଯୁକ୍ତି ପରୀକ୍ଷାର ପ୍ରଶ୍ନପତ୍ର ପାଇଁ ପ୍ରିଣ୍ଟିଂ ପ୍ରେସ୍ ୟୁନିଟ୍ ସ୍ଥାପନ କରିବେ, କହିଥିଲେ ସରକାର।
================
ଆଜି ବିଶ୍ୱ କର୍କଟ ଗବେଷଣା ଦିବସ
ଆଜି ବଲିଉଡ ଦିବସ
ଆଜି ବିଶ୍ୱ ଗରିଲା ଦିବସ
ବିଶ୍ୱ ବଧିର ଦିବସ
ଆଜି ଜନ୍ମଦିନ: ଭିକାଜି କାମା, ଚିଦାନନ୍ଦ ସରସ୍ୱତୀ, ମହିନ୍ଦର ଅମରନାଥ, ଆରତୀ ସାହା (ସନ୍ତରଣ), ଅନିତା ରାଉ ବାଦାମି (କାନାଡିଆନ ଲେଖିକା, ରାଉରକେଲା)
ଆଜି ତିରୋଧାନ: ନାନା ସାହେବ, ପଦ୍ମିନୀ (ଅଭିନେତ୍ରୀ)
ଇତିହାସରେ ଆଜି: (୧୯୩୨) ଦଳିତ ଆରକ୍ଷଣ ପାଇଁ ଆମ୍ବେଦକର ଓ ଗାନ୍ଧୀଙ୍କ ଚୁକ୍ତି ସ୍ବାକ୍ଷରିତ/ (୨୦୦୨) ଗୁଜୁରାଟ ଅକ୍ଷରଧାମ ମନ୍ଦିରରେ ଆତଙ୍କୀ ଆକ୍ରମଣ/ (୨୦୦୮) କପିଳ ଦେବଙ୍କୁ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀ/ (୨୦୦୯) ଚନ୍ଦ୍ରାୟଣ-୧ ଦ୍ୱାରା ଚନ୍ଦ୍ରରେ ଜଳ ଆବିଷ୍କାର/ (୨୦୧୪) ଭାରତର ସାଟେଲାଇଟ ଚନ୍ଦ୍ର କକ୍ଷରେ ପ୍ରବେଶ କଲା/ (୧୮୬୯) ଆମେରିକାରେ ଆର୍ଥିକ ସଙ୍କଟ ପାଇଁ 'ବ୍ଲାକ ଫ୍ରାଇଡେ' ହେଲା/
*ଖବର ଆଜିର, ୨୩ ସେପ୍ଟେମ୍ବର, ବୁଧବାର*
=================
ଆଜି ରାତିରେ ଉପକୂଳ ଛୁଇଁବ ଅବପାତ, ଦକ୍ଷିଣ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ଅତି ପ୍ରବଳ ବର୍ଷା ହେବ।
ପାଠ୍ୟପୁସ୍ତକ ତ୍ରୁଟି ଓ ଏମ୍ଏମ୍ଡିଆର୍ ପ୍ରସଙ୍ଗରେ ବିଧାନସଭା କମ୍ପିଲା, ଗୃହ ଅଚଳ।
ଅକ୍ଟୋବର ୨୭ରେ ରାଇରଙ୍ଗପୁର ଗସ୍ତରେ ଆସି ମେଗା ଚକ୍ଷୁ ଚିକିତ୍ସା ଶିବିରରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗରେ ଦିନରାତି ଧାରଣାରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ।
ନିଖିଳ ଓଡ଼ିଶା ୬୬୨ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ପକ୍ଷରୁ ଲୋୟର ପିଏମ୍ଜି ଛକରେ ଆନ୍ଦୋଳନ।
କେବିକେ କାର୍ଯ୍ୟାଳୟ ସ୍ଥାଣୁ, କେନ୍ଦ୍ରୀୟ ଅନୁଦାନ ବନ୍ଦ, ୬୨୫୦ କୋଟିର ଯୋଜନା ଏବେ ୨୫୦ କୋଟିରେ ସୀମିତ।
ସମୟରେ ସଂପତ୍ତି ବିବରଣୀ ପୋର୍ଟାଲରେ ଦାଖଲ କରି ନଥିବା ଶିକ୍ଷକଙ୍କୁ କଟକ ହାଇକୋର୍ଟରୁ ଆଶ୍ବସ୍ତି।
କନ୍ଧମାଳରେ ସାଲେମ୍ କିସମ ହଳଦୀ ଚାଷର ପ୍ରସାର ପାଇଁ ଜିଲ୍ଲା ପ୍ରଶାସନ ଓ ଏମ୍ସିଏଲ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର।
ବୌଦ୍ଧ ଜିଲ୍ଲାର ପୁରୁଣାକଟକରୁ ଚାରିଛକ ରେଳ ଚଳାଚଳ ପାଇଁ ଟନେଲ ଓ ଭାୟାଡକ୍ଟ ଦେଇ ପରୀକ୍ଷାମୂଳକ ଇଞ୍ଜିନ ଚଳାଚଳ ହେଲା।
କେନ୍ଦୁଝରରେ ବଢ଼ୁଛି ମ୍ୟାଲେରିଆ, ଆଠମାସରେ ୨୨୨୫ ପଜିଟିଭ୍, ୩ ମୃତ।
ଫେରାର ସୁଜିତ ରାଉଳ ପାଇଁ ଜେଲ୍ ବିଭାଗରେ ସବୁ ନିୟମକୁ ଜଳାଞ୍ଜଳି, ପୁଲିସକୁ ନ ଜଣାଇ ଜେଲ୍ରୁ ହସ୍ପିଟାଲ ସ୍ଥାନାନ୍ତର।
ନବରଙ୍ଗପୁର ଇନ୍ଦ୍ରାବତୀ ନିକଟରେ ପରମାଣୁ ରିଆକ୍ଟର କେନ୍ଦ୍ର ପ୍ରସ୍ତାବ, ଆଶଙ୍କାରେ ଅଧିବାସୀ।
ଫୁଲବାଣୀ କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ ଭୟ, ଦୁଇ ଦିନ ଯାତାୟତ ବନ୍ଦ ନିର୍ଦ୍ଦେଶ।
ଗଂଜାମ ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଫସିଲେ କାକିନାଡାର ୨୭ରୁ ଊର୍ଦ୍ଧ୍ୱ ଟ୍ରଲର, ସହଯୋଗର ହାତ ବଢ଼ାଇଲା ପ୍ରଶାସନ।
କେନ୍ଦ୍ରାପଡା ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଘରକୁ ପଳାଇଲେ ୧୪୫ ପିଲା, ଧୂମାତ ସେବାଶ୍ରମ ଖାଲି।
ଯାଜପୁର କାଳିଆପାଣିରେ ପିଏମ୍ ସୂର୍ଯ୍ୟଘର ମାଗଣା ବିଦ୍ୟୁତ୍ ଯୋଜନାରେ ୧୫୦ ରୁ ଅଧିକ ହିତାଧିକାରୀ ଚାଷୀ ପରିବାର ଫସିଗଲେ।
ଜଗତସିଂହପୁର କୋର୍ଟ ଛକରେ ୪ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ, ଜଣେ ଗିରଫ।
ଜୟପୁର ହାଡ଼ିଆ ପଞ୍ଚାୟତରେ ବେଆଇନ ମଦ ବିକ୍ରି ଅଭିଯୋଗ, ଶତାଧିକ ଲୋକଙ୍କ ଥାନା ଘେରାଉ।
ଭୁବନେଶ୍ୱର ପଟିଆ ଷ୍ଟେସନ ନିକଟରୁ ଦନ୍ତ ଚିକିତ୍ସକଙ୍କ ମୃତଦେହ ଉଦ୍ଧାର।
ସୁନ୍ଦରଗଡ କୋଇଡା କମଣ୍ଡ ଷ୍ଟିଲ୍ ପ୍ଲାଣ୍ଟ୍ ଦୁର୍ଘଟଣାର ସମସ୍ତ ଆହତ ଶ୍ରମିକ କାର୍ଯ୍ୟକ୍ଷେତ୍ରକୁ ଫେରିଲେ।
ମୟୁରଭଞ୍ଜରେ ଦୁଃଖ ଜଣାଇବାକୁ ୯ କିମି ଚାଲିଲେ ହଷ୍ଟେଲ୍ ଅନ୍ତେବାସୀ ଛାତ୍ରୀଗଣ। ବାଟରେ ଅଟକାଇଲେ ପୁଲିସ ଓ ଅଧିକାରୀ।
🇳🇪
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ‘ଲହରୀ’କୁ ମିଳିଲା ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର।
ପଶ୍ଚିମବଙ୍ଗରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ୯୩୩ ସରକାରୀ ସ୍କୁଲ ବନ୍ଦ ହେଲା।
୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ୩ ଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରାରୁ ବ୍ୟାଙ୍କ ୟୁନିୟନ୍ ଓହରିବ ନାହିଁ।
ରାଜ୍ୟସଭା ନିର୍ବାଚନ: ଅକ୍ଟୋବର ୧୬ରେ ୟୁପି, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗର ୧୨ ଆସନରେ ହେବ ଭୋଟ।
ଆମେରିକାରେ ୯୦ ଫୁଟ ଉଚ୍ଚ ହନୁମାନଙ୍କ ମୂର୍ତ୍ତିକୁ ନେଇ ବିବାଦ। ଆମେ ଜିତିଲେ ଭାଙ୍ଗିବୁ ବୋଲି କହିଲେ ୟୁଟ୍ୟୁବର।
ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ଆସନ ପାଇଁ ଭାରତକୁ ୪ ୟୁରୋପୀୟ ଦେଶର ସମର୍ଥନ।
ରୁଷ୍ରୁ ତେଲ କିଣିବାକୁ ଭାରତକୁ ମନା କରୁଥିବା ଆମେରିକା ବେଲାରୁଷ୍ରୁ ସାର କିଣିବ।
🏏🚴🏾♂️⚽
ଏସୀୟ କ୍ରୀଡ଼ା ହକିରେ ଭାରତ ୧୬-୧ ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି।
ଆୟୋଜକ ଜାପାନ ସହ ଖେଳିଥିବା ଏକମାତ୍ର ଟି20 କ୍ରିକେଟ ମ୍ୟାଚ୍କୁ ମାତ୍ର ୨ ରନ୍ରେ ଜିତିଲା ଭାରତ।
ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ସାକ୍ଷୀ ଚୌଧୁରୀ ପ୍ୟାରିସ୍ ଅଲିମ୍ପିକ୍ସ କାଂସ୍ୟ ବିଜୟିନୀ ଆଇରା ଭିଲେଗାସ୍ଙ୍କୁ ହରାଇଲେ।
*ଗତବର୍ଷ ଏଇ ସମୟରେ*
ରାଜ୍ୟର ଋଣଭାର ୧.୩୪ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଥିଲା।
ପାରାଦୀପରେ କଙ୍କଡ଼ା ହାଚେରୀ ହେବ, ବର୍ଷକୁ ଦଶଲକ୍ଷ ବିହନ ହେବବୋଲି କହିଥିଲେ ସରକାର।
ରାଜସ୍ଥାନ ବିଶ୍ୱବିଦ୍ୟାଳୟରେ ଔରଙ୍ଗଜେବଙ୍କୁ ପ୍ରଶଂସା କରିଥିଲେ ଓଡ଼ିଆ କୁଳପତି ପ୍ରଫେସର ସୁନିତା ମିଶ୍ର। ପରେ କ୍ଷମା ମାଗିଲେ।
=================
ଆଜି ଅନ୍ତର୍ଜାତୀୟ ସାଙ୍କେତିକ ଭାଷା ଦିବସ
ଆଜି ଆୟୁର୍ବେଦ ଦିବସ
ଆଜି ଜନ୍ମଦିନ: ଅଗଷ୍ଟସ ସିଜର, ପ୍ରେମ ଚୋପ୍ରା, କୁମାର ଶାନୁ, ତନୁଜା, ପ୍ରଶାନ୍ତ ବୈଦ୍ୟ
ଇତିହାସରେ ଆଜି: (୧୯୨୯) ଭାରତରେ ବାଲ୍ୟବିବାହ (ଶାରଦା) ବିଲ ପାସ/ (୨୦୦୯) ଇସ୍ରୋ ଦ୍ୱାରା ଏକାସାଙ୍ଗେ ସାତଟି ସାଟେଲାଇଟ ପ୍ରେରଣ/ (୧୮୪୬) ନେପଚ୍ୟୁନ ଗ୍ରହ ଆବିଷ୍କାର ହେଲା/ (୧୮୦୩) ବ୍ରିଟିଶ ସହ ମରାଠାଙ୍କ ଯୁଦ୍ଧ, ଜିତିଲେ ବ୍ରିଟିଶ/ (୧୯୩୨) ସାଉଦୀ ଆରବ ସାମ୍ରାଜ୍ୟ ପ୍ରତିଷ୍ଠା ହେଲା
==================
*ବନ୍ଦେ ଉତ୍କଳ ଜନନୀ* 🪻🌻🪻
