The Odia Gyan
Open in Telegram
Every time Learning Jeneral knowledge Facts 💥 Ebook provide The Odia Gyan odia
Show more695
Subscribers
No data24 hours
-37 days
-930 days
Data loading in progress...
Similar Channels
Tags Cloud
No data
Any problems? Please refresh the page or contact our support manager.
Incoming and Outgoing Mentions
---
---
---
---
---
---
Attracting Subscribers
April '25
April '250
in 0 channels
March '250
in 0 channels
Get PRO
February '25
+8
in 4 channels
Get PRO
January '25
+7
in 4 channels
Get PRO
December '24
+9
in 5 channels
Get PRO
November '24
+4
in 1 channels
Get PRO
October '24
+1
in 0 channels
Get PRO
September '24
+54
in 5 channels
Get PRO
August '24
+101
in 8 channels
Get PRO
July '24
+37
in 6 channels
Get PRO
June '24
+6
in 1 channels
Get PRO
May '24
+12
in 6 channels
Get PRO
April '24
+10
in 6 channels
Get PRO
March '24
+19
in 6 channels
Get PRO
February '240
in 0 channels
Get PRO
January '240
in 0 channels
Get PRO
December '230
in 0 channels
Get PRO
November '230
in 0 channels
Get PRO
October '23
+3
in 0 channels
Get PRO
September '23
+4
in 0 channels
Get PRO
August '23
+7
in 0 channels
Get PRO
July '23
+4
in 0 channels
Get PRO
June '23
+10
in 0 channels
Get PRO
May '23
+16
in 0 channels
Get PRO
April '23
+39
in 0 channels
Get PRO
March '23
+87
in 0 channels
Get PRO
February '23
+22
in 0 channels
Get PRO
January '23
+133
in 0 channels
Get PRO
December '22
+150
in 0 channels
Get PRO
November '22
+68
in 0 channels
Get PRO
October '22
+8
in 0 channels
Get PRO
September '22
+4
in 0 channels
Get PRO
August '22
+12
in 0 channels
Get PRO
July '220
in 0 channels
Get PRO
June '220
in 0 channels
Get PRO
May '220
in 0 channels
Get PRO
April '22
+96
in 0 channels
Get PRO
March '220
in 0 channels
Get PRO
February '220
in 0 channels
Get PRO
January '220
in 0 channels
Get PRO
December '210
in 0 channels
Get PRO
November '210
in 0 channels
Get PRO
October '210
in 0 channels
Get PRO
September '210
in 0 channels
Get PRO
August '210
in 0 channels
Get PRO
July '210
in 0 channels
Get PRO
June '210
in 0 channels
Get PRO
May '21
+226
in 0 channels
| Date | Subscriber Growth | Mentions | Channels | |
| 03 April | 0 | |||
| 02 April | 0 | |||
| 01 April | 0 |
Channel Posts
| 2 | 🌝 ଲେକ୍ସାନନ୍ଦ ଉବାଚ 🌝
ଆଜି ଯେଉଁ ବିଷୟରେ ଲେଖିବି। କଥାଟି ପ୍ରାୟ ସମସ୍ତେ ଜାଣନ୍ତି। ଦେଖନ୍ତି, ଆଲୋଚନା ବି କରନ୍ତି। କିନ୍ତୁ କଥାଟି ଯେବେ ଜଣେ ଲେଖିବାକୁ ଚେଷ୍ଟା କରେ , ତା ଉପରେ ଆରମ୍ଭ ହୁଏ ଆରୋପ। ସତେ ଯେମିତି ସେ ଲେଖିକି ମସ୍ତବଡ଼ ଭୂଲଟେ କରି ପକେଇଲା। କିନ୍ତୁ ମୁଁ ଲେଖିବି। ଲେଖିବା ଜରୁରୀ। ଏ ସମସ୍ୟା ନୁହେଁ, କିନ୍ତୁ ଆଲୋଚନା ଜରୁରୀ। ଏ ବିଷୟ ସମ୍ପର୍କରେ ଲେଖିବା ପାଇଁ ପ୍ରେରଣା ଦେଇଛନ୍ତି ଅନେକ ଜଣ। ଛାଡନ୍ତୁ ବିଷୟ ଉପରକୁ ଆସିବା।
ଘଟଣା ଟି ଏ ପ୍ରକାରାନ୍ତ ଆରମ୍ଭ ହୁଏ। ମୋର ଜଣେ ସାନ ଭଉଣୀ ଥରେ ପଚାରିଲା " ଭାଇ ମୁଁ ହଷ୍ଟେଲ ରେ ପଢ଼ି ପାରୁ ନାହିଁ ?"। ମୁଁ କାରଣ ପଚାରିବା ରେ ବି ଅବହେଳା କରିଲି ନାହିଁ। ଯାହା ମୁଁ ଶେଷ ରେ ବୁଝିଲି ତାହା ଏମିତି। ଯେହେତୁ ସେ ଏକ ସରକାରୀ କଲେଜ ରେ ପଢ଼େ,ତାକୁ ସରକାରୀ ହଷ୍ଟେଲରେ ରୁମ୍ ମିଳି ଥିଲା। ସେ ରୁମ ରେ ପାଖା ପାଖି ୪ ଜଣ ରୁହନ୍ତି। ତା କହିବା ମୁତାବକ ଦୁଇ ଜଣଙ୍କର ବୟ ଫ୍ରେଣ୍ଡ୍ ଅଛି । ଏଇ ବୟସରେ ପ୍ରେମ କରିବେନି ଆଉ କୋଉ ବୟସ ରେ ପ୍ରେମ(?) କରିବେ। ଏଥିରେ ମୁଁ କିଛି ଅସୁବିଧା ପାଇଲି ନାହିଁ। ହଷ୍ଟେଲ ରେ ବି ଗୋଟେ ନୂଆ ପରମ୍ପରା ଅଛି। ଯଦି ତୁମ ସାଙ୍ଗଙ୍କର ପ୍ରେମିକ ଅଛି, ସେ ହେବ ତୁମ ଭାଇ। ଅନ୍ୟ ଝିଅ ମାନେ ସେ ପୁଅ କୁ ଭାଇ ବୋଲି ସମ୍ବୋଧନ କରନ୍ତି। ବିପରୀତ କ୍ଷେତ୍ରରେ ପୁଅ ମାନେ ଭଉଣୀ କରନ୍ତି କି ନାହିଁ , ମୁଁ ସନ୍ଦେହ ରେ ଅଛି। ତା କହିବା ମୁତାବକ ଏ ଦୁଇ ଜଣ ଦିନ ରାତି ଯେତେବେଳ ସମୟ ମିଳିଲା ଫୋନ୍ ରେ କଥା ହୁଅନ୍ତି। ରାତି ୨ ଯାଏ କୁଆଡେ ଭିଡ଼ିଓ କଲ୍ ରେ କଥା ଚାଲେ ବୋଲି ଏ ଦେଖିଛି। କେବେ କେବେ କୁଆଡେ ରାତି ପାହି ମଧ୍ୟ ସକାଳ ବି ହେଇ ଯାଏ। ଆଉ ଦିନ ବେଳା କ୍ଲାସ୍ ରେ ମେସେଜ ବି ଚାଲି ଥିବ। ମୁଁ ବୁଝିଲି ଯେ ପିଲାଏ ଏବେ ପ୍ରେମ ରେ ବ୍ୟସ୍ତ।ପାଠ ପଢ଼ିବାକୁ ଆଉ ସମୟ କାହିଁ !! ଆଉ କୁଆଡେ ଦିନେ ଦିନେ ମେସେଜ କି କଲ୍ ଆସିବା କିଛି ଦିନ ପାଇଁ ବନ୍ଦ ହେଇ ଯାଏ। କାରଣ କୁଆଡେ ସେମାନଙ୍କର ଝଗଡ଼ା ହେଇଛି। ସେ କହିଲା ଭାଇ ସେମାନେ ଝଗଡ଼ା କଲେ ମୁଁ ଶାନ୍ତି ରେ ଶୋଇ ପାରେ ନାହିଁ। ମୁଁ ଆଶ୍ଚର୍ଯ୍ୟ ହେଲି, ସେମାନେ ଝଗଡ଼ା କଲେ ତୁ କାହିଁକି ଶୋଇ ପାରୁ ନାହ୍ନୁ। ଝଗଡ଼ା ହେବ ମାନେ ତା ସାଙ୍ଗ କୁଆଡେ କାନ୍ଦେ। ଖାଏନି। ଘରକୁ ବି କଲ୍ କରେନି। ସବୁ ବେଳେ ଖଟ ଉପରେ ପଡ଼ି କି ରୁହେ। ଏତିକି ରେ କଥା ସରେନି। ସେ ପୁଅ ଅନ୍ୟ ସମସ୍ତଙ୍କୁ କଲ୍ କରେ । ସେ ଝିଅ କଣ କରୁଛି ଏମାନଙ୍କର ପାଖରୁ ଵୁଝେ। ସାଙ୍ଗର ବୟଫ୍ରେଣ୍ଡ୍ କଲ୍ ନ ଉଠେଇଲେ ଆଉ ତ୍ରାହି ନାହିଁ। ଘନଘନ କଲ୍ ଆଉ ମେସେଜ । ସେମାନେ ମୋତେ ମଝିରେ ରଖି ଝଗଡ଼ା କରନ୍ତି। ସେ ପୁଅ ତା ସପକ୍ଷ ରେ ମୋତେ କହୁ ଥିବ ତ ପୁଣି ମୋ ସାଙ୍ଗ ସେ ପୁଅ ବିପକ୍ଷ ରେ ମୋତେ କହୁଥିବ। ସତେ ଯେମିତି ମୁଁ ଜଜ୍। ମୁଁ ବିଚରା ବଳି ପଡେ। ଏଇ ଝଗଡ଼ା ପୁଣି ଶାନ୍ତ ପଡ଼ି ଯାଏ। ପୁଣି ପ୍ରେମ ଗପ ଚାଲେ। ଏତିକି ରେ କୋଉ ତ୍ରାହି ଅଛି। ଯଦି ସେମାନଙ୍କର ଭିତରୁ କାହାର ଗୋଟେ ଜନ୍ମ ଦିନ ଆସୁଥିବ, ଗୋଟେ ଯାତ୍ରା ଚାଲେ ରୁମ୍ ରେ। ସେ ପୁଅ ଦୂରରେ ରହିଲେ ବି ଆମ ରୁମ ରେ କେକ୍ କଟାଯାଏ । ସଜା ହୁଏ। ଭିଡ଼ିଓ କଲ୍ ରେ ସେ ସବୁର ଲାଇଭ ଷ୍ଟ୍ରିମିଙ୍ଗ ହୁଏ। କଥା କଣ ଏତିକି କି ! ଗୋଟେ କଣ ମାସିକିଆ ବ୍ରେକ ଅପ ହୁଏ। ମାସକ ଯାଏ ସବୁ ବନ୍ଦ। ମଣିଷ ଟିକେ ଶାନ୍ତି ରେ ନିଃଶ୍ୱାସ ମାରେ। ବିଚରା କଷ୍ଟ ପାଏ ସେତେବେଳେ WhatsApp ଆଉ ଇନଷ୍ଟା। ଯୋଉ ହୃଦୟ ଭଙ୍ଗା ଷ୍ଟାଟସ୍। ଏମିତି ଲାଗେ ଇଏ ଆତ୍ମହତ୍ୟା କରି ଦେବନି ତ!! ଇୟେ କଥା କଣ ସେତିକି ସୋସିଆଲ ମିଡିଆରେ ବ୍ଲକ କରା କରି ହେବେ। DP CHANGE ହେବ। ହେଲୋ ଟ୍ୟୁନ ବଦଳା ଯିବ। ଏଇମିତି ସବୁ ଘଟଣା କ୍ରମ।
ମୋର କହିବା କଥା ଏପରି ଘଟଣା ଯୁବପିଢି ମାନଙ୍କ କ୍ଷେତ୍ରରେ ଘଟୁଛି। କେବଳ ଝିଅଟେ ନୁହେଁ, ପୁଅ ମାନଙ୍କ କ୍ଷେତ୍ରରେ ଅନୁରୂପ ଘଟଣା ମଧ୍ୟ ଦେଖା ଯାଉଛି। ଏଇପରି ଘଟଣାର ପ୍ରତିକ୍ରିୟା ଭଳି ଆତ୍ମହତ୍ୟା, ଅଶ୍ଳୀଳ ଭିଡ଼ିଓ ଭାଇରାଲ୍, ମାନସିକ ଦୁଶ୍ଚିନ୍ତା ଏପରିକି ବଳାତ୍କାର ଖବର ମଧ୍ୟ ଆସିବାର ନଜିର ଅଛି। ଏ ସବୁ ପ୍ରେମ ନାମ ରେ ଭାଣ୍ଡାମୀ। ପ୍ରେମ ଏପରି ପ୍ରକାର ରେ ହେଉଛି ଯେ ଜଣେ ମେଧାବୀ ଛାତ୍ର ବି ଫେଲ୍ ହେଇ କ୍ୟାରିୟର ବର୍ବାଦ କରୁଛି। ପୁଣି କିଏ ହାତ କାଟିଲାଣି ତ ପୁଣି କିଏ ଫୋନ୍ ରାଗି କି ଭାଙ୍ଗିଲାଣି ! ଆପଣ ଭାବନ୍ତୁ ଜଣେ ଯଦି ଏଇ ସବୁଥିରେ ଦିନ ସାରା ସମୟ ଦେବ ସେ ପଢ଼ିବ କେତେବେଳେ। ଏଇ ଯୋଉ ପ୍ରେମ(?) ଏପରି ଅବସ୍ଥାକୁ ଚାଲି ଆସିଲାଣି ଯେ , ଜଣା ନାହିଁ ଜଣେ ମଣିଷର ପ୍ରେମିକା/ପ୍ରେମିକ ଋତୁ ଭଳି ପରିବର୍ତ୍ତନ ହୁଅନ୍ତି। ଅବଶ୍ୟ ଆଗ ଭଳି ଝିଅ - ପୁଅ ଫେରାର ହେବା କମିଗଲାଣି। ସତ କଥା ହେଲା ପ୍ରେମ ଭଳି ପବିତ୍ର ଜିନିଷ ଏମାନଙ୍କ ପାଇଁ ଆଜି କଳୁଷିତ ହେଉଛି। ଯାହା ତ OYO COMPANY କୁ ବଦନାମ୍ କଲେ। ଏ ଘଟଣା ସବୁ ବେଶୀ ବର୍ଷର ନୁହେଁ। ଏଇ କିଛି ବର୍ଷ ଭିତରେ ବିକଟାଳ ରୂପ ଧାରଣ କରିଛି। ବୋଧେ ହୁଏ ଏହାକୁ ପ୍ରେମ ନ କୁହା ଯାଇ, ଅଲଗା କିଛି କୁହା କଲେ ପ୍ରେମ ଶବ୍ଦର ମର୍ଯ୍ୟାଦା ରହିବ।
✍️ LEXBHAI | 3 486 |
| 3 | Happy Republic day | 309 |
| 4 | ଆଜିର ଗପ | 362 |
| 5 | 🌸 ଆଜିର ଗପ 🌸
ଗପ - ଘାସ
ଗାଳ୍ପିକ - ରାଜକିଶୋର ପଟ୍ଟନାୟକ | 445 |
| 6 | ଆଜିର ଗପ | 418 |
| 7 | 🌸 ଲେକ୍ସାନନ୍ଦ ଉବାଚ 🌸
ଓଡ଼ିଆରେ ଭଜନ ଅନେକ ଅଛି। ଭଜନ ସମ୍ରାଟଙ୍କ ଠାରୁ ଆରମ୍ଭ କରି ନମିତା ଅଗ୍ରୱାଲଙ୍କ ପର୍ଯ୍ୟନ୍ତ ଅନେକ ଗାୟକ ନିଜର କାଳଜୟୀ ଭଜନ ସୃଷ୍ଟି କରି ଓଡ଼ିଆ ସଙ୍ଗୀତ ସହ ,ସାହିତ୍ୟ ଜଗତକୁ ମଧ୍ୟ ପରିସ୍ଫୁଟ କରିଛନ୍ତି। ନମିତା ଅଗ୍ରୱାଲଙ୍କ ଗୋଟେ ଭଜନ ଥିଲା " ଜଗନ୍ନାଥ ହୋ କିଛି ମାଗୁ ନାହିଁ ତୋତେ "। ସତରେ ଚମତ୍କାର ସେ ଭଜନ। ଆଖିରୁ ଲୁହ ଆସି ଯାଏ ସେ ଭଜନରେ। ସବୁଠାରୁ ଉତ୍କର୍ଷ ହେଲା ଭଜନର ଶବ୍ଦ। ବନମାଳୀ ଦାସ ସେ ଗୀତ ରଚନା ବେଳେ ତାଙ୍କ ମସ୍ତିଷ୍କ ସାହିତ୍ୟ,ଭକ୍ତି ଆଉ ସମର୍ପଣର କେଉଁ ଉଚ୍ଚତର ସୋପାନରେ ଥାଇ ଲେଖିଥିବେ ତାହା ବିସ୍ମୟ ଠାରୁ କମ୍ ନୁହେଁ। ଗୋଟେ ଗୋଟେ ସମୟ ଭିତରେ ଏମିତି କାଳଜୟୀ ଗୀତ ଲେଖା ଯାଏ,ଯାହା ସବୁଦିନ ପାଇଁ ଅମର ରୁହେ। ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସଙ୍କ " ବାଧିଲା ଜାଣି କ୍ଷମା" , ଭଜନ ସମ୍ରାଟଙ୍କ " କୋଠ ଭୋଗ ଖିଆ" ସେଇଭଳି ସବୁ ଅମର ଭଜନ। ଆମ ଜେଜେ ପସନ୍ଦ କରୁଥିଲେ, ବାପା ବି ପସନ୍ଦ କରୁଥିଲେ , ମୁଁ ବି ପସନ୍ଦ କରୁଛି। ଆମ ପରପିଢ଼ି ବି ସେମିତି ପସନ୍ଦ କରିବେ। ସାହିତ୍ୟ କେତେ ଯେ କାଳଜୟୀ ,ତାହା ସହଜରେ ଏଇଠୁ ଅନୁମେୟ । ଅନେକ ଦିନ ତଳେ ପଢ଼ି ଥିଲି , ଗପ ଗଢ଼ିବା ଏମିତି ଏକ ସୃଜନ କଳା,ଯେଉଁଥିରେ ସିଦ୍ଧି କେବେ କାହାକୁ ମିଳେ ନାହିଁ। ସେଥି ପାଇଁ ଭଲ ଗପ ଥାଏ,ଭଲ ଗାଳ୍ପିକ କେହି ନଥାନ୍ତି। କାରଣ ଶହେ ଦୁର୍ବଳ ଗଳ୍ପ ଉପରେ ଗୋଟିଏ ସଫଳ ଗପ ମୁଣ୍ଡ ଟେକି ଛିଡ଼ା ହୁଏ। ସେହି ଗଳ୍ପଟି ପାଇଁ ଗାଳ୍ପିକ/ଗାଳ୍ପିକା ପରିଚିତ ପାଆନ୍ତି। ବହୁ ମାତ୍ରାରେ ପରିଚିତ କିମ୍ବା ପ୍ରସିଦ୍ଧି ହେଲାପରେ ବି ଦୁର୍ବଳ କାହାଣୀ ଆସିପାରେ। ଏହା ଅତ୍ୟନ୍ତ ସ୍ଵାଭାବିକ କଥା। କାରଣ ପ୍ରସିଦ୍ଧି ସହ ସିଦ୍ଧିର କୌଣସି ସମ୍ପର୍କ ନାହିଁ। ଓଡ଼ିଆ ସାହିତ୍ୟରେ ବି ଏମିତି ଅନେକ କାଳଜୟୀ ଲେଖା ଅଛି। ମୁଁ ବେଳେ ବେଳେ ଆଶ୍ଚର୍ଯ୍ୟ ହୁଏ ଯେଉଁ କଥା ଜଣେ ସାଧାରଣ ବ୍ୟକ୍ତି ସହଜରେ ଭାବିପାରେ ନାହିଁ, ତାକୁ ଜଣେ ବ୍ୟକ୍ତି ଏତେ ସୁନ୍ଦରରେ ଲେଖି ପାରେ କେମିତି ? ମୁଁ କିଛି ଦିନ ତଳେ ଗୋଟେ କବିତାର ଧାଡ଼ି ଦେଇ ଥିଲି " ଦୁନିଆରେ କେତେ ପାପ ଯାଉ ନାହିଁ ଅନ୍ଧାର କୋଳେ ଲୁଚି, ହେଲେ ଏଣେ ଦେଖ କିଏ ଦୋଷ ନିଏ ଖାଲି ଟିକେ ଗପ କରି। ମୁଁ ଜାଣିନି କେତେ ଜଣ ଏହାର ଅର୍ଥ ବୁଝି ଥିଲେ। ମୁଁ ବୁଝେଇ ଦେଉଛି। ଦୁନିଆରେ ଅନେକ ପାପ ହେଉଛି। ଅନେକ ପାପୀ ବି ଅଛନ୍ତି। ସବୁ ପାପ କଣ ଜଣା ପଡ଼ୁଛି ? ସବୁ ପାପୀ କଣ ଧରା ପଡ଼ୁଛନ୍ତି ? ସମୟ ସହ ଅନେକ ପାପ ଆଉ ପାପୀ ଲୁଚି ଯାଉଛନ୍ତି। ଏଣେ କିଏ ଟିକେ ସେ ପାପ ବିଷୟରେ କଥା ହେଇ କି ବି ସବୁ ଦୋଷ ତାକୁ ଦିଆ ଯାଉଛି। ଆପଣ ଦେଖିଥିବେ ବେଳେବେଳେ ଆପଣ କିଛି କରି ନଥିବେ କିମ୍ବା ଆପଣଙ୍କର କୌଣସି ବି ସେ ଘଟଣାରେ ଆପଣଙ୍କ ଅବଦାନ ନଥିବ। କେବଳ ଆପଣ ସେଥି ଥିଲେ ବୋଲି କିମ୍ବା ସେ ବିଷୟରେ କହିଦେଲେ ବୋଲି ଆପଣ ହିଁ ଦୋଷୀ ହେଇ ଯାଆନ୍ତି ସେଥି। ବାସ୍ କଥା ଟି ଏତିକି। ତାକୁ ଏତେ ଚିନ୍ତାଶୀଳ ଶବ୍ଦରେ ଲେଖିବା କଣ ସବୁ ବ୍ୟକ୍ତିଙ୍କ ପାଖରେ ସମ୍ଭବ ? ହୁଏତ ସବୁ ମଣିଷଙ୍କ ଦେହରେ ରକ୍ତ,ମାଂସ,ହାଡ଼ ସମାନ ଭାବରେ ଥାଇ ପାରେ। କିନ୍ତୁ ମଣିଷର ବୁଦ୍ଧି,ଚିନ୍ତା କରିବାର ଦକ୍ଷତା ନେଇ ମଣିଷ ଭିନ୍ନ। କେବେ ବି ସବୁ ମଣିଷ ସମାନ ନୁହଁନ୍ତି। ହୁଏତ ସମସ୍ତଙ୍କ ପାଖରେ ସମାନ ଦକ୍ଷତା ଥାଇ ପାରେ। ଦକ୍ଷତାର ବ୍ୟବହାର ହିଁ ସେମାନଙ୍କୁ ଭିଡ଼ ଭିତରୁ ଅଲଗା କରେ। ସାହିତ୍ୟ ଗୋଟେ ଉପଲବ୍ଧିର ବିଷୟ। ତେଣୁ ଆପଣ ଯାହା ବୁଝି ପାରୁ ନାହାଁନ୍ତି, ତାହା ଅନ୍ୟ ଜଣେ ବୁଝୁଛନ୍ତି। ଯାହା ଆପଣ କେବେ ଚିନ୍ତା କରି ପାରୁ ନାହାଁନ୍ତି,ତାହାକୁ ନେଇ ଅନ୍ୟ ଜଣେ ସମ୍ପୂର୍ଣ୍ଣ କବିତା ଟେ ଲେଖି ଦେଉଛନ୍ତି । ସମସ୍ତଙ୍କୁ ଭଗବାନ କିଛି ନା କିଛି ଭିନ୍ନ ଜ୍ଞାନ ପ୍ରଦାନ କରିଛନ୍ତି। କଳାକାରକୁ ହୁଏତ ଆପଣ ଘୃଣା କରି ପାରନ୍ତି। ଜଣେ କଳାକାରର କଳାକୁ ଅସମ୍ମାନ , ହତ୍ୟା ସହ ସମାନ। | 360 |
| 8 | ଭଲ ଲେଖାଟିଏ | 313 |
| 9 | ଆଜିର ଗପ | 2 095 |
| 10 | No text... | 397 |
| 11 | ଆଜିର ଭଲ ଲେଖା | 282 |
| 12 | ଭଲ ଲେଖା | 370 |
| 13 | 🌸 ଲେକ୍ସାନନ୍ଦ ଉବାଚ 🌸
ବର୍ଷର ପ୍ରଥମ ଉବାଚ
ଏମିତି କେବେ ହେଇଛି, ଆପଣ ଅନୁତାପ କରିଛନ୍ତି ଗୋଟେ ଛୋଟ ଗୋଟେ ଘଟଣା ପାଇଁ। ହୁଏତ ସେ ଘଟଣା ଆପଣଙ୍କ ଜୀବନରେ ସହଜରେ ଭୁଲି ହେଉଥିବା ଘଟଣା ହେଇ ଥାଇ ପାରେ। କିନ୍ତୁ ସେ ସମୟରେ ଘଟଣାର ବ୍ୟଗ୍ରତା ଏବଂ ଅନୁତାପ , ମନ ଭିତରେ ବୃହତ୍ ଅଗ୍ନିକାଣ୍ଡ ସୃଷ୍ଟି କରିବାର ସାମର୍ଥ୍ୟ ରଖେ। ସମୟ ଚକ୍ରରେ ଘଟଣାଟି ନ୍ୟୁନ ହେଇ ଥାଇ ପରେ, ଘଟଣା ପରବର୍ତ୍ତୀ ପରିଥି ଭିତରେ ମନକୁ କେମିତି କୁହୁଳି ପକାଏ। ଘଟଣା କୌଣସି ପ୍ରକାର ବି ହେଇ ଥାଇ ପାରେ। ହୁଏତ ଆପଣ ଭୂଲ କରି ଥାଇ ପାରନ୍ତି, ନ କରି ଥାଇ ବି ପାରନ୍ତି। କିଛି ଗୋଟେ ନ କରି ପାରିବାର ଅବଶୋଷରେ ବି ଥାଇ ପାରନ୍ତି, କିଛି ଗୋଟେ କରିଥିବାର ଦୁଃଖରେ ବି ଥାଇ ପାରନ୍ତି। ସବୁଠାରୁ ଅଧିକ କଷ୍ଟ ସେହି ଜାଗାରେ ମଣିଷକୁ ଲାଗେ, ଯେଉଁଠି ସେ ବୁଝିପାରେ ଯେ। ଯଦି ସେଦିନ ଏମିତି ନ କରି ସେମିତି କରି ଥାଆନ୍ତା ,ଆଜି ବୋଧହୁଏ ଘଟଣା ଅଲଗା କିଛି ହେଇ ଥାଆନ୍ତା। ସବୁ କିଛି ପୂର୍ବ ପରି ଠିକ୍ ଲାଗି ଥାଆନ୍ତା। ନ କରି ପାରିବାର କାଳାଶଂ ଟା ମଣିଷକୁ ମାଡ଼ି ବସେ। ସମୟର କାଳଖଣ୍ଡରେ ପୂର୍ବବତ ସମୟ ଏବେ ଇତିହାସ। ଇତିହାସକୁ କେବେ ବଦଳା ଯାଇ ପାରିନି। ସବୁବେଳେ ଇତିହାସ ଜାଳିଛି ମଣିଷକୁ। କେଜାଣି କେତେ ରାତିର ନିଦ ହଜିଛି ସେ ଇତିହାସ ପାଇଁ। କେତେ ତକିଆ ମାଡ଼ି ପଡ଼ି ରହିଛି ମଣିଷ। ହେଲେ ବଦଳିନି କିଛି। ହୁଏତ ଅନେକ ବର୍ଷ ପରେ ଘଟଣାର ବ୍ୟଗ୍ରତା କମ୍ ହେଇ ଯାଇ ପାରେ। କିନ୍ତୁ ପରିସ୍ଥିତି ପୁରୁଣା କୁହୁଳା ନିଆଁକୁ ଜଳାଏ। ପୁଣି ସେ ସମୟରେ ,ସେହି କଥାଟି ହିଁ କେବଳ କଷ୍ଟ ଦିଏ।
ଏକଥା ସ୍ପଷ୍ଟ କୌଣସି ଘଟଣା ବିନା କୌଣସି ଉଦ୍ଦେଶ୍ୟରେ ଏ ସଂସାରରେ ଘଟି ନଥାଏ। ଏଇ ଗୋଟେ ଛୋଟ ଘଟଣା ପାଇଁ , ହୁଏତ କାହା ଜୀବନରେ ବଡ଼ ପରିବର୍ତ୍ତନ ଘଟି ଯାଇ ପାରେ। ସାଧାରଣ ଗାୟକ ଟେ, ଗୋଟେ ଅସାଧାରଣ ଉପନ୍ୟାସ ରଚନା କରି ଦେଇ ପାରେ। ଏମିତି କେତେ କଣ !! ମଣିଷ ସବୁବେଳେ ଅନ୍ୟମନସ୍କ ହେଇଛି, ତା ଜୀବନର କୋଉ ଗୋଟେ ଇତିହାସକୁ ନେଇ। ପୁଣି କେବେ ଗୋଟେ ଚରିତ୍ର ଏମିତି ଅନେକ। ଜୀବନରେ ଅନେକ ଚରିତ୍ର ଆସନ୍ତି,ଯାଆନ୍ତି। ଏଇ ସବୁ ଅସଜଡା ଚରିତ୍ର ମାନେ ଜୀବନର ଗୋଟେ ଗୋଟେ ଝଡ଼। ବିନା ନିମନ୍ତ୍ରଣରେ ସେମାନେ ଆସନ୍ତି। ବର୍ଷା ବାହାନାରେ ଝଡ଼ କରି ଚାଲି ଯାଆନ୍ତି। ଝଡ଼ ରେ ମଣିଷ ଥୁଣ୍ଟା ହେଇ ଯିବା ପରେ, ପୁଣି ମଣିଷ ମୁଣ୍ଡ ଟେକି ଠିଆ ହୁଏ। ଏମିତି ତ ହିଁ ଜୀବନ। ମୌସୁମୀକୁ ଅପେକ୍ଷା କରିବାକୁ ହେଲେ, ନିଦାଘକୁ ଭୋଗିବାକୁ ପଡେ। କେହି ପାରିନି ସଜାଡି ଜୀବନକୁ। ଜୀବନ ଗୋଟେ ବେମୁରିଆ। ନିଜ ମନକୁ ମନ ଚାଲେ। କେବେ ମାନେନି ମଣିଷର କଥା। ଜୀବନ କେବେ ପିଚୁ ରାସ୍ତା ତ ପୁଣି କେବେ ଖାଲ ଢିପ ର ରାସ୍ତା। ଏଇ ସିଧା, ବଙ୍କା, ଉଠାନି, ଗଡାନି ଦେଇ ସରେ ଜୀବନ । ହଜି ଯାଏ ମଣିଷ। ତାପରେ.....
ଜୀବନକୁ ନେଇ କେବେ ମୋର ଅଭିଯୋଗ ନାହିଁ। କାହା ପାଖରେ ଅଭିଯୋଗ କରି ଥାଆନ୍ତି କି ? ମୋ ପାଖରେ ନା ଈଶ୍ବରଙ୍କ ପାଖରେ ? ଈଶ୍ୱର କାହାକୁ ଦୁଃଖରେ ରଖି ନାହାଁନ୍ତି । ସମସ୍ତେ ନିଜ ସାଧ୍ୟ ଅନୁସାରେ ଖୁସିରେ ଅଛନ୍ତି। ମୁଁ ବି ଖୁସି ଅଛି, ସେଥି ପାଇଁ ଈଶ୍ୱର ଧନ୍ୟବାଦର ପାତ୍ର। ଦୁଃଖ କେବଳ ମୁଁ ହିଁ ସୃଷ୍ଟି କରୁଛି। ମୋର ପ୍ରତ୍ୟେକ ଦୁଃଖର କାରଣ ମୁଁ ନିଜେ। ଅଯଥା ଈଶ୍ବରଙ୍କ ଦୋଷ ଦେଇ ତ ମଣିଷ କେବଳ ନିଜକୁ ଭୁଲାଇ ଥାଇ ପାରେ। ନିଜକୁ କଣ ମିଛ କହି ହୁଏ ? ଜୀବନକୁ ଯଦି ଭୋଗିବାଟା ଦୁଃଖ ହୁଏ, ତେବେ ଏ ସଂସାର ଦୁଃଖମୟ। ଏ ସଂସାର କେବଳ ଗୋଟିଏ ଦୁଃଖ ମୋର ମନେ ହୁଏ। ଏ ସଂସାର କେତେ ସୁନ୍ଦର। ଏଠି ଗଛ ଅଛି,ଫୁଲ ଅଛି, ଫଳ ଅଛି, କେତେ ରଙ୍ଗର ପଶୁପକ୍ଷୀ ଅଛନ୍ତି ଆଉ କେତେ ରଙ୍ଗ ବଦଳାଉଥିବା ମଣିଷ ମାନେ ବି ଅଛନ୍ତି। କିନ୍ତୁ ମୋତେ ଦିନେ ଏ ସବୁ ଛାଡି ଯିବାକୁ ପଡିବ। ବାସ୍ ଏତିକି ହିଁ ଦୁଃଖ। ଜୀବନକୁ ଭୋଗି ପାରୁନଥିବା ମଣିଷ ମାନଙ୍କ ଅଭିଯୋଗ ବେଶୀ। ଅଭିଯୋଗ ଛାଡି ଜୀବନକୁ ଗ୍ରହଣ କରି ପାରିଲେ ଜୀବନ ସୁନ୍ଦର । ଆଉ ଶେଷ କେବଳ ଦୁଇ ପୁଡ଼ା ନାକରୁ ପବନ ଶେଷ ଥର ଯିବା ଯାଏ.....ବୋଧ ହୁଏ ସେଇଟା ମୃତ୍ୟୁ।
✍️ LEXBHAI
ପଢନ୍ତୁ। ଆଉ କେମିତି ଲାଗିଲା ଆପଣଙ୍କ ମତାମତ ନିଶ୍ଚୟ ଦେଇ କି ଯାଆନ୍ତୁ। ଅପେକ୍ଷା ରେ...... | 2 383 |
| 14 | ଓଡ଼ିଆ ବର୍ଣ୍ଣମାଳାରେ ନିତି ଶିକ୍ଷା।
----------------------------------------
ଅ - ଅଳସୁଆ ହେବ ନାହିଁ ଜୀବନେ।
ଆ - ଆଦର କରିବେ ତୁମକୁ ଜନେ।
ଇ - ଇହଧାମେ ନିତି ପୂଜି ଶାରଦା।
ଈ - ଈଶ୍ୱରଙ୍କୁ ଭକ୍ତି କରିବ ସଦା।
ଉ - ଉଠିବ ଶେଯରୁ ଯେତେ ସଅଳI
ଊ - ଊଣା ହେବ ନାହିଁ ଆୟୁଷ ଫଳ।
ଋ - ଋଣ ନେବ ନାହିଁ କେବେ ଜୀବନେ।
ୠ - ୠଷି ମୁନୀ ଲେଖିଛନ୍ତି ପୁରାଣେ।
ଏ - ଏମିତି ଜୀବନଚର୍ଯ୍ୟା ପାଳିଲେ।
ଐ - ଐଶ୍ୱର୍ଯ୍ୟ ଲଭିବ ନିଶ୍ଚୟ ପିଲେ।
ଓ - ଓଁକାର ଶବଦ ଜପିବ ନିତି।
ଔ - ଔଷଧ ପ୍ରମାଣେ ଜଗତ ଜିତି।
କ - କଥା କହୁଥିବ ମଧୁର ସ୍ୱରେ।
ଖ - ଖଳ ପ୍ରକୃତିରୁ ରହିବ ଦୂରେ।
ଗ - ଗଗନ ସଦୃଶ ହୁଅ ନିର୍ମଳ।
ଘ - ଘେନ ରାମ କୃଷ୍ଣ ନାମ ଯୁଗଳ।
ଙ - ଡର ରଖିଥିବ ପାପ କର୍ମକୁ।
ଚ - ଚଳିବ ତେବେଟି ସ୍ୱର୍ଗ ଧାମକୁ।
ଛ - ଛଳନା ନକଲେ କାହା ସାଥିରେ।
ଜ - ଜାଗା ମିଳିଯିବ ବୈକୁଣ୍ଠପୁରେ।
ଝ - ଝଗଡ଼ା ଝାମେଲା ନକଲେ କେବେ।
ଞ - ଜ୍ଞାନୀ ବୋଲି ଜନ ନିଶ୍ଚେ କହିବେ।
ଟ - ଟଙ୍କା ଗଣି କାରବାର କରିବ।
ଠ - ଠକାମି ଗୁଣ ବର୍ଜନ କରିବ।
ଡ଼ - ଡମ୍ବରୁଧର ସେହି ବାବା ଭୋଳା'
ଢ଼ - ଢାଲ ପିନ୍ଧି କରନ୍ତି ଲୀଳାଖେଳା।
ଣ - ନଇଁଥିଲେ ତାଙ୍କ ପାଦରେ ମଥା।
ତ - ତହିଁରୁ ହୋଇବ ଜଗତଜିତା।
ଥ - ଥକାମନ ଥରେ ଭଜ ତାହାଙ୍କୁ।
ଦ - ଦରଶନ କର ମହାଦେବଙ୍କୁ।
ଧ - ଧନ ଅରଜନ ଲୋଭରେ ରହି।
ନ - ନକହିବ ମିଥ୍ୟା କଥାଟି କେହି।
ପ - ପାପ ଛାଡ଼ି ତୁମେ କର ଧରମ।
ଫ - ଫାସରେ ନହେଲେ ବାନ୍ଧିବ ଯମ।
ଵ - ବଣ ଜଙ୍ଗଲକୁ କାଟିବ ନାହିଁ।
ଭ - ଭରପୁର ଚାରା ରୋପିବ ନେଇ।
ମ - ମନକୁ ନିଶ୍ଚଳ ରଖିବା ପାଇଁ।
ଯ - ଯିବ କସରତେ ସକାଳୁ ଧାଇଁ।
ର - ରହିବ ସୁଖରେ ସାରା ଜୀବନ।
ଳ - ଲୟ ରଖି ଭଜ ହେ ପଞ୍ଚାନନ।
ଵ - ବନମାଳୀ ତୋତେ କରିବେ ପାରି।
ଶ - ଶରଣ ଚରଣେ ରଖିବୁ ହରି।
ଷ - ଷଡ଼ରିପୁ ତୋର ସେହି ହରିବେ।
ସ -ସମର୍ପଣ ହୁଅ ତାଙ୍କରି ପାଦେ।
ହ - ହରି ଭଜୁଥିଲେ ଶୁଣ କୁମର
କ୍ଷ - କ୍ଷୟ ହେବ ଦୁଃଖ କ୍ଳେଶ ତୋହର।
ୟ - ଯିବୁନାହିଁ ଅବାଟରେ ମନୁଆ
ଲ - ଲାଗିବ ନହେଲେ ପାଦରେ ନିଆଁ।
WhatsApp Channel Join
https://whatsapp.com/channel/0029VaUhaMzCsU9MHcJJfG3L | 307 |
| 15 | ଆଜିର ଗପ | 248 |
| 16 | ନୂଆ ବର୍ଷର ସଂକଳ୍ପ ଓ ତା'ପରଦିନ | 285 |
| 17 | ଆଜିର ଗପ | 280 |
| 18 | No text... | 255 |
| 19 | ନୂଆବର୍ଷ ବଣ ଭୋଜି ଭାରି ମନେ ପଡେ। | 326 |
| 20 | କିଛି କଥା ସ୍ମୃତି ହେଲା
କିଛି କଥା ବ୍ୟଥା ଦେଲା
କିଛି ସ୍ଵପ୍ନ ଭାଙ୍ଗି ଗଲା
କିଛି ସ୍ୱପ୍ନ ପୁରା ହେଲା
କିଛି ଦୁଃଖ ସରିଗଲା
କିଛି ଦୁଃଖ ରହିଗଲା
କିଛି କ୍ଷଣ ସୁଖି କଲା
କିଛି ଆଶା ମାରିଦେଲା
କିଛି ସମ୍ପର୍କ ସରିଗଲା
କିଛି ସମ୍ପର୍କ ଗଢ଼ାହେଲା
କିଛି ଲୁହ ଝରିଗଲା
କିଛି କୋହ ହଜିଗଲା
କିଛି ମୁହଁ ଲୁଚିଗଲା
କିଛି ମୁହଁ ଦିଶିଗଲା
କିଛି କିଛି ମିଶି ଗଲା
ଦିନ ପରେ ଦିନ ଗଲା
ବର୍ଷ ଏକ ବିତିଗଲା...
ଜୀବନ ରୁ ଗୋଟେ ବର୍ଷ ର ଅବସାନ ଘଟିଗଲା
୨୦୨୪ ସନ ଦେଖୁ ଦେଖୁ ୨୦୨୫ ଆସିଗଲା
~ ମୋନାଲିସା | 259 |
