fa
Feedback

فریب کلاهبرداران را نخورید! تل‌متریو این کانال‌ها را شناسایی و برچسب‌گذاری می‌کند 👉 برای مشاهده برچسب، اشتراک تهیه کنید 👈

CAREER STUDY CLASSES 📘📚📝

CAREER STUDY CLASSES 📘📚📝

رفتن به کانال در Telegram

Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd

نمایش بیشتر
673
مشترکین
اطلاعاتی وجود ندارد24 ساعت
-67 روز
-3930 روز
آرشیو پست ها
ଅନ୍ୟାନ୍ୟ
+4
ଅନ୍ୟାନ୍ୟ

+2
Class 10 odia chapter wise previous year question .pdf24.80 MB

+3
ସାହିତ୍ୟ (ପଦ୍ୟ+ଗଦ୍ୟ)MCQ.pdf1.71 MB

+1
FLO_ପ୍ରବନ୍ଧ^J_ପତ୍ରଲିଖନ_ଓ_ଦରଖାସ୍ତ_part_1_.PDF2.05 KB

ବାକ୍ୟ ବିଚାର ( କିଛି ପ୍ରଶ୍ନ ) 1.ବାକ୍ୟର କାହାକୁ କୁହାଯାଏ ? 2.ବାକ୍ୟର ଯୋଗ୍ୟତା କାହାକୁ କୁହାଯାଏ ? 3.ଆକାଂକ୍ଷା କାହାକୁ କୁହାଯାଏ ? 4.ଆସତ୍ତି କାହାକୁ କୁହାଯାଏ ? 5.ପଦ ବିନ୍ୟାସ କଣ ? 6.ଖଣ୍ଡବାକ୍ୟ କାହାକୁ କୁହାଯାଏ ? 7.ଖଣ୍ଡବାକ୍ୟ କଣ ? ପଦ ବିନ୍ୟାସ 1.ବାକ୍ୟରେ କ୍ରିୟା ସକର୍ମକ ହେଲେ କର୍ମପଦ କେଉଁ ପଦ ପୂର୍ବରୁ ବସେ ? 2.ବାକ୍ୟରେ କ୍ରିୟା ଦ୍ଵିକର୍ମକ ହୋଇଥିଲେ ମୁଖ୍ୟକର୍ମପଦ ପୂର୍ବରୁ କେଉଁ କର୍ମ ପଦ ବସେ ? 3.ବାକ୍ୟରେ ସମ୍ବୋଧନ ପଦ ବାକ୍ୟର କେଉଁଠି ରଖାଯାଏ ? 4.ବାକ୍ୟରେ ବିଶେଷଣ ପଦ କେଉଁ ପଦ ପୂର୍ବରୁ ବସେ ? 5.ବାକ୍ୟରେ ସମ୍ପ୍ରଦାନ କାରକଯୁକ୍ତ ପଦ/ଅପାଦାନ କାରକ ଯୁକ୍ତ ପଦ କେଉଁ ପଦ ପୂର୍ବରୁ/ପରେ ବସିଥାଏ ? 6. ବାକ୍ୟରେ "ନାହିଁ" ପଦ ସଂଯୁକ୍ତ କେଉଁ ପଦ ପରେ ବସେ ? ବାକ୍ୟର ପ୍ରକାର ଭେଦ ବାକ୍ୟରୂପ ଦୁଇ ପ୍ରକାର 1.ଗଠନାତ୍ମକ ରୂପ 2.ପ୍ରକାର୍ଯ୍ୟାତ୍ମକ ରୂପ ବାକ୍ୟର ଗଠନାତ୍ମକ ରୂପ ଏହା ଚାରି ପ୍ରକାର :- 1.ସରଳ ବାକ୍ୟ 2.ଯୌଗିକ ବାକ୍ୟ 3.ଜଟିଳ ବାକ୍ୟ 4.ମିଶ୍ର ବାକ୍ୟ ବାକ୍ୟ ପ୍ରକାର୍ଯ୍ୟାତ୍ମକ ରୂପ ଏହା ପାଞ୍ଚ ଭାଗରେ ବିଭକ୍ତ 1.ବିବୃତି ସୂଚକ ବାକ୍ୟ 2.ଆଦେଶ / ଅନୁରୋଧସୂଚକ ବାକ୍ୟ 3.ପ୍ରଶ୍ନ ସୂଚକ ବାକ୍ୟ 4.ବିସ୍ମୟସୂଚକ ବାକ୍ୟ 5.ନାସ୍ତି ସୂଚକ ବାକ୍ୟ l ଏହି ବାକ୍ୟର ଉଦାହରଣ ସବୁ ଦେଖି ଅଭ୍ୟାସ କରିବ l ଏଥିରୁ ନିଶ୍ଚିତ ପ୍ରଶ୍ନ ଆସିବ l

ସାଧାରଣ ଅଶୁଦ୍ଧି ଏହି ଅଶୁଦ୍ଧି ଦଶ ପ୍ରକାର ଅଟେ l 1.ବଚନଗତ ଅଶୁଦ୍ଧି ଅଶୁଦ୍ଧ :- ଗୋଟିଏ ପିମ୍ପୁଡି ଟିଏ ଶୁଦ୍ଧ :- ଗୋଟିଏ ପିମ୍ପୁଡି /ପିମ୍ପୁଡି ଟିଏ 2.ଲିଙ୍ଗଗତ ଅଶୁଦ୍ଧି ଅଶୁଦ୍ଧ :- ଶିବାନି ଶୁଦ୍ଧ :- ଶିବାନୀ 3.ବିଶେଷ୍ୟ ଓ ବିଶେଷଣ ପଦ ଅଶୁଦ୍ଧି ଅଶୁଦ୍ଧ :- ସଂକ୍ଷିପ୍ତରେ ଶୁଦ୍ଧ :- ସଂକ୍ଷେପରେ 4." ଣତ୍ବ " ବିଧିଗତ ଅଶୁଦ୍ଧି ଅଶୁଦ୍ଧ :- କୃଷ୍ଟ ଶୁଦ୍ଧ :- କୃଷ୍ଣ 5."ଷତ୍ବ" ବିଧିଗତ ଅଶୁଦ୍ଧି ଅଶୁଦ୍ଧ :- ବିଷର୍ଜନ ଶୁଦ୍ଧ :- ବିସର୍ଜନ 6.ସନ୍ଧିଗତ ଅଶୁଦ୍ଧି ଅଶୁଦ୍ଧ :- ଗଣେଷ ଶୁଦ୍ଧ :- ଗଣେଶ 7.ସମାସଗତ ଅଶୁଦ୍ଧି ଅଶୁଦ୍ଧ :-ନିରୋଗୀ ଶୁଦ୍ଧ :- ନିରୋଗ 8.କୃଦନ୍ତଗତ ଅଶୁଦ୍ଧି ଅଶୁଦ୍ଧ :- ଅଧିନସ୍ଥ ଶୁଦ୍ଧ :- ଅଧୀନ 9.ତଦ୍ଧିତଗତ ଅଶୁଦ୍ଧି ଅଶୁଦ୍ଧ :- ଏକତ୍ରିତ ଶୁଦ୍ଧ :- ଏକତ୍ର 10.ବନାନଗତ ଅଶୁଦ୍ଧି ଅଶୁଦ୍ଧ :- ତ୍ରିଭୂଜ, ଧୂମ୍ରପାନ, ଆଶୀଷ, ସାହାସ ଶୁଦ୍ଧ :- ତ୍ରିଭୁଜ, ଧୂମପାନ, ଆଶିଷ, ସାହସ ଏହି ବ୍ୟାକରଣ ବିଭାଗରୁ 1 ମାର୍କ ଆସିବ ତେଣୁ ପୁସ୍ତକ ଦେଖି ଉଦାହରଣ ଅଭ୍ୟାସ କରିନିଅ l

ଛନ୍ଦ ଏହା ଦୁଇ ପ୍ରକାର 1.ମିତ୍ରାକ୍ଷର 2.ଅମିତ୍ରାକ୍ଷର ବିଭିନ୍ନ ଛାନ୍ଦ ଅନୁସାରେ ପଦ/ପାଦ/ଅକ୍ଷର ଯତିପାତ ଭିନ୍ନ ହୋଇଥାଏ l 1.ଦାଣ୍ଡିବୃତ୍ତ ବା ଦାଣ୍ଡି ଛନ୍ଦ ଦୁଇଟି ପାଦ ଥାଏ କିନ୍ତୁ ଅକ୍ଷର ସଂଖ୍ୟା ସମାନ ନ ଥାଏ l 2. ଭାଗବତ ବାଣୀ ବା ଗୁଜ୍ଜରୀ ଏହାର ଦୁଇଟି ପାଦ l ପ୍ରତି ପାଦ ଅକ୍ଷର ସଂଖ୍ୟା 9 l 3.ନଟବାଣୀ ବା ବିଭାସ କେଦାର ଏହି ଛନ୍ଦର ଦୁଇଟି ପାଦ l ପ୍ରତି ପାଦ ର ଅକ୍ଷର ସଂଖ୍ୟା 12 l ପ୍ରତି ପାଦର ତୃତୀୟ, ଷଷ୍ଠ, ନବମ ଓ ଶେଷ ଅକ୍ଷର ଉପରେ ଯତିପାତ ହୁଏ l 4.ଚୋଖି ଏହି ଛନ୍ଦରେ ଚାରି ପାଦରେ ଗୋଟିଏ ପଦ ହୁଏ l ତୃତୀୟ ପାଦରେ ନଅ ଅକ୍ଷର ହୁଏ ଓ ଚତୁର୍ଥ ପାଦରେ ତେରଟି ଅକ୍ଷର ଥାଏ l ପ୍ରଥମ ପାଦ ଦୁଇଟିର ଷଷ୍ଠ, ଅଷ୍ଟମ,14ତମ, 16ତମ, 22ତମ, ଚବିଶ ଏବଂ ଶେଷ ଅକ୍ଷରରେ ଏବଂ ଚତୁର୍ଥ ପାଦର ଷଷ୍ଠ, ଅଷ୍ଟମ ଓ ଶେଷ ଅକ୍ଷରରେ ଯତିପାତ ହୁଏ l ଯତିପାତ ମନେ ରଖିବା ଉପାୟ :- ପ୍ରଥମ ଓ ଦ୍ଵିତୀୟ ପାଦ :- 6+2+6+2+6+2+5 ତୃତୀୟ ପାଦ :- 6+3 ଚତୁର୍ଥ ପାଦ :- 6+2+5 ଉଦାହରଣ :- ତୁହିମା ଜନମଭୂମି... ( ପଦ୍ୟ ) ମଙ୍ଗଳେ ଅଇଲା ଉଷା.... ( କବିତା ) 5.ବଙ୍ଗଳାଶ୍ରୀ ଏହି ଛନ୍ଦରେ ଦୁଇ ପାଦରେ ଏକ ପଦ ହୁଏ l ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା 20 l ପ୍ରତ୍ୟେକ ପାଦର ଷଷ୍ଠ, ଦ୍ୱାଦଶ, ଅଷ୍ଟାଦଶ ଏବଂ ଶେଷ ଅକ୍ଷର ଉପରେ ଯତିପାତ ହୁଏ l 6.ଶଙ୍କାରାଭରଣ ଏହି ଛନନ୍ଦରେ ଚାରି ପାଦରେ ଗୋଟିଏ ପଦ ହୁଏ l ପ୍ରଥମ, ତୃତୀୟ ଓ ଚତୁର୍ଥ ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା 14 l ତୃତୀୟ ପାଦର ଅକ୍ଷର ସଂଖ୍ୟା 8 l 7.ରାମକେରୀ ଦୁଇ ପାଦରେ ଗୋଟିଏ ପଦ ହୁଏ l ପ୍ରତି ପାଦରେ 16 ଅକ୍ଷର ଥାଏ l

ରୂଢ଼ି ଓ ଲୋକବାଣୀ ଆମ ଓଡ଼ିଆ ସାହିତ୍ୟରେ ରୂଢ଼ି ତିନି ପ୍ରକାର :- 1.କ୍ରିୟାହୀନ ରୂଢ଼ି ଉଦାହରଣ :- ଆକାଶକୁସୁମ ( ବୃଥା ସ୍ବପ୍ନ) ରଘୁର ସବୁ ସ୍ବପ୍ନ ଆକାଶ କୁସୁମ ହୋଇଗଲା l 2.କ୍ରିୟାଯୁକ୍ତ ରୂଢ଼ି ଉଦାହରଣ :- ଉଷୁନା ଚାଉଳ ଗଜା ହେବା (ଅସମ୍ଭବ ସମ୍ଭବ ହେବା) ତାଙ୍କ ପୁଅଟି ବ୍ୟାଧିମୁକ୍ତ ହେଲାନି ଯେ ଜାଣ ଉଷୁନା ଚାଉଳ ଗଜା ହେଲା l 3.ତୁଳନାତ୍ମକ ରୂଢ଼ି ଶୁଆ ପରି ଘୋଷିବା :- କୃଷ୍ଣ ନାମକୁ ଯଶୋଦା ଶୁଆ ପରି ଘୋଷି ହେଉଛନ୍ତି l ଲୋକବାଣୀ ଲୋକ ମାନଙ୍କ ମୁଖରେ ଯୁଗଯୁଗ ଧରି ଚଳି ଆସୁଥିବା ଏବଂ ବିଭିନ୍ନ ପରିସ୍ଥିତିରେ, ଅବକାଶରେ ଓ ପ୍ରସଙ୍ଗରେ ପ୍ରୟୋଗ କରାଯାଉଥିବା ଦୃଷ୍ଟାନ୍ତମୂଳକ ଉକ୍ତି ବା ବଚନକୁ ଲୋକବାଣୀ ବା ଲୋକୋକ୍ତି କୁହାଯାଏ l ଉଦାହରଣ :- ଓଟ ମୁହଁରେ ଜିରା କୂପ ମଣ୍ଡୁକ ଅତି ଭକ୍ତି ଚୋରର ଲକ୍ଷଣ ଧୀର ପାଣି ପଥର କାଟେ ବସିବା ଠାରୁ କାଶିବା ଭଲ ଏହି ବ୍ୟାକରଣ ବିଭାଗରୁ 2 ମାର୍କ ଆସିବ l

ଣତ୍ବ" ବିଧି 1.ପଦ ମଧ୍ୟରେ 'ନ' ସ୍ଥାନରେ ' ଣ ' ହେବାକୁ "ଣତ୍ବ" ବିଧି କୁହାଯାଏ l 2.ପଦ ମଧ୍ୟରେ 'ଋ' ' ର ' ଓ " ଷ " ପରେ " ନ " ଥିଲେ "ଣ " ହୁଏ l 3.ପଦରେ "ନ" ଓ "ଣ" ମଧ୍ୟରେ 'କ' ବର୍ଗ, 'ପ' ବର୍ଗ ଏବଂ ଯ, ୟ, ୱ, ହ ଏବଂ (°) ଅନୁସ୍ୱାର ବର୍ଣ୍ଣ ବ୍ୟବଧାନ ଥିଲେ "ନ " ର "ଣ " ହୁଏ l 4.ମନ :- ଏହି ଶବ୍ଦଟି ଭାଷାରେ ଅବିକଳ ଏହିପରି ଚାଲୁଅଛି ଏବଂ ଏହି ବର୍ଣ୍ଣରେ ଋ,ର କିମ୍ବା ଷ ବର୍ଣ୍ଣ ନାହିଁ ତେଣୁ 'ନ' ର 'ଣ ' ହେଉ ନାହିଁ I 5.ରଚନା :- ଏହି ଶବ୍ଦର 'ର' ଓ 'ନ' ମଧ୍ୟରେ 'ଚ' ବର୍ଗର ଚ ବ୍ୟବଧାନ ଥିବା ହେତୁ 'ନ' ର 'ଣ' ହୋଇନାହିଁ l 6.ତୃଣ :- ଏଠାରେ 'ର' ବର୍ଣ୍ଣ ପରେ 'ନ' ବର୍ଣ୍ଣ ଥିବାରୁ 'ନ' ର "ଣ"ହୋଇନାହିଁ l 7.ଜୀର୍ଣ୍ଣ :- ଏଠାରେ 'ର 'ବର୍ଣ୍ଣ ପରେ 'ନ' ବର୍ଣ୍ଣ ଥିବାରୁ "ନ' ର 'ଣ' ହୋଇଅଛି l 8.ଭାଷଣ :- ଏଠାରେ 'ଷ' ବର୍ଣ୍ଣ ପରେ 'ନ' ବର୍ଣ୍ଣ ଥିବାରୁ 'ନ ' ର "ଣ" ହୋଇଅଛି l 9.ରାମାୟଣ :- ଏଠାରେ 'ର' ଓ 'ନ' ବର୍ଣ୍ଣ ମଧ୍ୟରେ 'ଆ' ସ୍ୱରବର୍ଣ୍ଣ 'ପ' ବର୍ଗର 'ମ' ବର୍ଣ୍ଣ ଓ 'ୟ' ବ୍ୟବଧାନ ଥିବା ହେତୁ "ନ" ର "ଣ" ହୋଇଅଛି l

ଅଳଙ୍କାର ଅଳଙ୍କାର ଦୁଇ ପ୍ରକାର 1.ଶବ୍ଦ ଅଳଙ୍କାର (ଶବ୍ଦାଲଙ୍କାର) 2.ଅର୍ଥ ଅଳଙ୍କାର (ଅର୍ଥାଳଙ୍କାର ) ଶବ୍ଦାଳଙ୍କାର ଏହା ତିନି ପ୍ରକାର 1.ଅନୁପ୍ରାସ ଏହା 5 ପ୍ରକାର l a. ଆଦ୍ୟାନୁପ୍ରାସ b. ଅନ୍ତ୍ୟାନୁପ୍ରାସ c. ଛେକାନୁପ୍ରାସ d. ବୃତ୍ତ୍ୟାନୁପ୍ରାସ e. ଲାଟାନୁପ୍ରାସ ଅର୍ଥାଳଙ୍କାର 1.ଉପମା ଅଳଙ୍କାର 2.ରୂପକ ଅଳଙ୍କାର 3.ଉତପ୍ରେକ୍ଷା ଅଳଙ୍କାର 2.ଯମକ ଯମକ ଅଳଙ୍କାର 5 ପ୍ରକାର :- a. ଆଦ୍ୟ ଯମକ b. ମଧ୍ୟ ଯମକ c. ପ୍ରାନ୍ତ ଯମକ d.ମାଳ ଯମକ e. ସର୍ବ ଯମକ 3.ଶ୍ଲେଷ ଏହି ଅଳଙ୍କାର ତିନି ଭାଗରେ ବିଭକ୍ତ I a. ଅଭଙ୍ଗ ଶ୍ଲେଷ b. ଭଙ୍ଗାଭଙ୍ଗ ଶ୍ଲେଷ c. ସଭଙ୍ଗ ଶ୍ଲେଷ ଏହି ବିଭାଗରୁ 2/3 ମାର୍କ ଆସିବ l ସମସ୍ତ ଓଡ଼ିଆ ବ୍ୟାକରଣ ବହିର "ଅଳଙ୍କାର" ପାଠର ଉଦାହରଣ ସହ ଅଭ୍ୟାସ କର l

ଦରଖାସ୍ତ 1.ତୁମଗ୍ରାମରେ ଗୋଟିଏ ପ୍ରାଥମିକ ଚିକିତ୍ସା କେନ୍ଦ୍ର ସ୍ଥାପନ ନିମନ୍ତେ ସ୍ୱାସ୍ଥ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟକୁ ଏକ ଦରଖାସ୍ତ ଲେଖ l 2.ତୁମ ଅଞ୍ଚଳର ରାସ୍ତାଘାଟ ମରାମତିପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଏକ ଦରଖାସ୍ତ ଲେଖ l 3.ତୁମ ଅଞ୍ଚଳରେ ମଶା ଉପଦ୍ରବକୁ କମାଇବା ନିମିତ୍ତ ମେଡିକାଲ ଅଫିସରଙ୍କୁ ଦରଖାସ୍ତ ଲେଖ l 4.ପାନୀୟ ଜଳ ପାଇଁ ତୁମ ଗ୍ରାମରେ ନଳକୂପ ଖୋଳାଇବାକୁ ବି.ଡ଼ି.ଓ ନିକଟକୁ ଏକ ଦରଖାସ୍ତ ଲେଖ l 5.ବନ୍ୟାପରେ ତୁମ ଅଞ୍ଚଳରେ ଜଳ ବିଶୋଧନ ବ୍ୟବସ୍ଥା ପାଇଁ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ନିକଟକୁ ଏକ ଦରଖାସ୍ତ ଲେଖ l 6.ମରୁଡିଗ୍ରସ୍ତ ତୁମ ଅଞ୍ଚଳର ଚାଷୀମାନଙ୍କ ସହାୟତା ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କ ନିକଟକୁ ଏକ ଦରଖାସ୍ତ ଲେଖ l 7.ତୁମ ପରିବାରକୁ ଖାଉଟି କାର୍ଡ ଯୋଗାଇବା ପାଇଁ ଯୋଗାଣ ଅଧିକାରୀଙ୍କ ନିକଟକୁ ଦରଖାସ୍ତ ଲେଖ l 8.ତୁମ ଅଞ୍ଚଳରେ ଏକ ଗ୍ରାମ୍ୟ ଡାକଘର ଖୋଲିବା ପାଇଁ ମହାଡାକପାଳ ନିକଟକୁ ଦରଖାସ୍ତ ଲେଖ l 9. ତୁମ ଗ୍ରାମରେ ବୈଷୟିକ ତାଲିମ କେନ୍ଦ୍ର ପ୍ରତିଷ୍ଠା ପାଇଁ ଜିଲ୍ଲାପାଳ ନିକଟକୁ ଦରଖାସ୍ତ ଲେଖ l

ପତ୍ରଲିଖନ 1. ବ୍ୟାୟାମର ଉପଯୋଗିତା ସମ୍ପର୍କରେ ତୁମର ସାନ ଭଉଣୀ ନିକଟକୁ ଉପାଦେଶାତ୍ମକ ପତ୍ରଟିଏ ଲେଖ l 2. ପୁସ୍ତକମେଳା ସମ୍ପର୍କରେ ଅନୁଭୂତି ବର୍ଣ୍ଣନା କରି ସାନଭାଇ ନିକଟକୁ ପତ୍ର ଲେଖ l 3. ରାସ୍ତାର ନିୟମମାନି ଯାତାୟାତ କରିବା ପାଇଁ ଉପଦେଶ ଦେଇ ସାନଭାଇ ନିକଟକୁ ଏକ ପତ୍ର ଲେଖ l 4. ତୁମର ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ ବର୍ଣ୍ଣନା କରି ବାପାଙ୍କ ନିକଟକୁ ପତ୍ର ଲେଖ l 5. କୌଣସି ମହାପୁରୁଷଙ୍କ ଜୀବନୀର ଆଦର୍ଶ ସମ୍ପର୍କରେ ବର୍ଣ୍ଣନା କରି ସାନଭଉଣୀ ନିକଟକୁ ପତ୍ର ଲେଖ l 6. ତୁମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ କିପରି ପାଳିତ ହେଲା ତାହା ବର୍ଣ୍ଣନା କରି ବନ୍ଧୁଙ୍କ ନିକଟku ଏକ ପତ୍ର ଲେଖ l 7. ପାଠପଢ଼ା ସହିତ ଘରକାମରେ ମାଆଙ୍କୁ ସାହାଯ୍ୟ କରିବା ପାଇଁ ଉପଦେଶ ଦେଇ ତୁମ ସାନ ଭଉଣୀ ନିକଟକୁ ଏକ ପତ୍ର ଲେଖ l 8. ଏନ.ସି.ସି ରେ ଯୋଗଦାନ ଦେବା ନିମନ୍ତେ ଉତ୍ସାହିତ କରି ସାନଭାଇ ନିକଟକୁ ଏକ ପତ୍ର ଲେଖ l

ଓଡ଼ିଆ ପ୍ରବନ୍ଧ 1.ସ୍ୱଚ୍ଛ ଭାରତ 2.ଶୀତ ଋତୁ 3.ଅଂଶୁଘାତ ଓ ତାହାର ପ୍ରତିକାର 4.ଆଦର୍ଶ ଛାତ୍ର ଜୀବନ 5.ମହା କୁମ୍ଭମେଳା 6.ଓଡିଶା ପର୍ବପର୍ବାଣି 7.ପରିବେଶ ସୁରକ୍ଷା 8.ଆତ୍ମନିର୍ଭରଶୀଳ ଭାରତ

ବିଷୟ :- ସାହିତ୍ୟ ଦଶମ ଶ୍ରେଣୀ ଗଦ୍ୟ ଦୀର୍ଘଉତ୍ତର ପ୍ରଶ୍ନ 1.କାନ୍ତକବିଙ୍କ ସାହିତ୍ୟକୃତୀ ଗୁଡ଼ିକର ବିବରଣୀ ପ୍ରଦାନ କର l 2.ମାତୃଭାଷା ଶିକ୍ଷା ହିଁ ଦେଶ ଓ ଜାତି ପ୍ରଗତିର ପରିଚାୟକ l ମାତୃଭାଷା ପ୍ରଗତି ପାଇଁ କିପରି ସଚେତନତା ହେବା ଉଚିତ :- ପଠିତ ପ୍ରବନ୍ଧରେ ଆଲୋଚନା କର l 3.କେଉଁ ଘଟଣା ବିବେକାନନ୍ଦଙ୍କୁ ଗୃହତ୍ୟାଗୀ ସନ୍ନ୍ୟାସୀ ପରିବର୍ତ୍ତେ ସମାଜ ସଂସ୍କାରକ ହେବାରେ ସାହାଯ୍ୟ କରିଥିଲା l 4.ଏକ ସୁସଭ୍ୟ ପୂର୍ଣ୍ଣବିକଶିତ ମାନବ ସମାଜ ପାଇଁ ବିଜ୍ଞାନର ଭୂମିକା ଅନସ୍ବୀକାର୍ଯ୍ୟ - ଏହାର ଯଥାର୍ଥତା ବୁଝେଇ ଦିଅ l 5. ଗଦ୍ୟ ସରଳାର୍ଥ 1.ଅଧିକାଂଶ ରଚନା ପ୍ରାଣରେ ଧର୍ମରେ ହାସ୍ୟ କୌତୁକ ଓ ବ୍ୟଙ୍ଗ ବିଦ୍ରୁପଧର୍ମୀ l 2.ସେହି ମୋର ମାତା, ଧାତ୍ରୀ ଓ ଶିକ୍ଷୟତ୍ରୀ l 3.ଭାରତର ବୈଶିଷ୍ଟ୍ୟ ତାହାର ଆଧ୍ୟାତ୍ମିକତା l 4.ବଥା ସିନା ବଥାଏ କିନ୍ତୁ ଆବୁ ବଥାଏ ନାହିଁ l 5.ଭାରତୀୟ ଦର୍ଶନରେ ମନୁଷ୍ୟ ସେବାହିଁ ଇଶ୍ୱର ସେବା l 6.ଦରିଦ୍ର ନାରାୟଣଙ୍କ ସେବାହିଁ ସନ୍ୟାସୀର ଯଥାର୍ଥତା ବ୍ରତ l 7.କୃଷକଙ୍କ ଠାରୁ ଦୂରରେ ରହି ଯେଉଁ କୃଷି ସେଥିରେ ଋଷି ଶ୍ରାଦ୍ଧ ବି ହୋଇ ପାରିବ ନାହିଁ l ଦୀର୍ଘଉତ୍ତର ପଦ୍ୟ ବିଭାଗ 1.ଲଙ୍କାଯାତ୍ରା ନିମନ୍ତେ ରାଘବଙ୍କ ପ୍ରୟାସ ପଠିତ କବିତା ଅନୁସରଣରେ ଆଲୋଚନା କର l 2.ନବଯୁଗର ତରୁଣ ମାନଙ୍କୁ ଯୁଗର ଆହ୍ୱାନ ସମ୍ପର୍କରେ କବି କଣ କହିଛନ୍ତି ବୁଝେଇ ଦିଅ l 3.ପଠିତ କବିତା ଅନୁସରଣରେ ବାଲ୍ମୀକି ଆଶ୍ରମର ପ୍ରଭାତକାଳୀନ ପ୍ରାକୃତିକ ସୌନ୍ଦର୍ଯ୍ୟ ବର୍ଣ୍ଣନା କର l 4.ଭୀମସେନଙ୍କ ଦୁଇବାର ସିଂହନାଦ ରଡ଼ି କରିବା ବେଳେ କଣ କଣ ଘଟିଥିଲା ପଠିତ କବିତା ଅନୁସରଣରେ ଆଲୋଚନା କର l 5.ପଠିତ କବିତା ଅବଲମ୍ବନରେ ରାବଣର କୂଟନୀତି ସମ୍ପର୍କରେ ଆଲୋଚନା କର l 6.ବନ୍ଦେ ଉତ୍କଳ ଜନନୀ ଏକ ଜାତୀୟବାଦୀ କବିତା ବିଚାର କର l ସରଳାର୍ଥ ପଦ୍ୟ ବିଭାଗ 1.ତୁମ ମାଟି ଦେହେ ଗ୍ରାସିଛି ଶ୍ମଶାନ ମାତ୍ର ଯଶୋଦେହେ ତୁମେ ଆୟୁଷ୍ମାନ l 2.ତୋର ମୁକତିରେ ମୋର ମୁକତି ମା ତୋର ହସେ ମୋର ହସ ତୋହରି ଅନ୍ତର ଆଦେଶ ଚଳେ ମୁଁ ଘୋଷି ତୋର ମହାଯଶ l 3.ୟେତେ ବୋଲି ତତକ୍ଷଣେ ଛାଡିଲେ ମହାଲକ୍ଷ୍ମୀ କଦଳୀ ପତ୍ର ପ୍ରାୟେ କମ୍ପଇ ମହାତମୀ l 4.ପୂତ-ପୟୋଧି-ବିଧୌତ ଶରୀରା ତାଳତମାଳ -ସୁଶୋଭିତ -ତୀରା l 5.ବିସ୍ମଇ ନିଃଶ୍ୱାସ ତେଜି ବରୁଣ ପ୍ରସାନ୍ନେ ବିନାଶନରେ ଶୟନ ସେ ଦର୍ଭ ଶୟନେ ଯେ l 6.ପାପ ଗର୍ଭେ ଯେହ୍ନେ ପଡଇ ଅଜ୍ଞାନ ତରୀ ଗର୍ଭେ ମୀନ ଡେଇଁ ଦେବେ ପ୍ରାଣ l 7.ଘନଘନ ଭୂମି ରାଜିତ ଅଙ୍ଗେ ନୀଳ ଭୂଧରମାଳା ସାଜେ ତରଙ୍ଗେ l Sourav Education

12th class exam kemiti chalichi ....
Anonymous voting

CARRER STUDY CLASSES 😊ତୁମ ମାନଙ୍କ ପାଖରେ ସମୟ ବହୁଳ କମ ଆଉ ମାତ୍ର ଦୁଇ ଦିନ ତେଣୁ ଅଭ୍ୟାସ କର l OMR ସହ Subjective ଲେଖାକୁ ଗୁରୁତ୍ୱ ଦିଅ l ଆଜି OMR ଗଦ୍ୟ, ବ୍ୟାକରଣ, ଗଳ୍ପ ଆଉ ଏକାଙ୍କିକା ର କାଲି ଯେମିତି ପଦ୍ୟର ପଠା ହୋଇଥିଲା ସେମିତି ପଠେଇଦେବା l ଆଜି ସନ୍ଧ୍ୟାରେ କିମ୍ବା ଆସନ୍ତାକାଲି ସକାଳେ ସାହିତ୍ୟର subjective ପ୍ରଶ୍ନ PDF ଅଭ୍ୟାସ ପାଇଁ ପଠେଇବା l ଯାହା ତୁମର କିଛି ଡାଉଟ ଅଛି ମେସେଜ କର କିନ୍ତୁ ଅଦରକାରୀ ମେସେଜ ସେଣ୍ଡ କରନାହିଁ ଅନ୍ୟଥା ଗ୍ରୁପରୁ ପରବର୍ତ୍ତୀ ସମୟରେ ମେସେଜ କଲେ ବିନା ସୂଚନାରେ ବାହାର କରିଦିଆଯିବ l Secretary officer by ✍️ @EducationfamilyBot ପରୀକ୍ଷା ଅଳ୍ପଦିନ ତେଣୁ ଅଯଥା ସମୟ ନଷ୍ଟ କରନାହିଁ l Sopprted by CARRER STUDY CLASSES TEAM 🗽🗽🗽 💐💐💐💐💐💐💐💐💐💐 https://t.me/carrerstudyclasses

Hello my dear students 👋😊

📸 ଭେଟ ହେବ ଆଜି ରାତି ରେ 9.30 pm ରେ। 🧐 ଗଳା ଟିକେ ଖରାପ ଅଛି କିନ୍ତୁ ଆଜି class ନିଶ୍ଚିତ ହେବ । କିନ୍ତୁ ପିଲା ନ ରହିଲେ କ୍ଲାସ ବନ୍ଦ କରି ଦେବି 👍https://www.youtube.com/live/uSLurE-BAxg?si=eOO9Cs46ZXSBYnPL