fa
Feedback
sanskrit medium

sanskrit medium

رفتن به کانال در Telegram

संस्कृतशिक्षणाय अस्य निर्माणम् अभवत्

نمایش بیشتر
5 734
مشترکین
اطلاعاتی وجود ندارد24 ساعت
-47 روز
-3330 روز
آرشیو پست ها
ଘରେ ଘରେ ପହଞ୍ଚୁ ସଂସ୍କୃତର ସୁଗନ୍ଧ! " ସମ୍ଭାଷଣ ସନ୍ଦେଶଃ" ହେଉଛି ସଂସ୍କୃତ ଭାରତୀ ଦ୍ୱାରା ପ୍ରକାଶିତ ଏକ ଉତ୍କୃଷ୍ଟ ସଂସ୍କୃତ ମାସିକ ପତ୍ରିକା। ସଂସ
ଘରେ ଘରେ ପହଞ୍ଚୁ ସଂସ୍କୃତର ସୁଗନ୍ଧ! " ସମ୍ଭାଷଣ ସନ୍ଦେଶଃ" ହେଉଛି ସଂସ୍କୃତ ଭାରତୀ ଦ୍ୱାରା ପ୍ରକାଶିତ ଏକ ଉତ୍କୃଷ୍ଟ ସଂସ୍କୃତ ମାସିକ ପତ୍ରିକା। ସଂସ୍କୃତ ସାହିତ୍ୟ, ସମସାମୟିକ ବିଷୟ, ପ୍ରେରଣାଦାୟକ ଲେଖା, ଏବଂ ଜ୍ଞାନବର୍ଦ୍ଧକ ସାମଗ୍ରୀରେ ସମୃଦ୍ଧ ଏହି ପତ୍ରିକା ପ୍ରତ୍ୟେକ ସଂସ୍କୃତପ୍ରେମୀଙ୍କ ସଂଗ୍ରହରେ ନିଶ୍ଚିତ ରହିବା ଉଚିତ। ସମ୍ଭାଷଣ ସନ୍ଦେଶ ପତ୍ରିକାର ବାର୍ଷିକ ଶୁଳ୍କ- 392/- (ରେଜିଷ୍ଟର୍ଡ ପୋଷ୍ଟ ସହିତ) ଆସନ୍ତୁ, ନିଜେ ପଢ଼ିବା ଓ ଅନ୍ୟମାନଙ୍କୁ ମଧ୍ୟ ପଢ଼ିବାକୁ ପ୍ରେରିତ କରିବା। ଏହାର ମୁଦ୍ରିତ (Printed) ଅଥବା ଡିଜିଟାଲ୍ ସଂସ୍କରଣ ପ୍ରାପ୍ତ କରିବା ପାଇଁ ନିମ୍ନୋକ୍ତ ଲିଙ୍କ୍ ରେ କ୍ଲିକ୍ କରି ଏବେ ହିଁ ଅଡର୍ର କରନ୍ତୁ ଅଥବା ନିମ୍ନଲିଖିତ ଠିକଣାରେ ଯୋଗାଯୋଗ କରନ୍ତୁ। 👇👇👇 https://forms.gle/Z6M5TvoXzXb8RZPYA ସଂଯୋଜକ ଶ୍ରୀଯୁକ୍ତ ସୁନୀଲ କୁମାର ଦାସ ସଂସ୍କୃତ ଅଧ୍ୟାପକ, ଚକାପାଦ, କନ୍ଧମାଳ 8328928706

photo content

photo content

पवित्रदेवस्नानपूर्णिमायाः अभिनन्दनानि प्रचारविभागः संस्कृतभारती उत्कलः (पूर्व)
पवित्रदेवस्नानपूर्णिमायाः अभिनन्दनानि प्रचारविभागः संस्कृतभारती उत्कलः (पूर्व)

photo content

ସଂସ୍କୃତକୁ କଲେ ଅପସଂସ୍କୃତ ଅଷ୍ଟମ ଶ୍ରେଣୀର ସଂସ୍କୃତ ବହିରେ ସାଂଘାତିକ ଭୁଲ। ପ୍ରଥମ ଗୀତରେ (ନୈବ କ୍ଲିଷ୍ଟା ନ ଚ କଠିନା) ରହିଛି ନଅଟି (୦୯) ଭୁଲ। ଏପରିକି ସରସ୍ୱତୀ ବନ୍ଦନାରେ ମଧ୍ୟ ଭୁଲ କରିଛନ୍ତି। ପାଠ ଆରମ୍ଭରୁ ଅନେକ ଭୁଲ, ଭିତରେ କେତେ ଭୁଲଥିବ କାହାକୁ ଜଣା ?

*ମୂଳୁ ମାଇଲେ ଯିବ ସରି: ଓଡ଼ିଶାରେ ସଂସ୍କୃତ ଶିକ୍ଷାର ଦୟନୀୟ ସ୍ଥିତି ଓ ନୀରବ ଦ୍ରଷ୍ଟା* ମୂଳୁ ମାଇଲେ ଯିବ ସରି ଦେବଙ୍କ ସଙ୍ଗେ କିମ୍ପା କରି" – ଆମ ଗାଁ ଗହଳିରେ ପ୍ରଚଳିତ ଏହି ମାର୍ମିକ ଢଗଟି ଆଜି ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ଦେବଭାଷା ସଂସ୍କୃତର ବିପନ୍ନ ଅସ୍ତିତ୍ୱକୁ ସମ୍ପୂର୍ଣ୍ଣ ରୂପେ ପ୍ରମାଣିତ କରୁଛି। ଯେଉଁ ଗଛର ଚେରକୁ ଆରମ୍ଭରୁ ହିଁ କାଟି ଦିଆଯାଏ, ସେ ଗଛ ବଡ଼ ହୋଇ ଫଳ ଦେବାର ଆଶା କରିବା ଏକ ନିରର୍ଥକ ସ୍ୱପ୍ନ ମାତ୍ର। ଠିକ୍ ସେହିପରି, ଆମର ପ୍ରାଥମିକ ତଥା ମାଧ୍ୟମିକ ଶିକ୍ଷାସ୍ତରରୁ ସଂସ୍କୃତର ମୂଳପିଣ୍ଡକୁ ଉପାଡ଼ି ଦିଆଯାଉଥିବା ବେଳେ, ଏହାର ସୁରକ୍ଷା ନେଇ ଉପୁଜିଥିବା ଏହି ବିକଳ ସ୍ଥିତି ଅତ୍ୟନ୍ତ ଉଦ୍‌ବେଗଜନକ। *ନୀତିଗତ ଅବହେଳା ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ କୁପ୍ରଭାବ* ଅତୀତରେ ବିଦ୍ୟାଳୟ ଗୁଡ଼ିକରେ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ସଂସ୍କୃତ ଏକ ବାଧ୍ୟତାମୂଳକ ବିଷୟ ରୂପେ ପଢ଼ାଯାଉଥିଲା। ଛାତ୍ରଛାତ୍ରୀମାନେ ପିଲାଦିନୁ ଏହି ମହାନ ଭାଷାର ମୂଳଦୁଆ ସହ ପରିଚିତ ହେଉଥିଲେ। ମାତ୍ର ସାମ୍ପ୍ରତିକ ପରିସ୍ଥିତିରେ: * *ବିକଳ୍ପର ବିଡ଼ମ୍ବନା:* ରାଜ୍ୟ ସରକାର ବର୍ତ୍ତମାନ ଏହି ବିଷୟକୁ ଇଚ୍ଛାଧୀନ ବା ବିକଳ୍ପ (Optional) ବିଷୟ କରିଦେଇଛନ୍ତି। * ହିନ୍ଦୀର ବାଧ୍ୟତାମୂଳକ ପ୍ରବେଶ: ସଂସ୍କୃତ ଶିକ୍ଷକଙ୍କର ଘୋର ଅଭାବ କାରଣରୁ ବିଦ୍ୟାଳୟ ଗୁଡ଼ିକ ଏକପ୍ରକାର ବାଧ୍ୟହୋଇ ହିନ୍ଦୀକୁ ଛାତ୍ରଛାତ୍ରୀଙ୍କ ଉପରେ ଲଦି ଦେଉଛନ୍ତି। * *ନବମ ଶ୍ରେଣୀରେ ଭୟ: ଷଷ୍ଠ, ସପ୍ତମ ଏବଂ ଅଷ୍ଟମ ଶ୍ରେଣୀରେ କ୍ରମାଗତ ଭାବେ କେବଳ ହିନ୍ଦୀ ପଢ଼ିଥିବା ପିଲାଟିଏ ପାଇଁ ନବମ ଶ୍ରେଣୀରେ ହଠାତ୍ ସଂସ୍କୃତ ଚୟନ କରିବା କଷ୍ଟକର ବ୍ୟାପାର ହୋଇପଡ଼ୁଛି। ମୂଳ ଜ୍ଞାନ ନଥିବାରୁ ପିଲାଟି ପାଇଁ ସଂସ୍କୃତ ଏକ ଦୁର୍ବୋଧ ଏବଂ ଭୟଙ୍କର ବିଷୟରେ ପରିଣତ ହେଉଛି। ଫଳସ୍ୱରୂପ ସେମାନେ ଉଚ୍ଚ ଶ୍ରେଣୀରେ ସଂସ୍କୃତ ପଢ଼ିବାରୁ ସମ୍ପୂର୍ଣ୍ଣ ବଞ୍ଚିତ ହେଉଛନ୍ତି। ସଂସ୍କୃତ ଶିକ୍ଷକଙ୍କ ଆଭିମୁଖ୍ୟ: ଏକ "ସାବତ ପୁଅ" ନୀତି ଏହି ସମସ୍ୟାର ସବୁଠାରୁ ଦୁଃଖଦ ଦିଗ ହେଉଛି ଖୋଦ୍ ସଂସ୍କୃତ ଶିକ୍ଷକମାନଙ୍କର ଉଦାସୀନତା ଓ କର୍ତ୍ତବ୍ୟହୀନତା। * ଉଚ୍ଚ ବିଦ୍ୟାଳୟ (ନବମ ଓ ଦଶମ ଶ୍ରେଣୀ) ରେ ନିଯୁକ୍ତ ଥିବା ସଂସ୍କୃତ ଶିକ୍ଷକମାନେ ନିମ୍ନ ଶ୍ରେଣୀ (ଷଷ୍ଠ, ସପ୍ତମ, ଅଷ୍ଟମ) କୁ ଏକପ୍ରକାର 'ସାବତ ପୁଅ' ଭଳି ବ୍ୟବହାର କରୁଛନ୍ତି। * ନିମ୍ନ ଶ୍ରେଣୀର କଅଁଳ ମତି ପିଲାଙ୍କୁ ସଂସ୍କୃତର ମୂଳଦୁଆ ଶିଖାଇବା ପରିବର୍ତ୍ତେ, ସେମାନେ ନବମ-ଦଶମ ଶ୍ରେଣୀରେ ନିଜ ବିଷୟ ସହିତ ଅନ୍ୟାନ୍ୟ ବିଷୟ ଯେପରିକି ଓଡ଼ିଆ, ଇତିହାସ ବା ଭୂଗୋଳ ପଢ଼ାଇବାରେ ଅଧିକ ସୁଖ ମଣୁଛନ୍ତି। * ତଳ ଶ୍ରେଣୀକୁ ଗଲେ ନିଜର ସମ୍ମାନ ହାନି ହେବ ବୋଲି ଭାବିବା ଏବଂ ନିଜର ମୂଳ ଦାୟିତ୍ୱରୁ ଓହରିଯିବାର ଏହି ବିକଳ ମାନସିକତା ସଂସ୍କୃତ ଶିକ୍ଷାର ପତନକୁ ଆହୁରି ତ୍ୱରାନ୍ୱିତ କରୁଛି। *ସ୍ୱାର୍ଥାନ୍ୱେଷୀ ରାଜନୀତି ଓ ସଙ୍ଗଠନର ନୀରବତା* ଭାଷା ବଞ୍ଚିଲେ ଜାତି ବଞ୍ଚେ, ଏ କଥା ସଭିଏଁ ଜାଣନ୍ତି। କିନ୍ତୁ ବିଡ଼ମ୍ବନା ହେଉଛି ଆମର ତଥାକଥିତ ସଂସ୍କୃତ ପ୍ରେମୀମାନଙ୍କର ଦୋମୁହାଁ ନୀତି। * ଶିକ୍ଷକଙ୍କ ସ୍ୱାର୍ଥପରତା: ନିଜର ଦରମା ବୃଦ୍ଧି, ପଦୋନ୍ନତି କିମ୍ବା ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ଯେଉଁ ସଂସ୍କୃତ ଶିକ୍ଷକମାନେ ସଦାସର୍ବଦା ରାଜରାସ୍ତାକୁ ଓହ୍ଲାଇ ଗର୍ଜନ କରୁଥିଲେ, ସେମାନେ ଆଜି ଏହି ଭାଷାର ମୃତ୍ୟୁ ଶଯ୍ୟା ପାଖରେ ମୂକ ସାକ୍ଷୀ ସାଜିଛନ୍ତି। * ସଙ୍ଗଠନଗୁଡ଼ିକର କୁମ୍ଭକର୍ଣ୍ଣ ନିଦ୍ରା: ସଂସ୍କୃତ ନାମରେ ବଡ଼ ବଡ଼ ସଙ୍ଗଠନ ଗଢ଼ି ରାଜନୀତି କରୁଥିବା ନେତାମାନେ ଏବେ ସମ୍ପୂର୍ଣ୍ଣ ରୂପେ ନୀରବ ଦ୍ରଷ୍ଟା ହୋଇ ରହିଯାଇଛନ୍ତି। ସେମାନଙ୍କର କଣ୍ଠରୁ ସଂସ୍କୃତ ସୁରକ୍ଷା ପାଇଁ ଗୋଟିଏ ହେଲେ ବିଦ୍ରୋହର ସ୍ୱର ବାହାରୁ ନାହିଁ। ସତେ ଯେପରି ସେମାନଙ୍କ ପାଇଁ ସଂସ୍କୃତ କେବଳ ନିଜର ରୁଟି ସେକିବାର ଏକ ମାଧ୍ୟମ ମାତ୍ର ଥିଲା! ଏଭଳି ସ୍ଥିତି ଲାଗି ରହିଲେ, ଆଗାମୀ କିଛି ବର୍ଷ ମଧ୍ୟରେ ଓଡ଼ିଶାର ମାଟିରୁ ସଂସ୍କୃତ ସମ୍ପୂର୍ଣ୍ଣ ରୂପେ ଲୋପ ପାଇଯିବ, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ। ସଂସ୍କୃତ କେବଳ ଏକ ଭାଷା ନୁହେଁ, ଏହା ଆମ ସନାତନ ପରମ୍ପରା, ସଂସ୍କୃତି ଓ ନୈତିକ ମୂଲ୍ୟବୋଧର ପ୍ରାଣକେନ୍ଦ୍ର। ସରକାର ନିଜର ନୀତିଗତ ତ୍ରୁଟିକୁ ସୁଧାରିବା ସହିତ ଖୋଦ୍ ସଂସ୍କୃତ ଶିକ୍ଷକ ଏବଂ ସଙ୍ଗଠନଗୁଡ଼ିକ କଠୋର ଆତ୍ମନିରୀକ୍ଷଣ କରିବାର ସମୟ ଆସିଛି। ନଚେତ୍ ଇତିହାସ ଏବଂ ଭବିଷ୍ୟତର ପିଢ଼ି ଆମକୁ କେବେହେଲେ କ୍ଷମା ଦେବେ ନାହିଁ। Sanskrit medium youtube

date of interview- 01.07.2026
date of interview- 01.07.2026

per class - 400 per month - 20000
per class - 400 per month - 20000

Sanskrit b.ed 2026 question paper analysis, SJSV PURI b.ed exam 👇👇👇 https://youtu.be/T7ZTlxDClT4?si=jZH4h0vFA9rwNDdJ

photo content

+2
सिंह_शृगालशिशु_कथा_10th_class_2nd_chapter.pdf2.21 MB

ଏହିପରି ୫ଟି ଭାଗରେ ବିଭକ୍ତ କରି ପିଲାଙ୍କ ସୁବିଧା ମୁତାବକ PPT କରାଯାଇଛି
+2
ଏହିପରି ୫ଟି ଭାଗରେ ବିଭକ୍ତ କରି ପିଲାଙ୍କ ସୁବିଧା ମୁତାବକ PPT କରାଯାଇଛି

Class 10th 2nd chapter सिंह शृगालशिशु कथा PPT now available (କଠିନ ଶବ୍ଦାର୍ଥ, ସନ୍ଧି, ସମାସ, ପ୍ରକୃତି ପ୍ରତ୍ୟୟ ଓ ସଚିତ୍ର ସରଳ ଓଡ଼ିଆ ଅନୁବାଦ ସହ)‌ Interested Sanskrit Teachers are can DM me for PPT/ PDF ଆଗ୍ରହୀ ସଂସ୍କୃତ ଶିକ୍ଷକମାନେ PPT/PDF ପାଇଁ ମୋତେ DM କରିପାରିବେ।

Body parts name in Sanskrit Part 2 👇👇👇 https://youtube.com/shorts/C9TA_QU7cs0?si=FU2MYN_lOxliBZpF

photo content

photo content

photo content

photo content

photo content

sanskrit medium - آمار و تحلیل کانال تلگرام @sansktitmedium