es
Feedback
SSC OSSC OSSSC OPSC GOVT Exam

SSC OSSC OSSSC OPSC GOVT Exam

Ir al canal en Telegram

Free SSC OSSC OSSSC OPSC Preparation Channel

Mostrar más
1 510
Suscriptores
+124 horas
Sin datos7 días
-330 días
Atraer Suscriptores
julio '26
julio '26
+17
en 0 canales
junio '26
+43
en 0 canales
Get PRO
mayo '26
+28
en 0 canales
Get PRO
abril '26
+18
en 0 canales
Get PRO
marzo '26
+18
en 0 canales
Get PRO
febrero '26
+10
en 0 canales
Get PRO
enero '26
+10
en 0 canales
Get PRO
diciembre '25
+15
en 0 canales
Get PRO
noviembre '25
+12
en 0 canales
Get PRO
octubre '25
+12
en 0 canales
Get PRO
septiembre '25
+16
en 0 canales
Get PRO
agosto '25
+20
en 0 canales
Get PRO
julio '25
+17
en 0 canales
Get PRO
junio '25
+33
en 0 canales
Get PRO
mayo '25
+9
en 0 canales
Get PRO
abril '25
+12
en 0 canales
Get PRO
marzo '25
+17
en 0 canales
Get PRO
febrero '25
+5
en 0 canales
Get PRO
enero '25
+16
en 0 canales
Get PRO
diciembre '24
+19
en 0 canales
Get PRO
noviembre '24
+20
en 1 canales
Get PRO
octubre '24
+26
en 0 canales
Get PRO
septiembre '24
+39
en 0 canales
Get PRO
agosto '24
+46
en 0 canales
Get PRO
julio '24
+35
en 0 canales
Get PRO
junio '24
+20
en 0 canales
Get PRO
mayo '24
+23
en 0 canales
Get PRO
abril '24
+28
en 0 canales
Get PRO
marzo '24
+38
en 0 canales
Get PRO
febrero '24
+64
en 0 canales
Get PRO
enero '24
+102
en 0 canales
Get PRO
diciembre '23
+80
en 0 canales
Get PRO
noviembre '23
+27
en 0 canales
Get PRO
octubre '23
+40
en 0 canales
Get PRO
septiembre '23
+26
en 0 canales
Get PRO
agosto '23
+12
en 0 canales
Get PRO
julio '23
+9
en 0 canales
Get PRO
junio '23
+33
en 0 canales
Get PRO
mayo '23
+24
en 0 canales
Get PRO
abril '23
+38
en 0 canales
Get PRO
marzo '23
+24
en 0 canales
Get PRO
febrero '23
+19
en 0 canales
Get PRO
enero '23
+22
en 0 canales
Get PRO
diciembre '22
+34
en 0 canales
Get PRO
noviembre '22
+51
en 0 canales
Get PRO
octubre '22
+304
en 0 canales
Get PRO
septiembre '22
+411
en 0 canales
Get PRO
agosto '22
+203
en 0 canales
Get PRO
julio '22
+92
en 0 canales
Get PRO
junio '22
+94
en 0 canales
Get PRO
mayo '22
+64
en 0 canales
Get PRO
abril '22
+373
en 0 canales
Fecha
Crecimiento de Suscriptores
Menciones
Canales
31 julio0
30 julio+1
29 julio0
28 julio+1
27 julio+1
26 julio0
25 julio+1
24 julio0
23 julio0
22 julio+1
21 julio+1
20 julio+1
19 julio0
18 julio+1
17 julio0
16 julio0
15 julio0
14 julio0
13 julio0
12 julio+2
11 julio+1
10 julio+2
09 julio0
08 julio+1
07 julio+1
06 julio0
05 julio0
04 julio+1
03 julio+1
02 julio0
01 julio0
Publicaciones del Canal
NCERT Free Youtube Class 4 Subject : Economics Topic :Introduction to Economics all Competitve Exams Live 10.30 PM: https://www.youtube.com/watch?v=w4CA2mvz9J8

2
*ଖବର ଆଜିର* ତାରିଖ:୩୧/୦୭/୨୬, ଶୁକ୍ରବାର ୧-ନୂଆ ଦିଲ୍ଲୀ:ପରିବାର ଆୟଠୁ ଦ୍ରୁତ ବେଗରେ ବଢ଼ିଛି ଶିକ୍ଷା ଖର୍ଚ୍ଚ।ମୋଟା ଅଙ୍କର କୋଚିଂ ଫି ଦେଇ ଦବି ଗଲେଣି ଅଭିଭାବକ। ହାରାହାରି ପାରିବାରିକ ଆୟ ୧୧.୯ % ବଢ଼ିଥିବା ବେଳେ ଶିକ୍ଷା ବାବଦରେ ବ୍ଯୟ ୧୫.୭% ବଢ଼ିଛି। ୨-ଆକାଶ ମାର୍ଗରୁ ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା, ବନ୍ୟା ଛାଡିଲେ ହେବ କ୍ଷୟକ୍ଷତିର ଆକଳନ। ୩-ଆନନ୍ଦପୁର ରିଙ୍ଗ୍ ରୋଡ୍ ଟ୍ରାଜେଡି; ବନ୍ୟା ସ୍ରୋତରେ ଭାସିଯାଇଥିଲା କାର୍, ୩୦ ଘଣ୍ଟାର ସର୍ଚ୍ଚ ଅପରେସନ୍ ପରେ ମିଳିଲା ମୃତଦେହ। ୪-ଅଲ୍ ଓଡ଼ିଶା ମେଡିକାଲ୍ PG ପରୀକ୍ଷାରେ ପେପର୍ ଲିକ୍ ଅଭିଯୋଗ, ହ୍ୱାଟ୍ସଆପ୍ ଗ୍ରୁପକୁ ନେଇ ତଦନ୍ତ ଆରମ୍ଭ। ୫-ଭୁବନେଶ୍ୱର:ଅଗଷ୍ଟ ୨ରୁ ବଢ଼ିବ ବର୍ଷାର ପରିମାଣ,୯ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା। ୬-ଭଦ୍ରକରେ ନୂଆ ପ୍ରଶାସନିକ ମୁଖ୍ୟ; ସୋମେଶ କୁମାର ଉପାଧ୍ୟାୟଙ୍କୁ ଦିଆଗଲା ବଡ଼ ଦାୟିତ୍ୱ। ୭-‘ଇଣ୍ଡିଆନ୍ ଆଇଡଲ୍’ ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ନବୀନ ନିବାସରେ ଦିଆଗଲା ସମ୍ବର୍ଦ୍ଧନା। ୮-ଭରତପୁର ଶୁଭଶ୍ରୀ ନାୟକ ହତ୍ୟା ମାମଲା: ସ୍ୱାମୀ ଓ ଗାର୍ଲଫ୍ରେଣ୍ଡଙ୍କୁ ଆଜୀବନ କାରାଦଣ୍ଡ। ୯-ଭରତପୁର,ପାଣ୍ଡାକୁଦିଆ ବସ୍ତି:ଶହେ ଟଙ୍କା ଦେଲେନି ସ୍ତ୍ରୀ, ଫ୍ୟାନ୍ ରେ ଝୁଲି ପଡ଼ିଲେ ସ୍ବାମୀ। ୧୦-ଭଦ୍ରକରେ ବନ୍ୟାର ଦ୍ୱିତୀୟ ମାଡ଼;୨୪ ଗାଁ ବିଚ୍ଛିନ୍ନ,୧୦ ହଜାରରୁ ଅଧିକ ଲୋକ ବିପନ୍ନ, ଜଳମଗ୍ନ ଚାଷଜମି। ୧୧-କେନ୍ଦ୍ରାପଡ଼ା: ବ୍ରାହ୍ମଣୀ,କାଣୀ ଓ ଖରସ୍ରୋତାରେ ବନ୍ୟା, କେନ୍ଦ୍ରାପଡ଼ା ୪ ବ୍ଲକ୍ ର ୯୭ ଗାଁ ଜଳବନ୍ଦୀ। ୧୨-ବାଳକାଟି:ଚାଲିଥିଲା ବେଆଇନ ଆଖଡ଼ା ଶାଳା, ନିଶା ମହାରଣାଙ୍କ ଯାତ୍ରା ପାର୍ଟିରେ ଚଢଉ, ସ୍ଥାନ ଛାଡ଼ିବାକୁ ନିର୍ଦ୍ଦେଶ। ୧୩-କଟକ:ଲାଞ୍ଚ ନେବା ଅଭିଯୋଗରେ ଥାନା ଏଏସ୍ଆଇ ଅମିୟ କୁମାର ବେହେରାଙ୍କୁ ୪ ବର୍ଷ ଜେଲ୍। ୧୪-ଭୁବନେଶ୍ୱର:ଅଗଷ୍ଟ ୨୮ ଯାଏଁ ଶ୍ରାବଣ ମାସ,ମେଷ, ବୃଷ, ସିଂହ, କର୍କଟ ଓ ମକର ରାଶି ଉପରେ ରହିବ ଶିବଙ୍କ କୃପା। ୧୫-ଦୀପାବଳି ପୂର୍ବରୁ ମହାନଦୀ ଜଳ ବିବାଦର ସମାଧାନ,ମୁଖ୍ୟମନ୍ତ୍ରୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହେବ ଆଲୋଚନା। ୧୬-ସଂସଦରେ ପରୀକ୍ଷା ବିଲ୍ ପାରିତ, ଗୃହରେ ଉପସ୍ଥିତ ରହିଲେ ବିଜେଡି ଓ ଡିଏମକେ ସଦସ୍ୟ, ବିରୋଧୀଙ୍କ କକ୍ଷତ୍ୟାଗ। ୧୭-ରାହୁଲଙ୍କ ‘ଇଡିଅଟ୍’ ଶବ୍ଦରୁ ଲୋକସଭାରେ ହଙ୍ଗାମା, ରେକର୍ଡରୁ ହଟାଇବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ। ୧୮-ସାମାଜିକ କର୍ମୀ ହେବାର ଅଛି ତ ଜେଲ୍ ବି ଯିବାକୁ ପଡିବ, ଛାତ୍ରଙ୍କ ଉପରେ ପୋଲିସର ଆକ୍ସନ ନେଇ କହିଲେ ଜେପି ନଡ୍ଡା। ୧୯-ପେଲେଟ୍ ଗନ୍ ପିଡ଼ିତଙ୍କ ଚିକିତ୍ସା କର: ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ୨୦-ବୈଧ ଡ୍ରାଇଭିଂ ଲାଇସେନ୍ସ ନଥିଲେ, କ୍ଷତିପୂରଣ ଦେବା ପାଇଁ ବୀମା କମ୍ପାନୀକୁ ବାଧ୍ୟ କରାଯାଇପାରିବ ନାହିଁ: ସୁପ୍ରିମକୋର୍ଟ ୨୧-କମନୱେଲଥ ଗେମ୍ସରେ ପଦକ ବର୍ଷା, ଭାରତୀୟ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିନନ୍ଦନ ବାର୍ତ୍ତା।
45
3
*ଖବର ଆଜିର* ତାରିଖ:୩୦/୦୭/୨୬, ଗୁରୁବାର ୧-ବନ୍ୟାକୁ ନେଇ ସରକାର ହାଇ ଆଲର୍ଟ; ପ୍ରଭାବିତ ଜିଲ୍ଲାରେ କର୍ମଚାରୀଙ୍କ ଛୁଟି ବାତିଲ, ଆଜି ସନ୍ଧ୍ୟାରେ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା। ୨-ଭୁବନେଶ୍ୱର:ଏବେ ବି ହଟୁନି ମାଗଣା ଶିକ୍ଷା ଦ୍ଵନ୍ଦ, ପୁନଃ ନାମଲେଖା ପାଇଁ ଦେବାକୁ ପଡୁଛି ଫି। ଅଭିଭାବକ ମହଲରେ ବଢୁଛି ଅସନ୍ତୋଷ। ୩-ଭୁବନେଶ୍ୱର: ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ର ଛାତ୍ରୀମାନେ ପଢ଼ିବେ ଷ୍ଟକ୍ ମାର୍କେଟ ପାଠ। ୪-ରାଜ୍ୟରେ ବନ୍ୟା ବିଭୀଷିକା ନେଇ SRCର ବଡ଼ ରିପୋର୍ଟ; ୬ ଜିଲ୍ଲାର ୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ, ୪ ଜଣଙ୍କ ମୃତ୍ୟୁ। ୫-ବନ୍ୟା ପାଇଁ ଆଲର୍ଟରେ ସ୍ୱାସ୍ଥ୍ୟ ବିଭାଗ, ସାପ କାମୁଡା ପାଇଁ ଆଣ୍ଟି ସ୍ନେକ ଭେନମ ମହଜୁଦ ରଖିବାକୁ ନିର୍ଦ୍ଦେଶ। ୬-ରାଜସ୍ୱ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ୨୪ ଘଣ୍ଟା ସତର୍କ ରହିବାକୁ ନିର୍ଦ୍ଦେଶ, ଅସୁବିଧାରେ ଥିଲେ ୧୧୨ ନଂକୁ କରନ୍ତୁ ଯୋଗାଯୋଗ। ୭-ବନ୍ୟା ବିପଦରେ ଦେବଦୂତ ସାଜିଲା ଅଗ୍ନିଶମ ବାହିନୀ;୨୪ ଘଣ୍ଟାରେ ୨୧୨ ଜଣଙ୍କୁ ଉଦ୍ଧାର, ୧୨୦ ଗୃହପାଳିତ ପଶୁଙ୍କୁ କଲେ ଉଦ୍ଧାର। ୮-ଢେଙ୍କାନାଳ:ଠୁଳ କରିଥିଲେ ୨୭ ଲକ୍ଷରୁ ଅଧିକ ଆୟ ବହିର୍ଭୂତ ସମ୍ପତ୍ତି, ଅବସର ପରେ ବି ପୂର୍ବତନ ଯନ୍ତ୍ରୀ ଶିବନାରାୟଣ ପାଳ ହେଲେ ଦଣ୍ଡିତ। ୯-ଅଗଷ୍ଟ ୧ରେ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ, କୁମ୍ଭୀର ପ୍ରଜନନ ପାଇଁ ୩ ମାସ ବନ୍ଦ ଥିଲା। ୧୦-ସ୍ନାତକ ଆଡ଼ମିଶନ ପାଇଁ ପ୍ରକାଶ ପାଇଲା ତୃତୀୟ ମେଧା ତାଲିକା, ଇଂରାଜୀ ବିଷୟ ସହ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଗରେ। ୧୧-ନିଳଗିରି:ପ୍ରବଳ ବର୍ଷାରେ ବୁଡିଲା ପଞ୍ଚଲିଙ୍ଗେଶ୍ୱର ପୀଠ, ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରେ ରଖି ଉପରକୁ ଯିବାକୁ ବାରଣ। ୧୨-ମହାପ୍ରଭୁ ଜଗନ୍ନାଥ’ ଆନିମେଟେଡ୍ ଫିଲ୍ମ ଉପରେ ଲାଗିବନି ରୋକ, ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ୧୩-ଲଗାଣ ବର୍ଷାରେ ଆସାମରେ ହାହା କାର, ଅସ୍ତବ୍ୟସ୍ତ ଜନଜୀବନ। ୧୪-ପ୍ରେମ ପାଇଁ ହାଇଭୋଲଟେଜ୍ ଡ୍ରାମା! ଘଟଗାଁ ତାରିଣୀ ମନ୍ଦିର ଚୂଳରେ ବସି ପ୍ରେମିକର ଜିଦ୍। ୧୫-ନ ଖେଳି ବି ସୂର୍ଯ୍ୟଙ୍କ ଜଲଓ୍ଵା ଜାରି, ICC ରାଙ୍କିଂରେ ଶ୍ରେୟସଙ୍କଠୁ ଏବେ ବି ଆଗରେ। ୧୬-ମୁମ୍ବାଇ:୨ଲକ୍ଷ କୋଟି ଟଙ୍କାକୁ ପହଞ୍ଚିଲା IPL ବ୍ରାଣ୍ଡ ଭାଲ୍ୟୁ, ୨୦୦୮ ମସିହାରେ ଆରମ୍ଭ ହୋଇଥିଲା। ୧୭-ରାଜ୍ୟସଭାରେ ‘ବନ୍ଦେ ମାତରମ୍’ ସୁରକ୍ଷା ସଂଶୋଧନ ବିଲ୍ ପାରିତ;ଅପମାନ କଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍। ୧୮-UAEରେ ଭାରତୀୟଙ୍କ ଲାଗି ବଡ଼ ସୁବିଧା, UPIରେ ବୁକ୍ କରିହେବ ବୁର୍ଜ ଖଲିଫା ‘ଆଟି ଦି ଟପ୍’ ଟିକେଟ୍। ୧୯-ରୁଷ୍ ରୁ ତେଲ କିଣିଲେ ୧୦୦% ତାରିଫ୍,ରୁଷ୍ କଟକଣା ବିଲ୍ ଆଣିଲା ଆମେରିକା। ୨୦-ତେହେରାନ:ଟ୍ରମ୍ପ୍‌ଙ୍କ ଧମକ ପରେ ଇରାକ ଉପରେ ଇରାନର ଆକ୍ରମଣ, ଯୁଦ୍ଧରେ ସାଉଦିର ଏଣ୍ଟ୍ରି।
40
4
NCERT Foundation Class Youtubeରେ Free Batch Live 8.30 PM. Introduction to Computer Class: https://youtube.com/live/qXXNJhsKODg?feature=share
170
5
*ଖବର ଆଜିର* ତାରିଖ:୨୯/୦୭/୨୬, ବୁଧବାର ୧-ଲଗାଣ ବର୍ଷାରେ ବେହାଲ ସାରା ଓଡ଼ିଶା, ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ସବୁଠି ଜଳବନ୍ଦୀ ସ୍ଥିତି। ବୈତରଣୀରେ ଆସୁଛି ବଡ଼ ବନ୍ୟା। ୨-ପୁରୀ:ଆଜି ବନକଲାଗି ନୀତି, ସନ୍ଧ୍ୟା ୬ରୁ ରାତି ୧୧ଟା ଯାଏଁ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ୩-ଭୁବନେଶ୍ବର: ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ । ଘୋଷଣା କଲେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି । ୪-ବର୍ଷା-ବନ୍ୟା ପାଇଁ ବଡ଼ ନିଷ୍ପତ୍ତି,ଭଦ୍ରକ ଓ ବାଲେଶ୍ବରରେ ବନ୍ଦ ରହିବ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡି। ୫-ନନ୍ଦନକାନନ:ପଟିଆ-ତ୍ରିଶୁଳିଆ ରାସ୍ତାରେ ବୁଲାଗୋରୁ,ମାସକରେ ହେଲାଣି ୫୬ଟି ଦୁର୍ଘଟଣା। ୬-ଯାଜପୁର:ଖରସ୍ରୋତା ନଦୀରେ ପୁଣି କୁମ୍ଭୀର ଆତଙ୍କ; ଗାଧୋଉଥିବା ବେଳେ ୫୨ ବର୍ଷୀୟ ବ୍ୟକ୍ତିଙ୍କୁ ଟାଣିନେଲା କୁମ୍ଭୀର। ୭-ଭିତରକନିକାରେ ସରିଲା କୁମ୍ଭୀର ବସା ଗଣନା, ଚିହ୍ନଟ ହେଲା ୧୧୭ଟି ବସା। ୮-ଆଜି ‘ମହାପ୍ରଭୁ ଜଗନ୍ନାଥ’ ଫିଲ୍ମ ରିଲିଜ୍ ଉପରେ ଶୁଣାଣି, ଧର୍ମୀୟ ଭାବନାକୁ ଆଘାତ ଅଭିଯାଗରେ ହୋଇଛି ମାମଲା। ୯-ସିଏମଓରୁ ଫାଇଲ ହଜିବା ମାମଲାରେ ବଡ଼ ଖୁଲାସା; ଦସ୍ତଖତ କରିଥିବା ଅଧିକାରୀ ଚିହ୍ନଟ, ତଦନ୍ତ ଶେଷ ପର୍ଯ୍ୟାୟରେ। ୧୦-ଗଣ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି ଦୋହରାଇଲା କଂଗ୍ରେସ, ଗାନ୍ଧୀ ମାର୍ଗରେ କଲା ଜୋରଦାର ବିକ୍ଷୋଭ। ୧୧-ଭୁବନେଶ୍ୱର: ପ୍ରାକ୍ ମାଟ୍ରିକ ଓ ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତି ପାଇଁ ସ୍କଲାରସିପ୍ ଓଡ଼ିଶା ପୋର୍ଟାଲରେ ଆଜିଠୁ ଆବେଦନ ଆରମ୍ଭ। ୧୨-ଲଗାଣ ବର୍ଷା: ଜଳସ୍ତର ବୃଦ୍ଧି ପାଉଥିବା ପ୍ରଭାବିତ ଜିଲ୍ଲାର ସ୍ୱାସ୍ଥ୍ୟ ପରିସ୍ଥିତି ସମୀକ୍ଷା କଲେ ସ୍ୱାସ୍ଥ୍ୟ ସଚିବ। ୧୩-ଡେରାବିଶ,ବଘାଳୋ:ବାଲିଆରୁ ବଘାଳୋ ଦେଇ ବେଲରପା ଯାଏଁ ଯାଇଥିବା ରାସ୍ତାରେ ଖାଲଖମା ଭର୍ତ୍ତି, ରାସ୍ତା ମରାମତି ପାଇଁ ଅଞ୍ଚଳବାସୀଙ୍କ ଦାବି। ୧୪-ଓଡ଼ିଶା ଜେଲ୍‌ରେ ନୂଆ ପଦକ୍ଷେପ; ସ୍ୱାଧୀନତା ଦିବସରୁ କଏଦୀ ଦେଖିବେ ଦେଶଭକ୍ତି ଚଳଚ୍ଚିତ୍ର। ୧୫-ଭୁବନେଶ୍ୱର:ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାସ କଲା STF; ୩ ଗିରଫ, ୩.୮୬ ଲକ୍ଷ ଟଙ୍କା ଜବତ। ୧୬-ଆକ୍ସନ ମୋଡରେ ସରକାର; ଫୁଲବାଣୀ ମେଡିକାଲ କଲେଜ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ନାଁରେ ହେଲା ନାମିତ। ୧୭-ଡିଗ୍ରୀ ଅଛି କିନ୍ତୁ କାମ ନାହିଁ, ଭାରତରେ ବଢୁଛି ଶିକ୍ଷିତ ବେକାରୀଙ୍କ ସଂଖ୍ୟା; ଓଡ଼ିଶାର ସ୍ଥିତି ଚିନ୍ତାଜନକ। ୧୮-ଶିକ୍ଷକଙ୍କୁ ଏସ୍ଆଇଆରରେ ନିଯୁକ୍ତି କର, କିନ୍ତୁ ବୋଝ ହେବା ଉଚିତ ନୁହେଁ: ଦିଲ୍ଲୀ ହାଇକୋର୍ଟ। ୧୯-ନୂଆ ଦିଲ୍ଲୀ:“ଦିଲ୍ଲୀ ଲକ୍ଷ୍ମୀ ଯୋଜନା”କୁ ମଞ୍ଜୁରୀ,ମହିଳାଙ୍କୁ ପ୍ରତି ମାସରେ ସରକାର ଦେବେ ୨୫୦୦ ଟଙ୍କା। ୨୦-ରାଜ୍ୟମାନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ନାବାଳକ ପ୍ରଦର୍ଶନକାରୀଙ୍କୁ ତୁରନ୍ତ ଛାଡ଼। ୨୧-NEET-UG ପେପର ଲିକ୍‌ ମାମଲା: ୧୩ ଜଣଙ୍କ ବିରୋଧରେ CBIର ପ୍ରଥମ ଚାର୍ଜସିଟ୍। ୨୨-ଭାରତ-ଚୀନ୍ ପୁଣି ଖୋଲିବେ ଐତିହାସିକ ସିଲ୍କ ରୁଟ୍: ପୁନର୍ବାର ଆରମ୍ଭ ହେବ ନାଥୁ ଲା ପାସ୍ ଦେଇ ବାଣିଜ୍ୟ।
68
6
100 ଘଣ୍ଟାର NCERT Foundation Class Youtubeରେ Free Batch Live 9.00 PM. https://youtube.com/live/ufdy7aNawYM?feature=share
271
7
*ଖବର ଆଜିର* ତାରିଖ:୨୮/୦୭/୨୬, ମଙ୍ଗଳବାର ୧-ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀଙ୍କ ୧୯ତମ ଜନଅଭିଯୋଗ ଶୁଣାଣି ଶେଷ, ୧୮ ପାଳିରେ ୯୬ ପ୍ରତିଶତ ଅଭିଯୋଗର ହୋଇଛି ସମାଧାନ। ୨-ନୀଳାଦ୍ରିବିଜେ ପରେ ଆଜି ବାହାରିବ ‘ନୀଳାଚଳ ଅବଢ଼ା’, ଲକ୍ଷେ ଭକ୍ତଙ୍କ ପାଇଁ ହେବ ପ୍ରସାଦ ପ୍ରସ୍ତୁତ। ୩-ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିଜେଡି ସୁପ୍ରିମୋ ନବୀନ, ଇସ୍ତଫା ନ ଦେଲେ ଓଡ଼ିଶା ବନ୍ଦ ଚେତାବନୀ ଦେଲେ ପିସିସି ସଭାପତି। ୪-Higher secondary schoolକୁ ଅପଗ୍ରେଡ୍ ହେବେ ହାଇସ୍କୁଲ,୭୧ଟି ହାଇସ୍କୁଲରେ ଖୋଲିବ ଯୁକ୍ତ ଦୁଇ। ୫-ଡେଲାଙ୍ଗ,ଅରାଗଡ ଉଚ୍ଚ ବିଦ୍ୟାଳୟ: ମଧ୍ୟାହ୍ନ ଭୋଜନରୁ ବାହାରିଲା ଝିଟିପିଟି,୩୩ ଛାତ୍ର ଛାତ୍ରୀ ଅସୁସ୍ଥ, ଡାକ୍ତରଖାନାରେ ହେଲେ ଭର୍ତ୍ତି। ୬-ସୋହେଲା: ପରଲୋକରେ ପୁର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡ଼ି ନେତା ସୁଶାନ୍ତ ସିଂହ। ବିଧାନସଭା ପରିସରରେ ଦିଆଗଲା ଗାର୍ଡ ଅଫ୍ ଅନର। ୭-ବର୍ଷାରେ ତୀର୍ଥସ୍ଥଳୀ ପ୍ରଭାବିତ: ପଞ୍ଚଲିଙ୍ଗେଶ୍ୱରଙ୍କ ସ୍ପର୍ଶ ଉପରେ କଟକଣା, ଭଟ୍ଟାରିକା ପୀଠ ଛୁଇଁଲା ବନ୍ୟା ଜଳ। ୮-ଭୁବନେଶ୍ୱର:ସାମ୍ସ ପୋର୍ଟାଲରେ ପିଜି ଆଡ଼ମିଶନ ପାଇଁ ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି। ୯-ଭୁବନେଶ୍ୱର:ଗ୍ୟାସ ବୁକିଂ ପାଇଁ ଡାଉନଲୋଡ୍ କରିଥିଲେ ଆପ୍, ୨ ଲକ୍ଷ ୯୧ ହଜାର ଟଙ୍କା ହୋଇଗଲା ଗାୟବ। ୧୦-ଉପକୂଳ ମୁହାଁ ଗଭୀର ଅବପାତ: ଆଜି ସକାଳ ସୁଦ୍ଧା ଛୁଇଁବ ସ୍ଥଳଭାଗ, ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା। ୧୧-ଇଣ୍ଡିଆନ୍ ଆଇଡଲ୍ ମୁକୁଟ ପିନ୍ଧି ଭୁବନେଶ୍ୱର ଫେରିଲେ ଜ୍ୟୋତିର୍ମୟୀ, KIIT କ୍ୟାମ୍ପସରେ ଦିଆଗଲା ଭବ୍ୟ ସ୍ୱାଗତ। ୧୨-ରାୟଗଡ଼ା,କେନ୍ଦୁଗୁଡ଼ା ଗାଁ:ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ,୭୦ ଭରି ସୁନା ସହ ନଗଦ ୨ ଲକ୍ଷ ଟଙ୍କା ଲୁଟ୍। ୧୩-ଭୁବନେଶ୍ୱର:ନାଇଡୁ କମିଶନଙ୍କ ରିପୋର୍ଟ ଫାଇଲ୍ ଗାଏବ ଘଟଣା, କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ୧୪-ସିଜେପି ପରେ ଏବେ E20 ଜନତା ପାର୍ଟି ; ସୋସିଆଲ ମିଡିଆରେ ଯୋଡ଼ି ହେଉଛନ୍ତି ହଜାର ହଜାର ଲୋକେ। ୧୫-ବିହାର: ପ୍ରତିବାଦକାରୀ ଛାତ୍ରମାନଙ୍କୁ ଘଉଡ଼ାଇବା ପାଇଁ AK-47 ଗୁଳି ଚଳାଇବା ଘଟଣା ; ପୁଲିସ ନିଲମ୍ବିତ। ୧୬-ଶାନ୍ତିପୂର୍ଣ୍ଣ ପ୍ରତିବାଦ ପ୍ରତ୍ୟେକ ନାଗରିକଙ୍କ ଅଧିକାର, ଲାଠିଚାର୍ଜ ଠିକ୍ ନୁହେଁ’, ପୁଲିସ କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ। ୧୭-FIR ଫେରସ୍ତ ନହେଲେ ପୁଣି ହେବ ଆନ୍ଦୋଳନ, CJP ର ସରକାରଙ୍କୁ ଅଲ୍ଟିମେଟମ୍, ଛାତ୍ରଙ୍କ ସମର୍ଥନରେ କପିଲ ସିବଲ୍ ୧୮-୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ ଜାରି କରିବ RBI, କେନ୍ଦ୍ର ସରକାର ଦେଲେ ମଞ୍ଜୁରୀ। ୧୯-ନୂଆ ଦିଲ୍ଲୀ: ପ୍ରଶ୍ନପତ୍ର ପ୍ରଘଟ ନିରୋଧ ବିଲ୍ ଆଗତ,ଆଜି ବିଲ୍ ଉପରେ ଲୋକ ସଭାରେ ହେବ ଆଲୋଚନା। ୨୦-ରୁଷର ରୋସ୍ତୋଭରେ ଭୟଙ୍କର ଆକ୍ରମଣ କଲା ୟୁକ୍ରେନ; ଶିଶୁ ସମେତ ୫ ମୃତ, ଅନେକ ଆହତ।
80
8
*ଖବର ଆଜିର* ତାରିଖ:୨୭/୦୭/୨୬, ସୋମବାର ୧-ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧରପଣା ନୀତି ସମ୍ପନ୍ନ,ଶାନ୍ତ ହେଲେ ପାର୍ଶ୍ୱ ଦେବାଦେବୀ ଓ ଚଣ୍ଡୀ ଚାମଣ୍ଡା।ଆଜି ନିଳାଦ୍ରୀ ବିଜେ। ୨-ଇଣ୍ଡିଆନ୍ ଆଇଡଲ୍ ସିଜନ୍–୧୬ ଜିତି ଇତିହାସ ରଚିଲେ କିଟ୍ ଛାତ୍ରୀ ଜ୍ୟୋତିର୍ମୟୀ, ପ୍ରଥମ ଓଡ଼ିଆ ପ୍ରତିଯୋଗୀ ଭାବେ ହେଲେ ବିଜୟୀ। ୩-ଭୁବନେଶ୍ୱର: କନେଷ୍ଟବଳ ସୈ।ମ୍ଯରଞ୍ଜନ ହତ୍ୟା ମାମଲା, କ୍ରାଇମବ୍ରାଞ୍ଚରେ ହାଜର ହେଲେ ସୈ।ମ୍ଯଙ୍କ ବାପା। ୪-ଭୁବନେଶ୍ୱର:ଦାଉ ସାଧୁଛନ୍ତି ଯୋଗାଣ ସଂସ୍ଥା,ବୁକିଂର ତିନି ଦିନ ଭିତରେ ଗ୍ୟାସ୍ ନ ଦେଲେ ବୁକିଂ ହେଉଛି ବାତିଲ! ୫-ପରୀକ୍ଷା ସଂସ୍କାର ପାଇଁ ମୋଦିଙ୍କ ଘୋଷଣା:ନନ୍ଦନ ନିଲେକାନି ଟାସ୍କ ଫୋର୍ସ ଅଧ୍ୟକ୍ଷ। ୬-ଉମରକୋଟ: ବାଟି ବେଢ଼ା ସରକାରୀ ବିଦ୍ୟାଳୟରେ ଛାତ୍ରୀଙ୍କ ମୃତଦେହ ଠାବ,କାରଣ ଅସ୍ପଷ୍ଟ, ବିଦ୍ୟାଳୟ ସମ୍ମୁଖରେ ମୃତ ଦେହ ରଖି ପ୍ରତିବାଦ। ୭-ଭୁବନେଶ୍ୱର:ତିନି ଦିନର ଲଗାଣ ବର୍ଷା, ବେହାଲ୍ ସାରା ରାଜ୍ୟ। ବିଭିନ୍ନ ଅଞ୍ଚଳରୁ ଆସୁଛି ଜଳ ପ୍ରଳୟର ଚିତ୍ର। କେଉଁଠି ଘର ଜଳବନ୍ଦୀ...କେଉଁଠି ରାସ୍ତା ପାଲିଟିଛି ନଦୀ। ୮-ବଙ୍ଗୋପସାଗରରେ ଅବପାତ ସୃଷ୍ଟି: ଆଗାମୀ ୪୮ ଘଣ୍ଟା ପାଇଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଚେତାବନୀ। ୯-ବର୍ଷା ପାଇଁ ଆଜି ମୟୂରଭଞ୍ଜ ଓ ଜଗତସିଂହପୁର ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି ଛୁଟି। ୧୦-କାମାକ୍ଷାନଗର,ବାଲିପଡା ଗାଁ:ବଜ୍ରପାତରେ ବାପା-ପୁଅଙ୍କ ମୃତ୍ୟୁ।ମୃତକ ହେଲେ ସନ୍ତୋଷ ଦେହୁରୀ ଓ ତାଙ୍କ ପୁଅ ସତ୍ୟ ନାରାୟଣ ଦେହୁରୀ। ୧୧-ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ସରକାରଙ୍କୁ ଘେରିଲା କଂଗ୍ରେସ : '୭ ଦିନରେ ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ନଦେଲେ ଓଡ଼ିଶା ବନ୍ଦ'। ୧୨-ପାତ୍ରପଡା:ରାଜଧାନୀରେ ପୁଣି ଛାତିଥରା ହିଟ୍ ଆଣ୍ଡ୍ ରନ୍ କେସ୍, କିଲ୍ ବିଲ୍ କରି କରି ମାରିଲା କିଲର୍ ଗାଡ଼ି। ୧୩-ଭଦ୍ରକ:ଇଲିସି ସିଜିନରେ ବି ଉଭାନ ଇଲିସି, କିଲୋ ୧୫ ଶହରୁ ଅଢେଇ ହଜାର ଟଙ୍କା। ୧୪-ହରାରେ:ଟି ୨୦ରେ ଜିମ୍ବାୱେକୁ ୩-୦ରେ କ୍ଲିନ୍ ସ୍ୱିପ୍ କଲା ଭାରତ। ୧୫-ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ପ୍ରଘଟ ଘଟଣା,ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ। ୧୬-ରାଜ୍ୟ ଗୋଷ୍ଠୀ କ୍ରୀଡା:ଭାରତକୁ ପ୍ରଥମ ରୌପ୍ୟ,ୱେଟଲିଫ୍ଟର ଋଷିକାନ୍ତ ସିଂହଙ୍କ କମାଲ। ୧୭-ଇତିହାସ ରଚିଲେ ମୀରବାଈ ଚାନୁ, ତୃତୀୟ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଜିତିଲେ ସ୍ବର୍ଣ୍ଣ ପଦକ। ୧୮-କାର୍ଗିଲ ବିଜୟ ଦିବସ ଏକ ତାରିଖ ନୁହେଁ, ଏହା ଦେଶର ବୀରତ୍ୱ ଏବଂ ବଳିଦାନର ଏକ ଅମର ଗାଥା: ମନ୍ କି ବାତ୍‌ରେ କହିଲେ ପ୍ରଧାନମନ୍ତ୍ରୀ। ୧୯-ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍‌ରେ ଟ୍ୟାଙ୍କର୍ ବ୍ଲାଷ୍ଟ, ଇରାନର ଦାବି ଯୋଗୁଁ ମିଡିଲ୍ ଇଷ୍ଟରେ ହଇଚଇ। ୨୦-ଓ୍ବାଶିଂଟନ୍:ଯୁଦ୍ଧ ସାମୟିକ ସ୍ଥଗିତ ରଖିଲା ଆମେରିକା, ଆମେରିକା ପାଖରେ କ୍ଷେପଣାସ୍ତ୍ର ଅଭାବ।
63
9
ଆଜି ଶୁଭାରମ୍ଭ ହେଲା 100 ଘଣ୍ଟାର NCERT Foundation Class Youtubeରେ Free Batch Live 8.30 PM. https://youtube.com/live/klwHB6pYZPY?feature=share
301
10
10.30 PM Live Class SSB Junior Assistant Exam 2026 General Studies Class Books and Authors Part 2 https://youtube.com/live/jsDOzJU6Fhg?feature=share
323
11
*ଖବର ଆଜିର* ତାରିଖ:୨୬/୦୭/୨୬, ରବିବାର ୧-ଦୁର୍ଲ୍ଲଭ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ, ଶ୍ରୀକ୍ଷେତ୍ର ପାଲଟିଲା ଜନ ସମୁଦ୍ର।ଆଜି ଅଧର ପଣା। ୨-ରାଜ୍ୟବ୍ୟାପୀ ମାଡୁଛି ଥଣ୍ଡା, ଜ୍ବର ଓ କାଶ ରୋଗ। ସବୁ ଜିଲ୍ଲା ଓ ମୁଖ୍ୟ ମେଡିକାଲରେ ରୋଗୀଙ୍କ ଲମ୍ବା ଲାଇନ୍। ପିଲାଠୁ ବୟସ୍କ ସମସ୍ତେ ଖୁଁ ଖୁଁ ଓ ସୁଁ ସାଁ। ୩-ଭୁବନେଶ୍ୱର:କମିଲା ଅଣ୍ଡା ଦର,ବଢ଼ିଲା ପାଉଁରୁଟି।୭ଟଙ୍କା.୫୦ପଇସାରେ ମିଳୁଛି ଗୋଟିଏ ଅଣ୍ଡା। ୪-ନିଦ୍ରା ଗଲେ ଶ୍ରୀ ହରି,୪ ମାସ ବାରଣ ମାଙ୍ଗଳିକ କାମ। କାର୍ତ୍ତିକ ବଡ଼ ଏକାଦଶୀରେ ଉଠିବେ ଶୟନ ଠାକୁର। ୫-ନିଆରା ଛାତ୍ର ଆନ୍ଦୋଳନ, ଜିଦ୍ କଲେ ପଦ ନେଲେ, ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ,ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ। ୬-ବାଲେଶ୍ଵର:ସୁନା ଝିଅ ଆଦ୍ୟାଶା ପାଣିଗ୍ରାହୀ,ଏକାଥରକେ ପାଇଲେ ଆଇ ଆଇ ଟି,ଏନ ଆଇ ଟି ,ନିଟ୍,ଆଇଏଟି ଏବଂ ନେଷ୍ଟ୍। ୭-ସିଏମ୍ଓରୁ ଫାଇଲ୍ ଗାଏବ ମାମଲା: ବିଦେଶ ଗସ୍ତରେ ପାଣ୍ଡିଆନ, ଗତକାଲି ହେଲେନି ହାଜର। ଫେରିଲେ ତୁରନ୍ତ ତଦନ୍ତରେ ପୋଲିସକୁ ସହଯୋଗ କରିବେ। ୮-କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ପରେ Gen Zଙ୍କୁ ପ୍ରଶଂସା କଲେ ନବୀନ ପଟ୍ଟନାୟକ। ୯-ଗୁଣପୁର:ବ୍ରେକ୍ ଫେଲ୍ ହୋଇ ବିଦ୍ୟୁତ ଖୁଣ୍ଟରେ ପିଟିହେଲା ସ୍କୁଟି, ୨ ମୃତ,ଜଣେ ଗୁରୁତର। ୧୦-ଦଶହରା ପରେ ସ୍କୁଲ ପିଲାଙ୍କୁ ମିଳିବ ତ୍ରୁଟିମୁକ୍ତ ନୂଆ ବହି, SCERT ପକ୍ଷରୁ ବିଜ୍ଞପ୍ତି ପ୍ରକାଶ। ୧୧-ଆଗାମୀ ୫ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷିବ,୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି। ୧୨-କେନ୍ଦ୍ରାପଡ଼ା:ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ୨୧ ଜଣ ୱାର୍ଡ ସଦସ୍ୟ ଅନାସ୍ଥା ପ୍ରସ୍ତାବ ଆଣିଲେ। ୧୩-ବଲାଙ୍ଗୀର:ତୁଷୁରା ପୁଲିସକୁ ବଡ଼ ସଫଳତା ; ୬ କ୍ବିଣ୍ଟାଲରୁ ଅଧିକ ପରିମାରଣର ଗଞ୍ଜେଇ ଜବତ। ୧୪-ରେଢ଼ାଖୋଲ: ସରକାରୀ ସ୍କୁଲରୁ ମୁହଁ ଫେରାଉଛନ୍ତି ଅଭିଭାବକ,୧୨୩ ସ୍କୁଲରେ ନାମ ଲେଖାଇଛନ୍ତି ୬୮୫ ଛାତ୍ର ଛାତ୍ରୀ।୬ ସ୍କୁଲରେ ନାମ ଲେଖା ଶୂନ। ୧୫-୨ୟ ଟି-୨୦ରେ ଜିମ୍ବାଓ୍ଵେକୁ ଶୋଚନୀୟ ଭାବେ ହରାଇଲା ଭାରତ,୨୦୨୬ରେ ଟିମର ତୃତୀୟ ବଡ଼ ବିଜୟ। ୧୬-ଆନ୍ଦୋଳନ ପ୍ରତ୍ୟାହାର କଲା ସିଜେପି।ସିଜେପିଙ୍କ ଦ୍ୱାରା ଦିଆଯାଇଥିବା ପାଞ୍ଚଟି ପରାମର୍ଶକୁ ସରକାର ବିଚାର କରିବେ। ୧୭-ଆଦେଶ ନୁହେଁ,ସ୍ନେହ ମାଧ୍ୟମରେ ପିଲାଙ୍କୁ ବୁଝାଅ : ଯୁବପିଢ଼ିଙ୍କ ଉପରେ ମୋହନ ଭାଗବତଙ୍କ ମନ୍ତବ୍ୟ। ୧୮-ନୂଆ ଦିଲ୍ଲୀ:ଋଣ ଜନ୍ତାରେ ଭାରତୀୟ ପରିବାର,EMI ଖାଉଛି ୬୦% ଆୟ। ୧୯-ବରିଷ୍ଠ ଅଭିନେତ୍ରୀ ଶବନା ଆଜମୀ ଅସୁସ୍ଥ, H1N1ରେ ଆକ୍ରାନ୍ତ,ନିଜକୁ ସଂଘରୋଧରେ ରଖିଛନ୍ତି। ୨୦-ସିଜେପି ଆନ୍ଦୋଳନରେ ଦିଲ୍ଲୀ ପୋଲିସର ଦାବି, ୪୦୦ ନକଲି ଆକାଉଣ୍ଟ, ପାକିସ୍ତାନରୁ ହେଉଛି ପରିଚାଳିତ। ୨୧-ଥମିଲା ଆନ୍ଦୋଳନ, ସ୍ବାଭାବିକ ହେଲା ଦିଲ୍ଲୀ, ମେଟ୍ରୋ ଖୋଲିଲା, ଇଣ୍ଟରନେଟ ଚାଲିଲା। 🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
101
12
*ଖବର ଆଜିର* ତାରିଖ ୨୫/୦୭/୨୬, ଶନିବାର ୧-ପୁରୀ:ଭାବର ଠାକୁର ପାଇଁ ଭକ୍ତିରେ ଭିଜିଲା ଶ୍ରୀକ୍ଷେତ୍ର; ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି କୃତ୍ୟ କୃତ୍ୟ ଭକ୍ତ। ୨-ଭୁବନେଶ୍ୱର:ସରକାରୀ ବାବୁଙ୍କ ପାଇଁ କଡ଼ା ନିୟମ,ରାଜ୍ୟ ବାହାରକୁ ଗଲେ ୨୧ ଦିନ ପୂର୍ବରୁ ନେବେ ଅନୁମତି। ୩-ବିଳମ୍ବ ହେଉଛି ଶିକ୍ଷାବର୍ଷ ଆରମ୍ଭ,ଏ ଯାଏଁ ଆରମ୍ଭ ହେଲାନି ପିଜି,ବିଏଡ୍ ନାମ ଲେଖା,୪ ମାସ ଆଗରୁ ବିଜ୍ଞପ୍ତି,ପରେ ପ୍ରକ୍ରିୟା ଧିମେଇ ଯାଉଛି। ୪-ନବଦିନାତ୍ମକ ଘୋଷଯାତ୍ରା ସାରି ଶ୍ରୀମନ୍ଦିର ଅଭିମୁଖେ ଚତୁର୍ଦ୍ଧାମୂର୍ତ୍ତି, ଆଜି ଦୁର୍ଲଭ ସୁନାବେଶରେ ଦେବେ ଦର୍ଶନ। ୫-ପୁରୀ: ବାହୁଡ଼ାରେ ଦଳା ଚକଟା,ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ,୧୩୦ରୁ ଉର୍ଦ୍ଧ୍ବ ଆହତ। ୬-ଭୁବନେଶ୍ୱର: ଉଚ୍ଚ ଶିକ୍ଷା ବିଭାଗର ୧୮ଟି ବିଷୟର, ୨୮୬ ଜଣ ଅଧ୍ୟାପକଙ୍କ ହେଲା ବଦଳି। ୭-୫ଟି ବିଶେଷ ଯୋଗରେ ଦେବଶୟନୀ ଏକାଦଶୀ, ମେଷ,ବୃଷ , କନ୍ୟା ଓ ତୁଳା ରାଶି ଉପରେ ହେବ ଭଗବାନଙ୍କ କୃପା ବୃଷ୍ଟି। ଆଜିଠୁ ଶ୍ରୀ ହରି ବିଷ୍ଣୁ ଚାରି ମାସ ପାଇଁ କ୍ଷୀର ସାଗରରେ ଯୋଗ ନିଦ୍ରାରେ ଲୀନ ହେବେ। ୮-ଆସନ୍ତା ଅଗଷ୍ଟ ୧୬ରେ ଅବସର ନେବେ ପୋଲିସ ଡିଜି ୱାଇ.ବି. ଖୁରାନିଆ,ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି। ୯-କେନ୍ଦ୍ରାପଡ଼ା:ଭିଜିଲାନ୍ସ ଜାଲରେ ଫସିଲେ ଡେରାବିଶ କାଉପଡା ଏଆରଆଇ ସାଇଦର୍ଶିନୀ ଲେଙ୍କା।ମ୍ୟୁଟେସନ୍ ପାଇଁ ସେ ୫୫୦୦ ଲାଞ୍ଚ ନେଉଥିଲେ। ୧୦-ନିଳଗିରି:କୁଲଡିହା ଜଙ୍ଗଲରେ ବାଘୁଣୀ ସହ ଲଢ଼ି ଚାଷୀ ଗୁରୁତର। ୧୧-କୋର୍ଟ କାର୍ଯ୍ୟର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ୍ କରିବା ପୂର୍ବରୁ ଅନୁମତି ଆବଶ୍ୟକ- ସୁପ୍ରିମକୋର୍ଟ। ୧୨-ଇନଷ୍ଟାଗ୍ରାମରେ ସକ୍ରିୟ ରୁହନ୍ତୁ, ଯୁବପିଢ଼ିଙ୍କ ସହ ଯୋଡ଼ିହୁଅନ୍ତୁ: ମନ୍ତ୍ରୀଙ୍କୁ ମୋଦୀଙ୍କ ପରାମର୍ଶ। ୧୩-ଭାରତ ପାଇଁ ଗର୍ବର ମୁହୂର୍ତ୍ତ, ବିଶ୍ବନାଥନ ଆନନ୍ଦ ହେଲେ FIDEର ଅନ୍ତରୀଣ ଅଧ୍ୟକ୍ଷ। ୧୪-ଜିଦରୁ ଓହରୁ ନାହାଁନ୍ତି GEN-Z ; ଦ୍ୱିତୀୟ ଥର ନଡ୍ଡାଙ୍କ ସହ ଆଲୋଚନା ପରେ ବି ଫିଟିଲାନି ବାଟ। ୧୫-ପେପର ଲିକ୍ କୁ ନେଇ ଆକ୍ସନ ମୋଡରେ ସରକାର, NTAରୁ ୪୭ ଅଧିକାରୀ ବହିଷ୍କୃତ। ୧୬-ହିମାଚଳ ପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା:, ଗାଡି ଉପରେ ଖସିଲା ବିଶାଳ ପଥର, ୧୩ ମୃତ। ୧୭-ହାରାରେ:ଆଜି ଦ୍ବିତୀୟ ଟି-ଟ୍ବେଣ୍ଟି, ଅଭିଷେକ ଓ କିଷନଙ୍କ ଫର୍ମକୁ ନେଇ ଚିନ୍ତା,ସିରିଜ ବିଜୟ ପାଇଁ ଭାରତ ପ୍ରସ୍ତୁତ। ୧୮-ନୂଆ ଦିଲ୍ଲୀ:ପଞ୍ଚମ ଦିନରେ ଚାଲିପାରିଲା ନାହିଁ ସଂସଦ, ନିଟ୍ ପ୍ରଶ୍ନପତ୍ର ଲିକ୍, ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି ଓ ଅନ୍ୟାନ୍ୟ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଜାରି। ୧୯-ତୃତୀୟ ବିବାହ କରି ନାଚୁଛନ୍ତି ଆମିର୍ ଖାନ୍,ବସ୍ତିରେ ରହି ଖାଇବାକୁ ପାଉନାହାନ୍ତି ଭାଇ ; ପୋଲ୍ ଖୋଲିଦେଲେ ପୂର୍ବତନ ପତ୍ନୀ। ୨୦-ଛାତ୍ର ଆନ୍ଦୋଳନକୁ 'ଅଦୃଶ୍ୟ' ସମର୍ଥନ: ଜନ୍ତର-ମନ୍ତରକୁ କିଏ ପଠାଉଛି ପାର୍ସଲ, ଆଉ ଖାଦ୍ୟ ନପଠାଇବାକୁ ସିଜେପିର ଅନୁରୋଧ। ୨୧-ଭାରତରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଆମେରିକାର ୧୦% ତାରିଫ୍। ୨୨-ଇରାନର ସାମରିକ ଘାଟି ଉପରେ ଆମେରିକାର ଆକ୍ରମଣ ; ହର୍ମୁଜକୁ ନେଇ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଜାରି। 🙏
99
13
*ଖବର ଆଜିର* ତାରିଖ:୨୪/୦୭/୨୬, ଶୁକ୍ରବାର ୧-ପୁରୀ:ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଆଜି ଭୋର ୪ଟାରୁ ମଙ୍ଗଳ ଆଳତୀ,୧୨ଟାରୁ ଅପରାହ୍ନ ୨ଟା ୩୦ମଧ୍ୟରେ ବାହୁଡା଼ ପହଣ୍ଡି ଓ ଅପରାହ୍ନ ୪ଟାରେ ରଥ ଟଣା ହେବ। ୨-ପୁରୀ:ବାହୁଡ଼ାରେ ବଳବତ୍ତର ରହିବ ରଥଯାତ୍ରା ଟ୍ରାଫିକ୍ ବ୍ୟବସ୍ଥା, ଘରୁ ବାହାରିବା ପୂର୍ବରୁ ଦେଖନ୍ତୁ ଟ୍ରାଫିକ୍ ସୂଚନା। ୩-ଭୁବନେଶ୍ୱର:ଯୁକ୍ତ ୨ ଦ୍ୱିତୀୟ ମେରିଟ୍ ଲିଷ୍ଟ ପ୍ରକାଶ; ତିନି ପ୍ରମୁଖ ଷ୍ଟ୍ରିମ୍‌ରେ ପୁଣି ରେଭେନ୍ସା ନମ୍ବର-୧। ୪-ବାହୁଡ଼ା ଯାତ୍ରା ପ୍ରସ୍ତୁତି, ଶ୍ରଦ୍ଧାଳୁଙ୍କ ପାଇଁ ପୁରୀକୁ ଚାଲିବ ଅତିରିକ୍ତ ୫୦ଟି 'ଆମ ବସ୍'।ହେଲ୍ପଲାଇନ୍ ନଂ ୧୮୦୦-୫୭୦୦-୨୧୮। ୫-ଭୁବନେଶ୍ୱର:ରାଜ୍ୟ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର ,୫ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା। ୬-ଭୁବନେଶ୍ୱର:ସୃଷ୍ଟି ହେଲା ଘୂର୍ଣ୍ଣିବଳୟ ; ବାହୁଡାରେ ବର୍ଷିବ, ୫ ଦିନ ଭିଜିବ ଓଡ଼ିଶା। ୭-ସିଏମ୍‌ଓରୁ ଫାଇଲ ଚୋରି ମାମଲାରେ ସ୍କାନରରେ ନବୀନଙ୍କ ବଡ଼ବାବୁ ; ଭିକେ ପାଣ୍ଡିଆନଙ୍କ ପରେ,ଉପେନ୍ଦ୍ର ବେହେରାଙ୍କୁ ସମନ ଜାରି। ୮-ସମ୍ବଲପୁର:ହୀରାକୁଦରେ ପୁଣି ଖୋଲିଲା ୪ଟି ଗେଟ୍, ମୋଟ୍ ୧୬ ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ। ୯-ଗଜପତି:ଅଳିଆ ଗଦାରେ ପଡ଼ିଛି ପୁଳାପୁଳା ଔଷଧ; ମୋହନା ସ୍ୱାସ୍ଥ୍ୟ କେନ୍ଦ୍ର ପାଖରେ ମିଳିଲା ଔଷଧର ପାହାଡ଼, ପ୍ରଶାସନର ଭୂମିକାକୁ ନେଇ ପ୍ରଶ୍ନ। ୧୦-ଡେରାବିଶ,ଓଉଖଣ୍ଡ: ଜଣେ ଧୀର,ସ୍ଥିର ମୃଦୁଭାଷୀ ତଥା ସାମାଜିକ ବ୍ୟକ୍ତି ଭାବରେ ତ୍ରିଲୋଚନ ବେଦାନ୍ତ,ଏହି ଅଞ୍ଚଳରେ ସୁପରିଚିତ,ତାଙ୍କର ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା।ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି 🙏 ୧୧-ଭାରତର ପ୍ରତିରକ୍ଷା ଶକ୍ତି ବୃଦ୍ଧି:ଏପିଜେ ଅବଦୁଲ କଲାମ ଦ୍ବୀପରୁ ଦୀର୍ଘ ଦୂରଗାମୀ Kusha କ୍ଷେପଣାସ୍ତ୍ରର ହେଲା ସଫଳ ପରୀକ୍ଷଣ। ୧୨-ଯୋଡ଼ା:ରାସ୍ତା କଡ଼ ଗଛରେ ପିଟି ହେଲା ଥାର୍ , ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର। ୧୩-ଆନ୍ଧ୍ରକୁ ଦାଦନ ଯାଇ ଓଡ଼ିଶାରେ ହରାଇଲେ ପରିଚୟ ;ଭୋଟର୍‌ ତାଲିକା ସହ ଆଧାର କାର୍ଡରୁ କଟିଲା ନାଁ। ୧୪-ଭଦ୍ରକ:ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଆସିଲା କଡ଼ା ରାୟ; ଦୋଷୀଙ୍କୁ ୨୦ ବର୍ଷ କାରାଦଣ୍ଡ, ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ। ୧୫-ବରଗଡ଼:ଲାଞ୍ଚ ନେଇ ଧରାପଡ଼ିଥିଲେ, ଏବେ ୪ ବର୍ଷ ଜେଲ; ଅବସରପ୍ରାପ୍ତ ବରିଷ୍ଠ କିରାଣୀଙ୍କୁ ଭିଜିଲାନ୍ସ କୋର୍ଟର କଡ଼ା ଦଣ୍ଡ। ୧୬-ମହାନଦୀ ଜଳ ବିବାଦ ମାମଲା : ଜଏଣ୍ଟ କମିଟି ଗଠନ କରିବାକୁ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ। ୧୭-ଭୁବନେଶ୍ୱର:୧୦ ମେଡିକାଲ କଲେଜ ପାଇଁ ୧୫୨ ବିଶେଷଜ୍ଞ ପଦବୀକୁ ମଞ୍ଜୁରି,ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ସ୍ବାସ୍ଥ୍ୟ ମନ୍ତ୍ରୀ। ୧୮-ପ୍ରଥମ ଟି-୨୦ରେ ଟିମ୍ ଇଣ୍ଡିଆର ଦମଦାର ବିଜୟ, ଜିମ୍ବାୱେକୁ ୭ ୱିକେଟରେ ହରାଇଲା ଭାରତ। ୧୯-ବୀର ମାଧୋ ସିଂହ ଭଣ୍ଡାରୀ ଉତ୍ତରାଖଣ୍ଡ ବୈଷୟିକ ବିଶ୍ୱବିଦ୍ୟାଳୟ (UTU):ହ୍ୱାଟ୍ସଆପ୍‌ରେ ଭାଇରାଲ୍ ହେଲା ପ୍ରଶ୍ନପତ୍ର;.ବାତିଲ ହେଲା ୨ ସେମିଷ୍ଟର ପରୀକ୍ଷା। ୨୦-ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀରେ ଛାତ୍ରଙ୍କ ବିରୋଧ ପ୍ରଦର୍ଶନ,ଜନ୍ତର ମନ୍ତର ଅଞ୍ଚଳରେ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ। ୨୧-ନୂଆ ଦିଲ୍ଲୀ:ଆଜି କେନ୍ଦ୍ରମନ୍ତ୍ରୀଙ୍କ ସହ CJPର ଆଲୋଚନା , ଅନଶନ ଭାଙ୍ଗିଲେ ଓ୍ବାଙ୍ଗଚୁକ୍। ୨୨-ମଧ୍ୟପ୍ରାଚ୍ୟରେ ବଢ଼ିଲା ଉତ୍ତେଜନା;ଆମେରିକୀୟ ଘାଟି ଉପରେ ଇରାନର ମିସାଇଲ୍ ଆକ୍ରମଣ ଜାରି।
79
14
*ଖବର ଆଜିର* ତାରିଖ:୨୩/୦୭/୨୬, ଗୁରୁବାର ୧-ପଶ୍ଚିମବଙ୍ଗରେ ଦୂର୍ଗାପୂଜା ପାଇଁ ୧୨ ଦିନ ଛୁଟି,ମହାରାଷ୍ଟ୍ରରେ ଦୀପାବଳି ପାଇଁ ୨ ଦିନ ଛୁଟି ସେମିତି, ଶ୍ରୀଗୁଣ୍ଡିଚା ଭଳି ବାହୁଡ଼ା ଯାତ୍ରାରେ ବି ହେଉ ସରକାରୀ ଛୁଟି ଘୋଷଣା, ଉଠିଲା ବଡ଼ ଦାବି। ୨-ଓଡ଼ିଶାକୁ ଆସୁଛି ବଡ଼ ନିବେଶ; HCLର ୭୩୦ କୋଟି IT ସେଣ୍ଟର, ACMEର ୭୭୮ କୋଟି ଗ୍ରୀନ୍ ଏନର୍ଜି ପ୍ରକଳ୍ପକୁ ମଞ୍ଜୁରୀ, ୨୨,୮୭୩ଜଣକୁ ମିଳିବ ନୂଆ ଚାକିରି। ୩-ପୁରୀ:୩ ରଥ ନେଲେ ଦକ୍ଷିଣ ମୋଡ।ପ୍ରଭୁଙ୍କୁ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ।ପ୍ରଶାସନ ପକ୍ଷରୁ ସୁରକ୍ଷା,ପୁଲିସ ଫୋର୍ସ ମୁତୟନ, ଟ୍ରାଫିକ ଏବଂ ଭିଡ ନିୟନ୍ତ୍ରଣ ପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା। ୪-ବାହୁଡ଼ା ଓ ସୁନାବେଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ଭିଡ଼ ପରିଚାଳନା ଉପରେ ଦିଆଯିବ ଅଧିକ ଗୁରୁତ୍ବ। ୫-ପୁରୀ: ବାହୁଡ଼ା ଯାତ୍ରା ନୀତି କାନ୍ତି ପାଇଁ ଆଜି ସନ୍ଧ୍ୟା ୬ଟାରୁ ଶ୍ରୀଜୀଉମାନଙ୍କର ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ୬-ସମ୍ବଲପୁର:ହୀରାକୁଦର ୧୨ ଫାଟକ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ୭-ବ୍ରହ୍ମପୁରରୁ ସଡ଼କ ପଥରେ ତପ୍ତପାଣି ଯିବେ ରାଷ୍ଟ୍ରପତି।ରାଷ୍ଟ୍ରପତି ୪ ତାରିଖ ସକାଳୁ ଭୁବନେଶ୍ବରରୁ ଟ୍ରେନ୍ ଯୋଗେ ଆସି ବ୍ରହ୍ମପୁରରେ ପହଞ୍ଚିବେ। ୮-CMOରୁ ଫାଇଲ୍ ଗାୟବ ଘଟଣା: ପୂର୍ବତନ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ନୋଟିସ୍ ଜାରି କଲା ପୋଲିସ। ୯-ଢେଙ୍କାନାଳ ବାଏ ପାସ୍:NH-୫୫ରେ ସ୍କୁଟି ଉପରେ ଚଢିଗଲା ଇନୋଭା କାର, ୨ ମୃତ, ଜଣେ ଗୁରୁତର। ୧୦-ଭବାନୀପାଟଣା:୧୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ରାମପୁରସ୍ଥିତ OAV ପ୍ରିନ୍ସିପାଲ; ବିଲ୍ ପାସ୍ ପାଇଁ ମାଗିଥିଲେ ଟଙ୍କା, ମାଡ଼ି ବସିଲା ଭିଜିଲାନ୍ସ। ୧୧-ବାଲେଶ୍ଵର:ନିରାମୟ ଯୋଜନାରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା, ମେଡିକାଲରେ ଔଷଧ ଥାଇ ବି ବାହାରୁ କିଣିବାକୁ ପରାମର୍ଶ ଦେଉଛନ୍ତି ଡାକ୍ତର। ୧୨-ସରକାରୀ କାମରେ AI ବ୍ୟବହାର ପାଇଁ ପ୍ରସ୍ତାବ, ChatGPT Plus, Google AI Pro, Google One କିଣିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଯୋଜନା। ୧୩-କଟକ: ବିବାହିତ ଝିଅ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଯୋଗ୍ୟ: ଓଡ଼ିଶା ହାଇକୋର୍ଟ ୧୪-ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଖୋଲୁଛି ଗଣଶିକ୍ଷା ବିଭାଗର ଭିତିରି ଗୁମର, ଅଧିକ ଦରରେ କିଣା ହୋଇଥିଲା ପୁସ୍ତକ କାଗଜ। ୧୫-ଶୀର୍ଷ ୫ ଜଣଙ୍କ ମଧ୍ୟରେ ତିନି ଭାରତୀୟ ବ୍ୟାଟର, କୋହଲି-ରୋହିତଙ୍କ ଜଲୱା ଜାରି।ଗିଲ୍ ଏବେ ଏକ ନମ୍ୱର ସ୍ଥାନ ହାସଲ କରିବାଠାରୁ ମାତ୍ର ଗୋଟିଏ ରେଟିଂ ପଏଣ୍ଟ ପଛରେ। ୧୬-ହରାରେ:ଭାରତ -ଜିମ୍ବାଓ୍ବେ ପ୍ରଥମ ଟେଣ୍ଟି ୨୦ ଆଜି, ଖେଳାଯିବ ୩ ଟି ମ୍ୟାଚ। ୧୭-ଆଜିଠୁ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡା:୭୪ ଦେଶ,୨୧୫ ଇଭେଣ୍ଟ ପାଇଁ ୩୦୦୦ରୁ ଉର୍ଦ୍ଧ୍ବ ଖେଳାଳି। ୧୮-ସମୟ ନଷ୍ଟ କରନ୍ତୁ ନାହିଁ’ ; ସିଜେପିଙ୍କ ପ୍ରତିବାଦ ଉପରେ ତୁରନ୍ତ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ। ୧୯-ଚୀନ୍ ଉପରେ ନଜର… ହିମାଳୟ ସୀମାରେ ଭାରତ ପ୍ରସ୍ତୁତ କରୁଛି ହାଇଟେକ୍ ସର୍ଭିଲାନ୍ସ ନେଟୱର୍କ। ୨୦-ଇରାନକୁ ଟ୍ରମ୍ପଙ୍କ କଡ଼ା ଚେତାବନୀ ; ସେତୁ ଓ ପାୱାର ପ୍ଲାଣ୍ଟକୁ ଟାର୍ଗେଟ୍ କରିବୁ: ଟ୍ରମ୍ପ
69
15
11 PM LIVE July 11th to 20th National & International Important Current Affairs 2026 I Best Current Affairs GK https://www.youtube.com/watch?v=W1LHzZqSyUY
494
16
*ଖବର ଆଜିର* ତାରିଖ:୨୨/୦୭/୨୬, ବୁଧବାର ୧-ଭୁବନେଶ୍ୱର:୨୩ଟି ବୃହତ୍ ଶିଳ୍ପ ପ୍ରକଳ୍ପ ପାଇଁ ୪,୫୭୩.୮୭ କୋଟିର ବିନିଯୋଗକୁ ଅନୁମୋଦନ, ସୃଷ୍ଟି ହେବ ୨୨,୮୭୩ ନିଯୁକ୍ତି ସୁଯୋଗ। ୨-ପୁରୀ:ପ୍ରବଳ ବର୍ଷା ପାଇଁ ଅଧାରେ ଅଟକିଲା ଦକ୍ଷିଣ ମୋଡ଼; ଆଜି ମୋଡ଼ ନେବ ତାଳଧ୍ୱଜ ରଥ ଓ ନନ୍ଦିଘୋଷ ରଥ। ୩-ବ୍ରହ୍ମପୁର:ପଡିଶାରୁ ଓଡ଼ିଶାକୁ ଡେଇଁଲା,MKCGରେ ଭର୍ତ୍ତି ହେଲେ ୩ କରୋନା ଆକ୍ରାନ୍ତ। ୪-କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ନବୀନ, ଆହତ ଛାତ୍ରଙ୍କୁ ଭେଟିଲେ ବିଜେଡି ସାଂସଦ। ୫-ଭୁବନେଶ୍ୱର-କଟକରେ ପ୍ରବଳ ବର୍ଷା, ଜଳବନ୍ଦୀ ଓ ଟ୍ରାଫିକ୍ ଜାମରେ ଜନଜୀବନ ପ୍ରଭାବିତ। ୬-ଏସ୍ଆଇଆର୍:ରାଜ୍ୟରେ ୧୨ ଲକ୍ଷ ଭୂତ ମତଦାତା,୪୬ ଲକ୍ଷ ଲୋକଙ୍କର ରହିଛି ସାମାନ୍ୟ ତ୍ରୁଟି। ୭-ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି। ଅଗଷ୍ଟ ୩ରୁ ୫ ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ। ୮-କୋରେଇ,କଚରାସାହି: ଭିଜିଲାନ୍ସ ଜାଲରେ ପଞ୍ଚାୟତ ଏକ୍ସିକ୍ୟୁଟିଭ ଅଫିସର, ୫ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ। ୯-ଜଳେଶ୍ଵର:ବାଲି ମାଫିଆଙ୍କୁ ପାନେ, ଜବତ ୧୦ ହଜାର ସିଏମ୍ ବାଲି ୮୪.୪୭ ଲକ୍ଷରେ ହେଲା ନିଲାମ। ୧୦-ଭୁବନେଶ୍ୱର:ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ମାତ୍ର ଜଣେ ଲେଖାଏଁ ଶିକ୍ଷକରେ ଚାଲୁଛି ୧୪୫୮ ବିଦ୍ୟାଳୟ। ୧୧-କାରାଗାର ବିକାଶ ବୋର୍ଡ ବୈଠକ: ଜେଲ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ, ସମସ୍ତ ଜେଲରେ ଲାଗିବ ଏଆଇ କ୍ୟାମେରା। ୧୨-ବର୍ଷା ବିପର୍ଯ୍ୟୟ ନେଇ ମନ୍ତ୍ରୀଙ୍କ ସ୍ପଷ୍ଟ ସୂଚନା; କ୍ଷୟକ୍ଷତି ରିପୋର୍ଟ ଆଧାରରେ ସିଧା ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ ସହାୟତା ଟଙ୍କା। ୧୩-ବ୍ରହ୍ମପୁର:ସୁଧୀର ପାତ୍ର ହତ୍ୟାକାଣ୍ଡରେ ବଡ଼ ଅପଡେଟ୍; ୧୩ ଅଭିଯୁକ୍ତଙ୍କ ବିରୋଧରେ ଶକ୍ତ ପ୍ରମାଣ, କୋର୍ଟରେ ୫୫୨ ପୃଷ୍ଠାର ଚାର୍ଜସିଟ୍ ଦାଖଲ। ୧୪-ଭୁବନେଶ୍ୱର: ଖଣ୍ଡଗିରି ଓଭରବ୍ରିଜ୍ ରେ ଭୟଙ୍କର ଦୁର୍ଘଟଣା, ଟ୍ରକ୍‌କୁ ପିଟିଲା ଟ୍ରକ୍‌, ୨ ଡ୍ରାଇଭର ଆହତ। ୧୫-ଶ୍ରୀଲିଙ୍ଗରାଜ ମନ୍ଦିରରେ ଶ୍ରାବଣ ପ୍ରସ୍ତୁତି;ଏଥର ୪ ସୋମବାରରେ ହେବ ଜଳ ଲାଗି। ୧୬-ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡା:୨୦୧୮ ସଫଳତା ଦୋହରାଇବା ଲକ୍ଷ୍ୟରେ ନୀରଜ। ୧୭-ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି: ଅକ୍ଟୋବର ୨୬ରୁ ଭୋଟର୍ ତାଲିକା ପ୍ରସ୍ତୁତି, ୩୨ ବର୍ଷ ପରେ ହେବ “ଡୋର୍ ଟୁ ଡୋର୍ ସର୍ଭେ”। ୧୮-ନୂଆ ଦିଲ୍ଲୀ: ବର୍ଷ ୨୬-୨୭ ପାଇଁ ଜୁଲାଇ ୩୧ ତାରିଖ ଆୟକର ପୈଠର ଶେଷ ଅବଧି। ୧୯-ଜନ୍ତରମନ୍ତରରେ CJPର ଧାରଣା ଜାରି,ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେଲେ ଓ୍ବାଙ୍ଗଚୁକ୍। ୨୦-ଛାତ୍ରଛାତ୍ରୀଙ୍କୁ ହାତବାରିସି କରି ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ରାହୁଲ ଗାନ୍ଧୀ-ଧର୍ମେନ୍ଦ୍ର ପ୍ରଧାନ। ୨୧-ସ୍ମାର୍ଟଫୋନର ସ୍ମାର୍ଟନେସ୍ ଭିତରେ ହଜୁଛି ଶୈଶବ, ପାଠପଢ଼ା କି ଖେଳକୁଦ ନୁହେଁ, ସ୍କ୍ରିନ ଟାଇମ୍ ଖାଉଛି ପିଲାଙ୍କ ସମୟ, ଚେତାଇଲା WHO। ୨୨-ମସ୍କୋ:ମସ୍କୋ ଉପରେ ୪୦୦ ଡ୍ରୋନ ମାଡ଼ କଲା ୟୁକ୍ରେନ। ୨୩-ତେହେରାନ:ଆମେରିକା ବିରୋଧରେ ଇରାନର ପୂର୍ଣ୍ଣାଙ୍ଗ ଯୁଦ୍ଧ ଘୋଷଣା।
93
17
*ଖବର ଆଜିର* ତାରିଖ:୨୧/୦୭/୨୬, ମଙ୍ଗଳବାର ୧-ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟରେ ବଢ଼ିବ ୫୦ MBBS ସିଟ୍।ଭିମସାର୍ ରେ ଏହି ସିଟ୍ ବଢିବା ସମ୍ଭାବନା ରହିଛି। ରାଜ୍ୟରେ ସରକାରୀ ସିଟ୍ ୧୮୫୦ ଓ ଘରୋଇ ସିଟ୍ ସଂଖ୍ୟା ୧୧୦୦। ୨-ରଥଯାତ୍ରା ବେଳେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣା: ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ୩-ଭୁବନେଶ୍ୱର:ଅଣ୍ଡା ବିଗାଡୁଛି MDM ହିସାବ,କେବଳ ଅଣ୍ଡା ଗୋଟା ପିଛା ଦର୍ ଏବେ ୯ରୁ ୧୦ ଟଙ୍କା ପଡୁଥିବା ବେଳେ ମିଡ୍ ଡେ ମିଲ୍ ପିଛା ସରକାର ଦେଉଛନ୍ତି ୧୧ରୁ ୧୫ ଟଙ୍କା। ୪-ବିପର୍ଯ୍ୟୟ କ୍ଷୟକ୍ଷତି ରୋକିବାକୁ ମାଟି ତଳେ ଯିବ ବିଦ୍ୟୁତ ତାର, ଡିପିଆର୍ ପ୍ରସ୍ତୁତ କରିବାକୁ ଶକ୍ତି ସଚିବଙ୍କୁ ନିର୍ଦ୍ଦେଶ। ୫-ଭୁବନେଶ୍ୱର: ଗଞ୍ଜେଇ ମାଫିଆଙ୍କୁ ସହାୟତା ଅଭିଯୋଗ; ଇନ୍ସପେକ୍ଟର ସୁସ୍ମିତା ମାଗର ନିଲମ୍ବିତ। ୬-ଭୁବନେଶ୍ୱର: ଆସନ୍ତା ୨୭ ତାରିଖ ସୋମବାର ଦିନ ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ। ୭-ଭୁବନେଶ୍ୱର: ମୁଣ୍ଡ ଟେକିଲାଣି ଡେଙ୍ଗୁ; ରାଜ୍ୟରେ ୨୬୦ ଡେଙ୍ଗୁ ରୋଗୀ ଚିହ୍ନଟ। ୮-ଭୁବନେଶ୍ୱର:ସ୍ନାତକ ଦ୍ବିତୀୟ ମେଧା ତାଲିକା ପ୍ରକାଶ;କଳା, ବାଣିଜ୍ୟ ଓ ବିଜ୍ଞାନରେ ରେଭେନ୍ସା ପସନ୍ଦ। ୯-ବିରଜା ପଞ୍ଜିକା ଅନୁସାରେ ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ଶୈବପୀଠରେ ପ୍ରଥମ ସୋମବାରରେ ଜଳ ଲାଗି କରିଛନ୍ତି ଭକ୍ତମାନେ। ୧୦-ସାର ସଙ୍କଟ ଦୂର ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ, DAP ଓ ୟୁରିଆ ବିକଳ୍ପକୁ ପ୍ରୋତ୍ସାହନ ଦେବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି। ୧୧-ସାମନ୍ତରାୟପୁର:ରାଜଧାନୀରେ ଦିନ ଦ୍ୱିପ୍ରହରରେ ବୁଲିଲା ଖଣ୍ଡା, ପାରିବାରିକ କଳହକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ୧୨-ଦେବଗଡ଼:ଘରୋଇ କଳହ ନେଲା ତିନି ଜୀବନ; ସ୍ତ୍ରୀ, ବୋହୂ ଓ ନାତୁଣୀକୁ ହାତୁଡ଼ିରେ ପିଟି ହତ୍ୟା, ଅଭିଯୁକ୍ତକୁ ଖୋଜୁଛି ପୋଲିସ। ୧୩-ନୂଆ Aadhaar Appର କମାଲ: ୪ କୋଟିରୁ ଅଧିକ ଲୋକ କଲେ ଡାଉନଲୋଡ୍, ଘରେ ବସି ବଦଳାନ୍ତୁ ଠିକଣା ଓ ଫୋନ୍ ନମ୍ବର। ୧୪-ପ୍ରଥମ ଡେଙ୍ଗୁ ଭ୍ୟାକ୍ ସିନ୍ ‘QDENGA’କୁ ଭାରତର ମଞ୍ଜୁରୀ; ୪ରୁ ୬୦ ବର୍ଷର ବ୍ୟକ୍ତି ନେଇପାରିବେ। ୧୫-ସିଜେପି “ସାଂସଦ ଚାଲ” ଡାକରା: ଜାତୀୟ ରାଜଧାନୀ ଦିଲ୍ଲୀରେ ଖଣ୍ଡଯୁଦ୍ଧ, ପୋଲିସର ମୃଦୁ ଲାଠି ଚାଳନା। ୧୬-ରାମମନ୍ଦିର ଦାନ ଚୋରି, ପ୍ରଶ୍ନପତ୍ର ଲିକ୍‌ ଓ ସିଜେପି ଆନ୍ଦୋଳନ ପ୍ରସଙ୍ଗରେ ସଂସଦରେ ପ୍ରବଳ ହଟ୍ଟଗୋଳ, ଗୃହ ମୁଲତବୀ। ୧୭-ସଂସଦ ମାର୍ଚ୍ଚ ପାଇଁ ଦିଲ୍ଲୀ ପୋଲିସର କଟକଣା, ନୂଆଦିଲ୍ଲୀରେ BNSS ଧାରା ୧୬୩ ଲାଗୁ। ୧୮-'ବନ୍ଦେ ମାତରମ୍’ ଅପମାନ ଉପରେ କଠୋର ହେଲେ ସରକାର: ଗାଇବା ବେଳେ ବିଶୃଙ୍ଖଳା କଲେ ହେବ ୩ ବର୍ଷର ଜେଲ୍ ଦଣ୍ଡ। ୧୯-ଡେରାଡୁନ: ପ୍ରବଳ ବର୍ଷା ପାଇଁ ଏବେ ଚାରିଧାମ ଯାତ୍ରା ସାମୟିକ ଭାବେ ସ୍ଥଗିତ ଅଛି। ୨୦-ଏଣ୍ଡି ବର୍ଣ୍ଣହମ ହେଲେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ, ରାଜନୈତିକ ଓ ଆର୍ଥିକ ବଡ଼ ପରିବର୍ତ୍ତନର ଦେଲେ ସଂକେତ। ୨୧-କଙ୍ଗୋରେ ଇବୋଲା ମହାମାରୀର ତାଣ୍ଡବ: ୯୩୦ରୁ ଅଧିକ ମୃତ। ୨୨-ଫିଫା ବିଶ୍ୱକପ୍‌ ୨୦୨୬ରେ ଚାମ୍ପିୟନ୍‌ ସ୍ପେନ୍‌ ୫୦ ମିଲିୟନ୍‌ ଆମେରିକୀୟ ଡଲାର ପୁରସ୍କାର ଜିତିଥିବା ବେଳେ ଉପବିଜେତା ଆର୍ଜେଣ୍ଟିନା ୩୩ ମିଲିୟନ୍‌ ଡଲାର ପାଇଛି।
93
18
*ଖବର ଆଜିର* ତାରିଖ:୨୦/୦୭/୨୬, ସୋମବାର ୧-ଲଘୁଚାପ ବର୍ଷା ଓ ବନ୍ୟା ବଢ଼ାଇଲା ଚାଷୀଙ୍କ ଦୁଃଖ: ପାଣିରେ ବୁଡ଼ିଛି ହଜାର ହଜାର ହେକ୍ଟର ଫସଲ। ୨-ପୁରୀ:ଜନ୍ମବେଦିରେ ଜଗତ ମଣିମା, ଗୁଣ୍ଡିଚା ମନ୍ଦିରରେ ଲାଗିଛି ଗହଳିଚହଳି। ୩-ଭୁବନେଶ୍ୱର: ମାଟ୍ରିକ ସପ୍ଲିମେଣ୍ଟାରୀ ଖାତା ଦେଖାରେ ସମସ୍ୟା,ଗଣିତ ଶିକ୍ଷକଙ୍କ ଆଇଡିରେ ଭୂଗୋଳ ଖାତା। ୪-RTO ଚାଲାଣ ସେଟଲମେଣ୍ଟ ନାଁରେ ଠକେଇ, କଟକରୁ ୨ ଅଭିଯୁକ୍ତ ଗିରଫ। ୫-ଭୁବନେଶ୍ୱର:IHM ପରୀକ୍ଷାରେ ବଡ଼ ଜାଲିଆତି, ନକଲି ପରୀକ୍ଷାର୍ଥୀ ଦେଇ ଧରାପଡ଼ିଲେ ଅସଲି ପରୀକ୍ଷାର୍ଥୀ। ୬-ଖୋଲିଲା ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍। ବାମ ପାର୍ଶ୍ୱର ୩ ଓ ଡାହାଣ ପାର୍ଶ୍ୱର ଗୋଟିଏ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ। ୭-ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ତିଖିରି ସରପଞ୍ଚ ଚାମେଲି ଓଝା। ୮-ଭୁବନେଶ୍ୱର:ଅଣ୍ଡା ବଜାରରେ ମହଙ୍ଗା ମାଡ଼, ଯୋଗାଣ କମିବାରୁ ବଢ଼ୁଛି ଦାମ। ୯-କାମାକ୍ଷାନଗର:ବାହ୍ମଣୀରୁ ଡଙ୍ଗାରେ ବାଲି ଉଠାଣକୁ ନେଇ ଉତ୍ତେଜନା, ମୁହାଁମୁହିଁ ହେଲେ ଗ୍ରାମବାସୀ ଓ ଠିକାଦାର। ୧୦-ସିମୁଳିଆ:ବନ୍ୟଜନ୍ତୁଙ୍କ ଦାଉରୁ ଧାନ ତଳିକୁ ଉଦ୍ଧାର କରିବା ନିମନ୍ତେ ବିଦ୍ୟୁତ ଝଟକା ଲଗାଇ ନିଜେ ବିଦ୍ୟୁତର ଶିକାର ହେଲେ,୨ ମୃତ। ୧୧-ଆଗାମୀ ୨୪ ଘଣ୍ଟାରେ ପ୍ରବଳ ଝଡ଼,ବର୍ଷା ପାଇଁ ସତର୍କ ସୂଚନା ; ପାହାଡିଆ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ। ୧୨-ଭୁବନେଶ୍ୱର:କାନରା ବ୍ୟାଙ୍କରୁ ୧୧୦୯ କୋଟି ଠକେଇ,ଗୁପ୍ତା ପାଓ୍ବାରର ୪ ନିର୍ଦେଶକଙ୍କ ଘରେ CBI ଚଢ଼ାଉ। ୧୩-ସୋନମ ୱାଙ୍ଗଚୁକ୍‌ଙ୍କୁ ମିଳିଲାନି ଘରୋଇ ହସ୍ପିଟାଲ୍ ସୁବିଧା: ପତ୍ନୀଙ୍କ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ। ୧୪-କାନପୁର:୫୦ ଥର ପ୍ରୟାସ ପରେ ବି ମିଳିଲାନି ସରକାରୀ ଚାକିରି,ହାରିଗଲା ସ୍ୱର୍ଣ୍ଣପଦକ ବିଜେତା ବି.ଟେକ୍ ଛାତ୍ର, ଫ୍ୟାନରେ ଝୁଲିପଡ଼ିଲେ ଆନନ୍ଦ କୁମାର। ୧୫-ଲଗାଣ ବର୍ଷା,ନାଗାଲାଣ୍ଡରେ ଭୟଙ୍କର ଭୂସ୍ଖଳନ, ୮ ମୃତ, ୧୨ ରୁ ଅଧିକ ଆହତ। ୧୬-ଆଜିଠୁ ସଂସଦର ମୌସୁମୀ ଅଧିବେଶନ: ସର୍ବଦଳୀୟ ବୈଠକରୁ ହଙ୍ଗାମା, ଆସିପାରେ ୭ ଗୁରୁତ୍ୱପୂର୍ଣ୍ଣ ବିଲ୍। ୧୭-ଜାପାନ ଓପନ ବ୍ୟାଡମିଣ୍ଟନ:ଟାଇଟଲ ଜିତିଲେ ପି ଭି ସିନ୍ଧୁ। ୧୮-ଇଂଲଣ୍ଡ:ସବୁ ଚର୍ଚ୍ଚାର ଅନ୍ତ ! ଏକାଠି ବସିଲେ, ହସିଲେ ବିରାଟ-ଗମ୍ଭୀର; ସାଙ୍ଗରେ ଥିଲେ ରୋହିତ ଶର୍ମା। ୧୯-ଲର୍ଡସରେ ରୋହିତ-ବିରାଟଙ୍କ ସଂଘର୍ଷ ବେକାର: ଭାରତକୁ ହରାଇ ଦିନିକିଆ ସିରିଜ୍ ହାତେଇଲା ଇଂଲଣ୍ଡ। ୨୦-ନ୍ୟୁଜର୍ସି: ଆର୍ଜେଣ୍ଟିନାକୁ ୧-୦ ଗୋଲରେ ହରାଇ ସ୍ପେନ ହେଲା ବିଶ୍ଵ ଚମ୍ପିୟାନ। ୨୧-ଗୁଏନାରେ ବଡ଼ ସମୁଦ୍ର ଦୁର୍ଘଟଣା, ବୁଡିଗଲା ୧୧୬ ଜଣଙ୍କୁ ନେଇ ଯାଉଥିବା ଫେରି। ୨୨-ସୀମା ଡେଇଁଲା ଆମେରିକା -ଇରାନ ଯୁଦ୍ଧ,କୁଏତର ଜଳ ବିଶୋଧନ କେନ୍ଦ୍ର, ଜୋର୍ଡାନର ବିମାନ ବନ୍ଦର ଉପରେ ଇରାନର ଆକ୍ରମଣ।
85
19
Odisha Current Affairs 11th to 20th July 2026 I OSSC OSSSC OPSC SSB OUSSSC Teaching Exam Important https://www.youtube.com/watch?v=plKHqgjNKyU
446
20
LIVE Class 10.30 PM: OPSC ASO 2026 Odia Class Dhwani Barna Matra Fala ଧ୍ୱନି ବର୍ଣ୍ଣ ମାତ୍ରା ଫଳା Introduction to Odia https://www.youtube.com/@businesshelpline9886/streams
457