ru
Feedback
Sukant Tutorial

Sukant Tutorial

Открыть в Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

Больше

📈 Аналитический обзор Telegram-канала Sukant Tutorial

Канал Sukant Tutorial (@sukanttutorial) является активным участником. Сейчас сообщество объединяет 12 289 подписчиков, занимая 16 363 место в категории Образование и 33 365 место в регионе Индия.

📊 Показатели аудитории и динамика

С момента создания невідомо проект демонстрирует стремительный рост, собрав аудиторию из 12 289 подписчиков.

Согласно последним данным от 02 июля, 2026, канал показывает стабильную активность. За последние 30 дней изменение числа участников составило -223, а за последние 24 часа — -8, при этом общий охват остаётся высоким.

  • Статус верификации: Не верифицирован
  • Уровень вовлечённости (ER): Средний показатель вовлечённости аудитории составляет 18.43%. В первые 24 часа после публикации контент обычно набирает 4.27% реакций от общего числа подписчиков.
  • Охват публикаций: В среднем каждый пост получает 2 266 просмотров. В течение первых суток публикация набирает 525 просмотров.
  • Реакции и взаимодействия: Аудитория активно поддерживает контент: среднее количество реакций на один пост — 4.

📝 Описание и контентная политика

Автор описывает ресурс как площадку для выражения субъективного мнения:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

Благодаря высокой частоте обновлений (последние данные получены 03 июля, 2026) канал поддерживает актуальность и высокий уровень охвата публикаций. Аналитика показывает, что аудитория активно взаимодействует с контентом, что делает его важной точкой влияния в категории Образование.

12 289
Подписчики
-824 часа
-647 дней
-22330 день
Архив постов
photo content
+1

+2 Arts & Vocational Results Update👆👆
+2
+2 Arts & Vocational Results Update👆👆

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ : ଅପରାହ୍ଣ ୪ଟାରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧିନରେ ଥିବା ଯୁକ୍ତ ଦୁଇ କଳା ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ ।  ଅପରାହ୍ଣ ୪ଟାରେ ପ୍ରକାଶ ପାଇବ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକାର ଉନ୍ମୋଚନ କରାଯିବ । ଏହା ପରେ ପରୀକ୍ଷାର୍ଥୀମାନେ www.orissaresults.nic.in ୱେବସାଇଟରେ ଦେଖିପାରିବେ । ଏଥିସହ ସାମସ କଲେଜ ଇସ୍ପେସରେ ମଧ୍ୟ ଛାତ୍ରଛାତ୍ରୀ ପରୀକ୍ଷା ଫଳ ଦେଖିପାରିବେ । ତେବେ ଏହି ଦୁଇଟି ବିଭାଗରେ ମୋଟ ୨ ଲକ୍ଷ ୩୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । କଳା ବିଭାଗରେ ୨ ଲକ୍ଷ ୧୩ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଧନ୍ଦାମୂଳକରେ ୨୪ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।

କିପରି ଡାଉନଲୋଡ୍ କରିବେ ମାସ୍କେଡ୍ ଆଧାର କାର୍ଡ଼ ? ➡️ ପ୍ରଥମେ https://myaadhaar.uidai.gov.in/ ୱେବସାଇଟକୁ ଓପନ କରନ୍ତୁ ➡️ ୱେବସାଇଟ ଓପନ ହେବାପରେ ଆଧାରକାର୍ଡ ନମ୍ବର ସହ ସିକ୍ଯୁରିଟି କ୍ଯାପଚା ଓ ଓଟିପି ଦେଇ ଲଗଇନ କରନ୍ତୁ ➡️ ଲଗ-ଇନ କଲାପରେ ଡାଉନଲୋଡ ଆଧାରକାର୍ଡ ବିକଳ୍ପ ଆସିବ ➡️ ଏହା ପରେ ମାସ୍କେଡ୍ ଆଧାର କାର୍ଡ଼ ଉପରେ କ୍ଲିକ କରି ଡାଉନ ଲୋଡ୍ କରନ୍ତୁ ➡️ ଡାଉନ ଲୋଡ୍ ହେବା ପରେ କ୍ଯାପିଟାଲ ଲେଟରରେ ଆପଙ୍କ ନାଁର ପ୍ରଥମ ୪ଟି ୱାର୍ଡ ଓ ଜନ୍ମ ବର୍ଷ ଦେଇ ଓକେ କରନ୍ତୁ ➡️ ଆପଣ ଏବେ ମାସ୍କେଡ୍ ଆଧାର କାର୍ଡ଼ ଦେଖିପାରିବେ।

ସ୍ୱତନ୍ତ୍ର ଓଜେଇଇ ଆବେଦନ ଅବଧି ବୃଦ୍ଧି ⭕ ରାଜ୍ୟର ବିଭିନ୍ନ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ନାମଲେଖା ଲାଗି ଦ୍ୱିତୀୟ ପର୍ଯ୍ୟାୟ ତଥା ସ୍ୱତନ୍ତ୍ର ଓଜେଇଇ(ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା) ପାଇଁ ପଞ୍ଜୀକରଣ ଅବଧି ବୃଦ୍ଧି ହୋଇଛି। ଆସନ୍ତା ୧୪ ତାରିଖ ଯାଏଁ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ତେବେ ଅଗଷ୍ଟ ୧ ତାରିଖରୁ ସ୍ୱତନ୍ତ୍ର ଓଜେଇଇ ଲାଗି ଆବେଦନ ଆରମ୍ଭ ହୋଇଥିବା ବେଳେ ୭ ତାରିଖ ଆବେଦନ ପାଇଁ ଶେଷ ଦିନ ରହିଥିଲା। ପୂର୍ବରୁ ଜେଇଇ ମେନ ଓ ଓଜେଇଇ ଦେଇଥିବା ଛାତ୍ରଛାତ୍ରୀ ସ୍ୱତନ୍ତ୍ର ଓଜେଇଇ ଦେବାର କୌଣସି ଆବଶ୍ୟକତା ନାହିଁ। ଅପରପକ୍ଷେ ପ୍ରଥମ ପର୍ଯ୍ୟାୟ ଜେଇଇ ପାଇଁ କାଉନ୍ସେଲିଂ ପ୍ରକ୍ରିୟା ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ। ଛାତ୍ରଛାତ୍ରୀ ଆବେଦନ ସମ୍ପର୍କିତ ସମସ୍ତ ତଥ୍ୟ www.ojee.nic.in ମାଧ୍ୟମରେ ପାଇ ପାରିବେ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।

https://youtu.be/H90zysHN2Mw +2 Arts ଏବଂ Vocational ରେଜଲ୍ଟ ସମୟରେ ବଡ଼ ପରିବର୍ତ୍ତନ

https://youtu.be/1D96h9uDO54 କିପରି ଚେକ୍ କରିବେ +୨ Arts & Vocational ରେଜଲ୍ଟ ନିଜ ମୋବାଇଲରେ Must Watch & Share👆👆

photo content

Any Doubts Join Our Official What's Group 👇👇👇👇👇👇👇👇 Link- https://chat.whatsapp.com/CXTRoavjCaa9UVj7ga3s39

Share to all Arts& Vocational Students👆

https://youtu.be/qph4MVLtpog ଆସିଗଲା CHSE Arts & Vocational ମାର୍କିଙ୍ଗ ପଦ୍ଧତି ୨୦୨୨ Must Watch & Share👆👆

photo content

https://youtu.be/jzPrO2c5ESg +2 Art's & Vocational Results Date , Time & Grace Marks Update Must Watch & Share👆👆

+2 Art's & Vocational Results Update👆👆
+2 Art's & Vocational Results Update👆👆

✅+2 Admission Breaking News ପସନ୍ଦର କଲେଜ୍ ପାଇଁ ଚିନ୍ତାରେ ଛାତ୍ରଛାତ୍ରୀ🤔
+2 Admission Breaking News ପସନ୍ଦର କଲେଜ୍ ପାଇଁ ଚିନ୍ତାରେ ଛାତ୍ରଛାତ୍ରୀ🤔

୮ତାରିଖ ୪ଟାରେ ଯୁକ୍ତଦୁଇ କଳା ରେଜଲ୍ଟ ➡️୮ ତାରିଖ ଅପରାହ୍ନ ୪ଟା ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ରେଜଲ୍ଟ ➡️ଯୁକ୍ତ ଦୁଇ କଳା ସହ ଧନ୍ଦାମୂଳକ ପରୀକ୍ଷାଫଳ ମଧ୍ୟ ପ୍ରକାଶ ପାଇବ ➡️www.odisharesults.nic.inରେ ଉପଲବ୍ଧ ହେବ ରେଜଲ୍ଟ ➡️ରେଜଲ୍ଟ ଘୋଷଣା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା @SukantTutorial

#BreakingNews ‼️ ସବୁ ଅପେକ୍ଷାର ଘଟିଲା.... State Scholarship 2022 ତାରିଖ ଆସିଗଲା କେବେ ମିଳିବ Scholarship 1st & 2nd Phase ଟଙ୍କା (Official Update) Live ଆସିବା ଆପଣଙ୍କ Doubts Clear କରିବା ନା Video Upload କରିବା 👇👇👇👇👇👇👇👇👇👇👇 Comments I'd - @SukantTutorial

🔴 ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ନିଯୁକ୍ତି ସୁଯୋଗ 🔴 ବ୍ୟାଙ୍କରେ ନିଯୁକ୍ତି ପାଇଁ ଆଶାୟୀଥିବା ଯୁବକ/ଯୁବତୀଙ୍କ ପାଇଁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ନିଯୁକ୍ତି ସୁଯୋଗ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ୧୦୩ ପଦରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଅଫିସର(Fire-safety)ରେ ୨୩ ପଦ ଏବଂ ମ୍ୟାନେଜର (Security) ୮୦ ପଦରେ ନିଯୁକ୍ତି ସୁଯୋଗ ରହିଛି। ଯେଉଁମାନେ ଏହି ପଦଗୁଡ଼ିକରେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ (PNB) ଅଫିସିଆଲ ୱେବ୍‌ସାଇଟ pnbindia.in କୁ ଯାଇ ଏହି ନିଯୁକ୍ତି ପରୀକ୍ଷା ପାଇଁ ଆବେଦନ କରି ପାରିବେ। ଏହି ୧୦୩ ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ଅଗଷ୍ଟ ୩୦, ୨୦୨୨। ✅ଖାଲିଥିବା ପଦବୀ ବିବରଣୀ ୨୩ ଟି ଅଫିସର୍ (ଅଗ୍ନି ନିରାପତ୍ତା) Officer (Fire-safety) ୮୦ ଟି ମ୍ୟାନେଜର (ସୁରକ୍ଷା) Manager (Security) ✅ଶିକ୍ଷାଗତ ଯୋଗ୍ୟତା ଏହି ନିଯୁକ୍ତି ଡ୍ରାଇଭ୍ ମାଧ୍ୟମରେ ଅଧିକାରୀ (ଅଗ୍ନି ନିରାପତ୍ତା) ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସମ୍ପୃକ୍ତ ବିଷୟ ଉପରେ ଡିଗ୍ରୀ ହାସଲ କରିବା ଆବଶ୍ୟକ । ଏଥି ସହିତ, ମ୍ୟାନେଜର ପଦ ପାଇଁ ଆବେଦନ କରିବାକୁ, ପ୍ରାର୍ଥୀ ଯେକୌଣସି ଷ୍ଟ୍ରିମରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ଆବଶ୍ୟକ । ✅ବୟସ ସୀମା ବିଜ୍ଞପ୍ତି ଅନୁଯାୟୀ, ଏହି ନିଯୁକ୍ତି ଡ୍ରାଇଭ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୨୧ ବର୍ଷରୁ ୩୫ ବର୍ଷ ମଧ୍ୟରେ ହେବା ଉଚିତ । ଯେଉଁଠାରେ ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ବୟସ କୋହଳ ପ୍ରଦାନ କରାଯିବ ।

ଖାଲିଥିବା ବିଭିନ୍ନ ପଦବି ପାଇଁ ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ; ଦରଖାସ୍ତ ଏବଂ ପରୀକ୍ଷା ଫି’ ଛାଡ଼ 🔴୨୦୨୧ରୁ ୨୦୨୩ ବର୍ଷ ନିମନ୍ତେ ବୟସ ସୀମା ୩୮କୁ ବୃଦ୍ଧି🔴 ରାଜ୍ୟ ସରକାରଙ୍କ ଅଧିନ ବିଭିନ୍ନ କ୍ୟାଡରରେ ଖାଲିଥିବା ପଦବି ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ବନ୍ଧରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ସେ ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର ବିଭିନ୍ନ ସରକାରୀ ପଦବି ନିମନ୍ତେ କମିସନମାନଙ୍କ ମାଧ୍ୟମରେ ହେଉଥିବା ଚୟନ ଓ ନିଯୁକ୍ତି ପ୍ରକ୍ରିୟା ସମ୍ବନ୍ଧିତ ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଏ ଦିଗରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଚୟନ ପ୍ରକ୍ରିୟା ତ୍ବରାନ୍ବିତ କରିବା ନିମନ୍ତେ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିସନ, ଷ୍ଟାପ୍ ସିଲେକ୍‌ସନ୍ କମିସନ, ସବ-ଅଡିନେଟ୍ ଷ୍ଟାପ୍ ସିଲେକ୍‌ସନ୍ କମିସନ, ପୁଲିସ୍ ରିକୁମେଣ୍ଟ ବୋର୍ଡ ଆଦିଙ୍କୁ ପରାମର୍ଶ ଦେଇଥିଲେ । ଯେଉଁ ପଦବିମାନଙ୍କ ପାଇଁ ପରୀକ୍ଷା ଓ ମୂଲ୍ୟାୟନ ସରିଛି ସେସବୁର ଚୟନ ତାଲିକା ନିଯୁକ୍ତି ନିମନ୍ତେ ତୁରନ୍ତ ସଂପୃକ୍ତ ବିଭାଗମାନଙ୍କୁ ସୁପାରିଶ କରିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ । ବୈଠକର ଆଲୋଚନାରୁ ଜଣାପଡ଼ିଥିଲା ଯେ କୋଭିଡ୍‌-ପରବର୍ତ୍ତୀ ସ୍ଥିତିରେ ରାଜ୍ୟ ସରକାର ବିଭିନ୍ନ ପଦବି ନିମନ୍ତେ ଦରଖାସ୍ତ ଓ ପରୀକ୍ଷା ଫିସ୍ ଛାଡ କରିଛନ୍ତି । ୨୦୨୧, ୨୦୨୨ ଏବଂ ୨୦୨୩ ଏହି ତିନି ବର୍ଷ ପାଇଁ ସରକାରୀ ଚାକିରି ପ୍ରବେଶ ବୟସ ସୀମା ମଧ୍ୟ ୩ ୨ରୁ ୩୮କୁ ବୃଦ୍ଧି କରିଛନ୍ତି । ତଦନୁଯାୟୀ ସଂରକ୍ଷିତ ଶ୍ରେଣୀ ଅନ୍ତର୍ଭୁକ୍ତ ବର୍ଗମାନଙ୍କ ପାଇଁ ମଧ୍ୟ ନିୟମ ଅନୁସାରେ ବୟସସୀମା କୋହଳ କରାଯାଇଛି । ସମୀକ୍ଷାରୁ ଜଣାପଡିଥିଲା ଯେ ୨୦୨୧-୨୨ ଏବଂ ଚଳିତ ୨୦୨୨-୨୩ ବର୍ଷରେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିସନ ମାଧ୍ୟମରେ ୨୮୪୮ ପଦବି, ଓଡ଼ିଶା ଷ୍ଟାଫ୍ ସିଲେସନ୍ କମିସନ ମାଧ୍ୟମରେ ୨୫୫୫ ପଦବି ଏବଂ ସବ୍-ଅଡିନେଟ୍ ଷ୍ଟାଫ୍ ସିଲେନ୍ସନ୍ କମିସନ ମାଧ୍ୟମରେ ୧୦୩୫୫ ପଦବି ପାଇଁ ପାର୍ଥ ଚୟନ କରାଯାଇଛି । ସେମାନଙ୍କୁ ମଧ୍ୟ ସରକାରୀ ବିଭାଗମାନେ ପର୍ଯ୍ୟାୟକ୍ରମେ ନିଯୁକ୍ତି ଦେଉଛନ୍ତି । ଏତଦ୍‌ବ୍ୟତୀତ ବର୍ତ୍ତମାନ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିସନ ୫୮୯୩ ଗୁପ-ଏ ଓ ଗ୍ରୁପ୍‌-ବି (ଦରମା ସ୍ତର-୧୦ରୁ ଅଧିକ ) ପଦବି ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଷ୍ଟାପ୍ ସିଲେସନ୍ କମିସନ ୨୩୭୬ ଗ୍ରୁପ୍‌-ବି(ଦରମାସ୍ତର-୯) ଏବଂ ଗ୍ରୁପ୍‌-ସି ପଦବି ପାଇଁ ମଧ୍ୟ ଚୟନ ପ୍ରକ୍ରିୟା ତ୍ବରାନ୍ବିତ କରିଛନ୍ତି । ଏମାନେ ସମସ୍ତେ ଷ୍ଟେଟ୍ କ୍ୟାଡର୍ ଅନ୍ତର୍ଭୁକ୍ତ ହେବେ । ସେହିପରି ସବ୍-ଅଡିନେଟ୍ ଷ୍ଟାପ୍ ସିଲେକ୍‌ସନ୍ କମିସନ ଜିଲ୍ଲା-କ୍ୟାଡର ଅନ୍ତର୍ଭୁକ୍ତ ଗ୍ରୁପ୍‌-ବି ଏବଂ ଗ୍ରୁପ୍‌-ସି ପଦବୀ ପାଇଁ ମଧ୍ୟ ବିଜ୍ଞାପନ, ପରୀକ୍ଷା ଓ ଚୟନ ପ୍ରକ୍ରିୟା ଚାଲୁ ରଖୁଛନ୍ତି । ଏହିସବୁ ପଦବିରେ ଚୟନ ଓ ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି । ମୁଖ୍ୟତଃ ବେଶି ସଂଖ୍ୟାରେ କୁନିଅର ଇଞ୍ଜିନିୟର, ଷ୍ଟେନୋଗ୍ରାଫର, ଅବକାରୀ ଏସ୍.ଆଇ, ଡାଟା ଏଣ୍ଡି ଅପରେଟର, ବ୍ଲକ୍ ସାମାଜିକ ସୁରକ୍ଷା ଅଫିସର, ଅଡିଟର, ଆର. ଆଇ, ଅମିନ, ଫରେଷ୍ଟ ଗାର୍ଡ, ଅବକାରୀ କନେଷ୍ଟବଳ, ନର୍ସ ଅଫିସର, ପ୍ରାଣୀ-ଧନ ନିରୀକ୍ଷକମାନଙ୍କୁ ଚୟନ କରାଯିବ । ଏହାଛଡ଼ା ଓଡ଼ିଶା ସିଭିଲ୍ ସର୍ଭିସେସ୍ ଅନ୍ତର୍ଭୁକ୍ତ ବିଭିନ୍ନ ପଦବି, ମେଡିକାଲ୍ କଲେଜ୍ ପାଇଁ ଅତିରିକ୍ତ – ପ୍ରଫେସର, କୃଷି ଅଧିକାରୀ, ସ୍ନାତକଭୋର ଶିକ୍ଷକ, ଭୁତତ୍ତ୍ବବିତ୍, ବିଭିନ୍ନ ସରକରୀ ମହାବିଦ୍ୟାଳୟ ନିମନ୍ତେ ଅତିରିକ୍ତ-ପ୍ରଫେସର ଆଦି ପଦବୀ ପାଇଁ ଚୟନ ଓ ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି । ପୋଲିସ୍‌ ମହାନିର୍ଦ୍ଦେଶକ ସୁନିଲ୍ କୁମାର ବଂଶଲ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ, ପ୍ରମୁଖ ଶାସନ ସଚିବ ଓ ସବ୍ଅଡିନେଟ ଷ୍ଟାପ୍ ସିଲେକସନ୍ କମିଶନ ଅଧ୍ୟକ୍ଷ ଶାଶ୍ବତ ମିଶ୍ର, ଷ୍ଟାପ୍ ସିଲେକସନ୍ କମିସନ ଅଧ୍ୟକ୍ଷ ଅଭୟ, ପବ୍ଲିକ୍ ସର୍ଭିସ୍ କମିସନ ସେକ୍ରେଟେରୀ ପ୍ରମୋଦ ମିଶ୍ରଙ୍କ ସମେତ ସଂପୃକ୍ତ କମିସନମାନଙ୍କର ସେକ୍ରେଟେରୀ ଓ ବିଭାଗୀୟ ବରିଷ୍ଠ ଅଧୁକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

✅Indicative advertisement for recruitment of various posts such as Sr Cameraman, Photographer, Indexer and Asst Operator in t
Indicative advertisement for recruitment of various posts such as Sr Cameraman, Photographer, Indexer and Asst Operator in the @IPR_Odisha Details of recruitment including qualifications, terms and conditions will be available from 10th Aug 2022 at http://ossc.gov.in