10th Class Study
Відкрити в Telegram
👉Pratic MCQ question answer 👉Free YouTube class 👉 Free PDF Books OR Test paper 🗞️ 👉 Study Material Thank you 🙏
Показати більше3 841
Підписники
Немає даних24 години
-127 днів
-7030 днів
Архів дописів
3 841
ସରଳ_ସମୀକରଣ_ବିଗତ_ବର୍ଷ_ମାନଙ୍କ_ରେ_ପଡ଼ିଥିବା_long_question_1.pdf6.38 MB
27 квіт 2024, 05:07
3 841
@StateTopper Channel Owner
Telegram ra New Moneytiegeation ra Keta Rupees Generate Hauchi ei id ra Tick Contact kara - @Miss6540m
26 квіт 2024, 10:46
3 841
SSB, CPET & UGC NET/JRF ODIA Short Question
1. ପ୍ରଥମ ଲୋକସାହିତ୍ୟ ସଂଗ୍ରାହକ ?
ଉ :- ଶ୍ରୀ କପିଳେଶ୍ଵର ବିଦ୍ୟାଭୂଷଣ
2. ପ୍ରଥମ ବିଦେଶୀ ଲୋକ ସାହିତ୍ୟ ସଂଗ୍ରାହକ ?
ଉ :- ଜନବିମ୍ସ୍
3. ପ୍ରଥମ ଲୋକଗୀତ ସଂଗ୍ରାହକ ?
ଉ :- ଚକ୍ରଧର ମହାପାତ୍ର
4. ପ୍ରଥମ ଲୋକ ସାହିତ୍ୟ ଗବେଷକ ?
ଉ :- କୁଞ୍ଜବିହାରୀ ଦାସ
5. ପ୍ରଥମ ଲୋକ କାହାଣୀ ସଂଗ୍ରାହକ ?
ଉ :- ଗୋପାଳଚନ୍ଦ୍ର ପ୍ରହରାଜ
6. ପ୍ରଥମ ଓଡ଼ିଆ ଅଭିଧାନ ?
ଉ:- ଗୀତାଭିଧାନ (ଉପେନ୍ଦ୍ର ଭଞ୍ଜ)
7. ପ୍ରଥମ ଅସମ୍ପୂର୍ଣ୍ଣ ଉପନ୍ୟାସ ?
ଉ:- ସୌଦାମିନୀ (ରାମଶଙ୍କର ରାୟ)
8. ପ୍ରଥମ ପୂର୍ଣ୍ଣାଙ୍ଗ ଉପନ୍ୟାସ ?
ଉ:- ପଦ୍ମମାଳୀ, ୧୮୮୮ ଉମେଶ ଚନ୍ଦ୍ର ସରକାର
9. ପ୍ରଥମ ବୈଜ୍ଞାନିକ ଉପନ୍ୟାସ ?
ଉ :- ପୃଥିବୀ ବାହାରେ ମଣିଷ (ଗୋକୁଳାନନ୍ଦ ମହାପାତ୍ର)
10. ପ୍ରଥମ ଆଦିବାସୀ ଜୀବନ ଭିତ୍ତିକ ଉପନ୍ୟାସ ?
ଉ :- ଭୀମାଭୂୟାଁ (ଗୋପାଳବଲ୍ଲଭ ଦାସ)
11. ପ୍ରଥମ ମନସ୍ତାତ୍ତ୍ୱିକ ଉପନ୍ୟାସ ?
ଉ:- ମନେମନେ (ବୈଷ୍ଣବଚରଣ ଦାସ
12. ପ୍ରଥମ ରାଜନୈତିକ ଉପନ୍ୟାସ ?
ଉ:- ପ୍ରତିଭା (ହରେକୃଷ୍ଣ ମହତାବ)
13. ପ୍ରଥମ ଗୋଇନ୍ଦା ଉପନ୍ୟାସ ?
ଉ:- ନରବଳି (ଚନ୍ଦ୍ରମଣି ଦାସ)
14. ପ୍ରଥମ ଯୌଥ ଉପନ୍ୟାସ ?
ଉ:- ବାସନ୍ତୀ
15. ପ୍ରଥମ ମଣିଷ ଚରିତ୍ର ବିହୀନ ଉପନ୍ୟାସ ?
ଉ:- ସ୍ଥାବର ଜଙ୍ଗମ ( କୈଳାସ ପଟ୍ଟନାୟକ)
16. ପ୍ରଥମ ପୌରାଣିକ ଉପନ୍ୟାସ ?
ଉ:- ସତ୍ୟବତୀ (କାହ୍ନୁଚରଣ ମହାନ୍ତି)
17. ପ୍ରଥମ ନାୟିକା ବିହୀନ ଉପନ୍ୟାସ ?
ଉ:- ଚିତ୍ରଗ୍ରୀବ (ସଚ୍ଚିଦାନନ୍ଦ ରାଉତରାୟ)
18. ପ୍ରଥମ ନାଟକ ?
ଉ:- ବାବାଜୀ (ଜଗନ୍ମୋହନ ଲାଲ୍)
19. ପ୍ରଥମ ରାଜନୈତିକ ନାଟକ ?
ଉ:- ପରକଲମ (ଗୋପାଳ ଛୋଟରାୟ)
20. ପ୍ରଥମ ଫ୍ରୀଜ ଧର୍ମୀନାଟକ ?
ଉ:- ଶବବାହାକମାନେ (ବିଜୟ ମିଶ୍ର)
21. ପ୍ରଥମ ଏକାଙ୍କିକା ?
ଉ:- ଜୀବିତ ଦର୍ପଣ (କାଳୀଚରଣ ପଟ୍ଟନାୟକ)
22. ପ୍ରଥମ ଏକାଙ୍କିକା ସଂକଳନ ?
ଉ:- ପଞ୍ଚରଙ୍ଗ (କାଳୀଚରଣ ପଟ୍ଟନାୟକ)
23. ପ୍ରଥମ କ୍ଷୁଦ୍ରଗଳ୍ପ ?
ଉ:- ରେବତୀ (ଫକୀରମୋହନ ସେନାପତି)
24. ପ୍ରଥମ କ୍ଷୁଦ୍ରଗଳ୍ପ ସଂକଳନ ?
ଉ:- ଚନ୍ଦ୍ରଶେଖର ନନ୍ଦ (୧୯୦୬)
25. ପ୍ରଥମ ଜୀବନୀ ?
ଉ:- ବୈଷ୍ଣବ ଲୀଳାମୃତ (ମାଧବ ପଟ୍ଟନାୟକ)
26. ପ୍ରଥମ ଆତ୍ମଜୀବନୀ ?
ଉ:- ଆତ୍ମଚରିତ (ଫକୀରମୋହନ ସେନାପତି)
27. ପ୍ରଥମ ପ୍ରବନ୍ଧ ?
ଉ:- ବିବେକୀ ( ରାଧାନାଥ ରାୟ)
28. ପ୍ରଥମ ପ୍ରବନ୍ଧ ସଂକଳନ ?
ଉ:- ପ୍ରବନ୍ଧମାଳା (ମଧୁସୂଦନ ରାଓ)
29. ପ୍ରଥମ କାଳ୍ପନିକ କାବ୍ୟ ?
ଉ:- କଳ୍ପଲତା (ଅର୍ଜୁନ ଦାସ)
30. ପ୍ରଥମ ପୌରାଣିକ କାବ୍ୟ ?
ଉ:- ରାମବିଭା ( ଅର୍ଜୁନ ଦାସ)
31. ପ୍ରଥମ ଛନ୍ଦବଦ୍ଧ କାବ୍ୟ ?
ଉ:- ରାମବିଭା (ଅର୍ଜୁନ ଦାସ)
32. ପ୍ରଥମ ଐତିହାସିକ କାବ୍ୟ ?
ଉ:- କାଞ୍ଚିକାବେରୀ (ପୁରୁଷୋତ୍ତମ ଦାସ)
33. ପ୍ରଥମ ଆଧୁନିକ ମହାକାବ୍ୟ ?
ଉ:- ମହାଯାତ୍ରା (ରାଧାନାଥ ରାୟ)
34. ପ୍ରଥମ ସନେଟ୍ ସଂକଳନ ?
ଉ :- ବସନ୍ତଗାଥା (ମଧୁସୂଦନ ଦାସ)
35. ପ୍ରଥମ ସମ୍ବୋଧଗୀତିକା ସଂକଳନ
ଉ:- ଉଚ୍ଛ୍ୱାସ (କୁନ୍ତଳାକୁମାରୀ ସାବତ)
36. ପ୍ରଥମ ଗାଥାକବିତା ସଙ୍କଳନ ?
ଉ:- ଆଲେଖିକା (ଗୋଦାବରୀଶ ମିଶ୍ର)
37. ପ୍ରଥମ ପ୍ରକୃତିକାବ୍ୟ ?
ଉ:- ଚିଲିକା (ରାଧାନାଥ ରାୟ)
38. ପ୍ରଥମ କୋଇଲିଗୀତ?
ଉ:- କେଶବ କୋଇଲିଗୀତ (ମାର୍କଣ୍ଡ ଦାସ)
39. ପ୍ରଥମ ଚଉତିଶା ?
ଉ:- କଳସା ଚଉତିଶା (ବତ୍ସ୍ୟା ଦାସ)
40.ପ୍ରଥମ ବ୍ୟଙ୍ଗକବିତା ସଙ୍କଳନ ?
ଉ:- ହସନ୍ତ (ସଚ୍ଚିଦାନନ୍ଦ ରାଉତରାୟ)1948
41. ସାରଳା ସାହିତ୍ୟର ପ୍ରଥମ ସମାଲୋଚକ ?
ଉ:- ଗୋପୀନାଥନନ୍ଦ ଶର୍ମା
42. ଭଞ୍ଜ ସାହିତ୍ୟର ପ୍ରଥମ ଆଲୋଚକ ?
ଉ:- ଦାମୋଦର ଦାସ
43. ଓଡ଼ିଆ ସାହିତ୍ୟର ପ୍ରଥମ ତୁଳନାତ୍ମକ ମହାଭାରତ ସମୀକ୍ଷା ସମାଲୋଚନା ଗ୍ରନ୍ଥ ?
ଉ:- ଶ୍ରୀ ଭାରତ ଦର୍ପଣ (ଗୋପୀନାଥନନ୍ଦ ଶର୍ମା)
44. ପ୍ରଥମ ଓଡ଼ିଆ ହାତଲେଖା ପତ୍ରିକା ?
ଉ:- କୁଜୀବର (ସାଧୁସୁନ୍ଦର ଦାସ)
45. ପ୍ରଥମ ମୁଦ୍ରଣ ଓଡ଼ିଆ ପତ୍ରିକା ?
ଉ:- ଜ୍ଞାନାରୁଣ ୧୮୪୯
46. ପ୍ରଥମ ଓଡ଼ିଆ ଶିଶୁ ପତ୍ରିକା ?
ଉ:- ପ୍ରଭାତ, (ରେବାରାୟ)
47. ପ୍ରଥମ ଓଡ଼ିଆ ସାହିତ୍ୟ ପତ୍ରିକା ?
ଉ:- ଉତ୍କଳ ଦର୍ପଣ
48. ପ୍ରଥମ ଓଡ଼ିଆ ସାପ୍ତାହିକ ସମ୍ବାଦପତ୍ର ?
ଉ:- ଉତ୍କଳଦୀପିକା
49. ଇଂରାଜୀ ସାହିତ୍ୟରୁ ଓଡ଼ିଆ ସାହିତ୍ୟକୁ ଅନୂଦିତ ପ୍ରଥମ କାବ୍ୟ ?
ଉ :- ଭ୍ରମଭଞ୍ଜନ (ଜଗନ୍ମୋହନ ଲାଲ୍)
50. ପ୍ରଥମ ରଙ୍ଗମଞ୍ଚ ?
ଉ:- ରାଧାକାନ୍ତ ରଙ୍ଗମଞ୍ଚ (ଜଗନ୍ମୋହନ ଲାଲ୍)
51. ପ୍ରଥମ ଆଦିବାସୀ ନାଟକ ?
ଉ:- ଆଦିବାସୀ (ଧନେଶ୍ଵର ପଟ୍ଟନାୟକ)
52. ପ୍ରଥମ ରମ୍ୟରଚନା ?
ଉ:- ଭାଗବତ ଟୁଙ୍ଗିରେ ସନ୍ଧ୍ୟା (ଗୋପାଳଚନ୍ଦ୍ର ପ୍ରହରାଜ)
53. ପ୍ରଥମ ଶିଶୁ ସାହିତ୍ୟିକ ?
ଉ:- ନୀଳକଣ୍ଠ ଦାସ
54. ପ୍ରଥମ ସ୍ମରଣିକା ?
ଉ:- କୁନ୍ତଳା କୁମାରୀ ସ୍ମରଣିକା (ରାଧାମୋହନ ଗଡ଼ନାୟକ)
55. ଜ୍ଞାନପୀଠ ପ୍ରାପ୍ତ ପ୍ରଥମ ଓଡ଼ିଆ ଲେଖକ ?
ଉ:- ଗୋପିନାଥ ମହାନ୍ତି
56. କେନ୍ଦ୍ର ସାହିତ୍ୟଏକାଡ଼େମୀ ପ୍ରାପ୍ତ ପ୍ରଥମ ଓଡ଼ିଆ ଲେଖକ ?
ଉ:- ଗୋପିନାଥ ମହାନ୍ତି (ଅମୃତର ସନ୍ତାନ)
57. କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରାପ୍ତ ପ୍ରଥମ ଓଡ଼ିଆ ଆତ୍ମଜୀବନୀ ?
ଉ:- ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ତହିଁରେ ମୋ ସ୍ଥାନ ( ଗୋଦାବରୀଶ ମିଶ୍ର)
58. କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରାପ୍ତ ପ୍ରଥମ ଗଳ୍ପ ସଂକଳନ ?
ଉ:- ମନୋଜ ଦାସ (କଥା ଓ କାହାଣୀ)
59. କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରାପ୍ତ ପ୍ରଥମ କବିତା ସଂକଳନ ?
ଉ:- କବିତା ୧୯୬୨ (ସଚ୍ଚିଦାନନ୍ଦ ରାଉତରାୟ)
60. କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରାପ୍ତ ପ୍ରଥମ ନାଟକ ?
ଉ:- ଅରଣ୍ୟ ଫସଲ (ମନୋରଞ୍ଜନ ଦାସ)
61. କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରାପ୍ତ ପ୍ରଥମ ସମାଲୋଚନା ଗ୍ରନ୍ଥ ?
ଉ:- ଓଡ଼ିଆ ସାହିତ୍ୟର ଇତିହାସ (ସୂର୍ଯ୍ୟନାରାୟଣ ଦାସ)
26 квіт 2024, 10:39
3 841
ନିଜର କେହି ନୁହଁ
❂‘ସୀତା’ଙ୍କର ରକ୍ଷାକର୍ତ୍ତା ଭଗବାନ ରାମ ଥିଲେ,
ହରଣ ସମୟରେ ପାଖରେ କେହି ନଥିଲେ।
❂'ଦ୍ରୌପଦୀ'ଙ୍କର ପାଞ୍ଚ ପାଣ୍ଡବ ଥିଲେ,
ବସ୍ତ୍ରହରଣ ସମୟରେ କେହି ନଥିଲେ।
❂ 'ଦଶରଥ'ଙ୍କର ଚାରିପୁତ୍ର ଥିଲେ,
ପ୍ରାଣ ତ୍ୟାଗ ସମୟରେ ପାଖରେ କେହି ନଥିଲେ।
❂'ରାବଣ' ମଧ୍ଯ ଶକ୍ତିଶାଳୀ ଥିଲା,
ଲଙ୍କା ଜଳିବା ସମୟରେ କେହି ନଥିଲେ ।
❂'ଶ୍ରୀକୃଷ୍ଣ' ସ୍ବୟଂ ସ୍ବଦର୍ଶନଧାରୀ ଥିଲେ,
ସରାଘାତ ସମୟରେ କେହି ନଥିଲେ। ❂ଶରଶଯ୍ୟାରେ ପଡ଼ିଥିବା 'ପିତାମହ',
ପୀଡ଼ାର ଭାଗୀଦାରୀ କେହି ନଥିଲେ।
❂'ଅଭିମନ୍ୟୁ' ରାଜକୁମାର ଥିଲେ,
କିନ୍ତୁ ଚକ୍ରବ୍ୟୁହ ବେଳେ କେହି ନଥିଲେ।
ପ୍ରକୃତ ସତ୍ୟ ଆଜିଠାରୁ ଜାଣିନେବା ଆବଶ୍ୟକ, ଯେ ସଂସାରରେ ନିଜର ବୋଲି କେହି ନାହିଁ । ଯଦି କିଛି ଥାଏ ତ ତାହା କେବଳ ତୁମେ ନିଜେ 🫵 ତୁମର କର୍ମ ଏବଂ ପରମାତ୍ମା ଅଟନ୍ତି।
10th Class Study
26 квіт 2024, 10:29
