fa
Feedback
Laxmidhar Sir Notes

Laxmidhar Sir Notes

رفتن به کانال در Telegram

Laxmidhar Sir Notes Here you will get all notes of CT Bed etc. Laxmidhar Sir Class #laxmidharsir

نمایش بیشتر
9 341
مشترکین
اطلاعاتی وجود ندارد24 ساعت
-27 روز
-2230 روز
آرشیو پست ها
ପ୍ରଶ୍ନ: କେଉଁ ଭିଟାମିନ୍ (Vitamin) ଅଭାବରୁ ମଣିଷକୁ 'ଅନ୍ଧାରକଣା' (Night Blindness) ରୋଗ ହୋଇଥାଏ? 👍 - a) ଭିଟାମିନ୍ - ଏ (Vitamin - A) ❤️ - b) ଭିଟାମିନ୍ - ବି (Vitamin - B) 🙏 - c) ଭିଟାମିନ୍ - ସି (Vitamin - C) 🔥 - d) ଭିଟାମିନ୍ - ଡି (Vitamin - D) ଆପଣଙ୍କ ସଠିକ୍ ଉତ୍ତରଟି Emoji ମାଧ୍ୟମରେ ଦିଅନ୍ତୁ। ✅

photo content

photo content

*ଖବର ଆଜିର* ତାରିଖ ୦୭-୦୬-୨୦୨୬ ରବିବାର ୧- ଓଡ଼ିଶାରେ ବଡ଼ ନିବେଶ: ମଞ୍ଜୁର ହେଲା ୩,୭୯୩ କୋଟିର ୨୪ ପ୍ରକଳ୍ପ, ସୃଷ୍ଟି ହେବ ପ୍ରାୟ ୨୦ ହଜାର ନିଯୁକ୍ତି। ୨- ଆସନ୍ତା ସପ୍ତାହ ମଧ୍ୟରେ ଓଡ଼ିଶା ଛୁଇଁପାରେ ମୌସୁମୀ, ପାଣିପାଗ ସ୍ଥିତି ରହିଛି ଅନୁକୂଳ। ୩- ଭୁବନେଶ୍ୱର: ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ, ଡିଗ୍ରୀ କଲେଜରୁ ଅଲଗା ହେବ ଯୁକ୍ତ ଦୁଇ କଲେଜ। ୪- କନ୍ଧମାଳ: ସହକାରୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ସମ୍ପତ୍ତି ଦେଖି ତାଜୁବ୍ ଭିଜିଲାନ୍ସ; ପାଞ୍ଚ ବହୁତଳ କୋଠା ଓ ୧୩ଟି ମୂଲ୍ୟବାନ୍ ପ୍ଲଟ୍ ଠାବ, ରହିଛି ସୁନା-ହୀରାର ଭଣ୍ଡାର। ୫- ଭୁବନେଶ୍ୱର: ସମସ୍ତ ପୌରାଞ୍ଚଳରେ ହେବ ଇଭି ଚାର୍ଜିଂ ଷ୍ଟେସନ, SOP ଜାରି। ୬- ସୁଭଦ୍ରା ଯୋଜନାରୁ ନାଁ କଟୁଛି ହେଲେ ଭତ୍ତାରେ ଯୋଡ଼ି ହେଉନି; ଚିନ୍ତାରେ ରାଜ୍ୟର ହଜାର ହଜାର ମହିଳା। ୭- କଟକ, ନରସିଂହପୁର: ବିଦ୍ୟୁତ୍ ଖୁଣ୍ଟ ବଦଳାଇବାକୁ ୨୫ ହଜାର ଲାଞ୍ଚ ଦାବି; ୧୫ ହଜାର ନେଉଥିବା ବେଳେ ଭିଜିଲାନ୍ସ ଜାଲରେ TPCODL କର୍ମଚାରୀ ଧର୍ମ ନିରଞ୍ଜନ ଚୌଧୁରୀ। ୮- ବାଣପୁର: କଳିଝଗଡ଼ା ଉଜାଡ଼ିଦେଲା ସଂସାର, ବାପା ଟ୍ରେନ୍ ଲାଇନ୍‌ରେ ଜୀବନ ହାରିଲେ, ଆତ୍ମହତ୍ୟା କଲା ପୁଅ। ୯- ଡେରାବିଶ: ପ୍ରେମରେ ବିଫଳ, ଖଣ୍ଡା ଧରି କଲେଜ ସାମ୍ନାରେ ଛାତ୍ରୀଙ୍କୁ ହାଣିବାକୁ ଉଦ୍ୟମ; ବାହା ନହେଲେ ବେକ କାଟିଦେବାକୁ ଧମକ। ୧୦- ବଲାଙ୍ଗୀର: କାର୍‌ରୁ ବିପୁଳ କଫ୍ ସିରପ୍ ଜବତ,  ନିଛାଟିଆ ରାସ୍ତାରେ ଫେରାର ହେବାକୁ କରୁଥିଲା ଉଦ୍ୟମ। ୧୧- କାଳବୈଶାଖୀରେ ଜନତା ମଇଦାନରେ ଛାରଖାର ହେଲା ଟ୍ରେଡ୍ ଫେୟାର, ୨୦୦ ରୁ ଅଧିକ ଷ୍ଟଲ କ୍ଷତିଗ୍ରସ୍ତ। ୧୨- ଗଞ୍ଜାମ: ଜଗା ଦର୍ଶନ ସାରି ଫେରୁଥିବା ବେଳେ ଅଘଟଣ; ଘର ଭିତରକୁ ପଶିଗଲା ବୋଲେରୋ, ୮ ଯାତ୍ରୀ ଆହତ। ୧୩- ଘରୋଇ LPG ସିଲିଣ୍ଡର ଦାମ୍ ୨୧ ଟଙ୍କା ବଢ଼ିଲା, ଆଜି ମଧ୍ୟ ରାତ୍ରରୁ ଲାଗୁ ହେବ ଦର। ୧୪- ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ସୁଧାର ପାଇଁ ବିଭିନ୍ନ ଗ୍ରାମାଞ୍ଚଳରେ ନୂତନ ଚିକିତ୍ସାଳୟ ପ୍ରତିଷ୍ଠା କରାଯାଉଛି। ୧୫- ଭୁବନେଶ୍ୱର ସହରରେ ଶତାଧିକ ଗଛ ଉପୁଡି ପଡିବା ଯୋଗୁଁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ରାସ୍ତା ସଫା କରିବା କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ୧୬- ମୟୁରଭଞ୍ଜ ରାଇରଙ୍ଗପୁର ରେ ଖଣିମାଲିକଙ୍କ ଘରେ ଚଢ଼ାଉ; ଆଦାୟ ହେବ ୭୦ ‌କୋଟି ‌ବକେୟା ଟଙ୍କା। ୧୭- କାଳବୈଶାଖୀରେ ଭୁବନେଶ୍ୱର ଜନତା ମଇଦାନରେ ଛାରଖାର ହେଲା ଟ୍ରେଡ୍ ଫେୟାର, ୨୦୦ ରୁ ଅଧିକ ଷ୍ଟଲ କ୍ଷତିଗ୍ରସ୍ତ। ୧୮- ଭାରତକୁ ଆଶ୍ୱସ୍ତି, ଋଷିଆରୁ ନିରନ୍ତର ଜାରି ରହିବ ଅଶୋଧିତ ତୈଳ ଯୋଗାଣ, ପୁଷ୍ଟିକଲା ରୋସନେଫ୍ଟ। ୧୯- “RBI ର ‘ମାଷ୍ଟରଷ୍ଟ୍ରୋକ’: ବିଦେଶୀ ନିବେଶକଙ୍କଠାରୁ ମିଳିବାକୁ ଯାଉଛି ୭ ଲକ୍ଷ କୋଟି, ରକେଟ୍ ଗତିରେ ଦୌଡ଼ିବ ଟଙ୍କା!”। ୨୦- ମମତାଙ୍କ ୧୬ ସାଂସଦଙ୍କ ଫୋନ ବନ୍ଦ, ୨୨ ସାଂସଦ ପାର୍ଟି ଭାଙ୍ଗିବାକୁ ପ୍ରସ୍ତୁତ, ଦିଲ୍ଲୀରେ ଡେରା ପକାଇଲେ ଶୁଭେନ୍ଦୁ। ୨୧- ଦୁଇ ରାଷ୍ଟ୍ରାୟତ୍ତ କମ୍ପାନି ଭାରତ ହେଭି ଇଲେକ୍ଟ୍ରିକାଲ ଲିମିଟେଡ ଓ ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ୍‌ର ମହାରତ୍ନ ମାନ୍ୟତା ଏବେ ବିପଦରେ ପଡ଼ିଛି। ୨୨- ପାଟନାରେ ଖାନ୍ ସାର ଓ ରୋଶନ ଆନନ୍ଦଙ୍କ ମଧ୍ୟରେ କୋଚିଂ ବିବାଦ ତୀବ୍ର ହୋଇଛି। ୨୩- ଗୋଆରେ ଲୌହ ପଥର ବିବାଦକୁ ନେଇ ଗ୍ରାମବାସୀ ଏବଂ ଜଙ୍ଗଲ ବିଭାଗ ଅଧିକାରୀଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଛି। ୨୪- ଦିଲ୍ଲୀରେ କକ୍ରୋଚ୍ ଜନତା ପାର୍ଟିର ପ୍ରଦର୍ଶନ, ୨ କୋଟି ରୁ ଉର୍ଦ୍ଧ ସମର୍ଥକ ଅଛନ୍ତି ସୋସିଆଲ ମିଡ଼ିଆରେ କିନ୍ତୁ ଯୋଗ ଦେଲେ ୧୦୦୦ ରୁ ୧୫୦୦। ୨୫- ମମତା ବାନାର୍ଜୀଙ୍କ ପକ୍ଷରୁ କ୍ରିକେଟ ଖେଳାଳି ୟୁସୁଫ ପଠାନଙ୍କୁ ଇସ୍ତଫା ଦେବା ପାଇଁ ଅନୁରୋଧ, ନିଜେ ଇଲେକ୍ସନ ଲଢିବାପାଇଁ ପ୍ରହସନ। ୨୬- ପୁଣି ଅଶାନ୍ତ ମଧ୍ୟ ପ୍ରାଚ୍ୟ, ଇରାନର ରାଡାର ସାଇଟ୍ ଉପରେ USର ହମଲା। ଶାନ୍ତି ଆଲୋଚନା ଆଶଙ୍କାରେ। ​୨୭- ଆନ୍ତର୍ଜାତୀୟ ବଜାରରେ ତୈଳ ଦରରେ ହ୍ରାସ। ବିଭିନ୍ନ ଦେଶରେ ପେଟ୍ରୋଲ ଦର କମିବା ସମ୍ଭାବନା। ୨୮- ତାଇପେ ସିଟି୍‌ ଓପନ୍‌ ଆଥଲେଟିକ୍ସରେ ଭାରତୀୟ ଖେଳାଳି ଦୁଇଟି ସ୍ବର୍ଣ୍ଣ ସହ ୩ଟି ପଦକ ଜିତିଛନ୍ତି। ଓଡ଼ିଆ ଝିଅ ଶ୍ରାବଣୀଙ୍କୁ ରିଲେ ସ୍ବର୍ଣ୍ଣ। ୨୯- ପ୍ୟାରିସ: ଋଷ୍ ର  ୧୯ ବର୍ଷିଆ ମୀରା ଆନ୍ଦ୍ରୀଭା ମହିଳା ସିଙ୍ଗିଲସ୍ ଚାମ୍ପିଅନ। ୩୦- ସଚିନଙ୍କ ରେକର୍ଡ ଭାଙ୍ଗିଲେ ସୂର୍ଯ୍ୟବଂଶୀ; ୧୫ ବର୍ଷ ବୟସରେ ଟିମ୍ ଇଣ୍ଡିଆରେ ମାରିଲେ ଏଣ୍ଟ୍ରି। ୩୧- ଟେଷ୍ଟ କ୍ରିକେଟ: ରାହୁଲ-ଗିଲଙ୍କ ଶତକ, ମୁଲ୍ଲାନପୁର ଟେଷ୍ଟର ପ୍ରଥମ ଦିନରେ ଟିମ୍ ଇଣ୍ଡିଆର ଦବଦବା ଜାରି। ୩୨- ମୁମ୍ବାଇ: ଅଧିନାୟକ ପଦ ଯିବା ପରେ ଗର୍ଜିଲା ସୂର୍ଯ୍ୟଙ୍କ ବ୍ୟାଟ୍,  ମୁମ୍ବାଇ T20 ଲିଗ୍ ମୈଦାନରେ ବର୍ଷିଲା ଚୌକା-ଛକା। *ଶୁଭ ସକାଳ* ଆଜି ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ସପ୍ତମୀ, ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ

ସଠିକ୍ ଉତ୍ତରଟି ହେଉଛି: 👍 (ବିସର୍ଜନ) ସଂକ୍ଷିପ୍ତ ସୂଚନା: 'ଆବାହନ' (ଆମନ୍ତ୍ରଣ କରିବା ବା ଡାକିବା) ର ବିପରୀତ ଶବ୍ଦ ହେଉଛି 'ବିସର୍ଜନ' (ବିଦାୟ ଦେବା)।

ପ୍ରଶ୍ନ: 'ଆବାହନ' ଶବ୍ଦର ସଠିକ୍ ବିପରୀତାର୍ଥବୋଧକ ଶବ୍ଦ (Antonym) କେଉଁଟି? 👍 - a) ବିସର୍ଜନ ❤️ - b) ଆରୋହଣ 🙏 - c) ଅବରୋହଣ 🔥 - d) ପ୍ରତ୍ୟାଖ୍ୟାନ ଆପଣଙ୍କ ସଠିକ୍ ଉତ୍ତରଟି Emoji ମାଧ୍ୟମରେ ଦିଅନ୍ତୁ। ✅

photo content

OSSSC CRE-2023 PRACTICAL SKILL TEST ON 21 JUNE👍 MAINS EXAM QUALIFIED CANDIDATES LIST WILL BE AVAILABLE SOON👌
OSSSC CRE-2023 PRACTICAL SKILL TEST ON 21 JUNE👍 MAINS EXAM QUALIFIED CANDIDATES LIST WILL BE AVAILABLE SOON👌

#BREAKING | RBI keeps REPO RATE UNCHANGED at 5.25 percent 🚨 -India's FY27 GDP growth projection revised downward to 6.6% -RB
#BREAKING | RBI keeps REPO RATE UNCHANGED at 5.25 percent 🚨 -India's FY27 GDP growth projection revised downward to 6.6% -RBI increases FY27 inflation forecast by 50bps to 5.1% amid West Asia war

photo content

photo content

*ଖବର ଆଜିର* ତାରିଖ ୦୬-୦୬-୨୦୨୬ ଶନିବାର ୧- ତାତିରେ ଥରହର ରାଜ୍ୟ, ୫୦ ଡିଗ୍ରୀ ଭଳି ଅନୁଭୂତ ହେଉଛି ଗରମ, ଅନେକ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କଲା IMD। ଆଜି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରାକ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି। ୨- ଭୁବନେଶ୍ୱର: ମିଲର୍ସ ଙ୍କ ଦାବି ମାନିଲେ ମୁଖ୍ୟମନ୍ତ୍ରୀ, କଷ୍ଟମ ମିଲିଂ ଖର୍ଚ୍ଚ ହେଲା ଦୁଇ ଗୁଣା। ୩- କଟକ ଜିଲ୍ଲାରେ ଜମି ଜାଲିଆତି ମାମଲାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଆର୍ଥିକ ଅପରାଧ ଶାଖା ଗିରଫ କରିଛି। ନକଲି ଦସ୍ତାବିଜ ପ୍ରସ୍ତୁତ କରି ସରକାରୀ ଜମି ବିକ୍ରି କରୁଥିଲେ। ୪- ଭୁବନେଶ୍ୱର: ଖରା ନ କମିଲେ ବଢ଼ିପାରେ ଖରାଛୁଟି,  ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ୫- ଜୁନ୍ ୮ରେ ହେବ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲର ନୂଆ କ୍ୟାମ୍ପସର ଲୋକାର୍ପଣ, ବଦଳିବ ମୟୂରଭଞ୍ଜ ସ୍ୱାସ୍ଥ୍ୟସେବାର ଚିତ୍ର। ୬- କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବକଙ୍କ ଆତ୍ମହତ୍ୟା, ଜମିଜମା ମାମଲାରେ ନ୍ୟାୟ ମିଳି ନ ଥିଲା। ୭- କାଠଯୋଡି ନଦୀରୁ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ଉଦ୍ଧାର ଘଟଣାରେ ନୂଆ ମୋଡ଼। ପରିବାର ପକ୍ଷରୁ ତାଙ୍କ ପ୍ରେମିକ ଏବଂ ଅନ୍ୟ ଜଣେ ଯୁବତୀଙ୍କ ବିରୋଧରେ ଆଣିଲେ ହତ୍ୟା ଅଭିଯୋଗ। ୮- ଭୁବନେଶ୍ୱର: ଯାତ୍ରୀଙ୍କୁ ଆଶ୍ୱସ୍ତି; ସରକାରଙ୍କୁ ୨୯ ତାରିଖ ଯାଏଁ ମହଲତ, ଅଟକିଲା ବସ୍ ଧର୍ମଘଟ। ୯- ଇସ୍କନର ବେଆଇନ ରଥଯାତ୍ରା ବିରୋଧରେ ବଡ଼ ପଦକ୍ଷେପ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି ମହାରାଜ। ୧୦- ଓଡ଼ିଶାକୁ ଅତିରିକ୍ତ ୬ଟି ସ୍ନାତକୋତ୍ତର ଡାକ୍ତରୀ ସିଟ୍ ସ୍ୱୀକୃତି, ଡାକ୍ତରୀ ଶିକ୍ଷା ଏବଂ ବିଶେଷଜ୍ଞ ସ୍ୱାସ୍ଥ୍ୟସେବାକୁ ମିଳିବ ପ୍ରୋତ୍ସାହନ। ୧୧- ଲଟେରୀରେ ମଦ ଦୋକାନ ବିକି ମାଲାମାଲ ରାଜ୍ୟ ସରକାର, ୮୪୦ କୋଟି ଟଙ୍କାରୁ ଅଧିକ ରାଜସ୍ୱ ମିଳିଲା। ୧୨- ଦିଲ୍ଲୀ ଅଦଳବଦଳ ପରେ ଓଡ଼ିଶା ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ସମ୍ଭାବନା, ଜୁନ ୨୨ ପରେ ହୋଇପାରେ ସମ୍ପ୍ରସାରଣ ! ୧୩- ପାଟଣାଗଡ଼: କାଳବୈଶାଖୀ ହେଲା କାଳ, ରାସ୍ତାରେ ପଡ଼ିଥିବା ଗଛ ସହ ଧକ୍କା ହୋଇ ଜଣେ ମୃତ, ୨ ଗୁରୁତର। ୧୪- ରାଜ୍ୟସଭା ଆସନ ପାଇଁ ଦେବାଶିଷଙ୍କ ଶକ୍ତି ପ୍ରଦର୍ଶନ; ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର କଲେ ଦାଖଲ। ୧୫- ରାଜ୍ୟରେ ଯୁବ ଜଳବାୟୁ ନେତୃତ୍ୱକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଓସିଓୱାଇ ୨୦୨୬ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ୧୬- ଭୁବନେଶ୍ୱରର ସିଆରପି ଛକରେ ଥିବା ପ୍ରିୟଦର୍ଶିନୀ ମାର୍କେଟ କମ୍ପ୍ଲେକ୍ସର ପୁନଃବିକାଶ କରିବାକୁ ବିଡିଏ ନିଷ୍ପତ୍ତି ନେଇଛି। ୧୭- ଅଭିନେତ୍ରୀ କଙ୍ଗନା ରାନାୱତ ଭାରତ ଭାଗ୍ୟ ବିଧାତା କାର୍ଯ୍ୟକ୍ରମ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ୧୮- ରାଜଧାନୀ ଭୁବନେଶ୍ୱରରୁ ବେଆଇନ ବନ୍ଧୁକ କାରବାର ଅଭିଯୋଗରେ ଦୁଇ ଜଣ ଅପରାଧୀ ଗିରଫ। ୧୯- ବାଲେଶ୍ୱର ଅଞ୍ଚଳରୁ ପ୍ରେସ ଷ୍ଟିକର ଲଗାଇ ବ୍ରାଉନସୁଗାର ଚୋରା ଚାଲାଣ କରୁଥିବା ବେଳେ ଜଣେ ଯୁବକ ଧରାପଡ଼ିଛି। ୨୦- ଜାମ୍ମୁ କାଶ୍ମୀରର ଭଦ୍ରବାହ ଉପତ୍ୟକାରେ ଚତୁର୍ଥ ଲାଭେଣ୍ଡର ମହୋତ୍ସବ ଆନୁଷ୍ଠାନିକ ଭାବେ ଆରମ୍ଭ ହେବାକୁ ଯାଉଛି। ୨୧- ବୈଶ୍ୱିକ ବଜାରରେ ଭାରତୀୟ ଆମ୍ବର ଚାହିଦା ବୃଦ୍ଧି ପାଇବା ପରେ ମୁମ୍ବାଇରୁ ମ୍ୟାଙ୍ଗୋ ଏକ୍ସପ୍ରେସ ବିମାନ ସେବା ଆରମ୍ଭ ହୋଇଛି। ୨୨- କମ୍ ଯୋଗ୍ୟତା ଚାକିରି ପାଇଁ ଅଯୋଗ୍ୟ ଘୋଷିତ ହେବେ ଉଚ୍ଚ ଶିକ୍ଷିତ ପ୍ରାର୍ଥୀ’, କହିଲେ ସୁପ୍ରିମକୋର୍ଟ। ୨୩- ମହାରାଷ୍ଟ୍ରରେ ବାହା ହେବାକୁ ପୁଅ ଅଭାବ। ଜାତୀୟ ହାର ତୁଳନାରେ ଝିଅଙ୍କ ସଂଖ୍ୟା ସର୍ବାଧିକ। ୨୪- ଦିଲ୍ଲୀ ହୋଟେଲ୍ ଅଗ୍ନିକାଣ୍ଡ, ୨୧ ମୃତ୍ୟୁ ପରେ ମାଲିକ ଲବକେଶ ବଜାଜ ଗିରଫ, ପୂର୍ବରୁ ବାଂଲାଦେଶୀଙ୍କୁ ନକଲି ପରିଚୟପତ୍ର ଦେଇ ଯାଇଥିଲେ ଜେଲ୍। ୨୫- ଦେଶରେ ଖୁବଶୀଘ୍ର ଆସିବ ପ୍ଲାଷ୍ଟିକ୍ ନୋଟ୍; RBI କରୁଛି ବଡ଼ ପ୍ରସ୍ତୁତି, ୱାଟରପ୍ରୁଫ୍ ଟଙ୍କା, ଭିଜିଲେ ବି ନଷ୍ଟ ହେବନି ଟଙ୍କା। ୨୬- ଇଣ୍ଡୋନେସିଆ ଓପନ୍‌: ସିନ୍ଧୁ, ଆୟୁଷଙ୍କ ବିଦାୟ, କ୍ବାର୍ଟର ଫାଇନାଲରେ ଅର୍ଜୁନ-ହରିହରନ। ୨୭- ଫ୍ରେଞ୍ଚ୍‌ ଓପନ୍‌ ମହିଳା ଗ୍ରାଣ୍ଡସ୍ଲାମ୍‌ ଟେନିସ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ଆନ୍ଦ୍ରିଭା-ଚ୍ବାଲିନ୍‌ସ୍କା ପହଂଚିଲେ। *ଶୁଭ ସକାଳ* ଆଜି ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ଷଷ୍ଠୀ, ସ୍ଵିଡେନ ସ୍ବାଧିନତା ଦିବସ

ସଠିକ୍ ଉତ୍ତରଟି ହେଉଛି: 👍 (ଉତ୍କଳମଣି ଗୋପବନ୍ଧୁ ଦାସ) ସଂକ୍ଷିପ୍ତ ସୂଚନା: ୧୯୦୯ ମସିହାରେ ପଣ୍ଡିତ ଗୋପବନ୍ଧୁ ଦାସ ପୁରୀର ସାକ୍ଷୀଗୋପାଳଠାରେ ଛାତ୍ରମାନଙ୍କ ମଧ୍ୟରେ ଜାତୀୟତାବାଦ ଏବଂ ନୈତିକ ଶିକ୍ଷାର ବିକାଶ ପାଇଁ 'ସତ୍ୟବାଦୀ ବନବିଦ୍ୟାଳୟ' ପ୍ରତିଷ୍ଠା କରିଥିଲେ। ପଣ୍ଡିତ ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର, କୃପାସିନ୍ଧୁ ମିଶ୍ର ଏବଂ ଆଚାର୍ଯ୍ୟ ହରିହର ଦାସ ଆଦି ସତ୍ୟବାଦୀ ଯୁଗର ଅନ୍ୟ 'ପଞ୍ଚସଖା'ମାନେ ଏଥିରେ ଶିକ୍ଷକତା କରୁଥିଲେ।

ପ୍ରଶ୍ନ: ଓଡ଼ିଶାରେ ଜାତୀୟତାବାଦୀ ଶିକ୍ଷାର ପ୍ରସାର ପାଇଁ ପୁରୀ ଜିଲ୍ଲାର ସାକ୍ଷୀଗୋପାଳଠାରେ ୧୯୦୯ ମସିହାରେ କିଏ 'ସତ୍ୟବାଦୀ ବନବିଦ୍ୟାଳୟ' (ବକୁଳ ବନ ବିଦ୍ୟାଳୟ) ପ୍ରତିଷ୍ଠା କରିଥିଲେ? 👍 - a) ଉତ୍କଳମଣି ଗୋପବନ୍ଧୁ ଦାସ (Utkalmani Gopabandhu Das) ❤️ - b) ଉତ୍କଳ ଗୌରବ ମଧୁସୂଦନ ଦାସ (Utkal Gourab Madhusudan Das) 🙏 - c) ପଣ୍ଡିତ ଗୋଦାବରୀଶ ମିଶ୍ର (Pandit Godabarish Mishra) 🔥 - d) ବ୍ୟାସକବି ଫକୀର ମୋହନ ସେନାପତି (Byasakabi Fakir Mohan Senapati) ଆପଣଙ୍କ ସଠିକ୍ ଉତ୍ତରଟି Emoji ମାଧ୍ୟମରେ ଦିଅନ୍ତୁ। ✅

ସଠିକ୍ ଉତ୍ତରଟି ହେଉଛି: ❤️ (୩୩%) ବିଶ୍ଳେଷଣ: ନାରୀ ଶକ୍ତି ବନ୍ଦନ ଅଧିନିୟମ (Nari Shakti Vandan Adhiniyam) ଭାବରେ ପରିଚିତ ୧୦୬ତମ ସମ୍ବିଧାନ ସଂଶୋଧନ ଆଇନଟି ମହିଳା ସଶକ୍ତିକରଣ ଦିଗରେ ଏକ ଐତିହାସିକ ପଦକ୍ଷେପ ଅଟେ। * ଏହି ଆଇନ ଅନୁସାରେ ଲୋକସଭା, ରାଜ୍ୟ ବିଧାନସଭା ଏବଂ ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳ ବିଧାନସଭାରେ ମହିଳାମାନଙ୍କ ପାଇଁ ସିଧାସଳଖ ନିର୍ବାଚନ ମାଧ୍ୟମରେ ପୂରଣ ହେବାକୁ ଥିବା ଆସନର ଏକ-ତୃତୀୟାଂଶ ଅର୍ଥାତ୍ ୩୩% ଆସନ ସଂରକ୍ଷିତ ରହିବ। * ଅନୁସୂଚିତ ଜାତି (SC) ଏବଂ ଅନୁସୂଚିତ ଜନଜାତି (ST) ମାନଙ୍କ ପାଇଁ ସଂରକ୍ଷିତ ଆସନଗୁଡ଼ିକ ମଧ୍ୟରୁ ଏକ-ତୃତୀୟାଂଶ ଆସନ ସମ୍ପୃକ୍ତ ବର୍ଗର ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିବାର ମଧ୍ୟ ଏଥିରେ ବ୍ୟବସ୍ଥା ରହିଛି। * ଏହି ସଂରକ୍ଷଣ ବ୍ୟବସ୍ଥା ପ୍ରାରମ୍ଭିକ ଭାବେ ୧୫ ବର୍ଷ ପାଇଁ ଲାଗୁ ହେବାର ନିୟମ କରାଯାଇଛି।

ପ୍ରଶ୍ନ: ସମ୍ବିଧାନର ୧୦୬ତମ ସଂଶୋଧନ ଅଧିନିୟମ (106th Constitutional Amendment Act), ଯାହାକି 'ନାରୀ ଶକ୍ତି ବନ୍ଦନ ଅଧିନିୟମ' ଭାବରେ ମଧ୍ୟ ଜଣାଶୁଣା, ତାହା ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ମହିଳାମାନଙ୍କ ପାଇଁ କେତେ ପ୍ରତିଶତ ଆସନ ସଂରକ୍ଷଣର ବ୍ୟବସ୍ଥା କରିଛି? 👍 - a) ୨୫% ❤️ - b) ୩୩% 🙏 - c) ୫୦% 🔥 - d) ୨୭% ଆପଣଙ୍କ ସଠିକ୍ ଉତ୍ତରଟି Emoji ମାଧ୍ୟମରେ ଦିଅନ୍ତୁ। ✅

photo content

photo content

photo content

photo content