Sukant Tutorial
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial
显示更多📈 Telegram 频道 Sukant Tutorial 的分析概览
频道 Sukant Tutorial (@sukanttutorial) 是活跃参与者。目前社区聚集了 12 303 名订阅者,在 教育 类别中位列第 16 359,并在 印度 地区排名第 33 385 位。
📊 受众指标与增长动态
自 невідомо 创建以来,项目保持高速增长,吸引了 12 303 名订阅者。
根据 30 六月, 2026 的最新数据,频道保持稳定运转。过去 30 天订阅人数变化为 -233,过去 24 小时变化为 -8,整体触达仍然可观。
- 认证状态: 未认证
- 互动率 (ER): 平均受众互动率为 20.23%。内容发布后 24 小时内通常能获得 4.00% 的反应,占订阅者总量。
- 帖子覆盖: 每篇帖子平均可获得 2 490 次浏览,首日通常累积 493 次浏览。
- 互动与反馈: 受众积极参与,单帖平均反应数为 1。
📝 描述与内容策略
作者将该频道定位为表达主观观点的平台:
“Hi Friends I am Sukant , Welcome to My Channel "Sukant Tutorial"
In this channel you will get
1.Educational Related all videos
2.Educational News & Letters
3.Scholarship update
Subscribe me on YouTube -: https://youtube.com/@SukantTutorial”
凭借高频更新(最新数据采集于 01 七月, 2026),频道始终保持新鲜度与高覆盖。分析显示受众积极互动,使其成为 教育 类别中的关键影响点。
ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ପାଠପଢ଼ା । ନାମ ଲେଖା ପରେ ଯୁକ୍ତ ୨ ପ୍ରଥମ ବର୍ଷ ପିଲାଙ୍କ କ୍ଲାସ୍ ଆଜିଠୁ ଆରମ୍ଭ ହେବ । ଏନେଇ ପୂର୍ବରୁ ସୂଚନା ଦେଇଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାଢ଼େ ୩ ଲକ୍ଷ ପିଲା ନାମ ଲେଖାଇ ସାରିଛନ୍ତି । ତେଣୁ ଆଉ ବିଳମ୍ବ ନକରି ଆଜିଠାରୁ କ୍ଲାସ ଆରମ୍ଭ ହେଉଛି । ଏବେ ବି କିଛି କଲେଜରେ ପିଲାମାନେ ଆଡମିଶନ୍ ନେଇ ନାହାନ୍ତି । ସେମାନେ ଆସନ୍ତା ୧୭ ତାରିଖରେ ଆଡମିଶନ୍ ନେବେ। ହେଲେ ତାପୂର୍ବରୁ ଅନ୍ୟ ପିଲାଙ୍କ ପାଠପଢ଼ା ହେବ ବୋଲି ସୂଚନା ମିଳିଛି ।
୨୨ ତାରିଖରୁ ଯୁକ୍ତ ୨ ପ୍ରଥମ ବର୍ଷ ପିଲାଙ୍କ କ୍ଲାସ୍ ଆରମ୍ଭ ହେବ ବୋଲି ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଦେଇଥିଲେ । ଗତ ଜୁଲାଇ୨୭ ତାରିଖରେ +୨ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ଏକାସାଙ୍ଗରେ ପ୍ରକାଶ ପାଇଥିଲା । ତେବେ ଚଳିତ ବର୍ଷ +୨ ବିଜ୍ଞାନରେ ମୋଟ ପାସ୍ ହାର ୯୪.୧୨%। ୭୬, ୬୦୪ ପିଲା ପରୀକ୍ଷା ଦେଇଥିବା ବେଳେ ୭୨, ୧୦୬ ପାସ୍ କରିଥିଲେ ।
ସେହିପରି ଗତ ଅଗଷ୍ଟ ୮ରେ ଯୁକ୍ତ ଦୁଇ କଳା ରେଜଲ୍ଟ ପ୍ରକାଶ ପାଇଥିଲା । ଏଥିରେ ୨ ଲକ୍ଷ ୧୩ ହଜାର ୪୩୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ୧,୭୧,୨୮୮ ଜଣ ପିଲା ପାସ୍ କରିଛନ୍ତି। ଏଥର ପାସ୍ ହାର ୮୨.୧୦ ପ୍ରତିଶତ।ଏଣିକି ଓଡ଼ିଆ ଭାଷାରେ ଦେଇ ହେବ ଓଏଏସ ପରୀକ୍ଷା । ପ୍ରିଲିମ୍, ମେନ୍ ଓ ଇଣ୍ଟରଭିୟୁ ବି ଓଡ଼ିଆରେ ହେବ । ପ୍ରଶ୍ନ ଉଭୟ ଓଡିଆ ଏବଂ ଇଂରାଜୀ ଭାଷାରେ ପ୍ରସ୍ତୁତ ହେବ । ପରୀକ୍ଷାର୍ଥୀ ମାନେ ଚାହିଁଲେ ଇଂରାଜୀ କିମ୍ବା ଓଡ଼ିଆ ଭାଷାରେ ପରୀକ୍ଷା ଦେଇପାରିବେ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ OPSCକୁ ଏନେଇ ଚିଠି ହୋଇଛି । ଯେଉଁଥିରେ ଉଲ୍ଲେଖ ଅଛି ପରୀକ୍ଷାର୍ଥୀ ମାନେ ଉଭୟ ଭାଷାର ପ୍ରଶ୍ନ ପାଇବେ ଓ ଯେଉଁ ଭାଷାରେ ଚାହିଁବେ ଉତ୍ତର ଲେଖିପାରିବେ ।
ବହୁ ପୂର୍ବରୁ ଓଡ଼ିଆରେ ଓଏଏସ ପରୀକ୍ଷା ଆୟୋଜନ ଲାଗି ଦାବି ହୋଇ ଆସୁଥିଲା । ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଏନେଇ ସରକାରଙ୍କୁ ଅବଗତ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ସର୍ବଭାରତୀୟ ପ୍ରଶାସନିକ ସେବାରେ ୧୯୮୦ ମସିହାରୁ ବହୁ ଭାଷାରେ ପରୀକ୍ଷା ହେଇ ଆସୁଛି । ବର୍ତ୍ତମାନ ୨୨ଟି ଭାଷାରେ ପରୀକ୍ଷା ହେଉଛି । କିନ୍ତୁ ଓଡ଼ିଶା ପ୍ରଶାସନିକ ସେବା ବା ଓଏଏସ ପରୀକ୍ଷା ଓଡ଼ିଆ ଭାଷାରେ ହୋଇ ପାରୁନଥିଲା ।
ଏନେଇ ଭାଷା ପ୍ରେମୀଙ୍କ ପକ୍ଷରୁ ୨୦୧୧ରେ ହାଇକୋର୍ଟରେ ପିଟିସନ ଦାଖଲ ହୋଇଥିଲା । ଯାହାର ଶୁଣାଣି କରି କୋର୍ଟ ଓଡ଼ିଆ ଭାଷାରେ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରିନଥିଲା । ଆଉ ଏବେ ଏହା ଲାଗୁ ହେବାକୁ ଯାଉଛି । ତେବେ ୨୦୧୭ରେ ଓଡ଼ିଆ ଭାଷାରେ ଲେଖିବା ପାଇଁ ଅନୁମତି ଦିଆଯାଇଥିଲେ ବି ଅନେକ ପରୀକ୍ଷାର୍ଥୀ ଏନେଇ ଅବଗତ ହୋଇପାରିନଥିଲେ ।
ତେବେ ବର୍ତ୍ତମାନ ଓଡ଼ିଆ ଭାଷାରେ ପ୍ରଶ୍ନ ଆସିବ ଓ ଓଡ଼ିଆରେ ହିଁ ଉତ୍ତର ଦେବେ ପରିକ୍ଷାର୍ଥୀ । ଫଳରେ ଏବେ ଓଏଏସ୍ ପରୀକ୍ଷା ଦେବାକୁ ବହୁ ପିଲା ଆଗ୍ରହୀ ହେବେ ବୋଲି କହିଛନ୍ତି ଶିକ୍ଷାବିତ । ଏହି ନିର୍ଦ୍ଦେଶନାମା ପରଠୁ ଓଏଏସ୍ ପରୀକ୍ଷା ଦେବାକୁ ଥିବା ଆଶାୟୀମାନେ ବେଶ୍ ଖୁସ୍ ଅଛନ୍ତି ।
现已上线!2025 年 Telegram 研究 — 年度关键洞察 
