CAREER STUDY CLASSES 📘📚📝
الذهاب إلى القناة على Telegram
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
إظهار المزيد670
المشتركون
لا توجد بيانات24 ساعات
-37 أيام
-3830 أيام
أرشيف المشاركات
କଟକ ଦୁର୍ଗାପୂଜା ସମ୍ବନ୍ଧୀୟ କିଛି ବିଶେଷ ତଥ୍ୟ
୧) ପ୍ରଥମ ମୃଣ୍ମୟୀ ପ୍ରତିମା:- ବାଲୁବଜାର(୧୫୦୯)
୨) ପ୍ରଥମ ଚାନ୍ଦି ମେଢ଼:- ଚୌଧୁରୀ ବଜାର (୧୯୫୬)
୩) ସର୍ବମୋଟ ଚାନ୍ଦି ମେଢ଼ (ଏଯାବତ):- ୨୮
୪) ସର୍ବବୃହତ ଚାନ୍ଦି ମେଢ଼ (ଓଜନ):- ଚାଉଳିଆଗଞ୍ଜ (୫୦୦କି.)
୫) ସର୍ବବୃହତ ଚାନ୍ଦି ମେଢ଼ (ଉଚ୍ଚତା):- ଅଲିଶା ବଜାର
୬) ସୁନା ମୁକୁଟ ଲାଗିଥିବା ପୂଜା ମଣ୍ଡପ:- ୭
ଚୌଧୁରୀବଜାର
ଶେଖ୍ ବଜାର
ମଙ୍ଗଳାବାଗ୍
ରାଣୀହାଟ
ଚାଉଳିଆଗଞ୍ଜ
କାଠଗଡ଼ା ସାହି
ଖାନ୍ ନଗର
୭)ଚାନ୍ଦି ମେଢ଼ ଲାଗିଥିବା ମହାଦେବ ପୂଜା ମଣ୍ଡପ:- ୪
ଶଙ୍କରପୁର-ବାଦାମବାଡ଼ି
ନୟାସଡ଼କ
ତୁଳସୀପୁର
ଗଣେଶ ଘାଟ
୮) ବଡ଼ ଭଉଣୀ:- ବାଲୁବଜାର
୯) ସାନ ଭଉଣୀ:- ଚାନ୍ଦିନୀଚୌକ
୧୦)ଭଣ୍ଡାରି ଘର ଦୂର୍ଗା:- ସର୍ପାଦୂର୍ଗା, ମାଛୁଆ ବଜାର
୧୧) ରଜାଘର ଦୂର୍ଗା:- ଚାନ୍ଦିନୀଚୌକ
୧୨) ଦଶହରାରେ ଶ୍ରୀ ଚୈତନ୍ୟ ଦେବଙ୍କ ପୂଜା:- ଝାଞ୍ଜିରୀମଙ୍ଗଳା
୧୩) ଦଶହରାରେ ଶ୍ରୀକୃଷ୍ଣ ପୂଜା ପାଉଥିବା ଏକମାତ୍ର ପୂଜା ମଣ୍ଡପ ଓ ଚାନ୍ଦି ମେଢ଼:- ପିଠାପୁର, କାଳୀୟଦଳନ
୧୪) ମାଆ ଦୂର୍ଗାଙ୍କ ସହ ଶ୍ରୀରାମଚନ୍ଦ୍ର ପୂଜା ପାଉଥିବା ପୂଜା ମଣ୍ଡପ:- ଦେଉଳ ସାହି
୧୫)ଚାନ୍ଦି ତାରକସି ବଦଳରେ ଚାନ୍ଦି ଖୋଦେଇ ରେ ପ୍ରସ୍ତୁତ ଏକମାତ୍ର ଚାନ୍ଦି ମେଢ଼:- ତୁଳସୀପୁର-ମହାଦେବ ପୂଜା କମିଟି
୧୬)କଟକ ସଦର ର ପ୍ରଥମ ମୃଣ୍ମୟୀ ଦୂର୍ଗା ପୂଜା:- ଆଦିପୀଠ, ବିଦ୍ୟାଧରପୁର
୧୭)ବିଶ୍ୱ ସ୍ତରରେ ପୁରସ୍କୃତ ହୋଇଥିବା ଚାନ୍ଦି ମେଢ଼:- ଅଲିଶା ବଜାର (ବିଶ୍ୱ ବାଣିଜ୍ୟ ମେଳା, ନୂଆ ଦିଲ୍ଲୀ)୨୦୦୦ ମସିହା
୧୮) ଭସାଣି ଶୋଭାଯାତ୍ରାରେ ସାମିଲ ହୋଇଥିବା ପ୍ରଥମ ଚାନ୍ଦି ମେଢ଼:- ଶେଖ୍ ବଜାର ।
(ସୋସିଆଲ ମିଡ଼ିଆ ରୁ ସଂଗୃହିତ)
Happy durga & Dusshera
💐💐💐💐💐💐💐
My all dear students
My staff and our official family members faculty
🦚🦚🦚🦚🦚🦚🦚
ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୪-୨୫ ଶିକ୍ଷାବର୍ଷ ଲାଗି ସ୍କୁଲ ଅଫ୍ ଇଞ୍ଜିନିୟରିଂ ଏବଂ ସ୍କୁଲ ଅଫ୍ ସର୍ଭିସେସ୍ ବିଭାଗ ଅଧୀନରେ ଥିବା ମୋଟ ୭ଟି ଅତ୍ୟାଧୁନିକ ବିଷୟରେ ସ୍ପଟ୍ ନାମଲେଖା କରାଯିବ। ଏହି ପ୍ରକ୍ରିୟା ଅକ୍ଟୋବର ୪ରୁ ୧୯ ତାରିଖ ଯାଏଁ ଚାଲିବ।
ଓଡ଼ିଶାର ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ଆବଶ୍ୟକ ପ୍ରମାଣପତ୍ର ଦାଖଲ କରି ନାମ ଲେଖାଇ ପାରିବେ।
ନାମଲେଖା ପ୍ରକ୍ରିୟା ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏଁ ଚାଲିବ। ତେଣୁ ପ୍ରାର୍ଥୀମାନେ ଏହାର ସୁଯୋଗ ନେବାକୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ କୁହାଯାଇଛି।
🔴 କେନ୍ଦ୍ର ପରେ ରାଜ୍ୟ ବଢ଼ାଇବ ଗରିବଙ୍କୁ ମାଗଣା ଚାଉଳ ଅବଧି
-ମାଗଣା ଚାଉଳ ଅବଧି ବୃଦ୍ଧି କରାଯିବ କହିଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
-ରାଜ୍ୟର ନିଜସ୍ବ ଯୋଜନାରେ ଚାଉଳ ଯୋଗାଣ ଅବଧି ବୃଦ୍ଧି କରାଯିବ
🔴ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟlରଣ୍ୟ🔴
ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟlରଣ୍ୟ । ଆଜି ପାଖରୁ ଶିମିଳିପାଳ ବୁଲିବା ପାଇଁ ମିଳିବ ପ୍ରବେଶ ଅନୁମତି। ଶିମିଳିପାଳରେ ପୂଜା ଛୁଟିର ମଜା ନେବେ ପର୍ଯ୍ୟଟକ। ରାଜ୍ୟ, ଦେଶ ତଥା ବିଦେଶରୁ ପ୍ରତିବର୍ଷ ଶହ ଶହ ପର୍ଯ୍ୟଟକ ଶିମିଳିପାଳର ବନ୍ୟ ଜୀବଜନ୍ତୁଙ୍କୁ ଦେଖିବା ସହ ନଦୀ, ଝରଣା, ପ୍ରପାତ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି। ପ୍ରତିବର୍ଷ ନଭେମ୍ବର ୧ ତାରିଖ ଠାରୁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ମଧ୍ୟକୁ ପର୍ଯ୍ୟଟକଙ୍କ ପ୍ରବେଶ ପାଇଁ ଅନୁମତି ଦିଆଯାଇଥାଏ। କିନ୍ତୁ ଏଥର ୨୦ଦିନ ପୂର୍ବରୁ ଅର୍ଥାତ୍ ଆଜି (ଗୁରୁବାର)ଠାରୁ ପର୍ଯ୍ୟଟକଙ୍କ ଲାଗି ଶିମିଳିପାଳ ଅଭୟାରଣ୍ୟ ଖୋଲାଯିବା ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥର ପର୍ଯ୍ୟଟକମାନେ ଦୁର୍ଗାପୂଜାରେ ଶିମିଳିପାଳ ଭ୍ରମଣ ସହିତ ରାତ୍ରିଯାପନର ସୁବିଧା ପାଇପାରିବେ।
🔴ଆରଆଇ ଓ ଅମିନ ପରୀକ୍ଷା ବାତିଲ୍ ଦାବି: ଆଡମିଟ୍ କାର୍ଡକୁ ଡଙ୍ଗା କରି କାଠଯୋଡ଼ି ନଦୀରେ ଭସାଇଲେ🔴
ଜୋର୍ ଧରିଲା ଆରଆଇ ଓ ଅମିନ ପରୀକ୍ଷା ବାତିଲ୍ ଦାବି। କଟକରେ ଆଶାୟୀଙ୍କ ଜୋରଦାର ପ୍ରତିବାଦ। ପରୀକ୍ଷା ବାତିଲ୍ ସହ ପୁନଃ ପରୀକ୍ଷା କରିବା ଦାବିରେ ଆନ୍ଦୋଳନ କରିଛନ୍ତି ଛାତ୍ରଛାତ୍ରୀ। ଆଡମିଟ୍ କାର୍ଡକୁ ଡଙ୍ଗା କରି କାଠଯୋଡ଼ି ନଦୀରେ ଭସାଇ ବିରୋଧ ପ୍ରଦର୍ଶନ କରିଛନ୍ତି।
🚀🚀🚀
ସୁଭଦ୍ରା ଟଙ୍କା ନଆସିଥିଲେ ତରବର ହୋଇ ଆଉ ଥରେ ପଞ୍ଜୀକରଣ କରନ୍ତୁ ନାହିଁ । ଅପେକ୍ଷା କରନ୍ତୁ, ଟଙ୍କା ନିଶ୍ଚୟ ଆସିବ । ଏଭଳି ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
