fa
Feedback
Laxmidhar Sir Notes

Laxmidhar Sir Notes

رفتن به کانال در Telegram

Laxmidhar Sir Notes Here you will get all notes of CT Bed etc. Laxmidhar Sir Class #laxmidharsir

نمایش بیشتر
9 338
مشترکین
-724 ساعت
-177 روز
-2230 روز

در حال بارگیری داده...

جذب مشترکین
سپتامبر '26
سپتامبر '26
+70
در 0 کانال‌ها
اوت '26
+127
در 0 کانال‌ها
Get PRO
ژوئیه '26
+246
در 0 کانال‌ها
Get PRO
ژوئن '26
+156
در 0 کانال‌ها
Get PRO
مه '26
+130
در 0 کانال‌ها
Get PRO
آوریل '26
+65
در 0 کانال‌ها
Get PRO
مارس '26
+65
در 0 کانال‌ها
Get PRO
فوریه '26
+323
در 0 کانال‌ها
Get PRO
ژانویه '26
+89
در 0 کانال‌ها
Get PRO
دسامبر '25
+321
در 0 کانال‌ها
Get PRO
نوامبر '25
+410
در 0 کانال‌ها
Get PRO
اکتبر '25
+278
در 0 کانال‌ها
Get PRO
سپتامبر '25
+145
در 0 کانال‌ها
Get PRO
اوت '25
+142
در 0 کانال‌ها
Get PRO
ژوئیه '25
+317
در 0 کانال‌ها
Get PRO
ژوئن '25
+214
در 0 کانال‌ها
Get PRO
مه '25
+417
در 0 کانال‌ها
Get PRO
آوریل '25
+283
در 0 کانال‌ها
Get PRO
مارس '25
+293
در 0 کانال‌ها
Get PRO
فوریه '25
+143
در 0 کانال‌ها
Get PRO
ژانویه '25
+265
در 0 کانال‌ها
Get PRO
دسامبر '24
+345
در 0 کانال‌ها
Get PRO
نوامبر '24
+306
در 0 کانال‌ها
Get PRO
اکتبر '24
+227
در 0 کانال‌ها
Get PRO
سپتامبر '24
+213
در 0 کانال‌ها
Get PRO
اوت '24
+401
در 0 کانال‌ها
Get PRO
ژوئیه '24
+517
در 0 کانال‌ها
Get PRO
ژوئن '24
+619
در 0 کانال‌ها
Get PRO
مه '24
+481
در 0 کانال‌ها
Get PRO
آوریل '24
+389
در 0 کانال‌ها
Get PRO
مارس '24
+362
در 0 کانال‌ها
Get PRO
فوریه '24
+304
در 0 کانال‌ها
Get PRO
ژانویه '24
+337
در 0 کانال‌ها
Get PRO
دسامبر '23
+2 721
در 0 کانال‌ها
تاریخ
رشد مشترکین
اشارات
کانال‌ها
21 سپتامبر+3
20 سپتامبر+1
19 سپتامبر+1
18 سپتامبر+3
17 سپتامبر+4
16 سپتامبر+2
15 سپتامبر+4
14 سپتامبر+2
13 سپتامبر+2
12 سپتامبر+2
11 سپتامبر+3
10 سپتامبر+1
09 سپتامبر+4
08 سپتامبر+5
07 سپتامبر+5
06 سپتامبر+3
05 سپتامبر+7
04 سپتامبر+3
03 سپتامبر+8
02 سپتامبر+5
01 سپتامبر+2
پست‌های کانال
🦚✨ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ହାର୍ଦ୍ଦିକ ଶୁଭେଚ୍ଛା ✨🦚 🙏 ଭଗବାନ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦରେ ସମସ୍ତ Odisha Job Aspirantsଙ୍କ ଜୀବନ ସୁଖ, ଶାନ
🦚✨ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ହାର୍ଦ୍ଦିକ ଶୁଭେଚ୍ଛା ✨🦚 🙏 ଭଗବାନ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦରେ ସମସ୍ତ Odisha Job Aspirantsଙ୍କ ଜୀବନ ସୁଖ, ଶାନ୍ତି ଓ ସଫଳତାରେ ଭରିଯାଉ। 💙 📚 ପରିଶ୍ରମ କରନ୍ତୁ, ଧୈର୍ଯ୍ୟ ରଖନ୍ତୁ ଓ ନିଜ ସ୍ୱପ୍ନ ଉପରେ ବିଶ୍ୱାସ ରଖନ୍ତୁ— ଆଜିର ସଂଘର୍ଷ ହିଁ ଆସନ୍ତାକାଲିର ସଫଳତା। 💪✨ 🪈 ଜୟ ଶ୍ରୀକୃଷ୍ଣ 🙏💙 🌸 Happy Janmashtami to All Aspirants! 🌸

2
بدون متن...
3 277
3
+3
BED SCIENCE LIVE PROOF 32 SCORE DIRECT QUESTIONS IN PART A.pdf
3 187
4
forest guard results .pdf
3 563
5
ନିଜ ଭିତରେ ଜଳିବା ଅର୍ଥ କଣ ! ଏ ଏକ ଅବୁଝା କଥା। ସହଜରେ ବୁଝି ହୁଏନି କିମ୍ବା ବୁଝାଇ ବି ହୁଏନି। ମଣିଷ ଏମିତି ସବୁବେଳେ କାହିଁକି ଜଳୁଥାଏ, ପ୍ରତିଥର ନିଜ ଭିତରେ। ହେଇପାରେ ଜଳିବା ରେ ହିଁ ପ୍ରାୟଶ୍ଚିତ ଥାଇପାରେ। ଦୁଃଖ ବି ଥାଇ ପାରେ। ଯନ୍ତ୍ରଣା ବି ଲୁଚି କି ଥାଇ ପାରେ। କିଛି ଗୋଟେ ତ ଅଛି। ସେଥି ପାଇଁ ତ ମଣିଷ ଜଳି ଚାଲିଛି। ଜଳିବାର ମୁଖ୍ୟ କାରଣ ଇତିହାସ। ଇତିହାସର କେଉଁ ଗୋଟେ ଭୁଲ, କେହି ଜଣେ ଚରିତ୍ର କିମ୍ବା କିଛି ଗୋଟେ ସମୟ। ମଣିଷ ପାଇଁ ତ ଏତକ ଦାୟୀ, ଆଜୀବନ ତାକୁ ଜାଳିବା ପାଇଁ। କିଏ କଣ କେବେ ଚିନ୍ତା କରି ପାରେ ବର୍ତ୍ତମାନର ସମୟ ଭବିଷ୍ୟତ ପାଇଁ ଅଭିଶାପ ପାଲଟି ଯାଇପାରେ। ବର୍ତ୍ତମାନ ସବୁବେଳେ ମଣିଷ ପାଇଁ ଠିକ୍। ସେ ଯାହା କରୁଛି ଠିକ୍, ଯାହା କହୁଛି ଠିକ୍ - ମୋଟାମୋଟି ସେ ଠିକ୍ ବୋଲି ହିଁ ଧରି ନିଏ। ବାସ୍ ଏଇଠି ସେ କରି ବସେ ଗୋଟେ ଭୁଲ। ଯେମିତି କଳା ଚଷମା ପିନ୍ଧିଲେ ଦୁନିଆ କଳା ଦିଶେ, ସେମିତି ନିଜ ଜାଗା ରେ ଠିଆ ହେଇ ଚିନ୍ତା କଲେ ସବୁ ଜିନିଷ ଠିକ୍ ଦିଶେ। ଅନ୍ୟ କାହା ସ୍ଥାନରେ ଠିଆ ହେଇ ସେ କେବେ ବୁଝିବାକୁ ଚେଷ୍ଟା କରି ନଥାଏ। ମଣିଷ ସେମିତି ଯଦି କରୁ ଥାଆନ୍ତା, ବୋଧ ହୁଏ ମଣିଷର କିଛି ପ୍ରାୟଶ୍ଚିତ ନ ଥାଆନ୍ତା। ନିଜ ଭିତରେ ତିଳ ତିଳ ମରିବା ଟା ବାହାରୁ ସବୁବେଳେ ଅଦୃଶ୍ୟ। ମୁହଁ ରେ ସବୁବେଳେ ହସ ରଖୁଥିବା ପିଲାଟା ବି ଭିତରେ ଭିତରେ କାନ୍ଦି ପାରେ। ଲୁହ ଗଡ଼ାଇ ପାରେ। ଏ ଜଳିବା ର ନିଆଁ ନଥାଏ କି ଧୂଆଁ। କେବଳ ପୋଡ଼ି ନଷ୍ଟ କରି ଚାଲି ଥାଏ ଜୀବନ। ଏ ଜଳିବା ଆଦୌ କ୍ଷୀଣସ୍ଥାୟୀ ନୁହେଁ। ଆଗ୍ନେୟଗିରି ର ଲାଭା ପରି ଟପ୍ ଟପ୍ ଫୁଟୁ ଥାଏ ଜୀବନ ଭିତରେ। ଭାରି ଅସହଜ। ଅବୋଧଗମ୍ୟ ବି। ବୋଧ ହୁଏ ସେଥି ପାଇଁ ଅନେକ କାଳଜୟୀ ସାହିତ୍ୟ ରଚନା ଏଇସବୁ କାରଣ ଯୋଗୁଁ ସୃଷ୍ଟି। ଅନେକ ଗଳ୍ପ ନିଜ ଭିତରର ଜଳିବା ପାଖରୁ ସୃଷ୍ଟି। ମୋତେ ଲାଗେ ମଣିଷ ସଂସାରର ସବୁଠାରୁ ବଡ଼ ରହସ୍ୟମୟ ପ୍ରାଣୀ। ନା ମଣିଷ କାହାକୁ ସହଜରେ ବୁଝି ପାରେ , ନା ମଣିଷକୁ କିଏ ସହଜରେ ବୁଝି ପାରେ। ଏଇ ବୁଝା ଅବୁଝା ଜୀବନ ଭିତରେ ଜୀବନ ଚାଲିଛି। ଅନେକ ଗୁଡା ସୁଖ,ଦୁଃଖ,ପ୍ରେମ ଏଇ ସବୁ ନେଇ। ଯାହାକୁ ସେ ଗ୍ରହଣ କରି ପାରିନି, ତାକୁ ହିଁ ଭୋଗି ଚାଲିଛି ଜୀବନଯାକ। ମୁଁ ସବୁବେଳେ ଭାବେ ମଣିଷ ନିଜ ଭିତରେ ଜଳିବାର ଅଳ୍ପ ଟିକେ ଆବଶ୍ୟକତା ରହିଛି। ନିଜେ ଜଳିଲେ ହିଁ ତ ନିଜକୁ କେବଳ ବୁଝି ହୁଏ। ଯାହାର ମନ ପୋଡ଼ିନି ସେ କାହୁଁ ବୁଝିବ ପୋଡ଼ା ମନର ବେଦନା। ତେବେ ଏ ସବୁ ପରେ ଆପଣଙ୍କ ମନକୁ କେବେ ପ୍ରଶ୍ନ ଆସେନି ଯେ ' ଏ ସବୁ କାହିଁକି ?'। ଆଉ ଏଥି ପାଇଁ ମୋ ଉତ୍ତର ରହିବ ଏଇଟା ହିଁ ଜୀବନର ଅନ୍ୟତମ ସୋନ୍ଦର୍ଯ୍ୟ। ଆଖି ଥାଇ ଯଦି ଆପଣ ଦୁଇ ଟୋପା ଲୁହକୁ ଗ୍ରହଣ କରି ପାରୁ ନାହାନ୍ତି, ତେବେ ସେ ଆଖି ନିରର୍ଥକ। ହସ ଲୁହ ଉଭୟ ସମାନ ବୋଲି ମୋତେ ଲାଗେ। ଦୁହେଁ ଆମ ଭିତରୁ ସୃଷ୍ଟି। ତେଣୁ ସେଥି ଭିତରୁ ଜଣକୁ ଭଲ ପାଇ ଆଉ ଜଣଙ୍କୁ ଘୃଣା କରିବି କେମିତି !! ଜଳିବା ହିଁ ଜୀବନ। ହସିବା ହିଁ ଜୀବନ। ଓଠରେ ହସ ଥାଇ ହୃଦୟରେ ଜଳିବା ବି ଅନ୍ୟ ଏକ ଜୀବନ। ଏଇଟା ଲେଖିଲା ବେଳକୁ ରାତି ଗୋଟେ ଆଠ। ଏତେ ରାତି ରେ ଏଇ ସବୁ କଥା ମୁଣ୍ଡକୁ ଢୁକେ। ବଡ଼ ଗଭୀର କଥା ଇଏ। ଜୀବନକୁ ସହଜରେ ବୁଝି ନଥିଲେ, ଏ ଜିନିଷ ବୁଝିବା କଷ୍ଟକର। ଏ ଲେଖା ପଢ଼ି ଯେ ସମସ୍ତେ ବୁଝିବେ ତାହା ବି ମୋର ବିଶ୍ବାସ ନାହିଁ। ଯଦି କେହି ବୁଝିଲେ ତାହା ହିଁ ମୋର ସାର୍ଥକତା।
3 739
6
ଆମ ସମସ୍ତଙ୍କର ଗୋଟେ ଅନ୍ତର୍ଗତ ଦୁଃଖ ଥାଏ। ସେ ଦୁଃଖ ଆମର ଖୁବ୍ ନିଜର। ଏତେ ନିଜର ଯେ, ସେ କେବଳ ଆମ ହୃଦୟ ଭିତରେ ଥାଇ କଷ୍ଟ ଦେଇ ଚାଲିଛି। ଯେତେ ଚେଷ୍ଟା କରି ବି ଆପଣ ସେ ଦୁଃଖକୁ ପାଟିକୁ ଆଣି ସେ ଦୁଃଖରେ ଶବ୍ଦ ଯୋଡ଼ି ପାରିନାହାଁନ୍ତି। ଏଇଟା ସତ ନୁହେଁ କି ? ଆମେ ଅନେକ ସମୟରେ ଚେଷ୍ଟା କରି ମଧ୍ୟ ନିଜ ଭିତରୁ ଦୁଃଖକୁ କାଢି ପାରୁ ନାହାନ୍ତି। ଏଇଟା ବି ମିଛ  ନୁହେଁ ଏ ଦୁଃଖର ସମାଧାନ କେଉଁ ଦିନରୁ କାଳର ମାୟାରେ ଲୀନ ହେଇ ଯାଇଛି। ସମାଧାନହୀନ, କଷ୍ଟଯନ୍ତ୍ରଣା ପୂର୍ଣ୍ଣ ଦୁଃଖ। ସମସ୍ତେ କୁହନ୍ତି ଦୁଃଖ ବାଣ୍ଟିଲେ କମେ। ଏ ବାକ୍ୟ ସମ୍ପୂର୍ଣ୍ଣ ସତ୍ୟ ନୁହେଁ। ଏମିତି ଅନେକ ଦୁଃଖ ଅଛି ଯେଉଁ ଦୁଃଖକୁ ଆପଣ କାହା ସହ ବାଣ୍ଟି ପାରିବେ ନାହିଁ। ଯେପରି ସେ ଦୁଃଖକୁ କେବଳ ଆପଣ ଭୋଗିବା ପାଇଁ ଠିକା ନେଇଛନ୍ତି। ଅନ୍ୟକୁ ଆମେ ଦୁଃଖ ଶୁଣାଇଲେ ଆମକୁ ମିଳେ ସେଇ ଗୋଟିଏ ଉତ୍ତର, ଧୈର୍ଯ୍ୟ ଧର ସମୟ ସବୁକିଛି ଠିକ୍ କରି ଦେବ। ଆଉ ତାହା ସହିତ ଅନେକ ସହାନୁଭୂତି। ହୁଏତ ଅନେକ ଦୁଃଖର ସମାଧାନ ସମୟ କରି ଦେଇ ପାରେ।କିନ୍ତୁ ଏମିତି ଗୋଟେ ଦୁଃଖ ଯାହା ସମୟକୁ ମଧ୍ୟ ଅତିକ୍ରାନ୍ତ କରି ଦେଇଛି। ସହାନୁଭୂତିକୁ ମଧ୍ୟ ପାଦରେ ଆଡ଼େଇ ଦେଇଛି। ମଣିଷ ବୁଝେ ଦୁଃଖ ଭୋଗିବାରେ ହିଁ ପ୍ରାୟଶ୍ଚିତ ଅଛି। ସେପରି ପ୍ରକାର ଦୁଃଖ ଭୋଗିବା ଅର୍ଥ ପୁଣି ସେଇ ସମୟ,ସେଇ ଚରିତ୍ର ମାନଙ୍କୁ ଆଉ ଥରେ ମନେ ପକେଇବା। ଛାତି ରୁନ୍ଧି ଦେବା ଭଳି ପରିସ୍ଥିତି। ଯେପରି କିଏ ପୁରୁଣା ଘା କୁ ଉଖୁରେଇବା ଭଳି ଲାଗେ। କିନ୍ତୁ ସେ ଦୁଃଖ ଯେ ମଣିଷ ଜୀବନରୁ ଚାଲି ଯାଏ, ସେ ଆଦୌ ଇଛା କରେ ନାହିଁ। ଏ ଦୁଃଖ ଚାଲି ଯିବାର ଅର୍ଥ ଗୋଟିଏ ଚରିତ୍ର,ଅନେକ ସ୍ମୃତି,ଅନେକ ଇତିହାସ କୁ ହରେଇ ଦେବା ସହ ସମାନ। ସେମାନଙ୍କୁ ହରେଇ ଦେବା କାହିଁକି ? ଜରୁରୀ ବି ନୁହେଁ। ଖରାପ୍ ସମୟ ବି ଗୋଟେ ସମୟ। ଯିଏ ଶିଖେଇଚି କେମିତି ଛେପ ଢ଼ୋକି ଭୁଲିବାକୁ ହୁଏ ଶୋଷକୁ। ଏଇଟା ବି ଶିଖେଇଚି କ୍ଷମା କରିବା ଠାରୁ କ୍ଷମା ମାଗି ଦେବା ଜରୁରୀ ଥିଲା। ତଥାପି ମଣିଷ ଭାବେ ସେଦିନ ଯଦି ସେ ଏମିତି ନ କରି ସେମିତି କରି ଥାନ୍ତା, ତେବେ ହୁଏତ ଆଜି ଅଲଗା କିଛି ଘଟି ଥାଆନ୍ତା। ବୋଧ ହୁଏ ସବୁକିଛି ପୂର୍ବ ଭଳି ଠିକ୍ ଥାଆନ୍ତା। ଅନେକ ଥର ମଣିଷ ନିଜକୁ ଦୋଷ ଦିଏ। କିନ୍ତୁ ନିଜକୁ ଦୋଷ ଦେବାର ସମୟ କେବେ ଠାରୁ ଚାଲି ଯାଇ ଥାଏ। ଏବେ ନିଜକୁ ଦୋଷୀ କରି ଅପରାଧୀ କରି ଦେଲେ ବି ଶୁଣିବାକୁ କେହି ନ ଥାଆନ୍ତି। ଏଇଟା ହିଁ ସମୟର ଖେଳ। ଏତେ ସମୟ ପରେ ବି ଆମେ କଣ ଚିନ୍ତା କରି ପାରୁ ଏ ଦୁଃଖର ସମୟ ସୀମା କେତେ ? ହେଇ ପାରେ ଗୋଟିଏ ଦିନ ଅଥବା ଜୀବନ ଜାକ। ଏମିତି ଅସଂଖ୍ୟ ଚରିତ୍ର ଅଛନ୍ତି ଯେଉଁ ମାନେ ମୃତ୍ୟୁ ଶେଯରେ ଥାଇ ବି ପିଲା ବେଳର ଏକ ଘଟଣା ପାଇଁ ଲୁହ ଗଡେଇ ଥାଆନ୍ତି। ସବୁଠାରୁ କଷ୍ଟର କଥା କଣ ଜାଣନ୍ତି, ଆପଣ ଅନେକ ଥର ଚେଷ୍ଟା କରିଥିବେ ଆଜି ସବୁ ଦୁଃଖ ଖୋଲି କହି ଦେବି। କ୍ଷମା ବି ମାଗି ଦେବି। କିନ୍ତୁ ଶୁଣିବା ଲୋକ ଆଉ ଶୁଣିବା ଅବସ୍ଥାରେ ନଥାଏ। କିମ୍ବା ଭବିଷ୍ୟତ ରେ ଯେ ସେ ଶୁଣିବ ସେମିତି କିଛି ସମ୍ଭାବନା ବି ନଥାଏ। ତେଣୁ ଜୀବନ ଯେତେ ଯାଏ, ଏମିତି ଦୁଃଖ ବି ସେତେ ଯାଏ। ଜରୁରୀ ନୁହେଁ ଯେ ଏ ଦୁଃଖ କେବଳ ଆପଣଙ୍କୁ କଷ୍ଟ ଦେବ। ଏ ଦୁଃଖ ଆପଣଙ୍କୁ ହୁଏତ ବଦଳାଇ ଦେଇ ପାରେ। କିମ୍ବା ଆପଣଙ୍କୁ ନ ବଦଳାଇ ପାରେ। ଏ ବିଷୟ ସତରେ ବହୁତ୍ ଜଟିଳ। ଆପଣ ଶେଷ ଯାଏ ପଢ଼ି ବି କି ହୃଦୟଙ୍ଗମ କରି ପାରିବେ, ସେଇଟା ସହଜ ନୁହେଁ। କାରଣ ଜୀବନରେ ଅନେକ ଜିନିଷ ସୂକ୍ଷ୍ମ ଭାବେ ଲୁଚି ଅଛି। ଜାଣିବା ଦୂର ର କଥା ଭାବିବା ବି ସମ୍ଭବ ପର ନୁହେଁ। ମୁଁ ଏ ବିଷୟ କାହିଁକି ଲେଖିଲି ତାହା ବି ଜାଣିନି। କେବଳ ଲେଖିଲି.... ମେଞ୍ଚାଏ ସତ। ସତ ବି ନୁହେଁ, ଜୀବନ ଯନ୍ତ୍ରଣା। କିନ୍ତୁ ସେ ମୋର ନୁହେଁ 😂। ବୋଧେ ସମସ୍ତଙ୍କର।
3 251
7
💥*D.El.Ed. ପ୍ରବେଶିକା ପରୀକ୍ଷା ୨୦୨୬-୨୮* : 📌 Admit Card: https://scertodishadeled2026.cbtexam.in/Candidate_2026Aug/ExistingUser.aspx?usertype=existing 📝 ପରୀକ୍ଷା ତାରିଖ: ୭ ଅଗଷ୍ଟରୁ ୧୧ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ। ⏰ ପରୀକ୍ଷା ସମୟ: ସ୍ଲଟ୍–୧: ସକାଳ ୭:୦୦ – ୯:୩୦ ସ୍ଲଟ୍–୨: ସକାଳ ୧୦:୦୦ – ୧୨:୩୦ (PH ପ୍ରାର୍ଥୀ: ସକାଳ ୧୦:୦୦ – ଦିନ ୧:୦୦) ସ୍ଲଟ୍–୩: ଦିନ ୧:୦୦ – ୩:୩୦ ସ୍ଲଟ୍–୪: ସନ୍ଧ୍ୟା ୪:୦୦ – ୬:୩୦ 📄 ସମସ୍ତ ପ୍ରାର୍ଥୀ SAMS ପୋର୍ଟାଲରୁ Admit Card ଡାଉନଲୋଡ୍ କରି ତାହାରେ ଥିବା ନିର୍ଦ୍ଦେଶାବଳୀକୁ ପାଳନ କରିବେ।
2 529
8
بدون متن...
2 574
9
بدون متن...
3 531
10
*ଖବର ଆଜିର* ତାରିଖ ୨୪-୦୭-୨୦୨୬ ଶୁକ୍ରବାର        ୧- ଆଜି ମହାପ୍ରଭୁଙ୍କର ବାହୁଡ଼ାଯାତ୍ରା। ରଥଯାତ୍ରାରେ ଜନ୍ମବେଦିକୁ ରଥାରୁଢ଼ ହୋଇ ଯାଇଥିବା ଜଗତରନାଥ ଶ୍ରୀ ଜଗନ୍ନାଥ ଆଜି ନୀଳକନ୍ଦର ଅଭିମୁଖେ ଫେରିବେ। ମହାପ୍ରଭୁଙ୍କର ଏହି ଦିବ୍ୟ ଲୀଳା ପାଇଁ ଆଡ଼ପମଣ୍ଡପରେ ନୀତିକାନ୍ତି ଭୋର ୪ଟାରୁ ଆରମ୍ଭ ହୋଇଯାଇଛି। ୨- ପୁରୀରେ ଗୁଣ୍ଡିଚା ମନ୍ଦିରରେ ଦିନ ୧୨ଟାରୁ ଅପରାହ୍ନ ୨.୩୦ ମଧ୍ୟରେ ବାହୁଡା଼ ପହଣ୍ଡି, ଅପରାହ୍ନ ୪ଟାରେ ରଥ ଟଣା ହେବ। ଶ୍ରଦ୍ଧାଳୁଙ୍କ ପାଇଁ 'ଆମ ବସ୍' ହେଲ୍ପଲାଇନ୍ ନଂ ୧୮୦୦-୫୭୦୦-୨୧୮। ୩- ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ମହଙ୍ଗା ଭତ୍ତା ୫% ବୃଦ୍ଧି, ୨୫୭%ରୁ ବଢ଼ି ୨୬୨%କୁ ପହଞ୍ଚିଲା। ଜାନୁଆରୀରୁ ପିଛିଲା ଭାବେ ଲାଗୁ ହେବ ବର୍ଦ୍ଧିତ ଡିଏ। ଜୁଲାଇ ମାସର ଦରମାରେ ପାଇବେ। ୪- ଯୁକ୍ତ ୨ ଦ୍ବିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇଛି। ୪୬ ହଜାର ୫୭୦ ଛାତ୍ରଛାତ୍ରୀ ନାମଲେଖା ପାଇଁ ତାଲିକାରେ ସ୍ଥାନିତ ହୋଇଛନ୍ତି। ୫- ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ଏବଂ ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ସମ୍ପର୍କିତ ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚୋରି ଘଟଣାକୁ ନେଇ ଜଣକ ପରେ ଜଣଙ୍କୁ ରାଜ୍ୟ ସରକାର ନୋଟିସ ଜାରି କରିବାରେ ଲାଗିଛନ୍ତି। ୬- ଭିକେ ପାଣ୍ଡିଆନଙ୍କ ହେଲିକପ୍ଟରରେ ବୁଲିବା ଖର୍ଚ୍ଚ ମାମଲାରେ କୋର୍ଟରେ ଜବାବ ରଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପାଣ୍ଡିଆନ। ପରବର୍ତ୍ତୀ ଶୁଣାଣି ଜୁଲାଇ ୩୧ ରେ। ୭- ସମୁଦ୍ର ପତ୍ତନରେ ଜାରି ରହିଥିବା ଟ୍ରଫ୍‌ ଲାଇନ୍‌ ପ୍ରଭାବରେ ରାଜ୍ୟରେ ଆହୁରି ସପ୍ତାହେ ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ନେଇ ସମ୍ଭାବନା। ରାଜ୍ୟରେ ଜୁଲାଇରେ ୧୭% ଅଧିକ ବର୍ଷା ହୋଇଛି। ଉତ୍ତର ଓଡିଶାରେ ଅଧିକ, ଦକ୍ଷିଣ ଓଡ଼ିଶାରେ ନିଅଣ୍ଟିଆ ବର୍ଷା। ୮- ସମୁଦ୍ର-ଚିଲିକା ମଝିରେ ଥିବା ବାଲିବନ୍ଧ ପୁରୀ ଆଡ଼କୁ ଧସିଛି। ଫଳରେ ପୁଣି ଏକ ପ୍ରାକୃତିକ ମୁହାଣ ଖୋଲିବାର ଆଶଙ୍କା ପ୍ରକାଶ। ୯- 'ଜଗନ୍ନାଥ ଧାମ', 'ଶ୍ରୀକ୍ଷେତ୍ର', 'ମହାପ୍ରସାଦ', 'କୋଇଲି ବୈକୁଣ୍ଠ' ଏବଂ 'ନୀଳଚକ୍ର' ଏହି ପାଞ୍ଚଟି ଶବ୍ଦର ପେଟେଣ୍ଟ ପାଇଁ ଆବେଦନ ଗୃହୀତ। ୧୦- ଦ୍ବିତୀୟ ‌ବୌଦ୍ଧଗୁରୁ ପଦ୍ମସମ୍ଭବଙ୍କ ଜୟନ୍ତୀ। ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଟେଣ୍ଡର ବିବାଦ, ଝାରସୁଗୁଡାରେ ପ୍ରଶାସନର ଦ୍ବାରସ୍ଥ ହେଲା ସ୍ମୃତିରକ୍ଷା ଟ୍ରଷ୍ଟ। ୧୧- କଟକ ମଧୁପାଟଣା ପାଖରେ ୩ ଫୁଟ ତଳକୁ ଧସିଲା ୩୦ ଫୁଟର କଂକ୍ରିଟ୍ ରାସ୍ତା। ୧୫ ଦିନତଳେ ତିଆରି ହୋଇଥିଲା। ଓ୍ବାଟ୍‌କୋ ଇଂଜିନିୟରଙ୍କ ଅବହେଳା ଅଭିଯୋଗ। ୧୨- ଓଡିଶାର  ଏପିଜେ ଅବଦୁଲ କଲାମ ଦ୍ବୀପରୁ ଦୀର୍ଘ ଦୂରଗାମୀ କୁଶ କ୍ଷେପଣାସ୍ତ୍ରର  ହେଲା ସଫଳ ପରୀକ୍ଷା। ୧୩- ରାଜ୍ୟର ୧୦ ମେଡିକାଲ କଲେଜ ପାଇଁ ୧୫୨ ବିଶେଷଜ୍ଞ ପଦବୀକୁ ମଞ୍ଜୁରି ଦେଲେ ସରକାର। ୧୪- କେନ୍ଦୁଝର ଯୋଡ଼ାରେ ରାସ୍ତା କଡ଼ ଗଛରେ ପିଟି ହେଲା ଥାର୍ ଗାଡି, ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର। ୧୫- ଭଦ୍ରକ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ରାୟ। ଦୋଷୀଙ୍କୁ ୨୦ ବର୍ଷ କାରାଦଣ୍ଡ, ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ। ୧୬- ଭୁବନେଶ୍ୱର ଚନ୍ଦ୍ରଶେଖର ପୁର ଆୟୁର୍ବେଦିକ ସେଣ୍ଟରରେ ଦେହ ବ୍ୟବସାୟ। ମାଲିକ ଓ ଗ୍ରାହକ ଅଟକ। ୧୭- ଉତ୍ତରାଖଣ୍ଡ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରଶ୍ନପତ୍ର ହ୍ୱାଟ୍ସଆପ୍‌ରେ ଭାଇରାଲ୍ ହେଲା, ବାତିଲ ହେଲା ୨ ସେମିଷ୍ଟର ପରୀକ୍ଷା। ୧୮- ଭାରତ-ବାଂଲାଦେଶ ସୀମାରେ ବଡ଼ ସ୍ମାର୍ଟ ଫେନ୍ସିଂ ଅଭିଯାନ, ସୁନ୍ଦରବନ ପର୍ଯ୍ୟନ୍ତ କଡ଼ା ସୁରକ୍ଷା। ୧୯- ଦିଲ୍ଲୀରେ ଛାତ୍ରଙ୍କ ବିରୋଧ ପ୍ରଦର୍ଶନ ପାଇଁ ଜନ୍ତର ମନ୍ତର ଅଞ୍ଚଳରେ ମୋବାଇଲ୍ ଇଣ୍ଟରନେଟ୍ ବନ୍ଦ କଲେ ସରକାର। ୨୦- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୟାନ ପାରେ କେନ୍ଦ୍ରମନ୍ତ୍ରୀଙ୍କ ସହ କକରୋଚ ପାର୍ଟି ଆଲୋଚନା, ପ୍ରହସନ ଶେଷ, ଅନଶନ ଭାଙ୍ଗିଲେ ଓ୍ବାଙ୍ଗଚୁକ୍। ୨୧- ମଧ୍ୟପ୍ରାଚ୍ୟରେ ବଢ଼ିଲା ଉତ୍ତେଜନା। ଆମେରିକୀୟ ଘାଟି ଉପରେ ଇରାନର ମିସାଇଲ୍ ଆକ୍ରମଣ। ୨୨- ପ୍ରଚଣ୍ଡ ଗରମ ପରେ ଫ୍ରାନ୍ସ ଓ ସ୍ପେନ୍‌ରେ ଜଙ୍ଗଲ ନିଆଁ: ୧୦ ହଜାରରୁ ଅଧିକ ଲୋକ ସ୍ଥାନାନ୍ତର। ୨୩- ଭାରତର ଟି-୨୦ ଦଳର ପରାଜୟ ଧାରାରେ ଶେଷରେ ଅନ୍ତ। ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ଲଗାତାର ଛଅଟି ମ୍ୟାଚ୍ ହାରିବା ପରେ, ଭାରତ ଜିମ୍ବାୱେକୁ ସାତ ୱିକେଟରେ ପରାସ୍ତ କରି ସିରିଜ୍ ଆରମ୍ଭ କଲା। ୨୪- ଭାରତର ଶୀର୍ଷ ମାନ୍ୟତାପ୍ରାପ୍ତ ସ୍କ୍ବାସ୍‌ ଖେଳାଳି ଆନାହତ ସିଂହ ବିଶ୍ବ ସ୍କ୍ବାସ କନିଷ୍ଠ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ୨୫- ଘରୋଇ ଶ୍ରୀଲଙ୍କା ବିପକ୍ଷ ୧୯ ବ‌ର୍ଷରୁ କମ୍‌ (ଯୁବ) ଦ୍ବିତୀୟ ଟେଷ୍ଟ୍‌କୁ ଭାରତ ୨୧୧ ରନ୍‌ରେ ଜିତି ନେଇଛି। *ଶୁଭ ସକାଳ* ଆଜି ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଦଶମୀ ଦିବା ଘ୦୮/୪୮ ଗତେ ଏକାଦଶୀ, ବାହୁଡ଼ା ଯାତ୍ରା, ଆୟକର ଦିବସ, ଜାତୀୟ ଥର୍ମାଲ ଇଂଜିନିୟର ଦିବସ
418
11
🌼 ରଥ ବାହୁଡାର ପବିତ୍ର ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା। 🙏 ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମା' ସୁଭଦ୍ରାଙ୍କ ଅସୀମ କୃପାରେ ଆପଣଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି ଓ ସଫଳତାରେ ପରିପୂର୍ଣ୍ଣ ହେଉ। ବାହୁଡା କେବଳ ରଥର ଫେରିବା ନୁହେଁ, ଏହା ଆମ ମନକୁ ପ୍ରେମ, ଭକ୍ତି ଓ ଆଶାର ପଥକୁ ଫେରାଇ ଆଣିବାର ପବିତ୍ର ଯାତ୍ରା। ଜୟ ଜଗନ୍ନାଥ! 🙏🚩
3 730
12
ଅତିବଡ଼ି - ଜଗନ୍ନାଥ ଦାସ କବିବର - ରାଧାନାଥ ରାୟ ଭୂମିପୁତ୍ର - ବିଜୁ ପଟ୍ଟନାୟକ ନେତାଜୀ - ସୁଭାଷ ଚନ୍ଦ୍ର ବୋଷ କଳାନିଧି - ବାଞ୍ଚାନିଧି ଶତପଥୀ ଆଦି କବି - ସାରଳା ଦାସ ଭକ୍ତ କବି - ମଧୁସୂଦନ ରାଓ ସନ୍ଥ କବି - ଭୀମ ଭୋଇ ଗଣ କବି - ବୈଷ୍ଣବ ପାଣି କାନ୍ତ କବି - ଲକ୍ଷ୍ମୀକାନ୍ତ ମହାପାତ୍ର କବି ଚନ୍ଦ୍ର - କାଳି ଚରଣ ପଟ୍ଟନାୟକ କର୍ମବୀର - ଗୌରୀଶଙ୍କର ରାୟ ଗାଥା କବି - ଗୋଦାବରୀଶ ମିଶ୍ର ପଲ୍ଲୀ କବି - ନନ୍ଦକିଶୋର ବଳ ବ୍ୟାସ କବି - ଫକୀର ମୋହନ ସେନାପତି ବାଣୀ କଣ୍ଠ - ନିମାଇଁ ଚରଣ ହରିଚନ୍ଦନ କବି ସୂର୍ଯ୍ୟ - ବଳଦେବ ରଥ ଗୀତି କବି - ଗୋପାଳକୃଷ୍ଣ ପଟ୍ଟନାୟକ ବ୍ୟଙ୍ଗ କବି - ଗୋଦାବରୀଶ ମହାପାତ୍ର ନାରୀ କବି - କୁନ୍ତଳା କୁମାରୀ ସାବତ ଲୋକରତ୍ନ - କୁଞ୍ଜବିହାରୀ ଦାସ ବିଦଗ୍ଧ କବି - ଅଭିମନ୍ୟୁ ସାମନ୍ତସିଂହାର କବି ସମ୍ରାଟ - ଉପେନ୍ଦ୍ର ଭଞ୍ଜ କବି ମଞ୍ଜୁଳ - କୃଷ୍ଣ ପ୍ରସାଦ ବସୁ କବି ଶେଖର - ଚିନ୍ତାମଣି ମହାନ୍ତି ପ୍ରକୃତି କବି - ଗଙ୍ଗାଧର ମେହେର ସ୍ବଭାବ କବି - ଗଙ୍ଗାଧର ମେହେର ପ୍ରେମିକ କବି - ମାୟାଧର ମାନସିଂ ବିପ୍ଳବୀ କବି - ରବି ସିଂହ ଜାତୀୟ କବି - ବୀରକିଶୋର ଦାସ କିଶୋର କବି - ଶ୍ୟାମସୁନ୍ଦର ଦାସ ଉତ୍କଳମଣି - ଗୋପବନ୍ଧୁ ଦାସ ଉତ୍କଳ ରତ୍ନ - ବିଶ୍ୱନାଥ ମିଶ୍ର ଉତ୍କଳ ଘଣ୍ଟ - ଯଦୁମଣି ମହାପାତ୍ର ଉତ୍କଳ ଭୀମ - ପଦ୍ମଚରଣ ପଟ୍ଟନାୟକ ଉତ୍କଳ ଗୌରବ - ମଧୁସୂଦନ ଦାସ ଉତ୍କଳ ଭାରତୀ - କୁନ୍ତଳା କୁମାରୀ ସାବତ ଉତ୍କଳ କେଶରୀ - ହରେକୃଷ୍ଣ ମହତାବ
3 872
13
https://drive.google.com/drive/u/0/mobile/folders/1rfeOAYlytH2J6Ox0tJcCZAMZdFS9f_PO?usp=sharing PYQ ( CT Entrance Exam )
3 100
14
بدون متن...
3 176
15
*ସମସ୍ତ ପ୍ରତିଯୋଗୀ ପରୀକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନୋତ୍ତର* *1. ଦାଦା ସାହେବ ଫାଲକେ ପୁରସ୍କାର କେଉଁ କ୍ଷେତ୍ରରେ ଦିଆଯାଏ?*  *ଉତ୍ତର:* ସିନେମା  *2. ଶିଖ ଧର୍ମର ପ୍ରତିଷ୍ଠାତା କିଏ ଥିଲେ?*  *ଉତ୍ତର:* ଗୁରୁ ନାନକ  *3. ଭାରତୀୟ ଜାତୀୟ ପତାକାର ଦୈର୍ଘ୍ୟ ଓ ପ୍ରସ୍ଥର ଅନୁପାତ କେତେ?*  *ଉତ୍ତର:* 3:2  *4. ସ୍ଥାନୀୟ ଶାସନର ସବୁଠାରୁ ନିମ୍ନ ଏକକ କ’ଣ?*  *ଉତ୍ତର:* ଗ୍ରାମ ପଞ୍ଚାୟତ  *5. ପ୍ରସିଦ୍ଧ ନୃତ୍ୟ କଥକଳି କେଉଁ ରାଜ୍ୟ ସହ ଜଡ଼ିତ?*  *ଉତ୍ତର:* କେରଳ  *6. ଗୋଲ ଗୁମ୍ବଜ କେଉଁଠି ଅଛି?*  *ଉତ୍ତର:* ବିଜାପୁର, କର୍ଣ୍ଣାଟକ  *7. ଲଘୁଗଣକ (Logarithm) ତାଲିକାର ଆବିଷ୍କାର କିଏ କରିଥିଲେ?*  *ଉତ୍ତର:* ଜନ୍ ନେପିୟର  *8. କେଉଁ ଅଙ୍ଗ ଖରାପ ହେଲେ ଜଣ୍ଡିସ୍ ହୁଏ?*  *ଉତ୍ତର:* ଯକୃତ (ଲିଭର)  *9. ଭାରତର ପ୍ରଥମ ପରମାଣୁ ଶକ୍ତି କେନ୍ଦ୍ର କେଉଁଠାରେ ସ୍ଥାପିତ ହୋଇଥିଲା?*  *ଉତ୍ତର:* ତାରାପୁର, ମହାରାଷ୍ଟ୍ର  *10. ଭାରତୀୟ ସମ୍ବିଧାନରେ କେତୋଟି ମୌଳିକ ଅଧିକାର ଉଲ୍ଲେଖ ଅଛି?*  *ଉତ୍ତର:* ଛଅ  *11. କେଉଁ ଅନୁଚ୍ଛେଦ ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ନିଲମ୍ବିତ ହୋଇପାରିବ ନାହିଁ?*  *ଉତ୍ତର:* ଅନୁଚ୍ଛେଦ 20 ଏବଂ 21  *12. ଭାରତର ପ୍ରଥମ ଭାଇସରୟ କିଏ ଥିଲେ?*  *ଉତ୍ତର:* ଲର୍ଡ କ୍ୟାନିଂ  *13. ଭାରତର ଉପରାଷ୍ଟ୍ରପତି ହେବା ପାଇଁ ସର୍ବନିମ୍ନ ବୟସ କେତେ ହେବା ଆବଶ୍ୟକ?*  *ଉତ୍ତର:* 35 ବର୍ଷ  *14. ନୀତି ଆୟୋଗ କେଉଁ ସଂସ୍ଥା ସ୍ଥାନରେ ଗଠିତ ହୋଇଛି?*  *ଉତ୍ତର:* ଯୋଜନା ଆୟୋଗ  *15. ଭାରତୀୟ ସମ୍ବିଧାନରେ କେତେ ପ୍ରକାର ରିଟ୍ ଅଛି?*  *ଉତ୍ତର:* 5  *16. ଭାରତୀୟ ସମ୍ବିଧାନରେ କେତୋଟି ମୌଳିକ କର୍ତବ୍ୟ ଉଲ୍ଲେଖ ଅଛି?*  *ଉତ୍ତର:* ଏଗାର  *17. ଭାରତୀୟ ସମ୍ବିଧାନରେ ରାଷ୍ଟ୍ରପତି ନିର୍ବାଚନ ପଦ୍ଧତି କେଉଁ ଦେଶରୁ ନିଆଯାଇଛି?*  *ଉତ୍ତର:* ଆୟର୍ଲାଣ୍ଡ  *18. ଭାରତର ରାଷ୍ଟ୍ରପତିଙ୍କୁ ଶପଥ କିଏ ପାଠ କରାନ୍ତି?*  *ଉତ୍ତର:* ଭାରତର ମୁଖ୍ୟ ବିଚାରପତି  *19. ଭାରତୀୟ ସମ୍ବିଧାନର କେଉଁ ଅନୁଚ୍ଛେଦରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ପାଇଁ ବ୍ୟବସ୍ଥା ଅଛି?*  *ଉତ୍ତର:* ଅନୁଚ୍ଛେଦ 352  *20. ଉଚ୍ଚ ସଦନ (ରାଜ୍ୟସଭା)ର କେତେଜଣ ସଦସ୍ୟଙ୍କୁ ଭାରତର ରାଷ୍ଟ୍ରପତି ମନୋନୀତ କରିପାରିବେ?*  *ଉତ୍ତର:* 12  *21. ଭାରତର 'କ୍ଷୁଦ୍ର ସମ୍ବିଧାନ' କେଉଁ ସଂଶୋଧନ ଭାବେ ଜଣାଶୁଣା?*  *ଉତ୍ତର:* 42ତମ ସଂଶୋଧନ  *22. ଜମ୍ମୁ ଓ କାଶ୍ମୀର ରାଜ୍ୟ ବିଧାନସଭାର କାର୍ଯ୍ୟକାଳ କେତେ?*  *ଉତ୍ତର:* 5 ବର୍ଷ _ଟିପ୍ପଣୀ: ଧାରା 370 ହଟିବା ପରେ 6ରୁ 5 ବର୍ଷ ହୋଇଛି_  *23. ଅଖିଳ ଭାରତୀୟ ସେବାରେ ନିଯୁକ୍ତି କିଏ ଦିଅନ୍ତି?*  *ଉତ୍ତର:* ରାଷ୍ଟ୍ରପତି  *24. ଶାରଦା ଆଇନ କେଉଁ ବିଷୟ ସହ ଜଡ଼ିତ?*  *ଉତ୍ତର:* ବାଲ୍ୟ ବିବାହ  *25. ନୀତି ଆୟୋଗର ଅଧ୍ୟକ୍ଷ କିଏ?*  *ଉତ୍ତର:* ପ୍ରଧାନମନ୍ତ୍ରୀ  *26. କେଉଁ ଗ୍ରହକୁ ବାମନ ଗ୍ରହ ବୋଲି ବିବେଚନା କରାଯାଏ?*  *ଉତ୍ତର:* ପ୍ଲୁଟୋ  *27. ଚୀନ ସାଗରରେ ଉଷ୍ଣକଟିବନ୍ଧୀୟ ବାତ୍ୟାକୁ କ’ଣ କୁହାଯାଏ?*  *ଉତ୍ତର:* ଟାଇଫୁନ୍  *28. ହିମାଳୟ କେଉଁ ପ୍ରକାର ପର୍ବତର ଉଦାହରଣ?*  *ଉତ୍ତର:* ଭଙ୍ଗିଳ ପର୍ବତ (Fold Mountain)  *29. ଭାରତରେ ସବୁଠାରୁ ବଡ଼ ଜଳସେଚନ କେନାଲ କେଉଁଟି?*  *ଉତ୍ତର:* ଇନ୍ଦିରା ଗାନ୍ଧୀ କେନାଲ  *30. ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ କେଉଁଟି?*  *ଉତ୍ତର:* ଭାରତ ରତ୍ନ
2 749
16
କିଛି ଛାତ୍ର କହୁଛନ୍ତି ପାଠ ପଢ଼ିବା ପାଇଁ ଇଚ୍ଛା ହଉନି ଆଉ ଡି ମୋଟିଭ ଲାଗୁଛି ମୁଁ ତାଙ୍କୁ ଗୋଟିଏ କଥା କହିବି ଥରେ ନିରୋଳାରେ ବସି ନିଜକୁ ପଚାର ଆଉ ନିଜ ଭିତରକୁ ଦେଖ ଆଉ ତା ପରେ ଘର ଚାରି କାନ୍ଥ ଭିତରେ ରହୁଥିବା ତୁମ ପରିବାରର ସଦସ୍ୟ ଙ୍କୁ ଦେଖ ତା ପରେ ତୁମକୁ କେବେବି କାହାରି ମୋଟିଭେସନ ଦରକାର ପଡିବନି ଆଉ ଯଦି ତୁମେ ଧନୀ ପରିବାରରେ ଅଛ କିଛି କଥା ନାହିଁ ତୁମର ମୋତିଭେସନ ଦରକାର ନାହିଁ ଆଉ ତୁମେ ଯଦି ମୋ ପରି ଅତି ଗରିବ ପରିବାରରୁ ଆସୁଥିବ ତ ହେଲେ ମୋର ସେଇ ଦୁଇଟି କଥା କୁ ମାନିବ ମୁଁ ଜଣେ ଅତି ସାଧାରଣ ମଣିଷ ମୁଁ କଣ ମୋଟିଭେସନ ଦେବି ଯାହା ମନକୁ ଆସିଲା କହି ଦେଲି। ମନ ଲଗେଇ ପାଠ ପଢ ବାସ। ତ୍ରୁଟି ଥିଲେ କ୍ଷମା ପ୍ରାର୍ଥନା କରୁଛି | 🙏 ଜୟ ଜଗନ୍ନାଥ🙏
2 207
17
ଭାରତ ର ପ୍ରଥମ ୧. ଭାରତର ପ୍ରଥମ ରାଷ୍ଟ୍ରପତି — ଡ. ରାଜେନ୍ଦ୍ର ପ୍ରସାଦ ୨. ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ — ଜବାହରଲାଲ୍ ନେହେରୁ ୩. ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ୍ — ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ ୪. ଭାରତର ପ୍ରଥମ ଚିଫ୍ କମାଣ୍ଡର — କେ.ଏମ୍. କରିଆପ୍ପା ୫. ଜାତିସଂଘ ସାଧାରଣ ପରିଷଦର ପ୍ରଥମ ଭାରତୀୟ ମହିଳା ସଭାନେତ୍ରୀ — ଶ୍ରୀମତୀ ବିଜୟଲକ୍ଷ୍ମୀ ପଣ୍ଡିତ ୬. ଭାରତର ପ୍ରଥମ ଫିଲ୍ଡ ମାର୍ଶାଲ୍ ଜେନେରାଲ୍ — ଜେନେରାଲ୍ ମାନେକ୍‌ସା ୭. ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ — ଶ୍ରୀମତୀ ଇନ୍ଦିରା ଗାନ୍ଧୀ ୮. ଭାରତର ପ୍ରଥମ ମହାକାଶଚାରୀ — ରାକେଶ ଶର୍ମା ୯. ଏଭରେଷ୍ଟ ଆରୋହଣକାରୀ ପ୍ରଥମ ମହିଳା — ବଚେନ୍ଦ୍ରୀ ପାଲ୍ ୧୦. ଦିଲ୍ଲୀ ସିଂହାସନରେ ବସିଥିବା ପ୍ରଥମ ମୁସଲମାନ ନାରୀ ଶାସିକା — ରଜିୟା ସୁଲତାନା ୧୧. ଭାରତର ପ୍ରଥମ ନୋବେଲ୍ ପୁରସ୍କାର ବିଜେତା — ରବୀନ୍ଦ୍ରନାଥ ଠାକୁର ୧୨. ଭାରତର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ — ସୁଚେତା କୃପାଳିନୀ ୧୩. ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସର ପ୍ରଥମ ଅଧ୍ୟକ୍ଷା — ଆନି ବେସାନ୍ତ ୧୪. ଭାରତର ପ୍ରଥମ ପରମବୀର ଚକ୍ର ବିଜେତା — ନିର୍ମଳଜିତ୍ ସିଂହ ୧୫. ସ୍ଵାଧୀନ ଭାରତର ପ୍ରଥମ ପ୍ରଧାନ ବିଚାରପତି — ହରିଲାଲ୍ ଜେ. କାନିଆ
2 440
18
*🛡️Arrival Of European companies in chronological order* *💎Trick:-* PD BD FS ♟️P = Portuguese (1498)    ♟️D = Dutch    ♟️B-BRITISH English) (1600) ♟️D = Dennis (1616)  ♟️F = French (1664) ♟️S = Swedish (1731 *Hit 👍❤️ To Appreciate our Consistent Efforts.*
2 241
19
- 1. ଭାରତର ପଞ୍ଚବାର୍ଷିକ ଯୋଜନା କେଉଁ ଦେଶରୁ ନିଆଯାଇଥିଲା?   ଉ: ରୁଷ - 2. ପ୍ରଥମ ପଞ୍ଚବାର୍ଷିକ ଯୋଜନା କେଉଁ କ୍ଷେତ୍ରକୁ ଗୁରୁତ୍ୱ ଦେଇଥିଲା?   ଉ: କୃଷି - 3. ନୀତି ଆୟୋଗ କେବେ ଗଠିତ ହେଲା?   ଉ: 1 ଜାନୁଆରୀ 2015 - 4. ନୀତି ଆୟୋଗର ଅଧ୍ୟକ୍ଷ କିଏ?   ଉ: ପ୍ରଧାନମନ୍ତ୍ରୀ - 5. ଭାରତରେ GST କେବେ ଲାଗୁ ହେଲା?   ଉ: 1 ଜୁଲାଇ 2017 - 6. GST ପରିଷଦର ଅଧ୍ୟକ୍ଷ କିଏ?   ଉ: କେନ୍ଦ୍ର ଅର୍ଥମନ୍ତ୍ରୀ - 7. ଭାରତର କେନ୍ଦ୍ରୀୟ ବ୍ୟାଙ୍କ କେଉଁଟି?   ଉ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ RBI - 8. RBI କେବେ ସ୍ଥାପିତ ହେଲା?   ଉ: 1 ଏପ୍ରିଲ 1935 - 9. RBI ରାଷ୍ଟ୍ରୀୟକରଣ କେବେ ହେଲା?   ଉ: 1 ଜାନୁଆରୀ 1949 - 10. 2026 ରେ RBI ର ଗଭର୍ଣର କିଏ?    ଉ: ଶକ୍ତିକାନ୍ତ ଦାସ - 11. ଭାରତରେ ମୁଦ୍ରା ନୋଟ୍ ଜାରି କରିବାର ଅଧିକାର କାହାର?    ଉ: RBI - 12. ଗୋଟିଏ ଟଙ୍କା ନୋଟରେ କାହାର ଦସ୍ତଖତ ଥାଏ?    ଉ: ଅର୍ଥ ସଚିବ - 13. ଭାରତର ପ୍ରଥମ ବଜେଟ୍ କିଏ ଉପସ୍ଥାପନ କରିଥିଲେ?    ଉ: ଆର.କେ. ଶଣମୁଖମ୍ ଚେଟ୍ଟୀ, 1947 - 14. ଅର୍ଥନୈତିକ ସର୍ବେକ୍ଷଣ କିଏ ପ୍ରସ୍ତୁତ କରେ?    ଉ: ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା CEA - 15. ଭାରତର ସବୁଠାରୁ ବଡ଼ ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କ କେଉଁଟି?    ଉ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ SBI ଓଡ଼ିଶା ଇତିହାସ ଓ ସଂସ୍କୃତି - 15ଟି - 16. କଳିଙ୍ଗ ଯୁଦ୍ଧ କେଉଁ ନଦୀ କୂଳରେ ହୋଇଥିଲା?    ଉ: ଦୟା ନଦୀ - 17. ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖ କେଉଁ ଭାଷାରେ?    ଉ: ପ୍ରାକୃତ - 18. କୋଣାର୍କ ମନ୍ଦିର କେଉଁ ଶୈଳୀରେ ନିର୍ମିତ?    ଉ: କଳିଙ୍ଗ ଶୈଳୀ - 19. କୋଣାର୍କ ମନ୍ଦିରରେ କେତୋଟି ଚକ ଅଛି?    ଉ: 24ଟି - 20. ଜଗନ୍ନାଥ ମନ୍ଦିରର ନୀଳଚକ୍ରରେ କେତୋଟି ପତାକା ଲାଗେ?    ଉ: 14ଟି - 21. ରଥଯାତ୍ରାରେ ବଳଭଦ୍ରଙ୍କ ରଥର ନାମ କ’ଣ?    ଉ: ତାଳଧ୍ୱଜ - 22. ସୁଭଦ୍ରାଙ୍କ ରଥର ନାମ କ’ଣ?    ଉ: ଦର୍ପଦଳନ - 23. ଜଗନ୍ନାଥଙ୍କ ରଥର ନାମ କ’ଣ?    ଉ: ନନ୍ଦିଘୋଷ - 24. ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା କେବେ ମିଳିଲା?    ଉ: 1950 ଦଶକ - 25. ଓଡ଼ିଶାର ପ୍ରଥମ ଜ୍ଞାନପୀଠ ବିଜେତା କିଏ?    ଉ: ଗୋପୀନାଥ ମହାନ୍ତି, 1973 - 26. ଗୋଟିପୁଅ ନୃତ୍ୟ କେଉଁ ସ୍ଥାନରୁ ଆରମ୍ଭ?    ଉ: ପୁରୀ - 27. ପଟ୍ଟଚିତ୍ର ପାଇଁ କେଉଁ ଗାଁ ପ୍ରସିଦ୍ଧ?    ଉ: ରଘୁରାଜପୁର - 28. ପିପିଲି କେଉଁ ହସ୍ତଶିଳ୍ପ ପାଇଁ ପ୍ରସିଦ୍ଧ?    ଉ: ଚାନ୍ଦୁଆ କାମ - 29. ବରଗଡ଼ ଧନୁଯାତ୍ରା କେଉଁ ପୌରାଣିକ କଥା ଉପରେ ଆଧାରିତ?    ଉ: କୃଷ୍ଣ ଓ କଂସ - 30. ନୂଆଖାଇ କେଉଁ ମାସରେ ପାଳନ ହୁଏ?    ଉ: ଭାଦ୍ରବ ମାସ ବିଜ୍ଞାନ ଓ ପ୍ରଯୁକ୍ତି - 10ଟି - 31. ଚନ୍ଦ୍ରଯାନ-3 କେବେ ଅବତରଣ କଲା?    ଉ: 23 ଅଗଷ୍ଟ 2023 - 32. ଚନ୍ଦ୍ରଯାନ-3 ଚନ୍ଦ୍ରର କେଉଁ ଅଞ୍ଚଳରେ ଅବତରଣ କଲା?    ଉ: ଦକ୍ଷିଣ ମେରୁ - 33. ଆଦିତ୍ୟ-L1 କ’ଣ ଅଧ୍ୟୟନ କରିବ?    ଉ: ସୂର୍ଯ୍ୟ - 34. ଗଗନଯାନ ମିଶନ କେଉଁ ବର୍ଷ ପାଇଁ ଯୋଜନା?    ଉ: 2026 - 35. ISRO ର ମୁଖ୍ୟାଳୟ କେଉଁଠି?    ଉ: ବେଙ୍ଗାଲୁରୁ - 36. ଭାରତର ପ୍ରଥମ ଉପଗ୍ରହ କେଉଁଟି?    ଉ: ଆର୍ଯ୍ୟଭଟ୍ଟ, 1975 - 37. ଭାରତର ପ୍ରଥମ ମଙ୍ଗଳ ମିଶନ ନାମ କ’ଣ?    ଉ: ମଙ୍ଗଳଯାନ, MOM - 38. 5G ସ୍ପେକ୍ଟ୍ରମ ଭାରତରେ କେବେ ନିଲାମ ହେଲା?    ଉ: 2022 - 39. UPI କିଏ ବିକଶିତ କଲା?    ଉ: NPCI - 40. ଡିଜିଟାଲ ଇଣ୍ଡିଆ ମିଶନ କେବେ ଆରମ୍ଭ?    ଉ: 1 ଜୁଲାଇ 2015 *ବିବିଧ ଓ କରେଣ୍ଟ ଆଫେୟାର୍ସ - 10ଟି* - 41. 2026 ରେ G20 ସମ୍ମିଳନୀ କେଉଁ ଦେଶରେ ହେବ?    ଉ: ଆମେରିକା - 42. 2026 ରେ SCO ସମ୍ମିଳନୀ କେଉଁ ଦେଶରେ ହେବ?    ଉ: ଚୀନ - 43. ଭାରତର ନୂଆ ସଂସଦ ଭବନ କେବେ ଉଦଘାଟିତ ହେଲା?    ଉ: 28 ମେ 2023 - 44. ନାରୀ ଶକ୍ତି ବନ୍ଦନ ଅଧିନିୟମ କ’ଣ?    ଉ: ମହିଳା ସଂରକ୍ଷଣ ବିଲ୍, 33% ସଂରକ୍ଷଣ - 45. ଭାରତର ପ୍ରଥମ ମହିଳା ରାଫେଲ ପାଇଲଟ୍ କିଏ?    ଉ: ଶିବାଙ୍ଗୀ ସିଂହ - 46. 2024 ଟି-20 ବିଶ୍ୱକପ୍ କିଏ ଜିତିଲା?    ଉ: ଭାରତ - 47. 2024 ଅଲିମ୍ପିକ୍ସରେ ନୀରଜ ଚୋପ୍ରା କେଉଁ ପଦକ ଜିତିଲେ?    ଉ: ରୌପ୍ୟ ପଦକ - 48. ଭାରତର ସବୁଠାରୁ ଉଚ୍ଚ ରେଳ ସେତୁ କେଉଁଟି?    ଉ: ଚେନାବ ସେତୁ, ଜମ୍ମୁ କାଶ୍ମୀର - 49. ବିଶ୍ୱର ସବୁଠାରୁ ବଡ଼ ଅଫିସ୍ ବିଲ୍ଡିଂ କେଉଁଠି?    ଉ: ସୁରତ ଡାଇମଣ୍ଡ ବୋର୍ସ, ଗୁଜରାଟ - 50. ଭାରତର ପ୍ରଥମ ନାମାତ୍ର GDP ରେ $4 ଟ୍ରିଲିୟନ କେବେ ଛୁଇଁଲା?    ଉ: 2023
3 063
20
بدون متن...
2 357