CAREER STUDY CLASSES 📘📚📝
Open in Telegram
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
Show more680
Subscribers
+124 hours
-67 days
-3830 days
Posts Archive
+1
🚨 JEE (Main) 2026 Session 2 🚨
🗓 Applications: 01–25 Feb 2026
📝 Exam: 02–09 April 2026
👉 Apply at http://jeemain.nta.nic.in
📢 OJEE CONTACT
OJEE Office, Gandamunda, Khandagiri,
DIST- Khordha. Bhubaneswar -751030
Website: www.ojee.nic.in / www.odishajee.com
E-Mail: odishaojee@gmail.com
Contact no: 7205288121/ 7205266121
(from 10.00 AM to 05.00 PM Monday to Saturday Except Holidays)
✅ ଆଜିଠୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) ପାଇଁ ପଞ୍ଜୀକରଣ
-OJEE -୨୦୨୬ ପାଇଁ ପଞ୍ଜୀକରଣ ଲିଙ୍କ୍ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ସକ୍ରିୟ ରହିବ
-ମେ ୪, ୫, ୭, ୮, ୯ ତାରିଖରେ ଆପାତତଃ ପରୀକ୍ଷା ଅନୁଷ୍ଠିତ ହେବ
-OJEE ୱେବସାଇଟ୍ http://ojee.nic.inରେ ଆବେଦନ କରିପାରିବେ
🔴ବୁଧବାରଠୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଆବେଦନ: ମାର୍ଚ୍ଚ ୨୨ ପର୍ଯ୍ୟନ୍ତ ଚାଲିବ ପଞ୍ଜୀକରଣ, ମେ' ୪ରୁ ୯ ଯାଏ ପରୀକ୍ଷା🔴
ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୬ ପାଇଁ ବୁଧବାରଠାରୁ ଆବେଦନ ଆରମ୍ଭ ହେବ । ମାର୍ଚ୍ଚ ୨୨ ତାରିଖ ଯାଏ ଆବେଦନ ଚାଲିବ । ମେ ୪ରୁ ୯ ଯାଏ ପରୀକ୍ଷା ହେବ । ଏସବୁ ପରୀକ୍ଷା କମ୍ପ୍ୟୁଟର ବେସ୍ଡ୍ ଟେଷ୍ଟ (ସିବିଟି) ମୋଡ୍ରେ ପରୀକ୍ଷା ହେବ । ଆବେଦନକାରୀମାନେ ଓଜେଇଇର ଆପ୍ରେ ସମସ୍ତ ସୂଚନା ପାଇପାରିବେ । ଏନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବି ଫାର୍ମା, ନର୍ସିଂ (ବିଏସ୍ସି ନର୍ସିଂ, ପୋଷ୍ଟ ବିଏସ୍ସି ନର୍ସିଂ, ପୋଷ୍ଟ ଡିପ୍ଲୋମା ନର୍ସିଂ,ଏ ଏମ୍ଏସ୍ସି ନର୍ସିଂ), ଏମ୍ସିଏ, ଏମ୍ଏସ୍ସି (କମ୍ପ୍ୟୁଟର ସାଇନ୍ସ), ଏମ୍ବିଏ, ଇଣ୍ଟିଗ୍ରେଟେଡ୍ ଏମ୍ବିଏ, ବି କ୍ୟାଟ୍, ଏମ୍ଟେକ୍, ଏମ୍ଟେକ୍ (ପାର୍ଟ ଟାଇମ୍), ଏମ୍ ଆର୍କ, ଏମ୍ ପ୍ଲାନ୍, ଏମ୍ ଫାର୍ମା, ଲାଟେରାଲ୍ ଏଣ୍ଟ୍ରି ଟୁ ବିଟେକ୍ ଓ ବି ଫାର୍ମା ନାମଲେଖା ପାଇଁ ଓଜେଇଇ ପରୀକ୍ଷା ହେବ । ଏଥିସହ ଲାଟେରାଲ୍ ଏଣ୍ଟ୍ରି ଇନ୍ ବିଟେକ୍/ ବିଫାର୍ମା କୋର୍ସ ନାମଲେଖା ହେବ । ସରକାରୀ, ଘରୋଇ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ନାମଲେଖା ହେବ ।
ପରୀକ୍ଷା ସଂପର୍କିତ ସୂଚନା ପୁସ୍ତିକା ଓଜେଇଇ ୱେବ୍ସାଇଟ୍ରେ ଉପଲବ୍ଧ ରହିଛି । ଯେଉଁ ଛାତ୍ରଛାତ୍ରୀମାନେ ବାହାର ରାଜ୍ୟର ହୋଇଥିବେ ସେମାନଙ୍କୁ ସରକାରୀ ଶିକ୍ଷାନୁଷ୍ଠାନରେ ନାମଲେଖା ସୁଯୋଗ ମିଳିବ ନାହିଁ ବରଂ ଘରୋଇ ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ପାରିବେ । ଆବେଦନ କରିବାକୁ ଇଚ୍ଛୁକ ଛାତ୍ରଛାତ୍ରୀମାନେ ଓଜେଇଇ ୱେବ୍ସାଇଟ୍ https://ojee.nic.in/ରେ ଆବେଦନ କରିପାରିବେ । ବିଟେକ୍, ବି ଆର୍କ, ଇଣ୍ଟିଗ୍ରେଟେଡ୍ ଏମ୍ଏସ୍ସି, ଏମ୍ବିବିଏସ୍, ବିଡିଏସ୍, ବିଏଏମ୍ଏସ୍, ବିଏଚ୍ଏମ୍ଏସ୍ କୋର୍ସରେ ସରକାରୀ ଓ ବେସରକାରୀ କଲେଜରେ ନାମଲେଖା ପାଇଁ ଜେଇଇ ମେନ୍ ୨୦୨୬ ପରୀକ୍ଷା/ ନିଟ୍ ୟୁଜି ୨୦୨୬ ପରୀକ୍ଷା ଦେବାକୁ ହେବ । ଆବେଦନକାରୀଙ୍କୁ ସମସ୍ତ ସୂଚନା ଓ ବିଜ୍ଞପ୍ତି ଓଜେଇଇ ଆପ୍ରେ ମିଳିବ । ତେଣୁ ଏହି ଆପ୍ ନିଜ ମୋବାଇଲେ ଇନ୍ଷ୍ଟଲ୍ କରିବାକୁ କୁହାଯାଇଛି ।
