3 841
订阅者
无数据24 小时
-127 天
-7030 天
帖子存档
3 841
ନବମ ଶ୍ରେଣୀ ପିଲା ଯିଏବି ଅଛ କାହାକୁ ବି Payment କରନି question paper pany ଜିଏ ବି କରିଚ ସେଇଟା ତୁମର ବୋକମୀ ଓ ସେମାନଙ୍କର ଠକାମୀ
ସତର୍କ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ
05 3月 2024, 13:02
3 841
ଆଶା ସମସ୍ତେ ଦଶମ ପରୀକ୍ଷା ସରିଲା ପରେ ଟିକିଏ ଖୁସି ରେ ଥିବେ ଯେ ଯାହା ହେଉ ଗୋଟିଏ ବଡ଼ ମୁଣ୍ଡର ବୋଝ ଗଲା, ସତ କହିଲେ ଏହିଠୁ ହି ଛାତ୍ର ଜୀବନ ର ସଂଘର୍ଷ ଆରମ୍ଭ ହେଲା l
ଏହାପରେ କେଉଁ ଛାତ୍ର ସାଇନ୍ସ , କିଏ ଆର୍ଟ୍ସ କିଏ କର୍ମସ ନେଇ ଯିବା ପଢାକୁ ବାଛିବେ l ଏହାଠାରୁ ସାଙ୍ଗ ସାଥି ମାନଙ୍କ ସହ ମିଳାମିଶା ଆଉ ପୂର୍ବପରି ହେବ ନାହିଁ ଯାହା ହାଇସ୍କୁଲ ପଢିଲା ସମୟରେ ହେଉଥିଲା l ଏବେ ତାହା ଆମ ହୃଦୟରେ ବିଦ୍ୟାଳୟ ପରିବେଶ ,ଶିକ୍ଷକ ଙ୍କ ସହ ଭାବ ବିନିମୟ ଆଉ ସାଙ୍ଗ ସାଥୀଙ୍କ ସହ ହସଖୁସିର ମୁହୂର୍ତ୍ତ କେବଳ ସ୍ମୃତି ହୋଇ ରହିଯିବ l
ଆମେ ସମସ୍ତେ ଆଗକୁ ବଢ଼ିବା ଆଉ ଆମ କର୍ତ୍ତବ୍ୟ କରି ଚାଲିବା l
ଏହି ଗ୍ରୁପ କେବଳ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ନିମନ୍ତେ ଖୋଲା ଯାଇଛି ତେଣୁ ଆଗାମୀ ନୂଆ ଶିକ୍ଷା ବର୍ଷ 2024-25 ନିମନ୍ତେ ବର୍ତ୍ତମାନ ରୁ ପ୍ରସ୍ତୁତି ଆରମ୍ଭ ହେବ ଆଉ ଯେହେତୁ ଏପ୍ରିଲ ମସିହା ରୁ ବିଦ୍ୟାଳୟ ରେ ପାଠ ପଢ଼ା ଆରମ୍ଭ ହେଉଛି ସେହି ଦିନରୁ ଗ୍ରୁପ ରୁ ଦୈନିକ କିଛି ପ୍ରଶ୍ନ ସହ ସାପ୍ତାହିକ ପରୀକ୍ଷା ପ୍ରଶ୍ନ ଦିଆଯିବା ସହ ସବୁ ବିଷୟ ର ପିପିଟି ଆଉ ନୋଟସ ନୂଆ ହିସାବରେ ପ୍ରଦାନ କରାଯିବ, ଯେମିତି ଆଗାମୀ 2024-25 ଶିକ୍ଷା ବର୍ଷ ରେ ବହୁତ ଭଲ result ହେବ l
ଏହା ସହ ଏହି ବର୍ଷ ଯେଉଁମାନେ ଗ୍ରୁପ ରେ ଅଛନ୍ତି ଓ ଚାହିଁଲେ ରହିପାରନ୍ତି ନ ହେଲେ ନାହିଁ ଯେଉଁ ମାନେ ଏ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ ସେମାନଙ୍କ ପାଇଁ Science, commerce ଆଉ arts ବିଭାଗ ରେ ନାମ ଲେଖାଉଥିବା ଛାତ୍ରଛାତ୍ରୀ ପାଇଁ ନୋଟସ ଆଉ ବିଗତ ବର୍ଷ ମାନଙ୍କରେ ହୋଇଥିବା ପରୀକ୍ଷା ପ୍ରଶ୍ନ ର PDF ଗୁଡିକ upload କରିବୁ ଯାହା କେବଳ +2 ପିଲା ମାନଙ୍କ ପାଇଁ ଏହି ଗ୍ରୁପ ଶନିବାର ଉପଲବ୍ଧ ହେବ l
ଯାହା ସନ୍ଦେହ କୌଣସି ବିଷୟରେ ଅଛି ଏହି ଗ୍ରୁପ ରେ ମେସେଜ କରି ନିଜର ସନ୍ଦେହ ଦୂର କରିପାରିବେ l
ଏହି ଗ୍ରୁପ ରେ ମାଟ୍ରିକ ପରୀକ୍ଷା ଫଳ ର ଲିଙ୍କ ପ୍ରଥମେ ଉପଲବ୍ଧ କରାଯିବ l ତେଣୁ result
ବାହାରିଲା ଦିନ ନିଶ୍ଚୟ ଥରେ ଗ୍ରୁପ ଆଡକୁ ମେସେଜ ଦେଖିବାକୁ ଆସିବେ l
ଶେଷରେ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ଉତ୍ତର ଫଳାଫଳ ( Good result) କାମନା କରିବା ସହ ନବମ ବାର୍ଷିକ ପରୀକ୍ଷା ଦେଉଥିବା ତଥା ଆଗାମୀ ଦଶମ ବର୍ଷ ରୁ ନୂତନ ଛାତ୍ରଙ୍କୁ ହୃଦୟରୁ ଶୁଭେଚ୍ଛା ଜଣେଇବା ସହ ଏହି ଗ୍ରୁପ କୁ ସ୍ବାଗତଂ କରୁଛୁ l
Don't forget you mistake..
So Don't repeat your previous mistake..
You are the owner of own Luck.
05 3月 2024, 06:17
3 841
ଏହି ଆପ୍ କୁ ଡାଉନଲୋଡ଼ କରିବା ପରେ ତୁମକୁ Arts, science, commerce ra Sabu book ମିଳିଯିବ
04 3月 2024, 22:36
3 841
Get Odisha CHSE Books to read all the books from various standards. Download: https://play.google.com/store/apps/details?id=com.pabitra.chse
04 3月 2024, 22:35
3 841
ଉଦାହରଣ :-ରାଜନୀତି ବିଜ୍ଞାନ important question
1.ସମ୍ବିଧାନ ପ୍ରଣୟନ ସଭା କିପରି ଗଠିତ ହେଲା ଓ କିଏ କିଏ ସଭ୍ୟ ଥିଲେ ? ଏହା କେତେଦିନ ଧରି ଚାଲିଥିଲା ?
2. ସମ୍ବିଧାନ ର 326 ଧାରା କଣ ଥିଲା ?
3. କେବେ ଓ କେଉଁ କେଉଁ ରାଜ୍ୟ ର ନାମ ପରିବର୍ତ୍ତନ ହୋଇଛି ?
4. ଦିଲ୍ଲୀ ର ଶାସନ ବ୍ୟବସ୍ଥା କିପରି ?
5. ଭାଷାଭିତ୍ତିକ ରାଜ୍ୟ ଗଠନ କେଉଁମାନେ କରିଥିଲେ ?
6.ପ୍ରତ୍ୟକ୍ଷ ନିର୍ବାଚନ ଓ ପରୋକ୍ଷ ନିର୍ବାଚନ କଣ ?
7. ରାଷ୍ଟ୍ରପତି କିପରି ନିର୍ବାଚିତ ହୁଅନ୍ତି ?
8. ସାବାଳକ ମତଦାନ କଣ ?
9. ନିର୍ବାଚନ ପ୍ରଚାର ଅଭିଯାନ କିପରି ହୁଏ ?
10.ନିର୍ବାଚନ ଆୟୋଗ ର ଗଠନ କାର୍ଯ୍ୟକାଳ ଓ ବହିଷ୍କାର ସମ୍ପର୍କ ରେ ବର୍ଣ୍ଣନା କର l
11.ମୁକ୍ତ ନିର୍ବାଚନ ର ପ୍ରତିବନ୍ଧକ କଣ ?
12. ଆଦର୍ଶ ଆଚରଣ ବିଧି କଣ ?
13. ନିର୍ବାଚନ ଇସ୍ତାହାର କଣ ?
14. ସମ୍ବିଧାନ ର କେଉଁ କେଉଁ ଧାରା ରେ ଲୋକସଭା ଓ ବିଧାନ ସଭା ପାଇଁ ଆସନ ସଂରକ୍ଷଣ ବ୍ୟବସ୍ଥା ଅଛି ?
15. EVM କଣ ?
16. ଅମାନତ ଜମା କେତେବେଳେ ଫେରସ୍ତ ମିଳେ ନାହିଁ ?
17. ଲୋକସଭା ଓ ବିଧାନ ସଭା ରେ କିଏ ରିଟର୍ଣ୍ଣି ଅଫିସର ଥାନ୍ତି ?
18. ସଡ଼କ ଦୁର୍ଘଟଣା ର ପ୍ରମୁଖ କାରଣ କଣ ?
19. ଗୁଡ଼ ସମରିଟାନ ନୀତି କଣ ?
20. ବଳବତ୍ତକରଣ କଣ ?
21. କେନ୍ଦ୍ରୀୟ ମୋଟରଯାନ ଆକ୍ଟ ବିଷୟରେ ବର୍ଣ୍ଣନା କର l
22. ଶୀତଳ ଯୁଦ୍ଧ କଣ ?
23. ପଞ୍ଚଶୀଳ ନୀତି କଣ ବର୍ଣ୍ଣନା
କର l
24.ଭାରତ ଓ ପାକିସ୍ଥାନ ମଧ୍ୟରେ କେବେ କେବେ ଯୁଦ୍ଧ ହୋଇଛି ?
25. ଭାରତ ର ରୁଷ ସହ ସମ୍ପର୍କ କିପରି ?
26. ଶ୍ରୀଲଙ୍କା ର ତାମିଲ ସମସ୍ୟା କଣ ?
27. ଭୁଟାନ କୁ ଭାରତ କିପରି ସାହାଯ୍ୟ କରେ l
28. ତିବ୍ବତ ସମସ୍ୟା କିପରି ଭାରତ ଓ ଚୀନ ପାଇଁ ମୁଣ୍ଡବ୍ୟଥା ର କାରଣ ହୋଇଛି ଲେଖ l
29.ବାଂଲାଦେଶ ଗଠନରେ ଭାରତ ର ଭୂମିକା କଣ ଥିଲା ?
30.କଚ୍ଛତିଭୁ ସମସ୍ୟା କଣ ?
31. SAARC କଣ ?
32. ଆମେରିକା କେବେ ଭାରତ ବିରୋଧୀ କାର୍ଯ୍ୟକଳାପ ରେ ଜଡିତ ଥିଲା ?
33. ଆମେରିକା ଓ ଭାରତ ମଧ୍ୟରେ କିପରି ସୁସମ୍ପର୍କ ସ୍ଥାପନ ହେଲା ?
34. ତାସକେଣ୍ଟ ଚୁକ୍ତି କେବେ ଓ କାହା କାହା ମଧ୍ୟରେ ହୋଇଥିଲା ?
35. ବ୍ୟକ୍ତିଗତ ଯାନ ଓ ସାର୍ବଜନୀନ ଯାନ କଣ ?
03 3月 2024, 10:00
3 841
ଇତିହାସ( SSH) କିପରି ପରୀକ୍ଷା ରେ subjective ପ୍ରଶ୍ନ ଆସିବ ଓ କିଛି ଟିପ୍ସ
ଇତିହାସ subjective ପ୍ରଶ୍ନ କୁ ଦୁଇ ବିଭାଗ ରେ ବିଭକ୍ତ କରା ଯାଇଛି l ସର୍ବମୋଟ 50 ମାର୍କ ର ପ୍ରଶ୍ନ ଆସିବ l
ଗୋଟିଏ "କ" ଓ ଅନ୍ୟ ଗୋଟିଏ "ଖ " ବିଭାଗ l ଯେଉଁଠି ଇତିହାସ (SSH) ର ପ୍ରଶ୍ନ ଆସିବ l ଯାହା ମୋଟ ମାର୍କ 25 ଅଟେ l
A. ଏହି ପ୍ରଥମ ପ୍ରଶ୍ନ ରେ ଦୁଇ ଟି ଦୀର୍ଘ ଉତ୍ତର ମୂଳକ ପ୍ରଶ୍ନ ( long question ) ଆସିବ l ଯାହା ପ୍ରତ୍ୟେକ 4 ମାର୍କ ବିଶିଷ୍ଟ ହେବ l ଦୁଇଟି ମିଶି 8 ମାର୍କ ହେବ l
2 × 4 = 8
ଉଦାହରଣ :-
1. ଦକ୍ଷିଣ ଆଫ୍ରିକା ରେ କିପରି ଶ୍ଵେତାଙ୍ଗ ମାନେ ଭାରତୀୟଙ୍କୁ ଅତ୍ୟାଚାରିତ କରୁଥିଲେ ?
2. ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ସମ୍ପର୍କ ରେ ଆଲୋଚନା କର l
3.ଅସହଯୋଗ ଆନ୍ଦୋଳନ କିପରି ଆରମ୍ଭ ହୋଇଥିଲା ବର୍ଣ୍ଣନା କର l
4.ଅସହଯୋଗ ଆନ୍ଦୋଳନ ର କାର୍ଯ୍ୟକ୍ରମ କଣ ଥିଲା ?
5. ଓଡିଶାର ପ୍ରଥମ ଲବଣ ଆଇନ ଭଙ୍ଗ ସମ୍ପର୍କ ରେ ବିବରଣୀ ଦିଅ l
6.ଆଇନ ଅମାନ୍ୟ ଆନ୍ଦୋଳନ କାର୍ଯ୍ୟକ୍ରମ କଣ ଥିଲା ?
7. ଭାରତ ଛାଡ଼ ଆନ୍ଦୋଳନ ରେ ଲକ୍ଷ୍ମଣ ନାୟକ ଙ୍କ ଅବଦାନ ଲେଖ l
8.ଭାରତ ପରିତ୍ୟାଗ ପଛରେ ସୁଭାଷ ବୋଷଙ୍କ ଉଦ୍ଦେଶ୍ୟ ଓ ଲକ୍ଷ୍ୟ କଣ ଥିଲା ?
9. କ୍ରିପସ ମିଶନ ର ପ୍ରସ୍ତାବ ଗୁଡିକ ଆଲୋଚନା କର l
10. ଓଡ଼ିଶାରେ ସମ୍ବାଦ ପତ୍ର ର କିପରି ବିକାଶ ହୋଇଥିଲା ?
11. ଉତ୍କଳ ସମ୍ମିଳନୀ ର ଲକ୍ଷ୍ୟ କଣ ଥିଲା ?
12. ନୂତନ ଓଡିଶା ରେ ପ୍ରଥମ ବିଧାନ ସଭା ପାଇଁ ଅନୁଷ୍ଠିତ ନିର୍ବାଚନ ର ଏକ ବିବରଣୀ ଦିଅ l
13.ମିଶ୍ରଣ ଚୁକ୍ତି ର କଣ ସର୍ତ୍ତ ଥିଲା ?
14. ପ୍ରଜାମାରଣ ପ୍ରଥା ସମ୍ପର୍କ ରେ ଟିପ୍ପଣୀ ଦିଅ l
15.ପରମାଣୁ ଶକ୍ତି ର ବିକାଶ ପାଇଁ ଭାରତ ସରକାର କି କି ପଦକ୍ଷେପ ନେଇଛନ୍ତି ?
16. ମିଶନଶକ୍ତି ର ଉଦ୍ଦେଶ୍ୟ ଓ କାର୍ଯ୍ୟ ଗୁଡିକ ଲେଖ l
17.ପ୍ରାକୃତିକ ବିପର୍ଯ୍ୟୟ ସମୟରେ କୃଷକ ମାନଙ୍କୁ କିପରି ସହାୟତା ପ୍ରଦାନ କରାଯାଏ l
18.2007 ମସିହାରେ ଘୋଷିତ ଓଡିଶାର ଶିଳ୍ପ ନୀତି କଣ ଥିଲା ?
19. ଓଡିଶା ରେ ରେଳପଥ ର ବିକାଶ ସମ୍ପର୍କ ରେ ଲେଖ l
20.ରାଓଲାତ ଆଇନ କଣ ? ଏହା ବିରୁଦ୍ଧରେ ଗାନ୍ଧିଜୀ ଙ୍କ ଭୂମିକା କଣ ଥିଲା ?
21.ଆଜାଦହିନ୍ଦ ଫୌଜ ସମ୍ପର୍କ ରେ ଲେଖ l
B. ଦ୍ଵିତୀୟ ପ୍ରଶ୍ନ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ
( Short question ) ଅଟେ l ଏଥିରେ
ଇତିହାସ ର ଚାରିଟି ପ୍ରଶ୍ନ ଆସିବ l
ଯେଉଁଠି 3 ମାର୍କ ର ଦୁଇଟି ଓ 2 ମାର୍କ ର ଦୁଇଟି ପ୍ରଶ୍ନ l
ଏହା ସର୍ବ ମୋଟ 10 ମାର୍କ ବିଶିଷ୍ଟ ଅଟେ l
2 × 3 = 6
2 × 2 = 4
1.ଖେଡା ଆନ୍ଦୋଳନ ସମ୍ପର୍କ ରେ ବର୍ଣ୍ଣନା
କର l
2.ପ୍ଲେଗ ବୋନସ କଣ ଏହା କେଉଁ ଆନ୍ଦୋଳନ ସହ ସମ୍ପର୍କିତ ଥିଲା ବର୍ଣ୍ଣନା କର l
3.ତୃତୀୟ ଗୋଲ ଟେବୁଲ ବୈଠକ ରେ କଣ ହୋଇଥିଲା ?
4. ଗାନ୍ଧୀ ଇରଉଇନ ଚୁକ୍ତି ର ସର୍ତ୍ତ ଗୁଡିକ କଣ ଥିଲା ?
5.ସୁଭାଷ ବୋଷ ଙ୍କ ଚାରିଟି ସୈନ୍ୟ ବିଭାଗ ସମ୍ପର୍କ ରେ ଲେଖ l
6. ଖିଲାଫତ ଆନ୍ଦୋଳନ କାହିଁକି ହୋଇଥିଲା ?
7. ସୁଭାଷ କେବେ ଜାତୀୟ କଂଗ୍ରେସ ସଭାପତି ହୋଇଥିଲେ ଓ କାହିଁକି କଂଗ୍ରେସ ତ୍ୟାଗ କରି ପରେ ସେ କଣ କଲେ ?
8. କ୍ୟାବିନେଟ ମିଶନ ର ପ୍ରସ୍ତାବ ଗୁଡିକ
ଲେଖ l
9.କିଏ ମହିମା ଧର୍ମ ର ପ୍ରଚାରକ ଥିଲେ ? ଏହି ଧର୍ମ ଓଡିଆ ମାନଙ୍କ ଉପରେ କିପରି ପ୍ରଭାବ ପକେଇଥିଲା ?
10. ନୂତନ ଓଡିଶା ଉଦଘାଟନ ଦିବସ ପାଳନ ଏକ ବିବରଣୀ ଦିଅ l
11.ରିସଲେ ସରକୁଲାର କଣ ?
12. ଲର୍ଡ଼ କର୍ଜନ କୁ କିଏ ଓଡିଶା ଆଣିଥିଲେ ଓ ତାଙ୍କ ଆଗମନ ଫଳରେ କଣ ଲାଭ ହେଲା ?
13. କେବେ ଓ କାହିଁକି କୃଷ୍ଣଚନ୍ଦ୍ର ଗଜପତି ଇସ୍ତଫା ଦେଇଥିଲ ?
14. ଅପରେସନ ଗୁଲମାର୍ଗ କଣ ଥିଲା ?
15. ଅପରେସନ ପୋଲୋ ସମ୍ପର୍କ ରେ ଲେଖ l
16.କାଶ୍ମୀର ଭାରତ ସହ ମିଶିଲା କିପରି ?
17. ନୀଳଗିରି ରୁ କିପରି ଦେଶୀୟ ରାଜ୍ୟ ମିଶ୍ରଣ ଆରମ୍ଭ ହେଲା ?
18. ଦାରିଦ୍ର୍ୟ ଦୂରୀକରଣ ପାଇଁ 1969 ରୁ 2000 ଭାରତ ସରକାର କଣ କରିଥିଲେ ?
19. ମିଳନ ପତ୍ର ସମ୍ପର୍କ ରେ ଲେଖ l
20.ପ୍ରଜାମଣ୍ଡଳ ଆନ୍ଦୋଳନ ର ଦାବି ଗୁଡିକ କଣ ଥିଲା ?
21.ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା କଣ ?
22. ଆଦିବାସୀ ଉନ୍ନତି ପାଇଁ ସରକାର କି କି ଆଇନ ଓ ସୁବିଧା ଆଣିଥିଲେ ?
23. ଗୋପବନ୍ଧୁ ଗ୍ରାମୀଣ ଯୋଜନ ଓ ବିଜୁ ଗ୍ରାମଜ୍ୟୋତି ଯୋଜନା କଣ ?
24. ୟଜ କଣ ? କେଉଁମାନେ ଅଧିକ ପ୍ରଭାବିତ ହେଉଥିଲେ ?
25. ଅନ୍ତ୍ୟୋଦୟ ଯୋଜନା କଣ ?
26. ଚିରସ୍ଥାୟୀ ବନ୍ଦୋବସ୍ତ ସମ୍ପର୍କ ରେ ଲେଖ l
27.ହଣ୍ଟରକମିଟି ରିପୋର୍ଟ କଣ ଥିଲା ?
28. ମାଉଣ୍ଟବ୍ୟାଟେନ ଯୋଜନା କଣ ଥିଲା ?
29. ତିନି କାଠିଆ ବ୍ୟବସ୍ଥା କଣ ଥିଲା ?
30. ଇରମ ଗୁଳିକାଣ୍ଡ ସମ୍ପର୍କ ରେ ବର୍ଣ୍ଣନା
କର l
31.ତୃତୀୟ ପଞ୍ଚବାର୍ଷିକ ଯୋଜନା ଅସଫଳ କାରଣ କଣ ?
32. ଉତ୍କଳ ସଭା କେବେ ଗଠିତ ହେଲା ଓ ଲକ୍ଷ୍ୟ କଣ ଥିଲା ?
33. ଭାରତ କେବେ କେବେ ପରମାଣୁ ବୋମା ର ପରୀକ୍ଷା କରିଥିଲା ?
34. ଭାରତ କେଉଁ କେଉଁ କ୍ଷେପଣାସ୍ତ୍ର ର ପରୀକ୍ଷା କରି ସଫଳ ହୋଇଛି ?
35. ମହାକାଶ ଗବେଷଣା ରେ ଭାରତ ର ସଫଳତା ବର୍ଣ୍ଣନା କର l
36.ମିଶ୍ରିତ ଓ ନିୟନ୍ତ୍ରିତ ଅର୍ଥନୀତି କଣ ?
37.ମୋ କୁଡ଼ିଆ ଯୋଜନା କାହା ପାଇଁ ରହିଛି ?
38. ଓଡିଶା ରେ ଥିବା ଜଳବିଦ୍ୟୁତ ପ୍ରକଳ୍ପ ନାମ ଲେଖ l
39.ହୀରାକୁଦ ନଦୀବନ୍ଧ ର ମୁଖ୍ୟ ଲକ୍ଷ୍ୟ କଣ ଥିଲା ?
40. କେବେ ଓ କେଉଁଠାରେ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ ଓଡିଶା ରେ ପ୍ରଥମେ ଖୋଲାଯାଇଥିଲା ?
3. ଏହି ତୃତୀୟ ପ୍ରଶ୍ନ ରେ ସଂକ୍ଷିପ୍ତ
ଉତ୍ତରମୂଳକ ପ୍ରଶ୍ନ ରାଜନୀତି ବିଜ୍ଞାନ ରୁ ଆସିବ l ସର୍ବମୋଟ 3ଟି ପ୍ରଶ୍ନ ଆସିବ ସେଥିରୁ ଗୋଟିଏ ପ୍ରଶ୍ନ 3 ମାର୍କ ଓ ବାକି ଦୁଇଟି ପ୍ରଶ୍ନ 2 ମାର୍କ ବିଶିଷ୍ଟ
ଅଟେ l ମୋଟ ମାର୍କ 7 ଅଟେ l
3 × 1 = 3
2 × 2 = 4
ଉଦାହରଣ :-
03 3月 2024, 09:43
