10th Class Study
Открыть в Telegram
👉Pratic MCQ question answer 👉Free YouTube class 👉 Free PDF Books OR Test paper 🗞️ 👉 Study Material Thank you 🙏
Больше3 841
Подписчики
Нет данных24 часа
-127 дней
-7030 дней
Архив постов
3 841
କାର୍ଯ୍ୟ ପୁସ୍ତିକା ଗାଇଡ୍ ୨୦୨୧_English_10th_English (Ajit Sanu Education).pdf
25 апр. 2024, 04:01
3 841
କାର୍ଯ୍ୟ ପୁସ୍ତିକା ଗାଇଡ୍ ୨୦୨୧_English_10th_English (Ajit Sanu Education).pdf
25 апр. 2024, 04:01
3 841
ପରୀକ୍ଷା ଦର୍ପଣ ୨୦୨୦_ପରୀକ୍ଷା ଦର୍ପଣ ହିନ୍ଦୀ ଓ ସଂସ୍କୃତ_HindiSanskrit [Ajit Sanu Education).pdf
25 апр. 2024, 04:01
3 841
କାର୍ଯ୍ୟ ପୁସ୍ତିକା ଗାଇଡ୍ ୨୦୨୧_ଓଡିଆ_10th_Odia (Ajit Sanu Education).pdf
25 апр. 2024, 04:01
3 841
କାର୍ଯ୍ୟ ପୁସ୍ତିକା ଗାଇଡ୍ ୨୦୨୧_ଗଣିତ ଓ ଜ୍ୟାମିତି _10th_Math (Ajit Sanu Education).pdf
25 апр. 2024, 04:01
3 841
ପୁସ୍ତକ ଦିବସର ଅନୁଚିନ୍ତା
ଗାନ୍ଧିଜୀଙ୍କ ଜୀବନରେ ଏକ ପୁସ୍ତକ
=====================
ଦକ୍ଷିଣଆଫ୍ରିକାର ଜୋହନସବର୍ଗ ରେଳଷ୍ଟେସନ l 1904 ମସିହାର ଜୁନ ମାସର ଉଷୁମ ସକାଳ l ମହାତ୍ମା ଗାନ୍ଧୀ ଟ୍ରେନରେ ଡର୍ବାନ ଯାତ୍ରା କରିବା ପାଇଁ ସେଠାରେ ପହଞ୍ଚିଲେ l ବିଦାୟ ଦେବାପାଇଁ ଆସିଥାନ୍ତି ଘନିଷ୍ଠ ବନ୍ଧୁ, ହେନରୀ ପୋଲକ l ଟ୍ରେନ୍ ଛାଡ଼ିବାର ସଂକେତ ଦେଲା l ବାହାରେ ଛିଡ଼ା ହୋଇ ଥିବା ବନ୍ଧୁ ପୋଲକ କହିଲେ,ଟ୍ରେନ୍ଛାଡ଼ିବ, ହଁ ଏଇ ରଖ, ଏ ବହି ଖଣ୍ଡିକ, ତାକୁ ପଢ଼ିବ, ଯାତ୍ରା ଜନିତ କ୍ଳାନ୍ତି ଓ ବିରକ୍ତି ଦୂର ହେବ l ବହିଟିକୁ ହାତକୁ ନେଇ ଗାନ୍ଧୀ ଦେଖିଲେ ଓ ବନ୍ଧୁଙ୍କର ଏ ବିଦାୟ କାଳୀନ ଉପହାରକୁ ଆନନ୍ଦ ସହକାରେ ଗ୍ରହଣ କରି କହିଲେ,"ହଁ, ପଢ଼ିବି l’’
ହେନରି ପୋଲକ୍ ଜୋହାନ୍ସବର୍ଗରୁ ପ୍ରକାଶିତ The Critic ପତ୍ରିକାର ସମ୍ପାଦନା କରୁଥିଲେ l ସେ ମହାତ୍ମା ଗାନ୍ଧୀଙ୍କୁ ଦେଇଥିବା ପୁସ୍ତକଟି ଥିଲା ଜନ ୠସ୍କିନଙ୍କ ଲିଖିତ "Unto This Last" l
ଟ୍ରେନ ଭିତରେ ବହିଟି ପଢ଼ିବା ଆରମ୍ଭ କଲାପରେ ଗାନ୍ଧୀଙ୍କ ଆଖିରୁ ନିଦ ହଜି ଯାଇଥିଲା l ବହିଟିର ଚିନ୍ତା ଧାରା ଗାନ୍ଧିଜୀଙ୍କୁ ସମ୍ପୂର୍ଣ୍ଣ ରୂପେ ମୋହାଚ୍ଛନ୍ନ କରି ଦେଇଥିଲା l ଟ୍ରେନ୍ ଯାତ୍ରା ସରିଯିବା ପୂର୍ବରୁ ସେ ବହିଟିକୁ ପଢ଼ି ସାରି ଦେଇ ଥିଲେ l ବହିଟି ପଢ଼ି ଗାନ୍ଧୀ ଏତେ ପ୍ରଭାବିତ ହୋଇଥିଲେ ଯେ ସେ ବହିରେ ଥିବା କିଛି ମହତ୍ ଚିନ୍ତନକୁ ସଙ୍ଗେ ସଙ୍ଗେ ନିଜ ଜୀବନରେ ଆପଣେଇବାକୁ ନିଷ୍ପତ୍ତି ନେଇଥିଲେ l ମୋହନ ଦାସ କରମ ଚାନ୍ଦ ଗାନ୍ଧୀ ମୋହନରୁ ମହାତ୍ମା ହେବାର ସୂତ୍ରପାତ ସେହି କ୍ଷଣରୁ ହିଁ ଆରମ୍ଭ ହୋଇଥିଲା l ମହାତ୍ମା ଗାନ୍ଧୀ ନିଜ ଆତ୍ମଜୀବନୀ " My Experiments With Truth " ରେ ସେହି ଅସାଧାରଣ ବହି ବିଷୟରେ ‘ଗୋଟିଏ ବହିର ଯାଦୁକରୀ ପ୍ରଭାବ’ ଶୀର୍ଷକରେ ଲେଖିଛନ୍ତି,‘ବହିଟି ପଢ଼ିଲାପରେ ମୁଁ ବହିଟିରେ ଥିବା ଚିନ୍ତନ ଅନୁସାରେ ନିଜ ଜୀବନ ପରିବର୍ତ୍ତନ କରିବା ପାଇଁ ଦୃଢ଼ମନା ହୋଇଥିଲି।’
ମୋହନ ଦାସଙ୍କୁ ମହାତ୍ମାଗାନ୍ଧୀରେ ରୂପାନ୍ତରିତ କରିବାରେ ପ୍ରମୁଖ ଭୂମିକାନେଇଥିବା ଏହି ବହିଟି ‘କର୍ଣ୍ଣହିଲ୍’ପତ୍ରିକାରେ 1860ଅଗଷ୍ଟରୁ ଡିସେମ୍ବର ମାସ ଭିତରେ ଚାରୋଟି ଭାଗରେ ବିଭକ୍ତ ହୋଇ ପ୍ରକାଶ ହୋଇଥିଲା l ଜନ ରସ୍କିନ୍ ପରେ ଏହାକୁ 1862 ରେ ଏକ ପୁସ୍ତକ ଆକାରରେ ପ୍ରକାଶ କରି ଥିଲେ l ପୁଞ୍ଜିବାଦ ଉପରେ ଶାଣିତ ପ୍ରହାର କରି ରସ୍କିନ୍ ‘ସାମାଜିକ-ଅର୍ଥନୀତି’ ର ପ୍ରସ୍ତାବନା ତାଙ୍କ ଏହି ପୁସ୍ତକରେ ରଖିଥିଲେ l ବିଶ୍ୱରେ ସାମାଜିକ ଅର୍ଥନୀତିକୁ ନେଇ ଯେତେ ଚିନ୍ତାଚିନ୍ତନ ହୋଇଛି, ତାହା ମଧ୍ୟରେ ରସ୍କିନ୍ଙ୍କ ଚିନ୍ତନ ଅନ୍ୟତମ l ଏହି ପୁସ୍ତକ ସମ୍ପର୍କରେ ମହାତ୍ମା ଗାନ୍ଧୀ ପୁଣି କହିଛନ୍ତି, ଏ ବହିରେ ମୋର ଅନ୍ତରର କିଛି ଦୃଢ଼ଚିନ୍ତନ ସବୁ ପ୍ରତିଫଳନ ହୋଇ ଥିଲା l ପୁସ୍ତକରେ ରସ୍କିନ୍ଙ୍କ ତିନୋଟି ତତ୍ତ୍ୱ ଗାନ୍ଧୀଙ୍କୁ ଖୁବ୍ ପ୍ରଭାବିତ କରିଥିଲା ଏବଂ ସେ ଗୁଡ଼ିକ ହେଲେ :-
1. ଜଣେ ବ୍ୟକ୍ତିର କଲ୍ୟାଣ ବା ପ୍ରଗତି ସମସ୍ତଙ୍କ କଲ୍ୟାଣ ବା ପ୍ରଗତି ଭିତରେ ସମାହିତ l
2. ସମାନ ସମୟର ପରିଶ୍ରମ ପାଇଁ ସମାନ ପାରିଶ୍ରମିକ l
3. ପରିଶ୍ରମ ଆଧାରିତ ଜୀବନ ଉତ୍କୃଷ୍ଟ ଜୀବନ l
ରସ୍ମିନ୍ଙ୍କ ‘ଅନ୍ଟୁ ଦିସ ଲାଷ୍ଟ’ର ଆବେଦନ ଏତେ ପ୍ରଖର ଥିଲା ଯେ, ବିଭିନ୍ନ ସମୟରେ ଗାନ୍ଧୀଜୀ ବିଭିନ୍ନ ସଭା ସମିତିରେ ତଥା ବ୍ୟକ୍ତିଗତ ଚିଠି ମାଧ୍ୟମରେ ତା’ର ଉଲ୍ଲେଖ କରିଛନ୍ତି l ପୁନେରେ ଥରେ ଆୟୋଜିତ ଏକ ସମ୍ମିଳନୀରେ ମହାତ୍ମା ଗାନ୍ଧୀ କହିଥିଲେ, ମଣିଷ ସମାଜକୁ ସମାନତା ଏବ˚ ଭ୍ରାତୃତ୍ବ ଭାବ ଦିଗରେ ବଢ଼ିବାକୁ ହେଲେ Unto This Last ର ମହତ୍ ଚିନ୍ତନ ଗୁଡ଼ିକୁ ଜୀବନରେ ଆପଣେଇବାକୁ ପଡ଼ିବ ଯାହା ମୁଁ ସ୍ପଷ୍ଟ ଭାବରେ ଦେଖି ପାରୁଛି l
ବ୍ରିଟେନର ପ୍ରସିଦ୍ଧ ପତ୍ରିକା ' ଦି ସ୍ପେକଟାଟର' ର ସମ୍ପାଦକ ଏଭିଲିନ୍ ରେଞ୍ଚ 1921 ମସିହାରେ ଗାନ୍ଧୀଜୀଙ୍କୁୁ ପ୍ରଶ୍ନ କରିଥିଲେ,କେଉଁ ପୁସ୍ତକ ତାଙ୍କୁ ବେଶି ପ୍ରଭାବିତ କରିଛି ଓ ତାଙ୍କ ଜୀବନ ପଥକୁ ନିର୍ଣ୍ଣାୟକ ମୋଡ଼ ଦେଇଛି? ସେ ଆଶା କରୁଥିଲେ ଗାନ୍ଧୀଜୀ କିଛି ଭିନ୍ନ ଉତ୍ତର ଦେବେ, କିନ୍ତୁ ଗାନ୍ଧୀ ସ୍ପଷ୍ଟ ଭାବେ ଉତ୍ତର ଦେଇଥିଲେ, ରସ୍କିନ୍ଙ୍କ ଅନ୍ଟୁ ଦିସ ଲାଷ୍ଟ ମୋ ଜୀବନଯାତ୍ରାର ଶୈଳୀକୁ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ କରିବାର ନିର୍ଣ୍ଣାୟକ ଭୂମିକା ନେଇଛି l ମହାତ୍ମା ଗାନ୍ଧୀଙ୍କ ପୁସ୍ତକୀୟ ଚିନ୍ତାଧାରା ଥିଲା :-
"My heart is drawn backwards & forwards between the spinning wheel and books."
"Let our lives be open books for all to study."
"What better book can there be than the book of humanity."
🙏🙏🙏
------------
ଅର୍ଜୁନୀ ଚରଣ ବେହେରା
ପୋଖରୀପୁଟ, ଭୁବନେଶ୍ୱର
ମୋ -7693091871
24 апр. 2024, 15:54
3 841
ଯେଉଁ ଛାତ୍ରଛାତ୍ରୀ କିମ୍ବା ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ କବିତା, ଗଳ୍ପ ଲେଖିବାରେ ରୁଚି ଅଛି l ତେବେ ସେମାନେ ଶିଶୁ ପତ୍ରିକା "ବଉଳଫୁଲ" ନିମନ୍ତେ ଲେଖା ଆବଶ୍ୟକ ହେତୁ "ବଉଳଫୁଲ" ଶିଶୁ ପତ୍ରିକା ର ସମ୍ପାଦିକା ଙ୍କୁ ଯୋଗାଯୋଗ କରନ୍ତୁ l
94384 71411 ଆଉ ଏହି ୱାଟ୍ସଅପ ନମ୍ବର ରେ କବିତା ବା ଗଳ୍ପ ପଠେଇ ଦିଅନ୍ତୁ l
24 апр. 2024, 15:54
3 841
ଦ୍ଵିତୀୟ ଶ୍ରେଣୀ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟ ଗୃହକାମ ର ପ୍ରଶ୍ନ ଅଛି,ଯାହାକୁ ପ୍ରଶ୍ନ ଦରକାର ମେସେଜ କଲେ ବ୍ୟକ୍ତିଗତ ମେସେଜ ରେ ପ୍ରଶ୍ନ ପଠେଇ ଦିଆଯିବ l
24 апр. 2024, 15:54
3 841
ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏହି ଗ୍ରୁପ ରେ ଗ୍ରୀଷ୍ମ ଅବକାଶ ଗୃହକାର୍ଯ୍ୟ ଦିଆଯାଇଛି l
ତୁମ ତିନିଟି ଶ୍ରେଣୀ ପାଇଁ ଏହି ଗ୍ରୁପ କେବଳ ଗ୍ରୀଷ୍ମ ଅବକାଶ ସରିବା ପର୍ଯ୍ୟନ୍ତ ଖୋଲା ରହିବ l ଯାହା କିଛି ଯେ କୌଣସି ବିଷୟରେ ତୁମେମାନେ ସନ୍ଦେହ ହେଲେ ପ୍ରଶ୍ନ ପଚାରି ପାରିବ l
ବିଦ୍ୟାଳୟ ଖୋଲିଲାପରେ କେବଳ ନବମ ଓ ଦଶମ ଶ୍ରେଣୀ ପ୍ରତି ଗୁରୁତ୍ୱ ଦିଆଯିବ l
ଇଶ୍ୱର ସମସ୍ତଙ୍କ ମଙ୍ଗଳ କରନ୍ତୁ l
ତୁମ ଚଲାପଥ କୁସୁମିତ ହେଉ l
24 апр. 2024, 15:54
