1 509
订阅者
-124 小时
-17 天
-430 天
帖子存档
*ଖବର ଆଜିର*
ତାରିଖ:୨୯/୦୭/୨୬, ବୁଧବାର
୧-ଲଗାଣ ବର୍ଷାରେ ବେହାଲ ସାରା ଓଡ଼ିଶା, ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ସବୁଠି ଜଳବନ୍ଦୀ ସ୍ଥିତି। ବୈତରଣୀରେ ଆସୁଛି ବଡ଼ ବନ୍ୟା।
୨-ପୁରୀ:ଆଜି ବନକଲାଗି ନୀତି, ସନ୍ଧ୍ୟା ୬ରୁ ରାତି ୧୧ଟା ଯାଏଁ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
୩-ଭୁବନେଶ୍ବର: ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ । ଘୋଷଣା କଲେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ।
୪-ବର୍ଷା-ବନ୍ୟା ପାଇଁ ବଡ଼ ନିଷ୍ପତ୍ତି,ଭଦ୍ରକ ଓ ବାଲେଶ୍ବରରେ ବନ୍ଦ ରହିବ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡି।
୫-ନନ୍ଦନକାନନ:ପଟିଆ-ତ୍ରିଶୁଳିଆ ରାସ୍ତାରେ ବୁଲାଗୋରୁ,ମାସକରେ ହେଲାଣି ୫୬ଟି ଦୁର୍ଘଟଣା।
୬-ଯାଜପୁର:ଖରସ୍ରୋତା ନଦୀରେ ପୁଣି କୁମ୍ଭୀର ଆତଙ୍କ; ଗାଧୋଉଥିବା ବେଳେ ୫୨ ବର୍ଷୀୟ ବ୍ୟକ୍ତିଙ୍କୁ ଟାଣିନେଲା କୁମ୍ଭୀର।
୭-ଭିତରକନିକାରେ ସରିଲା କୁମ୍ଭୀର ବସା ଗଣନା, ଚିହ୍ନଟ ହେଲା ୧୧୭ଟି ବସା।
୮-ଆଜି ‘ମହାପ୍ରଭୁ ଜଗନ୍ନାଥ’ ଫିଲ୍ମ ରିଲିଜ୍ ଉପରେ ଶୁଣାଣି, ଧର୍ମୀୟ ଭାବନାକୁ ଆଘାତ ଅଭିଯାଗରେ ହୋଇଛି ମାମଲା।
୯-ସିଏମଓରୁ ଫାଇଲ ହଜିବା ମାମଲାରେ ବଡ଼ ଖୁଲାସା; ଦସ୍ତଖତ କରିଥିବା ଅଧିକାରୀ ଚିହ୍ନଟ, ତଦନ୍ତ ଶେଷ ପର୍ଯ୍ୟାୟରେ।
୧୦-ଗଣ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି ଦୋହରାଇଲା କଂଗ୍ରେସ, ଗାନ୍ଧୀ ମାର୍ଗରେ କଲା ଜୋରଦାର ବିକ୍ଷୋଭ।
୧୧-ଭୁବନେଶ୍ୱର: ପ୍ରାକ୍ ମାଟ୍ରିକ ଓ ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତି ପାଇଁ ସ୍କଲାରସିପ୍ ଓଡ଼ିଶା ପୋର୍ଟାଲରେ ଆଜିଠୁ ଆବେଦନ ଆରମ୍ଭ।
୧୨-ଲଗାଣ ବର୍ଷା: ଜଳସ୍ତର ବୃଦ୍ଧି ପାଉଥିବା ପ୍ରଭାବିତ ଜିଲ୍ଲାର ସ୍ୱାସ୍ଥ୍ୟ ପରିସ୍ଥିତି ସମୀକ୍ଷା କଲେ ସ୍ୱାସ୍ଥ୍ୟ ସଚିବ।
୧୩-ଡେରାବିଶ,ବଘାଳୋ:ବାଲିଆରୁ ବଘାଳୋ ଦେଇ ବେଲରପା ଯାଏଁ ଯାଇଥିବା ରାସ୍ତାରେ ଖାଲଖମା ଭର୍ତ୍ତି, ରାସ୍ତା ମରାମତି ପାଇଁ ଅଞ୍ଚଳବାସୀଙ୍କ ଦାବି।
୧୪-ଓଡ଼ିଶା ଜେଲ୍ରେ ନୂଆ ପଦକ୍ଷେପ; ସ୍ୱାଧୀନତା ଦିବସରୁ କଏଦୀ ଦେଖିବେ ଦେଶଭକ୍ତି ଚଳଚ୍ଚିତ୍ର।
୧୫-ଭୁବନେଶ୍ୱର:ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ ରାକେଟ୍ର ପର୍ଦ୍ଦାଫାସ କଲା STF; ୩ ଗିରଫ, ୩.୮୬ ଲକ୍ଷ ଟଙ୍କା ଜବତ।
୧୬-ଆକ୍ସନ ମୋଡରେ ସରକାର; ଫୁଲବାଣୀ ମେଡିକାଲ କଲେଜ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ନାଁରେ ହେଲା ନାମିତ।
୧୭-ଡିଗ୍ରୀ ଅଛି କିନ୍ତୁ କାମ ନାହିଁ, ଭାରତରେ ବଢୁଛି ଶିକ୍ଷିତ ବେକାରୀଙ୍କ ସଂଖ୍ୟା; ଓଡ଼ିଶାର ସ୍ଥିତି ଚିନ୍ତାଜନକ।
୧୮-ଶିକ୍ଷକଙ୍କୁ ଏସ୍ଆଇଆରରେ ନିଯୁକ୍ତି କର, କିନ୍ତୁ ବୋଝ ହେବା ଉଚିତ ନୁହେଁ: ଦିଲ୍ଲୀ ହାଇକୋର୍ଟ।
୧୯-ନୂଆ ଦିଲ୍ଲୀ:“ଦିଲ୍ଲୀ ଲକ୍ଷ୍ମୀ ଯୋଜନା”କୁ ମଞ୍ଜୁରୀ,ମହିଳାଙ୍କୁ ପ୍ରତି ମାସରେ ସରକାର ଦେବେ ୨୫୦୦ ଟଙ୍କା।
୨୦-ରାଜ୍ୟମାନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ନାବାଳକ ପ୍ରଦର୍ଶନକାରୀଙ୍କୁ ତୁରନ୍ତ ଛାଡ଼।
୨୧-NEET-UG ପେପର ଲିକ୍ ମାମଲା: ୧୩ ଜଣଙ୍କ ବିରୋଧରେ CBIର ପ୍ରଥମ ଚାର୍ଜସିଟ୍।
୨୨-ଭାରତ-ଚୀନ୍ ପୁଣି ଖୋଲିବେ ଐତିହାସିକ ସିଲ୍କ ରୁଟ୍: ପୁନର୍ବାର ଆରମ୍ଭ ହେବ ନାଥୁ ଲା ପାସ୍ ଦେଇ ବାଣିଜ୍ୟ।
100 ଘଣ୍ଟାର NCERT Foundation Class Youtubeରେ Free Batch Live 9.00 PM. https://youtube.com/live/ufdy7aNawYM?feature=share
*ଖବର ଆଜିର*
ତାରିଖ:୨୮/୦୭/୨୬, ମଙ୍ଗଳବାର
୧-ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀଙ୍କ ୧୯ତମ ଜନଅଭିଯୋଗ ଶୁଣାଣି ଶେଷ, ୧୮ ପାଳିରେ ୯୬ ପ୍ରତିଶତ ଅଭିଯୋଗର ହୋଇଛି ସମାଧାନ।
୨-ନୀଳାଦ୍ରିବିଜେ ପରେ ଆଜି ବାହାରିବ ‘ନୀଳାଚଳ ଅବଢ଼ା’, ଲକ୍ଷେ ଭକ୍ତଙ୍କ ପାଇଁ ହେବ ପ୍ରସାଦ ପ୍ରସ୍ତୁତ।
୩-ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିଜେଡି ସୁପ୍ରିମୋ ନବୀନ, ଇସ୍ତଫା ନ ଦେଲେ ଓଡ଼ିଶା ବନ୍ଦ ଚେତାବନୀ ଦେଲେ ପିସିସି ସଭାପତି।
୪-Higher secondary schoolକୁ ଅପଗ୍ରେଡ୍ ହେବେ ହାଇସ୍କୁଲ,୭୧ଟି ହାଇସ୍କୁଲରେ ଖୋଲିବ ଯୁକ୍ତ ଦୁଇ।
୫-ଡେଲାଙ୍ଗ,ଅରାଗଡ ଉଚ୍ଚ ବିଦ୍ୟାଳୟ: ମଧ୍ୟାହ୍ନ ଭୋଜନରୁ ବାହାରିଲା ଝିଟିପିଟି,୩୩ ଛାତ୍ର ଛାତ୍ରୀ ଅସୁସ୍ଥ, ଡାକ୍ତରଖାନାରେ ହେଲେ ଭର୍ତ୍ତି।
୬-ସୋହେଲା: ପରଲୋକରେ ପୁର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡ଼ି ନେତା ସୁଶାନ୍ତ ସିଂହ। ବିଧାନସଭା ପରିସରରେ ଦିଆଗଲା ଗାର୍ଡ ଅଫ୍ ଅନର।
୭-ବର୍ଷାରେ ତୀର୍ଥସ୍ଥଳୀ ପ୍ରଭାବିତ: ପଞ୍ଚଲିଙ୍ଗେଶ୍ୱରଙ୍କ ସ୍ପର୍ଶ ଉପରେ କଟକଣା, ଭଟ୍ଟାରିକା ପୀଠ ଛୁଇଁଲା ବନ୍ୟା ଜଳ।
୮-ଭୁବନେଶ୍ୱର:ସାମ୍ସ ପୋର୍ଟାଲରେ ପିଜି ଆଡ଼ମିଶନ ପାଇଁ ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି।
୯-ଭୁବନେଶ୍ୱର:ଗ୍ୟାସ ବୁକିଂ ପାଇଁ ଡାଉନଲୋଡ୍ କରିଥିଲେ ଆପ୍, ୨ ଲକ୍ଷ ୯୧ ହଜାର ଟଙ୍କା ହୋଇଗଲା ଗାୟବ।
୧୦-ଉପକୂଳ ମୁହାଁ ଗଭୀର ଅବପାତ: ଆଜି ସକାଳ ସୁଦ୍ଧା ଛୁଇଁବ ସ୍ଥଳଭାଗ, ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା।
୧୧-ଇଣ୍ଡିଆନ୍ ଆଇଡଲ୍ ମୁକୁଟ ପିନ୍ଧି ଭୁବନେଶ୍ୱର ଫେରିଲେ ଜ୍ୟୋତିର୍ମୟୀ, KIIT କ୍ୟାମ୍ପସରେ ଦିଆଗଲା ଭବ୍ୟ ସ୍ୱାଗତ।
୧୨-ରାୟଗଡ଼ା,କେନ୍ଦୁଗୁଡ଼ା ଗାଁ:ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ,୭୦ ଭରି ସୁନା ସହ ନଗଦ ୨ ଲକ୍ଷ ଟଙ୍କା ଲୁଟ୍।
୧୩-ଭୁବନେଶ୍ୱର:ନାଇଡୁ କମିଶନଙ୍କ ରିପୋର୍ଟ ଫାଇଲ୍ ଗାଏବ ଘଟଣା, କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ।
୧୪-ସିଜେପି ପରେ ଏବେ E20 ଜନତା ପାର୍ଟି ; ସୋସିଆଲ ମିଡିଆରେ ଯୋଡ଼ି ହେଉଛନ୍ତି ହଜାର ହଜାର ଲୋକେ।
୧୫-ବିହାର: ପ୍ରତିବାଦକାରୀ ଛାତ୍ରମାନଙ୍କୁ ଘଉଡ଼ାଇବା ପାଇଁ AK-47 ଗୁଳି ଚଳାଇବା ଘଟଣା ; ପୁଲିସ ନିଲମ୍ବିତ।
୧୬-ଶାନ୍ତିପୂର୍ଣ୍ଣ ପ୍ରତିବାଦ ପ୍ରତ୍ୟେକ ନାଗରିକଙ୍କ ଅଧିକାର, ଲାଠିଚାର୍ଜ ଠିକ୍ ନୁହେଁ’, ପୁଲିସ କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ।
୧୭-FIR ଫେରସ୍ତ ନହେଲେ ପୁଣି ହେବ ଆନ୍ଦୋଳନ, CJP ର ସରକାରଙ୍କୁ ଅଲ୍ଟିମେଟମ୍, ଛାତ୍ରଙ୍କ ସମର୍ଥନରେ କପିଲ ସିବଲ୍
୧୮-୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ ଜାରି କରିବ RBI, କେନ୍ଦ୍ର ସରକାର ଦେଲେ ମଞ୍ଜୁରୀ।
୧୯-ନୂଆ ଦିଲ୍ଲୀ: ପ୍ରଶ୍ନପତ୍ର ପ୍ରଘଟ ନିରୋଧ ବିଲ୍ ଆଗତ,ଆଜି ବିଲ୍ ଉପରେ ଲୋକ ସଭାରେ ହେବ ଆଲୋଚନା।
୨୦-ରୁଷର ରୋସ୍ତୋଭରେ ଭୟଙ୍କର ଆକ୍ରମଣ କଲା ୟୁକ୍ରେନ; ଶିଶୁ ସମେତ ୫ ମୃତ, ଅନେକ ଆହତ।
*ଖବର ଆଜିର*
ତାରିଖ:୨୭/୦୭/୨୬, ସୋମବାର
୧-ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧରପଣା ନୀତି ସମ୍ପନ୍ନ,ଶାନ୍ତ ହେଲେ ପାର୍ଶ୍ୱ ଦେବାଦେବୀ ଓ ଚଣ୍ଡୀ ଚାମଣ୍ଡା।ଆଜି ନିଳାଦ୍ରୀ ବିଜେ।
୨-ଇଣ୍ଡିଆନ୍ ଆଇଡଲ୍ ସିଜନ୍–୧୬ ଜିତି ଇତିହାସ ରଚିଲେ କିଟ୍ ଛାତ୍ରୀ ଜ୍ୟୋତିର୍ମୟୀ, ପ୍ରଥମ ଓଡ଼ିଆ ପ୍ରତିଯୋଗୀ ଭାବେ ହେଲେ ବିଜୟୀ।
୩-ଭୁବନେଶ୍ୱର: କନେଷ୍ଟବଳ ସୈ।ମ୍ଯରଞ୍ଜନ ହତ୍ୟା ମାମଲା, କ୍ରାଇମବ୍ରାଞ୍ଚରେ ହାଜର ହେଲେ ସୈ।ମ୍ଯଙ୍କ ବାପା।
୪-ଭୁବନେଶ୍ୱର:ଦାଉ ସାଧୁଛନ୍ତି ଯୋଗାଣ ସଂସ୍ଥା,ବୁକିଂର ତିନି ଦିନ ଭିତରେ ଗ୍ୟାସ୍ ନ ଦେଲେ ବୁକିଂ ହେଉଛି ବାତିଲ!
୫-ପରୀକ୍ଷା ସଂସ୍କାର ପାଇଁ ମୋଦିଙ୍କ ଘୋଷଣା:ନନ୍ଦନ ନିଲେକାନି ଟାସ୍କ ଫୋର୍ସ ଅଧ୍ୟକ୍ଷ।
୬-ଉମରକୋଟ: ବାଟି ବେଢ଼ା ସରକାରୀ ବିଦ୍ୟାଳୟରେ ଛାତ୍ରୀଙ୍କ ମୃତଦେହ ଠାବ,କାରଣ ଅସ୍ପଷ୍ଟ, ବିଦ୍ୟାଳୟ ସମ୍ମୁଖରେ ମୃତ ଦେହ ରଖି ପ୍ରତିବାଦ।
୭-ଭୁବନେଶ୍ୱର:ତିନି ଦିନର ଲଗାଣ ବର୍ଷା, ବେହାଲ୍ ସାରା ରାଜ୍ୟ। ବିଭିନ୍ନ ଅଞ୍ଚଳରୁ ଆସୁଛି ଜଳ ପ୍ରଳୟର ଚିତ୍ର। କେଉଁଠି ଘର ଜଳବନ୍ଦୀ...କେଉଁଠି ରାସ୍ତା ପାଲିଟିଛି ନଦୀ।
୮-ବଙ୍ଗୋପସାଗରରେ ଅବପାତ ସୃଷ୍ଟି: ଆଗାମୀ ୪୮ ଘଣ୍ଟା ପାଇଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଚେତାବନୀ।
୯-ବର୍ଷା ପାଇଁ ଆଜି ମୟୂରଭଞ୍ଜ ଓ ଜଗତସିଂହପୁର ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି ଛୁଟି।
୧୦-କାମାକ୍ଷାନଗର,ବାଲିପଡା ଗାଁ:ବଜ୍ରପାତରେ ବାପା-ପୁଅଙ୍କ ମୃତ୍ୟୁ।ମୃତକ ହେଲେ ସନ୍ତୋଷ ଦେହୁରୀ ଓ ତାଙ୍କ ପୁଅ ସତ୍ୟ ନାରାୟଣ ଦେହୁରୀ।
୧୧-ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ସରକାରଙ୍କୁ ଘେରିଲା କଂଗ୍ରେସ : '୭ ଦିନରେ ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ନଦେଲେ ଓଡ଼ିଶା ବନ୍ଦ'।
୧୨-ପାତ୍ରପଡା:ରାଜଧାନୀରେ ପୁଣି ଛାତିଥରା ହିଟ୍ ଆଣ୍ଡ୍ ରନ୍ କେସ୍, କିଲ୍ ବିଲ୍ କରି କରି ମାରିଲା କିଲର୍ ଗାଡ଼ି।
୧୩-ଭଦ୍ରକ:ଇଲିସି ସିଜିନରେ ବି ଉଭାନ ଇଲିସି, କିଲୋ ୧୫ ଶହରୁ ଅଢେଇ ହଜାର ଟଙ୍କା।
୧୪-ହରାରେ:ଟି ୨୦ରେ ଜିମ୍ବାୱେକୁ ୩-୦ରେ କ୍ଲିନ୍ ସ୍ୱିପ୍ କଲା ଭାରତ।
୧୫-ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ପ୍ରଘଟ ଘଟଣା,ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ।
୧୬-ରାଜ୍ୟ ଗୋଷ୍ଠୀ କ୍ରୀଡା:ଭାରତକୁ ପ୍ରଥମ ରୌପ୍ୟ,ୱେଟଲିଫ୍ଟର ଋଷିକାନ୍ତ ସିଂହଙ୍କ କମାଲ।
୧୭-ଇତିହାସ ରଚିଲେ ମୀରବାଈ ଚାନୁ, ତୃତୀୟ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଜିତିଲେ ସ୍ବର୍ଣ୍ଣ ପଦକ।
୧୮-କାର୍ଗିଲ ବିଜୟ ଦିବସ ଏକ ତାରିଖ ନୁହେଁ, ଏହା ଦେଶର ବୀରତ୍ୱ ଏବଂ ବଳିଦାନର ଏକ ଅମର ଗାଥା: ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ।
୧୯-ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍ରେ ଟ୍ୟାଙ୍କର୍ ବ୍ଲାଷ୍ଟ, ଇରାନର ଦାବି ଯୋଗୁଁ ମିଡିଲ୍ ଇଷ୍ଟରେ ହଇଚଇ।
୨୦-ଓ୍ବାଶିଂଟନ୍:ଯୁଦ୍ଧ ସାମୟିକ ସ୍ଥଗିତ ରଖିଲା ଆମେରିକା, ଆମେରିକା ପାଖରେ କ୍ଷେପଣାସ୍ତ୍ର ଅଭାବ।
ଆଜି ଶୁଭାରମ୍ଭ ହେଲା 100 ଘଣ୍ଟାର NCERT Foundation Class Youtubeରେ Free Batch Live 8.30 PM. https://youtube.com/live/klwHB6pYZPY?feature=share
10.30 PM Live Class SSB Junior Assistant Exam 2026 General Studies Class Books and Authors Part 2 https://youtube.com/live/jsDOzJU6Fhg?feature=share
*ଖବର ଆଜିର*
ତାରିଖ:୨୬/୦୭/୨୬, ରବିବାର
୧-ଦୁର୍ଲ୍ଲଭ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ, ଶ୍ରୀକ୍ଷେତ୍ର ପାଲଟିଲା ଜନ ସମୁଦ୍ର।ଆଜି ଅଧର ପଣା।
୨-ରାଜ୍ୟବ୍ୟାପୀ ମାଡୁଛି ଥଣ୍ଡା, ଜ୍ବର ଓ କାଶ ରୋଗ। ସବୁ ଜିଲ୍ଲା ଓ ମୁଖ୍ୟ ମେଡିକାଲରେ ରୋଗୀଙ୍କ ଲମ୍ବା ଲାଇନ୍। ପିଲାଠୁ ବୟସ୍କ ସମସ୍ତେ ଖୁଁ ଖୁଁ ଓ ସୁଁ ସାଁ।
୩-ଭୁବନେଶ୍ୱର:କମିଲା ଅଣ୍ଡା ଦର,ବଢ଼ିଲା ପାଉଁରୁଟି।୭ଟଙ୍କା.୫୦ପଇସାରେ ମିଳୁଛି ଗୋଟିଏ ଅଣ୍ଡା।
୪-ନିଦ୍ରା ଗଲେ ଶ୍ରୀ ହରି,୪ ମାସ ବାରଣ ମାଙ୍ଗଳିକ କାମ। କାର୍ତ୍ତିକ ବଡ଼ ଏକାଦଶୀରେ ଉଠିବେ ଶୟନ ଠାକୁର।
୫-ନିଆରା ଛାତ୍ର ଆନ୍ଦୋଳନ, ଜିଦ୍ କଲେ ପଦ ନେଲେ, ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ,ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ।
୬-ବାଲେଶ୍ଵର:ସୁନା ଝିଅ ଆଦ୍ୟାଶା ପାଣିଗ୍ରାହୀ,ଏକାଥରକେ ପାଇଲେ ଆଇ ଆଇ ଟି,ଏନ ଆଇ ଟି ,ନିଟ୍,ଆଇଏଟି ଏବଂ ନେଷ୍ଟ୍।
୭-ସିଏମ୍ଓରୁ ଫାଇଲ୍ ଗାଏବ ମାମଲା: ବିଦେଶ ଗସ୍ତରେ ପାଣ୍ଡିଆନ, ଗତକାଲି ହେଲେନି ହାଜର। ଫେରିଲେ ତୁରନ୍ତ ତଦନ୍ତରେ ପୋଲିସକୁ ସହଯୋଗ କରିବେ।
୮-କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ପରେ Gen Zଙ୍କୁ ପ୍ରଶଂସା କଲେ ନବୀନ ପଟ୍ଟନାୟକ।
୯-ଗୁଣପୁର:ବ୍ରେକ୍ ଫେଲ୍ ହୋଇ ବିଦ୍ୟୁତ ଖୁଣ୍ଟରେ ପିଟିହେଲା ସ୍କୁଟି, ୨ ମୃତ,ଜଣେ ଗୁରୁତର।
୧୦-ଦଶହରା ପରେ ସ୍କୁଲ ପିଲାଙ୍କୁ ମିଳିବ ତ୍ରୁଟିମୁକ୍ତ ନୂଆ ବହି, SCERT ପକ୍ଷରୁ ବିଜ୍ଞପ୍ତି ପ୍ରକାଶ।
୧୧-ଆଗାମୀ ୫ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷିବ,୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି।
୧୨-କେନ୍ଦ୍ରାପଡ଼ା:ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ୨୧ ଜଣ ୱାର୍ଡ ସଦସ୍ୟ ଅନାସ୍ଥା ପ୍ରସ୍ତାବ ଆଣିଲେ।
୧୩-ବଲାଙ୍ଗୀର:ତୁଷୁରା ପୁଲିସକୁ ବଡ଼ ସଫଳତା ; ୬ କ୍ବିଣ୍ଟାଲରୁ ଅଧିକ ପରିମାରଣର ଗଞ୍ଜେଇ ଜବତ।
୧୪-ରେଢ଼ାଖୋଲ: ସରକାରୀ ସ୍କୁଲରୁ ମୁହଁ ଫେରାଉଛନ୍ତି ଅଭିଭାବକ,୧୨୩ ସ୍କୁଲରେ ନାମ ଲେଖାଇଛନ୍ତି ୬୮୫ ଛାତ୍ର ଛାତ୍ରୀ।୬ ସ୍କୁଲରେ ନାମ ଲେଖା ଶୂନ।
୧୫-୨ୟ ଟି-୨୦ରେ ଜିମ୍ବାଓ୍ଵେକୁ ଶୋଚନୀୟ ଭାବେ ହରାଇଲା ଭାରତ,୨୦୨୬ରେ ଟିମର ତୃତୀୟ ବଡ଼ ବିଜୟ।
୧୬-ଆନ୍ଦୋଳନ ପ୍ରତ୍ୟାହାର କଲା ସିଜେପି।ସିଜେପିଙ୍କ ଦ୍ୱାରା ଦିଆଯାଇଥିବା ପାଞ୍ଚଟି ପରାମର୍ଶକୁ ସରକାର ବିଚାର କରିବେ।
୧୭-ଆଦେଶ ନୁହେଁ,ସ୍ନେହ ମାଧ୍ୟମରେ ପିଲାଙ୍କୁ ବୁଝାଅ : ଯୁବପିଢ଼ିଙ୍କ ଉପରେ ମୋହନ ଭାଗବତଙ୍କ ମନ୍ତବ୍ୟ।
୧୮-ନୂଆ ଦିଲ୍ଲୀ:ଋଣ ଜନ୍ତାରେ ଭାରତୀୟ ପରିବାର,EMI ଖାଉଛି ୬୦% ଆୟ।
୧୯-ବରିଷ୍ଠ ଅଭିନେତ୍ରୀ ଶବନା ଆଜମୀ ଅସୁସ୍ଥ, H1N1ରେ ଆକ୍ରାନ୍ତ,ନିଜକୁ ସଂଘରୋଧରେ ରଖିଛନ୍ତି।
୨୦-ସିଜେପି ଆନ୍ଦୋଳନରେ ଦିଲ୍ଲୀ ପୋଲିସର ଦାବି, ୪୦୦ ନକଲି ଆକାଉଣ୍ଟ, ପାକିସ୍ତାନରୁ ହେଉଛି ପରିଚାଳିତ।
୨୧-ଥମିଲା ଆନ୍ଦୋଳନ, ସ୍ବାଭାବିକ ହେଲା ଦିଲ୍ଲୀ, ମେଟ୍ରୋ ଖୋଲିଲା, ଇଣ୍ଟରନେଟ ଚାଲିଲା।
🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
*ଖବର ଆଜିର*
ତାରିଖ ୨୫/୦୭/୨୬, ଶନିବାର
୧-ପୁରୀ:ଭାବର ଠାକୁର ପାଇଁ ଭକ୍ତିରେ ଭିଜିଲା ଶ୍ରୀକ୍ଷେତ୍ର; ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି କୃତ୍ୟ କୃତ୍ୟ ଭକ୍ତ।
୨-ଭୁବନେଶ୍ୱର:ସରକାରୀ ବାବୁଙ୍କ ପାଇଁ କଡ଼ା ନିୟମ,ରାଜ୍ୟ ବାହାରକୁ ଗଲେ ୨୧ ଦିନ ପୂର୍ବରୁ ନେବେ ଅନୁମତି।
୩-ବିଳମ୍ବ ହେଉଛି ଶିକ୍ଷାବର୍ଷ ଆରମ୍ଭ,ଏ ଯାଏଁ ଆରମ୍ଭ ହେଲାନି ପିଜି,ବିଏଡ୍ ନାମ ଲେଖା,୪ ମାସ ଆଗରୁ ବିଜ୍ଞପ୍ତି,ପରେ ପ୍ରକ୍ରିୟା ଧିମେଇ ଯାଉଛି।
୪-ନବଦିନାତ୍ମକ ଘୋଷଯାତ୍ରା ସାରି ଶ୍ରୀମନ୍ଦିର ଅଭିମୁଖେ ଚତୁର୍ଦ୍ଧାମୂର୍ତ୍ତି, ଆଜି ଦୁର୍ଲଭ ସୁନାବେଶରେ ଦେବେ ଦର୍ଶନ।
୫-ପୁରୀ: ବାହୁଡ଼ାରେ ଦଳା ଚକଟା,ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ,୧୩୦ରୁ ଉର୍ଦ୍ଧ୍ବ ଆହତ।
୬-ଭୁବନେଶ୍ୱର: ଉଚ୍ଚ ଶିକ୍ଷା ବିଭାଗର ୧୮ଟି ବିଷୟର, ୨୮୬ ଜଣ ଅଧ୍ୟାପକଙ୍କ ହେଲା ବଦଳି।
୭-୫ଟି ବିଶେଷ ଯୋଗରେ ଦେବଶୟନୀ ଏକାଦଶୀ, ମେଷ,ବୃଷ , କନ୍ୟା ଓ ତୁଳା ରାଶି ଉପରେ ହେବ ଭଗବାନଙ୍କ କୃପା ବୃଷ୍ଟି। ଆଜିଠୁ ଶ୍ରୀ ହରି ବିଷ୍ଣୁ ଚାରି ମାସ ପାଇଁ କ୍ଷୀର ସାଗରରେ ଯୋଗ ନିଦ୍ରାରେ ଲୀନ ହେବେ।
୮-ଆସନ୍ତା ଅଗଷ୍ଟ ୧୬ରେ ଅବସର ନେବେ ପୋଲିସ ଡିଜି ୱାଇ.ବି. ଖୁରାନିଆ,ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି।
୯-କେନ୍ଦ୍ରାପଡ଼ା:ଭିଜିଲାନ୍ସ ଜାଲରେ ଫସିଲେ ଡେରାବିଶ କାଉପଡା ଏଆରଆଇ ସାଇଦର୍ଶିନୀ ଲେଙ୍କା।ମ୍ୟୁଟେସନ୍ ପାଇଁ ସେ ୫୫୦୦ ଲାଞ୍ଚ ନେଉଥିଲେ।
୧୦-ନିଳଗିରି:କୁଲଡିହା ଜଙ୍ଗଲରେ ବାଘୁଣୀ ସହ ଲଢ଼ି ଚାଷୀ ଗୁରୁତର।
୧୧-କୋର୍ଟ କାର୍ଯ୍ୟର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ୍ କରିବା ପୂର୍ବରୁ ଅନୁମତି ଆବଶ୍ୟକ- ସୁପ୍ରିମକୋର୍ଟ।
୧୨-ଇନଷ୍ଟାଗ୍ରାମରେ ସକ୍ରିୟ ରୁହନ୍ତୁ, ଯୁବପିଢ଼ିଙ୍କ ସହ ଯୋଡ଼ିହୁଅନ୍ତୁ: ମନ୍ତ୍ରୀଙ୍କୁ ମୋଦୀଙ୍କ ପରାମର୍ଶ।
୧୩-ଭାରତ ପାଇଁ ଗର୍ବର ମୁହୂର୍ତ୍ତ, ବିଶ୍ବନାଥନ ଆନନ୍ଦ ହେଲେ FIDEର ଅନ୍ତରୀଣ ଅଧ୍ୟକ୍ଷ।
୧୪-ଜିଦରୁ ଓହରୁ ନାହାଁନ୍ତି GEN-Z ; ଦ୍ୱିତୀୟ ଥର ନଡ୍ଡାଙ୍କ ସହ ଆଲୋଚନା ପରେ ବି ଫିଟିଲାନି ବାଟ।
୧୫-ପେପର ଲିକ୍ କୁ ନେଇ ଆକ୍ସନ ମୋଡରେ ସରକାର, NTAରୁ ୪୭ ଅଧିକାରୀ ବହିଷ୍କୃତ।
୧୬-ହିମାଚଳ ପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା:, ଗାଡି ଉପରେ ଖସିଲା ବିଶାଳ ପଥର, ୧୩ ମୃତ।
୧୭-ହାରାରେ:ଆଜି ଦ୍ବିତୀୟ ଟି-ଟ୍ବେଣ୍ଟି, ଅଭିଷେକ ଓ କିଷନଙ୍କ ଫର୍ମକୁ ନେଇ ଚିନ୍ତା,ସିରିଜ ବିଜୟ ପାଇଁ ଭାରତ ପ୍ରସ୍ତୁତ।
୧୮-ନୂଆ ଦିଲ୍ଲୀ:ପଞ୍ଚମ ଦିନରେ ଚାଲିପାରିଲା ନାହିଁ ସଂସଦ, ନିଟ୍ ପ୍ରଶ୍ନପତ୍ର ଲିକ୍, ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି ଓ ଅନ୍ୟାନ୍ୟ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଜାରି।
୧୯-ତୃତୀୟ ବିବାହ କରି ନାଚୁଛନ୍ତି ଆମିର୍ ଖାନ୍,ବସ୍ତିରେ ରହି ଖାଇବାକୁ ପାଉନାହାନ୍ତି ଭାଇ ; ପୋଲ୍ ଖୋଲିଦେଲେ ପୂର୍ବତନ ପତ୍ନୀ।
୨୦-ଛାତ୍ର ଆନ୍ଦୋଳନକୁ 'ଅଦୃଶ୍ୟ' ସମର୍ଥନ: ଜନ୍ତର-ମନ୍ତରକୁ କିଏ ପଠାଉଛି ପାର୍ସଲ, ଆଉ ଖାଦ୍ୟ ନପଠାଇବାକୁ ସିଜେପିର ଅନୁରୋଧ।
୨୧-ଭାରତରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଆମେରିକାର ୧୦% ତାରିଫ୍।
୨୨-ଇରାନର ସାମରିକ ଘାଟି ଉପରେ ଆମେରିକାର ଆକ୍ରମଣ ; ହର୍ମୁଜକୁ ନେଇ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଜାରି।
🙏
*ଖବର ଆଜିର*
ତାରିଖ:୨୪/୦୭/୨୬, ଶୁକ୍ରବାର
୧-ପୁରୀ:ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଆଜି ଭୋର ୪ଟାରୁ ମଙ୍ଗଳ ଆଳତୀ,୧୨ଟାରୁ ଅପରାହ୍ନ ୨ଟା ୩୦ମଧ୍ୟରେ ବାହୁଡା଼ ପହଣ୍ଡି ଓ
ଅପରାହ୍ନ ୪ଟାରେ ରଥ ଟଣା ହେବ।
୨-ପୁରୀ:ବାହୁଡ଼ାରେ ବଳବତ୍ତର ରହିବ ରଥଯାତ୍ରା ଟ୍ରାଫିକ୍ ବ୍ୟବସ୍ଥା, ଘରୁ ବାହାରିବା ପୂର୍ବରୁ ଦେଖନ୍ତୁ ଟ୍ରାଫିକ୍ ସୂଚନା।
୩-ଭୁବନେଶ୍ୱର:ଯୁକ୍ତ ୨ ଦ୍ୱିତୀୟ ମେରିଟ୍ ଲିଷ୍ଟ ପ୍ରକାଶ; ତିନି ପ୍ରମୁଖ ଷ୍ଟ୍ରିମ୍ରେ ପୁଣି ରେଭେନ୍ସା ନମ୍ବର-୧।
୪-ବାହୁଡ଼ା ଯାତ୍ରା ପ୍ରସ୍ତୁତି, ଶ୍ରଦ୍ଧାଳୁଙ୍କ ପାଇଁ ପୁରୀକୁ ଚାଲିବ ଅତିରିକ୍ତ ୫୦ଟି 'ଆମ ବସ୍'।ହେଲ୍ପଲାଇନ୍ ନଂ ୧୮୦୦-୫୭୦୦-୨୧୮।
୫-ଭୁବନେଶ୍ୱର:ରାଜ୍ୟ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର ,୫ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା।
୬-ଭୁବନେଶ୍ୱର:ସୃଷ୍ଟି ହେଲା ଘୂର୍ଣ୍ଣିବଳୟ ; ବାହୁଡାରେ ବର୍ଷିବ, ୫ ଦିନ ଭିଜିବ ଓଡ଼ିଶା।
୭-ସିଏମ୍ଓରୁ ଫାଇଲ ଚୋରି ମାମଲାରେ ସ୍କାନରରେ ନବୀନଙ୍କ ବଡ଼ବାବୁ ; ଭିକେ ପାଣ୍ଡିଆନଙ୍କ ପରେ,ଉପେନ୍ଦ୍ର ବେହେରାଙ୍କୁ ସମନ ଜାରି।
୮-ସମ୍ବଲପୁର:ହୀରାକୁଦରେ ପୁଣି ଖୋଲିଲା ୪ଟି ଗେଟ୍, ମୋଟ୍ ୧୬ ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ।
୯-ଗଜପତି:ଅଳିଆ ଗଦାରେ ପଡ଼ିଛି ପୁଳାପୁଳା ଔଷଧ; ମୋହନା ସ୍ୱାସ୍ଥ୍ୟ କେନ୍ଦ୍ର ପାଖରେ ମିଳିଲା ଔଷଧର ପାହାଡ଼, ପ୍ରଶାସନର ଭୂମିକାକୁ ନେଇ ପ୍ରଶ୍ନ।
୧୦-ଡେରାବିଶ,ଓଉଖଣ୍ଡ: ଜଣେ ଧୀର,ସ୍ଥିର ମୃଦୁଭାଷୀ ତଥା ସାମାଜିକ ବ୍ୟକ୍ତି ଭାବରେ ତ୍ରିଲୋଚନ ବେଦାନ୍ତ,ଏହି ଅଞ୍ଚଳରେ ସୁପରିଚିତ,ତାଙ୍କର ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା।ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି 🙏
୧୧-ଭାରତର ପ୍ରତିରକ୍ଷା ଶକ୍ତି ବୃଦ୍ଧି:ଏପିଜେ ଅବଦୁଲ କଲାମ ଦ୍ବୀପରୁ ଦୀର୍ଘ ଦୂରଗାମୀ Kusha କ୍ଷେପଣାସ୍ତ୍ରର ହେଲା ସଫଳ ପରୀକ୍ଷଣ।
୧୨-ଯୋଡ଼ା:ରାସ୍ତା କଡ଼ ଗଛରେ ପିଟି ହେଲା ଥାର୍ , ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର।
୧୩-ଆନ୍ଧ୍ରକୁ ଦାଦନ ଯାଇ ଓଡ଼ିଶାରେ ହରାଇଲେ ପରିଚୟ ;ଭୋଟର୍ ତାଲିକା ସହ ଆଧାର କାର୍ଡରୁ କଟିଲା ନାଁ।
୧୪-ଭଦ୍ରକ:ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଆସିଲା କଡ଼ା ରାୟ; ଦୋଷୀଙ୍କୁ ୨୦ ବର୍ଷ କାରାଦଣ୍ଡ, ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ।
୧୫-ବରଗଡ଼:ଲାଞ୍ଚ ନେଇ ଧରାପଡ଼ିଥିଲେ, ଏବେ ୪ ବର୍ଷ ଜେଲ; ଅବସରପ୍ରାପ୍ତ ବରିଷ୍ଠ କିରାଣୀଙ୍କୁ ଭିଜିଲାନ୍ସ କୋର୍ଟର କଡ଼ା ଦଣ୍ଡ।
୧୬-ମହାନଦୀ ଜଳ ବିବାଦ ମାମଲା : ଜଏଣ୍ଟ କମିଟି ଗଠନ କରିବାକୁ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ।
୧୭-ଭୁବନେଶ୍ୱର:୧୦ ମେଡିକାଲ କଲେଜ ପାଇଁ ୧୫୨ ବିଶେଷଜ୍ଞ ପଦବୀକୁ ମଞ୍ଜୁରି,ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ସ୍ବାସ୍ଥ୍ୟ ମନ୍ତ୍ରୀ।
୧୮-ପ୍ରଥମ ଟି-୨୦ରେ ଟିମ୍ ଇଣ୍ଡିଆର ଦମଦାର ବିଜୟ, ଜିମ୍ବାୱେକୁ ୭ ୱିକେଟରେ ହରାଇଲା ଭାରତ।
୧୯-ବୀର ମାଧୋ ସିଂହ ଭଣ୍ଡାରୀ ଉତ୍ତରାଖଣ୍ଡ ବୈଷୟିକ ବିଶ୍ୱବିଦ୍ୟାଳୟ (UTU):ହ୍ୱାଟ୍ସଆପ୍ରେ ଭାଇରାଲ୍ ହେଲା ପ୍ରଶ୍ନପତ୍ର;.ବାତିଲ ହେଲା ୨ ସେମିଷ୍ଟର ପରୀକ୍ଷା।
୨୦-ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀରେ ଛାତ୍ରଙ୍କ ବିରୋଧ ପ୍ରଦର୍ଶନ,ଜନ୍ତର ମନ୍ତର ଅଞ୍ଚଳରେ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ।
୨୧-ନୂଆ ଦିଲ୍ଲୀ:ଆଜି କେନ୍ଦ୍ରମନ୍ତ୍ରୀଙ୍କ ସହ CJPର ଆଲୋଚନା , ଅନଶନ ଭାଙ୍ଗିଲେ ଓ୍ବାଙ୍ଗଚୁକ୍।
୨୨-ମଧ୍ୟପ୍ରାଚ୍ୟରେ ବଢ଼ିଲା ଉତ୍ତେଜନା;ଆମେରିକୀୟ ଘାଟି ଉପରେ ଇରାନର ମିସାଇଲ୍ ଆକ୍ରମଣ ଜାରି।
*ଖବର ଆଜିର*
ତାରିଖ:୨୩/୦୭/୨୬, ଗୁରୁବାର
୧-ପଶ୍ଚିମବଙ୍ଗରେ ଦୂର୍ଗାପୂଜା ପାଇଁ ୧୨ ଦିନ ଛୁଟି,ମହାରାଷ୍ଟ୍ରରେ ଦୀପାବଳି ପାଇଁ ୨ ଦିନ ଛୁଟି ସେମିତି, ଶ୍ରୀଗୁଣ୍ଡିଚା ଭଳି ବାହୁଡ଼ା ଯାତ୍ରାରେ ବି ହେଉ ସରକାରୀ ଛୁଟି ଘୋଷଣା, ଉଠିଲା ବଡ଼ ଦାବି।
୨-ଓଡ଼ିଶାକୁ ଆସୁଛି ବଡ଼ ନିବେଶ; HCLର ୭୩୦ କୋଟି IT ସେଣ୍ଟର, ACMEର ୭୭୮ କୋଟି ଗ୍ରୀନ୍ ଏନର୍ଜି ପ୍ରକଳ୍ପକୁ ମଞ୍ଜୁରୀ, ୨୨,୮୭୩ଜଣକୁ ମିଳିବ ନୂଆ ଚାକିରି।
୩-ପୁରୀ:୩ ରଥ ନେଲେ ଦକ୍ଷିଣ ମୋଡ।ପ୍ରଭୁଙ୍କୁ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ।ପ୍ରଶାସନ ପକ୍ଷରୁ ସୁରକ୍ଷା,ପୁଲିସ ଫୋର୍ସ ମୁତୟନ, ଟ୍ରାଫିକ ଏବଂ ଭିଡ ନିୟନ୍ତ୍ରଣ ପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା।
୪-ବାହୁଡ଼ା ଓ ସୁନାବେଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ଭିଡ଼ ପରିଚାଳନା ଉପରେ ଦିଆଯିବ ଅଧିକ ଗୁରୁତ୍ବ।
୫-ପୁରୀ: ବାହୁଡ଼ା ଯାତ୍ରା ନୀତି କାନ୍ତି ପାଇଁ ଆଜି ସନ୍ଧ୍ୟା ୬ଟାରୁ ଶ୍ରୀଜୀଉମାନଙ୍କର ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
୬-ସମ୍ବଲପୁର:ହୀରାକୁଦର ୧୨ ଫାଟକ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି।
୭-ବ୍ରହ୍ମପୁରରୁ ସଡ଼କ ପଥରେ ତପ୍ତପାଣି ଯିବେ ରାଷ୍ଟ୍ରପତି।ରାଷ୍ଟ୍ରପତି ୪ ତାରିଖ ସକାଳୁ ଭୁବନେଶ୍ବରରୁ ଟ୍ରେନ୍ ଯୋଗେ ଆସି ବ୍ରହ୍ମପୁରରେ ପହଞ୍ଚିବେ।
୮-CMOରୁ ଫାଇଲ୍ ଗାୟବ ଘଟଣା: ପୂର୍ବତନ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ନୋଟିସ୍ ଜାରି କଲା ପୋଲିସ।
୯-ଢେଙ୍କାନାଳ ବାଏ ପାସ୍:NH-୫୫ରେ ସ୍କୁଟି ଉପରେ ଚଢିଗଲା ଇନୋଭା କାର, ୨ ମୃତ, ଜଣେ ଗୁରୁତର।
୧୦-ଭବାନୀପାଟଣା:୧୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ରାମପୁରସ୍ଥିତ OAV ପ୍ରିନ୍ସିପାଲ; ବିଲ୍ ପାସ୍ ପାଇଁ ମାଗିଥିଲେ ଟଙ୍କା, ମାଡ଼ି ବସିଲା ଭିଜିଲାନ୍ସ।
୧୧-ବାଲେଶ୍ଵର:ନିରାମୟ ଯୋଜନାରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା, ମେଡିକାଲରେ ଔଷଧ ଥାଇ ବି ବାହାରୁ କିଣିବାକୁ ପରାମର୍ଶ ଦେଉଛନ୍ତି ଡାକ୍ତର।
୧୨-ସରକାରୀ କାମରେ AI ବ୍ୟବହାର ପାଇଁ ପ୍ରସ୍ତାବ, ChatGPT Plus, Google AI Pro, Google One କିଣିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଯୋଜନା।
୧୩-କଟକ: ବିବାହିତ ଝିଅ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଯୋଗ୍ୟ: ଓଡ଼ିଶା ହାଇକୋର୍ଟ
୧୪-ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଖୋଲୁଛି ଗଣଶିକ୍ଷା ବିଭାଗର ଭିତିରି ଗୁମର, ଅଧିକ ଦରରେ କିଣା ହୋଇଥିଲା ପୁସ୍ତକ କାଗଜ।
୧୫-ଶୀର୍ଷ ୫ ଜଣଙ୍କ ମଧ୍ୟରେ ତିନି ଭାରତୀୟ ବ୍ୟାଟର, କୋହଲି-ରୋହିତଙ୍କ ଜଲୱା ଜାରି।ଗିଲ୍ ଏବେ ଏକ ନମ୍ୱର ସ୍ଥାନ ହାସଲ କରିବାଠାରୁ ମାତ୍ର ଗୋଟିଏ ରେଟିଂ ପଏଣ୍ଟ ପଛରେ।
୧୬-ହରାରେ:ଭାରତ -ଜିମ୍ବାଓ୍ବେ ପ୍ରଥମ ଟେଣ୍ଟି ୨୦ ଆଜି, ଖେଳାଯିବ ୩ ଟି ମ୍ୟାଚ।
୧୭-ଆଜିଠୁ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡା:୭୪ ଦେଶ,୨୧୫ ଇଭେଣ୍ଟ ପାଇଁ ୩୦୦୦ରୁ ଉର୍ଦ୍ଧ୍ବ ଖେଳାଳି।
୧୮-ସମୟ ନଷ୍ଟ କରନ୍ତୁ ନାହିଁ’ ; ସିଜେପିଙ୍କ ପ୍ରତିବାଦ ଉପରେ ତୁରନ୍ତ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ।
୧୯-ଚୀନ୍ ଉପରେ ନଜର… ହିମାଳୟ ସୀମାରେ ଭାରତ ପ୍ରସ୍ତୁତ କରୁଛି ହାଇଟେକ୍ ସର୍ଭିଲାନ୍ସ ନେଟୱର୍କ।
୨୦-ଇରାନକୁ ଟ୍ରମ୍ପଙ୍କ କଡ଼ା ଚେତାବନୀ ; ସେତୁ ଓ ପାୱାର ପ୍ଲାଣ୍ଟକୁ ଟାର୍ଗେଟ୍ କରିବୁ: ଟ୍ରମ୍ପ
11 PM LIVE July 11th to 20th National & International Important Current Affairs 2026 I Best Current Affairs GK https://www.youtube.com/watch?v=W1LHzZqSyUY
*ଖବର ଆଜିର*
ତାରିଖ:୨୨/୦୭/୨୬, ବୁଧବାର
୧-ଭୁବନେଶ୍ୱର:୨୩ଟି ବୃହତ୍ ଶିଳ୍ପ ପ୍ରକଳ୍ପ ପାଇଁ ୪,୫୭୩.୮୭ କୋଟିର ବିନିଯୋଗକୁ ଅନୁମୋଦନ, ସୃଷ୍ଟି ହେବ ୨୨,୮୭୩ ନିଯୁକ୍ତି ସୁଯୋଗ।
୨-ପୁରୀ:ପ୍ରବଳ ବର୍ଷା ପାଇଁ ଅଧାରେ ଅଟକିଲା ଦକ୍ଷିଣ ମୋଡ଼; ଆଜି ମୋଡ଼ ନେବ ତାଳଧ୍ୱଜ ରଥ ଓ ନନ୍ଦିଘୋଷ ରଥ।
୩-ବ୍ରହ୍ମପୁର:ପଡିଶାରୁ ଓଡ଼ିଶାକୁ ଡେଇଁଲା,MKCGରେ ଭର୍ତ୍ତି ହେଲେ ୩ କରୋନା ଆକ୍ରାନ୍ତ।
୪-କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ନବୀନ,
ଆହତ ଛାତ୍ରଙ୍କୁ ଭେଟିଲେ ବିଜେଡି ସାଂସଦ।
୫-ଭୁବନେଶ୍ୱର-କଟକରେ ପ୍ରବଳ ବର୍ଷା, ଜଳବନ୍ଦୀ ଓ ଟ୍ରାଫିକ୍ ଜାମରେ ଜନଜୀବନ ପ୍ରଭାବିତ।
୬-ଏସ୍ଆଇଆର୍:ରାଜ୍ୟରେ ୧୨ ଲକ୍ଷ ଭୂତ ମତଦାତା,୪୬ ଲକ୍ଷ ଲୋକଙ୍କର ରହିଛି ସାମାନ୍ୟ ତ୍ରୁଟି।
୭-ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି। ଅଗଷ୍ଟ ୩ରୁ ୫ ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ।
୮-କୋରେଇ,କଚରାସାହି: ଭିଜିଲାନ୍ସ ଜାଲରେ ପଞ୍ଚାୟତ ଏକ୍ସିକ୍ୟୁଟିଭ ଅଫିସର, ୫ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ।
୯-ଜଳେଶ୍ଵର:ବାଲି ମାଫିଆଙ୍କୁ ପାନେ, ଜବତ ୧୦ ହଜାର ସିଏମ୍ ବାଲି ୮୪.୪୭ ଲକ୍ଷରେ ହେଲା ନିଲାମ।
୧୦-ଭୁବନେଶ୍ୱର:ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ମାତ୍ର ଜଣେ ଲେଖାଏଁ ଶିକ୍ଷକରେ ଚାଲୁଛି ୧୪୫୮ ବିଦ୍ୟାଳୟ।
୧୧-କାରାଗାର ବିକାଶ ବୋର୍ଡ ବୈଠକ: ଜେଲ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ, ସମସ୍ତ ଜେଲରେ ଲାଗିବ ଏଆଇ କ୍ୟାମେରା।
୧୨-ବର୍ଷା ବିପର୍ଯ୍ୟୟ ନେଇ ମନ୍ତ୍ରୀଙ୍କ ସ୍ପଷ୍ଟ ସୂଚନା; କ୍ଷୟକ୍ଷତି ରିପୋର୍ଟ ଆଧାରରେ ସିଧା ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ ସହାୟତା ଟଙ୍କା।
୧୩-ବ୍ରହ୍ମପୁର:ସୁଧୀର ପାତ୍ର ହତ୍ୟାକାଣ୍ଡରେ ବଡ଼ ଅପଡେଟ୍; ୧୩ ଅଭିଯୁକ୍ତଙ୍କ ବିରୋଧରେ ଶକ୍ତ ପ୍ରମାଣ, କୋର୍ଟରେ ୫୫୨ ପୃଷ୍ଠାର ଚାର୍ଜସିଟ୍ ଦାଖଲ।
୧୪-ଭୁବନେଶ୍ୱର: ଖଣ୍ଡଗିରି ଓଭରବ୍ରିଜ୍ ରେ ଭୟଙ୍କର ଦୁର୍ଘଟଣା, ଟ୍ରକ୍କୁ ପିଟିଲା ଟ୍ରକ୍, ୨ ଡ୍ରାଇଭର ଆହତ।
୧୫-ଶ୍ରୀଲିଙ୍ଗରାଜ ମନ୍ଦିରରେ ଶ୍ରାବଣ ପ୍ରସ୍ତୁତି;ଏଥର ୪ ସୋମବାରରେ ହେବ ଜଳ ଲାଗି।
୧୬-ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡା:୨୦୧୮ ସଫଳତା ଦୋହରାଇବା ଲକ୍ଷ୍ୟରେ ନୀରଜ।
୧୭-ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି: ଅକ୍ଟୋବର ୨୬ରୁ ଭୋଟର୍ ତାଲିକା ପ୍ରସ୍ତୁତି, ୩୨ ବର୍ଷ ପରେ ହେବ “ଡୋର୍ ଟୁ ଡୋର୍ ସର୍ଭେ”।
୧୮-ନୂଆ ଦିଲ୍ଲୀ: ବର୍ଷ ୨୬-୨୭ ପାଇଁ ଜୁଲାଇ ୩୧ ତାରିଖ ଆୟକର ପୈଠର ଶେଷ ଅବଧି।
୧୯-ଜନ୍ତରମନ୍ତରରେ CJPର ଧାରଣା ଜାରି,ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେଲେ ଓ୍ବାଙ୍ଗଚୁକ୍।
୨୦-ଛାତ୍ରଛାତ୍ରୀଙ୍କୁ ହାତବାରିସି କରି ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ରାହୁଲ ଗାନ୍ଧୀ-ଧର୍ମେନ୍ଦ୍ର ପ୍ରଧାନ।
୨୧-ସ୍ମାର୍ଟଫୋନର ସ୍ମାର୍ଟନେସ୍ ଭିତରେ ହଜୁଛି ଶୈଶବ, ପାଠପଢ଼ା କି ଖେଳକୁଦ ନୁହେଁ, ସ୍କ୍ରିନ ଟାଇମ୍ ଖାଉଛି ପିଲାଙ୍କ ସମୟ, ଚେତାଇଲା WHO।
୨୨-ମସ୍କୋ:ମସ୍କୋ ଉପରେ ୪୦୦ ଡ୍ରୋନ ମାଡ଼ କଲା ୟୁକ୍ରେନ।
୨୩-ତେହେରାନ:ଆମେରିକା ବିରୋଧରେ ଇରାନର ପୂର୍ଣ୍ଣାଙ୍ଗ ଯୁଦ୍ଧ ଘୋଷଣା।
*ଖବର ଆଜିର*
ତାରିଖ:୨୧/୦୭/୨୬, ମଙ୍ଗଳବାର
୧-ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟରେ ବଢ଼ିବ ୫୦ MBBS ସିଟ୍।ଭିମସାର୍ ରେ ଏହି ସିଟ୍ ବଢିବା ସମ୍ଭାବନା ରହିଛି। ରାଜ୍ୟରେ ସରକାରୀ ସିଟ୍ ୧୮୫୦ ଓ ଘରୋଇ ସିଟ୍ ସଂଖ୍ୟା ୧୧୦୦।
୨-ରଥଯାତ୍ରା ବେଳେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣା: ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ।
୩-ଭୁବନେଶ୍ୱର:ଅଣ୍ଡା ବିଗାଡୁଛି MDM ହିସାବ,କେବଳ ଅଣ୍ଡା ଗୋଟା ପିଛା ଦର୍ ଏବେ ୯ରୁ ୧୦ ଟଙ୍କା ପଡୁଥିବା ବେଳେ ମିଡ୍ ଡେ ମିଲ୍ ପିଛା ସରକାର ଦେଉଛନ୍ତି ୧୧ରୁ ୧୫ ଟଙ୍କା।
୪-ବିପର୍ଯ୍ୟୟ କ୍ଷୟକ୍ଷତି ରୋକିବାକୁ ମାଟି ତଳେ ଯିବ ବିଦ୍ୟୁତ ତାର, ଡିପିଆର୍ ପ୍ରସ୍ତୁତ କରିବାକୁ ଶକ୍ତି ସଚିବଙ୍କୁ ନିର୍ଦ୍ଦେଶ।
୫-ଭୁବନେଶ୍ୱର: ଗଞ୍ଜେଇ ମାଫିଆଙ୍କୁ ସହାୟତା ଅଭିଯୋଗ; ଇନ୍ସପେକ୍ଟର ସୁସ୍ମିତା ମାଗର ନିଲମ୍ବିତ।
୬-ଭୁବନେଶ୍ୱର: ଆସନ୍ତା ୨୭ ତାରିଖ ସୋମବାର ଦିନ ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ।
୭-ଭୁବନେଶ୍ୱର: ମୁଣ୍ଡ ଟେକିଲାଣି ଡେଙ୍ଗୁ; ରାଜ୍ୟରେ ୨୬୦ ଡେଙ୍ଗୁ ରୋଗୀ ଚିହ୍ନଟ।
୮-ଭୁବନେଶ୍ୱର:ସ୍ନାତକ ଦ୍ବିତୀୟ ମେଧା ତାଲିକା ପ୍ରକାଶ;କଳା, ବାଣିଜ୍ୟ ଓ ବିଜ୍ଞାନରେ ରେଭେନ୍ସା ପସନ୍ଦ।
୯-ବିରଜା ପଞ୍ଜିକା ଅନୁସାରେ ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ଶୈବପୀଠରେ ପ୍ରଥମ ସୋମବାରରେ ଜଳ ଲାଗି କରିଛନ୍ତି ଭକ୍ତମାନେ।
୧୦-ସାର ସଙ୍କଟ ଦୂର ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ, DAP ଓ ୟୁରିଆ ବିକଳ୍ପକୁ ପ୍ରୋତ୍ସାହନ ଦେବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି।
୧୧-ସାମନ୍ତରାୟପୁର:ରାଜଧାନୀରେ ଦିନ ଦ୍ୱିପ୍ରହରରେ ବୁଲିଲା ଖଣ୍ଡା, ପାରିବାରିକ କଳହକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ।
୧୨-ଦେବଗଡ଼:ଘରୋଇ କଳହ ନେଲା ତିନି ଜୀବନ; ସ୍ତ୍ରୀ, ବୋହୂ ଓ ନାତୁଣୀକୁ ହାତୁଡ଼ିରେ ପିଟି ହତ୍ୟା, ଅଭିଯୁକ୍ତକୁ ଖୋଜୁଛି ପୋଲିସ।
୧୩-ନୂଆ Aadhaar Appର କମାଲ: ୪ କୋଟିରୁ ଅଧିକ ଲୋକ କଲେ ଡାଉନଲୋଡ୍, ଘରେ ବସି ବଦଳାନ୍ତୁ ଠିକଣା ଓ ଫୋନ୍ ନମ୍ବର।
୧୪-ପ୍ରଥମ ଡେଙ୍ଗୁ ଭ୍ୟାକ୍ ସିନ୍ ‘QDENGA’କୁ ଭାରତର ମଞ୍ଜୁରୀ; ୪ରୁ ୬୦ ବର୍ଷର ବ୍ୟକ୍ତି ନେଇପାରିବେ।
୧୫-ସିଜେପି “ସାଂସଦ ଚାଲ” ଡାକରା: ଜାତୀୟ ରାଜଧାନୀ ଦିଲ୍ଲୀରେ ଖଣ୍ଡଯୁଦ୍ଧ, ପୋଲିସର ମୃଦୁ ଲାଠି ଚାଳନା।
୧୬-ରାମମନ୍ଦିର ଦାନ ଚୋରି, ପ୍ରଶ୍ନପତ୍ର ଲିକ୍ ଓ ସିଜେପି ଆନ୍ଦୋଳନ ପ୍ରସଙ୍ଗରେ ସଂସଦରେ ପ୍ରବଳ ହଟ୍ଟଗୋଳ, ଗୃହ ମୁଲତବୀ।
୧୭-ସଂସଦ ମାର୍ଚ୍ଚ ପାଇଁ ଦିଲ୍ଲୀ ପୋଲିସର କଟକଣା, ନୂଆଦିଲ୍ଲୀରେ BNSS ଧାରା ୧୬୩ ଲାଗୁ।
୧୮-'ବନ୍ଦେ ମାତରମ୍’ ଅପମାନ ଉପରେ କଠୋର ହେଲେ ସରକାର: ଗାଇବା ବେଳେ ବିଶୃଙ୍ଖଳା କଲେ ହେବ ୩ ବର୍ଷର ଜେଲ୍ ଦଣ୍ଡ।
୧୯-ଡେରାଡୁନ: ପ୍ରବଳ ବର୍ଷା ପାଇଁ ଏବେ ଚାରିଧାମ ଯାତ୍ରା ସାମୟିକ ଭାବେ ସ୍ଥଗିତ ଅଛି।
୨୦-ଏଣ୍ଡି ବର୍ଣ୍ଣହମ ହେଲେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ, ରାଜନୈତିକ ଓ ଆର୍ଥିକ ବଡ଼ ପରିବର୍ତ୍ତନର ଦେଲେ ସଂକେତ।
୨୧-କଙ୍ଗୋରେ ଇବୋଲା ମହାମାରୀର ତାଣ୍ଡବ: ୯୩୦ରୁ ଅଧିକ ମୃତ।
୨୨-ଫିଫା ବିଶ୍ୱକପ୍ ୨୦୨୬ରେ ଚାମ୍ପିୟନ୍ ସ୍ପେନ୍ ୫୦ ମିଲିୟନ୍ ଆମେରିକୀୟ ଡଲାର ପୁରସ୍କାର ଜିତିଥିବା ବେଳେ ଉପବିଜେତା ଆର୍ଜେଣ୍ଟିନା ୩୩ ମିଲିୟନ୍ ଡଲାର ପାଇଛି।
*ଖବର ଆଜିର*
ତାରିଖ:୨୦/୦୭/୨୬, ସୋମବାର
୧-ଲଘୁଚାପ ବର୍ଷା ଓ ବନ୍ୟା ବଢ଼ାଇଲା ଚାଷୀଙ୍କ ଦୁଃଖ: ପାଣିରେ ବୁଡ଼ିଛି ହଜାର ହଜାର ହେକ୍ଟର ଫସଲ।
୨-ପୁରୀ:ଜନ୍ମବେଦିରେ ଜଗତ ମଣିମା, ଗୁଣ୍ଡିଚା ମନ୍ଦିରରେ ଲାଗିଛି ଗହଳିଚହଳି।
୩-ଭୁବନେଶ୍ୱର: ମାଟ୍ରିକ ସପ୍ଲିମେଣ୍ଟାରୀ ଖାତା ଦେଖାରେ ସମସ୍ୟା,ଗଣିତ ଶିକ୍ଷକଙ୍କ ଆଇଡିରେ ଭୂଗୋଳ ଖାତା।
୪-RTO ଚାଲାଣ ସେଟଲମେଣ୍ଟ ନାଁରେ ଠକେଇ, କଟକରୁ ୨ ଅଭିଯୁକ୍ତ ଗିରଫ।
୫-ଭୁବନେଶ୍ୱର:IHM ପରୀକ୍ଷାରେ ବଡ଼ ଜାଲିଆତି, ନକଲି ପରୀକ୍ଷାର୍ଥୀ ଦେଇ ଧରାପଡ଼ିଲେ ଅସଲି ପରୀକ୍ଷାର୍ଥୀ।
୬-ଖୋଲିଲା ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍। ବାମ ପାର୍ଶ୍ୱର ୩ ଓ ଡାହାଣ ପାର୍ଶ୍ୱର ଗୋଟିଏ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ।
୭-ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ତିଖିରି ସରପଞ୍ଚ ଚାମେଲି ଓଝା।
୮-ଭୁବନେଶ୍ୱର:ଅଣ୍ଡା ବଜାରରେ ମହଙ୍ଗା ମାଡ଼, ଯୋଗାଣ କମିବାରୁ ବଢ଼ୁଛି ଦାମ।
୯-କାମାକ୍ଷାନଗର:ବାହ୍ମଣୀରୁ ଡଙ୍ଗାରେ ବାଲି ଉଠାଣକୁ ନେଇ ଉତ୍ତେଜନା, ମୁହାଁମୁହିଁ ହେଲେ ଗ୍ରାମବାସୀ ଓ ଠିକାଦାର।
୧୦-ସିମୁଳିଆ:ବନ୍ୟଜନ୍ତୁଙ୍କ ଦାଉରୁ ଧାନ ତଳିକୁ ଉଦ୍ଧାର କରିବା ନିମନ୍ତେ ବିଦ୍ୟୁତ ଝଟକା ଲଗାଇ ନିଜେ ବିଦ୍ୟୁତର ଶିକାର ହେଲେ,୨ ମୃତ।
୧୧-ଆଗାମୀ ୨୪ ଘଣ୍ଟାରେ ପ୍ରବଳ ଝଡ଼,ବର୍ଷା ପାଇଁ ସତର୍କ ସୂଚନା ; ପାହାଡିଆ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ।
୧୨-ଭୁବନେଶ୍ୱର:କାନରା ବ୍ୟାଙ୍କରୁ ୧୧୦୯ କୋଟି ଠକେଇ,ଗୁପ୍ତା ପାଓ୍ବାରର ୪ ନିର୍ଦେଶକଙ୍କ ଘରେ CBI ଚଢ଼ାଉ।
୧୩-ସୋନମ ୱାଙ୍ଗଚୁକ୍ଙ୍କୁ ମିଳିଲାନି ଘରୋଇ ହସ୍ପିଟାଲ୍ ସୁବିଧା: ପତ୍ନୀଙ୍କ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ।
୧୪-କାନପୁର:୫୦ ଥର ପ୍ରୟାସ ପରେ ବି ମିଳିଲାନି ସରକାରୀ ଚାକିରି,ହାରିଗଲା ସ୍ୱର୍ଣ୍ଣପଦକ ବିଜେତା ବି.ଟେକ୍ ଛାତ୍ର, ଫ୍ୟାନରେ ଝୁଲିପଡ଼ିଲେ ଆନନ୍ଦ କୁମାର।
୧୫-ଲଗାଣ ବର୍ଷା,ନାଗାଲାଣ୍ଡରେ ଭୟଙ୍କର ଭୂସ୍ଖଳନ, ୮ ମୃତ, ୧୨ ରୁ ଅଧିକ ଆହତ।
୧୬-ଆଜିଠୁ ସଂସଦର ମୌସୁମୀ ଅଧିବେଶନ: ସର୍ବଦଳୀୟ ବୈଠକରୁ ହଙ୍ଗାମା, ଆସିପାରେ ୭ ଗୁରୁତ୍ୱପୂର୍ଣ୍ଣ ବିଲ୍।
୧୭-ଜାପାନ ଓପନ ବ୍ୟାଡମିଣ୍ଟନ:ଟାଇଟଲ ଜିତିଲେ ପି ଭି ସିନ୍ଧୁ।
୧୮-ଇଂଲଣ୍ଡ:ସବୁ ଚର୍ଚ୍ଚାର ଅନ୍ତ ! ଏକାଠି ବସିଲେ, ହସିଲେ ବିରାଟ-ଗମ୍ଭୀର; ସାଙ୍ଗରେ ଥିଲେ ରୋହିତ ଶର୍ମା।
୧୯-ଲର୍ଡସରେ ରୋହିତ-ବିରାଟଙ୍କ ସଂଘର୍ଷ ବେକାର: ଭାରତକୁ ହରାଇ ଦିନିକିଆ ସିରିଜ୍ ହାତେଇଲା ଇଂଲଣ୍ଡ।
୨୦-ନ୍ୟୁଜର୍ସି: ଆର୍ଜେଣ୍ଟିନାକୁ ୧-୦ ଗୋଲରେ ହରାଇ ସ୍ପେନ ହେଲା ବିଶ୍ଵ ଚମ୍ପିୟାନ।
୨୧-ଗୁଏନାରେ ବଡ଼ ସମୁଦ୍ର ଦୁର୍ଘଟଣା, ବୁଡିଗଲା ୧୧୬ ଜଣଙ୍କୁ ନେଇ ଯାଉଥିବା ଫେରି।
୨୨-ସୀମା ଡେଇଁଲା ଆମେରିକା -ଇରାନ ଯୁଦ୍ଧ,କୁଏତର ଜଳ ବିଶୋଧନ କେନ୍ଦ୍ର, ଜୋର୍ଡାନର ବିମାନ ବନ୍ଦର ଉପରେ ଇରାନର ଆକ୍ରମଣ।
Odisha Current Affairs 11th to 20th July 2026 I OSSC OSSSC OPSC SSB OUSSSC Teaching Exam Important https://www.youtube.com/watch?v=plKHqgjNKyU
LIVE Class 10.30 PM: OPSC ASO 2026 Odia Class Dhwani Barna Matra Fala ଧ୍ୱନି ବର୍ଣ୍ଣ ମାତ୍ରା ଫଳା Introduction to Odia https://www.youtube.com/@businesshelpline9886/streams
*ଖବର ଆଜିର*
ତାରିଖ:୧୯/୦୭/୨୬, ରବିବାର
୧-ପୁରୀ ରଥଯାତ୍ରାର ଅଦୃଶ୍ୟ ସେବକ: ପବିତ୍ର ସହରକୁ ସ୍ୱଚ୍ଛ ରଖିବାକୁ ଦିନରାତି ଏକ କରିଛନ୍ତି ୧୪୦୦ରୁ ଅଧିକ ସଫେଇ କର୍ମଚାରୀ।
୨-ଗୋଟି ପହଣ୍ଡିରେ ଆଡ଼ପ ବିଜେ କଲେ ଚତୁର୍ଦ୍ଧା ମୂରତି, ଆଜି ବାହାରିବ ପ୍ରଥମ ଆଡ଼ପ ଅବଢ଼ା।
୩-ପୁରୀ:ଆଜି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି,ରାତି ନ'ଟାରୁ ୨ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ।
୪-ଭୁବନେଶ୍ୱର:ରାଜ୍ୟରେ ବାଜିଲା ନିର୍ବାଚନୀ ବିଗୁଲ; ଜନଗଣନା ପରେ ଏକାସାଙ୍ଗରେ ପଞ୍ଚାୟତ ଓ ପୌର ନିର୍ବାଚନ, ଜୋରଦାର ପ୍ରସ୍ତୁତିରେ SEC।
୫-ଦୁର୍ବଳ ହେଲା ଲଘୁଚାପ, ତଥାପି ଆହୁରି ୩ ଦିନ ପ୍ରବଳ ବର୍ଷା , ୨୪ ଘଣ୍ଟା ପାଇଁ ୧୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି।
୬-CBSE ଦଶମ ଶ୍ରେଣୀ ‘ସେକେଣ୍ଡ ବୋର୍ଡ’ ରେଜଲ୍ଟ ଜାରି, ଡିଜିଲକରରୁ କରିହେବ ଡାଉନଲୋଡ୍।
୭-ସିଏମ୍ଓରୁ ଫାଇଲ୍ ଗାଏବ ଘଟଣା ;କ୍ୟାପିଟାଲ୍ ଥାନାରେ ତତ୍କାଳୀନ ଆଇଟି ସଚିବ ମନୋଜ ମିଶ୍ର ହାଜର।
୮-"ସବୁ ମହାପ୍ରଭୁଙ୍କ ଇଚ୍ଛା, ବର୍ଷା ଯୋଗୁଁ ଭାଙ୍ଗିଛି ଟାହିଆ": ରଥଯାତ୍ରା ବିଭ୍ରାଟ ଅଭିଯୋଗ ଉପରେ ବିରୋଧୀଙ୍କୁ ବିଜେପିର କଡ଼ା ଜବାବ।
୯-ଭୁବନେଶ୍ୱର:କ୍ୟାନସର ରୋଗୀଙ୍କ ପାଇଁ ମୋହନ ସରକାରଙ୍କ ବଡ଼ ଉପହାର; ଆୟୁଷ୍ମାନ ଭାରତରେ ମାଗଣା ଚିକିତ୍ସା, ଯୋଡ଼ିଲା ୧୨୧ ନୂଆ ପ୍ୟାକେଜ୍।
୧୦-ବର୍ଷାରେ ପରିବା ଦର ହାଲ ବେହାଲ; ବଜାରରେ ଦାଉ ସାଜିଛି ଉଚ୍ଚା ଦର।
୧୧-ASO ନିଯୁକ୍ତି ପରୀକ୍ଷା-୨୦୨୫ର ପ୍ରଶ୍ନପତ୍ର ପ୍ରଘଟ ଓ ଦୁର୍ନୀତି ମାମଲା, ୧୪ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ।
୧୨-ଖାକିରେ ଗଞ୍ଜେଇ ଦାଗ: ମାଫିଆଙ୍କୁ ସହଯୋଗ କରୁଥିଲେ ମନ ମୁଣ୍ଡା ଥାନାର ପୂର୍ବତନ ମ୍ୟାଡାମ ଆଇଆଇସି! ହ୍ୱାଟ୍ସଆପ୍ ଚାଟ୍ ଖୋଲିଲା ଗୁମର।
୧୩-ଉନ୍ନୟନ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, ଅନ୍ତିମ ଧାଡି ପର୍ଯ୍ୟନ୍ତ ପହଞ୍ଚି ଲୋକଙ୍କ ପାଇଁ କାମ କର।
୧୪-ବ୍ରହ୍ମପୁର :ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୪ ଓ ୫ ତାରିଖରେ ଗଞ୍ଜାମ ଗସ୍ତରେ ଆସିବା କାର୍ଯକ୍ରମ ରହିଛି।
୧୫-ନ୍ୟୁୟର୍କ:ଫିଫା ବିଶ୍ଵ କପ୍;ଆଜି ଆର୍ଜେଣ୍ଟିନା ଓ ସ୍ପେନ ମଧ୍ୟରେ ମହାମୁକାବିଲା।
୧୬-ଟୋକିଓ: ଜାପାନ ଓପନ; ଫାଇନାଲରେ ପି ଭି ସିନ୍ଧୁ , ପ୍ରଥମ ଭାରତୀୟ।
୧୭-ଅନଶନ କରି ସାରା ଦେଶରେ ଚର୍ଚ୍ଚାରେ ଥିବା ସୋନମ ୱାଙ୍ଗଚୁକ ଓଡ଼ିଶା ଜ୍ୱାଇଁ, ପତ୍ନୀ ଗୀତାଞ୍ଜଳିଙ୍କ ଘର ବାଲେଶ୍ବର ଜିଲ୍ଲାରେ।
୧୮-ଉତ୍ତରପ୍ରଦେଶର ମେରଠ ଅଞ୍ଚଳ:କ୍ଷୀରରେ ମିଶାଇଲା ନିଦ ବଟିକା, ଶୋଇଥିବା ସ୍ୱାମୀ ଉପରକୁ ଛାଡ଼ିଦେଲା ବିଷାକ୍ତ ସାପ; ଇନ୍ସୁରାନ୍ସ ଟଙ୍କା ପାଇଁ ହତ୍ୟା।
୧୯-ଇଂଲଣ୍ଡ ବିପକ୍ଷ ନିର୍ଣ୍ଣାୟକ ଲଢ଼େଇ: ଟିମ୍ ଇଣ୍ଡିଆର ପ୍ଲେଇଙ୍ଗ-୧୧ରେ ବଡ଼ ସସପେନ୍ସ, ରାହୁଲ-କୁଲଦୀପ ଇନ୍ !
୨୦-୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର:ୟାମି ଗୌତମ ଶ୍ରେଷ୍ଠ ଅଭିନେତ୍ରୀ, ଓଡ଼ିଆ ଚଳଚ୍ଚିତ୍ର ‘ଲହରୀ’ ପୁରସ୍କୃତ।
୨୧-ମମତାଙ୍କ ଟିଏମସି ପାଇଁ ବଢ଼ିଲା ସମସ୍ୟା, ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍, ଅଭିଷେକ ବାନାର୍ଜୀଙ୍କ କାର୍ଯ୍ୟାଳୟରେ ବୁଲିଲା ବୁଲଡୋଜର।
୨୨-ଶ୍ରୀହରିକୋଟା:ଘରୋଇ ମହାକାଶ ଗବେଷଣାରେ ନୂଆ ଇତିହାସ;ବିକ୍ରମ ୧ର ହେଲା ସଫଳ ପରୀକ୍ଷଣ।
୨୩-ହର୍ମୁଜରେ ୨ ତୈଳବାହୀ ଟ୍ୟାଙ୍କର ଉପରେ ଆକ୍ରମଣ, ଇରାନ ଉପରେ ଆମେରିକାର ଆକ୍ରମଣ ଜାରି।
Live Class 10.30 PM :OUSSSC Police SI & Allied Departments Exam 2026 Basic English Translation Class 3 https://www.youtube.com/watch?v=gSo_4QIZia8
*ଖବର ଆଜିର*
ତାରିଖ:୧୮/୦୭/୨୬, ଶନିବାର
୧-ପୁରୀ:ସରିଲା ରଥଟଣା, ଶରଧାବାଲିରେ ପହଞ୍ଚିଲା ୩ ରଥ।ଆଜି ଆଡ଼ପ ମଣ୍ଡପ ବିଜେ।
୨-ଭୁବନେଶ୍ୱର:ନବମ ଓ ଦଶମ ପିଲାମାନଙ୍କୁ ମିଳିବ କ୍ୟାରିୟର ଗାଇଡାନସ୍,ମାସର ପ୍ରଥମ ଓ ତୃତୀୟ ଶନିବାରେ ହେବ ଓ୍ବେବିନାର।
୩-ଭୁବନେଶ୍ୱର:ଜୁଲାଇ ୩୧ ଯାଏଁ ଚାଲିବ ଇଗ୍ନୋ ନାମ ଲେଖା ଓ ପୁନଃ ପଞ୍ଜିକରଣ।
୪-ପୁରୀ:ରଥଯାତ୍ରାକୁ ଛୋଟ ଛୁଆ, ବୃଦ୍ଧ ଓ ରୋଗୀଙ୍କୁ ଭିଡକୁ ନଆସିବାକୁ ଅପିଲ୍ – ଡିଜିପି।
୫-ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି, ଓସେପା ଅଫିସ୍ ରେ କ୍ରାଇମବ୍ରାଞ୍ଚ ଟିମ୍ ର ତଦନ୍ତ ଜାରି।
୬-ରାଜ୍ୟରେ ପ୍ରବଳ ବର୍ଷା ଜାରି, ସୁବର୍ଣ୍ଣପୁରରେ ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି।
୭-ରାଜ୍ଯରେ ଦୁଇଟି ଜିଲ୍ଲା କୋର୍ଟକୁ ପୁଣି ବୋମା ଧମକ, ବୋମାରେ ଉଡ଼ାଇ ଦେବାକୁ ଆସିଛି ଧମକପୂର୍ଣ୍ଣ ମେଲ୍।
୮-ବାଲେଶ୍ଵର:ସ୍ତ୍ରୀର ଜନ୍ମଦିନରେ ସ୍ବାମୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ, ପୋଲିସ ତଦନ୍ତ ଜାରି
୯-ମନରେଗା ପରେ ନୂଆ ବ୍ୟବସ୍ଥା; ଆସୁଛି ନୂଆ GRGC କାର୍ଡ, ଗାଁ ଲୋକଙ୍କୁ ବର୍ଷକୁ ମିଳିବ ୧୨୫ ଦିନ କାମର ଗ୍ୟାରେଣ୍ଟି।
୧୦-କଟକ:ବିୟୁଟି ମହାନ୍ତି ମୃତ୍ୟୁ ମାମଲା, ମିଳିଲା ଡିଜିଟାଲ ପ୍ରମାଣ, ତଥାପି ରହସ୍ୟ ଜାରି।
୧୧-ରଥଯାତ୍ରା ସରିବା ପର୍ଯ୍ୟନ୍ତ ରିଲିଜ୍ ହେବନି ‘ମହାପ୍ରଭୁ ଜଗନ୍ନାଥ’; ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଭକ୍ତଙ୍କ ଭାବାବେଗକୁ ଗୁରୁତ୍ୱ ରଖି ରହିଲା ସ୍ଥଗିତ।
୧୨-କଟକ:୩୫ ବର୍ଷ ଚାକିରି ପରେ ବି ମିଳିଲାନି ପେନ୍ସନ୍; ୨ ମାସ ମଧ୍ୟରେ ନିଷ୍ପତ୍ତି ପାଇଁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ।
୧୩-କେନ୍ଦ୍ରାପଡ଼ା: ତୁଳସୀ କ୍ଷେତ୍ରରେ ରଥ ବିଭ୍ରାଟ,ଘନ ଘନ ବୈଠକ,ଫଳ ଶୂନ।
୧୪-ମାଲକାନଗିରିରେ କାର୍ଯ୍ୟକ୍ଷମ ହେବ ବିମାନ ବନ୍ଦର,୨୨ରେ ପରୀକ୍ଷା ମୂଳକ ଅବତରଣ।
୧୫-ଆନ୍ଧ୍ରରେ କୋଭିଡ୍ ରେ ୪ ଜଣଙ୍କର ମୃତ୍ୟୁ, ସଂକ୍ରମିତ ସଂଖ୍ୟା ୧୨ରେ ପହଞ୍ଚିଲା।
୧୬-ମହିଳା ହକି ବିଶ୍ବକପ୍ ଲାଗି ଭାରତୀୟ ଦଳ ଘୋଷିତ: ସଲିମା ଅଧିନାୟିକା, ଓଡ଼ିଶାରୁ କେବଳ ସୁନେଲିତା ଟୋପ୍ପୋ ଅଛନ୍ତି।
୧୭-'ବନ୍ଦେ ମାତରମ୍’କୁ ଅପମାନ କଲେ ମିଳିବ କଠୋର ଦଣ୍ଡ: ସଂସଦର ମୌସୁମୀ ଅଧିବେଶନରେ ବିଲ୍ ଆଣିବେ ଅମିତ ଶାହ।
୧୮-ବର୍ଷକରେ ଜିଓ ୫ଜି ସହ ଯୋଡ଼ିହେଲେ ୭.୩ କୋଟି ଉପଭୋକ୍ତା, 5G ଡାଟା ଟ୍ରାଫିକ୍ ବି ୪ଜି ଡାଟା ତୁଳନାରେ ପ୍ରାୟ ଦେଢ଼ ଗୁଣ ଅଧିକ।
୧୯-ଲଣ୍ଡନ:ଏଣ୍ଡି ବର୍ଣ୍ଣହମ ହେବେ UKର ନୂଆ ପ୍ରଧାନମନ୍ତ୍ରୀ, ସୋମବାର ଦିନ ଦାୟିତ୍ୱଗ୍ରହଣ କରିବେ।
୨୦-୭.୪ ତୀବ୍ରତାର ଭୂକମ୍ପରେ ଥରିଲା ମେକ୍ସିକୋ, ସୁନାମି ଆଲର୍ଟ ଜାରି।
*ଖବର ଆଜିର*
ତାରିଖ:୧୭/୦୭/୨୬, ଶୁକ୍ରବାର
୧-ପୁରୀ:ମାର୍କେଟ ଛକରେ ତାଳଧ୍ବଜ, ମରିଚିକୋଟରେ ଅଟକିଲା ଦର୍ପଦଳନ;ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଚକେ ଗଡ଼ି ଅଟକିଛି,ଆଜି ସକାଳ ୯ଟାରେ ହେବ ରଥଟଣା।
୨-ପହଣ୍ଡି ସମୟରେ ଅଧା ବାଟରୁ ଖୋଲିଗଲା ମହାପ୍ରଭୁଙ୍କ ଟାହିଆ,ମହାପ୍ରଭୁଙ୍କୁ ବିନା ଟାହିଆରେ ଦେଖି ଭକ୍ତ ନିରାଶ।
୩-ସରିଲା +୨ ପ୍ରଥମ ପର୍ଯ୍ୟାୟ ନାମଲେଖା।
୨ ଲକ୍ଷ ୧୮ ହଜାର ୨୬୪ ଆସନ ଖାଲି ପଡ଼ିଛି।
୪-ଭୁବନେଶ୍ୱର:ପାଠ୍ୟପୁସ୍ତକ ତ୍ରୁଟି ମାମଲା, ଶିକ୍ଷା ବିଭାଗରେ କମ୍ପନ, ବଢ଼ିଲା ଗିରଫ ଡର।
୫-ଭୁବନେଶ୍ୱର:ଆଜି ରାଜ୍ଯର ୭ ରେଳ ଷ୍ଟେସନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ,୧୦୯ କୋଟି ବ୍ୟୟ ବରାଦରେ ହୋଇଛି ନିର୍ମାଣ।
୬-ଶ୍ରୀବାଣୀ କ୍ଷେତ୍ରରେ ସରିଲା ରଥଯାତ୍ରା, ମହିଳାମାନେ ଟାଣିଲେ ଦେବୀ ସୁଭଦ୍ରାଙ୍କ ରଥ।
୭-ଭୁବନେଶ୍ୱର:ରାଜଧାନୀ ରାସ୍ତାରେ ମଣିଷ ଜୀବନ ଶସ୍ତା, ନିଇତି ରାତିରେ ଘଟିଲାଣି ହିଟ୍ ଆଣ୍ଡ ରନ୍ ମାମଲା।
୮-ଆସନ୍ତା ଦୁଇ ଦିନ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଲଘୁଚାପ ‘ୱେଲ ମାର୍କଡ୍ ଲୋ ପ୍ରେସର’ ରେ ପରିଣତ।
୯-ପୁରୀରେ ରଥଯାତ୍ରା: ଶ୍ୱାସରୁଦ୍ଧ ହୋଇ ୩ ଭକ୍ତଙ୍କ ମୃତ୍ୟୁ, ଅନେକ ଅସୁସ୍ଥ।
୧୦-ଗଜପତି:ଅଭାବନୀୟ! ମୀନା ବଜାରରେ ବିଦ୍ୟୁତ ଆଘାତରେ ଚାଲିଗଲା ୧୫ ବର୍ଷୀୟ ବାଳକର ଜୀବନ।
୧୧-ଯୋଡ଼ା, ପାତ୍ର ସାହି:ରାସ୍ତା ଉପରେ ଯୁବକକୁ ହାଣିଦେଲେ, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ସନ୍ଦେହ
୧୨-ବିହାର, ସମସ୍ତିପୁର:ମଇଁଷି ବିକି ପ୍ରେମବିବାହ କଲେ ଯୁବକ, ଘର ଲୋକ ମାଡ଼ ମାରୁଥିବା ଭିଡିଓ ହେଲା ଭାଇରାଲ୍।
୧୩-ନୂଆ ଦିଲ୍ଲୀ:ପ୍ରକାଶ ପାଇଲା NEET UG 2026 ରେଜଲ୍ଟ,୧୧.୨୧ ଲକ୍ଷ ଛାତ୍ରଛାତ୍ରୀ ଅର୍ଜନ କଲେ ଯୋଗ୍ୟତା।
୧୪-କାର୍ଡିଫ: ଦ୍ବିତୀୟ ଦିନିକିଆ; ଇଂଲଣ୍ଡ ୪ ଓ୍ବିକେଟ୍ ରେ ବିଜୟୀ।୧-୧ରେ ସିରିଜ୍ ବରାବର।
୧୫-ନ୍ୟୁୟର୍କ:ଫିଫା ବିଶ୍ଵ କପ୍ ଫାଇନାଲ ଟିକେଟ୍; ଗୋଟିଏ ସିଟ୍ ପାଇଁ ଲୋକେ ଦେଉଛନ୍ତି ୨୪ଲକ୍ଷ ଟଙ୍କା।
୧୬-ସଂସଦର ମୌସୁମୀ ଅଧିବେଶନ ଏଜେଣ୍ଡା ଜାରି, ସୂଚୀରେ ରହିଛି ୭ ବିଲ୍, ମହିଳା ଆରକ୍ଷଣ ଓ ପରିସୀମନ ବିଧେୟକ ଗାୟବ।
୧୭-ଏବେ ଭାରତୀୟ ସେନାରେ ଜାସୁସି ଅସମ୍ଭବ! DRDO ପ୍ରସ୍ତୁତ କଲା ‘କ୍ୱାଣ୍ଟମ୍ ନେଟୱର୍କ’, ମଜବୁତ ହେବ ଦେଶର ସୁରକ୍ଷା।
୧୮-କର୍ଣାଟକରେ ଡାକ୍ତରଙ୍କୁ ହତ୍ୟା,୮ ବର୍ଷର ପୁଅକୁ ଛୁରା ମାଡ଼, ସନ୍ଦେହରେ ପତ୍ନୀ ଅଟକ।
୧୯-ଛାଡପତ୍ର ବିରୋଧରେ ମହିଳାଙ୍କ ଆବେଦନକୁ ଖାରଜ କଲେ ବମ୍ବେ ହାଇକୋର୍ଟ, କହିଲେ ତାଙ୍କ ପୂର୍ବତନ ସ୍ୱାମୀ ପୁନଃବିବାହ କରି ସାରିଛନ୍ତି।
୨୦-ଅଲଜେରିଆ:ଅନାଥାଶ୍ରମରେ ଭୟଙ୍କର ଅଗ୍ନିକାଣ୍ଡ: ୧୧ ଜଣଙ୍କ ମୃତ୍ୟୁ, ୧୯ ଆହତ।
୨୧-ଆମେରିକା ବଦଳାଇବ ଭିସା ନିୟମ, ବିଦେଶୀ ଛାତ୍ରଙ୍କ ରହଣୀ ହେବ ୪ ବର୍ଷରେ ସୀମିତ।
