fa
Feedback
Odia newspaper Samaja

Odia newspaper Samaja

رفتن به کانال در Telegram

📰 Breaking News | Fastest Updates 🌍 Daily News • Geopolitics • Facts 🚨 No Fake News — Only Real Updates 📩 DM for Collaboration Email - nexgenadigital24@gmail.com 🌎 Stay Updated Every Day 👇 Join The Community https://whatsapp.com/channel/0029VaUgRXG5

نمایش بیشتر
4 031
مشترکین
+324 ساعت
-27 روز
-2530 روز
آرشیو پست ها
*ଖବର ଆଜିର, ୧୦ ଜୁଲାଇ, ଶୁକ୍ରବାର* ====================== ଆସୁଛି ଲଘୁଚାପ, ୧୫ ତାରିଖ ଯାଏ ବର୍ଷା ହେବ। ୨୦୨୭ ରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ। ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍ ଖୋଲିଲା। ଏବେ ମୋଟ୍ ୧୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ଓଡିଶା ଗସ୍ତରେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ। ଓୟୁଏଟି ପରିସରରେ ଡିପ୍ ସି’ ଫିସିଂ ମିଶନ କାର୍ଯ୍ୟକ୍ରମରେ ଯୋଗଦେଲେ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଖାତାକୁ ଫେରିଲା ପୁରୀ ଜିଲ୍ଲା ସତ୍ୟବାଦୀ ତହସିଲର ୬୯୩ ଏକର ଜମି। ବିନା ତିଥିରେ ରଥଯାତ୍ରା ପାଳନ ପ୍ରସଙ୍ଗରେ ପୁରୀ ଗଜପତି ମହାରାଜଙ୍କ ଅନୁରୋଧକୁ ଇସ୍କନ ପ୍ରତ୍ୟାଖ୍ୟାନ କରିଛି। ପୁରୀ ଶ୍ରୀମନ୍ଦିର ପୁଣି ହେଲା ଖେଳଘର। ଉପରେ ଉଡିଲା ଡ୍ରୋନ୍, ମାଟିମଣ୍ଡପ ସାହିର ଯୁବକ ଅଟକ। ରାଜ୍ୟର ସରକାରୀ ହୋମିଓପାଥିକ ମେଡିକାଲ କଲେଜରେ ପ୍ରଫେସର, ଅଧ୍ୟାପକ ପଦରେ ଅବସରପ୍ରାପ୍ତ ବ୍ୟକ୍ତିଙ୍କୁ ବସାଇ, ଯୁବ ବର୍ଗଙ୍କୁ ବଞ୍ଚିତ କରାଯିବା ଘଟଣାକୁ ହାଇକୋର୍ଟ ଗୁରୁତ୍ବ ଦେଇଛନ୍ତି। ଭୁବନେଶ୍ୱରରେ ଡେଙ୍ଗୁ ସତର୍କତା। ଘରପାଖରେ ପାଣି ନ ଜମାଇବା ପାଇଁ ନିବେଦନ କଲେ କର୍ପୋରେଟର ପ୍ରୀତିନନ୍ଦା। କଳାହାଣ୍ଡିରେ ଆମ୍ବୁଲାନ୍ସ ଚକ ପଙ୍କଚର। ନଥିଲା ଷ୍ଟେପନି ଚକ। ପଡି ପଡି ରୋଗୀଙ୍କ ଜୀବନ ଗଲା। ବଲାଙ୍ଗୀର ଟିଟିଲାଗଡ଼ ହାଇସ୍କୁଲ ପଡାରେ ଲୋକଙ୍କ ବିରୋଧ ସତ୍ତ୍ୱେ, ପ୍ରଶାସନ ବଳପୂର୍ବକ ମଦ ଦୋକାନ ଖୋଲିଲା। ହୀରାକୁଦ ଡ୍ୟାମ ଅଞ୍ଚଳକୁ 'ନୋ ଫ୍ଲାଇଂ ଜୋନ୍' ଘୋଷଣା। ବିନା ଅନୁମତିରେ ଉଡ଼ିପାରିବନି ଡ୍ରୋନ୍। କାର ଦୁର୍ଘଟଣାରେ ସମ୍ବଲପୁରର ବିଶିଷ୍ଟ ଚାଷୀ ନେତା ଦେବେନ୍ଦ୍ର ପ୍ରଧାନଙ୍କ ସୁବର୍ଣ୍ଣପୁରରେ ମୃତ୍ୟୁ। କଟକ ବିଡାନାସୀ କୃଷକ ବଜାର ଓ ପୁଲିସ ଷ୍ଟେସନ ଅଞ୍ଚଳରେ ଭାରୀ ଯାନର ଚଳାଚଳ ଉପରେ କଟକଣା। ଅନୁଗୁଳ ପାଲଲହଡ଼ାରେ ଉଦ୍ଧାର କାର୍ଯ୍ୟ ସଫଳ, ୨୨ ଘଣ୍ଟା ପରେ ମାଲ୍ୟଗିରିରୁ ୩ ନିଖୋଜ ଯୁବକ ଉଦ୍ଧାର। ଯାଜପୁର କୋରେଇ ରଣପୁର ମୌଜାରେ ୮୦ ଏକର ସରକାରୀ ଜମି ଜବରଦଖଲ। ତିଆରି ହୋଇଛି କୋଠା, ମାର୍କେଟ କଂପ୍ଲେକ୍ସ, ଫାର୍ମହାଉସ୍‌। ସୁନ୍ଦରଗଡ଼ ବାଲିଶଙ୍କରା ସେଣ୍ଟ୍ରାଲ୍ ବ୍ୟାଙ୍କ ସମ୍ମୁଖରୁ ଜଣଙ୍କ ହାତରୁ ଲକ୍ଷେ ଟଙ୍କାଭର୍ତ୍ତି ବ୍ୟାଗ୍‌ ଝାମ୍ପି ନେଇ ବାଇକ୍‌ରେ ଲୁଟେରା ଫେରାର। କଟକ ବାଦାମବାଡ଼ି ମଲାଚଣ୍ଡିଆ ଛକରେ ବାଇକ୍ ଉପରେ ଚଢ଼ିଗଲା 'ଆମ ବସ୍'। ବାଇକ୍ ଚାଳକ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି। ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲାରେ ଗଛକୁ ପିଟିଲା ବାଇକ୍‌, ଦୁର୍ଘଟଣାରେ ୨ ମୃତ। ବଲାଙ୍ଗୀର ଦେଓଗାଁ ରେ କପଡ଼ା ବିକ୍ରି ବାହାନାରେ ଚାଲାଣ କରୁଥିଲେ ଗଞ୍ଜେଇ। ଚାରିଜଣ ଗିରଫ। କଟକ ବାଙ୍କୀରେ ଏସିଡ ପକାଇବା ଧମକ ଦେଇ ଦୁଇ ନାବାଳିକାଙ୍କ ସହିତ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ। ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଅଞ୍ଚଳରେ ପଥର ବୋଝେଇ ଟ୍ରକ୍‌ ଉପରେ ଗୁଳିମାଡ଼, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର। ଓଡିଶା ସୀମା ଶଙ୍ଖାମେଦୀ ଗାଁରେ ଏସ୍‌ଆଇଆର୍‌ ବିବାଦ। ଗାଁ ଓଡ଼ିଶାର, ଭୋଟ ଦେବେ ପଶ୍ଚିମବଙ୍ଗରେ। WhatsApp Channel join https://whatsapp.com/channel/0029VaUgRXG5fM5gVRc7391u ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀରେ ଝାଡଖଣ୍ଡି ପତ୍ନୀ ଓଡ଼ିଆ ବୁଝିପାରୁନଥିବାରୁ ପତି କଲେ ଆତ୍ମହତ୍ୟା। ରାଉରକେଲାରେ ନିଶାଡ଼ିଙ୍କ ସହ ୬ ହତ୍ୟା ଅଭିଯୁକ୍ତଙ୍କ ଘର ଭାଙ୍ଗି ମାଟିରେ ମିଶାଇଲା ପୋଲିସ। ଗଞ୍ଜାମ ବେଲଗୁଣ୍ଠା ରେ ପୁରୁଣା, ଭଙ୍ଗା ରଥ ଚଢ଼ିବେ ଶ୍ରୀ ଜଗନ୍ନାଥ। ୧୦୦ ଏକର ଜମି ଥାଇ ବି ନୀତି ଲାଗି ଅର୍ଥାଭାବ। ମହାରା‌ଷ୍ଟ୍ରରେ ପ୍ରବଳ ବର୍ଷା: ପାତାଳଗଙ୍ଗା ନଦୀରେ ଭାସିଗଲା ୩ ହଜାର ଗ୍ୟାସ୍ ସିଲିଣ୍ଡର। ପଶ୍ଚିମବଙ୍ଗ ବାରୁଇପୁର ନାବାଳିକା ବଳାତ୍କାର ଓ ହତ୍ୟା ଘଟଣା: ପୁଲିସର ଏନ୍‌କାଉଣ୍ଟରରେ ଅଭିଯୁକ୍ତ ମୃତ। ନାଟୋ ସମ୍ମିଳନୀରେ ସ୍ପେନକୁ ଟ୍ରମ୍ପଙ୍କ ଭର୍ତ୍ସନା। ବାଣିଜ୍ୟ କାରବାର ବନ୍ଦ କରିବାକୁ ଦେଲେ ଧମକ। 🚴🏾‍♂️⚽🏏 ଫିଫା ଟୁର୍ଣ୍ଣାମେଣ୍ଟରେ ରେଫରୀଙ୍କ ବିରୋଧରେ ଇଜିପ୍‌ଟର ଅଭିଯୋଗ। ଆର୍ଜେଣ୍ଟିନାକୁ ଅନୁକମ୍ପା ଦେଖାଉଛି ଫିଫା। ଭାରତ ଓ ଇଂଲଣ୍ଡ ମହିଳା ଦଳ ମଧ୍ୟରେ ଏକମାତ୍ର ଟେଷ୍ଟ ମ୍ୟାଚ ଲଡ୍‌ସରେ ଜୁଲାଇ ୧୦ରୁ ୧୩ ପର୍ଯ୍ୟନ୍ତ ଖେଳାଯିବ। ପୂର୍ବତନ କ୍ରିକେଟ ଅଧିନାୟକ ସୌରଭ ଗାଙ୍ଗୁଲି ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେବେ। *ଗତବର୍ଷ ଏଇ ସମୟରେ* ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍ ହେଲେ ପୁଣି ପରୀକ୍ଷା ଦେବେ ଛାତ୍ରଛାତ୍ରୀ, ନିୟମ ହୋଇଥିଲା। ପୁରୀ ଶ୍ରୀମନ୍ଦିରରେ ମେଘନାଦ ପାଚେରୀ ଡେଇଁ ଚାରିଜଣ ମନ୍ଦିର ଭିତରେ ପଶି ଯାଇଥିଲେ। ଢେଙ୍କାନାଳରେ ବେଦାନ୍ତ ଆଲୁମିନିୟମ ସ୍ମେଲଟର ପ୍ଲାଣ୍ଟ ପାଇଁ ସରକାରୀ ଜାଗା ଚିହ୍ନଟ ହୋଇଥିଲା। ବିଜେପି ନେତା ଜଗନ୍ନାଥ ପ୍ରଧାନ ଭୁବନେଶ୍ୱର ଝାରପଡା ଜେଲରୁ ମୁକୁଳି, ରୋଡ଼ ଶୋ କରି ଘରକୁ ଯାଇଥିଲେ। ==================== ଆଜି ଜାତୀୟ ମାଛଚାଷୀ ଦିବସ ବିଶ୍ୱ ଉର୍ଜା ସ୍ବାଧିନତା ଦିବସ ଆଜି ଜନ୍ମଦିନ: ନିକୋଲା ଟେସଲା, ସୁନୀଲ ଗାଭାସ୍କର, ରାଜନାଥ ସିଂ, ଆଲୋକ ନାଥ, ପୂର୍ଣ୍ଣିମା ହେମ୍ବ୍ରମ (ଖେଳ, ମୟୁରଭଞ୍ଜ), ପଦ୍ମଶ୍ରୀ ଗଙ୍ଗାଧର ପ୍ରଧାନ (ନୃତ୍ୟ, ପୁରୀ) ଇତିହାସରେ ଆଜି: (୧୮୦୬) ଭେଲୋରରେ ବ୍ରିଟିଶ ବିରୁଦ୍ଧରେ ସିପାହୀ ବିଦ୍ରୋହ/ (୨୦୧୭) ଆତଙ୍କୀ ଆକ୍ରମଣରେ ଆଠ ଅମରନାଥ ଯାତ୍ରୀ ମୃତ/ ରୋମାନିଆ ବୁଲଗାରିଆ ଯୁଦ୍ଧ (୧୯୧୩), ଡେନମାର୍କ ଦ୍ୱାରା ଗ୍ରୀନଲାଣ୍ଡ ଅକ୍ତିଆର (୧୯୨୪) ================= 🌱 *ଗଛଟିଏ ଲଗାନ୍ତୁ*🌱

*ଖବର ଆଜିର, ୯ ଜୁଲାଇ, ଗୁରୁବାର* ================= ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ସରକାର ରୋଡ୍ ମ୍ୟାପ୍ କରିବେ। ଦୁର୍ଘଟଣା ପ୍ରବଣ ସ୍ଥାନ ଚିହ୍ନଟ, ସୁରକ୍ଷିତ ସଡ଼କ ନିର୍ମାଣ, ଆକ୍ସନ୍ ପ୍ଲାନ୍ ତିଆରି ହେବ। ରାଜ୍ୟର ୨,୨୦୦ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ପାଇଁ ୨୦୨୭ ମାର୍ଚ୍ଚ ମାସ ସୁଦ୍ଧା ଜିଲ୍ଲାପାଳ ମାନେ ଜମି ଯୋଗାଇ ଦେବେ। ରାଜ୍ୟର ସରକାରୀ ଓ ଘରୋଇ ନର୍ସିଂ କଲେଜରେ ଗୁଣବତ୍ତା ବଜାୟ ନ ରଖିଲେ କାର୍ଯ୍ୟାନୁଷ୍ଠାନ ହେବ, କହିଲେ ମନ୍ତ୍ରୀ। ଆଜି “ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ”ର ଶୁଭାରମ୍ଭ, ୨୩ ନୁହେଁ ୩୭୦ କି.ମି ଯାଏଁ ମାଛ ଧରିପାରିବେ ମତ୍ସ୍ୟଜୀବୀ। ମାଗଣା ଶିକ୍ଷା କାର୍ଯ୍ୟକାରୀ ହେଲା। +୨, ସ୍ନାତକ ଓ ପିଜିରେ ନାମ ଲେଖା ମାଗଣା। ଚଳିତ ବର୍ଷ ନାମ ଲେଖାଇଥିବା ପିଲାଙ୍କୁ ଫେରସ୍ତ ହେବ ଟଙ୍କା। ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇଲା। କଟ୍ ଅଫ୍ ମାର୍କ ଶୀର୍ଷରେ ରେଭେନ୍ସା। ଆଜି ହୀରାକୁଦରୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ, ଜଳଭଣ୍ଡାରର ଜଳସ୍ତର ରହିଛି ୬୧୧.୨୩ ଫୁଟ। ଶିକ୍ଷାମନ୍ତ୍ରୀ ଶ୍ରୀ ଗଣ୍ଡ କହିଲେ, ପାଠବହିରେ 'ନିମ୍ଭୁଡା ନିମ୍ଭୁଡା' ଗୀତ ଜାଣିକରି ଦିଆଯାଇଛି। ଏହା ଜାତୀୟ ପାଠ୍ୟ ନୀତିର ଅଂଶ। ଭୁବନେଶ୍ୱର କଳ୍ପନା ଛକରେ ହେବ ୧୦ମହଲା ରାଜସ୍ବ ଭବନ। ଗୋଟିଏ କୋଠାରେ ରହିବ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟାଳୟ। ରାଜ୍ୟର ସମସ୍ତ ୪ଟି ବିଦ୍ୟୁତ୍‌ ବିତରଣ କମ୍ପାନି ଅଧୀନରେ ୩୭୦୮ କୋଟି ଟଙ୍କା ବ୍ୟୟରେ ଭୂତଳ କେବୁଲ ତାର ବିଛାଯିବ। ଚିଟ୍‌ଫଣ୍ଡ ତଦନ୍ତକୁ ୧୩ ବର୍ଷ ପୂରିଛି। ତଦନ୍ତ ପାଇଁ ୬ କୋଟିରୁ ଅଧିକ ଖର୍ଚ୍ଚ ହେଲା। ନୂଆ ସରକାର ଛଅ ମାସ ମାଗିଥିଲେ। ଏବେବି ଅଡୁଆ ଛିଣ୍ଡୁନି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍-ଆବାସ)ରେ ପିଏମ୍‌-ସୂର୍ଯ୍ୟଘର ଯୋଡି ହେବ। ଆଳୁ ସଙ୍କଟ ସମୟରେ ଓଡ଼ିଶାକୁ ନିରବଚ୍ଛିନ୍ନ ଆଳୁ ଯୋଗାଣ ପାଇଁ ପଶ୍ଚିମବଙ୍ଗ ସରକାର ପ୍ରତିଶ୍ରୁତି ଦେଇଛି। ଗଜପତି ଜିଲ୍ଲା ରାୟଗଡରେ ଖ୍ରୀଷ୍ଟିଆନ ଆଶାକର୍ମୀଙ୍କୁ ବାସନ୍ଦ ଅଭିଯୋଗ, ଗାଁ ବୈଠକରେ ୫ ହଜାର ଟଙ୍କା ଜରିମାନା ହେଲା। ବାଲେଶ୍ଵର ଖନ୍ତାପଡ଼ାରେ ୫ ମନ୍ଦିରରୁ ସିରିଜ୍ ଚୋରି, ଥାନାରେ ଲିଖିତ ଅଭିଯୋଗ। ଭିଜିଲାନ୍ସ ଜାଲରେ କୋରାପୁଟ ଜୟପୁର ମାଇନ୍ସ ଡେପୁଟି ଡିରେକ୍ଟର, ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡ଼ିଲେ। ରାଜଧାନୀ ନୟାପଲ୍ଲୀ ଆପାର୍ଟମେଣ୍ଟରେ ନାବାଳିକା ଝିଆରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ମଉସା ଗିରଫ, ମାଉସୀ ଜେଲରେ। ମୟୂରଭଂଜ ଜିଲ୍ଲା ବୈଶିଙ୍ଗାରେ ବୁଢ଼ାବଳଙ୍ଗ ନଦୀରେ ନିଖୋଜ ହୋଇଥିବା ଆକାଶ ଜେନାଙ୍କର ମୃତଦେହକୁ ଓଡ୍ରାଫ ଟିମ୍‌ ଉଦ୍ଧାର କରିଛି। ସାଇବର ଠକେଇର ଚେର ଖୋଜିବାକୁ ଆସି କର୍ଣ୍ଣାଟକ ପୁଲିସ ବଲାଙ୍ଗୀରରେ ଡେରା ପକାଇଛି। ଗରୀବ ପରିବାର ଉପରେ ସନ୍ଦେହ। ସୁବର୍ଣ୍ଣପୁର ତରଭା ଇଥାନଲ୍ କାରଖାନାରେ ପୁଣି ଶ୍ରମିକଙ୍କ ମୃତ୍ୟୁ, ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ। ଯାଜପୁର ଜିଲ୍ଲା ବଡ଼ଚଣା ମେଡିକାଲ ଛକ ନିକଟରେ ବରଯାତ୍ରୀ ଉପରେ ବସ୍‌ ମାଡ଼ିଯିବାରୁ ଜଣେ ବରଯାତ୍ରୀଙ୍କ ମୃତ୍ୟୁ। ଗଞ୍ଜାମ ପୁଲିସ ଦୁଇଟି ପୃଥକ୍ ମାମଲାରେ ୫ ଜଣଙ୍କୁ ଗିରଫ କରିଛି। ପିସ୍ତଲ, ଦେଶୀ ବନ୍ଧୁକ, ମାଗାଜିନ୍ ଓ ଜୀବନ୍ତ ଗୁଳି ଜବତ। ସୁନ୍ଦରଗଡ଼ ଜିଲ୍ଲାରେ ୫୦ ସେତୁ ଅଧପନ୍ତରିଆ ହୋଇ ପଡିଛି। ନିର୍ମାଣ ସମୟ ସରିଗଲାଣି। ଝାରସୁଗୁଡା ଲଇକେରା ଥାନା ବରହାମୁଣ୍ଡା ଗ୍ରାମରେ ପୁଲିସ ବହୁ ପରିମାଣର ଚୋରା ଦେଶୀ ମଦ, ମଦ ପ୍ରସ୍ତୁତି ସାମଗ୍ରୀ ଜବତ କରିଛି। 🇳🇪 ଗୁଜୁରାଟ ରାଜକୋଟରେ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ମାଆର ପୁରୁଷ ବନ୍ଧୁଙ୍କୁ ଛୁରୀ ଭୁସି ମାରିଲା ପୁଅ। ପ୍ରଶ୍ନପତ୍ର ଲିକ୍ ସମ୍ଭାଳିବାକୁ କଡ଼ା ପ୍ରସ୍ତୁତି। ୨୦୨୭ରେ CBT ମୋଡରେ ହେବ NEET,୬ ଦିନ ଚାଲିବ। WhatsApp Channel join https://whatsapp.com/channel/0029VaUgRXG5fM5gVRc7391u ଇରାନ-ଆମେରିକା ମଧ୍ୟରେ ପୁଣି ସଂଘର୍ଷ ଆରମ୍ଭ ହେବା ସହ ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। 🚴🏾‍♂️⚽🏏 ଆଜି ଚତୁର୍ଥ ଟି୨୦। ଭାରତ କ୍ରିକେଟ ଦଳ ପାଇଁ ଶେଷ ସୁଯୋଗ। ଫିଫା ରେ ଗୋଲ ସ୍କୋରିଂରେ ଫ୍ରାନ୍ସ ଓ ଆର୍ଜେଣ୍ଟିନା ଆଗୁଆ,୯୬ ମ୍ୟାଚ୍,୨୮୦ ଗୋଲ୍। *ଗତବର୍ଷ ଏଇ ସମୟରେ* ପୁରୀରେ ରଥ ଉପରକୁ ମୋବାଇଲ ନେବା ଘଟଣାରେ ସାତଜଣ ସେବାୟତଙ୍କ ନାଁରେ ହୋଇଥିଲା ଏଫଆଇଆର। ରାଜ୍ୟରେ ୪ ଟି ସବ୍ ଜେଲ୍‌କୁ ବନ୍ଦ କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଓଡ଼ିଶାରେ ଆରମ୍ଭ ହୋଇଥିଲା ବାଂଲାଦେଶୀ ରୋହିଙ୍ଗ୍ୟା ଚିହ୍ନଟ ପ୍ରକ୍ରିୟା। ଅଧାରେ ଅଟକିଗଲା। ରଥଯାତ୍ରା ଦଳାଚକଟା ଘଟଣାର ଭିଡିଓ ଖୋଜିବା ବୃଥା ହୋଇଥିଲା। ଶହଶହ ନୂଆ ସରକାରୀ ସିସିଟିଭିରୁ ତଥ୍ୟ ମିଳିଲା ନାହିଁ। ଦେଶ ସୁରକ୍ଷା ତଥ୍ୟ ପାକିସ୍ତାନୀ ମହିଳାଙ୍କୁ ଦେଇଥିବା ଚାନ୍ଦିପୁର ଡିଆରଡିଓ ଅପରେଟର ବସନ୍ତ ବେହେରାକୁ ହାଇକୋର୍ଟ ଜାମିନ ଦେଇଥିଲେ। ================= ଆଜି ଜନ୍ମଦିନ: ସଂଜୀବ କୁମାର, ଗୁରୁ ଦତ୍ତ, ସଂଗୀତା ବିଜଲାନୀ, ତବସୁମ, ନିମାଇଁ ଚରଣ ହରିଚନ୍ଦନ ଇତିହାସରେ ଆଜି ଦିନ: (୧୮୭୫) ବମ୍ବେ ଷ୍ଟକ ଏକ୍ସଚେଞ୍ଜ ପ୍ରତିଷ୍ଠା ହେଲା/ (୧୮୭୭) ଇଂଲଣ୍ଡରେ ଉଇମ୍ବେଲଡ଼ନ ଟେନିସ ଟୁର୍ଣ୍ଣାମେଣ୍ଟ ଆରମ୍ଭ/ (୧୯୪୪) ଆଜାଦ ହିନ୍ଦ ଫୌଜର ମୁଖ୍ୟ ହେଲେ ସୁଭାଷ ବୋଷ, ସ୍ୱାଧୀନ ଭାରତ ପ୍ରତିଷ୍ଠା କଲେ/ (୧୯୫୧) ଭାରତରେ ପ୍ରଥମ ପଂଚବାର୍ଷିକ ଯୋଜନା ଆରମ୍ଭ ହେଲା/ (୧୮୪୬) ମେକ୍ସିକୋ ଠାରୁ ସାନ ଫ୍ରାନସିସ୍କୋ ନେଇଗଲା ଆମେରିକା ================= 🌱 *ଗଛଟିଏ ଲଗାନ୍ତୁ*🌱

*ଖବର ଆଜିର, ୮ ଜୁଲାଇ, ବୁଧବାର* =================== ସଡ଼କ ଦୁର୍ଘଟଣା ହ୍ରାସ ପାଇଁ କଠୋର ହେଲେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ। ପଞ୍ଜୀକରଣ, ଫିଟ୍‌ନେସ୍‌, ପରମିଟ୍‌ ନଥିଲେ ଜବତ ହେବ ଗାଡ଼ି। ରାଜସ୍ବ ପର୍ଷଦ ଅନ୍ତର୍ଗତ ରିଭିଜନାଲ୍‌ କୋର୍ଟଗୁଡ଼ିକରେ ୬୩ ହଜାର ବିଚାରାଧୀନ ମାମଲାର ତ୍ବରିତ ଶୁଣାଣି ପାଇଁ ନିର୍ଦ୍ଦେଶ। ରାଜ୍ୟର ୨.୧୩ ଲକ୍ଷ ନିଖୋଜ ଭୋଟରଙ୍କୁ ଖୋଜାଯିବ। କାହିଁକି ତାଲିକାରେ ସାମିଲ ହେଲେନି ରିପୋର୍ଟ ମଗାଯିବ। ଶିଶୁ ବାଟିକା ୭,୨୩୪ ଶିକ୍ଷକ ପଦ ନିଯୁକ୍ତିକୁ ନେଇ ଭାଇରାଲ୍ ହୋଇଥିବା ଚିଠିକୁ ଅର୍ଥ ବିଭାଗ ଜାଲ୍ ବୋଲି ସ୍ପଷ୍ଟକଲା। ଓଡିଶା ହାଇକୋର୍ଟଙ୍କ ରାୟ; ଦୁର୍ଘଟଣା କ୍ଷତିପୂରଣ ରାଶି ପ୍ରଦାନରେ ବିଳମ୍ବ ହେଲେ ସୁଧ ଗଣିବେ। ଆଜି ପ୍ରକାଶ ପାଇବ+୨ ପ୍ରଥମ ମେଧା ତାଲିକା, ଦେଢ଼ ଲକ୍ଷରୁ ଉର୍ଦ୍ଧ୍ବ ସିଟ୍ ଖାଲି ପଡିବ। ଜୁଲାଇ ୧୨-୧୫ ତାରିଖ ମଧ୍ୟରେ ଓଡ଼ିଶାରେ ପୁଣି ହେବ ପ୍ରବଳ ବର୍ଷା। ଗ୍ରୁପ୍-‘ଏ’ ଓ ଗ୍ରୁପ୍-‘ବି’ ଅଧିକାରୀଙ୍କ e-PAR ଦାଖଲ ପାଇଁ ସମୟ ସୀମା ଜୁଲାଇ ୩୧କୁ ବୃଦ୍ଧି ହେଲା। ୧୮୦ କୋଟିରେ ଗଢ଼ାହେବ ଡିଜାଷ୍ଟର ମ୍ୟାନେଜମେଣ୍ଟ ଭବନ, ଦେଢ଼ ବର୍ଷରେ କାମ ସରିବ। ରଥଯାତ୍ରା ପାଇଁ ପୁରୀରେ ନକଲି ହୋଟେଲ ୱେବସାଇଟ କରିଛନ୍ତି ସାଇବର୍‌ ଅପରାଧୀ। ଆଶାୟୀ ଭକ୍ତଙ୍କୁ ଲୁଟୁଛନ୍ତି। ରାୟଗଡା କୋଲନରାରେ ମ୍ୟାଲେରିଆରେ ଚତୁର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ। ମିଳିଲାନି ମହାପ୍ରୟାଣ ଗାଡ଼ି, ବାଇକରେ ଶବ ବୋହିଲେ। ଶିମିଳିପାଳ ଅଭୟାରଣ୍ୟରେ ଏଆଇ କ୍ୟାମେରା ସହାୟତାରେ ବନ ବିଭାଗ ଦୁଇ ଶିକାରୀଙ୍କୁ ଗିରଫ କରିଛି। ଯାଜପୁର ବୈତରଣୀରେ ବନ୍ୟା। ଦଶରଥପୁରରେ ବିପଦସଙ୍କେତ ଉପରେ ବଢ଼ିପାଣି। ମାଲକାନଗିରି ରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଲେ ବିଧାୟକ। ଭୁବନେଶ୍ୱର ବିମାନବନ୍ଦରରେ ୫ କୋଟିର ମାରିଜୁଆନା ଜବତ; ବ୍ୟାଙ୍କକ୍‌ରୁ ଆସିଥିବା ଯାତ୍ରୀ ଅଟକ। ଆଦିବାସୀଙ୍କୁ ଅବହେଳା କରୁଥିବା ଅଭିଯୋଗରେ ଟିଟିଲାଗଡ଼ରେ ଆଦିବାସୀ ସଂଘର ମହାମେଳି,ରାଲି ; ପୁଲିସ ଛାଉଣୀରେ ସହର। ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ବବଦ୍ୟାଳୟରେ ଗଣ୍ଡଗୋଳ ଘଟଣା, ୧୨ ଅଣଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ରାଜଧାନୀରେ ବଡ଼ ଡ୍ରେନ ପାଖରେ ତିଆରି ହେବ ବ୍ୟାରିକେଡ, ସୂଚନା ଦେଲେ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ। ଗଜପତି ଜିଲ୍ଲା ମୋହନାରେ ବେଆଇନ ଓ ଅସୁରକ୍ଷିତ ଘରୋଇ ଛାତ୍ରୀବାସ 'ହାପି ଚାଇଲ୍ଡ ହୋମ୍'କୁ ସିଲ୍ କଲା ପ୍ରଶାସନ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ୫ ବର୍ଷର ଶିଶୁକନ୍ୟାକୁ ବୁଲାକୁକୁର ପଲ ଝୁଣି ଆହତ କରିଦେଲେ। ନବରଙ୍ଗପୁର ଜିଲ୍ଲା ରାଇଘରରେ ସାପ କାମୁଡ଼ାରେ ତିନି ବର୍ଷୀୟ ଶିଶୁପୁତ୍ରର ମୃତ୍ୟୁ। ଯାଜପୁର କାଳିଆପାଣିରେ ବର୍ଷରେ ଗୁଣିଗାରେଡ଼ି ସନ୍ଦେହରୁ ଗଡ଼ିଲାଣି ୭ ମୁଣ୍ଡ। ଅନୁଗୁଳ ଅମଲାପଡା ରେ ପିଏନ୍‌ଜି ଗ୍ୟାସ୍‌ ପାଇପ୍‌ ଫାଟିଲା, ଲୋକେ ଆତଙ୍କିତ। ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ବୁଢ଼ାବଳଙ୍ଗ ନଦୀରେ ବୁଡ଼ି ଯାଇ ଯୁବକ ନିଖୋଜ। କଳାହାଣ୍ଡିର ଚର୍ଚ୍ଚିତ ନର୍ଲା ନାବାଳିକା ପୋଡ଼ି ହତ୍ୟା ମାମଲାର ୧୦ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତକୁ ଆଜୀବନ ସଶ୍ରମ କାରାଦଣ୍ଡ। ସୁନ୍ଦରଗଡ଼ ପାତକିଯୋର ନିକଟରେ ବଲେରୋ- କମାଣ୍ଡର ଧକ୍କା: ୨ ମୃତ, ଏକାଧିକ ଯାତ୍ରୀ ଗୁରୁତର। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀରେ ଶିକ୍ଷୟତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପ୍ରଧାନଶିକ୍ଷକ ଥାନାରେ ଅଟକ। ଗଞ୍ଜାମ ଜିଲ୍ଲାର ଜରଡ଼ ନିକଟରେ ଗଛ ଉପରେ ଶିକାରୀ ଫlସରେ ପଡ଼ି କଲରା ପତରିଆ ବାଘ ମୃତ। WhatsApp Channel join https://whatsapp.com/channel/0029VaUgRXG5fM5gVRc7391u ରାୟଗଡ଼ା ଜିଲ୍ଲାର ମୁକୁନ୍ଦପୁର ଚୋରି ମାମଲାରେ ୪ ଅଭିଯୁକ୍ତ ଗିରଫ। ନଗଦ ଟଙ୍କା, ଅସ୍ତ୍ରଶସ୍ତ୍ର ଜବତ। ନୂଆପଡ଼ା ଜିଲ୍ଲାର ସୀମାନ୍ତ ପାଟଧାରା ସଂରକ୍ଷିତ ଜଙ୍ଗଲରେ କମ୍ବିଂ ଅଭିଯାନ ବେଳେ ମାଓବାଦୀଙ୍କ ଡମ୍ପ୍‌ ଠାବ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ। 🇳🇪 ଗୁଜରାଟରେ ମୌସୁମୀର ତାଣ୍ଡବ: ବର୍ଷା ବିପର୍ଯ୍ୟୟରେ ୬ ମୃତ। ଜମ୍ମୁ କାଶ୍ମୀରରେ ବନ୍ୟା, ଭୂସ୍ଫଳନ; ଜାତୀୟ ରାଜପଥ ବନ୍ଦ। କେରଳର ୱାୟନାଡରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ: ମାଟି ତଳେ ପୋତି ହୋଇ ରହିଛନ୍ତି ୧୦ ଲୋକ। ମିଛ କହିଲେ ଗଡକରୀ। ଇଥାନଲ ପାଇଁ କୌଣସି କାରରେ ସମସ୍ୟା ଦେଖାଦେଇନି। ଇଣ୍ଡୋନେସିଆର ସମ୍ମାନ ‘ବିନ୍ତାଙ୍ଗ ଆଦିପୂର୍ଣ୍ଣ’ ନେଲେ ପ୍ରଧାନମନ୍ତ୍ରୀ ମୋଦୀ। ସିଙ୍ଗାପୁର ବିଶ୍ବର ସବୁଠୁ ବ୍ୟୟବହୁଳ ସହର, ୨୨ତମ ସ୍ଥାନରେ ମୁମ୍ବାଇ। ସିରିଆରେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ୍‌ଙ୍କ ହୋଟେଲ ବାହାରେ ଲାଲ କାର୍ ବିସ୍ଫୋରଣ: ୬ ଜଣଙ୍କ ମୃତ୍ୟୁ 🏆⚽🚴🏼‍♀️ ଇଂଲଣ୍ଡ ବିପକ୍ଷରେ ଲଗାତାର ଦୁଇଟି ଟ୍ବେଣ୍ଟି-୨୦ ମୁକାବିଲା ହାରି ପ୍ରଶଂସକଙ୍କୁ ନିରାଶ କରିଛି ଟିମ୍‌ ଇଣ୍ଡିଆ ଫିଫା ଫୁଟବଲ ବିଶ୍ଵ କପ୍:୭୦ ବର୍ଷ ପରେ କ୍ବାଟରରେ ପହଞ୍ଚିଲା ସ୍ବିଜରଲାଣ୍ଡ। *ଗତବର୍ଷ ଏଇ ସମୟରେ* ରାଜ୍ୟରେ ସଡ଼କ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କଲେ ୨୫ ହଜାର ଟଙ୍କା, ମିଳିବ ବୋଲି ଘୋଷଣା ହୋଇଥିଲା। ନନ୍ଦନକାନନରେ ୧୧ ହଳଦିଆ ଆନାକୋଣ୍ଡା ଜନ୍ମ ହୋଇଥିଲେ। ନବରଙ୍ଗପୁରେ ଆରମ୍ଭ ହୋଇଥିଲା ବାୟୁ ସ୍ୱାସ୍ଥ୍ୟସେବା। ================= ଆଜି ଜନ୍ମଦିନ: ରାଜା ଉମେଦ ସିଂ, ସୌରଭ ଗାଙ୍ଗୁଲି, ନୀତୁ ସିଂ, ଜ୍ୟୋତି ବସୁ, ରାଜଶେଖର ରେଡ୍ଡୀ, ଲଡୁକିଶୋର ସ୍ୱାଇଁ (ନେତା, ଗଞ୍ଜାମ), ଭାଲେନା ଭାଲେନ୍ତିନା (କରାଟେ, ଭୁବନେଶ୍ୱର) ଆଜି ତିରୋଧାନ: ଚନ୍ଦ୍ରଶେଖର ସିଂ ଇତିହାସରେ ଆଜି ଦିନ: (୧୪୯୭) ଭାରତ ଅଭିମୁଖେ ଭାସ୍କୋଡାଗାମାଙ୍କ ପ୍ରଥମ ଯାତ୍ରା ଆରମ୍ଭ/ (୧୯୫୧) ପ୍ୟାରିସ ସହରର ୨,୦୦୦ ବର୍ଷ ପାଳନ/ (୧୮୮୯) ୱାଲ ଷ୍ଟ୍ରୀଟ ଜର୍ଣ୍ଣାଲ ପ୍ରକାଶନ ଆରମ୍ଭ/ (୨୦୦୨) ଦକ୍ଷିଣ ଆଫ୍ରିକାରେ କ୍ରିକେଟରେ କଳା ଖେଳାଳିଙ୍କ କୋଟା ବ୍ୟବସ୍ଥା ଉଠିଲା ================= 🌱 *ଗଛଟିଏ ଲଗାନ୍ତୁ*🌱

*ଖବର ଆଜିର, ୭ ଜୁଲାଇ ମଙ୍ଗଳବାର* ===================== ଅଷ୍ଟମ ବେତନ କମିସନ୍‌ ଦୁଇ ଦିନିଆ ଭୁବନେଶ୍ବର ଗସ୍ତରେ। ୬ ଓ ୭ ତାରିଖରେ ବୈଠକ ହେବ। ମାଟ୍ରିକ୍‌ ଫଳ ଦୁଇ ମାସ ବିତିଗଲାଣି। ପିଲାଙ୍କୁ ଏପର୍ଯ୍ୟନ୍ତ ମିଳିନି ସାର୍ଟିଫିକେଟ। ଆସନ୍ତା ୯ ତାରିଖରୁ ଯୁକ୍ତ୨ ନାମଲେଖା ଆରମ୍ଭ। ପୁରୀ ପିପିଲି ତହସିଲରେ ସଂଶୋଧନ ହେଲା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିଜମା ରେକର୍ଡ। ଶିଶୁବାଟିକାରୁ ଦ୍ୱିତୀୟ ଯାଏଁ ନାହିଁ ଲିଖିତ ପରୀକ୍ଷା।ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବର୍ଷକୁ ୪ଟି ପରୀକ୍ଷା। ଗଡ଼ିଲା ପୁରୀ-କୋରାପୁଟ ଏକ୍ସପ୍ରେସ, ସବୁଜ ପତାକା ଦେଖାଇ ଶୁଭାରମ୍ଭ ହେଲା। ବୈତରଣୀରେ ପ୍ରଥମ ବନ୍ୟାଜଳ। ପାଣିକୋଇଲି ଆଖୁଆପଦାରେ ବିପଦ ସଙ୍କେତ ତଳେ, ଯାଜପୁର ଦଶରଥପୁରରେ ଉଛୁଳୁଛି। ଆଦାନୀ ସହ ସରକାରଙ୍କ ଏମଓୟୁ ପରେ, ଗନ୍ଧମାର୍ଦ୍ଦନ ପାଦଦେଶରେ ବସବାସ କରୁଥିବା ଲୋକେ ଆତଙ୍କିତ। ହେବକି ଉଛେଦ? ଗନ୍ଧମାର୍ଦ୍ଦନ ପାହାଡ଼ର ଔଷଧୀୟ ଉଦ୍ଭିଦରୁ ପ୍ରସ୍ତୁତ ଏକ ସ୍ୱତନ୍ତ୍ର ହର୍ବାଲ ଫର୍ମୁଲା କ୍ୟାନ୍ସର ଚିକିତ୍ସାରେ ଆଶାର ନୂଆ କିରଣ ଦେଖାଇଛି। ଭୁବନେଶ୍ବର ଡିସିପି ଆଇପିଏସ ଜଗମୋହନ ମୀନା ହଠାତ ଇସ୍ତଫା ଦେଲେ। ବିଭିନ୍ନ ପ୍ରକାର କଳ୍ପନା, ଆଲୋଚନା ଜାରି। ସରକାରୀ ଅନୁମୋଦନ ବିନା ଜାରି ହୋଇଥିବା ଅତିଥି ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତିକୁ ଯାଜପୁର ଶିକ୍ଷା କାର୍ଯ୍ୟାଳୟ ପ୍ରତ୍ୟାହାର କରିଛି। ସମ୍ବଲପୁର ଜିଲ୍ଲା ଯୁଯୁମୁରାରେ ଶୁଖିଯାଉଛି ଦେବଝରଣ ଜଳପ୍ରପାତ, କମୁଛି ଆକର୍ଷଣ। କଟକ: ମହାନଦୀର ନନ୍ଦିକେଶ୍ୱରୀ ପୀଠ ନିକଟରେ ସ୍କୁବା ଡାଇଭ୍, ନଦୀ ତଳର ରହସ୍ୟ ଉନ୍ମୋଚନ ହେବ। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରର ସ୍ୱୟଂ ସହାୟିକା ଗୋଷ୍ଠୀର ଋଣ ଟଙ୍କା ହେରଫେର ହୋଇଛି ବୋଲି ଅଭିଯୋଗ। ନବରଙ୍ଗପୁର ରେ ଠେଙ୍ଗାଧାରୀ ମହିଳାଙ୍କ ରଣହୁଙ୍କାର। ଏବେ ସମଗ୍ର ଜିଲ୍ଲାରେ ମଦ ବନ୍ଦ କର। ବର୍ଷାରେ ଭଦ୍ରକ ଜିଲ୍ଲା ଧାମନଗରର ଗେଙ୍ଗୁଟି ନଦୀବନ୍ଧର ପ୍ରାୟ ୫୦ ଫୁଟ୍ ଅଂଶ ଧସିଯାଇଛି। ନିମ୍ନ ମାନର କାମ କରାଇଛନ୍ତି ସରକାରୀ ଇଂଜିନିୟର। ଗଂଜାମ ଆର୍ଯ୍ୟପଲ୍ଲୀ କୂଳରେ ଅଟକିଛି ୩୪ ରୁ ଊର୍ଦ୍ଧ୍ବ ଆନ୍ଧ୍ର ଟ୍ରଲର, ଉଦ୍ଧାର କାର୍ଯ୍ୟ ଜାରି। ବାଲୁଗାଁରେ ବୁଲୁଛି ବାଘ। ଦେଖିଲେ ଲୋକେ, ଅଛନ୍ତି ଆତଙ୍କିତ। କେନ୍ଦୁଝର ଚମ୍ପୁଆରେ ପୋଲିସ ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ମହମ୍ମଦ ନାଫିସ ଗୁରୁତର ଆହତ। 🇳🇪 ଅଯୋଧ୍ୟା ରାମ ମନ୍ଦିର ଟଙ୍କା ସୁନା ଚୋରି ମାମଲା: ଚମ୍ପତ ରାୟ ଗଲେ, ବଜରଙ୍ଗ ବାଗ୍ରା ଆସିଲେ। WhatsApp Channel join https://whatsapp.com/channel/0029VaUgRXG5fM5gVRc7391u ପଶ୍ଚିମବଙ୍ଗ ବରୁଇପୁର ଦୁଷ୍କର୍ମ ଓ ହତ୍ୟା ମାମଲାରେ ୩ ଗିରଫ। ମହାରାଷ୍ଟ୍ରରେ ବର୍ଷା ବିତ୍ପାତ: ଦୁଇ ଦିନରେ ୧୩ ମୃତ। ମୋଦୀ ପୁଣି ତାଙ୍କ ୩ ରାଷ୍ଟ୍ର ଗସ୍ତ ଆରମ୍ଭ କରି ଇଣ୍ଡୋନେସିଆରେ ପହଁଚିଲେ। ମଣିପୁରରେ ଆତଙ୍କବାଦୀ ଆକ୍ରମଣରେ ଆସାମ ରାଇଫଲ୍ସର ୨ ଯବାନ ସହିଦ। ଶ୍ରୀଲଙ୍କା କାରାଗାରରେ କଏଦୀଙ୍କ ମଧ୍ୟ‌ରେ ସଂଘର୍ଷ; ୨୫ ମୃତ। 🏆⚽🚴🏼‍♀️ ଆଜି ଖେଳାଯିବ ଭାରତ-ଇଂଲଣ୍ଡ ତୃତୀୟ ଟ୍ବେଣ୍ଟି-୨୦। *ଗତବର୍ଷ ଏଇ ସମୟରେ* କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ପାଇଁ ଭୂମିପୂଜନ, ଓ ଅସ୍ଥାୟୀ କ୍ୟାମ୍ପସ ଲୋକାର୍ପିତ ହୋଇଥିଲା। ପୁରୀରେ ନନ୍ଦିଘୋଷ ନିକଟରେ ଠେଲାପେଲା, ୧୦ ଜଣ ଆହତ, ତିନି ଜଣଙ୍କର ଗୋଡ଼ ଭାଙ୍ଗିଥିଲା। ବର୍ଷା, ବନ୍ୟା ଓ ଭୂସ୍ଖଳନରେ ଛାରଖାର୍‌ ହୋଇଥିଲା ହିମାଚଳ । ୭୨ ଜଣଙ୍କ ମୃତ୍ୟୁ, ୪୦ ଜଣ ନିଖୋଜ ଥିଲେ। =================== ଆଜି ବିଶ୍ୱ ଚକୋଲେଟ ଦିବସ ଆଜି ଜନ୍ମଦିନ: ମହେନ୍ଦ୍ର ସିଂ ଧୋନୀ, କୈଳାସ ଖେର, କଳ୍ପନା ଦାଶ (ପର୍ବତ ଆରୋହଣକାରୀ), ଚନ୍ଦ୍ରଶେଖର ସାହୁ (ନେତା, ଗଞ୍ଜାମ), ରଶ୍ମିରଞ୍ଜନ ପରିଡା (କ୍ରିକେଟ), ଆଜି ତିରୋଧାନ: କ୍ୟାପଟେନ ବିକ୍ରମ ବାତ୍ରା ଇତିହାସରେ ଆଜି ଦିନ: (୧୮୯୬) ଭାରତର ଚଳଚ୍ଚିତ୍ର ଜଗତର ଜନ୍ମ ହେଲା/ (୧୭୬୩) ଜାଫର ପୁଣିଥରେ ବେଙ୍ଗଲ ନବାଵ ହେଲେ/ (୧୭୯୯) ଲାହୋର ଅକ୍ତିଆର କଲେ ରାଜା ରଣଜିତ ସିଂ/ (୧୯୪୮) ଦାମୋଦର ଭ୍ୟାଲି କର୍ପୋରେସନ ସ୍ଥାପନ ହେଲା ==================== 🌱 *ଗଛଟିଏ ଲଗାନ୍ତୁ*🌱

*ଖବର ଆଜିର, ୬ ଜୁଲାଇ, ସୋମବାର* ======================= ଓଡ଼ିଶା ଭୋଟର ତାଲିକାରେ ବର୍ତ୍ତମାନ ରହିଛନ୍ତି ୩ କୋଟି ୧୩ ଲକ୍ଷ। କଟିଲା ୨୦ ଲକ୍ଷରୁ ଅଧିକ ନାମ। ସେପ୍ଟେମ୍ବର ୬ରେ ଫାଇନାଲ୍ ଲିଷ୍ଟ। ଭୁବନେଶ୍ୱରରେ ଭୋଟର ତାଲିକାରୁ ବାଦ୍ ପଡିଲେ ୧୯,୫୪୯ ଭୋଟର। ପିଲାଙ୍କ ଉପରେ ଚାପ। ତୃତୀୟରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ବର୍ଷକୁ ୪ଟି ପରୀକ୍ଷା, ସମୁଦାୟ ୧୨୦୦ ମାର୍କର ମୂଲ୍ୟାୟନ। ଇସ୍କନ୍‌ ଗଭର୍ଣ୍ଣିଂ ବଡି ଚିଠି ଲେଖି ସ୍ପଷ୍ଟ କ‌ଲେ ଯେ ବିଶ୍ବରେ କେବଳ ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନଯାତ୍ରା ହେବ। କିନ୍ତୁ ଅଗଷ୍ଟ ୯ ମଧ୍ୟରେ ଆଉ ୫ଟି ସ୍ଥାନରେ ସ୍ନାନଯାତ୍ରା ହେବାକୁ ଯାଉଛି। ଜାତୀୟ ଆଦିବାସୀ ବିଶ୍ବବିଦ୍ୟାଳୟ ମୟୂରଭଞ୍ଜରେ କ୍ୟାମ୍ପସ୍‌। କଳାହାଣ୍ଡି ପାଇଁ ଘୋଷଣା ଝୁଲିରହିଛି। କେନ୍ଦୁଝର ରେମାଳ ଡ୍ୟାମର ୪ ଗେଟ ଖୋଲିଲା। ତଳ ଅଞ୍ଚଳରେ ସତର୍କ ସୂଚନା। ବଢୁଛି ମହାନଦୀ, ବଂଶଧାରା ଓ ବୈତରଣୀ।ହୀରାକୁଦରେ ୨୪ ଘଣ୍ଟାରେ ଦୁଇଣୁଣା ଜଳ ପ୍ରବେଶ। ରାୟଗଡା କାଶିପୁର ଅଂଚଳର ଦାଦନଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ କେରଳରେ ମିଳିଛି। ମୃତକ ଚାନ୍ଦଗିରି ଗ୍ରାମର କୁଳଧର ଗୌଡ଼। ବରଗଡ଼ ଜିଲ୍ଲା ବରପାଲି ତୁଲଣ୍ଡି ମଣ୍ଡିରେ ଧାନ ଭିଜି ଗଜା ହୋଇ ଯାଇଥିଲା। ଅନେକ ସ୍ଥାନରେ ଭିଜୁଛି ଧାନ। ଝାରସୁଗୁଡା ଲାଇକେରା ରେ ମିଳିଲାନି ଶବବାହକ ଗାଡ଼ି। ସ୍ତ୍ରୀଙ୍କ ଶବ ବାଇକ୍‌ରେ ବୋହିଲେ ସ୍ୱାମୀ। ପୁରୀ ସମୁଦ୍ରକୂଳରୁ ଆନ୍ଧ୍ର ପ୍ରଦେଶର ୧୦ ଜଣ ମତ୍ସ୍ୟଜୀବୀ ଉଦ୍ଧାର। କାକିନାଡ଼ାରୁ ମାଛ ପାଇଁ ବାହାରିଥିଲେ। ଆଜି କଟକ ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନ ଛୁଟି। ପ୍ରବଳ ବର୍ଷା ପାଇଁ ଆଶଙ୍କା। WhatsApp Channel join https://whatsapp.com/channel/0029VaUgRXG5fM5gVRc7391u ନିଜ ଜିଲ୍ଲାରେ କାଦୁଅ ରାସ୍ତାରେ ଯାଇ ପାରିଲାନି ମନ୍ତ୍ରୀଙ୍କ କାର। ଟ୍ରାକ୍ଟରରେ ଗଲେ ମନ୍ତ୍ରୀ ଶ୍ରୀ ଗଣ୍ଡ। ନବରଙ୍ଗପୁରରେ ଜଙ୍ଗଲ ଜମିରେ ଚାଷକୁ ବାରଣ କରିବାକୁ ଯାଇ ଦୁଇ ବନ କର୍ମଚାରୀ ଆହତ, ଛତ୍ରଭଙ୍ଗ ଦେଲା ପୁଲିସ। କଟକ ବାରଙ୍ଗରେ ସିରିଜ୍ ମନ୍ଦିର ଚୋରି। କନକ ଦୁର୍ଗା ମନ୍ଦିର ଓ କଣ୍ଟାପାଟଣା ମଠ ପରିସରର ଜଗନ୍ନାଥ, ଲକ୍ଷ୍ମୀ ଓ ମଙ୍ଗଳା ମନ୍ଦିରରୁ ଲୁଟ। ଗଂଜାମ ଗାଲେରୀ ମା’ଦଣ୍ଡକାଳୀ ମନ୍ଦିରରୁ ବଡ଼ଧରଣର ଚୋରି: ୧ କୋଟିର ଅଳଙ୍କାର, ୫ ଲକ୍ଷ ଟଙ୍କା ନେଇଗଲେ। କଟକ ନରାଜ ପାଖରେ ମହାନଦୀରେ ସୁଅରେ ଭାସିଗଲେ ତିନି ଯୁବକ, ଜଣେ ନିଖୋଜ। ଝାରସୁଗୁଡା ବେଲପାହାଡ଼ ହତ୍ୟାକାଣ୍ଡର ପର୍ଦ୍ଦାଫାଶ। ୨ ଗିରଫ, ଜଣେ ନାବାଳକ ଅଟକ। ବାଲେଶ୍ବର ନୀଳଗିରି ସଜନାଗଡ଼ ପଞ୍ଚାୟତରେ ବେଆଇନ ମଦ କାରବାର, ୨ ବର୍ଷରେ ଗଲାଣି ୩୦ ଜୀବନ। ମୟୁରଭଞ୍ଜ ରାଇରଙ୍ଗପୁର ରେ ଲୁଟ୍‌ ଯୋଜନା ବିଫଳ; ୩ ଆନ୍ତଃରାଜ୍ୟ ଡକାୟତ ଗିରଫ। ମୟୁରଭଞ୍ଜ ରେ ଗୋମାଫିଆଙ୍କୁ ସାହାଯ୍ୟ କରି ପୁଲିସ ଏଏସ୍‌ଆଇ ଓ କନଷ୍ଟେବଳ ନିଲମ୍ବିତ। ବୋୖଦ୍ଧରେ କାଠ ସଂଗ୍ରହ ବେଳେ ନଦୀରେ ଭାସି ଯାଉଥିଲେ ଦୁଇ ମହିଳା, ଉଦ୍ଧାର କଲା ଅଗ୍ନିଶମ ବାହିନୀ। 🇳🇪 ଦିଲ୍ଲୀରେ ଲାଗୁହୋଇଥିବା 'ୱାର୍କ ଫ୍ରମ୍ ହୋମ୍’ ବ୍ୟବସ୍ଥା ଏବେ ହଟିଲା। ଅମରନାଥ ଯାତ୍ରା: ପାହାଡ଼ ଉପରେ ଦୁଇ ଦିନରେ ୩୨,୦୦୦ ତୀର୍ଥଯାତ୍ରୀ କଲେ ଦର୍ଶନ। ଜମ୍ମୁ-କାଶ୍ମୀରରେ ସରକାରୀ ସ୍କୁଲର ୨ଟି ବହିରେ ଆତଙ୍କବାଦୀ ହାଫିଜ୍ ସୟିଦ୍ ଓ ମକବୁଲ୍ ଭଟ୍ଟଙ୍କୁ ମହାନ ବ୍ୟକ୍ତିତ୍ୱ ଭାବେ ଦର୍ଶାଇଛନ୍ତି। ୟୁରୋପରେ ‘ହିଟ୍ ଡୋମ୍’ ର କୋପ। ଜର୍ମାନୀ ପୋଲାଣ୍ଡରେ ୪୫ ଡିଗ୍ରୀ ତାପମାତ୍ରାର ଆଲର୍ଟ ୧୭ ଜୁଲାଇରେ ଦେଶର ପ୍ରଥମ ହାଇଡ୍ରୋଜେନ ଟ୍ରେନ ଆରମ୍ଭ ହେବ। ଟ୍ରମ୍ପଙ୍କ ଚାପରେ ୧୩ଟି ଦେଶ, ଖାମେନେଇଙ୍କ ଅନ୍ତ୍ୟେଷ୍ଟି କ୍ରିୟାରୁ ଦୂରେଇ ରହିଲେ। ହୋର୍ମୁଜ୍ ରାସ୍ତାରେ ପୁଣି ବଢ଼ିଲା ଟେନସନ, ଇରାନର ଘୋଷଣା- ଏବେ ଦେବାକୁ ପଡ଼ିବ ସର୍ଭିସ ଚାର୍ଜ 🏆⚽🚴🏼‍♀️ ୭ମ ଥର ପାଇଁ ମହିଳା ଚାମ୍ପିୟନ ହେଲା ଅଷ୍ଟ୍ରେଲିଆ, ଇଂଲଣ୍ଡକୁ ୭ ୱିକେଟରେ ହରାଇ ରଚିଲା ଇତିହାସ ଫିଫା ଫୁଟବଲ ରେ ଫିଲାଡେଲଫିଆ:ପେନାଲଟି ଗୋଲରେ ଜିତି କ୍ବାଟରରେ ଫ୍ରାନ୍ସ୍ ପହଞ୍ଚିଲା। *ଗତବର୍ଷ ଏଇ ସମୟରେ* ପାନୀୟ ଜଳର ଯାଞ୍ଚ କରିବେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା, ନିୟମ କରିଥିଲେ ସରକାର। ବାଲିଚନ୍ଦ୍ରପୁର ଓଳାଶୁଣି ପୀଠରୁ ମିଳିଥିଲା ୧୩୧ ବର୍ଷର ପୁରାତନ ଶିଳାଲେଖ। ଫେରାର ଲୁଟେରା ନୀରବ ମୋଦୀର ଭାଇ ନେହାଲ ମୋଦୀ ଆମେରିକାରେ ଗିରଫ ହୋଇଥିଲା। ==================== ଆଜି ପଶୁଜନ୍ୟ ରୋଗ ସଚେତନତା ଦିବସ ଆଜି ଜନ୍ମଦିନ: ଶ୍ୟାମା ପ୍ରସାଦ ମୁଖାର୍ଜୀ, ରନବୀର ସିଂ, ଦଲାଇ ଲାମା ୧୪, ପଦ୍ମଶ୍ରୀ ଗୁରୁ ମାୟାଧର ରାଉତ (ନୃତ୍ୟ) ଆଜି ତିରୋଧାନ: ମାନ ସିଂ, ଧିରୁଭାଇ ଅମ୍ବାନୀ, ଜଗଜୀବନ ରାମ, ଚେତନ ଆନନ୍ଦ ଇତିହାସରେ ଆଜି ଦିନ: (୧୮୮୨) ଦାଦାଭାଇ ନାରୋଜୀ ଇଂଲଣ୍ଡ ସାଂସଦର ପ୍ରଥମ ଭାରତୀୟ ସଦସ୍ୟ ହେଲେ/ (୨୦୦୬) ଭାରତ ଚୀନ ସୀମାରେ ବ୍ୟବସାୟ ପାଇଁ ନାଥୁଲା ପାସ ଖୋଲିଲା/ (୧୭୮୫) ଆମେରିକା ମୁଦ୍ରାର ନାମ ଡଲାର ହେଲା/ (୧୮୮୫) ରାବିଜ ଟୀକା ପରୀକ୍ଷା କଲେ ବୈଜ୍ଞାନିକ ଲୁଇ ପାଶ୍ଚର୍/ (୧୯୨୩) ସୋଭିଏତ ରୁଷ ସ୍ଥାପିତ ହେଲା/ (୨୦୦୫) ମେକ୍ସିକୋରେ ଚାଳିଶ ହଜାର ବର୍ଷ ପୁରୁଣା ମଣିଷ ପାଦଚିହ୍ନ ମିଳିଲା ==================== 🌱 *ଗଛଟିଏ ଲଗାନ୍ତୁ*🌱

*ଖବର ଆଜିର, ୫ ଜୁଲାଇ, ରବିବାର* ===================== ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ରେଡ୍ ୱାର୍ଣ୍ଣିଂ ଜାରି। ବଙ୍ଗୋପସାଗରରେ ସୃଷ୍ଟି ଅବପାତ ପଶ୍ଚିମ ଓ ବେଙ୍ଗଲ ଉପକୂଳ ଆଡ଼କୁ ଗତି କରୁଛି। ସରକାର ପୁଣି ଥରେ ପିଆଜ ସଂଗ୍ରହ ମୂଲ୍ୟ ବଢ଼ାଇଲେ। ମୂଲ୍ୟ ୧୩ ପ୍ରତିଶତ ବୃଦ୍ଧି ହୋଇ କ୍ବିଣ୍ଟାଲ ପିଛା ୨୧୨୫ ଟଙ୍କା ହେଲା। ଓଡ଼ିଶାର ୨୩ ଜିଲ୍ଲାର ୬୦୯ଟି ସ୍କୁଲ ଭିତ୍ତିଭୂମି ପ୍ରକଳ୍ପ ପାଇଁ ପଞ୍ଚସଖା ଶିକ୍ଷା ସେତୁ ପକ୍ଷରୁ ୭.୨୯ କୋଟି ଟଙ୍କା ମଞ୍ଜୁର ହେଲା। ବିନା ଫିଟ୍‌ନେସ୍‌ରେ ଚଳାଚଳ କରୁଥିବା ଗାଡ଼ି ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତ ଆର୍‌ଟିଓ ଓ ଏଆର୍‌ଟିଓଙ୍କୁ ନିର୍ଦ୍ଦେଶ ଗଲା। ସରକାରଙ୍କ ସହ ଆଲୋଚନା ପରେ ଓଡ଼ିଶା ମେଡିକାଲ ସେବା ସଂଘ (ଓମ୍‌ସା) ଆନ୍ଦୋଳନକୁ ସ୍ଥଗିତ ରଖିଛି। ଡାକ୍ତରଙ୍କ ଦାବି ପାଇଁ ୨୨ରେ ବୈଠକ। ପୁରୀ ସହରରେ ଆଗାମୀ ରଥଯାତ୍ରା ପାଇଁ ବଡ଼ଦାଣ୍ଡରେ ସୁରକ୍ଷା ଓ ବ୍ୟାରିକେଡ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଜ୍ବରରେ ପୀଡ଼ିତ ଜଗନ୍ନାଥ ମହାପ୍ରଭୁଙ୍କୁ ଫୁଲୁରି ତେଲ ଲାଗି କରାଗଲା। ସମ୍ବଲପୁର ସହରର ହୀରାକୁଦ ବନ୍ଧରେ ଜଳସ୍ତର ବୃଦ୍ଧି ପାଉଥିବାରୁ କର୍ତ୍ତୃପକ୍ଷ ଆଲର୍ଟ ଜାରି କରିଛନ୍ତି। ଯେକୌଣସି ସମୟରେ ଗେଟ୍ ଖୋଲାଯାଇପାରେ। ଲଗାଣ ବର୍ଷାରେ କୋରାପୁଟ ମାଛକୁଣ୍ଡ ଡ୍ୟାମର ଗୋଟିଏ ଗେଟ ଖୋଲିଲା। ଜୟପୁର ସହରରେ ଏକ ନୂତନ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି। ବାଲେଶ୍ୱର ସହର ନିକଟସ୍ଥ ଚାନ୍ଦିପୁର ବେଳାଭୂମିରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ବ୍ରହ୍ମପୁର–ଉଧନା ଅମୃତ ଭାରତ ଏକ୍ସପ୍ରେସ୍‌ ଜୁଲାଇ ୬ରୁ ସପ୍ତାହକୁ ୩ ଦିନ ପରିବର୍ତ୍ତେ ପ୍ରତିଦିନ ଚାଲିବ। ବରଗଡ଼ ଜିଲ୍ଲାରେ ମଣ୍ଡିରେ ଧାନ ଭିଜି ଗଜା ହେଲା। ଖୋଲା ଆକାଶ ତଳେ ୨.୫୦ ଲକ୍ଷ କ୍ବିଣ୍ଟାଲ୍‌ ଧାନ। ବରଗଡ଼ ଜିଲ୍ଲାରୁ ଆନ୍ଧ୍ରପ୍ରଦେଶକୁ ଧାନ ଚାଲାଣ ହେଉଛି। ସେଠାକାର ବ୍ୟବସାୟୀ ଆସି ଏଠାରୁ ଧାନ ନେଇ ଯାଉଛନ୍ତି। ବଲାଙ୍ଗୀର ଟିଟିଲାଗଡ଼ ମଣ୍ଡିରେ ଧାନ ବିକ୍ରି ନ ହେବାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ। ଭୁବନେଶ୍ୱର ବାଣୀବିହାର ନିକଟରେ ଜଣେ ଯୁବକ ଡ୍ରେନ୍‌ରେ ଭାସିଗଲେ। ଖୋଜି ପାଇଲା ନାହିଁ ଓଡ୍ରାଫ୍‌ ଟିମ୍‌। କଟକରୁ ନୂଆଗାଁ ପର୍ଯ୍ୟନ୍ତ ୫୫ ନମ୍ବର ଜାତୀୟ ରାଜପଥ କାମ ବର୍ଷ ବର୍ଷ ଧରି ଚାଲିଛି। ଓଭରବ୍ରିଜରୁ ଫ୍ଲାଏ ଆସ୍ ବୋହି ସୃଷ୍ଟି ହେଲା ଖାଇ। ରାଉରକେଲା ସହରରେ ବେଆଇନ କୋଇଲା ଚାଲାଣ କରୁଥିବା ଦୁଇଟି ଟ୍ରକକୁ ପୋଲିସ ଜବତ କରିଛି। ଚାଳକମାନେ ଫେରାର ହୋଇଗଲେ। ବାଲେଶ୍ବର ସିମୁଳିଆରେ ସଶସ୍ତ୍ର ଡକାୟତି, ବନ୍ଧକ କରି ଲୁଟିନେଲେ ୨୦ ଲକ୍ଷର ସମ୍ପତ୍ତି। ବ୍ରହ୍ମପୁର ସହରରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ପୋଲିସ ଛଅ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ବାଲେଶ୍ୱର ସହରରେ ନିଶାଦ୍ରବ୍ୟ କାରବାର ଅଭିଯୋଗରେ ଜଣେ ମହିଳା ଡ୍ରଗ୍ସ ମାଫିଆଙ୍କୁ ପୋଲିସ କାବୁ କରିଛି। ଭଦ୍ରକ ସହରରେ ଏଟିଏମ୍ ମେସିନକୁ ଭାଙ୍ଗି ଟଙ୍କା ଲୁଟ୍ କରିବାକୁ ଚେଷ୍ଟା କରୁଥିବା ବେଳେ ଦୁଇଜଣ ଯୁବକ ଧରାପଡ଼ିଛନ୍ତି। ସୁନ୍ଦରଗଡ଼ରେ ହନୁମାନ ମୁଦ୍ରା ଓ ସରକାରୀ ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକୁଥିବା ଏକ ଗ୍ୟାଙ୍ଗର ୩ ଜଣ ସଦସ୍ୟ ଗିରଫ। କନ୍ଧମାଳ ଜିଲ୍ଲା ବାଲିଗୁଡା ନିକଟରେ ବସ୍‌ ଧକ୍କାରେ ନବରଙ୍ଗପୁରର ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। WhatsApp Channel join https://whatsapp.com/channel/0029VaUgRXG5fM5gVRc7391u ନବରଙ୍ଗପୁରର ଚଟାହାଣ୍ଡି ଗାଁରେ ମହିଳାମାନେ ମଦ ବିରୋଧୀ ଆନ୍ଦୋଳନ କରି ୨୬୦୦ ଲିଟର ପୁଡ଼ିମଦ ନଷ୍ଟ କରିଛନ୍ତି। କେନ୍ଦ୍ରାପଡା ଜିଲ୍ଲା ଆଳି ବିଦ୍ୟୁତ ସେବା କେନ୍ଦ୍ର ଭିତରେ ଲାଇନ ମ୍ୟାନଙ୍କ ସନ୍ଦେହଜନକ ମୃତ୍ୟୁ। ପେଟ ପୋଷିବା ପାଇଁ ଦାଦନ ହୋଇ ଆନ୍ଧ୍ର ଯାଇଥିଲେ, ଆତ୍ମହତ୍ୟା କଲେ ରାୟଗଡ଼ା ଜିଲ୍ଲା ଗୁଣପୁର ଆଲଙ୍ଗଗଡ଼ା ଗ୍ରାମର ପ୍ରଦୀପ। ଅନୁଗୁଳ ସାତକୋଶିଆ ଅଭୟାରଣ୍ୟରେ ହରିଣ ମାଂସ ଖାଇଥିବା ଅଭିଯୋଗରେ ୨ ବନ ୱାଚରଙ୍କ ସମେତ ୪ ଜଣ ଗିରଫ। 🇳🇪 ଜୁଲାଇ ୨୦ରୁ ସଂସଦର ମୌସୁମୀ ଅଧିବେଶନ ହେବ। ଠକେଇ ଓ ପାଇରେସି ପାଇଁ ମେସେଜିଂ ପ୍ଲାଟଫର୍ମ ଟେଲିଗ୍ରାମ ଏବଂ ସିଗନାଲକୁ ଆନୁଷ୍ଠାନିକ ନୋଟିସ ଜାରିକଲେ ସରକାର। ବଦ୍ରିନାଥ ଧାମରେ ଦାନ ଟଙ୍କା ହେରଫେର ଅଭିଯୋଗ। ତଦନ୍ତ ପାଇଁ ବସିଲା ପ୍ୟାନେଲ। 🏆⚽🚴🏼‍♀️ ୱିମ୍ବଲଡନ-୨୦୨୬ର ମହିଳା ସିଙ୍ଗଲ ପ୍ରି କ୍ବାର୍ଟର ଫାଇନାଲରେ ଆମେରିକାର ଜେସିକା ପେଗୁଲା, ଜାପାନର ନାଓମି ଓସାକା ପ୍ରବେଶ କରିଛନ୍ତି। ଭାରତ ବିପକ୍ଷ ଦିନିକିଆ ଶୃଙ୍ଖଳା ଲାଗି ଇଂଲଣ୍ଡ ଦଳ ଘୋଷିତ। *ଗତବର୍ଷ ଏଇ ସମୟରେ* ପୁରୀ ହେବ ମହାନଗର ନିଗମ, ଜଗନ୍ନାଥ ସଂଗ୍ରହାଳୟ ଓ ପୁସ୍ତକାଗାର ପ୍ରତିଷ୍ଠା ପାଇଁ ସରକାର କରିଥିଲେ ଘୋଷଣା। ଚୁକ୍ତିଭିତ୍ତିକ ମହିଳା କର୍ମଚାରୀମାନେ ମାତୃତ୍ବ ଛୁଟି ପାଇବାକୁ ହକଦାର, କହିଥିଲେ ଓଡ଼ିଶା ହାଇକୋର୍ଟ। ତେଲେଙ୍ଗାନା ଔଷଧ କାରଖାନା ବିସ୍ଫୋରଣରେ ମରିଥିଲେ ଓଡିଶା ଦାଦନ। ପୁରୀ ରଥଯାତ୍ରା ଦଳାଚକଟାରେ ମୃତ ଓ ଆହତ ହୋଇଥିଲେ ଭକ୍ତ। ପୁରୀ ବିମାନବନ୍ଦରକୁ ଅଟକାଇଥିଲେ କେନ୍ଦ୍ର ସରକାର। ରେଳବାଇର ଘୋଷଣା ହୋଇଥିଲା, ଟ୍ରେନ ଭିତରେ ୮୦ଟଙ୍କା ଓ ଷ୍ଟେସନରେ ୭୦ ଟଙ୍କାରେ ମିଳିବ ଶାକାହାରୀ ଭୋଜନ ===================== ଆଜି ବିକିନି ପୋଷାକ ଦିବସ ଆଜି ଜନ୍ମଦିନ: ଶିଖଗୁରୁ ହରଗୋବିନ୍ଦ, ପିଭି ସିନ୍ଧୁ, ରାମବିଳାସ ପାଶୱାନ, ଶ୍ରାବଣୀ ନନ୍ଦ (ଖେଳକୁଦ, ଫୁଲବାଣୀ) ଇତିହାସରେ ଆଜି ଦିନ: (୧୯୫୩) ଆନ୍ଧ୍ରପ୍ରଦେଶ ହାଇକୋର୍ଟ ସ୍ଥାପିତ ହେଲା/ (୧୯୬୮) ଭାରତର ପ୍ରଥମ ବୁଡାଜାହାଜ ଋଷିଆରୁ ବିଶାଖାପାଟଣା ପହଁଚିଲା/ (୧୯୯୪) ଆମାଜନ ପ୍ରତିଷ୍ଠା କଲେ ଜେଫ ବେଜୋସ/ (୧୯୯୬) ସ୍କଟଲାଣ୍ଡରେ ପ୍ରଥମ କ୍ଲୋନ ମେଣ୍ଢା ଡଲି ଜନ୍ମ ନେଲା/ (୧୯୭୭) ପାକିସ୍ଥାନରେ ଜୁଲଫିକର ଭୁଟୋଙ୍କ ଠାରୁ କ୍ଷମତା ଛଡ଼ାଇନେଲେ ଜିଆ ଉଲ ହକ/ (୧୬୫୮) ଆଉରଙ୍ଗଜେବ ନିଜ ବଡଭାଇ ମୁରାଦକୁ ଜେଲରେ ପୁରାଇଲା ===================== 🌱 *ଗଛଟିଏ ଲଗାନ୍ତୁ*🌱

ଇତିହାସରେ ଆଜି ଦିନ: (୧୭୭୬) ବ୍ରିଟିଶ କବଳରୁ ଆମେରିକା ସ୍ୱାଧୀନ ହେଲା/ (୧୮୮୪) ଫ୍ରାନସ ଆମେରିକାକୁ ଷ୍ଟାଚ୍ୟୁ ଅଫ ଲିବର୍ଟି ଉପହାର ଦେଲା/ (୧୭୫୧) ନିକେଲ ଧାତୁକୁ ଖୋଜି ପାଇଲେ ଫ୍ରେଡେରିକ/ (୧୭୬୦) ଗଣ୍ଡକି ନଦୀ କୂଳରେ ବିଶ୍ୱାସଘାତୀ ମୀରଜାଫର ର ପୁଅ ବଜ୍ରପାତରେ ମୃତ/ (୧୭୮୯) ଟିପୁ ସୁଲତାନ ବିରୁଦ୍ଧରେ ପେଶୱା ଓ ନିଜାମ ସହ ହାତ ମିଳାଇଲେ ବ୍ରିଟିଶ/ (୧୮୬୫) ଆଲିସ ଇନ ୱଣ୍ଡରଲ୍ୟାଣ୍ଡ ବହି ପ୍ରକାଶିତ ================= 🌱 *ଗଛଟିଏ ଲଗାନ୍ତୁ*🌱

*ଖବର ଆଜିର, ୪ ଜୁଲାଇ, ଶନିବାର* ================= ଆଗାମୀ ଚବିଶି ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବ। ସୋମବାର ପର୍ଯ୍ୟନ୍ତ ଲାଗିରହିବ। ଉପକୂଳ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବ। ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା ଫଳ। ୱେବସାଇଟ ରେ ଛାତ୍ରଛାତ୍ରୀ ମାନେ ତାଲିକା ଦେଖିପାରିବେ। କୃଷି ବିଭାଗର ସଚିବ ପ୍ରତିଶ୍ରୁତି ଦେଇଛନ୍ତି, ଚାଷୀମାନଙ୍କୁ ସଠିକ୍ ସମୟରେ ରିହାତି ଦରରେ ସରଞ୍ଜାମ ଯୋଗାଇ ଦିଆଯିବ। ଓଡ଼ିଶାର ଚିଠା ଭୋଟର ତାଲିକା ଜୁଲାଇ ୫ ତାରିଖରେ ପ୍ରକାଶ ପାଇବ। ନାଗରିକମାନେ ନିଜର ନାମ ଯାଞ୍ଚ କରିପାରିବେ। ଗଞ୍ଜାମ ଗୋପାଳପୁରରେ ଗ୍ରୀନ ଆମୋନିଆ ପ୍ରକଳ୍ପର ପ୍ରତିଷ୍ଠା ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ହୋଇଛି। ରାଜ୍ୟରେ ରକ୍ତହୀନତା ମୁକ୍ତ ଅଭିଯାନର ନୂତନ ମାର୍ଗଦର୍ଶିକା ଉନ୍ମୋଚିତ। ଶିଶୁ ଏବଂ ଗର୍ଭବତୀ ମହିଳାଙ୍କୁ ସ୍ଵାସ୍ଥ୍ୟ ସେବା ଯୋଗାଇ ଦିଆଯିବ। ରାଜସ୍ଵ ମନ୍ତ୍ରୀ ପୂଜାରୀ କହିଲେ, ଏଣିକି ଲୋକମାନେ ଘରେ ବସି ନିଜର ଜମି ପଟ୍ଟା ପାଇପାରିବେ। ଅଗଷ୍ଟ ୨୨-୨୩ରେ ଦ୍ୱିତୀୟ ଜାତୀୟ 'ଗରିମା' ସମ୍ମିଳନୀ ହେବ। ପରିମଳ କର୍ମଚାରୀଙ୍କ ଜୀବିକା, ଯାନ୍ତ୍ରିକୀକରଣ ଓ ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯିବ। ଲକ୍ଷପତି ଦିଦି ପରେ ମହାଲକ୍ଷପତି ଓ କୋଟିପତି ଦିଦି ସୃଷ୍ଟି କରିବୁ ବୋଲି କହିଲେ ପ୍ରଭାତୀ ପରିଡା। ‘ଭିବି ଜି ରାମ ଜି’ରେ ଦୈନିକ ମଜୁରି: ଓଡ଼ିଶା ଶ୍ରମିକ ପାଇବେ ୩୦୦ ଟଙ୍କା ମଜୁରୀ। ସମ୍ବଲପୁରରେ ହୀରାକୁଦ ଦେଖିବା ପାଇଁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି। ସେଠାରେ ବୋଟିଂ ବ୍ୟବସ୍ଥାକୁ ଆକର୍ଷଣୀୟ କରାଯାଇଛି। ଜୟପୁରରେ ବିମାନ ସେବାର ସମ୍ପ୍ରସାରଣ ହେବ, ଆଗାମୀ ମାସ ସୁଦ୍ଧା ବଡ଼ ବିମାନ ଚଳାଚଳ ଆରମ୍ଭ ହେବ। ଗତ ପଖାଳ ଦିବସରେ ରାଜ୍ୟ ସରକାର ପ୍ରାୟ ୨.୩୨ କୋଟି ଖର୍ଚ୍ଚ କଲେ ବୋଲି ବିରୋଧୀଙ୍କ ସମାଲୋଚନା। ଗଜପତି ଜିଲ୍ଲାରୁ ଚାକିରିର ଲୋଭ ଦେଖାଇ ଯୁବତୀମାନଙ୍କୁ ହାଇଦ୍ରାବାଦକୁ ଚୋରାଚାଲାଣ। ୭ ଯୁବତୀ ଉଦ୍ଧାର, ଦୁଇଜଣ ଗିରଫ। ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ମଝିଘରିଆଣି ମନ୍ଦିର ପରିସର ନିକଟରୁ ଜବରଦଖଲ ହଟାଯାଇଛି। ୩୩ଟି ଘର ଗଢ଼ିଉଠିଥିଲା। ରାୟଗଡା ଗାଜିଗାଁ ରେ ଖ୍ରୀଷ୍ଟିଆନ ଧର୍ମକୁ ପରିବର୍ତ୍ତନ କରିଥିବାରୁ ଆଦିବାସୀ ବୃଦ୍ଧଙ୍କୁ ଶ୍ମଶାନ ମିଳିଲାନି। ସରକାରୀ ଜାଗାରେ ଶେ‌ଷକୃତ୍ୟ ହେଲା। ପୁରୀ ସହରରେ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ବିପୁଳ ପରିମାଣର ବ୍ରାଉନସୁଗାର ଜବତ। ଜୟପୁର ସହରରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ହତ୍ୟା ଅଭିଯୋଗ। ପୋଲିସ ସ୍ଵାମୀଙ୍କୁ ଅଟକ ରଖିଛି। ମୟୁରଭଞ୍ଜ ଉଦଳାରେ ପାଣିରେ ବୁଡ଼ି ୭ ବର୍ଷ ନାବାଳିକାର ମୃତ୍ୟୁ, ଖୋଜିବା ପାଇଁ ଗୁଣିଆର ସାହାଯ୍ୟ ନେଲେ ପରିବାର ଲୋକେ। ଢେଙ୍କାନାଳରେ ସ୍ମାର୍ଟ ମିଟର ଲଗାଇବା ବେଳେ ଉତ୍ତେଜନା। ବିଦ୍ୟୁତ କର୍ମଚାରୀଙ୍କୁ ଘେରିଲେ ଲୋକେ। ଭାଙ୍ଗିଲେ ସ୍ମାର୍ଟ ମିଟର ଓ ଖୁଣ୍ଟରେ ଲାଗୁଥିବା ବକ୍ସ। ଚୌଦ୍ୱାର ମଣ୍ଡଳ କାରାଗାରରେ ୫ ଜଣ କଏଦୀ ଏଚଆଇଭି ପଜିଟିଭ ଚିହ୍ନଟ ହୋଇଛନ୍ତି। ବାରିପଦା ସହରରେ ଜଣେ ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି ଜେଲ୍ ପଠାଇଛି। ନାବାଳିକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। WhatsApp Channel join https://whatsapp.com/channel/0029VaUgRXG5fM5gVRc7391u 🇳🇪 ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) କନସଲଟାଣ୍ଟ ସାଇଟ୍ ଇଞ୍ଜିନିୟର ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ସରକାରୀ ହ୍ୱାଟ୍ସଆପ୍ ଚାଟ୍‌ବଟ୍ 'ଆୟୁଷ୍ମାନ ସାରଥୀ' ଲଞ୍ଚ ହେଲା। ହିତାଧିକାରୀ ଆଉ ସରକାରୀ ଅଫିସ୍ କିମ୍ବା କଲ୍ ସେଣ୍ଟର ଉପରେ ନିର୍ଭର କରିବେ ନାହିଁ.। ଷ୍ଟେଟ୍‌ ବ୍ୟାଙ୍କ ସହ ପିଏନ୍‌ବି ଓ କାନାରା ବ୍ୟାଙ୍କ ମିଶ୍ରଣ ଖବର ମିଛ ବୋଲି କହିଲେ କେନ୍ଦ୍ର ସରକାର। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଗରିକତା ସମ୍ବନ୍ଧୀୟ ଏକ ଆବେଦନକୁ ଆମେରିକାର ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଛନ୍ତି। ଫିନଲ୍ୟାଣ୍ଡ ଚଳିତ ବର୍ଷ ମଧ୍ୟ ଜାତିସଂଘର ସ୍ଥାୟୀ ବିକାଶ ସୂଚକାଙ୍କରେ ପ୍ରଥମ ସ୍ଥାନରେ। ସୁଇଡେନ ଏବଂ ଡେନମାର୍କ ଦ୍ଵିତୀୟ ଓ ତୃତୀୟ ସ୍ଥାନରେ। ଭେନେଜୁଏଲାରେ ଭୂକମ୍ପ ଯୋଗୁଁ ଲକ୍ଷ ଲକ୍ଷ ଶିଶୁଙ୍କୁ ଜରୁରୀ ସହାୟତା ଦେଉଛନ୍ତି ଆନ୍ତର୍ଜାତୀୟ ସଂଗଠନ, ଉଦ୍ଧାର କାର୍ଯ୍ୟ ଜାରି। ଇରାନରୁ ରିହାତି ଦରରେ ତେଲ ଆଣିବ ଭାରତ। କିନ୍ତୁ ଲୋକଙ୍କ ପାଇଁ ଶସ୍ତା ହେବନାହିଁ। ⚽🏆🚴🏼‍♀️ ସ୍ବିଜରଲାଣ୍ଡ ଫିଫା ବିଶ୍ବକପ୍‌ରେ ଆଲ୍‌ଜେରିଆକୁ ପରାସ୍ତ କରି ରାଉଣ୍ଡ-୧୬ରେ ପ୍ରବେଶ କରିଛି। ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌: ଫାଇନାଲ୍‌ରେ ପହଁଚିଲା ଇଂଲଣ୍ଡ। ଗ୍ଲୋବାଲ୍‌ ମ୍ୟୁଜିକ୍‌ ତାରକା ରୀତା ଓରା ଏବଂ ମ୍ୟୁଜିକାଲ୍‌ ଗ୍ରୁପ୍‌ କ୍ଲିନ୍‌ ବାଣ୍ଡିଟ୍‌ ଚଳିତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ ଉତ୍ସବରେ ମନୋରଞ୍ଜନ କରିବେ। *ଗତବର୍ଷ ଏଇ ସମୟରେ* ପୁରୀ ରଥଯାତ୍ରାରେ ଆଦାନୀ-ଇସ୍କନ ଦ୍ୱାରା ଖାଦ୍ୟ ବଣ୍ଟନ, ଆଦାନୀ ବ୍ରାଣ୍ଡର ମାର୍କେଟିଙ୍ଗ ପ୍ରମୋସନ ଚାଲିଥିଲା। ନୂଆ ସମବାୟ ନୀତି ଲାଗୁ ହେବ, ସବୁ ପଞ୍ଚାୟତରେ ସମବାୟ ସମିତି ହେବ ବୋଲି କହିଥିଲେ ସରକାର। ଆଇଆରସି ଭିଲେଜରେ ଶବରୀ ସାଂସ୍କୃତିକ ଭବନ ଉଦଘାଟିତ, ଆଦିବାସୀ ସମାଜର ଉନ୍ନତି ପାଇଁ ମୁଁ ଚେଷ୍ଟା କରିବି, କହିଲେ ମୁଖ୍ୟମନ୍ତ୍ରୀ ମାଝୀ ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାର ମୁଖ୍ୟ ଚରିତ୍ର ବିଜେପି ନେତା ଜଗନ୍ନାଥ ପ୍ରଧାନ ଜେଲ ଯାଇଥିଲେ। ହିମା‌ଚଳରେ ବର୍ଷା ବିପର୍ଯ୍ୟୟରେ ୫୧ ମୃତ ୨୨ ନିଖୋଜ ହୋଇଥିଲେ। ================= ଆଜି ଜନ୍ମଦିନ: ଆଲୁରି ସୀତାରମ ରାଜୁ, ସାଇରସ ମିସ୍ତ୍ରୀ, ନିନା ଗୁପ୍ତା, ଗୁଲଜାରି ଲାଲ ନନ୍ଦା, ପ୍ରଦୀପ ମହାରଥୀ (ପିପିଲି), ପ୍ରଶ୍ମିତା ମଙ୍ଗରାଜ (ଭାରୋତ୍ତୋଳନ) ଆଜି ତିରୋଧାନ: ସ୍ୱାମୀ ବିବେକାନନ୍ଦ

*ଖବର ଆଜିର, ୩ ଜୁଲାଇ, ଶୁକ୍ରବାର* ==================== ଆଜି ସାରା ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା। କୋରାପୁଟ, ମାଲକାନଗିରି ଏବଂ ବଲାଙ୍ଗୀର ଜିଲ୍ଲା ପାଇଁ ହାଇ ଆଲର୍ଟ। ୧୯ ଜିଲ୍ଲାକୁ ସତର୍କତା। ଜନଜାତି ଅଞ୍ଚଳର ବିକାଶ ପାଇଁ ନୂଆ ଆବାସିକ ସ୍କୁଲ ପ୍ରତିଷ୍ଠା ହେବ। ପଛୁଆ ବର୍ଗର ପିଲାଙ୍କୁ ମାଗଣା ଶିକ୍ଷା ସହ ହଷ୍ଟେଲ ସୁବିଧା ମିଳିବ। ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟର ସଠିକ୍ ଆକଳନ ପାଇଁ ୪ଟି ସହରରେ ଲାଗିବ ଡପଲର୍ ରାଡାର। ସମ୍ବଲପୁର, ବାଲେଶ୍ୱର, ଭୁବନେଶ୍ୱର ଏବଂ ପୁରୀ। ଆନ୍ଦୋଳନରତ ଡାକ୍ତରଙ୍କ ଉପରେ ସରକାରଙ୍କ କଡ଼ା ଆଭିମୁଖ୍ୟ । ବନ୍ଦ ହେବ ଦରମା, ଟର୍ମିନେଟ୍ କରିବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ଓଏଏସ ଗ୍ରୁପ୍‌-ଏ (ଜୁନିଅର) ଅଧିକାରୀଙ୍କ ବରିଷ୍ଠତା ନିର୍ଦ୍ଧାରଣର ଚୂଡ଼ାନ୍ତ ଗ୍ରେଡେସନ ତାଲିକା ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ଅଙ୍କୁଶ। ଶିକ୍ଷା ବିଭାଗର ପୁଣି ବାଉଳା ପଦକ୍ଷେପ। ପାଠ୍ୟପୁସ୍ତକ ତ୍ରୁଟି ସଂଶୋଧନ ପାଇଁ ମତାମତ ଦେବାକୁ ସର୍ବସାଧାରଣଙ୍କୁ ଆହ୍ୱାନ କଲା। ମେଲ ଆଇଡି textbookscertodisha@gmail.com, ଫୋନ ନମ୍ବର- ୧୮୦୦୩୪୫୬୭୨୨ WhatsApp Channel join https://whatsapp.com/channel/0029VaUgRXG5fM5gVRc7391u ଓଡ଼ିଶାରେ ଆଦାନୀର ବଡ଼ ପ୍ରବେଶ। ରାଜ୍ୟ ସରକାରଙ୍କ ସହ ୧ ଲକ୍ଷ ୧୦ ହଜାର କୋଟିର MoU, ମେଗା ଆଲୁମିନିୟମ୍ ପ୍ରକଳ୍ପ ପାଇଁ ଚୁକ୍ତି। ପୁରୀରେ ବଳରାମ ଦାସଙ୍କ ସମାଧିପୀଠରେ ନିର୍ମାଣ ହେବ ‘ଲକ୍ଷ୍ମୀ ପୁରାଣ କରିଡର’। ବଣ୍ଟାଯିବ ୧କୋଟି ଲକ୍ଷ୍ମୀପୁରାଣ, କହିଲେ ପ୍ରଭାତୀ ପରିଡା। ରାଜ୍ୟର ନଦୀ କୂଳରେ ବଢୁଛି ବେଆଇନ ଚିଙ୍ଗୁଡି ଘେରି। ବ୍ରାହ୍ମଣୀ, ବୈତରଣୀ, ଖରସ୍ରୋତା ନଦୀ କୂଳରେ ସରକାରୀ ଜମି ଜବରଦଖଲ। ରାସାୟନିକ ପଦାର୍ଥ ପାଇଁ ନଦୀର ପାଣି ଦୂଷିତ ହେଉଛି। ରାଜ୍ୟରେ କଲେଜ ଗୁଡିକର ୫୦୦ ମିଟର ମଧ୍ୟରେ ରହିବନି ମଦ କିମ୍ବା ତମାଖୁ ଦୋକାନ, ସରକାରଙ୍କ ନିଷ୍ପତ୍ତି। ରାଜ୍ୟ ବିଜେପିରେ ପୁଣିଥରେ ମୁଆଁ ବାସନା। ମନ୍ତ୍ରିମଣ୍ଡଳ ଅଦଳ ବଦଳ ଚର୍ଚ୍ଚା। ନିଗମ ପଦବୀର ବି ସମ୍ଭାବନା। ନିଟ୍-ପିଜି ୨୦୨୬ ପରୀକ୍ଷା ଅଗଷ୍ଟ ୩୦ରେ, ଆସନ୍ତା ୨୧ ରାତି ୧୨ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଫର୍ମ ପୂରଣ କରିପାରିବେ। ପ୍ରଭାତ ବିଶ୍ୱାଳଙ୍କ ଚିଟଫଣ୍ଡ ମାମଲା ହାଇକୋର୍ଟରେ ଖାରଜ, ଆବେଦନ ନାମଞ୍ଜୁର। ରାଜଧାନୀରେ କାର୍ ନମ୍ବର ଜାଲିଆତି କରି ଫସିଲେ ଡାକ୍ତର। ଅନ୍ୟ ଏକ ଗାଡ଼ିର ରେଜିଷ୍ଟ୍ରେସନ୍ ନମ୍ବର ବ୍ୟବହାର କରି ବେଫିକର ଭାବେ ବୁଲୁଥିଲେ। ରାଜଧାନୀରେ ଅନୈତିକ ସମ୍ପର୍କ ପାଇଁ ବୁଦ୍ଧ ପାର୍କ ନିକଟରେ କିଛି ଯୁବକ ମାରଣାସ୍ତ୍ର ଧରି ଅପର ପକ୍ଷର ଯୁବକମାନଙ୍କୁ ରାଜରାସ୍ତାରେ ଗୋଡ଼ାଇଲେ। ସମ୍ବଲପୁର ସହରରେ ବେଆଇନ ମଦ କାରବାର ଅଭିଯୋଗରେ ଦୁଇଟି ସ୍ଥାନରେ ଚଢ଼ାଉ, ପ୍ରଚୁର ଦେଶୀ ମଦ ଜବତ । ଝାରସୁଗୁଡ଼ା ଜିଲ୍ଲା କାରାଗାରରେ ଚଢ଼ାଉ ବେଳେ ମଦ ଭର୍ତ୍ତି ପାଣି ବୋତଲ ଏବଂ ଗଞ୍ଜେଇ ଚିଲମ ଜବତ। ପୁରୀର ଏକ ହୋଟେଲରୁ ଜଣେ ପର୍ଯ୍ୟଟକଙ୍କ ରହସ୍ୟଜନକ ମୃତଦେହ ଉଦ୍ଧାର। ମୃତ୍ୟୁର ସଠିକ କାରଣ ପାଇଁ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା । ବଲାଙ୍ଗୀର ସହରରେ ଜାଲ ନୋଟ କାରବାର କରୁଥିବା ଦୁଇ ଜଣ ଆନ୍ତଃରାଜ୍ୟ ଅପରାଧୀଙ୍କୁ ପୋଲିସ ଧରିଛି। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ ପାନୀୟ ଜଳ ସମସ୍ୟା ନେଇ ତାତିଲେ ମହିଳା; ଅଟକ ରହିଲେ କନିଷ୍ଠ ଯନ୍ତ୍ରୀ, ଏସ୍‌ଡିଓ। ନୂଆପଡ଼ା ଚାଷୀ ଆତ୍ମହତ୍ୟା: ମୃତ ଚାଷୀଙ୍କ ପରିବାରକୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ମଣ୍ଡି ଅବ୍ୟବସ୍ଥାକୁ କଲା ଦାୟୀ। ମୟୁରଭଞ୍ଜ ବୈଶିଙ୍ଗାରେ ମଦ ବିକ୍ରି ବିରୋଧରେ ଜାତୀୟ ରାଜପଥରେ ଧାରଣା, ଯାତାୟତ ବନ୍ଦ। 🇳🇪 ନିଟ୍-ୟୁଜି ପୁନଃପରୀକ୍ଷା ଦେଲେନି ୨ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ। ପେପର ଲିକ୍ ପରେ ମାନସିକ ଆଘାତ ଓ ଅବିଶ୍ୱାସକୁ ଦାୟୀ କଲେ ବିଶେଷଜ୍ଞ। ଅଶୋଧିତ ତୈଳ ଦର ହ୍ରାସ ପାଇଲେ ବି ପେଟ୍ରୋଲ ଓ ଡିଜେଲ୍ ଦର କମିବନି, କହିଲେ କେନ୍ଦ୍ରମନ୍ତ୍ରୀ। ତୈଳ କଂପାନୀ ଗୁଡ଼ିକ ୨.୧୮ ଲକ୍ଷ କୋଟିର ଆର୍ଥିକ କ୍ଷତି ଲୋକଙ୍କ ଠାରୁ ଭରଣା କରିବେ, ନିଜ ସମ୍ବଳ ବଢ଼ାଇବେ। ଅଯୋଧ୍ୟା ରାମ ମନ୍ଦିରରେ ଟଙ୍କା ସୁନା ଚୋରି ଅଭିଯୁକ୍ତର ଭାଇ କହିଲେ, ବଡ଼ ଲୋକଙ୍କ ସୁରକ୍ଷା ପାଇଁ ମୋ ଭାଇକୁ ଫସାଇଛନ୍ତି। ମଣିପୁରରେ ପୁଣି ନାଗା-କୁକି ବିବାଦ: କୁକି ଗାଁ ପୋଡ଼ିବାକୁ ନେଇ ଉତ୍ତେଜନା। ଭାରତ ଗସ୍ତ ପରେ ବ୍ରିଟେନ ମହିଳାଙ୍କ ମସ୍ତିଷ୍କରୁ ମିଳିଲା ୩୮ ପରଜୀବୀ, ‘ନ୍ୟୁରୋସିଷ୍ଟିସର୍କୋସିସ୍’ ରୋଗ ଚିହ୍ନଟ। ବ୍ରିଟେନ ପ୍ରଧାନମନ୍ତ୍ରୀ ଯୁବପିଢ଼ିଙ୍କ ପାଇଁ ନୂଆ ଚାକିରି ସୁଯୋଗ ସୃଷ୍ଟି କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । *ଗତବର୍ଷ ଏଇ ସମୟରେ* ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଅର୍ଥ ଫେରସ୍ତ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଥିଲେ। =================== ଆଜି ବିଶ୍ୱ ପ୍ଲାଷ୍ଟିକ ବ୍ୟାଗ ମୁକ୍ତ ଦିବସ ଆଜି ଜନ୍ମଦିନ: ଅଦୂର ଗୋପାଳ କ୍ରିଷ୍ଣାନ, ହରଭଜନ ସିଂ (କ୍ରିକେଟ), ଭାରତୀ ସିଂ (ହାସ୍ୟାଭିନେତ୍ରୀ), ସମରେଶ ରାଉତରାୟ (ସିନେମା) ଆଜି ତିରୋଧାନ: ନାମଦେଵ(ସାଧୁ), ରାଜ କୁମାର (ଅଭିନେତା), ସରୋଜ ଖାଁ(ନୃତ୍ୟ) ଇତିହାସରେ ଆଜି ଦିନ: (୧୯୦୮) ବ୍ରିଟିଶ ଦ୍ୱାରା ଗିରଫ ହେଲେ ବାଲ ଗଙ୍ଗାଧର ତିଲକ/ (୧୯୭୯) କଲିକତା ବିଦ୍ୟାସାଗର ବ୍ରିଜ ନିର୍ମାଣ ଆରମ୍ଭ/ (୧୬୬୧) ବ୍ରିଟିଶକୁ ବମ୍ବେ ଓ ତାଞ୍ଜର ଦେଲେ ପର୍ତ୍ତୁଗୀଜ/ (୧୭୬୦) ଦିଲ୍ଲୀ ଗାଦି ଅକ୍ତିଆର କଲେ ମରାଠା ସୈନ୍ୟ/ (୨୦୦୫) ମହେଶ ଭୂପତି ଓ ମେରୀ ଜିତିଲେ ଉଇମ୍ବେଲଡନ ଟେନିସ ମିକ୍ସଡ଼ ଡବଲସ ==================== 🌱 *ଗଛଟିଏ ଲଗାନ୍ତୁ*🌱

ଇତିହାସରେ ଆଜି ଦିନ: (୧୯୭୨) ଭାରତ ପାକିସ୍ତାନ ଶିମଲା ଚୁକ୍ତି ସ୍ୱାକ୍ଷରିତ/ (୨୦୦୪) ୟୁନେସ୍କୋ ଐତିହ୍ୟ ତାଲିକାରେ ଯୋଡି ହେଲା ବମ୍ବେର ଛତ୍ରପତି ଶିବାଜୀ ଟର୍ମିନସ/ (୧୯୯୦) ସାଉଦୀ ମକ୍କା ରେ ଦଳାଚକଟାରେ ୧୪୦୦ ତୀର୍ଥଯାତ୍ରୀ ମୃତ/ (୧୯୧୬) ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ସ୍ଥାପିତ/ (୧୯୪୦) ସୁଭାଷ ବୋଷଙ୍କୁ ଗିରଫ କଲା ବ୍ରିଟିଶ ସରକାର/ (୧୯୮୩) ତାମିଲନାଡୁ କଳ୍ପକମ ରେ ଆଣବିକ ଶକ୍ତି କେନ୍ଦ୍ର ଉଦଘାଟିତ/ (୨୦୦୨) ଉଡନ୍ତା ବେଲୁନରେ ପୃଥିବୀ ଭ୍ରମଣ କଲେ ଷ୍ଟିଭ ଫୋସେଟ =============== 🌱 *ଗଛଟିଏ ଲଗାନ୍ତୁ*🌱

*ଖବର ଆଜିର, ୨ ଜୁଲାଇ, ଗୁରୁବାର* ================= ମୌସୁମୀ ବର୍ଷା ଜାରି ରହିଥିବାରୁ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ କିଛି ସ୍ଥାନରେ ପ୍ରବଳ ବର୍ଷା। ରାଜ୍ୟରେ ଛଅ ତାରିଖ ପର୍ଯ୍ୟନ୍ତ ଲାଗିରହିବ। ଓଡ଼ିଶାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ଅନୁସାରେ ଜୁଲାଇ ୫ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଅକ୍ଟୋବର ଶେଷ ସୁଦ୍ଧା ହେବ ଦୁଇବର୍ଷ ହେବ ଅଟକିଥିବା ସବ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା । ବୟସ ଗଡ଼ି ଯାଇଥିଲେ ବି ପରୀକ୍ଷା ଦେଇପାରିବେ ଆଶାୟୀ। ବିଦ୍ୟାଳୟ ପାଠ୍ୟପୁସ୍ତକରେ ବ୍ୟାପକ ନାଟକୀୟ ଭୁଲ ଯୋଗୁଁ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଗଣ୍ଡଙ୍କ ଇସ୍ତଫା ଦାବି କରି କଂଗ୍ରେସ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପୁଣି ଗୋଟାଏ ବୟାନ: ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଖୁବଶୀଘ୍ର ଯୋଗାଇଦେବେ ସରକାର, କହିଲେ ଗଣଶିକ୍ଷା ବିଭାଗ ସଚିବ। ରାଜ୍ୟର ସରକାରୀ ଡାକ୍ତରମାନେ ନିଜର ୧୦ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଆରମ୍ଭ କରିଥିବାରୁ ସ୍ୱାସ୍ଥ୍ୟ ସେବା ବାଧାପ୍ରାପ୍ତ ହୋଇଛି। ରାଜ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଏବଂ ୯ମ-୧୦ମ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ଯୋଜନା ଲାଗୁ ହେବ। ପୁରୀ ରଥଯାତ୍ରାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ରାଜ୍ୟ ସରକାର ୨୩ ଜଣ ଓଏଏସ ଅଧିକାରୀଙ୍କୁ ମାଜିଷ୍ଟ୍ରେଟ ଭାବେ ନିଯୁକ୍ତ କରିଛନ୍ତି। ବିଧାୟକ ଓ ତାଙ୍କ ପରିବାର ସଦସ୍ୟଙ୍କ ଗୋଡ଼ହାତ, ଅଣ୍ଟା ବିନ୍ଧା ଆଦି ଯନ୍ତ୍ରଣାର ଉପଶମ ପାଇଁ ରାଜ୍ୟ ବିଧାନସଭା ପରିସରରେ ଫିଜିଓଥେରାପି ସେଣ୍ଟର ଖୋଲିଲା। ନଦୀକୂଳ ଓ ପୁ‌ଷ୍କରିଣୀ କୂଳରେ ସହରବାସୀ ଅଧିକ ସମୟ ବିତାଇବା ପାଇଁ ରାଜ୍ୟ ସରକାର ‘ଜଳତଟ ବିକାଶ ଯୋଜନା’ ଆରମ୍ଭ କରିବେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଇଡବ୍ଲ୍ୟୁଏସ୍‌ ଘର ପାଇଁ ପଞ୍ଜୀକରଣ ଫି’ ଏବଂ ଷ୍ଟାମ୍ପ ଡ୍ୟୁଟି ୦.୬%ରୁ ୦.୭% ହେବ। ଜୟଦେବ ବିହାର- ନନ୍ଦନକାନନ ରାସ୍ତାରେ ୫୭୯ କୋଟିର ଛଅଟି ଫ୍ଲାଇ ଓଭର ହେବ। ଜୟଦେବ ବିହାର ଛକରେ କେବଲ୍-ଷ୍ଟେଡ୍‌ ସେତୁ ହେବ। ବୁର୍ଲା ଭିମସାର ଅଧୀକ୍ଷକଙ୍କୁ ଗିରଫ କଲା ଭିଜିଲାନ୍ସ। ନବରଙ୍ଗପୁର ସହରରେ ସ୍କୁଲ ପାଠ୍ୟପୁସ୍ତକରେ ଭୁଲ୍ ରହିଥିବା ପ୍ରତିବାଦରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ରାଉରକେଲା ଏନଆଇଟି ପକ୍ଷରୁ ଏକ ସ୍ମାର୍ଟ ବ୍ୟାଣ୍ଡେଜ ପ୍ରସ୍ତୁତ କରାଯାଇଛି, ଯାହା କ୍ଷତ ସ୍ଥାନର ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିବ। ପୁରୀ ସହରରେ ରଥଯାତ୍ରା ପାଇଁ ତିନୋଟି ରଥର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅନୁଗୁଳ ସହରରେ ଥିବା ନାଲକୋ କାରଖାନାର ସମ୍ପ୍ରସାରଣ ପାଇଁ କମ୍ପାନୀ ପକ୍ଷରୁ ୩୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ। ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା। ରାୟଗଡା ସହରରେ ଆଣ୍ଠେଇଛି ମିନି ଷ୍ଟାଡିୟମ୍‌, ଅସାମାଜିକ କାର୍ଯ୍ୟର ଆଡ୍ଡା ପାଲଟିଛି। ବିକାଶ ଅପେକ୍ଷାରେ କ୍ରୀଡ଼ା ଭିତ୍ତିଭୂମି। ହୀରାକୁଦ ଜଳଭଣ୍ଡାର ୬୦୦.୬୫ ଫୁଟରେ। ଶୁଖୁଛି ମହାନଦୀ, କମିଲା ବିଜୁଳି ଉତ୍ପାଦନ। କେନ୍ଦ୍ରାପଡା ରାଜନଗର ରେ ଆଦର୍ଶ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା। ୪୦୦ ପିଲାଙ୍କ ପାଇଁ ଅଛନ୍ତି ମାତ୍ର ୩ ଶିକ୍ଷକ। ମାଲକାନଗିରିରେ ଓଡ଼ିଶା ଲୋକଙ୍କୁ ଉଠାଇନେଉଛି ଆନ୍ଧ୍ର। ଓଡ଼ିଶା ପୁଲିସ ଚୁପ୍‌ ବସିଛି। ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଶିକ୍ଷକ ଅବହେଳା ଯୋଗୁଁ ତାଲା ପକାଇଲେ ଗ୍ରାମବାସୀ। ଅନ୍ତଃରାଜ୍ୟ ମାନବ ଚାଲାଣ ରାକେଟ୍‌ ଠାବ, ନାବାଳିକା ଓ ମହିଳାଙ୍କୁ ବିକ୍ରି। ଦୁଇ ଦଲାଲ୍ ରାୟଗଡ଼ାର ଈଶ୍ୱର କୁସୁଲିଆ ଏବଂ ହାଇଦ୍ରାବାଦର ସରିତା ଜୈନ ଗିରଫ। ବ୍ରହ୍ମପୁର ସହରରେ ଜଣେ ନାବାଳିକା ସମ୍ପର୍କୀୟ ଭଉଣୀକୁ ହତ୍ୟା କରିବା ମାମଲାରେ ଅଭିଯୁକ୍ତକୁ ପୋକ୍ସୋ କୋର୍ଟ ମୃତ୍ୟୁଦଣ୍ଡ ଦେଇଛନ୍ତି। WhatsApp Channel join https://whatsapp.com/channel/0029VaUgRXG5fM5gVRc7391u ରାଉରକେଲା ସହରରେ ଜଣେ ଚର୍ଚ୍ଚର ବିଶପଙ୍କୁ ଡିଜିଟାଲ ଆରେଷ୍ଟ ନାମରେ ୧୪ ଲକ୍ଷରୁ ଅଧିକ ଟଙ୍କା ଠକେଇ କରାଯାଇଛି। ମୁମ୍ବାଇରୁ ଦୁଇ ଜଣ ଅଭିଯୁକ୍ତ ଗିରଫ। ଝାରସୁଗୁଡ଼ା ସହରରେ କୋଇଲା ଚୋରି ମାମଲାରେ ସଂପୃକ୍ତ ଥିବା ଦୁଇ ଜଣ ମାଫିଆଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। 🇳🇪 ଅଯୋଧ୍ୟା ରାମ ମନ୍ଦିର ଦାନ ଟଙ୍କା ହେରଫେର ମାମଲା: ଶୌଚାଳୟରେ ଲୁଚାଉଥିଲେ ଟଙ୍କା, ପୁଲିସ ସମ୍ମୁଖରେ ଅଭିଯୁକ୍ତଙ୍କ ଖୁଲାସା। ବିବାହ ପ୍ରମାଣପତ୍ର ଯଥେଷ୍ଟ ନୁହେଁ,ରୀତିନୀତି ପାଳନ ବିନା ହିନ୍ଦୁ ବିବାହ ବୈଧ ନୁହେଁ: ଗୁଜୁରାଟ ହାଇକୋର୍ଟ। ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଘଟିବା ଯୋଗୁଁ ବିଭିନ୍ନ ଦେଶରେ ଗ୍ୟାସ ଓ ପେଟ୍ରୋଲ ଡିଜେଲ ମୂଲ୍ୟ କମିଛି। ଭାରତରେ ତୈଳ ଓ ଗ୍ୟାସ କମ୍ପାନୀ ଗୁଡିକ ନିଜର କ୍ଷତିପୂରଣ ଓ ଯଥେଷ୍ଟ ଲାଭ ଗଛିତ କଲାପରେ ହିଁ ମୂଲ୍ୟ କମାଇବେ ବୋଲି ସୂଚନା। ପାକିସ୍ତାନରେ ଥିବା ଆଇସିସିସ ଆଡ୍ଡା ଉପରେ ଆଫଗାନିସ୍ତାନ ପକ୍ଷରୁ ଏକ ବଡ଼ ଧରଣର ଡ୍ରୋନ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଅନେକ ପ୍ରାଣ ହରାଇଛନ୍ତି। 🚴🏾‍♂️⚽🏏 ଫିଫାରେ ନେଦରଲାଣ୍ଡସକୁ ଆଫ୍ରିକୀୟ ଦେଶ ମରକ୍କୋ ବିଶ୍ବକପରୁ ବିଦା କରିଛି। *ଗତବର୍ଷ ଏଇ ସମୟରେ* ବିଏମସି ଭୁବନେଶ୍ୱର ଅତିରିକ୍ତ କମିଶନରଙ୍କୁ ବିଜେପି କର୍ପୋରେଟରଙ୍କ ଆକ୍ରମଣ ଘଟଣାରେ ଓଏଏସ୍ ସଂଘ ସମୂହ ଛୁଟିରେ ଯାଇଥିଲେ। ସୁପ୍ରିମକୋର୍ଟ ରେ ଅନୁସୂଚିତ ଜାତି ଏବଂ ଜନଜାତି ପାଇଁ ନିଯୁକ୍ତି ଏବଂ ପଦୋନ୍ନତିରେ ସଂରକ୍ଷଣ ଲାଗୁ ହୋଇଥିଲା। ଏଲନ ମସ୍କଙ୍କ ନୂଆ ରାଜନୈତିକ ଦଳ ‘ଆମେରିକା ପାର୍ଟି’ ତିଆରି ହୋଇଥିଲା। ================ ଆଜି ଅଜଣା ଉଡନ୍ତା ବସ୍ତୁ (ୟୁଏଫଓ) ଦିବସ ଆଜି ଖେଳ ସାମ୍ବାଦିକ ଦିବସ ଆଜି ଜନ୍ମଦିନ: ରାଜା ମୁରାଦ, ଦିଲୀପ ସରଦେଶାଇ, ମହମ୍ମଦ ଅଜିଜ (ଗାୟକ), ପବନ ମାଲହୋତ୍ରା, ମହାଶ୍ଵେତା ରାୟ (ସିନେମା), କାଳିନ୍ଦୀ ଚରଣ ପାଣିଗ୍ରାହୀ (ଲେଖକ, ବାଲିପାଟଣା) ଆଜି ତିରୋଧାନ: ସିରାଜ ଉଦୌଲା, ନୋଷ୍ଟ୍ରାଡ଼ମସ

*ଖବର ଆଜିର, ୩୦ ଜୁନ, ମଙ୍ଗଳବାର* ================== ଜଳରେ ତିନ୍ତିଲେ ମହାପ୍ରଭୁ, ଭାବରେ ଭିଜିଲେ ଭକ୍ତ। ହାତୀବେଶରେ ଶ୍ରୀ ଜଗନ୍ନାଥ ଦେଖାଦେଲେ। ଆଜି ଠାରୁ ପୁରୀ ବ୍ରହ୍ମଗିରିସ୍ଥିତ ଅଲାରନାଥ ମନ୍ଦିରରେ ଆରମ୍ଭ ହୋଇଛି ଅନବସର ଦର୍ଶନ। ରଥ ନିର୍ମାଣର ୭୦ତମ ଦିବସରେ ରଥଖଳାରେ ତିଆରି ହେଉଛି ତିନି ରଥର ନୂଆ ବ୍ରେକ୍‌। ସାର ବଣ୍ଟନ ପାଇଁ ସୁଧ ରିହାତି ଯୋଜନା: ୫ ବର୍ଷରେ ୪୨ କୋଟି ଖର୍ଚ୍ଚ ହେବ। ରାୟଗଡ଼ାର ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ଦାନ ହୁଣ୍ଡି ଖୋଲାଯାଇ ୧ କୋଟି ୨୨ ଲକ୍ଷ ୨୯ ହଜାର ୬୨୩ ଟଙ୍କା ଏବଂ ସୁନା ଓ ରୂପା ମିଳିଛି। ଶିକ୍ଷାମନ୍ତ୍ରୀ ଶ୍ରୀ ଗଣ୍ଡ କଥା ବଦଳାଇଲେ। ତ୍ରୁଟିପୂର୍ଣ୍ଣ ବହି ପ୍ରତ୍ୟାହାର ହେବନାହିଁ। ସ୍କୁଲକୁ ଦିଆଯିବ ସଂଶୋଧିତ ପୁସ୍ତିକା। ଜୁଲାଇ ୪ରେ ଓଡ଼ିଶା ଆସିବେ ଅମିତ ଶାହ, ବରଗଡ଼ ଓ ସମ୍ବଲପୁରରେ ଭାଷଣ ଦେବେ। ସହରାଞ୍ଚଳ ଷ୍ଟ୍ରିଟ୍‌ଲାଇଟ୍‌ ଯୋଗାଣରେ ବଡ଼ ଦୁର୍ନୀତି। ସରକାରଙ୍କୁ ୩୯କୋଟି ଫାଙ୍କି ଇଇଏସ୍‌ଏଲ୍‌ ସଂସ୍ଥା ପାର। ଭୁବନେଶ୍ୱର ପୋଲିସ ଆସାମରୁ ଧରିଲା ସାଇବର ଠକ ଜୁନାଇଦୁର(୨୨), ଇଜାଜୁଲ୍‌(୨୩) ଏବଂ ହାରୁନ ରସିଦ (୨୯)। ନିଜ ଷ୍ଟାର୍ଟଅପ୍‌ର ଫ୍ରାଞ୍ଚାଇଜ୍ ବଳରେ ରୋଜଗାର ଲୋଭ ଦେଖାଇ ୨୫୦ ଜଣଙ୍କଠାରୁ ୩ କୋଟି ଠକିଥିବା ସଚ୍ଚିଦାନନ୍ଦ ଭୋଇ ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ମୟୂରଭଞ୍ଜ ଉଠା ଜଳସେଚନର ଅବସରପ୍ରାପ୍ତ ଜେଇ ଇଂଜିନିୟରଙ୍କୁ ୨ ବର୍ଷ ଜେଲ୍, ପେନସନ ବନ୍ଦ। ରାଉରକେଲା ମହାନଗର ଏନ୍ଆଇଟିରୁ କଟାଯିବ ଆହୁରି ୨ ହଜାର ଗଛ। କୋର୍ଟରେ ମାମଲା। ରାୟଗଡା ଗୁଡାରୀ ରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଅଭାବରୁ ଚାଲିଗଲା ମାଆ ଓ ନବଜାତ ଶିଶୁର ଜୀବନ। ଖୋର୍ଦ୍ଧା ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ, ଗିରଫଦାରୀ ସଂଖ୍ୟା ୨୦ରେ ପହଞ୍ଚିଲା। କଳଙ୍କିତ ପୋଲିସ କର୍ମଚାରୀ ସୁରକ୍ଷିତ। ବାରିପଦା ଲଜ୍‌ରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ; ହତ୍ୟା ଅଭିଯୋଗରେ ପୁରୁଷ ବନ୍ଧୁ ଗିରଫ। ପୁରୀ ଜିଲ୍ଲା ଚନ୍ଦ୍ରଭାଗା ବଜାରରେ ସଂଘବଦ୍ଧ ଆକ୍ରମଣ। ୧୫ ଜଣ ଯୁବକଙ୍କ ଆକ୍ରମଣରେ ଦୁଇ ଭାଇ ଗୁରୁତର। ଭୁବନେଶ୍ୱର ଖଣ୍ଡଗିରିରେ ଯୁବକଙ୍କୁ ଲୁହାରେ ପିଟିପିଟି ବୀଭତ୍ସ ହତ୍ୟା। ପୋଲିସ ତଦନ୍ତ କରୁଛି। ଖୋର୍ଦ୍ଧାର ବାଣପୁରରେ ଯୁବକ ତୋଫାନ ନାୟକଙ୍କ ମୃତ୍ୟୁକୁ ନେଇ ହାଜତ ମୃତ୍ୟୁ ଅଭିଯୋଗ। କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ କଲେକ୍ଟର ପଡ଼ାରେ ୨୦ ବର୍ଷ ଧରି ଜରି ତଳେ ମୌଳିକ ସୁବିଧାରୁ ବଞ୍ଚିତ ୨୫ ପରିବାର। ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟ ପୂର୍ବତନ ପୁଲିସ ଏଏସ୍‌ଆଇ ଓ ତାଙ୍କ ପତ୍ନୀ ପୂର୍ବତନ ସହକାରୀ ଶିକ୍ଷୟିତ୍ରୀଙ୍କୁ ୧ ବର୍ଷ କାରାଦଣ୍ଡ ଓ ୧ ଲକ୍ଷ ଜରିମାନା ଦଣ୍ଡ ଦେଇଛନ୍ତି। WhatsApp Channel join https://whatsapp.com/channel/0029VaUgRXG5fM5gVRc7391u ୩୦୦୦ ଯବାନଙ୍କୁ ଚକମା ଦେଇ ଖସିଗଲା ନକ୍ସଲ ମିସିର। ସରଣ୍ଡା ଛାଡ଼ି କୋଲହାନ ଜଙ୍ଗଲରେ ପହଞ୍ଚିଲା। କେନ୍ଦୁଝର ଚମ୍ପୁଆ ବ୍ଲକ ବାଲିପଶି ଗାଁ ରେ ହାତୀ ଆତଙ୍କ। ଘର ଭାଙ୍ଗିଲେ, ଧାନ ଖାଇଲେ। 🇳🇪 ଅମରନାଥ ଯାତ୍ରା: ଉପରାଜ୍ୟପାଳଙ୍କ ଦ୍ବାରା ‘ପ୍ରଥମ ପୂଜା’, ଜୁଲାଇ ୩ରୁ ଯାତ୍ରା ଆରମ୍ଭ। ଅଯୋଧ୍ୟା ରାମ ମନ୍ଦିରର ଟଙ୍କା ସୁନା ଚୋରି ଅଭିଯୁକ୍ତଙ୍କ କେସ୍ ଲଢିବେନି ଓକିଲ। ଜୁଲାଇ ୧ରୁ ପେଟ୍ରୋଲ-ଡିଜେଲ ପାଇଁ କମର୍ସିଆଲ୍ କ୍ରେତାଙ୍କ ଉପରୁ ପ୍ରତିବନ୍ଧକ ହଟାଇଲେ ସରକାର। ⚽🚴🏾‍♂️🏏 ଫିଫା ବିଶ୍ୱକପରେ ଦକ୍ଷିଣ ଆଫ୍ରିକାର ଦୁଃଖଦ ବିଦାୟ: ପ୍ରି-କ୍ବାର୍ଟରରେ କାନାଡା। ଓଡ଼ିଶା ମହିଳା ଫୁଟ୍‌ବଲ୍‌ ଲିଗ୍‌ର ଫାଇନାଲରେ ନିତା ଫୁଟ୍‌ବଲ୍‌ ଏକାଡେମି ବିଜେତା, ଓଡ଼ିଶା ପୁଲିସ୍‌ ଉପବିଜେତା ହୋଇଛି। *ଗତବର୍ଷ ଏଇ ସମୟରେ* ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କ ମୋଦକ ଚୋରିରୁ ରଥଯାତ୍ରା ଦଳାଚକଟା ଯାଏଁ, ଆଇନ ମନ୍ତ୍ରୀ ସମାଲୋଚିତ ହୋଇଥିଲେ। ରାଜ୍ୟର ଶିଶୁବାଟିକା ଗୁଡ଼ିକରେ ଶିଶୁ ସେବିକା ନିୟୋଜିତ ହେବେବୋଲି ଘୋଷଣା ହୋଇଥିଲା। ଆଦାନୀଙ୍କ ପୁରୀ ଗସ୍ତ ପାଇଁ ଜଗନ୍ନାଥଙ୍କ ରଥକୁ ଜାଣିଶୁଣି ଅଟକା ଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। ================ ଆଜି ବିଶ୍ୱ କ୍ଷୁଦ୍ରଗ୍ରହ ଦିବସ ଆଜି ଜନ୍ମଦିନ: ମାଇକ ଟାଇସନ, ଅରବିନ୍ଦ ସ୍ୱାମୀ, ସୟଦ ମିର୍ଜା, ସୁପ୍ରିୟା ସୁଲେ, କ୍ୟାପଟେନ ସୌରଭ କାଲିଆ, କିଷନ ପଟନାୟକ (ସମାଜସେବୀ, ଭବାନୀପାଟଣା) ଆଜି ତିରୋଧାନ: ଦାଦାଭାଇ ନାରୋଜୀ, ରାଜା ଗୁଲାବ ସିଂ ଇତିହାସରେ ଆଜି ଦିନ: (୧୮୫୫) ବ୍ରିଟିଶ ଓ ଜମିଦାରଙ୍କ ବିରୋଧରେ ସାନ୍ତାଳୀ ବିଦ୍ରୋହ ଆରମ୍ଭ/ (୧୯୪୭) ଭାରତର ବିଭାଜନ ପାଇଁ ସୀମା ନିର୍ଦ୍ଧାରଣ କମିଟି ଗଠିତ/ (୧୯୩୭) ବିଶ୍ୱର ପ୍ରଥମ ଜରୁରୀ ଫୋନ ନମ୍ବର 999 ଜାରୀ/ (୧୯୩୮) କମିକ ବହିରେ ସୁପରମ୍ୟାନ ଚରିତ୍ରର ଜନ୍ମ/ (୧୯୬୦) କଙ୍ଗୋ ଦେଶ ସ୍ୱାଧୀନ ହେଲା ================ 🌱 *ଗଛଟିଏ ଲଗାନ୍ତୁ*🌱

*ଖବର ଆଜିର, ୨୯ ଜୁନ, ସୋମବାର* ======================= ଓଡ଼ିଶାର ବିଭିନ୍ନ ସ୍ଥାନରେ ଚାରିଦିନ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ଚେତାବନୀ ଜାରି। ମୌସୁମୀକୁ ବାଧା ଦେଉଛି ଏଲ୍ ନିନୋ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ଓଡ଼ିଶାରେ ବର୍ଷା ସଙ୍କଟ। ଦେବସ୍ନାନ ପୂର୍ଣ୍ଣିମାରେ ପୁରୀ ଉତ୍ସବ ମୁଖର।ମହାପ୍ରଭୁଙ୍କ ସ୍ନାନ ପରେ ହାତୀବେଶରେ ଦର୍ଶନ। ମୋଟ ୬୧ ଅଧ୍ୟାପକଙ୍କୁ ବିଶ୍ବବିଦ୍ୟାଳୟରୁ ପ୍ରତ୍ୟାବର୍ତ୍ତନ କରାଯାଇ ସରକାରୀ ଡିଗ୍ରୀ ମହାବିଦ୍ୟାଳୟରେ ଅବସ୍ଥାପିତ କରାଯାଇଛି। ଜୁଲାଇ ୧ରୁ ରାଜ୍ୟର ସମସ୍ତ ସ୍କୁଲରେ ଗଠନ ହେବ ନୂତନ ସ୍କୁଲ ପରିଚାଳନା କମିଟି। ଓଡିଶା ହାଇକୋର୍ଟ କହିଲେ, ବାଲିଘାଟ ଲିଜ୍‌ ସମ୍ବନ୍ଧୀୟ ନିଷ୍ପତ୍ତି ନେବାର କ୍ଷମତା ତହସିଲଦାରଙ୍କ ପାଖରେ ନାହିଁ। ଚୋରା ପାଉଁଶ ପରିବହନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେବାରୁ ସୁନ୍ଦରଗଡ଼ ବିଜେଡି ବିଧାୟକ ଯୋଗେଶ ସିଂ ରାସ୍ତାକୁ ଓହ୍ଲାଇ ୭ଟି ଅତ୍ୟଧିକ ବୋଝେଇ ପାଉଁଶ ଟ୍ରେଲରକୁ ମାଡି ବସିଲେ। ସୁନ୍ଦରଗଡ଼ ଜିଲ୍ଲାର ମେଗଡେଗା ଗାଁରେ ବଚସାକୁ କେନ୍ଦ୍ର କରି ଟାଙ୍ଗିଆରେ ଆକ୍ରମଣ ହେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ନୟାଗଡ଼ ଜିଲ୍ଲା ଫତେଗଡ଼ ସୁନାଖଳା ଗ୍ରାମର ଏକ ହାଇୱା ଟ୍ରକରୁ ଚିପ୍ସ ଅନଲୋଡ୍ ହେଉଥିବା ବେଳେ ଭିତରୁ ୧୯ ବର୍ଷୀୟ ମୁନା ରାଉତଙ୍କ ମୃତଦେହ ମିଳିଲା। କେନ୍ଦୁଝର ଚମ୍ପୁଆ ବାଉଁଶୁଣି ରାସ୍ତାରେ କାର ସହ ମୁହାଁମୁହିଁ ଧକ୍କାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ନବରଙ୍ଗପୁର ଜିଲ୍ଲାର ମୈଦଲପୁରରେ ମଦ ଦୋକାନ ଭଙ୍ଗାରୁଜା ଘଟଣାରେ ମହିଳାଙ୍କୁ ଜାରି ହୋଇଥିବା ନୋଟିସକୁ ଆନ୍ଦୋଳନ ପରେ ପ୍ରତ୍ୟାହାର କରାଗଲା। ମାଲକାନଗିରି କାଲିମେଳାରୁ ମାଟି ତଳୁ ମାଓ ଡମ୍ପ ଠାବ, ବିପୁଳ ଅସ୍ତ୍ରଶସ୍ତ୍ର ଏବଂ ମାଓ ସାମଗ୍ରୀ ଜବତ। ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଆଉ ଜଣେ ଓଡ଼ିଆ ଦାଦନଙ୍କ ମୃତ୍ୟୁ। ମୃତକ ଅନୁଗୁଳ ପାଲଲହଡ଼ାର ବୁଧୁବାରୀ ନାୟକ। ଭଦ୍ରକରେ ବସୁଧା ଯୋଜନା ଫେଲ୍। ପାଣି ଗରାଏ ପାଇଁ ରାତି ପାହିଲେ ଲାଗୁଛି ଲମ୍ବା ଲାଇନ୍। ଅନୁଗୁଳ ପାଳଲହଡା ଖମାର ବାରକୋଟିଆ ଗାଁରେ ଘରୋଇ ଯାତ୍ରୀବାହୀ ବସ୍ ଜଳିଗଲା। ମୟୁରଭଞ୍ଜ ବେତନତୀରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ପିଟିଲା ବାଇକ୍‌; ଜଣେ ମୃତ। କଟକ ଜିଲ୍ଲା ଜଗତପୁର ଖଇରା ବ୍ରିଜ ସାତବାଟିଆ ନିକଟ ମହାନଦୀରେ ଗାଧୋଇବା ବେଳେ ‌ଜଣେ ମୃତ, ୨ ଛାତ୍ର ନିଖୋଜ। ପୁଣି ଚୌଦ୍ବାର ଜେଲ୍‌ରେ କଳଙ୍କ। ନିଶା ଖୁଆଇ ଯୌନ ଶୋଷଣ, ଲିଖିତ ବୟାନ ସତ୍ତ୍ବେ କାର୍ଯ୍ୟାନୁଷ୍ଠାନ ଶୂନ। ଝାରସୁଗୁଡ଼ା ହୋଟେଲ ଯୋଗେନ୍ଦ୍ର ସମ୍ମୁଖସ୍ଥ ଡ୍ରେନରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ରାୟଗଡା ଜିଲ୍ଲା ଜଗମଣ୍ଡା ନିକଟରେ ଘରୋଇ ସ୍କୁଲ୍‌ ବସ୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ, ଅନ୍ୟଜଣେ ଗୁରୁତର। ସୁନ୍ଦରଗଡ଼ ଜିଲ୍ଲା ମେଗଡେଗା ଗାଁରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ଟାଙ୍ଗିଆରେ ଆକ୍ରମଣ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ। ନବ ଦାସଙ୍କ ଝିଅ ଦୀପାଳି ବାପାଙ୍କ ହତ୍ୟା ମାମଲାକୁ ନେଇ କହିଲେ, ବର୍ଷେ ତଳୁ ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିଲୁ। କୌଣସି ପଦକ୍ଷେପ ନିଆଯାଇନି। ସାମ୍ବାଦିକଙ୍କ ଦାବି ଗୁଡିକ ରାଜ୍ୟ ସରକାର ଶୀଘ୍ର ପୂରଣ କରିବେ ବୋଲି କହିଲେ ମନ୍ତ୍ରୀ। 🇳🇪 କେନ୍ଦ୍ର କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭାଗୀରଥ ଚୌଧୁରୀ ନିଜ ବିଭାଗରୁ ବିଭିନ୍ନ ଯୋଜନା ବାବଦକୁ କୋଟିଏ ଟଙ୍କା ନେଇଗଲେ। ସାଉଦି ଆରବରେ ହେଲିକପ୍ଟର ଦୁର୍ଘଟଣାରେ ୧୪ ମୃତ। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତରୁ ସ୍ବଦେଶ ଫେରିବେ ବୋଲି ଘୋଷଣା କଲେ। ଫ୍ରାନ୍ସରେ ଗ୍ରୀଷ୍ମ ପ୍ରବାହ ତାଣ୍ଡବ, ‌ନେଲାଣି ୧,୦୦୦ରୁ ଅଧିକ ଜୀବନ, ସରକାରୀ ସ୍ୱାସ୍ଥ୍ୟ ସଂସ୍ଥା ପକ୍ଷରୁ ରିପୋର୍ଟ ଜାରି। ଲଣ୍ଡନରେ ଜନ୍ମଦିନ ପାର୍ଟି ପରେ ଭାରତୀୟ ତେଲେଙ୍ଗାନା ଛାତ୍ରଙ୍କ ରହସ୍ୟମୟ ମୃତ୍ୟୁ, ମୃତଦେହ ଉଦ୍ଧାର। WhatsApp Channel join https://whatsapp.com/channel/0029VaUgRXG5fM5gVRc7391u ଚାରି ଦିନ ମଧ୍ୟରେ ତୃତୀୟ ଥର ପାଇଁ ଥରିଲା ଜାପାନ: ଇୱାଟେରେ ୬.୧ ତୀବ୍ରତାଯୁକ୍ତ ଭୂମିକମ୍ପ। 🏆⚽🚴🏼‍♀️ ଭାରତୀୟ ତାରକା ଶ୍ରୀକାନ୍ତ ୟୁଏସ୍‌ ଓପନ୍‌ ସୁପର ୩୦୦ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଭାରତୀୟ ଟେନିସ୍‌ ଖେଳାଳି ସୁମିତ ନଗଲ ୨ ବର୍ଷ ପରେ ନିଜର ପ୍ରଥମ ଏଟିପି ଚ୍ୟା‌ଲେଞ୍ଜ ଟ୍ରଫି ଜିତିଛନ୍ତି। ୫୨ ବର୍ଷ ପରେ ବିଶ୍ବକପ୍‌ ଖେଳୁଥିବା କଙ୍ଗୋ, ଉଜ୍‌ବେକିସ୍ତାନକୁ ହରାଇ ‌‌ଶ୍ରେଷ୍ଠ ତୃତୀୟ ଦଳ ଭିତରେ ରହିଲା। ଫୁଟବଲ ବିଶ୍ବକପ୍‌-୨୦୨୬ରେ ହ୍ୟାଟ୍ରିକ୍‌। ମେସି, ଡେଭିଡ୍‌ଙ୍କ ପରେ ଡେମ୍ବେଲେ। *ଗତବର୍ଷ ଏଇ ସମୟରେ* ପୁରୀରେ ଗୌତମ ଆଦାନୀଙ୍କ ପାଇଁ ଶ୍ରୀଜଗନ୍ନାଥଙ୍କ ରଥକୁ ବିଳମ୍ବ କରାଗଲା ବୋଲି ଅଭିଯୋଗ ହୋଇଥିଲା। ====================== ଆଜି ଷ୍ଟାଟିଷ୍ଟିକସ ଦିବସ ଆଜି ଅନ୍ତର୍ଜାତୀୟ କାଦୁଅ ଦିବସ ଆଜି ଜନ୍ମଦିନ: ପ୍ରଶାନ୍ତ ମହାଲାନୋବିସ, ଉପାସନା ସିଂ, ଅର୍ଚ୍ଚିତା ସାହୁ (ସିନେମା), ଉମାଚରଣ ମହାନ୍ତି (ପାଣିପାଗ ବିଶେଷଜ୍ଞ) ଆଜି ତିରୋଧାନ: ସର୍ଦ୍ଦାର ବଳଦେବ ସିଂ ଇତିହାସରେ ଆଜି ଦିନ: (୨୦୦୫) ଭାରତ ଓ ଆମେରିକା ମଧ୍ୟରେ ଦଶ ବର୍ଷୀୟ ଚୁକ୍ତି ସ୍ବାକ୍ଷରିତ/ (୨୦୧୪) ସାଇନା ନେହୱାଲ ଜିତିଲେ ଅଷ୍ଟ୍ରେଲିଆ ସୁପର ସିରିଜ/ (୨୦୧୧) ଆମେରିକାର ମଣିଷ ଚାଲାଣ ତାଲିକାରୁ ଭାରତ ବାଦ ପଡିଲା/ (୨୦୦୭) ସଚିନ ତେନ୍ଦୁଲକର ୧୫,୦୦୦ ରନ ପୁରା କଲେ/ (୨୦୦୭) ଆପଲ ର ପ୍ରଥମ ଆଇଫୋନ ଲଞ୍ଚ ହେଲା ==================== 🌱 *ଗଛଟିଏ ଲଗାନ୍ତୁ*🌱

*ଖବର ଆଜିର, ୨୮ ଜୁନ, ରବିବାର* ==================== ଆସନ୍ତା କାଲି ଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନଯାତ୍ରା; ପୁରୀ ଅଭିମୁଖେ ଶ୍ରଦ୍ଧାଳୁ। ଆଜି ଦିନ ଗୋଟାଏ ପର୍ଯ୍ୟନ୍ତ ଦର୍ଶନ ବନ୍ଦ। ଦିଲ୍ଲୀ ଏବଂ ଜମ୍ମୁ ଓ କାଶ୍ମୀର ସମେତ ଉତ୍ତର ଭାରତର ଅନେକ ରାଜ୍ୟରେ ଭୂମିକମ୍ପ ଅନୁଭୂତ ହୋଇଛି। ଆସୁଛି ବଡ଼ ବର୍ଷା, ପୂରା ଓଡ଼ିଶାକୁ ଆଲର୍ଟ ଜାରି। ପୁରୀ ସ୍ନାନ ଯାତ୍ରା:ଭୋର ୫ଟାରେ ହେବ ପହଣ୍ଡି,୧୨ଟାରେ ଜଳ ବିଜେ। ଅପରାହ୍ନ ୫ଟା ସୁଦ୍ଧା ହାତୀ ବେଶ। ଭୁବନେଶ୍ବରରେ ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍। ମଞ୍ଚେଶ୍ୱର ଅଞ୍ଚଳରେ ବାପ-ଝିଅଙ୍କୁ ଧକ୍କାଦେଲା। ବାଲେଶ୍ବର ଦରଘା ମଇଦାନରେ ଗୋଷ୍ଠୀ ସଂଘର୍ଷ। ଶୋଭାଯାତ୍ରା ବେଳେ ଲଙ୍କାକାଣ୍ଡ, ୨୦ରୁ ଅଧିକ ଆହତ, ପୁଲିସ ମୁତୟନ। ନବରଙ୍ଗପୁର ପାପଡାହାଣ୍ଡିରେ ଦେଶୀ ମଦ ବନ୍ଦ ଦାବିରେ ଥାନା ଘେରିଲେ ଗ୍ରାମବାସୀ। ତାମିଲନାଡୁରୁ କେନ୍ଦୁଝରକୁ ୧୧ଜଣଙ୍କ ଶବ ପରେ ଫେରିଲେ ୬୫ ଓଡ଼ିଆ ଦାଦନ ଶ୍ରମିକ। ଆଉ ଜଣେ ଓଡ଼ିଆ ଦାଦନ ଯୁବତୀଙ୍କ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୧୨କୁ ବୃଦ୍ଧି। ସୁନ୍ଦରଗଡ ବାଲିଶଙ୍କରା ବ୍ଲକ ଅଞ୍ଚଳରୁ ୨ ଜଣ ଗର୍ଭବତୀ ନାବାଳିକାଙ୍କୁ ଉଦ୍ଧାର କରିଛି ସମନ୍ବିତ ମା’ ଓ ଶିଶୁ ବିକାଶ ବିଭାଗ। କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ଏନ୍‌ଏସି ଦ୍ଵାରା ନିର୍ମିତ କଲ୍ୟାଣ ମଣ୍ଡପ ଉଦ୍‌ଘାଟନ ପୂର୍ବରୁ ତୁମୁଳ କାଣ୍ଡ। ଅତିଥିକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ। ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଅଞ୍ଚଳରେ ଯୁବତୀଙ୍କୁ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ରାଉରକେଲାର ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି। ଭଦ୍ରକରୁ ବାରିପଦା ଫେରିବା ବେଳେ ପୁଲିସ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ; ୨ଡ଼ିଏସପିଙ୍କ ସମେତ ତିନି ଜଣ ଗୁରୁତର। ପେଟ୍ରୋଲ ନିଆଁରେ ଜଳି ମୃତ୍ୟୁ ସହ ସଂଘର୍ଷ କରୁଥିବା ଯୁବତୀଙ୍କୁ ବୁର୍ଲା ମେଡ଼ିକାଲରେ ଚିକିତ୍ସା ପାଇଁ ମିଳିଲାନି ଶଯ୍ୟା। ରାଜଧାନୀ ଭରତପୁରରେ ବଙ୍ଗୀୟ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ବନ୍ଧା ହେଲା ଅଭିଯୁକ୍ତ। ଭୁବନେଶ୍ୱରରେ ପ୍ରଦୂଷଣ ରୋକିବ ଡଷ୍ଟ କଲେକ୍ଟର। ପରୀକ୍ଷାମୂଳକ ଭାବେ ଲିଙ୍ଗରାଜ ଓ ପଟିଆ ଅଞ୍ଚଳରେ ଲାଗିଲା। ବିଷ ପିଇଥିବା ଯୁବକଙ୍କ ମୃତ୍ୟୁକୁ ନେଇ ଭୁବନେଶ୍ୱର ଏମ୍ସ ଡାକ୍ତରଙ୍କୁ ନିର୍ଘାତ ମାଡ଼, ତିନିଜଣ ଗିରଫ। 🇳🇪 ପ୍ରଶ୍ନପତ୍ର ଲିକ୍‌ ପରେ ମହାରାଷ୍ଟ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା ସ୍ଥଗିତ ହେଲା। ତେଲେଙ୍ଗାନା ଗଣହତ୍ୟା ମାମଲାର ପର୍ଦ୍ଦାଫାଶ: ୪ ଗିରଫ। ଆମେରିକାକୁ ତେଲ ମାରିବା ପାଇଁ ହାଇଦ୍ରାବାଦରେ ଟ୍ରମ୍ପଙ୍କ ନାମରେ ରାସ୍ତା। ଧନ୍ୟବାଦ ଜଣାଇଲେ ଟ୍ରମ୍ପ। WhatsApp Channel join https://whatsapp.com/channel/0029VaUgRXG5fM5gVRc7391u କଙ୍ଗୋରେ ଭୟଙ୍କର ରୂପ ନେଉଛି ‘ଇବୋଲା’: ସଂକ୍ରମିତଙ୍କ ସଂଖ୍ୟା ୧୨୦୦ ଅତିକ୍ରମ କଲା। ସୀମାରେ ଉତ୍ତେଜନା: ଜିରୋ ଲାଇନରେ ସଶସ୍ତ୍ର ଭିଡ଼ ଜମା। ହଙ୍ଗେରୀରେ ନରଭକ୍ଷୀ ମାମଲା: ହସ୍ପିଟାଲ କର୍ମଚାରୀଙ୍କ ଉପରେ ମୃତ ମାନବ ଅଙ୍ଗ ଖାଇବା ଓ ଶ୍ମଶାନରୁ ମୃତଦେହ ଚୋରି କରିବାର ଅଭିଯୋଗ। 🏆⚽ ଫିଫା ବିଶ୍ଵ କପ୍: ପ୍ରଥମ ଥର ନକ୍ ଆଉଟ୍ ରେ ଇଜିପ୍ଟ।। *ଗତବର୍ଷ ଏଇ ସମୟରେ* ମାଗଣା '୧୦୯ ଶବ ବାହନ ସେବା ଆରମ୍ବ ହେବ ବୋଲି ଘୋଷଣା ହୋଇଥିଲା। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାମାନଙ୍କୁ ମାଗଣା ଜୋତା, ମୋଜା, ଟୋପି ଘୋଷଣା ହୋଇଥିଲା। ପୁରୀ ରଥଯାତ୍ରାରେ ଦଳାଚକଟାରେ ୭୦୦ରୁ ଅଧିକ ଭକ୍ତ ଆହତ ହୋଇ ହସପିଟାଲ ଯାଇଥିଲେ। ଟ୍ରେନ ବିଳମ୍ବ ହେଲେ କିମ୍ବା ଏସି ଖରାପ ଥିଲେ ଯାତ୍ରୀ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ପାଇବେ ବୋଲି ନିୟମ ହୋଇଥିଲା। ==================== ଆଜି ଲଜିଷ୍ଟିକସ ଦିବସ ବିଶ୍ୱ ବୀମା ସଚେତନତା ଦିବସ ଆଜି ଜନ୍ମଦିନ: ପିଭି ନରସିଂହା ରାଓ, ଵିଶାଲ ଦଦଲାନୀ, ଏଲନ ମାସ୍କ ଆଜି ତିରୋଧାନ: ପ୍ରଶାନ୍ତ ମହାଲାନୋବିସ ଇତିହାସରେ ଆଜି ଦିନ: (୧୯୭୫) ଭାରତୀୟ ପ୍ରେସ ସ୍ବାଧୀନତା ଉପରେ ଲାଗିଲା ସରକାରୀ କଟକଣା/ (୧୭୪୮) ଆମଷ୍ଟରଡାମ ଦଙ୍ଗାରେ ୨୦୦ରୁ ଅଧିକ ମୃତ/ (୧୯୧୯) ପ୍ରଥମ ବିଶ୍ୱଯୁଦ୍ଧ ଶେଷ ହେଲା/ (୧୮୨୦) ଟମାଟୋ ଏକ ବିଷାକ୍ତ ଖାଦ୍ୟ ନୁହେଁ ବୋଲି ପ୍ରମାଣିତ ହେଲା/ (୧୯୫୨) ଦକ୍ଷିଣ ଆଫ୍ରିକାରେ ନେଲସନ ମାଣ୍ଡେଲାଙ୍କ ପ୍ରଥମ ଜେଲଦଣ୍ଡ ==================== 🌱 *ଗଛଟିଏ ଲଗାନ୍ତୁ*🌱

*ଖବର ଆଜିର, ୨୭ ଜୁନ, ଶନିବାର* ================= ରାଜ୍ୟରେ ପାଞ୍ଚଦିନ ଦିନ ପ୍ରବଳ ବର୍ଷା ହେବ। ବିଜୁଳି ଘଡଘଡି ସହ ପବନ ପାଇଁ ଆଜି ୧୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ପଚାଶ କୋଟିରେ ଛପା ହୋଇଥିବା ତ୍ରୁଟିପୂର୍ଣ୍ଣ ସ୍କୁଲ ବହି ଫେରାଇ ନେଇ ପୁଣି ନୂଆବହି ଛାପି ବାଣ୍ଟିବେ ସରକାର। ମୁଖ୍ୟମନ୍ତ୍ରୀ ମାଝୀ କହିଲେ ବହି ମାମଲାରେ ହୋଇଛି ଷଡଯନ୍ତ୍ର। ବିରୋଧୀ ପଚାରିଲେ କିଏ, କେମିତି, କାହିଁକି କରିଛି। NCERT ୯ମ ଶ୍ରେଣୀ ବହିରୁ ହଟିଲା ସମାଜବାଦ ଓ ଧର୍ମନିରପେକ୍ଷତା ଏବଂ ଗଣତନ୍ତ୍ରର ବ୍ୟାଖ୍ୟା, ଏବେ ଏମର୍ଜେନ୍ସି ଏବଂ SIR ପଢ଼ାଯିବ। ପାଠ୍ୟପୁସ୍ତକରେ ତ୍ରୁଟି ପାଇଁ SCERT ର ପୂର୍ବତନ ନିର୍ଦ୍ଦେଶକଙ୍କ ସମେତ ୪ ଜଣ ନିଲମ୍ବିତ। ବର୍ତ୍ତମାନର ନିର୍ଦ୍ଦେଶିକା ସୁରକ୍ଷିତ। ଜୁନ ୨୯ ତାରିଖରେ ଜଗନ୍ନାଥ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ। ଗୁଜରାଟର ବରିଷ୍ଠ କଂଗ୍ରେସ ନେତା ଲାଲଜୀ ଦେଶାଇ ଓଡ଼ିଶାର ନୂଆ ଏଆଇସିସି ପ୍ରଭାରୀ ଭାବେ ନିଯୁକ୍ତ ହେଲେ। କଟକ ଓଗାଳପୁର ଅଞ୍ଚଳର ମହାନଦୀରୁ ଶତାଧିକ ନାଗ ମୂର୍ତ୍ତି ମିଳିବା ପରେ ଉତ୍ସୁକତା ସୃଷ୍ଟି ହୋଇଛି। ପୁରୀ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ଓକିଲ ଓ ପୋଲିସ ଧସ୍ତାଧସ୍ତି ହେଲେ। କନ୍ଧମାଳ ଜିଲ୍ଲାରେ ଲାଗିଲା ସୌରଚାଳିତ ସାଇରନ୍‌, ହାତୀ ଆସିବା ମାତ୍ରେ ସତର୍କ ହେବେ ଲୋକେ। ରକ୍ଷଣାବେକ୍ଷଣ ଅଭାବରୁ OSRTC ର ନୂଆ ଭଲଭୋ ବସ ବି ରାସ୍ତାରେ ଠିଆ ହୋଇଯାଉଛି। ଭଦ୍ରକ ଆରଡ଼ି ଅଞ୍ଚଳର ଚନ୍ଦ୍ରକାନ୍ତ ମହାକୁଡ଼ଙ୍କ ସନ୍ଦିଗ୍ଧ ମୃତ୍ୟୁ ମାମଲାରେ ଫରେନ୍ସିକ୍‌ ଓ ସନ୍ଧାନୀ କୁକୁର ଟିମ୍‌ ଯାଞ୍ଚ ଆରମ୍ଭ ହୋଇଛି। ପୁରୀ ଅସ୍ତରଙ୍ଗ ସରିପୁର ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ଭିତରେ ପଶି ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ କଲେ ୪ ଜଣ ଦୁର୍ବୃତ୍ତ। ଭୁବନେଶ୍ୱର ମଞ୍ଚେଶ୍ୱରରେ ବିଫଳ ପ୍ରେମିକର ଉନ୍ମତ୍ତକାଣ୍ଡ, ଅଫିସରେ ପଶି ଯୁବତୀଙ୍କୁ ପିଟିଲା ଯୁବକ। ବାଲେଶ୍ବର ସୋରରେ ହନୁମାନ ମନ୍ଦିରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଲୁଟି ନେଲେ। ଅନେକ ପରିଶ୍ରମ ପରେ କୁଖ୍ୟାତ ଆନ୍ତରାଜ୍ୟ ଗଞ୍ଜେଇ ମାଫିଆ ଦୁର୍ବାସା ସାହୁ (୪୬) ଗିରଫ ହୋଇଛି। ଭୁବନେଶ୍ୱରରୁ ଗିରଫ ହେଲା ନକଲି ସବ୍ କଲେକ୍ଟର ବି. ସୁଧୀର। IAS ପରିଚୟ ଦେଇ ଲୋକଙ୍କୁ ଠକୁଥିବା ବେଳେ ଧରାପଡ଼ିଲା ବିଶାଖାପାଟଣାର ଚୋର। କେନ୍ଦୁଝର, ନୟାଗଡ଼ ଏବଂ ଯାଜପୁର ଜିଲାରେ ଏଲଇଡି ଷ୍ଟ୍ରିଟ ଲାଇଟ ପାଇଁ ହୋଇଥିବା ୩ କୋଟି ହେରଫେର ମାମଲାରେ ୩ ଠିକାଦାର ଗିରଫ। ଅଫିସର ଓ ଇଂଜିନିୟର ସୁରକ୍ଷିତ। କାମଧେନୁ ଯୋଜନାର ସବସିଡି ପାଇଁ ୮୦ ହଜାର ଟଙ୍କା ନେଉଥିବା ବେଳେ ନବରଙ୍ଗପୁର ରାଇଘରର ଲାଇଭ୍‌ଷ୍ଟକ୍‌ ନିରୀକ୍ଷକ ପ୍ରଫୁଲ୍ଲ ହାଲ୍‌ଦାର ଧରାପଡିଲେ। ଭୁବନେଶ୍ୱର ପାଲହାଇଟ୍ ନିକଟରେ ବିଚ୍‌ ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଏକ ଚଳନ୍ତା କାର୍‌। WhatsApp Channel join https://whatsapp.com/channel/0029VaUgRXG5fM5gVRc7391u ଝାରସୁଗୁଡାରେ ପୁରୁଷ ବନ୍ଧୁ ସହ ମିଶି ସ୍ଵାମୀକୁ ମାରି ବିଲରେ ଫିଙ୍ଗି ଦେଲା ସ୍ତ୍ରୀ। ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ଘରୋଇ ଜ୍ଞାନଭାରତୀ କଲେଜର +୨ ଛାତ୍ର ହଷ୍ଟେଲରେ ଜୀବନ ହାରିଛନ୍ତି। କେନ୍ଦ୍ରାପଡା ମାର୍ଶାଘାଇ ଅଞ୍ଚଳରେ ଦୃଷ୍ଟିହୀନ ଦମ୍ପତିଙ୍କ ନାମରେ ଋଣ କରି ବିଜେପି ମଣ୍ତଳ ସଭାପତି ଲୁଟି ନେଲେ ବୋଲି ଅଭିଯୋଗ। ବାଲେଶ୍ବର ଜିଲ୍ଲା ବାଲିଆପାଳ ରାବଣପୋଡ଼ି ପଡ଼ିଆରୁ ଯୁବକଙ୍କର ମୃତ୍ୟୁଦେହ ଉଦ୍ଧାର। ମୃତକ ଖଗଡାପାଳ ଗ୍ରାମର ସତ୍ୟରଞ୍ଜନ। 🇳🇪 ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଜଂଗଲରୁ ମାଓ ଡମ୍ପ ଉଦ୍ଧାର, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ୨୪ ଲକ୍ଷ ଟଙ୍କା ଜବତ। ଅଯୋଧ୍ୟା ରାମ ମନ୍ଦିରରେ ଚୋରି ମାମଲା: କର୍ମଚାରୀ ମାନେ ମିଶି, ସିସିଟିଭିକୁ ଘୋଡ଼ାଇ ଶୌଚାଳୟରେ ରଖୁଥିଲେ ଦାନ ଟଙ୍କା। କୋଲକାତା ଗୋଦାମଘର ଭୁଶୁଡ଼ିବା ମାମଲାରେ ମୃତ୍ୟୁସଂଖ୍ୟା ୧୫କୁ ବୃଦ୍ଧି। ଜର୍ମାନୀର କାର୍‌ ନିର୍ମାତା ଫକ୍ସୱାଗନ ଏକ ଲକ୍ଷ କର୍ମଚାରୀ ଛଟେଇ କରିବା ବିଷୟରେ ଯୋଜନା କରୁଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ପ୍ୟାରିସ୍ ରେ ଗଲାଣି ୪୦ରୁ ଅଧିକ ଜୀବନ, ଫ୍ରାନ୍ସରେ ସର୍ବକାଳୀନ ରେକର୍ଡ ଭାଙ୍ଗିଲା ତାପମାତ୍ରା। ଦକ୍ଷିଣ ଫିଲିପାଇନ୍ସରେ ଆଉ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ୬.୭ ରେକର୍ଡ ହୋଇଛି। 🚴🏾‍♂️⚽🏏 ଫିଫାରେ ପୂର୍ବରୁ ୨ ଗ୍ରୁପ୍‌ ମ୍ୟାଚ୍‌ ଜିତି ନକ୍‌ଆଉଟ୍‌ ସ୍ଥାନ ପକ୍କା କରି ସାରିଥିବା ସହ ଆମେରିକାକୁ ହରାଇଛି ତୁର୍କିଏ। ଟି୨୦ କ୍ରିକେଟରେ ଭାରତ ବିପକ୍ଷରେ ଆର୍ୟଲାଣ୍ଡର ଐତିହାସିକ ବିଜୟ। ମହିଳା ଟି୨୦ ବିଶ୍ବକପ୍‌: ସ୍ପିନର ଶେଫାଳିଙ୍କ ସଫଳତା, ବାଂଲାଦେଶକୁ ହରାଇ ସେମି ଦୌଡ଼ରେ ଭାରତ। *ଗତବର୍ଷ ଏଇ ସମୟରେ* ଚର୍ଚ୍ଚିତ ଦୀପୁ-ଓମ୍ ହତ୍ୟା ମାମଲାରେ ଧଳସାମନ୍ତ ଡି ବ୍ରଦର୍ସ ଓ ସମସ୍ତ ୮ ଅଭିଯୁକ୍ତ ହତ୍ୟାକାରୀ ଦୋଷମୁକ୍ତ ହୋଇଥିଲେ। ଆଦାନୀ ଓ ଜିନ୍ଦଲ ସହ ରାଜ୍ୟ ସରକାରଙ୍କ ୧୮ହଜାର କୋଟି ଟଙ୍କାର ବ୍ୟବସାୟ ପାଇଁ ବୁଝାମଣା ହୋଇଥିଲା। ମୁମ୍ବାଇରୁ ରାଉରକେଲା ଆସିଥିଲା ବିରଳ ଗ୍ରୁପ୍‌ ରକ୍ତ ‘ବମ୍ବେ ଆର୍‌ଏଚ୍‌ ନେଗେଟିଭ୍‌’। ================ ଆଜି ଜନ୍ମଦିନ: ଆରଡ଼ି ବର୍ମନ, ପିଟି ଉଷା, ହେଲେନ କେଲର, ନିତିନ ମୁକେଶ, ସୁଜାତା ମହାପାତ୍ର (ଓଡିଶୀ, ବାଲେଶ୍ଵର), ଗ୍ଲୋରିଆ ମହାନ୍ତି (ଅଭିନେତ୍ରୀ, କଟକ) ଆଜି ତିରୋଧାନ: ରାଜା ରଣଜିତ ସିଂ, ସାମ ମାନେକସା ଇତିହାସରେ ଆଜି ଦିନ: (୧୯୬୪) ତିନ ମୂର୍ତ୍ତି ଭବନକୁ ନେହେରୁ ମ୍ୟୁଜିୟମ କରାଗଲା/ (୧୬୯୩) ପ୍ରଥମ ମହିଳା ପତ୍ରିକା ଲେଡିଜ ମରକ୍ୟୁରି ଲଣ୍ଡନରୁ ପ୍ରକାଶିତ/ (୨୦୦୮) ଇରାନ ଭାରତ ଗ୍ୟାସ ପାଇପ ଲାଇନ ପାଇଁ ପାକିସ୍ତାନ ରାଜି ହେଲା/ (୨୦୧୫) ମିଳିତ ଜାତିସଂଘ କାର୍ଯ୍ୟାଳୟରେ ସତ୍ୟଜିତ ରାୟଙ୍କ ଫଟୋ ଲାଗିଲା/ (୧୯୨୯) ପ୍ରଥମ ରଙ୍ଗୀନ ଟିଭି ନ୍ୟୁୟର୍କ ରେ ପ୍ରଦର୍ଶିତ ================= 🌱 *ଗଛଟିଏ ଲଗାନ୍ତୁ*🌱

*ଆଜି, ୨୬ ଜୁନ, ଶୁକ୍ରବାର* ================= ପିଲାମାନେ ଏବେ ନବମ ଶ୍ରେଣୀରୁ ଭାରତୀୟ ଗଣତନ୍ତ୍ରର ଏକ କଳା ଅଧ୍ୟାୟ ଜରୁରୀକାଳୀନ ପରିସ୍ଥିତି ବିଷୟରେ ପଢ଼ିବେ। ସରକାରଙ୍କ ପକ୍ଷରୁ ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମିଳିବ ମାଗଣା ସ୍କୁଲ ବ୍ୟାଗ୍। ପୁରୀରେ ନିର୍ମାଣ ହେବ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର। ପାସ୍‌ପୋର୍ଟ ଆବେଦନ କରିବାକୁ ଏଥର ଅଧିକ ଟଙ୍କା ଦେବାକୁ ପଡ଼ିବ। ୫୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। କାର୍ଯ୍ୟଭାର, ଭିତ୍ତିଭୂମିର ଅଭାବ ଓ ଅନ୍ୟ ଦାବୀ ପାଇଁ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ପକ୍ଷରୁ ‘ମିଶନ ସ୍ୱାଭିମାନ’ ରାଜ୍ୟବ୍ୟାପୀ ଆନ୍ଦୋଳନ ଆରମ୍ଭ। ଶ୍ରୀମନ୍ଦିରରେ ସ୍ବତନ୍ତ୍ର ବିମାନରେ ବିମଳା ମନ୍ଦିର ଯାଇ ରୀତିନୀତି ସରିବା ପରେ ଶ୍ରୀକୃଷ୍ଣଙ୍କ ଦ୍ୱାରା ରୁକ୍ମଣୀ ହରଣ। ରାତିରେ ମହା ମହାପ୍ରଭୁଙ୍କ ବିବାହ ଉତ୍ସବ ଅନୁଷ୍ଠିତ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଅପଭ୍ରଂଶ ଆନିମେଟେଡ୍ ଫିଲ୍ମ, ତୀବ୍ର ବିରୋଧ କଲେ ଗଜପତି। ରାଜ୍ୟରେ ବିବାହ ପାଇଁ ଲାଗିବ କଟକଣା। ବିବାହ କାର୍ଡରେ ବର କନ୍ୟାଙ୍କ ବୟସ ଲେଖିବା ବାଧ୍ୟତାମୂଳକ ହେବ। ସାଇବର ଠକଙ୍କ ଟାର୍ଗେଟରେ କଲେଜ ଛାତ୍ରଛାତ୍ରୀ। ଆଡ଼ିମିଶନ ନାଁରେ ଛାତ୍ରଛାତ୍ରୀଙ୍କୁ ମାଗୁଛନ୍ତି ଟଙ୍କା। ସାମସ ପୋର୍ଟାଲରୁ ତଥ୍ୟ ଚୋରି କରୁଛନ୍ତି। ତାମିଲନାଡୁ ଗ୍ୟାସ୍‌ ଲିକ୍‌ ଦୁର୍ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ କେନ୍ଦୁଝରର ଆଉ ଜଣେ ୧୬ ବର୍ଷୀୟ ଜୁଆଙ୍ଗ ଦାଦନ ଯୁବତୀଙ୍କ ମୃତ୍ୟୁ, ସଂଖ୍ୟା ୯କୁ ପହଞ୍ଚିଛି। ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ୩୯୬ ପୃଷ୍ଠାର ଫାଇନାଲ ଚାର୍ଜସିଟ ଦାଖଲ। ଚୌଦ୍ବାର ସର୍କଲ ଜେଲରୁ ଦୁର୍ଦ୍ଦାନ୍ତ ଅପରାଧୀ ଫେରାର ଘଟଣାରେ ନୂଆ ମୋଡ଼। ବଢିଲା ଜେଲ୍ ଡିଜି ସୁଶାନ୍ତ ନାଥ ଓ ଚୌଦ୍ବାର ସର୍କଲ ଜେଲ ଅଧୀକ୍ଷକ ସୁଜିତ ରାଉଳଙ୍କ ଅଡ଼ୁଆ। ମୟୂରଭଞ୍ଜ ଜିଲ୍ଲାର ପରିଚୟ, ନବନିର୍ମିତ ସ୍ୱାଗତ ତୋରଣ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପୂର୍ବରୁ ମୟୁର ଭାଙ୍ଗିଗଲା। ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ଅପରାଧୀକୁ ଉଠାଇବାକୁ ଯାଇ ଆକ୍ରମଣର ଶିକାର ହେଲେ ଆଇଆଇସି। ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଥିବା ସୂଚନା। ବାଲେଶ୍ବର ସହରର ସହଦେବଖୁଣ୍ଟା ଥାନା ଅଧୀନ ଅରଡ଼ବଜାରରେ ଗୁୁଳିମାଡ଼ରେ ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ତିନି ପିଲାଙ୍କୁ ପାଳି ନପାରି ସିଡବ୍ଲ୍ୟୁସିକୁ ଟେକିଦେବା ପରେ ଭାଙ୍ଗିଲା ସୁନ୍ଦରଗଡ଼ ପ୍ରଶାସନ ନିଦ। ତିଆରି ହେଲା ଆଧାର କାର୍ଡ, ମିଳିଲା ରାସନ। ବାପା ପାଖକୁ ତିନି ପିଲା ଫେରିବେ। ଭଦ୍ରକର ସନ୍ଦେହଜନକ ମୃତ୍ୟୁ ଘଟଣାରେ ଅଭିଯୋଗ ଗ୍ରହଣ କରାଯାଇନଥିବା ଅଭିଯୋଗରେ ଶତାଧିକ ଗ୍ରାମବାସୀଙ୍କ ଆରଡ଼ି ଫାଣ୍ଡି ଘେରାଉ ପରେ ପୁଲିସ ଅଭିଯୋଗ ଗ୍ରହଣ କରିଥିଲା। ଭୁବନେଶ୍ୱର ମୈତ୍ରୀବିହାରରେ ପିଲାପାଇଁ ଟେନସନ୍; କଅଁଳ ପିଲାକୁ ଖୋଜୁଛି ପୋଲିସ, ରାତିରେ ଚାଲିଛି ସର୍ଚ୍ଚ ଅପରେସନ୍। ମାଲକାନଗିରି ଜିଲ୍ଲା ଅନ୍ଧାରି ଗାଁରେ ଅଭାବନୀୟ ଦୃଶ୍ୟ। ପୁଣି ଜନନୀ ଯନ୍ତ୍ରଣା, ୪କି.ମି ଚାଲିଲେ ଗର୍ଭବତୀ। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ "ପୁଷ୍କରା", "ମାଇଁ ସୁଇଟ୍ ୱାଇଫ୍" ଓ "ଆଶ୍ରମ" ଶ୍ରେଷ୍ଠ ଚଳଚ୍ଚିତ୍ର। 🇳🇪 ଅଯୋଧ୍ୟା ରାମ ମନ୍ଦିର ଟଙ୍କା ସୁନା ଚୋରି ମାମଲାରେ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ ହେଲା। ୟୁପି ବିଜେପିର ସାଂଗଠନିକ ପରିବର୍ତ୍ତନ। ରାଜନାଥ ସିଂହଙ୍କ ପୁଅ ନିରଜ ସିଂହଙ୍କୁ ପ୍ରାଧାନ୍ୟ। ପେଟ୍ରୋଲ, ଡିଜେଲ ଦର ହ୍ରାସ ପାଉଛି। ଏହାର ଦାମ ବ୍ୟାରେଲ ପିଛା ୭୦ ଡଲାର କମିଯାଇଛି। ଭୀଷଣ ଗ୍ରୀଷ୍ମପ୍ରବାହରେ ୟୁରୋପରେ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ। ଫ୍ରାନ୍ସ ଓ ବ୍ରିଟେନ ସହିତ ଅନେକ ଦେଶରେ ତାପମାତ୍ରା ରେକର୍ଡ ସ୍ତରରେ ପହଞ୍ଚିଲା। ଭେନେଜୁଏଲାରେ ଦୁଇଟି ଶକ୍ତିଶାଳୀ ଭୂକମ୍ପ। ୧୬୪ ମୃତ, ୯୭୧ ଆହତ। 🚴🏾‍♂️🏏⚽ ଶେଫାଳୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହ ରାଧାଙ୍କ ଘାତକ ବୋଲିଂ, ବାଂଲାଦେଶକୁ ଧୂଳି ଚଟାଇଲା ଭାରତ। ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ କନିଷ୍ଠ ମହିଳା ହକି ଦଳ ଘୋଷିତ। ଖାଇଡେମ ଅଧିନାୟିକା, ଓଡ଼ିଶାରୁ ୪ ଜଣ ଖେଳିବେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ୬୫ତମ ଜାତୀୟ ଆନ୍ତଃରାଜ୍ୟ ସିନିୟର ଦୌଡ଼କୁଦ ଚମ୍ପିଆନସିପ୍‌ ଚାଲିଛି। ଆଇସିସି ଦିନିକିଆ ବ୍ୟାଟିଂ ମାନ୍ୟତାରେ କୋହଲିଙ୍କୁ ହଟାଇ ଗିଲ୍‌ ୨ୟ ହେଲେ। ଜୁଲାଇ ୧ରୁ ୧୧ ମଧ୍ୟରେ ଇଂଲଣ୍ଡ ବିପକ୍ଷରେ ଭାରତୀୟ କ୍ରିକେଟ୍‌ ଦଳ ୫ ମ୍ୟାଚ୍‌ର ଟ୍ବେଣ୍ଟି ୨୦ ଶୃଙ୍ଖଳା ଖେଳିବ। ବିଶ୍ବ ପ୍ରତିଯୋଗିତାରେ ୨ଟି ସ୍ୱର୍ଣ୍ଣ ଗୋଟିଏ ରୌପ୍ୟ ପଦକ ଜିତି ଓଡ଼ିଶା ଫେରିଛନ୍ତି ପାରା ବ୍ୟାଡମିଣ୍ଟନ୍‌ ତାରକା ଆକାଶ ମୁଣ୍ଡ। ================= ଆଜି ବିଶ୍ୱ ଡ୍ରଗ ସେବନ ନିରୋଧ ଦିବସ ଆଜି ଜନ୍ମଦିନ: ବଙ୍କିମ ଚାଟାର୍ଜୀ, ଅରୁଣା ରାୟ, ଜିୱାଜି ରାଓ ସିନ୍ଧିଆ, ଅର୍ଜୁନ କପୁର, ଧର୍ମେନ୍ଦ୍ର ପ୍ରଧାନ, ସମବେଦମ ସନମୁଖ ଶର୍ମା (ଆସିକା) ଆଜି ତିରୋଧାନ: ୟଶ ଜୋହର, ଏକନାଥ ସୋଲକର ଇତିହାସରେ ଆଜି ଦିନ: (୧୯୮୨) ଏୟାର ଇଣ୍ଡିଆ ପ୍ରଥମ ବିମାନ ଗୌରୀଶଙ୍କର ଦୁର୍ଘଟଣା ଗ୍ରସ୍ତ/ (୨୦୦୦) ବାଙ୍ଗଲାଦେଶକୁ କ୍ରିକେଟ ଟେଷ୍ଟ ମାନ୍ୟତା/ (1995) ମଧ୍ୟପ୍ରଦେଶକୁ ବାଘ ରାଜ୍ୟ ବୋଲି ଘୋଷଣା ହେଲା/ (୧୯୧୪) ଭାରତୀୟ ରିଲିଫ ଆକ୍ଟ ପାରିତ/ (୧୯୯୭) ପ୍ରଥମ ହ୍ୟାରି ପୋଟର ବହି ପ୍ରକାଶିତ =================

ରାଜ୍ୟର ବିଭିନ୍ନ ଲଭର୍ସ ପଏଣ୍ଟରେ ଯୋଡି ମାନଙ୍କୁ ସୁରକ୍ଷା ଦେବେ ବୋଲି କହିଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ====================== ଆଜି ଜନ୍ମଦିନ: ଗୌତମ ଆଦାନୀ, ଅନିତା ଦେଶାଇ, ଶୁଭମ ଷଡଙ୍ଗୀ (ଫୁଟବଲ) ଆଜି ତିରୋଧାନ: ସଂଯୁକ୍ତା ପାଣିଗ୍ରାହୀ, ଭିଭି ଗିରି ଇତିହାସରେ ଆଜି ଦିନ: (୧୯୬୬) ମୁମ୍ବାଇ ନ୍ୟୁୟର୍କ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୭ ମୃତ/ (୧୯୯୦) ଭାରତର ଟ୍ୟାଙ୍କ ବିଧ୍ଵଂସୀ ମିସାଇଲ ନାଗ ର ସଫଳ ପରୀକ୍ଷା/ (୧୯୮୯) ବୋଫର୍ସ ଦୁର୍ନୀତି ବିରୋଧରେ ଅନେକ ସାଂସଦ ଇସ୍ତଫା ଦେଲେ/ (୧୮୧୨) ଋଷିଆ ଉପରେ ଆକ୍ରମଣ କଲେ ନେପୋଲିୟନ/ (୧୯୩୯) ସିଆମ ଦେଶର ନାମ ଥାଇଲାଣ୍ଡ ହେଲା ==================== 🌱 *ଗଛଟିଏ ଲଗାନ୍ତୁ*🌱

*ଖବର ଆଜିର, ୨୪ ଜୁନ, ବୁଧବାର* ===================== ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା। ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଜାରି ରହିବ। ଜୁଲାଇ ୯ରୁ ଓଡ଼ିଶାରୁ ଆରମ୍ଭ ହେବ ମତ୍ସ୍ୟଜୀବୀଙ୍କ ନିମନ୍ତେ ଏଲ୍‌ଓଏ (ଲେଟର ଅଫ୍‌ ଅଥରାଇଜେସନ୍‌) ପୁରୀରେ ରାଜ୍ୟସ୍ତରୀୟ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ। ସରକାରୀ ଯୋଜନାର ସଫଳତାକୁ ପ୍ରଚାର କରାଯିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମହିଳାମାନଙ୍କ ପାଇଁ ନୂତନ ଯୋଜନା ଘୋଷଣା କରିଛନ୍ତି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଅଧିକ ଟଙ୍କା ମିଳିବ। ରଥଯାତ୍ରା ସ୍ବତନ୍ତ୍ର ପ୍ରସ୍ତୁତି: ପୁରୀକୁ ଗଡ଼ିବ ୩୭୦ ସ୍ୱତନ୍ତ୍ର ଟ୍ରେନ୍, ୪୭୩ ସିସିଟିଭି ଲାଗିବ। ଗତବର୍ଷ ସିସିଟିଭି ଫେଲ ମାରିଥିଲା। ବିଜେପି ସଭାପତି ମନମୋହନ ଦାବି କରିଛନ୍ତି ଯେ ବିରୋଧୀ ଦଳର ଅନେକ ନେତା ଏନଡିଏରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ସମ୍ବଲପୁରଠାରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ସତର୍କ ଅଛନ୍ତି। ଗଜପତି ଜିଲ୍ଲାରେ ଗଛ କାଟି ନିଆଁ ଲଗାଉଛନ୍ତି ଦୁର୍ବୃତ୍ତ, ସଫା ହେଉଛି ଜଙ୍ଗଲ। ନୀରବ ରହିଛି ବନ ବିଭାଗ। କଟକ କାଠଯୋଡ଼ି ପୋଲ ଉପରେ ଏକ ଦ୍ରୁତଗାମୀ ହାଇଭା ଟ୍ରକ, କାରକୁ ଧକ୍କା ଦେବା ଫଳରେ କାର ଚାଳକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ବାଲେଶ୍ୱର ରେଳ ଷ୍ଟେସନ ନିକଟରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଦୁଇ ଜଣ ଅଟକ। ବ୍ରହ୍ମପୁର ସହର ଉପକଣ୍ଠରେ ଚାଲିଥିବା ଏକ ବେଆଇନ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି ଦଶ ଜଣଙ୍କୁ ଗିରଫ କରିଛି। ରାୟଗଡାରେ ଠିକାଦାର ଠାରୁ ୨ ଲକ୍ଷ ଲାଞ୍ଚ ନେଇ ଧରାପଡ଼ିଲେ ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଇଂଜିନିୟର। ସମ୍ବଲପୁର କାଡା ଡିଭିଜନ୍‌ର ନିର୍ବାହୀ ଇଂଜିନିୟରଙ୍କ ଘରେ ଏକକାଳୀନ ୭ଟି ସ୍ଥାନରେ ଚଢାଉ। ବିଦେଶୀ ଟଙ୍କା ଜବତ। ଜଗତସିଂହପୁର ବୃନ୍ଦାବନ ହାଇସ୍କୁଲରେ ଜାଲିଆତି ଜାତି ପ୍ରମାଣପତ୍ର ଦେଇ ଚାକିରି, ୨୦ ବର୍ଷ ପରେ ଶିକ୍ଷକ ବହିଷ୍କୃତ। କଟକରେ ନାବାଳକ ଯୌନ ନିର୍ଯାତନା ମାମଲା: ଉର୍ଦ୍ଦୁ ଶିକ୍ଷକ ହାଫିଜ୍‌ଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ। ରାଉରକେଲାର ସେକ୍ଟର ଅଞ୍ଚଳରେ ଦୁଇଟି ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବା ଫଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ପାଞ୍ଚଜଣ ଗିରଫ। ଭଦ୍ରକ ଅଞ୍ଚଳରେ ଜଣେ ଜାଲ୍ ବ୍ୟାଙ୍କ ଅଧିକାରୀ ଜଣେ ବୃଦ୍ଧଙ୍କୁ ପ୍ରତାରଣା କରି ତାଙ୍କ ଜମା ଖାତାରୁ ସମସ୍ତ ଟଙ୍କା ଗାୟବ କରିଦେଇଛି। ପୁରୀ ସମୁଦ୍ର କୂଳ ନିକଟରେ ସକ୍ରିୟ ଥିବା ଏକ ମୋବାଇଲ ଚୋରି ଗ୍ୟାଙ୍ଗର ତିନି ଜଣ ସଦସ୍ୟଙ୍କୁ ପୋଲିସ କାବୁ କରିଛି। ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ରାସ୍ତାରେ କୋର୍ଟ ଏସକର୍ଟ ଗାଡ଼ି ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ବାଲେଶ୍ବର ସୀମାନ୍ତ ଗାଁ ଶଙ୍ଖାମେଦିରେ SIR ସର୍ଭେକୁ ବିରୋଧ। ଓଡ଼ିଶାରେ ସୁବିଧା ମିଳୁ ନଥିବାରୁ ନିଜକୁ ପଶ୍ଚିମବଙ୍ଗରେ ସାମିଲ କଲେ ବୋଲି ଦାବି। ନୂଆପଡ଼ା ଜିଲ୍ଲା କୋମନା ଥାନା ଜଡ଼ାମୁଣ୍ଡାରେ ଟୋକନ୍ ଥାଇ ବି ବିକ୍ରି ହେଲାନି ଧାନ, ମାନସିକ ଚାପରେ ପ୍ରାଣ ହରାଇଲେ ଚାଷୀ ନେପାଳ ମାଝି। ତାମିଲନାଡୁରୁ ଆସିଲା ୫ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତଦେହ, ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ। ତାମିଲନାଡୁ ଗ୍ୟାସ୍ ଟ୍ରାଜେଡିରେ ଓଡ଼ିଆ ଦାଦନ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି: ସହାୟତା ରାଶି ୧୦ ଲକ୍ଷକୁ ବୃଦ୍ଧି। 🇳🇪 ଅଯୋଧ୍ୟା ରାମ ମନ୍ଦିରରେ ଶହ ଶହ କୋଟିର ଦାନ ଅର୍ଥର ଚୋରିର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତ ଟିମ୍‌ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛି। ଛତିଶଗଡ଼ ବଲୋଦା ବଜାରର ଏକ ଗ୍ରାମରେ ଜଣେ ‘ ସାଇକୋ କିଲର୍‌’ ୮ ଜଣଙ୍କୁ ବିଷ ଦେଇ ହତ୍ୟା କରିବା ମାମଲାରେ ଗିରଫ ହୋଇଛି। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ନିକଟ ପଶ୍ଚିମ ସିଂହଭୂମ ଜିଲ୍ଲାର ଏକ ଚାଷ ଜମିରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ସନ୍ଦିଗ୍ଧ ମୋର୍ଟାର ସେଲ୍‌ ଉଦ୍ଧାର ହୋଇଛି। ରାଷ୍ଟ୍ରପତି ଭବନରେ ପଦ୍ମ ସମ୍ମାନ ଗ୍ରହଣ କଲେ ଅଲକା ୟାଜ୍ଞିକ, ମାମୁଟ୍ଟି, ଆର୍ ମାଧବନ। ଭାରତୀୟ ଷ୍ଟକ ବଜାରରେ ବଡ଼ଧରଣର ହ୍ରାସ; ସେନସେକ୍ସ ୮୯୩ ପଏଣ୍ଟ ଖସିଲା। ଆମେରିକାର ମହାକାଶ ସଂସ୍ଥା ନାସା ଏକ ବାଦାମ ଆକୃତିର ଗ୍ରହାଣୁ ଆବିଷ୍କାର କରି ୧୫୦ ନିୟୁତ ବର୍ଷ ପୁରୁଣା ରହସ୍ୟ ଉପରୁ ପରଦା ହଟାଇଛି। ଜାତିସଂଘର ଜଳବାୟୁ ମୁଖ୍ୟ ଚେତାବନୀ ଦେଇଛନ୍ତି ଯେ ବିଶ୍ୱର ତାପମାତ୍ରା ବର୍ତ୍ତମାନ ଚିନ୍ତାଜନକ ଭାବେ ବୃଦ୍ଧି ପାଉଛି। 🚴🏼‍♀️⚽🏆 ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ସିନ୍ଥେଟିକ୍ ଟ୍ରାକ୍ ନିର୍ମାଣ ପାଇଁ ପ୍ରାୟ ୪ କୋଟି ଟଙ୍କା ବ୍ୟୟ କରାଯାଇଛି। ଭାରତୀୟ କ୍ରିକେଟର ହରଭଜନ ସିଂ ପ୍ରାୟ ୧୮ ବର୍ଷ ତଳର ଏକ ବିବାଦୀୟ ଘଟଣାକୁ ନେଇ ଶ୍ରୀସନ୍ଥଙ୍କୁ ସୋସିଆଲ ମିଡିଆରେ ଜବାବ ଦେଇଛନ୍ତି। WhatsApp Channel join https://whatsapp.com/channel/0029VaUgRXG5fM5gVRc7391u ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେଉଥିବା ୬୫ତମ ଜାତୀୟ ଆନ୍ତଃରାଜ୍ୟ ଆଥଲେଟିକ୍ସ ପ୍ରତିଯୋଗିତାରେ ପ୍ରାୟ ୬୩୭ ଜଣ ଆଥଲେଟ୍ ଭାଗ ନେଉଛନ୍ତି। ପର୍ତ୍ତୁଗାଲର ଅଧିନାୟକ କ୍ରିଷ୍ଟିଆନୋ ରୋନାଲଡୋ ଫିଫା ମ୍ୟାଚରେ ଚମତ୍କାର ଗୋଲ୍ ସ୍କୋର କରି ଦଳକୁ ବିଜୟୀ କରାଇଛନ୍ତି। ଭାରତୀୟ ଆଥଲେଟିକ୍ସ ମହାସଂଘର ସଭାପତି ଆଦିଲ ସୁମାରିଓ୍ବାଲା ଓଡ଼ିଶାର କ୍ରୀଡ଼ା ଭିତ୍ତିଭୂମିର ଉଚ୍ଚ ପ୍ରଶଂସା କରିଛନ୍ତି। ଜାତୀୟ କ୍ରିକେଟ୍‌ ଦଳ ପାଇଁ ଓଡ଼ିଶାର ବଲାଙ୍ଗୀର ଝିଅ ସମ୍ଭାବନା ଅନନ୍ୟା ସାମିଲ। *ଗତବର୍ଷ ଏଇ ସମୟରେ* କଲେଜ ଓ ୟୁନିଭରସିଟି କ୍ୟାମ୍ପସରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବ, କହିଥିଲେ ସରକାର। ଚାକିରି ପ୍ରବେଶିକା ପରୀକ୍ଷା ଫି’ ଫେରସ୍ତ ହେବ ବୋଲି କହିଥିଲେ। ପୁରୀ ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ମୋଦକ ଚୋରି ପରେ ବଳକା ମାରା ମୋଦକ ଲାଗି ହୋଇଥିଲା। ଆସିକା ଚିନିକଳକୁ ଖୋଲିବେ ବୋଲି କହିଥିଲେ।

*💫ଖବର ଆଜିର,୧୬ ଜୁନ ୨୦୨୬, ମଙ୍ଗଳବାର ✨* ▪️▪️▪️▪️▪️▪️▪️▪️▪️▪️▪️ ଓଡ଼ିଶାରେ ଏଲ୍ ନିନୋ ପ୍ରଭାବ କାରଣରୁ ଚଳିତ ବର୍ଷ ଖରିଫ ଚାଷ ପାଇଁ ପାଣିପାଗରେ ପରିବର୍ତ୍ତନ ଦେଖାଯାଇପାରେ। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି ଯେ ଚଳିତ ବର୍ଷ ଭଦ୍ରକରେ ମେଡ଼ିକାଲ କଲେଜ୍ ଓ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଘୋଷଣା କରିଛନ୍ତି ଯେ ଖରାଛୁଟି ପରେ ଜୁନ ୧୮ ତାରିଖରୁ ସମସ୍ତ ସ୍କୁଲ ଖୋଲିବ। ସିନ୍ଧୁ ସଭ୍ୟତାର ‘ଡାନସିଂ ଗାର୍ଲ’ ମୂର୍ତ୍ତିକୁ ନେଇ ବିବାଦ: ଏନ୍‌ସିଇଆର୍‌ଟି ନବମ ଶ୍ରେଣୀ ପୁସ୍ତକରେ ମୂର୍ତ୍ତି ଫଟୋରେ ଆବରଣକୁ ଐତିହାସିକଙ୍କ ସମାଲୋଚନା। କଟକ ସହରର ଚୌଦ୍ଵାର ଜେଲ ପରିସର ମଧ୍ୟକୁ ଏକ ଦାମୀ ବିଳାସପୂର୍ଣ୍ଣ ଗାଡ଼ି ପ୍ରବେଶ କରିବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ପୁରୀ ସହରରେ ରଥଯାତ୍ରା ପୂର୍ବରୁ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ଧରପଗଡ଼ କରାଯାଇ ୨୩ ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି। ଭୁବନେଶ୍ୱରର ସୈନିକ ସ୍କୁଲ ନିକଟରେ ଏକ ଦ୍ରୁତଗତି କାର ଚାହା ଦୋକାନ ପାଖରେ ଥିବା ଲୋକଙ୍କ ଉପରେ ମାଡ଼ିଯିବାରୁ ୨ ଜଣଙ୍କ ମୃତ୍ୟୁ, ୪ ଜଣ ଗୁରୁତର। କାର ଚାଳକ ଫେରାର। କଟକ ସହରରେ କୋରିଅର ଡେଲିଭରି ବୟକୁ ଠିକଣା ପଚାରିବା କାରଣରୁ ଛୁରୀମାଡ଼ କରିଥିବା ଅଭିଯୁକ୍ତ ଯୁବକକୁ ପୋଲିସ ଗିରଫ କରିଛି। ସୁନ୍ଦରଗଡ଼ ଜିଲ୍ଲାର ମହୁଲଡିହା ଗ୍ରାମରେ ଏକ ପରିବାରକୁ ଦୀର୍ଘ ୧୨ ବର୍ଷ ଧରି ସାମାଜିକ ବାସନ୍ଦ କରାଯାଇଛି। ଏହି ଘଟଣାରେ ମାନବାଧିକାର କମିଶନ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଅନୁଗୁଳ ସହରରେ ଆଠ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ହାତରେ ଜଣେ ଏଏସଆଇ ଗିରଫ ହୋଇଛନ୍ତି। ବାଲେଶ୍ଵର ସହରର ଯୁବତୀଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ତାଙ୍କ ଓଏଏସ ପ୍ରେମିକଙ୍କୁ ପୋଲିସ ଅଟକ ରଖିଛି। ସମ୍ବଲପୁର ସହର ଉପକଣ୍ଠରେ ଜଣେ ବୃଦ୍ଧାଙ୍କୁ ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୩ ଜଣ ଯୁବକ ଗିରଫ। ବ୍ରହ୍ମପୁର ସହରରେ ଜାଲ୍ ସାର୍ଟିଫିକେଟ ପ୍ରସ୍ତୁତ କରୁଥିବା ଏକ ବଡ଼ ଗ୍ୟାଙ୍ଗକୁ ପୋଲିସ ପକ୍ଷରୁ ପର୍ଦ୍ଦାଫାଶ କରାଯାଇଛି। ଜୟପୁର ସହରରେ ବେଆଇନ ଗଞ୍ଜେଇ ଚାଲାଣ ବେଳେ ପୋଲିସ ଏକ ମିନି ଟ୍ରକ ଜବତ କରିଛି।ଦୁଇଜଣ ଆନ୍ତଃରାଜ୍ୟ ଚୋରା ଚାଲାଣକାରୀ ଗିରଫ।। ରାଉରକେଲା ସହରରେ ଏକ ବ୍ୟବସାୟିକ ପ୍ରତିଷ୍ଠାନରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ରାହ୍ମଣପଦର ନିକଟ ଜଙ୍ଗଲରୁ ପାଞ୍ଚ ଦିନ ଧରି ନିଖୋଜ ଥିବା ୭୨ ବର୍ଷୀୟ ହରିବନ୍ଧୁ ସାହୁଙ୍କ ମୃତଦେହ ମିଳିଛି। 🇹🇯 ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ‌ତେଲ ଶସ୍ତା ହୋଇଛି, ୮୨ ଡଲାରକୁ ଖସିଲା। ଭାରତରେ ଶସ୍ତା ହେବ ପେଟ୍ରୋଲ, ଡିଜେଲ। ଦେଶର ବେକାରୀ ହାର ୧୧ ମାସର ସର୍ବୋଚ୍ଚ ସ୍ତର ୫.୫ ପ୍ରତିଶତରେ ପହଞ୍ଚିଛି। ବେକାରୀ ସମସ୍ୟା ଗ୍ରାମାଞ୍ଚଳରେ ଅଧିକ ରହିଛି। ସଞ୍ଚିତା ‘କୁମ୍‌କୁମ୍‌ ଭାଗ୍ୟ’ ଓ ‘ୱାଗଲେ କି ଦୁନିୟା’ ଟେଲିଭିଜନ ଅଭିନେତ୍ରୀ ସଞ୍ଚିତା ଉଗଲେ ମହାରାଷ୍ଟ୍ରର ପାଲଘର ବାସଭବନରେ ଆତ୍ମହତ୍ୟା କରିଛନ୍ତି। ଏବେ ଥମିବ ମଧ୍ୟପ୍ରାଚ୍ୟ ଯୁଦ୍ଧ: ୧୯ରେ ଜେନେଭାରେ ହେବ ଆମେରିକା-ଇରାନ ଶାନ୍ତି ଚୁକ୍ତି। ଇସ୍ରାଏଲ୍ ପକ୍ଷରୁ ଆମେରିକା-ଇରାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତିକୁ ବିରୋଧ। ଲେବାନନରୁ ସେନା ପ୍ରତ୍ୟାହାର କରିବାକୁ ମନା କରିଦେଇଛି। ଫ୍ରାନ୍ସର ପ୍ରେସିଡେଣ୍ଟ ଇମାନୁଏଲ ମାକ୍ରୋନ ଏକ ଟେକ୍ନୋଲୋଜି ପ୍ରକଳ୍ପ ଆରମ୍ଭ କରିଛନ୍ତି। ଆନ୍ତର୍ଜାତୀୟ ସ୍ତରରେ ବୈଜ୍ଞାନିକ ସହଯୋଗକୁ ଅଧିକ ମଜବୁତ କରିବେ। ⚽🚴🏼‍♀️🏆 ଶ୍ରୀଲଙ୍କାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ମୁକାବିଲାରେ ଭାରତୀୟ ଦଳ ୭ ରନ୍‌ରେ ଘରୋଇ ଶ୍ରୀଲଙ୍କା ‘ଏ’ଠାରୁ ହାରିଯାଇଛି। ଏଫଆଇଏଚ୍ ମହିଳା ନେସନ୍ସ କପରେ ଭାରତୀୟ ହକି ଦଳ ଆମେରିକା ବିପକ୍ଷରେ ବିଜୟ ହାସଲ କରିଛି। ଫୁଟବଲ ବିଶ୍ଵକପରେ ଜାପାନ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଡ୍ରରେ ଶେଷ ହୋଇଛି। ସ୍ଵିଡେନ ଦଳ ଟ୍ୟୁନିସିଆ ବିପକ୍ଷରେ ବିଜୟ ହାସଲ କରିଛି। କ୍ରିକେଟର ସୌରଭ ଗାଙ୍ଗୁଲି ତାଙ୍କ ବିରୋଧରେ ସୋସିଆଲ ମିଡ଼ିଆରେ ଅପପ୍ରଚାର କରାଯାଉଥିବା ନେଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ବିସିସିଆଇ ଘରୋଇ ମ୍ୟାଚ୍‌କୁ ଦୃଷ୍ଟିରେ ରଖି ଓଡ଼ିଶା କ୍ରିକେଟ୍‌ ସଂଘ(ଓସିଏ) ପକ୍ଷରୁ ପ୍ରସ୍ତୁତି ପର୍ବ ଆରମ୍ଭ ‌ହୋଇଛି। *ଗତବର୍ଷ ଏଇ ସମୟରେ* ରାଜ୍ୟର ବିଭିନ୍ନ ଅଞ୍ଚଳରେ ଝାଡା ବାନ୍ତି ବ୍ୟାପି ଯାଇଥିଲା। ଆଜି ଜନ୍ମଦିନ: ମିଥୁନ ଚକ୍ରବର୍ତ୍ତୀ, ଇମତିଆଜ ଅଲ୍ଲୀ, ଚନ୍ଦ୍ରାଣୀ ମୁର୍ମୁ, ତୁଳସୀ ଅଗ୍ରୱାଲ (ନେତ୍ରୀ, କେସିଙ୍ଗା), ସୁପ୍ରଭା ସାମଲ (ଫୁଟବଲ, ଭୁବନେଶ୍ୱର)। ଇତିହାସରେ ଆଜି ଦିନ: (୧୬୦୬) ଜାହାଙ୍ଗିର ରାଜୁତିରେ ଶିଖ ଗୁରୁ ଅର୍ଜନ ଦେବଙ୍କୁ ହତ୍ୟା କରାଗଲା/ (୧୯୧୧) ଆଇବିଏମ କମ୍ପାନୀ ପ୍ରତିଷ୍ଠା ହେଲା/ (୧୯୮୩) ଛତିଶଗଡ଼ରେ ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟ ସ୍ଥାପିତ/ (୨୦୦୭) ସୁନିତା ଉଇଲିୟମ ହେଲେ ମହାକାଶରେ ସବୁଠୁ ଅଧିକ ସମୟ ରହିବା ବ୍ୟକ୍ତି। *🙏🪻ବନ୍ଦେ ଉତ୍କଳ ଜନନୀ🪻🙏* ➖➖➖➖➖➖➖➖➖➖➖

ଇତିହାସରେ ଆଜି ଦିନ: (୧୭୭୫) ଆମେରିକା ସେନାବାହିନୀ ଗଠିତ ହେଲା/ (୧୯୪୭) ବ୍ରିଟିଶ ଦ୍ୱାରା ଭାରତ ବିଭାଜନକୁ ଅନୁମୋଦନ କଲା ଭାରତୀୟ କଂଗ୍ରେସ/ (୧୯୪୯) ଭିଏତନାମ ଗଠନ ହେଲା/ (୧୯୫୮) ସିଭି ରମଣ ପାଇଲେ ଲେନିନ ଶାନ୍ତି ପୁରସ୍କାର/ (୨୦୦୭) ଚୀନରେ ରାକ୍ଷସ ପକ୍ଷୀର ହାଡ଼ ମିଳିଲା/ (୨୦୧୨) ବିଶାଖାପାଟଣା ଷ୍ଟିଲ ପ୍ଲାଣ୍ଟ ବିସ୍ଫୋରଣରେ ୧୧ ମୃତ ================= *ବନ୍ଦେ ଉତ୍କଳ ଜନନୀ* 🪻🌻🪻