10th Class Study
Open in Telegram
👉Pratic MCQ question answer 👉Free YouTube class 👉 Free PDF Books OR Test paper 🗞️ 👉 Study Material Thank you 🙏
Show more3 841
Subscribers
No data24 hours
-127 days
-7030 days
Posts Archive
3 841
🔥ଆଜିଠୁ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା, ଆଡମିଶନ ପାଇଁ ଆବେଦନ କରିବେ ଛାତ୍ରଛାତ୍ରୀ🔥
ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା। କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଆରମ୍ଭ ହେବ ଆବେଦନ। ଛାତ୍ରଛାତ୍ରୀମାନେ ଅନଲାଇନ୍ ମାଧ୍ୟମରେ ସାମ୍ସ ପୋର୍ଟାଲରେ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ କରିବେ। ରାଜ୍ୟରେ ଯୁକ୍ତ ଦୁଇ ପାଇଁ ନାମ ଲେଖାଇବାକୁ ଥିବା ୨ ହଜାର ୨୨୧ଟି କଲେଜରେ ଇ-ଆଡମିଶନ୍ କରାଯିବ।
ଯୁକ୍ତ ଦୁଇ କଲେଜରେ ବର୍ତ୍ତମାନ ସୁଦ୍ଧା କଳାରେ ୨ ଲକ୍ଷ ୯୪ ହଜାର ୮୪୦ ସିଟ ରହିଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୬୬ ହଜାର ୯୨୯ଟି ସିଟ ରହିଛି। ସେହିପରି ବାଣିଜ୍ୟରେ ୪୦ ହଜାର ୧୦୪, ସଂସ୍କୃତରେ ୧୩ ହଜାର ୮୮ ଏବଂ ଧନ୍ଦାମୂଳକ ଶିକ୍ଷାରେ ୧୦ ହଜାର ୫୦୪ ସିଟ୍ ଉପଲବ୍ଧ। ନାମଲେଖା ସମ୍ପର୍କରେ ଅଧିକ ସୂଚନା ପାଇଁ ଛାତ୍ରଛାତ୍ରୀମାନଙ୍କ ପାଇଁ ହେଲପଲାଇନ ନମ୍ବର ଜାରି କରାଯାଇଛି । ଜୁଲାଇ ୬ ତାରିଖ ହେଉଛି ଆବେଦନର ଶେଷ ତାରିଖ। ଆବେଦନ ଫି’ ବାବଦକୁ ସାଧାରଣ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ୨ଶହ ଟଙ୍କା ଏବଂ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାଙ୍କ ପାଇଁ ଶହେ ଟଙ୍କା ଧାର୍ଯ୍ୟ କରାଯାଇଛି।
ଦିବ୍ୟାଙ୍ଗ, ତୃତୀୟ ଲିଙ୍ଗୀ ଓ ଅନାଥ ପିଲାଙ୍କ ପାଇଁ ନିଶୁଳ୍କ କରାଯାଇଛି। ନାମଲେଖା ସରିବା ପରେ ଅଗଷ୍ଟ ପହିଲାରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତବର୍ଷ ୯୬.୦୭ % ଛାତ୍ରଛାତ୍ରୀ ମାଟ୍ରିକ ପାସ କରିଛନ୍ତି । ୫ ଲକ୍ଷ ୪୧ ହଜାର ୬୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳଏ ୫ ଲକ୍ଷ ୩୦ ହଜାର ୧୫୩ ଜଣ ପାସ କରିଛନ୍ତି।
07 Jun 2024, 04:25
3 841
📌 ଆସନ୍ତା କାଲି ଠାରୁ ସାରା ରାଜ୍ୟରେ +୨ ପିଲାଙ୍କର Admission ପାଇଁ online Apply ଆରମ୍ଭ ହୋଇଯିବ, ଦୟାକରି ସମସ୍ତେ ନିଜ ନିଜ ର ଆଶାୟୀତ କଲେଜର ର Cut-Off, Strength, Fees ଦେଖିନିଅନ୍ତୁ। ✅
07 Jun 2024, 04:22
3 841
🟪 ଚଳିତ ବର୍ଷ ଡିଗ୍ରୀ ନାମଲେଖା ପ୍ରକ୍ରିୟାରେ ସ୍ନାତକ ଆବେଦନ ସମୟରେ ସାମ୍ସ ଜରିଆରେ ଛାତ୍ରଛାତ୍ରୀ ୪ ବର୍ଷିଆ ବିଏଡ୍ ପାଠ୍ୟକ୍ରମ(INT. B.ED) ପାଇଁ ମଧ୍ୟ ଆବେଦନ କରିବେ
🟪 ଚଳିତ ବର୍ଷ ୪ ବର୍ଷିଆ ଇଣ୍ଟିଗ୍ରେଟେଡ୍ ବିଏଡ୍ (ବିଏ ଓ ବିଏସ୍ସି) ପାଠ୍ୟକ୍ରମ ସ୍ନାତକ ନାମଲେଖା ପ୍ରକ୍ରିୟାରେ ସାମିଲ ହୋଇଛି(B.A B.ED & B.SC B.ED)
🟪 ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ, ଉତ୍କଳ ବିଶ୍ବବିଦ୍ୟାଳୟ, ରେଭେନ୍ସା ବିଶ୍ବବିଦ୍ୟାଳୟ, ଏସ୍ଏସ୍ସି ସ୍ବୟଂଶାସିତ ମହାବିଦ୍ୟାଳୟ ପୁରୀ, ଏମ୍ପିସି ସ୍ବୟଂଶାସିତ ମହାବିଦ୍ୟାଳୟ ବାରିପଦା, ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ବିଏ ଓ ବିଏସ୍ସି ବିଏଡ୍ ପାଠ୍ୟକ୍ରମ ପାଇଁ ଚଳିତ ବର୍ଷ ସାମ୍ସ ନାମଲେଖା ପ୍ରକ୍ରିୟାରେ ସାମିଲ ହୋଇଛି
🟪 ରେଭେନ୍ସା ଓ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ନିଜସ୍ବ ଦେୟ ପାଠ୍ୟକ୍ରମ ଆଇଟିଏମ୍ ଓ ଆଇଏସ୍ଟି ମଧ୍ୟ ସାମ୍ସ ନାମଲେଖା ପ୍ରକ୍ରିୟାରେ ଯୋଡ଼ି ହୋଇଛି(ITM & IST)
🟪 ଏହା ବ୍ୟତୀତ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନର ପିପିପି ମୋଡରେ ଥିବା ପାଠ୍ୟକ୍ରମ ଛଡ଼ା ଅନ୍ୟ ସମସ୍ତ ପାଠ୍ୟକ୍ରମ ସାମ୍ସ ପ୍ରକ୍ରିୟାେର ସାମିଲ ହୋଇଛି
🟪 ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟର ବିଏ ଏଲଏଲବି(୫ ବର୍ଷିଆ) ପାଠ୍ୟକ୍ରମ ପାଇଁ ସାମ୍ସ ପୋର୍ଟାଲରେ ଆବେଦନ କରିବାକୁ ପଡ଼ିବ।
03 Jun 2024, 23:55
3 841
🔴+୩ ନାମଲେଖା ପାଇଁ ଜୁନ ୩ରୁ ଆବେଦନ ପ୍ରକ୍ରିୟା ଆରମ୍ଭ🔴
ରାଜ୍ୟରେ ଥିବା ମହାବିଦ୍ୟାଳୟରେ ଯୁକ୍ତ ୩ ଶ୍ରେଣୀରେ ନାମଲେଖା ପାଇଁ ଆସନ୍ତା ଜୁନ ୩ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଆଶାୟୀ ଛାତ୍ରଛାତ୍ରୀମାନେ ସାମସ ପୋର୍ଟାଲରେ ଅନଲାଇନ ଜରିଆରେ ଜୁନ ୧୭ ତାରିଖ ମଧ୍ୟରେ ଆବେଦନ କରିପାରିବେ। ଏ ନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ ଏହି ପ୍ରକ୍ରିୟାରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ବିଏସସି ଆଇଟିଏମ, ସରକାରୀ ଓ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ୩ ବର୍ଷିଆ ବିବିଏ ଓ ବିସିଏ, ଉତ୍କଳ ବିଶ୍ୱବିଦ୍ୟାଳୟର ୫ ବର୍ଷିଆ ଇଣ୍ଟିଗ୍ରେଟେଡ଼ ଏମବିଏ ଓ ଏମସିଏ, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ୫ ବର୍ଷିଆ ବିଏ ଏଲଏଲବି ଓ ୩ ବର୍ଷିଆ ଏଲଏଲବି ପାଠ୍ୟକ୍ରମକୁ ସାମିଲ କରାଯାଇଛି। ଏହିସବୁ ପାଠ୍ୟକ୍ରମ ପାଇଁ ୪ଟି ପର୍ଯ୍ୟାୟରେ ଆଡ଼ମିସନ ହେବ।
ପ୍ରଥମ ପର୍ଯ୍ୟାୟ ନାମଲେଖା ତାଲିକା ଜୁନ ୨୫ରେ ପ୍ରକାଶ ପାଇବ। ସେହିଭଳି ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା ତାଲିକା ଜୁଲାଇ ୫, ତୃତୀୟ ପର୍ୟ୍ୟାୟ ଜୁଲାଇ ୧୫ ଓ ଶେଷ ପର୍ଯ୍ୟାୟ ଜୁଲାଇ ୩୦ରେ ପ୍ରକାଶ ପାଇବ। ଅଗଷ୍ଟ ୧ରୁ ପାଠପଢା ଆରମ୍ଭ ହେବ ବୋଲି ଜଣାପଡିଛି।
31 May 2024, 22:08
3 841
ଯେଉଁ ଛାତ୍ରଛାତ୍ରୀ ପରୀକ୍ଷା ଖାତାର recking ଚାହୁଁଛ ତେବେ କେବଳ subjective ପାଇଁ Apply କର ଆଉ ଖାତାର ନକଲ କପି ( scanned copy of answer books) ବି ଅପସନ ରେ ଦିଅ l
29 May 2024, 10:56
3 841
✅ ୨୦୨୪-୨୫ ଶିକ୍ଷାବର୍ଷରେ UG ନାମଲେଖା ନେଇ ବିଜ୍ଞପ୍ତି
📌 ଜୁନ୍ ୩ ଅପରାହ୍ନ ୪ଟାରୁ ଅନଲାଇନ୍ ଆବେଦନ ଆରମ୍ଭ
📌 http://samsodisha.gov.inରେ ଜୁନ୍ ୧୭ ପର୍ଯ୍ୟନ୍ତ ଆବେଦନ
📌 ଜୁନ୍ ୧୮ରୁ ୧୯ ମଧ୍ୟରେ CAFର ତ୍ରୁଟି ସୁଧାରି ପାରିବେ
📌 ଜୁନ୍ ୨୫ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ
📌 ୨୫ରୁ ୨୮ ଯାଏଁ Slide/Freeze/Float ଅପ୍ସନ ଚୟନ କରିପାରିବେ
📌 ଜୁନ୍ ୨୬ରୁ ୨୯ ପର୍ଯ୍ୟନ୍ତ କଲେଜକୁ ଯାଇ ରିପୋର୍ଟ କରିବେ
📌 ଜୁଲାଇ ୫ ତାରିଖ ଅପରାହ୍ନ ୪ଟାରେ ଦ୍ବିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ
📌 ୫ରୁ ୮ ଜୁଲାଇ ଯାଏଁ Slide/Freeze/Float ଅପ୍ସନ ଚୟନ କରିପାରିବେ
📌 ଜୁଲାଇ ୬ରୁ ୯ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ରିପୋର୍ଟ କରିବେ
📌 ଜୁଲାଇ ୧୫ ତାରିଖ ଅପରାହ୍ନ ୪ଟାରେ ତୃତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ
📌 ରାଜ୍ୟର ୩ ବିଶ୍ୱବିଦ୍ୟାଳୟ ଓ ୩ ସ୍ୱୟଂ ଶାଶିତ କଲେଜରେ ୪ ବର୍ଷିଆ ପାଠ୍ୟକ୍ରମ
📌 ଇଣ୍ଟିଗ୍ରେଟେଡ୍ ବି.ଏ, ବି.ଇଡି ଏବଂ ବି.ଏସସି ପାଇଁ ନାମଲେଖା
29 May 2024, 10:55
3 841
🔥ଆଜି ପ୍ରକାଶ ପାଇବ ମାଟ୍ରିକ ଓ +୨ ପରୀକ୍ଷା ଫଳ🔥
ରବିବାର ପରୀକ୍ଷା ଫଳର ଦିନ। ଗୋଟିଏ ଦିନରେ ପ୍ରକାଶ ପାଇବ ମାଟ୍ରିକ୍ ଏବଂ ଯୁକ୍ତଦୁଇ ପରୀକ୍ଷା ଫଳ। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ବା ମାଟ୍ରିକ୍ ପରୀକ୍ଷାଫଳ ରବିବାର ସକାଳ ୧୦ ଟା ୩୦ରେ କଟକସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପ୍ରକାଶ ପାଇବ। ମାଟ୍ରିକ ସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ମଧ୍ୟ ପ୍ରକାଶିତ ହେବ। ରବିବାର ପୂର୍ବାହ୍ଣ ସାଢ଼େ ୧୧ଟାରେ ବୋର୍ଡ ୱେବସାଇଟରେ ପରୀକ୍ଷା ଫଳ ଉପଲବ୍ଧ ହେବ। ଯେଉଁସ୍ଥାନରେ ଇଣ୍ଟରନେଟ୍ ନାହିଁ ଛାତ୍ରଛାତ୍ରୀ ମୋବାଇଲ ଫୋନ୍ ମାଧ୍ୟମରେ OR10<Roll No> ଟାଇପ୍ କରି ମୋବାଇଲ ନମ୍ବର ୫୬୭୬୭୫୦କୁ ଏସ୍ଏମ୍ଏସ୍ କରି ପରୀକ୍ଷାଫଳ ପାଇପାରିବେ। ଚଳିତବର୍ଷ ମାଟ୍ରିକରେ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ, ମଧ୍ୟମାରେ ୩୦୩୭ ଓ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ପାଇଁ ୭୮୩୧ଜଣ ଫର୍ମପୂରଣ କରିଥିଲେ।
ସେହିପରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇବ। ଚଳିତ ବର୍ଷ ଗୋଟିଏ ଦିନରେ ଦ୍ବାଦଶ ଶ୍ରେଣୀର କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ରବିବାର ଅପରାହ୍ଣରେ ଆସିବ। ବିଦ୍ୟାର୍ଥୀ ୱେବ୍ସାଇଟ୍ www.orissaresults.nic.inକୁ ଲଗ୍ଇନ୍ କରି ଫଳ ଦେଖିପାରିବେ। ଏଥିସହିତ ଛାତ୍ରଛାତ୍ରୀ www.results.digilocker.gov.inକୁ ଲଗ୍ଇନ କରି ରୋଲ ନମ୍ବର ଏବଂ ପଞ୍ଜୀକରଣ ନମ୍ବର ଦେଇ ପରୀକ୍ଷା ଫଳ ଜାଣିପାରିବେ। ଚଳିତବର୍ଷ ଯୁକ୍ତଦୁଇ ପରୀକ୍ଷା ଫେବୃଆରୀ ୧୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିଥିଲା। ରାଜ୍ୟରେ ମୋଟ ୧୧୬୦ଟି ପରୀକ୍ଷା କେନ୍ଦ୍ରରେ ଚଳିତବର୍ଷ ୩ ଲକ୍ଷ ୮୬ ହଜାର ୨୫୦ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଛନ୍ତି। ସେଥିରୁ ନିୟମିତ (ରେଗୁଲାର) ୩ ଲକ୍ଷ ୬୦ ହଜାର ୧୯୮ ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ୨୬ହଜାର ୫୨ ଜଣ ରହିଛନ୍ତି।
26 May 2024, 01:22
3 841
📌 ମାଟ୍ରିକ ପାସ୍ ହାର ୯୬.୦୭%
📌 ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ
📌 ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରେଜଲ୍ଟ ପ୍ରକାଶ
📌 ଚଳିତ ବର୍ଷର ପାସ୍ ହାର ୯୬.୦୭ ପ୍ରତିଶତ
📌 ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ
26 May 2024, 01:21
