Sukant Tutorial
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial
Показати більше📈 Аналітичний огляд Telegram-каналу Sukant Tutorial
Канал Sukant Tutorial (@sukanttutorial) є активним учасником. На даний момент спільнота об'єднує 12 303 підписників, посідаючи 16 359 місце в категорії Освіта та 33 385 місце у регіоні Індія.
📊 Показники аудиторії та динаміка
З моменту свого створення невідомо, проект продемонстрував стрімке зростання, зібравши аудиторію у 12 303 підписників.
За останніми даними від 30 червня, 2026, канал демонструє стабільну активність. Хоча за останні 30 днів спостерігається зміна кількості учасників на -233, а за останні 24 години на -8, загальне охоплення залишається високим.
- Статус верифікації: Не верифікований
- Рівень залученості (ER): Середній показник залученості аудиторії становить 20.23%. Протягом перших 24 годин після публікації контент зазвичай збирає 4.00% реакцій від загальної кількості підписників.
- Охоплення публікацій: В середньому кожен допис отримує 2 490 переглядів. Протягом першої доби публікація в середньому набирає 493 переглядів.
- Реакції та взаємодія: Аудиторія активно підтримує контент: середня кількість реакцій на один пост – 1.
📝 Опис та контентна політика
Автор описує ресурс як майданчик для висловлення суб'єктивної думки:
“Hi Friends I am Sukant , Welcome to My Channel "Sukant Tutorial"
In this channel you will get
1.Educational Related all videos
2.Educational News & Letters
3.Scholarship update
Subscribe me on YouTube -: https://youtube.com/@SukantTutorial”
Завдяки високій частоті оновлень (останні дані отримано 01 липня, 2026), канал підтримує актуальність та високий рівень охоплення публікацій. Аналітика показує, що аудиторія активно взаємодіє з контентом, що робить його важливою точкою впливу в категорії Освіта.
ସମ୍ବାଦ’ର ୩୯ତମ ସ୍ବନକ୍ଷତ୍ର ଅବସରରେ ଆଜି ୧୮ ତାରିଖ ରବିବାର ଅନୁଷ୍ଠିତ ହେଉଛି ବାର୍ଷିକ ଜୋନ୍ ସ୍ତରୀୟ ବିତର୍କ ଏବଂ ସାରେଗାମା ପ୍ରତିଯୋଗିତା। ୯ଟି ଜୋନ୍ର ୧୨ଟି କେନ୍ଦ୍ରରେ ଏହି ପ୍ରତିଯୋଗିତା ହେବ।
ଉଭୟ ବିତର୍କ ଏବଂ ସାରେଗାମା ପ୍ରତିଯୋଗିତାରେ ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗ ନେଉଛନ୍ତି। ଯେଉଁମାନେ କୌଣସି ସମସ୍ୟା ଯୋଗୁଁ ଅନ୍ଲାଇନରେ ପଞ୍ଜୀକରଣ କରିପାରି ନାହାନ୍ତି, ସେମାନେ ପରୀକ୍ଷା କେନ୍ଦ୍ରକୁ ଆସି ପ୍ରତିଯୋଗିତାରେ ଭାଗ ନେଇପାରିବେ। ଏଥିପାଇଁ ନିଜ ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇଥିବା ପରିଚୟପତ୍ର ଆଣିବାକୁ ପଡ଼ିବ। ପ୍ରତିଯୋଗିତା ଦିନ ୧୦ଟାରେ ଆରମ୍ଭ ହେବ। ସାରେଗାମା ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଁଥିବା ପ୍ରତିଯୋଗୀମାନେ ଓଡ଼ିଆ କିମ୍ବା ହିନ୍ଦୀ ଭାଷାରେ ଭଜନ ଓ ଲଘୁ ସଙ୍ଗୀତ ଗାଇପାରିବେ। ସେମାନଙ୍କୁ ବାଦ୍ୟଯନ୍ତ୍ରର ସହାୟତା ଯୋଗାଇ ଦିଆଯିବ। କୌଣସି ଅଶ୍ଳୀଳ ଓ ଦ୍ବିଅର୍ଥବୋଧକ ଗୀତ ଗାଇପାରିବେ ନାହିଁ।
ସେହିପରି ବିତର୍କ ପ୍ରତିଯୋଗିତାର ବିଷୟବସ୍ତୁ ପ୍ରତିଯୋଗିତା ଆରମ୍ଭ ହେବାର ଘଣ୍ଟାଏ ପୂର୍ବରୁ ପ୍ରଦାନ କରାଯିବ। ଜୋନସ୍ତରୀୟ କୃତୀ ପ୍ରତିଯୋଗୀଙ୍କୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାକୁ ସୁଯୋଗ ମିଳିବ। ରାଜ୍ୟସ୍ତରୀୟ ପ୍ରତିଯୋଗିତାର ତିନି ଜଣ ଲେଖାଏଁ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯିବ। ପ୍ରଥମ ସ୍ଥାନ ପାଇଁ କୃତୀ ପ୍ରତିଯାଗୀଙ୍କୁ ପୁରସ୍କାର ବାବଦ ୧୦ ହଜାର ଟଙ୍କା, ଦ୍ବିତୀୟ ପୁରସ୍କାର ପାଇଁ ୭ ହଜାର ୫୦୦ ଟଙ୍କା ଏବଂ ତୃତୀୟ ପୁରସ୍କାର ବାବଦ ୫ ହଜାର ଟଙ୍କା ଓ ସାର୍ଟିଫିକେଟ ପ୍ରଦାନ କରାଯିବ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ରସାଏ ୟୁନିଭରସିଟି ଅଫ ଟେକ୍ନୋଲେଜି (ଭିସୁଟ)ର ଉନ୍ନତୀକରଣ ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦନ କରିଛନ୍ତି। ୨୦୨୬ ସୁଦ୍ଧା ଏହି ଅନୁଷ୍ଠାନରେ ୨୪ଟି ଅଣ୍ଡର ଗ୍ରାଜୁଏଟ ବିଭାଗରେ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ିବାର ବ୍ୟବସ୍ଥା କରାଯିବ। ଏଥିପାଇଁ ୩ଟି ପର୍ଯ୍ୟାୟରେ ୨୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।
ସୂଚନାଯୋଗ୍ୟ ଯେ ଗତ ଅଗଷ୍ଟ ମାସ ୨୫ ତାରିଖରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବୁର୍ଲା ଗସ୍ତ କରି ଏହାକୁ ଏକ ଉତ୍କର୍ଷ କେନ୍ଦ୍ର ଭାବରେ ବିକଷିତ କରିବା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ। ଏହି ମାଷ୍ଟରପ୍ଲାନ ଅନୁଯାୟୀ ୨୦୩୦ ସୁଦ୍ଧା ଏହାକୁ ଏକ ମଲ୍ଟି ଡିସିପିଲିନାରି ଇଞ୍ଜିନିୟରିଂ ଆଣ୍ଡ ରିସର୍ଚ୍ଚ ୟୁନିଭରସିଟି ଭାବରେ ବିକଶିତ କରାଯିବ। ଏହା ଦେଶର ପ୍ରମୁଖ ଇଞ୍ଜିନିୟରିଂ ଅନୁଷ୍ଠାନ ଆଇଆଇଟି ଓ ଏନ୍ଆଇଟି ସମକକ୍ଷ ହେବ। ଏଥିରେ ସ୍କୁଲ ଅଫ୍ ଇଞ୍ଜିନିୟରିଂ, ସ୍କିଲ ଡେଭଲପମେଣ୍ଟ ସେଣ୍ଟର, ସ୍କୁଲ ଅଫ୍ ମେଡିକାଲ ଟେକ୍ନୋଲୋଜି ଓ ସ୍କୁଲ ଅଫ୍ ବେସିକ ସାଇନ୍ସ ପରି ୭ଟି ସ୍କୁଲ ରହିବ।
ମାଷ୍ଟରପ୍ଲାନ ଅନୁଯାୟୀ ଏହି ଅନୁଷ୍ଠାନରେ ୧୦,୮୬୪ ଜଣ ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ବ୍ୟବସ୍ଥା କରାଯିବ। ବର୍ତ୍ତମାନ ୨୮୪୯ ଛାତ୍ରଛାତ୍ରୀ ବିଭିନ୍ନ କୋର୍ସରେ ପାଠ ପଢୁଛନ୍ତି। ଏଥିରେ ୭ଟି ସ୍କୁଲରେ ୨୪ଟି ଇଞ୍ଜିନିୟରିଂ ପ୍ରୋଗ୍ରାମ, ୧୪ରୁ ଅଧିକ ବିଭାଗ ଓ ୨୭ରୁ ଅଧିକ ଉତ୍କର୍ଷ କେନ୍ଦ୍ର ଗଠନ କରାଯିବ। ପ୍ରତ୍ୟେକ ସ୍କୁଲରେ ଶ୍ରେଣୀ ଗୃହ, ଲାବୋରେଟୋରୀ, ପ୍ରଫେସରମାନଙ୍କ ଚାମ୍ବର ଓ ଗ୍ୟାଲେରି ରହିବ। ସମସ୍ତ ସ୍କୁଲରେ ଅତ୍ୟାଧୁନିକ ଗବେଷଣା କେନ୍ଦ୍ର ଓ ଲାବୋରେଟୋରୀ ସୁବିଧା ଉପଲବ୍ଧ ହେବ। ପ୍ରତ୍ୟେକ ଉତ୍କର୍ଷ କେନ୍ଦ୍ର ସହିତ ଶିଳ୍ପାନୁଷ୍ଠାନ ମାନଙ୍କର ସହଭାଗୀତା କରାଯିବ ଏବଂ ଏଥିରେ ଅତି କମ୍ରେ ଜଣେ ପୂର୍ବତନ ଛାତ୍ର ମେଣ୍ଟର ଭାବରେ ଦାୟିତ୍ବ ଗ୍ରହଣ କରିବେ। ଏହାଦ୍ବାରା ପ୍ରତ୍ୟେକ ଉତ୍କର୍ଷ କେନ୍ଦ୍ର ଶିଳ୍ପାନୁଷ୍ଠାନ ମାନଙ୍କ ପାଇଁ ଅତ୍ୟାଧୁନିକ ଗବେଷଣା ଓ ପରାମର୍ଶ କେନ୍ଦ୍ର ଭାବରେ କାର୍ଯ୍ୟ କରିପାରିବ ଏବଂ ଗ୍ରାମ୍ୟ ଓ ସହରାଞ୍ଚଳର ଉନ୍ନତିକରଣ ପାଇଁ ଏକ ନୋଡାଲ ସେଣ୍ଟର ଭାବରେ ମଧ୍ୟ କାର୍ଯ୍ୟ କରିପାରିବ।
ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ମାସ ମଧ୍ୟରେ ସମସ୍ତ ସ୍ମାର୍ଟ କ୍ଲାସ ରୁମ୍ ନିର୍ମାଣ କାମ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହଷ୍ଟେଲ ଓ ଅନ୍ୟାନ୍ୟ ସାଧାରଣ ମରାମତି କାମକୁ ତୁରନ୍ତ ଶେଷ କରାଯିବ ଏବଂ ଅନୁଷ୍ଠାନକୁ ୨୪ ଘଣ୍ଟିଆ ବିଦ୍ୟୁତ ବ୍ୟବସ୍ଥାର ସୁବିଧା କରାଯିବ। ମୁଖ୍ୟମନ୍ତ୍ରୀ ବିଶ୍ବବିଦ୍ୟାଳୟର କୁଳପତି ଓ ପ୍ରଫେସର ମାନଙ୍କ ସହିତ ଅଲୋଚନା କରିଥିଲେ । ସେମାନେ ସମସ୍ତେ ଏହି ରୂପାନ୍ତର କାର୍ଯ୍ୟର ଉଚ୍ଚପ୍ରଶଂସା କରିବା ସହିତ ଏଥିପାଇଁ ପ୍ରତିବଦ୍ଧତା ସହ କାମ କରିବେ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଲୋଚନାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଦକ୍ଷତା ବିକାଶ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ଉପସ୍ଥାପନା ରଖିଥିଲେ।
Вже доступно! Дослідження Telegram за 2025 — головні інсайти року 
