10th Class Study
Ir al canal en Telegram
👉Pratic MCQ question answer 👉Free YouTube class 👉 Free PDF Books OR Test paper 🗞️ 👉 Study Material Thank you 🙏
Mostrar más3 841
Suscriptores
Sin datos24 horas
-127 días
-7030 días
Archivo de publicaciones
3 841
ପ୍ରିୟ ଛାତ୍ରଛାତ୍ରୀ ଆମେ group ରେ IA 1 & IA 2 କୋର୍ସ ର ସମସ୍ତ ବିଷୟ ର ଯେଉଁ Notes ଆଉ PPT ଅଛି ତାହାକୁ ଗ୍ରୁପ ରେ ସେଣ୍ଡ କରିବୁ l ଏହା ସହ ବିଭିନ୍ନ ଟେଷ୍ଟ ପେପର ରେ ଯେଉଁ ଅଭ୍ୟାସ ପ୍ରଶ୍ନ ଓ ଉତ୍ତର ଥିଲା ତାହାକୁ ବି ସେଣ୍ଡ କରିବୁ l
ଏହା ସହ ପ୍ରତି ରବିବାର ଦିନ ଉଭୟ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଭ୍ୟାସ ପାଇଁ ଅଭ୍ୟାସ ପ୍ରଶ୍ନପତ୍ର ଦିଆଯିବ l
IA 1 ଆଉ IA 2 ଯେଉଁ ନୋଟସ ଓ PPT ଦରକାର ତାହା ଗ୍ରୁପ ରେ ବିଷୟ ଓ Topic ର ନାମ ଲେଖିକି ଦେଲେ ଆମକୁ ପିପିଟି ଆଉ ନୋଟସ ସେଣ୍ଡ କରିବାକୁ ସୁବିଧା ହେବ l
ପ୍ରତି ଶନିବାର ଦିନ ଯେଉଁ ପ୍ରଶ୍ନ ବୁଝିବାରେ ଅସୁବିଧା ହେଉଛି କିମ୍ବା ଉତ୍ତର କରିବାରେ ଅସୁବିଧାର ସମ୍ମୁଖୀନ ହେଉଛ ସେହି ପ୍ରଶ୍ନର ଉତ୍ତର ଦେବାପାଇ ଗ୍ରୁପ ରେ Suggestion Box ( ଭାବନା ବାକ୍ସ ) ନାମରେ ଗୋଟିଏ ପ୍ରଶ୍ନ ପଚାରିବା ସମୟ ରଖିଛୁ l ଯାହା ଶନିବାର ଦିନ ପାଇଁ 24 ଘଣ୍ଟା ରହିବ ଆଉ ତାହାରି ଉତ୍ତର ପର ଦିନ ରବିବାର ପ୍ରଶ୍ନ ଉତ୍ତର ଗ୍ରୁପ ରେ ସମାଧାନ ସହ ନୋଟସ ସେଣ୍ଡ କରିବୁ l
ତୁମେମାନେ ଭଲ ପଢ଼ l ଏହା ଆମକୁ ଖୁସି ଦେବ l
( ସୌରଭ)
22 abr 2024, 14:21
3 841
ଆଲୋକ ପ୍ରତିଫଳନ ଓ ପ୍ରତିସରଣ SCP
ବିଜ୍ଞାନ :- CLASS X
New PPT Notes
22 abr 2024, 14:21
3 841
ଆଲୋକ ପ୍ରତିଫଳନ ଓ ପ୍ରତିସରଣ class 10 scp.pdf
By MM CLASSESS 360.
22 abr 2024, 14:21
3 841
Date :- 22.04.2024
Class - X
Subject -Social Science
( ଇତିହାସ )
Topic :- 1.ଭାରତୀୟ ଜାତୀୟ ଆନ୍ଦୋଳନ ରେ ଗାନ୍ଧିଜୀ ଙ୍କ ଆବିର୍ଭାବ
2. ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡିଶା ରେ ଏହାର ପ୍ରଭାବ
Full mark : 25
ପ୍ରଶ୍ନ ପ୍ରସ୍ତୁତି :- ସରକାରୀ ଉଚ୍ଚ ବିଦ୍ୟାଳୟ, ମୋହନଗିରି, କଳାହାଣ୍ଡି
**
1. ଖେଡ଼ା ଆନ୍ଦୋଳନ କାହଁକି ହୋଇଥିଲା ଆଉ ଏହାର ଫଳାଫଳ କଣ ହୋଇଥିଲା ? ( 4 )
କିମ୍ବା
ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ସମ୍ପର୍କରେ ବର୍ଣ୍ଣନା କର l ( 4 )
2. ଓଡିଶାରେ ଅସହଯୋଗ ଆନ୍ଦୋଳନ ର କାର୍ଯ୍ୟକ୍ରମ କଣ ଥିଲା l (4 )
କିମ୍ବା
ଖିଲାଫତ ଆନ୍ଦୋଳନ ରେ ଗାନ୍ଧିଜୀଙ୍କ ଭୂମିକା ଆଲୋଚନା କର l ( 4 )
3. ଭାରତ ଶାସନ ଆଇନ 1919 ରେ କେଉଁ ତ୍ରୁଟି ରହିଥିଲା ଆଲୋଚନା କର l ? ( 4 )
କିମ୍ବା
ଅସହଯୋଗ ଆନ୍ଦୋଳନ କିପରି ଓଡିଶାରେ ଅଗ୍ରଗତି କରିଥିଲା ବୁଝାଅ l ( 4 )
4. ମହାତ୍ମା ଗାନ୍ଧି କେଉଁ କାରଣ ପାଇଁ ଅସହଯୋଗ ଆନ୍ଦୋଳନ ସ୍ଥଗିତ
କରିଥିଲା ? (2)
କିମ୍ବା
ନାଗପୁର କଂଗ୍ରେସ ଅଧିବେଶନ କେବେ ଅନୁଷ୍ଠିତ ହୋଇଥିଲା ଏବଂ ସେଠାରେ କେତେ ଜଣ ଓଡିଶାରୁ ପ୍ରତିନିଧିତ୍ବ କରିଥିଲେ ? (2)
5. ନୀଳର ଚାହିଦା ହ୍ରାସ ପାଇବା ଫଳରେ ଚମ୍ପାରନ ରେ କିପରି ଚାଷୀ ମାନଙ୍କୁ ଶୋଷଣ କରାଗଲା ? ( 2)
କିମ୍ବା
କିଏ ଓ କଣ ପାଇଁ ଗାନ୍ଧୀଙ୍କୁ "ମହାତ୍ମା" ଆଖ୍ୟା ଦେଇଥିଲେ ? ( 2 )
6. ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ ରେ କେଉଁ ଗଠନମୂଳକ କାର୍ଯ୍ୟକ୍ରମ ଗ୍ରହଣ କରିବାପାଇଁ ସ୍ଥିର କରାଯାଇଥିଲା ? ( 2)
କିମ୍ବା
ଆଇନ ଅମାନ୍ୟଆନ୍ଦୋଳନ ରେ କେଉଁ ଦୁଇଜଣକୁ ଗିରଫକରି ହଜାରିବାଗ ଜେଲକୁ ପଠା ଯାଇଥିଲା ? ( 2 )
7. କାହିଁକି ଲୁଗାକଳର ମାଲିକ ସହ ଶ୍ରମିକ ମାନଙ୍କ କଳହ ହେଲା ? (2)
କିମ୍ବା
ଭାରତ ର ପ୍ରଥମ ଶିକ୍ଷାମନ୍ତ୍ରୀ କିଏ ଥିଲେ ଓ ସେ କେଉଁ ପୁସ୍ତକ ଲେଖିଥିଲେ ? ( 2 )
8. ଖଲିଫା କାହାକୁ କୁହାଯାଉଥିଲା ? (1)
କିମ୍ବା
ଗଙ୍ଗାଧର ତିଳକ ଦେହାନ୍ତ କେବେ ହୋଇଥିଲା ? (1)
9. ହଣ୍ଟର କମିଟି ର ନେତୃତ୍ୱ କିଏ ନେଇଥିଲେ ? (1)
କିମ୍ବା
ଅସହଯୋଗ ଆନ୍ଦୋଳନ ର ମୂଳନୀତି କଣ ଥିଲା ? (1)
10. କେଉଁ ଦେଶର ଯୁବରାଜଙ୍କ ଭାରତ ପରିଦର୍ଶନ କୁ କଂଗ୍ରେସ ବାସନ୍ଦ କରିଥିଲା ? (1)
କିମ୍ବା
ବାଲେଶ୍ୱର ରେ କିଏ ଘରୋଇ ନ୍ୟାୟାଳୟ ପ୍ରତିଷ୍ଠା କରିଥିଲେ ? (1)
11. ଖେଡ଼ା ଆନ୍ଦୋଳନ ସମୟରେ ଗୁପ୍ତ ନିର୍ଦ୍ଦେଶନାମା ଇଂରେଜଙ୍କ କଣ ଥିଲା ?
କିମ୍ବା
ପ୍ରଥମ ବିଶ୍ୱଯୁଦ୍ଧ ରେ ଇଂରେଜ ମାନେ କାହା ପକ୍ଷରୁ ଲଢୁଥିଲେ ?
12. ଗାନ୍ଧିଜୀଙ୍କୁ ରେଳଗାଡ଼ି ର କେଉଁ ଶ୍ରେଣୀ କୋଠରୀ ରୁ ବାହାର କରି ଦିଆଗଲା ? (1)
କିମ୍ବା
ଇଂରେଜମାନେ କାହାକୁ କୁଲି କହୁଥିଲେ ? (1)
22 abr 2024, 14:21
3 841
Teacher's activity done before, during and after Summer Vacation.
22 abr 2024, 14:21
3 841
ଓଡିଶା ସାଧାରଣଜ୍ଞାନ
( arihant)
All detail about odisha..
ନିଶ୍ଚୟ ପଢ଼ l
22 abr 2024, 14:21
3 841
ବୀଜଗଣିତ ଅଭ୍ୟାସ ପ୍ରଶ୍ନ ଉଭୟ ନବମ ଓ ଦଶମ ଶ୍ରେଣୀ ପାଇଁ ଦିଆଯାଇଛି l
ସମସ୍ତ ପ୍ରଶ୍ନ ର ଉତ୍ତର ଦେବ l
ଦଶମ ଶ୍ରେଣୀ ଛାତ୍ର ମାନଙ୍କ ପାଇଁ ପ୍ରତି ପ୍ରଶ୍ନ ରେ କିମ୍ବା ଦେଇ ଆଉ ଗୋଟିଏ ପ୍ରଶ୍ନ ବି ଦିଆଯାଇଛି l ଉଭୟ ପ୍ରଶ୍ନ ର ଅଭ୍ୟାସ କରିବ l
ଯାହା doubt ପଚାରିବ l
22 abr 2024, 14:21
3 841
*Weekly Practice Test
Date :- 21.04.2024
Subject :- MTH
Class - IX ( 9th)
Topic:- ସେଟ ପ୍ରକ୍ରିୟା ଓ ସେଟ ର
ପ୍ରୟୋଗ
Full mark :- 30
ପ୍ରଶ୍ନ ପ୍ରସ୍ତୁତି :- ସରକାରୀ ଉଚ୍ଚ ବିଦ୍ୟାଳୟ, ମୋହନଗିରି, କଳାହାଣ୍ଡି
*.......*......****ସମସ୍ତ ପ୍ରଶ୍ନ ର ଉତ୍ତର କର l
( 2 × 15 = 30 )
1. ସସୀମ ସେଟ କାହାକୁ
କୁହାଯାଏ l
2. ସେଟ କୁ କେଉଁ ଦୁଇ ପ୍ରଣାଳୀ ରେ ପ୍ରକାଶ କରାଯାଏ ଲେଖ l
3. ଶୂନ୍ୟ ସେଟ କାହାକୁ କୁହାଯାଏ ?
4. ଡ଼ିମର୍ଗାନ ଙ୍କ ଦୁଇଟି ନିୟମ ଲେଖ l
5. ସଂଯୋଗ ସେଟ ର ସଂଜ୍ଞା ଲେଖ l
6. ଉପସେଟ କାହାକୁ କୁହାଯାଏ l
7. ସେଟର ଅନ୍ତର ପ୍ରକ୍ରିୟା ସଂଜ୍ଞା ଲେଖ l
8. ସେଟର ସାମଞ୍ଜସ୍ୟ ଅନ୍ତର କଣ
କୁହାଯାଏ l
9. ଦୁଇଟି ସେଟ ର ସମାନତା ଅର୍ଥ କଣ ?
10. ଯଦି A ଓ B ଦୁଇଟି ପରସ୍ପର ଛେଦି ସେଟହୁଏ ତେବେ (A-B) U ( A n B) U ( B-A)= କେତେ ?
11. ସେଟ ତତ୍ତ୍ୱ ର ସ୍ରଷ୍ଟା କିଏ ?
12. ଭେନ ଚିତ୍ର ର ସ୍ରଷ୍ଟା କିଏ ?
13. ( A n B ) U ( B - A )ର ଭେନ ଚିତ୍ର ଅଙ୍କନ କର l
14. ( A U B ) - ( A n B) ର ଭେନ ଚିତ୍ର ଅଙ୍କନ କର l
15. I A l = m ଓ l B l = n ହେଲେ l A × B l = କେତେ ?
22 abr 2024, 14:21
3 841
*Weekly Practice Test
Date :- 21.04.2024
Subject :- MTH
Class - X ( 10th)
Topic:- ସରଳ ସହ ସମୀକରଣ
ପ୍ରଶ୍ନ ପ୍ରସ୍ତୁତି :- ସରକାରୀ ଉଚ୍ଚ ବିଦ୍ୟାଳୟ, ମୋହନଗିରି, କଳାହାଣ୍ଡି
*.......*......****
1. କ୍ରାମରଙ୍କ ନିୟମ ପ୍ରୟୋଗ କରି
ସହ ସମୀକରଣ ଦ୍ବୟ ର
ସମାଧାନ କର l ( 5 )
2x + 3y = 5
3x + y = 4
କିମ୍ବା
ବଜ୍ର ଗୁଣନ ପଦ୍ଧତି ରେ ସମାଧାନ କର l (5)
x + 2y + 1 = 0
2x - 3y -12 = 0
2. ପ୍ରତିକଳ୍ପନ ପ୍ରଣାଳୀ ରେ ସମାଧାନ କର l (5)
3x + 2y - 5 = 0
x - 3y - 9 = 0
କିମ୍ବା
ଲେଖଚିତ୍ର ଅଙ୍କନ କରି ସମାଧାନ କର l (5 )
3x + y + 2 = 0
2x + y + 1 = 0
3. ଅପସାରଣ ପ୍ରଣାଳୀ ରେ ସମାଧାନ କର l ( 5 )
3x - 5y - 4= 0
9x - 2y + 1 = 0
କିମ୍ବା
ସମାଧାନ କର l ( 5 )
ax + by = a - b
bx - ay = a + b
4. k ର କେଉଁ ମୂଲ୍ୟ ପାଇଁ
6x-2y=0 ଓ 3x + ky =0
ସହ ସମୀକରଣ ଦ୍ୱୟ ର
ଅସଂଖ୍ୟ ସମାଧାନ ରହିବ l ( 5 )
କିମ୍ବା
K ର କେଉଁ ମୂଲ୍ୟ ଗୁଡ଼ିକ ପାଇଁ
3x + ky + 6=0,
4x+4y+4=0 ସହ ସମୀକରଣ
ଦୁଇଟିର ଅନନ୍ୟ ସମାଧାନ ସମ୍ଭବ l ( 5 )
5. ସହ ସମୀକରଣ ଦ୍ବୟ ର ସମାଧାନ କର l ( 5 )
4x + 6y = 3xy
8x + 9y = 5xy
କିମ୍ବା
ସମାଧାନ କର l ( 5 )
2x + 3y - 5 = 0
3x + y - 4 = 0
22 abr 2024, 14:21
3 841
*ଚେନ୍ନାଇର ଏକ ବିଦ୍ୟାଳୟ ଦ୍ୱାରା ତାଙ୍କ ପିଲାମାନଙ୍କୁ ଦିଆଯାଇଥିବା ଛୁଟିଦିନ ଗୃହକାର୍ଯ୍ୟ ସାରା ବିଶ୍ୱରେ ଭାଇରାଲ ହେବାରେ ଲାଗିଛି |*
*ଏହାର କାରଣ ହେଉଛି ଏହା ଅତି ଚିନ୍ତିତ ଭାବରେ ଡିଜାଇନ୍ ହୋଇଛି | ଏହାକୁ ପଢ଼ିବା ଦ୍ୱାରା ଜଣାଯାଏ ଯେ ଆମେ ପ୍ରକୃତରେ କେଉଁଠାରେ ପହଞ୍ଚିଛୁ ଏବଂ ଆମେ ଆମ ପିଲାମାନଙ୍କୁ କ’ଣ ଦେଉଛୁ? ଆନ୍ନା ଭୋଏଲେଟ୍ ମାଟ୍ରିକ୍ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପିଲାମାନଙ୍କ ପାଇଁ ନୁହେଁ ବରଂ ପିତାମାତାମାନଙ୍କ ପାଇଁ ହୋମୱାର୍କ ଦେଇଛନ୍ତି, ଯାହା ପ୍ରତ୍ୟେକ ପିତାମାତା ପଢ଼ିବା ଉଚିତ୍ |*
*ସେମାନେ ଲେଖିଥିଲେ-*
*ଆମେ ଗତ 10 ମାସ ପାଇଁ ଆପଣଙ୍କ ପିଲାମାନଙ୍କର ଯତ୍ନ ନେବାକୁ ଉପଭୋଗ କରିଥିଲୁ | ଆପଣ ନିଶ୍ଚୟ ଧ୍ୟାନ ଦେଇଥିବେ ଯେ ସେମାନେ ବିଦ୍ୟାଳୟକୁ ଆସିବାକୁ ଭଲ ପାଆନ୍ତି | ପରବର୍ତ୍ତୀ ଦୁଇ ମାସ ସେମାନଙ୍କର ପ୍ରାକୃତିକ ରକ୍ଷକ ଅର୍ଥାତ୍ ତୁମ ସହିତ ଅତିବାହିତ ହେବ | ଆମେ ଆପଣଙ୍କୁ କିଛି ଟିପ୍ସ ଦେଉଛୁ ଯାହା ଦ୍ଵାରା ଏଥର ସେମାନଙ୍କ ପାଇଁ ଉପଯୋଗୀ ଏବଂ ଖୁସି ପ୍ରମାଣିତ ହେବ |*
- ଅତିକମରେ ଦୁଇଥର ପିଲାମାନଙ୍କ ସହିତ ଭୋଜନ କରନ୍ତୁ | କୃଷକମାନଙ୍କର ମହତ୍ତ୍ୱ ଏବଂ ସେମାନଙ୍କର କଠିନ ପରିଶ୍ରମ ବିଷୟରେ ସେମାନଙ୍କୁ କୁହନ୍ତୁ ଏବଂ ସେମାନଙ୍କୁ ଖାଦ୍ୟ ନଷ୍ଟ ନକରିବାକୁ କୁହନ୍ତୁ l
- ଖାଇବା ପରେ ସେମାନଙ୍କୁ ନିଜ ଥାଳି ଧୋଇବାକୁ ଦିଅନ୍ତୁ | ଏହିପରି କାର୍ଯ୍ୟ ମାଧ୍ୟମରେ ପିଲାମାନେ କଠିନ ପରିଶ୍ରମର ମୂଲ୍ୟ ବୁଝିବେ |
- ସେମାନଙ୍କୁ ଆପଣଙ୍କ ସହିତ ରାନ୍ଧିବାରେ ସାହାଯ୍ୟ କରିବାକୁ ଦିଅନ୍ତୁ | ସେମାନଙ୍କୁ ପନିପରିବା କିମ୍ବା ସାଲାଡ ପ୍ରସ୍ତୁତ କରିବାକୁ ଦିଅନ୍ତୁ |
- ତିନି ପଡ଼ୋଶୀଙ୍କ ଘରକୁ ଯାଆନ୍ତୁ | ସେମାନଙ୍କ ବିଷୟରେ ଅଧିକ ଜାଣନ୍ତୁ ଏବଂ ନିକଟତର ହୁଅନ୍ତୁ |
- ଜେଜେବାପାଙ୍କ ଘରକୁ ଯାଆନ୍ତୁ ଏବଂ ସେମାନଙ୍କୁ ପିଲାମାନଙ୍କ ସହିତ ମିଶିବାକୁ ଦିଅନ୍ତୁ | ସେମାନଙ୍କର ପ୍ରେମ ଏବଂ ଭାବପ୍ରବଣତା ଆପଣଙ୍କ ପିଲାମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ସେମାନଙ୍କ ସହିତ ଚିତ୍ର ନିଅନ୍ତୁ |
- ସେମାନଙ୍କୁ ଆପଣଙ୍କ କାର୍ଯ୍ୟ ସ୍ଥାନକୁ ନେଇଯାଆନ୍ତୁ, ଯାହାଫଳରେ ସେମାନେ ବୁଝିପାରିବେ ଯେ ଆପଣ ପରିବାର ପାଇଁ କେତେ ପରିଶ୍ରମ କରନ୍ତି |
- କୌଣସି ସ୍ଥାନୀୟ ପର୍ବ କିମ୍ବା ସ୍ଥାନୀୟ ବଜାରକୁ ବୁଲିଯିବା ଭୁଲନ୍ତୁ ନାହିଁ |
- ରୋଷେଇ ବଗିଚା ତିଆରି ପାଇଁ ଆପଣଙ୍କ ପିଲାମାନଙ୍କୁ ମଞ୍ଜି ବୁଣିବା ପାଇଁ ଉତ୍ସାହିତ କରନ୍ତୁ | ଗଛ ଏବଂ ଉଦ୍ଭିଦ ବିଷୟରେ ଜାଣିବା ମଧ୍ୟ ଆପଣଙ୍କ ପିଲାଙ୍କ ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ |
- ପିଲାମାନଙ୍କୁ ଆପଣଙ୍କର ପିଲାଦିନ ଏବଂ ପରିବାର ଇତିହାସ ବିଷୟରେ କୁହନ୍ତୁ |
- ଆପଣଙ୍କ ପିଲାମାନଙ୍କୁ ବାହାରକୁ ଖେଳିବାକୁ ଛାଡ଼ନ୍ତୁ, ସେମାନଙ୍କୁ ଆଘାତ ଲାଗିବାକୁ ଦିଅନ୍ତୁ, ସେମାନଙ୍କୁ ମଇଳା ହେବାକୁ ଦିଅନ୍ତୁ | ବେଳେବେଳେ ପଡ଼ିବା ଏବଂ ଯନ୍ତ୍ରଣା ସହିବା ସେମାନଙ୍କ ପାଇଁ ଭଲ | ସୋଫା କୁଶ ପରି ଆରାମଦାୟକ ଜୀବନ ଆପଣଙ୍କ ପିଲାମାନଙ୍କୁ ଅଳସୁଆ କରିବ |
- ସେମାନଙ୍କୁ କୁକୁର, ବିଲେଇ, ପକ୍ଷୀ କିମ୍ବା ମାଛ ପରି କୌଣସି ଗୃହପାଳିତ ପଶୁ ରଖିବାକୁ ଦିଅନ୍ତୁ |
- ସେମାନଙ୍କୁ କିଛି ଲୋକଗୀତ ଶୁଣାନ୍ତୁ |
- ଆପଣଙ୍କ ପିଲାମାନଙ୍କ ପାଇଁ ରଙ୍ଗୀନ ଚିତ୍ର ସହିତ କିଛି କାହାଣୀ ପୁସ୍ତକ ଆଣନ୍ତୁ |
- ଆପଣଙ୍କ ପିଲାମାନଙ୍କୁ ଟିଭି, ମୋବାଇଲ୍ ଫୋନ୍, କମ୍ପ୍ୟୁଟର ଏବଂ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଠାରୁ ଦୂରରେ ରଖନ୍ତୁ |
- ସେମାନଙ୍କୁ ଚକୋଲେଟ୍, ଜେଲି, କ୍ରିମ୍ କେକ୍, ଚିପ୍ସ, ଏରେଟେଡ୍ ପାନୀୟ ଏବଂ ପଫେ ଭଳି ବେକେରୀ ଉତ୍ପାଦ ଏବଂ ସାମୋସା ପରି ଭଜା ଖାଦ୍ୟ ଦେବା ଠାରୁ ଦୂରେଇ ରୁହନ୍ତୁ |
- ଆପଣଙ୍କର ପିଲାମାନଙ୍କ ଆଖିରେ ଦେଖନ୍ତୁ ଏବଂ ଆପଣଙ୍କୁ ଏପରି ଅଦ୍ଭୁତ ଉପହାର ଦେଇଥିବାରୁ ଭଗବାନଙ୍କୁ ଧନ୍ୟବାଦ ଦିଅନ୍ତୁ | ବର୍ତ୍ତମାନ ଠାରୁ ଆଗାମୀ କିଛି ବର୍ଷ ମଧ୍ୟରେ, ସେମାନେ ନୂତନ ଉଚ୍ଚତାରେ ପହଞ୍ଚିଯିବେ |
*ପିତାମାତା ଭାବରେ, ଏହା ଆପଣଙ୍କ ପିଲାମାନଙ୍କୁ ସମୟ ଦେବା ଜରୁରୀ ଅଟେ |*
*ଯଦି ଆପଣ ଜଣେ ପିତାମାତା ତେବେ ଏହାକୁ ପଢ଼ିବା ପରେ ଆପଣଙ୍କର ଆଖି ଆର୍ଦ୍ର ହୋଇଯିବ ଏବଂ ଯଦି ଆପଣଙ୍କର ଆଖି ଆର୍ଦ୍ର ତେବେ ଏହାର କାରଣ ସ୍ପଷ୍ଟ ଯେ ଆପଣଙ୍କର ପିଲାମାନେ ପ୍ରକୃତରେ ଏହି ସବୁ ଜିନିଷଠାରୁ ଦୂରରେ ଅଛନ୍ତି | ଏହି କାର୍ଯ୍ୟରେ ଲିଖିତ ପ୍ରତ୍ୟେକ ଶବ୍ଦ ଆମକୁ କହିଥାଏ ଯେ ଯେତେବେଳେ ଆମେ ଛୋଟ ଥିଲୁ, ଏହି ସବୁ ଜିନିଷ ଆମ ଜୀବନଶୈଳୀର ଏକ ଅଂଶ ଥିଲା ଯାହା ସହିତ ଆମେ ବଢ଼ିଥିଲୁ, କିନ୍ତୁ ଆଜି ଆମ ପିଲାମାନେ ଏହି ସବୁ ଜିନିଷଠାରୁ ଦୂରରେ ଅଛନ୍ତି l*
22 abr 2024, 14:21
3 841
ଶୁଭ ସନ୍ଧ୍ୟା
ସମସ୍ତ ନବମ ଓ ଦଶମ ସମସ୍ତଛାତ୍ର ଛାତ୍ରୀ କୁ ଜଣେଇ ଦିଆଯାଉଛି ଯେ ଆଜି ସମସ୍ତ ବିଷୟ ର Weekly ପରୀକ୍ଷା ହେବାର ଥିଲା ଆଉ କେବଳ group ରେ ସାହିତ୍ୟ ଓ English ଉଭୟ ବିଷୟ ର ସାପ୍ତାହିକ ଅଭ୍ୟାସ ପ୍ରଶ୍ନ ଅପଲୋଡ ହୋଇଛି l
ଆମ ଅଞ୍ଚଳ ରେ ଟିକିଏ ବର୍ଷା ପାଗ ଯୋଗୁଁ ଲାଇଟ 4.00 PM ସମୟରୁ ନାହିଁ l ପ୍ରଶ୍ନ
ସାଧାରଣ ବିଜ୍ଞାନ ଓ ସାମାଜିକ ବିଜ୍ଞାନ ଓ ଗଣିତ ର ପ୍ରସ୍ତୁତ ଖାତାରେ ସରିଛି କିନ୍ତୁ ଲାଇଟ ନ ଥିବାରୁ ଟାଇପ ମରାଯାଇ ପାରିନାହିଁ l
ଲାଇଟ ଆସିଲେ ଅବଶିଷ୍ଟ ଅଭ୍ୟାସ ପ୍ରଶ୍ନ ଗୁଡିକ group ରେ ଆଜି କିମ୍ବା କାଲି ସକାଳେ
ସେଣ୍ଡ କରି ଦିଆଯିବ l
ଆଶା ଆମକୁ ସହଯୋଗ କରିବେ l
ଧନ୍ୟବାଦ l
22 abr 2024, 14:21
