Competitive Exam And Practice Test (Odisha)
Open in Telegram
🙏Hello Friends Welcome to Our Telegram Channel. ଆପଣ ମାନେ ଏହି Channel ରେ Competitive Exam ର ସମସ୍ତ Previous Year Question Paper,Book,Guide & Hand Writing Note ପାଇପାରିବେ। ତେଣୁ ଆମ Telegram Channel କୁ Subscribe କରି ଆମକୁ Support କରନ୍ତୁ। ଧନ୍ୟବାଦ।
Show more1 021
Subscribers
+124 hours
+87 days
+11530 days
Posts Archive
" ଆମ ସମୟର କଥା "
➖➖➖➖➖➖➖➖
ସ୍କୁଲ ନିଜେ ନିଜେ ହିଁ ଯିବାକୁ ପଡୁଥିଲା ଚାଲିଚାଲି , କାଁ ଭାଁ ଜଣେ ଦି'ଜଣ ସାଇକେଲରେ ହିଁ ଯାଉଥିଲେ l ବସ୍ ରେ ଛାଡ଼ିବା ପରମ୍ପରା ନଥିଲା l
ସ୍କୁଲ ପଠେଇବା ପରେ କିଛି ଭଲ ମନ୍ଦ ହେଇଯିବ....., ଆମ ବାପା ମାଆ ଏମିତି କେବେ ଚିନ୍ତା ହିଁ କରୁ ନଥିଲେ l ସେମାନଙ୍କୁ କୌଣସି ବିଷୟରେ ଭୟ ବି ନଥିଲା l
🤪 ପାସ / ଫେଲ... କେବଳ ଏତିକି ହିଁ ଆମକୁ ଜଣାଥିଲା.... % ରେ ଆମର କେବେ ସମ୍ବନ୍ଧ ହିଁ ନଥିଲା l
😛 ଟିଉସନ ହେଉଥିଲେ କହିବାକୁ ଲାଜ ଲାଗୁଥିଲା, କାରଣ ଆମକୁ ମୂର୍ଖ / ଗଧ ଭାବିବେ..... 🤣🤣
ବହି ଭିତରେ ଓସ୍ତ ପତର ଓ ମୟୂର ପୁଚ୍ଚ ରଖିଲେ ପାଠ ଭଲ ହେବ ଏମିତି ଧାରଣା ଆମର ଥିଲା ......
☺️☺️ କପଡା ବ୍ୟାଗ... , ଅଖା ବ୍ୟାଗ.... ଏବଂ ପରେ ଟିଣ / ଆଲୁମିନିୟମ ଟ୍ରଙ୍କରେ..... ବହି ଖାତା ନେଇ ସ୍କୁଲ ଯାଉଥିଲୁ l
😁 ପ୍ରତି ବର୍ଷ ନୂଆ କ୍ଲାସକୁ ଯିବା ପୂର୍ବରୁ ବହି ଓ ଖାତାରେ ମୋଟା ମାଟିଆ କାଗଜର ମଲାଟ ମଡ଼ାଇ ନେଉଥିଲୁ..... ଏହି କାମ ଏକ ବାର୍ଷିକ ଉତ୍ସବ ଭଳି ଲାଗୁଥିଲା....
🤗 ବର୍ଷ ସାରିବା ପରେ ବହି ବିକିବା ଏବଂ ନୂଆ କ୍ଲାସ ପାଇଁ ଗତ ବର୍ଷର ପୁରୁଣା ବହି କାହା ଠାରୁ କିଣିବା ପାଇଁ ଆମକୁ ଲାଜ ଲାଗୁନଥିଲା l
🤪 ଆମକୁ ପାଠ ପଢେଇବା ଏକ ବୋଝ ବୋଲି ଆମ ବାପା ମାଆଙ୍କୁ କେବେ ଲାଗୁନଥିଲା l.😞
🥸😎 ସ୍କୁଲରେ ସାର କିମ୍ବା ଦିଦିଙ୍କ ହାତରୁ ମାଡ଼ ଖାଇବା, ସ୍କୁଲ ବାରଣ୍ଡାରେ ଆଣ୍ଠେଇବା , କାନ ଧରି ଏକ ଗୋଡ଼ିକିଆ ଛିଡ଼ାହେବା କଷ୍ଟ ଲାଗୁଥିଲେ ମଧ୍ୟ "ଇଗୋ ପ୍ରୋବ୍ଲେମ " ନଥିଲା..... , ସତ କହିବାକୁ ଗଲେ " ଇଗୋ " କ'ଣ ଆମକୁ ଜଣା ନଥିଲା ........🧐😝
ଘରେ ଆଉ ସ୍କୁଲରେ ମାଡ଼ ଖାଇବା ଆମର ଦୈନିକ ଜୀବନର ଏକ ସାଧାରଣ ଘଟଣା ଥିଲା l
ମାଡ଼ ଦେଲାଵାଲା ଓ ମାଡ଼ ଖାଇବାଵାଲା ଦୁହେଁ ହିଁ ଖୁସିରେ ରହୁଥିଲେ , ମାଡ଼ ଖାଇବାଵାଲା ଏଥିପାଇଁ ଖୁସି ଯେ କାଲି ଠାରୁ ଆଜି ଟିକିଏ କମ ମାଡ଼ ହେଇଛି ଏବଂ ମାଡ଼ ଦେଲାଵାଲା ଏଇଥି ପାଇଁ ଖୁସି ଯେ ଆଜି ପୁଣି ବହେ ଦେଇଛି..... 😀 ......
😜 କାଠ ପଟାରେ ବ୍ୟାଟ ତିଆରି କରି ଜରି ଓ କନାରେ ରବର ଟ୍ୟୁବ ବାନ୍ଧି ବଲ ବନେଇ ଖାଲି ପାଦରେ କ୍ରିକେଟ ଖେଳିବାର ମଜା ଆମକୁ ହିଁ ଜଣା l
ଜଣେ ସାଙ୍ଗକୁ ସାଇକେଲର ଆଗ ଦଣ୍ଡାରେ ଓ ଆଉ ଜଣକୁ ପଛରେ କ୍ୟାରିୟରରେ ବସେଇ ସାଇ ସାଇ କେତେ ବୁଲିଛୁ..... ତା'ର ହିସାବ ନାହିଁ l ସତରେ ସାଇକେଲ ଚଲେଇବା ମଜା ହିଁ ନିଆରା.... ସାଇକେଲ ଚଲେଇବାକୁ ମିଳିଗଲେ ବହୁତ ଖୁସି ଲାଗୁଥିଲା l
😁 ଆମେ କେବେ ହାତ ଖର୍ଚ୍ଚ ( ପକେଟ ମନି ) କେବେ ବି ମାଗିନୁ କିମ୍ବା କେବେ ମଧ୍ୟ ମିଳିନାହିଁ....., ଏଥିପାଇଁ ଆମର ଆବଶ୍ୟକତା ବି ବହୁତ କମ ଥିଲା......, କେବେ କେବେ ଗାଣ୍ଠିଆ, ସେଉ, ବୁଟ ମିକ୍ସଚର କିମ୍ବା ମୁଡୁକି ପାଇଁ ଚାରିଅଣା ( ୨୫ ପଇସା ) ମିଳିଯାଉଥିଲା ତ ବହୁତ ଖୁସି....
ଛୋଟମୋଟ ଆବଶ୍ୟକତା ତ ଘରେ ଯିଏ କେହି ବି ପୂରଣ କରିଦେଉଥିଲେ କାରଣ ଯୌଥ ପରିବାର ଥିଲା.....
😁 ଆମେ .... ଆମର ବାପା ମାଆଙ୍କୁ କେବେ କହି ପାରିଲୁନି କି ଆମେ ତୁମକୁ କେତେ ଭଲ ପାଉଛୁ..... କାରଣ ଆମକୁ I love you କହିବା ଜଣା ହିଁ ନଥିଲା ... 😌
ଆଜି ଆମେ ଦୁନିଆଁରେ ଅନେକ ଧକ୍କା ଏବଂ ଦୁଃଖ କଷ୍ଟ ପାଇ ସଂଘର୍ଷ କରି କରି ଗୋଟିଏ ଯାଗାରେ ଯାଇ ପହଞ୍ଚି ଯାଇଛୁ..... କେତେଜଣଙ୍କୁ ଯିଏ ଯାହା ଚାହୁଁଥିଲା ତାହା ତାଙ୍କୁ ମିଳିଯାଇଛି ଏବଂ ଆଉ କାହାକୁ କିଛି ବି ମିଳିନି..... !
😇 ଆମେ ଦୁନିଆଁର ଯେ କୌଣସି ସ୍ଥାନରେ ବି ରହୁ, କିନ୍ତୁ ଏହା ସତ୍ୟ ଆମେ ବାସ୍ତବିକ ଦୁନିଆଁରେ ବଡ଼ ହେଇଛୁ ଏବଂ ଆମର ବାସ୍ତବିକତା ସହିତ ସାମନା ବାସ୍ତବରେ ହେଇଛି ........
😌 ଆମେ ଭଲ ଥିଲୁ କି ଖରାପ ଥିଲୁ .... ଜଣା ନାହିଁ ...କିନ୍ତୁ ଆମର ବି ଏକ ସମୟ ଥିଲା ,ଆଉ ଠିକ ଥିଲା .🤩🥰
Follow the JMS EDUCATION channel on WhatsApp: https://whatsapp.com/channel/0029Vad9SBjEwEjrElsFzY15
Brunda , Hi and welcome to "Swarup Tutorial"! Thank you for being a part of our community
Available now! Telegram Research 2025 — the year's key insights 
