ch
Feedback
ODISHA GK SERIES

ODISHA GK SERIES

前往频道在 Telegram

ପ୍ରତିଦିନ ଓଡ଼ିଆ ରେ GK ଜାଣିବା ପାଇଁ JOIN କରନ୍ତୁ. @odishagkseriesfamily Contact us:- @uttammahala YouTube Channel. youtube.com/@odishagkseries Insta I'd :- https://www.instagram.com/uttammahala23 👉Odia Gk 👉Odia Question &Answer📕 👉General Knowledge📚

显示更多
1 788
订阅者
+124 小时
无数据7 天
-830 天

数据加载中...

标签云
无数据
有任何问题?请刷新页面或联系我们的客服
进出提及
---
---
---
---
---
---
吸引订阅者
九月 '26
九月 '26
+4
在0个频道中
八月 '26
+17
在0个频道中
Get PRO
七月 '26
+11
在0个频道中
Get PRO
六月 '26
+9
在0个频道中
Get PRO
五月 '26
+37
在0个频道中
Get PRO
四月 '26
+8
在0个频道中
Get PRO
三月 '26
+11
在0个频道中
Get PRO
二月 '26
+16
在0个频道中
Get PRO
一月 '26
+3
在0个频道中
Get PRO
十二月 '25
+3
在0个频道中
Get PRO
十一月 '25
+8
在0个频道中
Get PRO
十月 '25
+13
在0个频道中
Get PRO
九月 '25
+11
在0个频道中
Get PRO
八月 '25
+12
在4个频道中
Get PRO
七月 '25
+7
在0个频道中
Get PRO
六月 '25
+11
在0个频道中
Get PRO
五月 '25
+9
在0个频道中
Get PRO
四月 '25
+8
在0个频道中
Get PRO
三月 '25
+12
在0个频道中
Get PRO
二月 '25
+12
在0个频道中
Get PRO
一月 '25
+7
在0个频道中
Get PRO
十二月 '24
+27
在0个频道中
Get PRO
十一月 '24
+22
在0个频道中
Get PRO
十月 '24
+10
在0个频道中
Get PRO
九月 '24
+46
在0个频道中
Get PRO
八月 '24
+68
在7个频道中
Get PRO
七月 '24
+62
在0个频道中
Get PRO
六月 '24
+38
在6个频道中
Get PRO
五月 '24
+97
在5个频道中
Get PRO
四月 '24
+134
在7个频道中
Get PRO
三月 '24
+123
在6个频道中
Get PRO
二月 '24
+146
在0个频道中
Get PRO
一月 '24
+186
在0个频道中
Get PRO
十二月 '23
+143
在0个频道中
Get PRO
十一月 '23
+226
在5个频道中
Get PRO
十月 '23
+120
在0个频道中
Get PRO
九月 '23
+139
在0个频道中
Get PRO
八月 '23
+126
在0个频道中
Get PRO
七月 '23
+170
在0个频道中
Get PRO
六月 '23
+131
在0个频道中
Get PRO
五月 '23
+245
在0个频道中
Get PRO
四月 '23
+52
在0个频道中
Get PRO
三月 '23
+80
在0个频道中
Get PRO
二月 '23
+76
在0个频道中
Get PRO
一月 '23
+134
在0个频道中
Get PRO
十二月 '22
+100
在0个频道中
Get PRO
十一月 '22
+262
在0个频道中
Get PRO
十月 '22
+333
在0个频道中
日期
订阅者增长
提及
频道
06 九月+1
05 九月+1
04 九月0
03 九月+2
02 九月0
01 九月0
频道帖子
*ଖବର ଆଜିର, ୬ ସେପ୍ଟେମ୍ବର, ରବିବାର* ================== ଓଡ଼ିଶାର ୪ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଆସନ୍ତା ୩ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୪୫ ହଜାର ଶିକ୍ଷକ ପଦ ପୂରଣ କରାଯିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମାଝୀ। ରାଜ୍ୟରେ ୧୨ ହଜାର କୋଟିରେ ୨୨୦୦ ବିଶ୍ୱସ୍ତରୀୟ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ନିର୍ମାଣ କରାଯାଉଛି, କହିଲେ ସରକାର। ୮ ଦଫା ଦାବି ନେଇ ଭୁବନେଶ୍ବରରେ ୨୧ ଦିନ ଧରି ଧାରଣାରତ ଥିବା ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଆନ୍ଦୋଳନକୁ ସ୍ଥଗିତ କଲେ। ରାଜ୍ୟରେ ଖୁବ୍‌ଶୀଘ୍ର ପୁଲିସ ଏସଆଇ ଓ ଅନ୍ୟ ବିଭାଗ ଅଧୀନରେ କନେଷ୍ଟବଳ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ୨୦୨୭ ମାର୍ଚ୍ଚ ୫ ପରେ ପଞ୍ଚାୟତ ନିର୍ବାଚନ ହେବ, ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନ ହେବ। ଓଡ଼ିଶା ପରିବେଶ କଂଗ୍ରେସର ୧୭ତମ ଅଧିବେଶନ ନଭେମ୍ବର ୩ରୁ ୫ ତାରିଖ ପର୍ଯ୍ୟନ୍ତ ରାଉରକେଲା ଏନ୍‌ଆଇଟିରେ ଅନୁଷ୍ଠିତ ହେବ। ପାଖେଇ ଆସୁଛି ନୂଆଁଖାଇ। ରାଜ୍ୟ ବାହାରୁ ଘର ମୁହାଁ ହେଉଛନ୍ତି ହଜାର ହଜାର ଦାଦନ ଶ୍ରମିକ। ଭାଦ୍ରବ ଶୁକ୍ଲପକ୍ଷ ପଂଚମୀ ତିଥିରେ ନୂଆଁଖାଇ ପର୍ବ, ମା’ ସମଲେଶ୍ବରୀଙ୍କ ଠାରେ ନବାନ୍ନ ଲାଗି ହେବ। ସେପ୍ଟେମ୍ବର ୧୫ (ମଙ୍ଗଳବାର) ଦିନ ୯ଟା ୪୦ରୁ ୯ଟା ୫୪। ଆସନ୍ତା ୯ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ସଂଯୁକ୍ତ ଆରବ ଏମିରେଟ୍‌ସ ଯିବେ ମୁଖ୍ୟମନ୍ତ୍ରୀ, ରପ୍ତାନିଭିତ୍ତିକ ଶିଳ୍ପକୁ ଟାଣିବେ। ଝାଡ଼ଖଣ୍ଡ ସ୍ୱାର୍ଥ ପାଇଁ ବନ୍ୟା ଯନ୍ତ୍ରଣା ଭୋଗୁଛି ଓଡ଼ିଶା। ଗାଲୁଡିହି ବ୍ୟାରେଜ୍‌ ସାଜୁଛି କାଳ, ମଧ୍ୟସ୍ଥତାରେ ସମାଧାନ ଦାବି। ସାକ୍ଷରତା ଓ ଶିକ୍ଷାର ଗୁରୁତ୍ୱ ନେଇ ସଚେତନତା ଓ ନିରକ୍ଷରଙ୍କୁ ସାକ୍ଷର କରିବା ପାଇଁ ଗଞ୍ଜାମ ଜିଲ୍ଲାରେ ‘ଉଲ୍ଲାସ’ ଅଭିଯାନର ଶୁଭାରମ୍ଭ। ବହୁ ପ୍ରତୀକ୍ଷିତ ଜୁନାଗଡ଼-ନବରଙ୍ଗପୁର ରେଳପଥ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ନାଲିଫିତା ତଳେ ଅଟକିଛି। ବାଲେଶ୍ୱର ଦିଗିରହଣିଆରେ ମତ୍ସ୍ୟ ବିଭାଗର ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ମତ୍ସ୍ୟ ଲ୍ୟାବ୍‌ ଓ ଟେଷ୍ଟିଂ ସେଣ୍ଟର୍‌ ପରିତ୍ୟକ୍ତ ହୋଇପଡ଼ିଛି। ଯାଜପୁରରେ ଖଣିଜ ପାଣ୍ଠି ଲୁଟ, ମେଡିକାଲ କଲେଜ ପାଇଁ ଜମିକିଣାରେ ୪୩ କୋଟି ଖର୍ଚ୍ଚ। ବାଲେଶ୍ବର ବାଲିଆପାଳରେ ଶିଆଳପଲଙ୍କ ଆକ୍ରମଣରେ ୨୦ରୁ ଅଧିକ ପିଲା ଲହୁଲୁହାଣ। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶଘାଇ ଡ୍ରେନେଜ୍‌ ଡିଭିଜନ୍‌ ଏଷ୍ଟିମେଟର ଗାଡ଼ିରେ ୩.୧୫ଲକ୍ଷ ନେଲାବେଳେ ମାଡ଼ି ବସିଲା ଭିଜିଲାନ୍ସ। ରାଉରକେଲାରେ ବନ୍ଧୁକ କାରବାରରେ ଜଡିତ ବିହାରୀ ବିଜେପି ଯୁବନେତା ପାଶୱାନର ଅବୈଧ ଅଫିସ ଭଙ୍ଗାହେଲା। ରାଉରକେଲାରେ ଆଇଡିସି ଫାଟକ ପାଖ ଡ୍ରେନ୍ ଭିତରୁ ଜଣେ ଯୁବକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର। 🇳🇪 ଜୀ ଟିଭି ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ରଙ୍କ ବିରୋଧରେ ୧୩୨୨ କୋଟି ଟଙ୍କାର ଠକେଇ ମାମଲା ରୁଜୁ କଲା ସିବିଆଇ ପଶ୍ଚିମବଙ୍ଗ ମାଲ୍‌ଦା ହସ୍ପିଟାଲରେ ମାସକରେ ୮୯ ଶିଶୁଙ୍କ ମୃତ୍ୟୁ, ୨ ବରିଷ୍ଠ ଅଧିକାରୀ ବହିଷ୍କୃତ। ବିହାରରେ ପ୍ରବଳ ବର୍ଷା। ଗଙ୍ଗା, ଗଣ୍ଡକ ଏବଂ କୋଶୀ ନଦୀରେ ଜଳସ୍ତର ବୃଦ୍ଧି, ରାଜ୍ୟରେ ଭୀଷଣ ବନ୍ୟା ପରିସ୍ଥିତି। ଛତିଶଗଡ଼ ଝୀରମ୍ ଘାଟି ନକ୍ସଲ ଆକ୍ରମଣ ଘଟଣାରେ ୧୩ ବର୍ଷ ପରେ କୋର୍ଟଙ୍କ ରାୟ, ୧୦ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ। ଭାରତୀୟଙ୍କ ଅଣଅତ୍ୟାବଶ୍ୟକ ସାମଗ୍ରୀ ଖର୍ଚ୍ଚ ବଢ଼ିଲା। ଆଲକୋହଲ ପାନୀୟ, ତମାଖୁ, ନିଶାଦ୍ରବ୍ୟ, ଆମୋଦପ୍ରମୋଦ, କ୍ରୀଡ଼ା ଓ ସଂସ୍କୃତି। ନେପାଳ ବନ୍ୟାରେ ମୃତ୍ୟୁସଂଖ୍ୟା ୧,୩୪୪କୁ ବୃଦ୍ଧି। ହଜାର ହଜାର ଲୋକ ଏବେ ମଧ୍ୟ ନିଖୋଜ। ଡୋମିନିକାନ୍ ରିପବ୍ଲିକର ଜୋହେରି ମୋଲ୍ ଡୋମିଙ୍ଗୁଏଜ୍ ବିଶ୍ବ ସୁନ୍ଦରୀ ୨୦୨୬ ଟାଇଟଲ୍ ଜିତିଲେ। 🚴🏾‍♂️⚽🏏 ମହିଳା ଏସିଆ କପ୍‌ରେ ପାକିସ୍ତାନକୁ ଭାରତ ୭ ୱିକେଟ୍‌ରେ ପରାସ୍ତ କରିଛି। *ଗତବର୍ଷ ଏଇ ସମୟରେ* ରାଜ୍ୟରେ ବନ୍ଦ ପଡ଼ିଥିବା ଚିନି କଳ ପୁଣି ଚାଲୁ ହେବ ବୋଲି କହିଥିଲେ ରାଜ୍ୟ ସରକାର। ସରକାର ୬୦୦ ଇ-ବସ୍‌ କିଣି, ସମ୍ବଲପୁରକୁ ୨୫ଟି ବସ୍ ଦେବେ ବୋଲି ନିଷ୍ପତ୍ତି ନେଇଥିଲେ। ରାଜ୍ୟ ସରକାର ପ୍ରତିବର୍ଷ ୧୫ ହଜାର ଶିକ୍ଷକ ନିଯୁକ୍ତ କରିବେ ବୋଲି ଘୋଷଣା କରିଥିଲେ। ================== ଆଜି ଜନ୍ମଦିନ: ଶରତ ଚନ୍ଦ୍ର ବୋଷ, ୟଶ ଜୋହର, ରାକେଶ ରୋଶନ, ହାର୍ଡ଼ି ସାନ୍ଧୁ ଇତିହାସରେ ଆଜି: (୧୯୯୦) ପ୍ରସାର ଭାରତୀ ବିଲ ଲୋକସଭାରେ ପାସ/ (୧୭୧୬) ବୋଷ୍ଟନରେ ପ୍ରଥମ ବତୀଘର ତିଆରି/ (୧୮୧୩) ନେପୋଲିଅନ ପୁଣିଥରେ ଋଷିଆ ଠାରୁ ପରାସ୍ତ/ (୧୮୭୦) ଆମେରିକାରେ ମହିଳା ଭୋଟ ଦେଲେ/ (୧୯୧୫) ଇଂଲଣ୍ଡରେ ପ୍ରଥମ ଟ୍ୟାଙ୍କ ତିଆରି ହେଲା/ (୧୯୬୯) ସ୍ୱାଜିଲାଣ୍ଡ ଦେଶ ସ୍ୱାଧୀନ ହେଲା ================== *ବନ୍ଦେ ଉତ୍କଳ ଜନନୀ* 🪻🌻🪻

2
ଇତିହାସରେ ଆଜି: (୧୯୯୧) ନେଲସନ ମାଣ୍ଡେଲା ଦକ୍ଷିଣ ଆଫ୍ରିକା କଂଗ୍ରେସ ରାଷ୍ଟ୍ରପତି ନିର୍ବାଚିତ/ (୧୯୭୨) ଜର୍ମାନୀରେ ଅଲିମ୍ପିକରେ ପାଲେଷ୍ଟାନୀ ପଶି ହତ୍ୟା ଓ ଅପହରଣ କଲେ/ (୧୬୯୮) ରୁଷିଆରେ ଦାଢୀ ଉପରେ ଟ୍ୟାକ୍ସ ଲାଗିଲା ================= *ବନ୍ଦେ ଉତ୍କଳ ଜନନୀ* 🪻🌻🪻
80
3
*ଖବର ଆଜିର, ୫ ସେପ୍ଟେମ୍ବର ଶନିବାର* ================= ସି.ଏମ୍-କିଷାନ୍ ଯୋଜନାର ପଞ୍ଚମ କିସ୍ତି ବାବଦକୁ ୪୧,୩୫,୯୭୮ ଜଣ ଚାଷୀ ଏବଂ ୧୩,୯୪୯ ଭୂମିହୀନ କୃଷି ପରିବାରଙ୍କ ଆକାଉଣ୍ଟକୁ ୮୩୩ କୋଟିରୁ ଅଧିକ ସହାୟତା ରାଶି ହସ୍ତାନ୍ତର ହୋଇଛି। ଓଡ଼ିଶା ଯାତ୍ରୀ ଦ୍ୱାରା ଭାରତର ପ୍ରଥମ ରାଜ୍ୟ-ମାଲିକାନାରେ ସୁରକ୍ଷା ଆପ୍ ର ଶୁଭାରମ୍ଭ। ପୁରୀ ଶ୍ରୀମନ୍ଦିର ପୁଣି ହେଲା ଖେଳଘର। ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌, ସୁରକ୍ଷା ବ୍ୟବସ୍ଥା ବିଫଳ। ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ଜମି ଅଡ଼ୁଆ। ଆବଶ୍ୟକ ଜମି ଖୋଜି ‌ଖୋଜି ଜିଲ୍ଲାପାଳ ମାନେ ନୟାନ୍ତ। FCI ଆଗରେ ରାଜ୍ୟ ଯୋଗାଣ ମନ୍ତ୍ରୀଙ୍କ ଅସହାୟତା ବକ୍ତବ୍ୟ ନେଇ ସରକାରଙ୍କୁ ଘେରିଲା ବିରୋଧୀ । ଯୋଗାଣ ମନ୍ତ୍ରୀ କହିଲେ ଯେ କେନ୍ଦ୍ର ସରକାର ଶୁଣୁନାହାନ୍ତି। କୋରାପୁଟ ନାରାୟଣ ପାଟଣା ଅଞ୍ଚଳରେ ୧୮ ବର୍ଷର ସଂଘର୍ଷ, ମୁକ୍ତ ହେଲା ଅଣଆଦିବାସୀଙ୍କ ଜମି, ଅସ୍ତିତ୍ବ ହରାଇଲା ଚାଷୀ ମୂଲିଆ ଆଦିବାସୀ ସଂଘ। ଓପିଏସ୍‌ସି ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ମୁଖ୍ୟ ପରୀକ୍ଷା ଏବଂ ଓଡ଼ିଶା ଏଗ୍ରିକଲଚର ଇଞ୍ଜିନିୟରିଂ ସର୍ଭିସ୍‌ ପାଇଁ ପରୀକ୍ଷା ଗୋଟିଏ ଦିନରେ। ପରୀକ୍ଷାର୍ଥୀ ଅଡୁଆରେ। ଦିଲ୍ଲୀ ଯନ୍ତର ମନ୍ତରରେ କଳା ଦିବସ ପାଳିବ ଓଡ଼ିଶା କୁଡ଼ୁମୀ ସେନା। ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ୍‌ରେ ପୁଣି ଦାଦନ ଦୁଃଖ, ମୋତିଗାଁର ଯୁବକ ସିକନ୍ଦରାବାଦରେ ମୃତ। ପାରଳାଖେମୁଣ୍ଡିରେ ଚାଉଳରେ ବଡ଼ ହେରଫେର। ୧୫୩୪ ବସ୍ତା ଗାଏବ, ଗୋଦାମ ସିଲ୍‌ ହେଲା। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବୁଢ଼ାବଳଙ୍ଗ ନଦୀପଠାରୁ ବାଲି ଚୋରାଚାଲାଣ। ଖଣି ଅଧିକାରୀ ଓ ପୁଲିସ ନିଷ୍କ୍ରିୟତା ନେଇ ହାଇକୋର୍ଟରେ ଅଭିଯୋଗ। ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ପରିସରରେ ଥିବା ନର୍ସିଂ କଲେଜ ପୁରୁଷ ହଷ୍ଟେଲରେ ଭୟାବହ ଅଗ୍ନିକାଣ୍ଡ ହୋଇଛି। ପୁରୀ ପେଣ୍ଠକଟା ସାମୁଦ୍ରିକ ଥାନା ଗୋପାଳପୁରରେ ଗଂଜେଇ ଏବଂ କୋଟିଏ ଟଙ୍କା ଜବତ, ୨ ଜଣ ଗିରଫ। ସୁନ୍ଦରଗଡ଼ ହେମଗିରି ଗର୍ଜନବାହାଲ ଖଣିରେ ତୁମୁଳକାଣ୍ଡ, କୋଇଲା ପରିବହନକୁ ନେଇ ଗୋଷ୍ଠୀ ସଂଘର୍ଷ। ରାୟଗଡା ଗୁମ୍ମା ଘାଟିରେ ଦୁର୍ଘଟଣାରେ ପାଞ୍ଚ ଘଣ୍ଟା ଜାମ ହେଲାପରେ ପୁଣି ୮ ଘଣ୍ଟା ଧରି ଜାମ ହେଲା। ଜାତୀୟ ରାଜପଥରେ ଯାତ୍ରୀ ଓ ମାଲଗାଡି ହନ୍ତସନ୍ତ। ପୁରୀ ଗୋବର୍ଦ୍ଧନ ମଠ ନିକଟରେ ମଦ ଦୋକାନ ଖୋଲିବା ପାଇଁ ଅବକାରୀ ବିଭାଗ ବିକଳ। ତେଜିଲା ବିରୋଧର ସ୍ବର। ଯାଜପୁର ଜିଲ୍ଲା ସୁକିନ୍ଦାରେ ମୃଦୁ ପାନୀୟରେ ମଦ ମିଶାଇ ମହିଳାଙ୍କୁ ଗଣଦୁଷ୍କର୍ମ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ପୂର୍ବ ଶତ୍ରୁତାରୁ ଯୁବକକୁ ଘରୁ ଡାକି ନେଇ ପାଞ୍ଚ ଜଣ ଦୁର୍ବୃତ୍ତ ଖଣ୍ଡାରେ ହାଣିଲେ। ଭୁବନେଶ୍ୱରରୁ ନୟାଗଡ଼ ଯାଉଥିବା ଯାତ୍ରୀବାହି ବସ୍ ବାଉଁଶିଆପଣ୍ଡା ନିକଟରେ ଦୁର୍ଘଟଣାଗ୍ରସ୍ତ ହେବାରୁ ଚାଳକଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଛତ୍ରପୁରରେ ଚାକିରି ନାଁରେ ଠକେଇ, ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ। ଯାଜପୁର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଥିବା ଏକ ପୋଖରୀରେ ବୁଡ଼ି ନବନିଯୁକ୍ତ ଗୃହରକ୍ଷୀଙ୍କ ମୃତ୍ୟୁ। ରାଉରକେଲା ଏନ୍‌ଆଇଟି ଗବେଷକ ଦଳ ବୈଦ୍ୟୁତିକ ଯାନ ବ୍ୟାଟେରିର ଆୟୁଷ ଓ ଦକ୍ଷତା ବଢ଼ାଇବା ପାଇଁ ଅଭିନବ ଏନର୍ଜି ଷ୍ଟୋରେଜ ପ୍ରଣାଳୀ ବିକଶିତ କରିଛନ୍ତି। ସମ୍ବଲପୁରୀ ହସ୍ତତନ୍ତ ବ୍ୟବସାୟୀଙ୍କ ନାଁରେ ନକଲି ଆଇଡି, ଗ୍ରାହକଙ୍କୁ ନକଲି ଶାଢ଼ୀ ବିକୁଛନ୍ତି ସାଇବର ଠକ। 🇳🇪 କକ୍ରୋଚ ଜନତା ପାର୍ଟି ଦୁଇ ଫାଳ ହେଇଗଲା। ଆମ ଆଦମୀ ପାର୍ଟିର 'ବି' ଟିମ ବୋଲି ଅଭିଯୋଗ। ଏସ୍‌ଆଇଆର୍‌ ଆଇନସମ୍ମତ, କିନ୍ତୁ ନ୍ୟାୟସଙ୍ଗତ ନୁହେଁ ବୋଲି କହିଲେ ପୂର୍ବତନ ନିର୍ବାଚନ କମିଶନର। ଭକ୍ତଙ୍କ ସମର୍ଥନ ଲୋଡ଼ିଲେ ଅଯୋଧ୍ୟା ରାମମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ ଜିତେନ୍ଦ୍ର ମିଶ୍ର। ପୁଡୁଚେରୀରେ ବାଉଁଶ ଭେଳା ସାହାଯ୍ୟରେ ବଢ଼ୁଛି ବିଶେଷ ‘ସାମୁଦ୍ରିକ ଶୈବାଳ’। ଅନେକ ମହିଳାକୁ ସ୍ୱାବଲମ୍ବୀ କରୁଛି। ଏୟାର୍ ଇଣ୍ଡିଆ ପାଇଲଟଙ୍କ ନିଶାଦ୍ରବ୍ୟ ସେବନ ‘ଗୁରୁତର ଚିନ୍ତାର ବିଷୟ’, କାର୍ଯ୍ୟାନୁଷ୍ଠାନ ପାଇଁ ଏଏଆଇବି ସୁପାରିଶ କଲା। ମହାକାଶ ମିଶନରେ ଆଉ ଏକ ବଡ଼ ସଫଳତା; ଭାରତ ପଠାଇଲା 'Naughty Boy' ୟେମେନରେ ହୁତି ବିଦ୍ରୋହୀ ଓ ସରକାରୀ ବାହିନୀ ମଧ୍ୟରେ ହୋଇଥିବା ଭୟଙ୍କର ସଂଘର୍ଷରେ ୮୧ ଜଣଙ୍କ ମୃତ୍ୟୁ। ନାଇଜେରିଆରେ ପାଇପଲାଇନରୁ ତୈଳ ଚୋରି ବେଳେ ବିଷାକ୍ତ ଗ୍ୟାସ ଲିକ୍‌, ୩୭ ମୃତ। WhatsApp Channel join https://whatsapp.com/channel/0029VaUgRXG5fM5gVRc7391u କେନିଆରେ ଟାଟା କେମିକାଲ୍ସକୁ ବିରୋଧ: ‘୧୦୦ ବର୍ଷ ବହୁତ ହେଲା, ଏବେ ଏଠାରୁ ଯାଅ’। 🚴🏾‍♂️⚽🏏 ବୟସ ଜାଲିଆତି ମାମଲା ସାମ୍ନାକୁ ଆସିବା ପରେ ପଶ୍ଚିମବଙ୍ଗର ଲେଗ୍‌ ସ୍ପିନର ରୋହିତ ଯାଦବଙ୍କ ବିରୋଧରେ ବିସିସିଆଇ ପଦକ୍ଷେପ ନେଇଛି। ମହିଳା ଏସିଆ କପ୍‌ ଟ୍ବେଣ୍ଟି-୨୦, ଆଜି ଭାରତ-ପାକିସ୍ତାନ ଲଢ଼େଇ। ବିଡବ୍ଲ୍ୟୁଏଫ୍‌ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ କ୍ବାର୍ଟରଫାଇନାଲ୍‌ରୁ ବିଦାୟ ନେଲେ ଭାରତୀୟ ଭେଟେରାନ ଶ୍ରୀକାନ୍ତ। ଏଏମ୍ଏନ୍ଏସ୍ କନିଷ୍ଠ ଖୋ‌ଖୋ: ଓଡ଼ିଶା ବାଳକଙ୍କୁ ରୌପ୍ୟ, ବାଳିକାଙ୍କୁ କାଂସ୍ୟ। ପୂର୍ବାଞ୍ଚଳ ଅନ୍ତଃରାଜ୍ୟ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଓଡ଼ିଶା ବାଳକ ଦଳ ଉପ ବିଜେତା ହେଲେ। *ଗତବର୍ଷ ଏଇ ସମୟରେ* ରାଜ୍ୟ ଏବଂ ରାଜ୍ୟ ବାହାରୁ ମହାପ୍ରଭୁ ଜଗନ୍ନାଥଙ୍କ ଭୂସମ୍ପତ୍ତି ଆମେ ଫେରାଇ ଆଣିବୁ ବୋଲି କହିଥିଲେ ସରକାର। ଭୁବନେଶ୍ୱରରେ ଟ୍ରେଜେରୀ ଅଫିସ ପାଚେରୀ ଭୁଶୁଡି ପଡିଥିଲା। ପଶ୍ଚିମବଙ୍ଗ ବିଧାନସଭାରେ ବିଧାୟକ ମାନେ ବାଡ଼ାବାଡି ହୋଇଥିଲେ। ୧୧୦୦ କୋଟିରେ ବିକ୍ରି ହୋଇଥିଲା ଜବାହରଲାଲ ନେହେରୁଙ୍କ ଦିଲ୍ଲୀ ବାସଭବନ। =============== ଆଜି ଶିକ୍ଷକ ଦିବସ ଅନ୍ତର୍ଜାତୀୟ ସେବା ଦିବସ ଆଜି ଜନ୍ମଦିନ: ସର୍ବପଲ୍ଲୀ ରାଧାକ୍ରିଷ୍ଣନ, ବିଧୁ ବିନୋଦ ଚୋପ୍ରା, ପଙ୍କଜ ତ୍ରିପାଠୀ (ଅଭିନେତା), ଶରତ କର (ନେତା), ପ୍ରଜ୍ଞାନ ଓଝା (କ୍ରିକେଟ) ଆଜି ତିରୋଧାନ: ମଦର ଟେରେସା, ନିରଜ ଭାନୋଟ (ଅପହୃତ ବିମାନ କର୍ମଚାରୀ)
78
4
*ଖବର ଆଜିର, ୪ ସେପ୍ଟେମ୍ବର ଶୁକ୍ରବାର* ================ ରାଜ୍ୟରେ ଏଥର କାଗଜବିହୀନ ହେବ ଦଲିଲ୍ ପଞ୍ଜୀକରଣ, ଚାରି ପୃଷ୍ଠାରେ ସୀମିତ ରହିବ। ଓଡ଼ିଶାର ୪୧ଲକ୍ଷରୁ ଅଧିକ କୃଷକ ପରିବାରକୁ ମିଳିବ ସିଏମ୍ କିସାନର ପଞ୍ଚମ କିସ୍ତି। ଓୟୁଏଟିର ୪ଟି ନୂଆ କଲେଜ ପାଇଁ ଜମି ଚିହ୍ନଟ। ମୟୁରଭଞ୍ଜରେ କୃଷି, ସମ୍ବଲପୁରରେ ପ୍ରାଣୀ ଚିକିତ୍ସା, ସୋନପୁରରେ ମତ୍ସ୍ୟ, ଓ ବଲାଙ୍ଗିରରେ କୃଷି କଲେଜ। ସେପ୍ଟେମ୍ବର ୨୨ରୁ ଓଡ଼ିଶା ବିଧାନସଭାର ୯ଦିନିଆ ୭ମ ଅଧିବେଶନ ଆରମ୍ଭ ହେବ। ଓଡ଼ିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ (ଇଡ୍‌କୋ)ର ଜମି ବଣ୍ଟନ କମିଟି ୩୭ଟି ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ କରିଛି। ଏମ୍‌ଏମ୍‌ଡିଆର୍‌ ଖଣି ଆଇନ ଓଡ଼ିଶା ବିରୋଧୀ, ଗ୍ରହଣୀୟ ନୁହେଁ ବୋଲି ବିଭିନ୍ନ ମହଲରୁ ପ୍ରକାଶ। ସମ୍ବଲପୁର ହୀରାକୁଦରେ ଜଳସ୍ତର ୬୨୮ ଫୁଟ ଡେଇଁଲା, ଉପରମୁଣ୍ଡରେ ବର୍ଷା ଜାରି। ବାଲେଶ୍ବର ଭୋଗରାଇରେ ଭାଙ୍ଗିଲା ସାତ ନମ୍ବର ସ୍ଲୁଇସ୍‌ ଗେଟ୍‌, ୩ ପଞ୍ଚାୟତରେ ପଶିଲା ପାଣି। ଇନ୍ଦ୍ରାବତୀ ଜଳଭଣ୍ଡାର ଗେଟ୍ ଖୋଲିବା ପାଇଁ ମକଡ୍ରିଲ କଲେ ଡ୍ୟାମ କର୍ତ୍ତୃପକ୍ଷ। ଅନୁଗୁଳରେ ଆହୁରି ୧୦ରୁ ଖଣି ଖନନ ପାଇଁ ପ୍ରକ୍ରିୟା ଆରମ୍ଭ।ନଦୀନାଳ ଓ ମାଟିତଳ ପାଣି ପ୍ରଦୂଷିତ, ଜିଲ୍ଲାର ପାଣିପବନ‌ ବିଷାକ୍ତ। କୁଡୁମୀ ଜାତିକୁ ଆଦିବାସୀ ବର୍ଗରେ ପୁନଃ ସାମିଲ ଦାବିରେ ମୟୂରଭଂଜ ରାଇରଙ୍ଗପୁରରେ କୁଡୁମୀ ସେନା ପକ୍ଷରୁ ମଶାଲ ଶୋଭାଯାତ୍ରା। ଅନୁଗୁଳ ଜିଲ୍ଲା ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ (ଟିଟିପିପି)ରେ ନିଯୁକ୍ତି ଦାବିରେ ଥର୍ମାଲ ପ୍ଲାଣ୍ଟ ବନ୍ଦ କଲେ ଗ୍ରାମବାସୀ। କେନ୍ଦୁଝର: ଅଧିକାର ପାଇଁ ରାଜରାସ୍ତାରେ ଲଢେଇ। ଗନ୍ଧମାର୍ଦ୍ଦନ ଓଏମସି ଖଣି କାର୍ଯ୍ୟ ବନ୍ଦ କଲେ ଖଣି ପ୍ରଭାବିତ ଅଞ୍ଚଳବାସୀ। କଟକ ମେଡ଼ିକାଲରେ ୧.୪୦ କୋଟି ହେରଫେର ଘଟଣାର ତଦନ୍ତ ପାଇଁ ସ୍ବାସ୍ଥ୍ୟ ବିଭାଗ ଅଡିଟ୍ ଟିମ୍ ପହଞ୍ଚିଲା। ଯାଜପୁରରେ ଜିଲ୍ଲା ଖଣିଜ ପାଣ୍ଠି ଲୁଟ୍‌, ପାଣିଭଳି ଉଡ଼ାଇଛନ୍ତି ୧୮୦୦ କୋଟି ଟଙ୍କା। ରାୟଗଡ଼ାର ଟିଏଚ୍‌ଆର୍‌ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ନିମ୍ନମାନର ପୁଷ୍ଟିକର ଖାଦ୍ୟ ଦିଆଯାଉଥିବା ଅଭିଯୋଗ। ଯାଞ୍ଚ ପାଇଁ ନିର୍ଦ୍ଦେଶ। କେନ୍ଦୁଝରରେ ବିଦ୍ୟୁତ୍‌ ଟ୍ରାନ୍‌ସଫର୍ମର ଚୋରି ଗ୍ୟାଙ୍ଗ୍‌ର ୧୬ ଜଣ ଗିରଫ। ସବୁ ଜିଲ୍ଲାକୁ ଲମ୍ବିଛି ଚେର। ରାଉରକେଲା ରେଳ ଷ୍ଟେସନରେ ମହିଳାଯାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଭାଲ୍‌ଭମ୍ୟାନ୍‌ ଅଟକ। ନୟାଗଡ଼ ଭାପୁରରେ ଭୁଲ ଇଞ୍ଜେକ୍ସନରେ ଛାତ୍ରୀଙ୍କ ମୃତ୍ୟୁ ମାମଲାରେ ପୁଣି ତଦନ୍ତ ଆରମ୍ଭ। WhatsApp Channel join https://whatsapp.com/channel/0029VaUgRXG5fM5gVRc7391u ଢେଙ୍କାନାଳରେ ୯ଲକ୍ଷ ଟଙ୍କା ହେରଫେର ମାମଲାରେ ପୂର୍ବତନ ଜିଲ୍ଲାପାଳ, ପିଡି ଓ ଠିକାଦାର ଦୋଷୀ ସାବ୍ୟସ୍ତ। ସୁନ୍ଦରଗଡରେ ବାପାଙ୍କ ନାମରେ ଥିଲା ଅଭିଯୋଗ, ୨ ବର୍ଷର ପୁଅ ସହ ମାଙ୍କୁ ଧରିଆଣିଲେ ଅବକାରୀ ବିଭାଗ। କଟକ ଜଗତପୁରରେ କ୍ଷୀର ଉତ୍ପାଦନ କାରଖାନାରେ ଅଗ୍ନିକାଣ୍ଡ, ୧୦ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ। ପାରଳାଖେମୁଣ୍ଡି-ଗୁଣୁପୁର ରାଜପଥ ଖାରଡ଼ା ଛକ ନିକଟରେ ୧୦ ଲକ୍ଷ ଟଙ୍କାର ଚନ୍ଦନ କାଠ ଜବତ, ୩ ଗିରଫ। ପୁରୀ କୁମ୍ଭାରପଡ଼ା ଥାନା ନିକଟ ଡୋମ ସାହିରେ ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀ ଦେହରେ ନିଆଁ ଲଗାଇଦେଲା ନିଶାସକ୍ତ ସ୍ୱାମୀ। ପୁରୀ ଜିଲ୍ଲା ଅସ୍ତରଙ୍ଗ ମୋବାଇଲ ଦୋକାନରୁ ଚୋରି, ଉତ୍ତରପ୍ରଦେଶରୁ ୩ ଅଭିଯୁକ୍ତ ଗିରଫ। 🇳🇪 କେରଳରେ ମୁସଲିମ୍‌ ଧର୍ମଗୁରୁ କାନ୍ଥାପୁରମ୍‌ ଅବୁବକର ମୁସଲିୟାରଙ୍କ ଏକ ମହିଳାବିରୋଧୀ ମନ୍ତବ୍ୟକୁ କେନ୍ଦ୍ର କରି ଚାଲିଥିବା ବିବାଦ ଗୁରୁତର। ଇରାନ ର ପ୍ରତିଶୋଧ, ଟ୍ରମ୍ପଙ୍କ ଚେତାବନୀ ସତ୍ତ୍ୱେ ଆମେରିକା ଘାଟି ଉପରେ ଆକ୍ରମଣ। କଙ୍ଗୋରେ ଭୟାବହ ହେଉଛି ଇବୋଲା, ମୃତ୍ୟୁ ସଂଖ୍ୟା ୩୦୦୦ ଟପିଲା, ସଂକ୍ରମିତ ସଂଖ୍ୟା ୬୧୦୦କୁ ବୃଦ୍ଧି। ଜାତିସଂଘର ବଡ଼ ଚେତାବନୀ: ଅତି ଶକ୍ତିଶାଳୀ ହେବ ଏଲ୍‌ ନିନୋ, ଫେବ୍ରୁଆରି ପର୍ଯ୍ୟନ୍ତ ପ୍ରଭାବ। 🚴🏾‍♂️⚽🏏 ଏସିଆ କପ୍‌ ମହିଳା କ୍ରିକେଟରେ ଭାରତୀୟ ଦଳ ୧୩୭ ରନ୍‌ର ବୃହତ୍ ବ୍ୟବଧାନରେ ହଂକଂକୁ ପରାସ୍ତ କରିଛି। ଜାପାନରେ ହେବାକୁ ଥିବା ଏସୀୟ କ୍ରୀଡ଼ା ଲାଗି ଭାରତୀୟ ଦଳରେ ୭୭ ଜଣିଆ ପରବିର୍ତ୍ତିତ ଟ୍ରାକ୍‌ ଆଣ୍ଡ ଫିଲ୍‌ ଦଳ ଘୋଷିତ। ଚାଇନା ମାଷ୍ଟର୍ସ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ୍‌ ପ୍ରିକ୍ବାର୍ଟରଫାଇନାଲ୍‌ରେ ବିଶ୍ବର ୯ନଂଙ୍କୁ ହରାଇଲେ ଶ୍ରୀକାନ୍ତ। *ଗତବର୍ଷ ଏଇ ସମୟରେ* ସମ୍ବଲପୁର ପୌର ନିଗମ ନିର୍ବାଚନ ହେବ ବୋଲି ହାଇକୋର୍ଟରେ ନିର୍ଣ୍ଣାୟକ ଶୁଣାଣି ହୋଇଥିଲା। ପୁରୀ ଶ୍ରୀମନ୍ଦିର ହୁଣ୍ଡି ସ୍ଥାନାନ୍ତର ପରେ ଧାଡି ଦର୍ଶନ ଆରମ୍ଭ ହେବ ବୋଲି କହିଥିଲେ ମନ୍ତ୍ରୀ। ================= *ଆଜି ଜନ୍ମାଷ୍ଟମୀ* ଆଜି ଜନ୍ମଦିନ: ଦାଦାଭାଇ ନାରୋଜୀ, ଋଷି କପୁର, ଆଦେଶ ଶ୍ରୀବାସ୍ତବ, ସୁଶୀଲ ସିନ୍ଧେ, କୁଞ୍ଜବିହାରି ତ୍ରିପାଠୀ ଇତିହାସରେ ଆଜି: (୧୯୮୫) ଟାଇଟାନିକ ଜାହାଜର ଚିତ୍ର ପ୍ରକାଶ/ (୧୯୪୬) ଭାରତରେ କାମଚଳା ସରକାର ଗଠନ/ (୧୯୯୮) ଗୁଗୁଲ ଜନ୍ମ ନେଲା/(୧୭୮୧) ଲସ ଆଞ୍ଜେଲସ ପ୍ରତିଷ୍ଠା କଲେ ସ୍ପେନୀୟ ଜନ ସମୂହ/ (୨୦୧୬) ମଦର ଟେରେସାଙ୍କୁ ସନ୍ଥ ଘୋଷଣା କରା ଯାଇଥିଲା। ================== *ବନ୍ଦେ ଉତ୍କଳ ଜନନୀ* 🪻🌻🪻
88
5
*ଖବର ଆଜିର, ୩ ସେପ୍ଟେମ୍ବର, ଗୁରୁବାର* ======================= କ୍ରାଇମବ୍ରାଞ୍ଚ-ଏସ୍‌ଟିଏ ବୈଠକ: ରାଜ୍ୟରେ ହେବ ‘ଆଦର୍ଶ ସଡ଼କ ସୁରକ୍ଷା ସହର’। ବାଲେଶ୍ବରକୁ ବନ୍ୟା କରୁଛି ହନ୍ତସନ୍ତ, ସୁବର୍ଣ୍ଣରେଖାରେ ବଡ଼ ବନ୍ୟା, ସତର୍କ ସଙ୍କେତ ଡେଇଁଲା ଜଳକା, ବୁଢ଼ାବଳଙ୍ଗ ନଦୀ। ରାଜ୍ୟରେ ଗାଡି ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍‌ ଜରିମାନା ନିୟମରେ ଅଦଳବଦଳ କଲା ପରିବହନ ବିଭାଗ। କଲେଜରେ ସିଟ୍‌ ଅଛି, ପିଲା ହେଉନାହାନ୍ତି। ଯୁକ୍ତ ୨ରେ ୨ ଲକ୍ଷ, ଯୁକ୍ତ ୩ରେ ଲକ୍ଷେ ସିଟ୍ ଖାଲି ପଡିଛି। ରାଜ୍ୟର ୨୮ଟି ନୂଆ ଏନ୍‌ଏସି ପାଇଁ ୫୬୦ କୋଟିର ପ୍ୟାକେଜ୍‌। ରାସ୍ତା, ଡ୍ରେନ୍‌, ମାର୍କେଟ୍‌, ଷ୍ଟ୍ରିଟ୍‌ ଲାଇଟ୍‌ ଓ ଅନ୍ୟ ସୁବିଧା ହେବ। ରାଜ୍ୟରେ ସାର କଳାବଜାର ପାଇଁ ୧୧,୬୮୪ ଟି ସାର ଦୋକାନରେ ଚଢଉ, ୨୭୭୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ୭୮୫ ଜଣଙ୍କୁ ଓଡିଶାରୁ ବାରଣାସୀ-ଅଯୋଧ୍ୟା ନେଇକରି ଗଲା ସ୍ୱତନ୍ତ୍ର ଟ୍ରେନ୍‌। ଓଡ଼ିଶାର ସ୍ଥାୟୀ ଡିଜିପି ଚୟନରେ ଅନିୟମିତତା ନେଇ ଜନସ୍ୱାର୍ଥ ମାମଲାର ଶୁଣାଣି ଆସନ୍ତା ୭ ତାରିଖକୁ ଘୁଞ୍ଚିଲା। ଗଂଜାମ ଜିଲ୍ଲା ପୁରୁଣା ପୋଡ଼ମ୍‌ପେଟା ବେଳାଭୂମିରେ ମନ୍ଦିର ଦଧିନଉତି ଠାବ ହୋଇଛି। ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରାବାସ ଗୁଡିକରେ ଖାଦ୍ୟ ପାଇଁ ସମସ୍ୟା, ମାନବାଧିକାର କମିଶନଙ୍କ ରିପୋର୍ଟ ତଲବ। ଭୁବନେଶ୍ୱରର ୬୨ ବର୍ଷର ଶିକ୍ଷାନୁଷ୍ଠାନ ଡିଏମ୍‌ ସ୍କୁଲ ମିଶିଯିବ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ସହିତ। ରାଜଧାନୀରେ ବିଏମସି ପରିବାରର ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ। ଗୀତ ଗାଇଲେ କର୍ପୋରେଟର ପ୍ରୀତିନନ୍ଦା, ନାଚ ଓ ରାମ୍ପ ଶୋ ହେଲା। ନବରଙ୍ଗପୁରରେ ମଣ୍ଡି ଧାନ କିଣାରୁ ହଟିଲା ଏସ୍‌ଏଚ୍‌ଜି। ଲ୍ୟାମ୍ପସ୍ ଜରିଆରେ କିଣାଯିବ। ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡରେ ଲଗାଣ ବର୍ଷାରେ ଭୁଶୁଡ଼ିଲା ଅନେକ ଘର, ବେସାହାରା ହେଲେ ବହୁ ପରିବାର। ନବରଙ୍ଗପୁରର ଭାରତମାଳା ସଡ଼କରେ ବର୍ଷା ପରେ ୩ ଫୁଟ୍‌ ପାଣି। କାରଣ ଖୋଜିବେ ହାଇଡ୍ରୋଲୋଜିଷ୍ଟ। ଝାରସୁଗୁଡ଼ା ବନହରପାଲିରେ ଥିବା ଓପିଜିସି ର ବର୍ଷକୁ ଲାଭ ୫୦୦ କୋଟି, ପାଉଁଶବୁହାରେ ଖର୍ଚ୍ଚ ୩୦୦ କୋଟି। ହେରଫେର ଅଭିଯୋଗ। କୋରାପୁଟ ଜୟପୁର ନନ୍ଦଗୁଡା ଗ୍ରାମରେ ସରକାରୀ ଜମି ଜବରଦଖଲକୁ କେନ୍ଦ୍ର କରି ଉତ୍ତେଜନା। ସୁପ୍ରିମକୋର୍ଟରେ ଭୁବନେଶ୍ୱର ଏକାମ୍ର ନିର୍ବାଚନ ପ୍ରସଂଗ, ବିଧାୟକ ବାବୁ ସିଂହଙ୍କ ଏସଏଲପି ଖାରଜ ହେଲା। ପାରାଦୀପ ଗଡ଼ ବଜାରରେ ପାଣିଖାଲକୁ ଖସିଲା କାର, ଦମ୍ପତି ମୃତ। ମୃତକ ବିଭୂତି ଦାସ ଓ ପ୍ରତିମା ଦାସ। ସମ୍ବଲପୁର ଜିଲ୍ଲା ବଡ଼ରମା ବିଶ୍ୱାଳପାଲି ଗାଁରେ କ୍ଷେତରେ ପଶି ରୁଆ ଧାନ ଦଳିଦେଲେ ୫ ହାତୀ। ବରଗଡ଼ ଅତାବିରାରେ ବେଆଇନ କଫ୍ ସିରପ୍ ଓ ମଦ ପାଉଚ୍ ଜବତ, ମହିଳାଙ୍କ ସମେତ ୨ ଗିରଫ, କୋର୍ଟ ଚାଲାଣ। 🇳🇪 ମଧ୍ୟପ୍ରଦେଶ ଶିବପୁରୀ ଜଳପ୍ରପାତରେ ଗାଧୋଇବା ପରେ ଅଜଣା ସଂକ୍ରମଣ, ପରିବାରର ୪ ମୃତ। ଦେଶବ୍ୟାପୀ ପୁଣି ବର୍ଷା ବିପର୍ଯ୍ୟୟ, ଉତ୍ତରାଖଣ୍ଡରେ ୧୨ ଓ ୟୁପିରେ ୪ ମୃତ। ମଣିପୁରରେ ୧୦ ଘର ଜାଳିବାର ଦିନକ ପରେ ଆଉ ୨୫ଟି ଘର ଜାଳିଦେଲେ। ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନ୍‌ଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼, ଆଦିତ୍ୟ ଠାକ୍‌ରେଙ୍କ ଅଡ଼ୁଆ ବଢ଼ିଲା। ନେପାଳ ସୁଡ଼ଙ୍ଗରେ ଫସିଥିବା ଶ୍ରମିକଙ୍କ ନିକଟରେ ପହଞ୍ଚିବାକୁ ସଂଘର୍ଷ ଜାରି ରଖିଛନ୍ତି ଉଦ୍ଧାରକାରୀ ଦଳ। ଦକ୍ଷିଣ ଆଫ୍ରିକାରେ ସାମୂହିକ ମୁସଲିମ ପରମ୍ପରା ସୁନ୍ନତ, ୪୩ ବାଳକଙ୍କ ମୃତ୍ୟୁ। କଙ୍ଗୋ ଗଣରାଜ୍ୟରେ ଇବୋଲା ଯୋଗୁ ୩୦୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଜଳବାୟୁ ସଙ୍କଟ ନେଇ ଚେତାବନୀ ଦେଲା ଜାତିସଂଘ। 🏆⚽🚴🏼‍♀️ ଏସୀୟ କ୍ରୀଡ଼ାରେ କୋଷ୍ଟାର ସେରେନା ନାମକ ଇଟାଲୀୟ ବିଳାସପୂର୍ଣ୍ଣ ବିରାଟ ଭାସମାନ ଜାହାଜ ପାଲଟିବ ଅସ୍ଥାୟୀ କ୍ରୀଡ଼ାଗ୍ରାମ। ଦଲୀପ ଟ୍ରଫି ଫାଇନାଲ୍‌ରେ ଦକ୍ଷିଣାଞ୍ଚଳ, ଫାଇନାଲ୍‌ରେ ଏହି ଦଳ ପୂର୍ବାଞ୍ଚଳକୁ ଭେଟିବ। ମହିଳା ଟ୍ବେଣ୍ଟି-୨୦ ଏସିଆ କପ୍‌: ଆଜି ହଂକଂକୁ ଭେଟିବ ଭାରତ। ଭାରତର ତନ୍ବୀ ଶର୍ମା ଓ କିଦାମ୍ବି ଶ୍ରୀକାନ୍ତ ଚାଇନା ମାଷ୍ଟର୍ସ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା ପ୍ରିକ୍ବାର୍ଟର ଫାଇନାଲ୍‌ରେ ପହଁଚିଲେ। ଜାତୀୟ ଯୁବ ଦୌଡ଼କୁଦ: ଦୂତିଙ୍କ ରେକର୍ଡ ଭାଙ୍ଗିଲେ ତାମିଲନାଡୁର ମ୍ରିଥିକା। ======================= ଆଜି ସ୍କାଇସ୍କାପର ଦିବସ ଆର୍ଜେଣ୍ଟିନା ଓ କ୍ବାତାର ଦେଶର ସ୍ୱାଧୀନତା ଦିବସ ଆଜି ଜନ୍ମଦିନ: ସଦଗୁରୁ ଜଗି ବାସୁଦେବ, ଉତ୍ତମ କୁମାର, ଶକ୍ତି କପୁର, ବିବେକ ଓବେରୟ, ପ୍ୟାରେଲାଲ (ସଙ୍ଗୀତ) ଇତିହାସରେ ଆଜି: (୧୯୭୬) ମଙ୍ଗଳ ଗ୍ରହରେ ଭାଇକିଙ୍ଗର ଅବରରଣ/ (୧୯୯୫) Ebay ର ବ୍ୟବସାୟ ଆରମ୍ଭ/ (୧୭୫୨) ବ୍ରିଟିଶ ଶାସନରେ ୨ ସେପ୍ଟେମ୍ବର ପରଦିନ ୧୪ ସେପ୍ଟେମ୍ବର ହେଲା, ୧୨ ଦିନ ହଜିଗଲା/ (୧୯୬୭) ସ୍ଵିଡେନରେ ଡାହାଣ ପଟ ଡ୍ରାଇଭିଂ ଆରମ୍ଭ ହେଲା ======================= *ବନ୍ଦେ ଉତ୍କଳ ଜନନୀ* 🪻🌻🪻
107
6
*ଖବର ଆଜିର, ୨ ସେପ୍ଟେମ୍ବର ବୁଧବାର* ====================== ସହରାଞ୍ଚଳରେ ଜମି କିସମ ବଦଳାଇବା ନିଷ୍ପତ୍ତି ଏଣିକି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମାଧ୍ୟମରେ ନିଆଯିବ। ଅକ୍ଟୋବର ୨୬ରୁ ଘରକୁ ଘର ସର୍ଭେ, ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଭୋଟର ତାଲିକାରେ ସଂଶୋଧନ ହେବ। ୧୨୫ ବର୍ଷରେ ସବୁଠୁ ଉତ୍ତପ୍ତ ଅଗଷ୍ଟ। ବର୍ଷା ସତ୍ତ୍ବେ ବଢ଼ିଲା ତାତି। ବାଣିଜ୍ୟିକ ୧୯ କିଗ୍ରା ବିଶିଷ୍ଟ ଏଲ୍‌ପିଜି ସିଲିଣ୍ଡରରେ ପ୍ରାୟ ୧୦ ଟଙ୍କା ବୃଦ୍ଧି। ୫ କେଜିଆ ସିଲିଣ୍ଡର ପିଛା ୨ ଟଙ୍କା ବଢିଛି। ପୁରୀ ଶ୍ରୀମନ୍ଦିରରେ ୧୭ତମ ଦିନରେ ୮ଘଣ୍ଟା ୨୩ ମିନିଟ୍‌ ଗଣତି ହେଲା। ଓଡ଼ିଶା କ୍ରିକେଟ ଆସୋସିଏସନ ନିର୍ବାଚନ ପ୍ରସଙ୍ଗ ମାମଲା ଉପରେ ହାଇକୋର୍ଟରେ ଶୁଣାଣି ହେଲା, ସଂପାଦକଙ୍କ ଯୁକ୍ତି ଉପସ୍ଥାପନ। ଭୁବନେଶ୍ୱର ଲୋକଭବନକୁ ଦେଶର ପ୍ରଥମ ସବୁଜ କ୍ୟାମ୍ପସ ପ୍ରମାଣପତ୍ର। ଭୁବନେଶ୍ୱରରେ ଶକ୍ତି ସମ୍ମିଳନୀରେ ଏକାଠି ହେଲେ ୨୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅଧୀନରେ ନବରଙ୍ଗପୁରକୁ ପ୍ରଥମ ଶ୍ରେଷ୍ଠ ଜିଲ୍ଲା ଏବଂ ଶ୍ରେଷ୍ଠ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ପୁରସ୍କୃତ କରାଯିବ। ବିପଦସଂକୁଳର ନିକଟତର ଇନ୍ଦ୍ରାବତୀ, ବିଦ୍ୟୁତ ଉତ୍ପାଦନ ବଢ଼ିଲା। ଗଞ୍ଜାମ, ଗଜପତି, କନ୍ଧମାଳ ଓ ବୌଦ୍ଧର ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଜାତୀୟ ପରିସଂଖ୍ୟାନ ସର୍ବେକ୍ଷଣ ହେବ। ଜଗନ୍ନାଥ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି, ଅପରାହ୍ନ ୨ଟା ୩୦ ଠାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ୪ ଘଣ୍ଟା ବନ୍ଦ ରହିବ ଜଗନ୍ନାଥ ଦର୍ଶନ। ମୟୂରଭଞ୍ଜ ଜିଲ୍ଲାର ଛଅଟି ବ୍ଲକ୍‌ରେ ସ୍କୁଲ୍ ବନ୍ଦ, ଲଗାଣ ବର୍ଷାରେ ଫୁଲି ଉଠିଛି ବୁଢ଼ାବଳଙ୍ଗ। ବ୍ରହ୍ମପୁର ପୋଲିସ ବିକ୍ରମ ପଣ୍ଡାଙ୍କୁ ନିୟମ ବାହାରକୁ ଯାଇ ଗିରଫ କରିଥିଲା ବୋଲି କୋର୍ଟ ସତର୍କ କଲେ। ବିଜେପିର ରାଜନୈତିକ ଚାପଥିଲା ବୋଲି ଚର୍ଚ୍ଚା। ନିଜ ମାମଲାରେ ନିଜେ ବିଚାରପତି। ପତ୍ନୀଙ୍କ ଜମି ମାମଲାର ଶୁଣାଣି କରି ଅଡ଼ୁଆରେ ଅତିରିକ୍ତ କମିସନର ଆଇଏଏସ୍‌ ଶ୍ରୀ ନାୟକ। ଭୁବନେଶ୍ୱର ବାଲିପାଟଣା ଆଇତଳଙ୍ଗ ସ୍ଥିତ ମା' ନାରାୟଣୀଙ୍କ ମନ୍ଦିରରୁ ବଡ଼ ଧରଣର ଲୁଟ ପାଟ ହୋଇଛି। ମାଲକାନଗିରି ଚିତ୍ରକୋଣ୍ଡା ପାବିଲିଗୁଡ଼ା ନିକଟରେ ଆର୍ସେଲର ମିତ୍ତଲ-ନିପନ୍‌ ଷ୍ଟିଲ୍‌ର ସ୍ଲରି ପାଇପ୍‌ ଫାଟି ରାସ୍ତା ଓ ଜମିରେ ପଦାର୍ଥ ବିଛେଇ ପଡ଼ିଛି। ବଲାଙ୍ଗୀର କଣ୍ଟାବାଞ୍ଜିରେ ବାଇକ୍‌ ଡିକି ଭାଙ୍ଗି ୫୦ ହଜାର ଟଙ୍କା ଲୁଟ୍‌ ଘଟଣାରେ ଦୁଇ ଅଭିଯୁକ୍ତ ଗଜପତି ଜିଲ୍ଲାରୁ ଗିରଫ। ମାଲକାନଗିରିରେ କଙ୍ଗାରୁ କୋର୍ଟରେ ଯୁବକଙ୍କୁ ଦଣ୍ଡବିଧାନ। ଲଜ୍ଜାରେ ଆତ୍ମହତ୍ୟା କଲେ ଯୁବକ। ଯାଜପୁର ଜିଲ୍ଲା ବୈରୀରେ ବଡ଼ଧରଣର ବ୍ୟାଙ୍କ ଡକାୟତି ଉୟମ ପଣ୍ଡ, ମାରଣାସ୍ତ୍ର ସହ ଧରା ପଡ଼ିଲେ ୬ ଯୁବକ। ଦେବଗଡ଼ ଜିଲ୍ଲା କଲ୍ଲା ପ୍ୟାକ୍ସର ପୂର୍ବତନ ସମ୍ପାଦକ ସାର ବିକ୍ରି ଟଙ୍କା ହେରଫେର ଅଭିଯୋଗରେ ଗିରଫ। ଯାଜପୁର ସହର ପ୍ରଶାସନିକ ଭବନ ପଡ଼ିଆରେ ୬ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୨ ଗିରଫ। 🇳🇪 ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟର ନୂତନ ନାମଲେଖା ଓ ପୁନଃ ପଞ୍ଜିକରଣ ସମୟ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି। ନେପାଳ ପଟୁ ବିହାର ନଦୀକୁ ଆସୁଛନ୍ତି ବିରାଟ ବିରଳ ମାଛ। ଖାଇକରି ଲୋକେ ଅସୁସ୍ଥ। ଉତ୍ତର ପ୍ରଦେଶରେ ଲଗାଣ ବର୍ଷା ପାଇଁ ବାରାଣସୀ ଜଳବନ୍ଦୀ, ସ୍କୁଲ୍‌ ବନ୍ଦ, ଟ୍ରେନ୍‌ ବାତିଲ। ତୀବ୍ର ହେଉଛି ମଣିପୁର ହିଂସା, ୩ ଗାଁରେ ୧୦ ଘର ଜାଳିଦେଲେ। ୧୦ ଟିମ୍‌, ୩୦ ଦିନ ଧରି ମୋଦୀଙ୍କ ଜନ୍ମଦିନ ଯାତ୍ରା ପାଳନ କରିବେ। ମହାରାଷ୍ଟ୍ରର ଚିଠା ଭୋଟର ତାଲିକାରେ ୨.୦୭ କୋଟି ନାମ ନାହିଁ। ‘ଭୋଟ୍‌ ଚୋରି’ କହି ବିଜେପି ଓ ଇସିଆଇକୁ ରାହୁଲଙ୍କ ଟାର୍ଗେଟ। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଝିଆରୀ ବୃଷ୍ଟି ମୁଖାର୍ଜୀ ଆତ୍ମହତ୍ୟା କଲେ। ନେପାଳ ବନ୍ୟା: ସୁଡ଼ଙ୍ଗରେ ଜୀବନ ବଞ୍ଚାଇବାକୁ ଆପ୍ରାଣ ଚେଷ୍ଟା, ୬୦୦ରୁ ଅଧିକ ଶ୍ରମିକ ଫସିଛନ୍ତି। ନେପାଳରୁ ଏପର୍ଯ୍ୟନ୍ତ ୧୬୩ ଜଣ ଭାରତୀୟ ନାଗରିକ ଉଦ୍ଧାର। ଚୀନ୍‌ରୁ ୧୫୧ ଭାରତୀୟ ଫେରିଛନ୍ତି। ଇରାନ ଯୁଦ୍ଧରେ ଆମେରିକାର କ୍ଷେପଣାସ୍ତ୍ର ଭଣ୍ଡାର ଖାଲି। ଚୀନ୍‌ ଓ ରୁଷ୍‌ ବିରୋଧରେ ଯୁଦ୍ଧ ପ୍ରସ୍ତୁତି ନେଇ ଚିନ୍ତା। 🚴🏾‍♂️⚽🏏 ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ରେ ବୈଭବ ସୂର୍ଯ୍ୟବଂଶୀଙ୍କ ୧୦ ଛକା ଏବଂ ୯ ଚୌକା, ଦଳ ସେମିଫାଇନାଲରେ। ଗୋଆରେ ଓଡ଼ିଶାର ୬ ଜଣ ଦୁଃସାହସୀ ବ୍ୟକ୍ତି ଅଲ୍‌ଟ୍ରାମ୍ୟାନ୍‌ ପଦକ ଜିତିଛନ୍ତି। ଭୁବନେଶ୍ୱରରେ ଜୟନ୍ତ ମହାପାତ୍ର ସ୍ମାରକୀ ଅନ୍ତଃସ୍କୁଲ ଫୁଟବଲ୍‌, ବିଜେତା ୟୁନିଟ୍‌-୧ ହାଇସ୍କୁଲ୍‌ ୧ ଲକ୍ଷ ପାଇଲା। ୫ ବର୍ଷ ପରେ ପୁଣି ସରୋଜ ମହାସୁଆର କ୍ରିକେଟ ସମ୍ମାନ, ଏଥର ପାଇଲେ ଅନିଲ ପରିଡ଼ା ଓ ଧୀରାଜ ସିଂହ। *ଗତବର୍ଷ ଏଇ ସମୟରେ* ଶିକ୍ଷକ ନିଯୁକ୍ତି ପାଇଁ ଟିଇଟି (ଟିଚର୍ସ ଏଲିଜିବିଲିଟି ଟେଷ୍ଟ୍‌)କୁ ସୁପ୍ରିମକୋର୍ଟ ବାଧ୍ୟତାମୂଳକ କରିଥିଲେ। ୮୦୦ ଏକର ଜାଗାରେ ନୂଆ ଭୁବନେଶ୍ୱର ହେବବୋଲି ଘୋଷଣା ହୋଇଥିଲା। ପୁରୀ କାକଟପୁର ମା ମଙ୍ଗଳାଙ୍କ ମନ୍ଦିରର ବିଭିନ୍ନ ସ୍ଥାନରେ ଛାତରୁ ପାଣି ଗଳୁଥିଲା। ଇସ୍ତଫା ଦେବାର ୪୨ ଦିନ ପରେ ବାସଭବନକୁ ଉପରାଷ୍ଟ୍ରପତି ଛାଡିବାକୁ ପଡିଲା। ====================== ବିଶ୍ୱ ନଡ଼ିଆ ଦିବସ ଭିଏତନାମ ସ୍ୱାଧୀନତା ଦିବସ ଆଜି ଜନ୍ମଦିନ: ସାଧନା, ସୋନମ (ଅଭିନେତ୍ରୀ), ସ୍ୱରୂପାନନ୍ଦ ସରସ୍ୱତୀ, ଗୌର ଗୋବିନ୍ଦ ସ୍ୱାମୀ, ଶ୍ରୀବଲ୍ଲଭ ପାଣିଗ୍ରାହୀ (ନେତା, ଦେବଗଡ଼), ପବନ କଲ୍ୟାଣ, ଇଶାନ୍ତ ଶର୍ମା ଇତିହାସରେ ଆଜି: (୧୯୪୫) ଦ୍ଵିତୀୟ ବିଶ୍ଵଯୁଦ୍ଧ ସମାପ୍ତି ପ୍ରକ୍ରିୟା ଆରମ୍ଭ/ (୧୯୪୬) ଭାରତର ଅନ୍ତରୀଣ ସରକାର ଗଠିତ, ନେହେରୁ ପ୍ରଧାନମନ୍ତ୍ରୀ, ସ୍ବାଧୀନତା ପ୍ରକ୍ରିୟା ଆରମ୍ଭ/ (୧୯୬୯) ନ୍ୟୁୟର୍କରେ ବିଶ୍ୱର ପ୍ରଥମ ଏଟିଏମ/ (୧୯୯୯) ଇଂଲିଶ ଚାନେଲ ଅତିକ୍ରମ କରିବାରେ ବୁଲା ଚୌଧୁରୀ ପ୍ରଥମ ଏସୀୟ ମହିଳା ସନ୍ତରଣକାରୀ/ (୧୯୬୯) କାଲିଫର୍ଣ୍ଣିଆ ରେ ଇଣ୍ଟରନେଟର ପ୍ରଥମ ପରୀକ୍ଷଣ ===================== *ବନ୍ଦେ ଉତ୍କଳ ଜନନୀ* 🪻🌻🪻
115
7
*ଖବର ଆଜିର, ୧ ସେପ୍ଟେମ୍ବର ମଙ୍ଗଳବାର* ==================== ଆସନ୍ତା ୨ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି। ପୁରୀ ଶ୍ରୀମନ୍ଦିରରେ ୭ଘଣ୍ଟା ୨୫ ମିନିଟ୍‌ ଧରି ଭିତର ରତ୍ନଭଣ୍ଡାର ଗଣତି ମଣତି ହୋଇଛି। ଜାତୀୟ ଜୈବବିବିଧତା ପ୍ରାଧିକରଣରୁ ଓଡିଶାକୁ ମିଳିଲା ୫୮ ଲକ୍ଷ ଟଙ୍କା। ଅନୁସୂଚିତ ଜାତି, ଜନଜାତି ଛାତ୍ରଛାତ୍ରୀଙ୍କୁ ଅଧିକ ସୁବିଧା। ବୃତ୍ତି ଟଙ୍କା ପାଇଲା ପରେ ହେବ ନାମଲେଖା ଓ ଦେବେ ଟିଉସନ୍ ଫି। ହାଇକୋର୍ଟରେ ୬ଶହ ମିଶନ୍‌ ଶକ୍ତି ମାମଲାର ଶୁଣାଣି ଶେଷ, ପୁନର୍ଗଠନ ମାର୍ଗଦର୍ଶିକାକୁ ଚ୍ୟାଲେଞ୍ଜ। ଢେଙ୍କାନାଳରେ ଆରମ୍ଭ ହେଲା ଅନ୍ନପୂର୍ତ୍ତି ଗ୍ରେନ୍‌ ଏଟିଏମ୍, ଏଣିକି ଏଟିଏମ୍‌ରୁ ନେଇପାରିବେ ରାସନ ଖାଦ୍ୟଶସ୍ୟ। ରେଭେନ୍ସା ବିବାଦର ସମାଧାନ ପାଇଁ ପ୍ରୟାସ, ‘ରୁଟା’ ସଦସ୍ୟଙ୍କ ସହ ଆଲୋଚନା କଲେ କୁଳପତି। ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ଗଞ୍ଜାମର ୯୧ ଜଣ କଳାକାର। ପଞ୍ଚାୟତ ଓ ପୌର ନିର୍ବାଚନ: ସେପ୍ଟେମ୍ବର ୩ରୁ ଭୁବନେଶ୍ବରରେ ଆରମ୍ଭ ହେବ ପାଇଲଟ୍ ସର୍ଭେ। ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଜଳ ନିଷ୍କାସନ ନେଇ ଆଗୁଆ ସତର୍କତା ଜାରି କରାଯାଇଛି। ବ୍ରହ୍ମପୁର ପୀତବାସ ହତ୍ୟା ମାମଲାରେ ବିକ୍ରମଙ୍କୁ ହାଇକୋର୍ଟଙ୍କ ଜାମିନ, ଗିରଫଦାରୀ ବ୍ୟବସ୍ଥା ଉଲ୍ଲଂଘନ ‌ନେଇ କ୍ଷୁବ୍ଧ। ପୁରୀ ପଟ୍ଟନାୟିକିଆ ଛକରେ ଟ୍ରିପଲ୍‌ ମର୍ଡର ମାମଲା, ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ। କଟକ ମେଡ଼ିକାଲରେ କୋଟିଏ ୪୦ ଲକ୍ଷ ଟଙ୍କା ହେରଫେର ମାମଲାରେ ଧରାପଡ଼ିଲାଣି ୨୦୭ଟି ବିଲ୍‌ରେ ତଞ୍ଚକତା। ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଖରାପ ପ୍ରଦର୍ଶନ ପାଇଁ ୩ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର। ୨ ମହାପ୍ରବନ୍ଧକ ଓ ଜଣେ ଉପ-ମହାପ୍ରବନ୍ଧକ ବିଦା। ରାଉରକେଲା ସର୍କିଟ୍‌ ହାଉସ୍‌ରେ ଅପରାଧିଙ୍କ ମେଳି, ରିମାଣ୍ଡ୍‌ ପରେ ପୁଣି ଜେଲ୍‌ ଗଲେ ବିଜେପି ଯୁବନେତା ପ୍ରକାଶ ପାଶୱାନ। ବାଲେଶ୍ବର ନୀଳଗିରି ଜଙ୍ଗଲରେ ଏକାକୀ ଲଢ଼ିଲେ ମହିଳା, ମାଡ଼ ଖାଇଲେ, ଡକାୟତଙ୍କୁ ପିଟି ବନ୍ଧୁକ ଭାଙ୍ଗିଦେଲେ। ବାଲେଶ୍ୱର ଜିଲା ଜୋଡା ୟୁନିଅନ ବ୍ୟାଙ୍କରେ ୨ କୋଟି ଟଙ୍କାର ସୁନା ଋଣ ଜାଲିଆତି, ବ୍ୟାଙ୍କ ମ୍ୟାନେଜର ଗିରଫ। କୋରାପୁଟ ଜୟପୁରରେ ଡାକ୍ତରଖାନାରେ ଆଉଟସୋର୍ସିଂ ଚାକିରି ନାଁରେ ଠକେଇ, କେଆରପିସି ଆଉଟ୍ ସୋର୍ସ କୋରାପୁଟ ନାମରେ ଅଭିଯୋଗ। ନବରଙ୍ଗପୁରରେ ପାଗଳ କୁକୁର ଆତଙ୍କରେ ଚନ୍ଦାହାଣ୍ଡି। ୨ ଗୁରୁତର, ୧୦ ଆହତ, ଗାଇ ବଳଦ କ୍ଷତାକ୍ତ। ରାୟଗଡାରେ ପିଇବା ପାଣି ପାଇଁ ହାଣ୍ଡି,ବାଲଟି ଧରି ରାସ୍ତାରେ ବସିଲେ ସିତାପୁର ଗ୍ରାମବାସୀ। ଛତ୍ରପୁର ଚିକିତ୍ସାଳୟ ପରିସରରୁ ଦିବ୍ୟାଙ୍ଗ ନାବାଳିକା ଅପହରଣ ମାମଲାରେ ପେଷାଦାର ଅପରାଧୀ ଗିରଫ। ଭୁବନେଶ୍ୱରରେ ସୁନା ଦାମ୍ ୨୪ କ୍ୟାରେଟ୍ ୧୦ ଗ୍ରାମ୍ ୧,୫୬,୭୭୦ ଟଙ୍କା ଓ ୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ୧,୪୩,୭୦୦ ଟଙ୍କା। 🇳🇪 ଆନ୍ନା ହଜାରେ ଅସୁସ୍ଥ, ଭୂତାଣୁ ସଂକ୍ରମଣ ଓ ଡିହାଇଡ୍ରେସନ୍‌ ଯୋଗୁଁ ବମ୍ବେ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି। ମଣିପୁରରେ ଜନଗଣନା ସ୍ଥଗିତ କଲେ କେନ୍ଦ୍ର, ହାଇକୋର୍ଟ ବି ଲଗାଇଲେ ରୋକ୍। ଉତ୍ତରପ୍ରଦେଶର କୌଶାମ୍ବି ବାଣ କାରଖାନାରେ ବିସ୍ଫୋରଣ, ୭ ମୃତ। କକ୍ରୋଚ୍‌ ଜନତା ପାର୍ଟି କରିଥିବା ନିଟ୍‌ ପ୍ରତିବାଦ ସହ ଜଡ଼ିତ ୧୩ଟି ଏତଲାକୁ ରଦ୍ଦ କରିବା ପାଇଁ ଦିଲ୍ଲୀ ପୁଲିସ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହେଲା। ଅନ୍ତର୍ଜାତୀୟ ଯାତ୍ରୀମାନଙ୍କୁ ଇମିଗ୍ରେସନ ଅନୁମୋଦନ ବେଳେ ଆଉ ବୋର୍ଡିଂ ପାସ୍‌ରେ ଷ୍ଟାମ୍ପ ଲଗାଇବାକୁ ପଡ଼ିବ ନାହିଁ। ନେପାଳ ବନ୍ୟାକୁ ନେଇ ମିଥ୍ୟା ଭିଡିଓର ବନ୍ୟା, ୪ ଦିନରେ ୭୨ ଜଣଙ୍କୁ ପୋଷ୍ଟ ହଟାଇବାକୁ ନିର୍ଦ୍ଦେଶ। ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ୯୦୦ ଟପିଲା, ନିଖୋଜଙ୍କ ସଂଖ୍ୟା ୪ ହଜାର ଟପିଲାଣି। ହେଗ୍‌ସ୍ଥିତ ମଧ୍ୟସ୍ଥତା କୋର୍ଟର ସିନ୍ଧୁଜଳ ଚୁକ୍ତିନାମା ଆୱାର୍ଡକୁ ଭାରତର ପ୍ରତ୍ୟାଖ୍ୟାନ। ଆଫ୍ରିକୀୟ ଦେଶ ନାଇଜରରେ ସାମରିକ ବିଦ୍ରୋହ, ରାଜଧାନୀରେ ଆଖିବୁଜା ଗୁଳିମାଡ଼ ଏବଂ ବିସ୍ଫୋରଣ। 🚴🏾‍♂️⚽🏏 ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ନେଲେ ଲିଓନେଲ ମେସି, କହିଲେ 'ହୃଦୟ ଭାଙ୍ଗିଗଲା'। ଦଲୀପ ଟ୍ରଫି ସେମିଫାଇନାଲ୍‌ରେ ତିଳକ ବର୍ମାଙ୍କର ଅପରାଜିତ ୧୦୬ ରନ୍‌ ବଳରେ ଦକ୍ଷିଣାଞ୍ଚଳ ଦ୍ବିତୀୟ ଦିନର ଷ୍ଟମ୍ପ୍ସ ବେଳକୁ ୨୮୫/୯ କରିଛି। ଆଇଟିଟିଏଫ୍ ବିଶ୍ବ ପାରା ଫ୍ୟୁଚର ଟେବୁଲ ଟେନିସରେ ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରି ମୋଟ ୧୬ଟି ପଦକ ଜିତିଛନ୍ତି। ପାକିସ୍ତାନକୁ ଘରୋଇ ଦଳ ‘ଇଂଲଣ୍ଡ’ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ୧୯୪ ରନ୍‌ରେ ପରାସ୍ତ କରିଛି। ସେପ୍ଟେମ୍ବର ୨୦ରୁ ୨୯ ପର୍ଯ୍ୟନ୍ତ କଟକର ବାରବାଟୀ ଷ୍ଟାଡିୟମରେ ଓଡ଼ିଶା ଟି୨୦ ଲିଗ୍‌ ସିଏମ୍‌ ଟ୍ରଫି ଆୟୋଜନ ହେବ। *ଗତବର୍ଷ ଏଇ ସମୟରେ* ରାଜ୍ୟରେ ୭ ନୂଆ ମ୍ୟୁନିସିପାଲିଟି, ୧୬ ନୂଆ ଏନଏସି ଘୋଷଣା ହୋଇଥିଲା। ରାଜ୍ୟ ସରକାର ‘ସହର ସାଥୀ’ ସୁବିଧା ଲୋକାର୍ପଣ କରିଥିଲେ । ==================== *ଆଜି ଜାତୀୟ ପୁଷ୍ଟି ଦିବସ* ଆଜି ଜନ୍ମଦିନ: ସ୍ୱାମୀ ପ୍ରଭୁପାଦ (ଇସକନ ପ୍ରତିଷ୍ଠାତା), ପି.ଏ. ସାଙ୍ଗମା (ପୂର୍ବତନ ଲୋକସଭା ବାଚସ୍ପତି), ରବୀନ୍ଦ୍ରନାଥ ମହାପାତ୍ର (ଅନ୍ତର୍ଜାତୀୟ ପ୍ରଫେସର, ମୟୁରଭଞ୍ଜ) ଇତିହାସରେ ଆଜି: (୧୯୪୨) ଭାରତୀୟ ଜାତୀୟ ସେନା ତିଆରି କଲେ ରାସବିହାରୀ ବୋଷ/ (୧୯୪୭) ଇଣ୍ଡିଆନ ଷ୍ଟାଣ୍ଡର୍ଡ ଟାଇମ ପ୍ରଚଳିତ ହେଲା/ (୧୯୫୬) ଜୀବନ ବୀମା ନିଗମ ପ୍ରତିଷ୍ଠା ଦିବସ/ ଇଣ୍ଡିଆନ ଅଏଲ କର୍ପୋରେସନ ଗଠିତ/ (୧୯୨୩) ଜାପାନ ଭୂମିକମ୍ପରେ ୧,୪୦,୦୦୦ ମୃତ/ (୧୯୩୯) ଦ୍ଵିତୀୟ ବିଶ୍ୱଯୁଦ୍ଧ ଆରମ୍ଭ =================== *ବନ୍ଦେ ଉତ୍କଳ ଜନନୀ* 🪻🌻🪻
120
8
*ଖବର ଆଜିର, ୩୧ ଅଗଷ୍ଟ ସୋମବାର* ================ ରାଜ୍ୟ ସମବାୟ ଇତିହାସରେ ଯୋଡ଼ି ହେବ ନୂତନ ଅଧ୍ୟାୟ। “ସମ୍ବନ୍ଧ”ର ଶୁଭାରମ୍ଭ କରିବେ ସରକାର। ଓଡିଶା ବିଧାୟକଙ୍କର ଦରମା ଓ ଅନ୍ୟାନ୍ୟ ସୁବିଧା କେମିତି ବଢିବ, ଆଲୋଚନା କଲେ ସଂସଦୀୟ ଯୁଗ୍ମ କମିଟି। ସରକାରୀ କର୍ମଚାରୀ ନିଜ ପରିବାରକୁ ପୋଷଣ ଖର୍ଚ୍ଚ ନଦେଲେ, ସରକାର ସିଧାସଳଖ ଦରମାରୁ କାଟିବେ। ଓଡ଼ିଶା ଭାଗବତ ଟୁଙ୍ଗି ସୁରକ୍ଷା ସମିତିର ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ। ୩୦ ଜିଲ୍ଲାର ୫,୦୦୦ରୁ ଅଧିକ ଟୁଙ୍ଗିକୁ ସଂଗଠନ ସହ ଯୋଡ଼ାଯିବ। ଓଡ଼ିଶା ସମେତ ୧୬ଟି ରାଜ୍ୟରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ନେଇ ସତର୍କତା ଜାରି ରାଜ୍ୟରେ ଧାନ ପଞ୍ଜୀକରଣ ଅବଧି ଆଉ ୭ ଦିନ ବୃଦ୍ଧି କରାଯାଇଛି। ଭୁବନେଶ୍ୱର-କଟକରେ ଇଣ୍ଡେନ ଗ୍ୟାସ ବୁକିଂର ୩ ଘଣ୍ଟାରେ ଘରେ ପହଞ୍ଚିବ LPG ସିଲିଣ୍ଡର। ଭଦ୍ରକରେ ୩୩ ଦିନ ହେଲା ବର୍ଷା ଜାରି, ଟଳୁନି ବିପନ୍ନଙ୍କ ଦୁଃଖ। ଲଗାଣ ବର୍ଷାରେ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ବିପଦ ସଂକେତ ପାଖାପାଖି ୬୩୯ ମିଟରରେ ପହଞ୍ଚିଛି। କେନ୍ଦ୍ରାପଡା ସାତଭାୟାରେ ସମୁଦ୍ର ଗର୍ଭରେ ଲୀନ ହେଲା ଶେଷ ଚିହ୍ନ ମା' ପଞ୍ଚୁବରାହୀଙ୍କ ମନ୍ଦିର। ଧାନ ପଞ୍ଜୀକରଣ ଅବଧି ୨୦ ଦିନ ବୃଦ୍ଧି କରିବାକୁ ଦାବି କଲା ବିଜେଡି। ନବରଙ୍ଗପୁରରେ ଖରିଫ ଧାନ ପଞ୍ଜୀକରଣ ପାଇଁ ରାତିରେ ଲ୍ୟାମ୍ପସରେ ଭିଡ଼ ହେଉଛି। କଟକ ରେଳ ଷ୍ଟେସନରୁ ନାବାଳିକା ଅପହୃତ, କ୍ୟାମେରାରେ ୬୦ ବର୍ଷର ବୃଦ୍ଧ ସନ୍ଦିଗ୍ଧ। କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ୨୦ ହଜାର ଟଙ୍କା ଲାଞ୍ଚଦେଇ ଚକ୍ରାନ୍ତ କରି ଧରା ପକେଇଲେ ବିଦ୍ୟୁତ୍‌ ଠିକାଦାର। ତାଳଚେର କଣ୍ଢାଳ ଗ୍ରାମରେ ବଜ୍ରାଘାତ, ଏକସଙ୍ଗେ ୧୧ ଗାଈଙ୍କ ମୃତ୍ୟୁ। ଟାଟା-ବାଦାମପାହାଡ ଟ୍ରେନ୍‌ରେ କଟିଯାଇ ଯୁବତୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବାସନ୍ତୀ (୨୯)। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ଫେରାର ବିଚାରାଧୀନ ବନ୍ଦୀ ଟେକଚାନ୍ଦ ବେହେରା ୫ ଦିନ ପରେ ଧରାପଡିଲା। 🇳🇪 ବହୁ ଚର୍ଚ୍ଚିତ ନିଟ୍-ପିଜି ପରୀକ୍ଷା ସଫଳତାର ସହ ଅନୁଷ୍ଠିତ। ପ୍ରଭାବିତ ୨,୪୪୫ ପ୍ରାର୍ଥୀଙ୍କ ପାଇଁ ୫ ସେପ୍ଟେମ୍ବରରେ ପରୀକ୍ଷା। ଦିଲ୍ଲୀରେ କଂଗ୍ରେସ ନେତା ଅଳକା ଲାମ୍ବାଙ୍କ ବାପାଙ୍କ ଘରେ ଚୋରି। ନିଟ୍-ପିଜି ଆଶାୟୀ ଛାତ୍ରୀଙ୍କ ମୃତଦେହ ହାଇଦ୍ରାବାଦରୁ ଉଦ୍ଧାର। ଯୁବ ଆଇଏଏସ୍‌ ଦିବ୍ୟା ମିତ୍ତଲଙ୍କ ଇସ୍ତଫା, ରାହୁଲ ଗାନ୍ଧୀଙ୍କ ସହିତ ସାକ୍ଷାତ, ୟୁପି ନିର୍ବାଚନରେ ଭୂମିକାକୁ ନେଇ ଚର୍ଚ୍ଚା। କର୍ଣ୍ଣାଟକ ଦକ୍ଷତା ବିକାଶ ଗ୍ରୁପ୍‌ ମୁଖ୍ୟ ହେଲେ ଓଡ଼ିଆ ଉଦ୍ୟୋଗୀ ସୁବ୍ରତ ବାଗ୍‌ଚୀ। ୨୦୨୭-୨୮ ବଜେଟ୍‌ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ଅକ୍ଟୋବର ୧୨ରୁ ପ୍ରାକ୍‌ ବଜେଟ୍‌ ‌ବୈଠକ। ଭାରତରେ ବଢ଼ୁଛି ଅବିବାହିତ ମହିଳାଙ୍କ ସଂଖ୍ୟା, ବିବାହ ବିଳମ୍ବ ଓ ଆର୍ଥିକ ସ୍ୱାଧୀନତା ହେଉଛି କାରଣ। ନେପାଳ ବନ୍ୟା ବୀଭିଷିକାରେ ମୃତ୍ୟୁସଂଖ୍ୟା ୭୭୦କୁ ବୃଦ୍ଧି, ଚୀନ୍‌ ସୀମାରେ ୯୦୦ ଭାରତୀୟ ସୁରକ୍ଷିତ। ଉଜବେକିସ୍ତାନ ଯାଇ ସମ୍ମାନ ଗୋଟେଇଲେ ପ୍ରଧାନମନ୍ତ୍ରୀ ମୋଦି। ଉତ୍ତର ସାଇପ୍ରସରେ ୨୭୦ ଯାତ୍ରୀ ସହିତ ଡଙ୍ଗା ବୁଡ଼ିଗଲା। ୧.୫ ଲକ୍ଷ କିଲୋ ଟମାଟୋରେ ଲାଲ୍ ହେଲା ସ୍ପେନ୍‌ର ସହର, ଧୁମ୍‌ଧାମରେ ପାଳିତ ହେଲା ‘ଲା ଟୋମାଟିନା’ ଉତ୍ସବ। 🚴🏾‍♂️⚽🏏 ମେଜର ଲିଗ୍‌ ସକ୍କର ପ୍ରତିଯୋଗିତାରେ ଲିଓନେଲ୍‌ ମେସିଙ୍କ ୪ ଗୋଲ୍‌ ବଳରେ ଇଣ୍ଟର ମିଆମି ୭-୧ ଗୋଲ୍‌ରେ ସିଏଫ୍‌ ମଣ୍ଟ୍ରିଲକୁ ପରାସ୍ତ କରିଛି। ଥାଇଲାଣ୍ଡରେ ହେଉଥିବା ପାରା ଅସିଚାଳନା ବିଶ୍ବକପ୍‌ରେ ୧୪ ଜଣିଆ ଭାରତୀୟ ଦଳରେ ଓଡ଼ିଶାର ୫ ଜଣ ସ୍ଥାନ ପାଇଛନ୍ତି। ୟୁଥ ସ୍ପୋର୍ଟସ କାଉନସିଲ୍ ଅଫ୍ ଇଣ୍ଡିଆ ଦ୍ୱାରା ନେପାଳରେ ଆୟୋଜିତ ଇଣ୍ଡୋ-ନେପାଳ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳି ଚମକ ଦେଖାଇନ୍ତି। ମହିଳା ହକି ବିଶ୍ବକପ୍‌ରେ ନେଦରଲାଣ୍ଡ୍‌ସ ପରାସ୍ତ, ସୁଟ୍‌ଆଉଟ୍‌ରେ ଜିତି ଆର୍ଜେଣ୍ଟିନା ଚମ୍ପିଆନ୍‌। ପୁରୁଷ ହକି ବିଶ୍ବକପ୍‌, ସ୍ପେନ-ଜର୍ମାନୀ ମଧ୍ୟରେ ହେବ ଫାଇନାଲ। ଦୁବାଇ ମହିଳା ଟି ଟ୍ବେଣ୍ଟି ଏସିଆ କପରେ ଥାଇଲାଣ୍ଡକୁ ୯୪ ରନ୍ ରେ ହରାଇଲା ଭାରତ। *ଗତବର୍ଷ ଏଇ ସମୟରେ* ଜାତୀୟ ଜଳପଥ-୫ ପ୍ରକଳ୍ପର ଅଟକଳ ୪୩୮୦ କୋଟି ଟଙ୍କାରୁ ୧୨ ହଜାର କୋଟି ଟଙ୍କା ହୋଇଥିଲା, କିନ୍ତୁ କାମ ଆରମ୍ଭ ହେଉନଥିଲା। ମହାନଦୀ ଜଳ ବିବାଦ ପାଇଁ ଛତିଶଗଡ଼ ପଛକୁ ଫେରିବାକୁ ମନା କରିଥିଲା। ================= ଆଜି ସ୍ୱାୟତ୍ତ ଶାସନ ଦିବସ ଆଜି ସଂସ୍କୃତ ଦିବସ ମାଳୟେସିଆ ସ୍ୱାଧୀନତା ଦିବସ ଉଜବେକିସ୍ଥାନ ସ୍ୱାଧୀନତା ଦିବସ ଆଜି ଜନ୍ମଦିନ: ଅମ୍ରିତା ପ୍ରୀତମ, ମୋଗଲ ରାଜା ଜାହାଙ୍ଗୀର, ଜଭଗଲ ଶ୍ରୀନାଥ (କ୍ରିକେଟ), ରାଜଶ୍ରୀ (ସିନେମା) ଆଜି ତିରୋଧାନ: ପ୍ରଣବ ମୁଖାର୍ଜୀ, ରାଜକୁମାରୀ ଡାଏନା ଇତିହାସରେ ଆଜି: (୧୯୫୬) ଦେଶରେ ରାଜ୍ୟ ପୁନର୍ଗଠନ ବିଲ ଅନୁମୋଦିତ/ (୧୮୮୧) ଆମେରିକାରେ ପ୍ରଥମ ଟେନିସ ଚମ୍ପିୟାନସିପ/ (୧୯୬୨) ଟୋବାଗୋ ଓ ତ୍ରିନିଦାଦ ଆମେରିକା କବଳରୁ ସ୍ୱାଧୀନ/ (୧୯୯୭) ବ୍ରିଟେନ ରାଜକୁମାରୀ ଡାଏନା ମୃତ/ (୧୮୯୭) କାଇନେଟୋଗ୍ରାଫ କୁ ପେଟେଣ୍ଟ କଲେ ଥୋମାସ ଏଡିସନ/ (୨୦୧୦) ଇରାକରେ ଆମେରିକା ଦଖଲ ଶେଷ ହେଲା। ================= *ବନ୍ଦେ ଉତ୍କଳ ଜନନୀ* 🪻🌻🪻
115
9
*ଖବର ଆଜିର, ୩୦ ଅଗଷ୍ଟ ରବିବାର* ================ ଯୁକ୍ତ ୨ ପରୀକ୍ଷାରେ ନୂଆ ନିୟମ। ଏଣିକି ଏକ୍ସ-ରେଗୁଲାର ପରୀକ୍ଷାର୍ଥୀମାନେ ମଧ୍ୟ ଇଣ୍ଟରନାଲ ପରୀକ୍ଷା ଦେବେ। ଦୁବାଇ ନିବେଶକ ସମ୍ମିଳନୀକୁ ଯିବେ ମୁଖ୍ୟମନ୍ତ୍ରୀ ମାଝି ଓ ଅନ୍ୟ ମନ୍ତ୍ରୀ। ପୁଞ୍ଜିନିବେଶ ପାଇଁ ବିଶ୍ୱର ଶିଳ୍ପପତିଙ୍କୁ ଆମନ୍ତ୍ରଣ କରିବେ। ରାଜ୍ୟରେ ଦନ୍ତ ଚିକିତ୍ସକଙ୍କ ପାଇଁ ମାସିକ ୨୦,୦୦୦ ଟଙ୍କା ପ୍ରୋତ୍ସାହନ ଘୋଷଣା କଲେ ସରକାର। ମ୍ୟାଲେରିଆ ମୁକାବିଲା ପାଇଁ ଗଠନ ହେବ ରାଜ୍ୟସ୍ତରୀୟ ବୈଷୟିକ ଦଳ, ଜିଲ୍ଲା ଗସ୍ତ କରିବ ଟିମ୍‌। ଓଡ଼ିଶା ଉପକୂଳକୁ ଅବକ୍ଷୟରୁ ସୁରକ୍ଷା ପାଇଁ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ ଏବଂ ଓଏସ୍‌ଡମାର ମିଳିତ ପ୍ରୟାସରେ ହେବ ‘ଆରାଇଜ୍’ ପ୍ରକଳ୍ପ। ରାଜନୈତିକ ପ୍ରତିଶ୍ରୁତି: ଫସଲ ସଂରକ୍ଷଣ ପାଇଁ ବିଭିନ୍ନ ସ୍ଥାନରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯିବ, କହିଲେ ମନ୍ତ୍ରୀ। ପୁରୀ ଶ୍ରୀମନ୍ଦିରରେ ହେଲା ବଡ଼ ମହାସ୍ନାନ, ଦେଢ଼ ଘଣ୍ଟା ବନ୍ଦ ରହିଥିଲା ଦର୍ଶନ। ଧୁକୁଡି ଦ୍ୱାରରେ ବାନ୍ତି ପଡ଼ିଥିଲା। ରେଭେନ୍ସା ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ (ରୁଟା)ର ୮୦ରୁ ଅଧିକ ସଦସ୍ୟ କଳାବ୍ୟାଜ୍‌ ପିନ୍ଧି କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ। ରହସ୍ୟ ହୋଇ ରହିଗଲା ପାରାଦୀପରୁ ଯାଇଥିବା ନିଖୋଜ ‘ଓସେନ୍ ଉଇନର’ ଜାହାଜ। ୧୭୦ ଘଣ୍ଟା ଖୋଜିବା ପରେବି ଅଦୃଶ୍ୟ। ଝାରସୁଗୁଡା ଲଖନପୁର ଏମସିଏଲ ଖଣିରେ ଶ୍ରମିକଙ୍କ ଧାରଣା। କମ ଦରମା, ବୀମା ନାହିଁ, ପରିଚୟ ପତ୍ର ନାହିଁ, କର୍ମଚାରୀ ବୋଲି ପ୍ରମାଣ ନାହିଁ। ଅନୁଗୋଳ ହଣ୍ଡପା ଷ୍ଟେସନ ପାଖ ବେଆଇନ କୋଇଲା ଷ୍ଟକ୍‌ୟାର୍ଡରୁ ଖଣି ବିଭାଗର ଜାଣତରେ କୋଇଲା ବୋହିନେଲେ ଠିକାଦାର। ଭଦ୍ରକ ଜିଲ୍ଲା ଟ୍ରକ୍ ଟିପର ମାଲିକ ସଂଘର ଧାରଣାକୁ ମାସେ ବିତିଲା, ଶୁଣିଲାନି ପ୍ରଶାସନ। ଆନ୍ଧ୍ର ମେଜରମେଣ୍ଟା ରେ ଓ ହାଇଦ୍ରାବାଦରେ ଜଣେ ଲେଖାଏଁ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ, ମାସକରେ ୧୧ ଓଡ଼ିଆ ଦାଦନ ମୃତ। ପାରଳାଖେମୁଣ୍ଡି ଆର୍‌ଟିଓ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ, ସର୍ଭର ରୁମ୍‌ ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ। ନୂଆପଡ଼ାରେ ଡାକ୍ତରଙ୍କ ଭୁଲ୍ ଇଞ୍ଜେକସନ୍ ଲାଗି ଚାଲିଗଲା ରୋଗୀଙ୍କ ଜୀବନ, ଶବ ରଖି ପରିବାର ଲୋକଙ୍କ ଧାରଣା। ପାରାଦୀପ ମାଛଧରା ବନ୍ଦରରେ ସର୍ଟ ସର୍କିଟ୍‌ ଯୋଗୁଁ ‘ଦେବୀ ଲକ୍ଷ୍ମୀ’ ବୋଟ୍‌ରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି। ବ୍ରହ୍ମପୁର ହଳଦିଆପଦର ବସ୍ ଟର୍ମିନାଲ୍ ନିକଟ କାର୍ ଶୋ’ ରୁମରେ ଲାଗିଲା ନିଆଁ। ଅନେକ ଦାମୀ କାର ଜଳିଗଲା। WhatsApp Channel join https://whatsapp.com/channel/0029VaUgRXG5fM5gVRc7391u ସମ୍ବଲପୁର ବୁର୍ଲା କିର୍ବା ଛକରେ ମାଂସ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କଲା ତାଙ୍କ ନିଜ କର୍ମଚାରୀ। ଯାଜପୁର କାଳିଆପାଣିରେ ରାତିଅଧରେ ମଦ ମାଫିଆଙ୍କ ୪ ଘଣ୍ଟାର ଦୁଃସାହିକ ଜଳଯାତ୍ରା, ୩୬୦ ଲିଟର ମଦ ଜବତ। କେନ୍ଦୁଝରରେ ରାଜପଥ ଉପରେ ୨୨ ଜଣିଆ ହାତୀପଲଙ୍କ ଚଳାଚଳ ଯୋଗୁଁ ଅଧଘଣ୍ଟା ବନ୍ଦ ରହିଲା ଗାଡ଼ି। 🇳🇪 ଏଭରେଷ୍ଟ ମସଲା ବିରୋଧରେ ଏଫ୍‌ଏସ୍‌ଏସ୍‌ଏଆଇର କାର୍ଯ୍ୟାନୁଷ୍ଠାନ: ହେଙ୍ଗୁ ନିଷିଦ୍ଧ, ଖରାପ ମାନର ୩ ପ୍ରକାର ମସଲା ଚିହ୍ନଟ। ଚୟନ ପରେ ସରକାର ନିଯୁକ୍ତି ମନା କରିପାରିବେ ନାହିଁ। ସୁପ୍ରିମ୍‌କୋର୍ଟରେ ଛତିଶଗଡ଼ ହାଇକୋର୍ଟଙ୍କ ପୂର୍ବ ନିଷ୍ପତ୍ତି ରଦ୍ଦ। କଂଗ୍ରେସ ନେତା ସଜ୍ଜନ କୁମାରଙ୍କ ମୃତ୍ୟୁରେ ଶ୍ରଦ୍ଧାଞ୍ଜଳି ଜଣାଇଥିବାରୁ ବିଜେପିର ୩ ସାଂସଦଙ୍କୁ କୈଫିୟତ ମାଗିଲା ଦଳ ପେଟ୍ରୋଲରେ ଇଥାନଲ୍‌ ମିଶ୍ରଣ ସମ୍ପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି ସୁପ୍ରିମକୋର୍ଟ ୩୧ ତାରିଖରେ (ସୋମବାର) କରିବେ। ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ୬୩୦ ଛୁଇଁଲା, ନିଖୋଜଙ୍କ ସଂଖ୍ୟା ଆହୁରି ବଢିଲା। ନେପାଳକୁ ଚୀନ୍‌ର ସତର୍କ ସୂଚନା, ଯେକୌଣସି ମୁହୂର୍ତ୍ତରେ ଫାଟିପାରେ କୃତ୍ରିମ ହ୍ରଦ। 🚴🏾‍♂️⚽🏏 ଓଡ଼ିଶାକୁ ବିଶ୍ୱର କ୍ରୀଡ଼ା ରାଜଧାନୀ କରିବୁ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମାଝୀ। ଭାରତର ତାରକା ଜାଭେଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ୨୦୨୬ ଏସୀୟ କ୍ରୀଡ଼ାରୁ ବାଦ୍ ପଡ଼ିଲେ। ପଞ୍ଚମ ସ୍ଥାନରେ ରହିବାରୁ ଭାରତୀୟ ମହିଳା ହକି ଦଳକୁ ୫୦ଲକ୍ଷ ଟଙ୍କା ପୁରସ୍କାର ଦେଲା ହକି ଇଣ୍ଡିଆ। ଜାନୁଆରିରେ ହୋଇପାରେ ଭାରତ କ୍ରିକେଟ ଦଳର ବାଂଲାଦେଶ ଗସ୍ତ। ୨୦୩୬ ଅଲିମ୍ପିକ୍‌ସ ଆୟୋଜନ ଆଶାରେ ଭାରତ। ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି। *ଗତବର୍ଷ ଏଇ ସମୟରେ* ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଧାଡି ଦର୍ଶନ ବ୍ୟବସ୍ଥାକୁ ନେଇ ଆଲୋଚନା। ଓକିଲାତି ଲାଇସେନ୍ସ ଧାରୀଙ୍କୁ ଅନ୍ୟ ଲାଭଜନକ ପଦବୀ ମନା ହେଲା। ================== ଆଜି କ୍ଷୁଦ୍ର ଶିଳ୍ପ ଦିବସ ଆଜରବାଇଜାନ ସ୍ୱାଧୀନତା ଦିବସ ଆଜି ଜନ୍ମଦିନ: ଜାହାଙ୍ଗିର, ରବିଶଙ୍କର ପ୍ରସାଦ, ବିନାୟକ ଆଚାର୍ଯ୍ୟ, ଅନୁ ଚୌଧୁରୀ, ପାରମିତା ଶତପଥୀ (ଲେଖିକା) ଆଜି ତିରୋଧାନ: କେକେ ବିରଲା ଇତିହାସରେ ଆଜି: (୧୫୭୪) ଗୁରୁ ରାମଦାସ ହେଲେ ଚତୁର୍ଥ ଶିଖ ଗୁରୁ/ (୧୭୭୩) ମରାଠା ପେଶୱା ନାରାୟଣ ରାଓଙ୍କୁ ହତ୍ୟା କଲେ ମାମୁଁ ରଘୁନାଥ ରାଓ/ (୧୯୨୮) ଭାରତୀୟ ସ୍ୱାଧୀନତା ଲିଗ ସ୍ଥାପିତ/ (୧୯୪୫) ସିଙ୍ଗାପୁର କୁ ବ୍ରିଟିଶଙ୍କୁ ହସ୍ତାନ୍ତର କଲା ଜାପାନ/ (୧୯୯୧) ଆଜେରବାଇଜାନ କଲା ସ୍ବାଧୀନତା ଦିବସ ଘୋଷଣା/ (୧୬୫୯) ଭାଇ ଦାରା ଶିକୋ କୁ ଫାଶୀଦେଲା ଆଉରଙ୍ଗଜେବ ================== *ବନ୍ଦେ ଉତ୍କଳ ଜନନୀ* 🪻🌻🪻
126
10
*ଖବର ଆଜିର, ୨୯ ଅଗଷ୍ଟ ଶନିବାର* ================= ଉପକୂଳ ଓଡ଼ିଶା ସହିତ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା। ପୁରୀ ଶ୍ରୀମନ୍ଦିରରେ ରକ୍ଷା ବନ୍ଧନ ସହ ମାର୍କଣ୍ଡ ପୁଷ୍କରିଣୀରେ ଶ୍ରୀବଳଭଦ୍ରଙ୍କ ଜନ୍ମନୀତି ସମ୍ପନ୍ନ ହେଲା। ଓଡ଼ିଶାରେ ଉପ ମୁଖ୍ୟମନ୍ତ୍ରୀ ପଦର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ, ହାଇକୋର୍ଟରେ ଶୁଣାଣି ଶେଷ। କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ଜଳବନ୍ଦୀ ସମସ୍ୟାକୁ ନେଇ ହାଇକୋର୍ଟ ବର୍ଷିଲେ। ରାଜନୀତିରୁ ରେଭେନ୍ସାକୁ ଦୂରେଇ ରଖ ବୋଲି ରେଭେନ୍ସା ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ସମୂହ ପ୍ରତିବାଦ। କଟକ ସଦର ବିଜେପି ବିଧାୟକ ପ୍ରକାଶ ସେଠିଙ୍କ ରେଭେନ୍ସା କ୍ୟାମ୍ପସରେ ରାଜନୀତିରୁ ଉପୁଜିଥିବା ପରିସ୍ଥିତିକୁ ବିରୋଧ କରି ସମୂହ ଛୁଟିରେ ରେଭେନ୍ସା ଅଧ୍ୟାପକ-ଅଧ୍ୟାପିକା। ରାଜ୍ୟର କଲେଜ ହଷ୍ଟେଲ ମେନୁରେ ବଡ଼ ପରିବର୍ତ୍ତନ। ଥାଳିରେ ମିଳିବନି ପୁରୀ, ବରା ଆଳୁଚପ ପରି ଛଣା ଖାଦ୍ୟ। ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର- ଅମରାବତୀ ଗ୍ରୀନ୍‌ କରିଡର୍‌। ରାୟଗଡ଼ା ଜିଲ୍ଲା ମଧ୍ୟରେ ୫୩ କିମି ରାସ୍ତା। ସରକାରଙ୍କ ‘ଶୂନ ସାପ କାମୁଡ଼ା ମୃତ୍ୟୁ’ ଯୋଜନା ବିଫଳ। ବର୍ତ୍ତମାନ ସୁଦ୍ଧା ୩ ଶହ ଲୋକଙ୍କ ମୃତ୍ୟୁ। ଯେଉଁଠି ପାରୁଛନ୍ତି, ଗଛ ଚାରାଟିଏ ଲଗାନ୍ତୁ ବୋଲି ଅନୁରୋଧ କରିଛନ୍ତି ଭୁବନେଶ୍ୱର ବିଏମସି କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ। ସମ୍ବଲପୁରରେ ବଡ଼ ନେତାଙ୍କ ଝଗଡ଼ାରେ କର୍ମୀଙ୍କ ସ୍ବପ୍ନ ଚୂରମାର। ପଦପଦବୀରୁ ବଞ୍ଚିତ ହେଉଛନ୍ତି ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତା। କଟକ ମେଡିକାଲରେ ପ୍ରାୟ ୧.୪୦ କୋଟି ଟଙ୍କାର ହେରଫେର ଅଭିଯୋଗରେ ଅଧୀକ୍ଷକଙ୍କ ଡାଟା ଏଣ୍ଟ୍ରି ଅପରେଟର ଗିରଫ। ଅଠାବୋଳି ଖସିଯିବେ ବଡ ବଡ଼ିଆ। ପୁରୀ ସହରକୁ ଆସିଥିବା ମୂଷା ନଈପଠାକୁ ପ୍ଲଟିଂ କରି ବିକି ଦେଲେ, ନଈ ମଝିରେ ରାସ୍ତାକରି ଜଳପ୍ରବାହକୁ ବନ୍ଦ କରିଦେଲେ ମାଫିଆ। ମୟୁରଭଞ୍ଜ ଜିଲ୍ଲାରେ ବିକିଦେଲେ ବୁଢ଼ାବଳଙ୍ଗ ନଦୀପଠା। ବଡ଼ ବନ୍ୟା ହେଲେ ଭାସିଯିବ ୧୦୧ ଗାଁ। ଆନ୍ଧ୍ରପ୍ରଦେଶରେ କନ୍ଧମାଳର ୨୭ ବର୍ଷୀୟ ଦାଦନ ମୃତ। ଗତ ଏକ ମାସରେ ଜିଲ୍ଲାର ୧୦ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ରାଉରକେଲା ସର୍କିଟ ହାଉସ ଦାଗୀ ବିଜେପି ବିହାରୀ ଯୁବନେତା ପ୍ରକାଶ ପାଶୱାନର ଆଉ ୨ ସହଯୋଗୀ ଗିରଫ, ଦାଦାବଟି ପାଇଁ ଡିଲ୍‌ କରୁଥିଲେ। ରାଉରକେଲା ମାମଲାରେ ଜୁଏଲ ଓରାମଙ୍କୁ ବଦନାମ କରିବା ପାଇଁ କିଛି ବିଜେପି ନେତା ଟଙ୍କା ଖର୍ଚ୍ଚ କରୁଥିବା ଅଭିଯୋଗ ଆଣିବା ସହ ସିଧାସଳଖ ଧମକ ଦେଲେ ଜୁଏଲ। ରାୟଗଡାର ଦୁର୍ଦ୍ଦାନ୍ତ ଅପରାଧୀ ହାଡ଼ିପା ଶିବା ଉପରେ ଜାତୀୟ ସୁରକ୍ଷା ଆଇନ ଲାଗିଲା। ଯାଜପୁର କାଳିଆପାଣିରେ ଦେଶୀ ମଦ ଭାଟି ଉପରେ ଅବକାରୀ ଚଢ଼ଉ, ୬ ମହିଳା ସହ ୯ ଗିରଫ। WhatsApp Channel join https://whatsapp.com/channel/0029VaUgRXG5fM5gVRc7391u ଭୁବନେଶ୍ବରରେ ନକଲି ସୁନା ଦେଇ ଅସଲି ସୁନା ଠକେଇ ଅଭିଯୋଗ। ବନ୍ଧା ହେଲେ ୟୁପି ନଣନ୍ଦ- ଭାଉଜ ଗ୍ୟାଙ୍ଗ। ଭୁବନେଶ୍ୱର ରେଳ ଷ୍ଟେସନରେ ପ୍ରଥମ ଥର ପାଇଁ ଇନଷ୍ଟଲ୍ ହୋଇଛି ବଡ଼ ପାର୍ସଲ ସ୍କାନର ମେସିନ୍। 🇳🇪 ଜମ୍ମୁ କାଶ୍ମୀରରେ ପଣ୍ଡିତଙ୍କୁ ପୁଣି ଧମକ, ଚଳିତ ମାସରେ ଚତୁର୍ଥ ଧମକପୂର୍ଣ୍ଣ ଚିଠି ମିଳିଲା। ଦ୍ରୁତ ତରଳୁଛି ହିମାଳୟର ହିମଶୈଳ; ୨୭ ମିଟର ପର୍ଯ୍ୟନ୍ତ କମିଛି ବରଫର ଘନତା ତିବ୍ଦତ ହ୍ରଦରେ ଫାଟ, ନେପାଳରେ ପୁଣି ଭୟଙ୍କର ବନ୍ୟା ଆଶଙ୍କା। ନେପାଳ ବନ୍ୟା ମୃତ୍ୟୁ ସଂଖ୍ୟା ୫୪୭ ଛୁଇଁଲା। ୩୨୦ ଭାରତୀୟ ନିଖୋଜ, ୨୧ ଭାରତୀୟ ଫେରିଲେ। 🚴🏾‍♂️⚽🏏 ଆଗାମୀ ଏସୀୟ କ୍ରୀଡ଼ା କ୍ରିକେଟ୍‌ ପ୍ରତିଯୋଗିତା ଲାଗି ଭାରତ ‘ବି’ ଦଳ ପଠାଇପାରେ। ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ୱକପ୍‌ରେ ଭାରତୀୟ ମହିଳା ପଞ୍ଚମ ସ୍ଥାନରେ ରହିଲେ। ଭାରତୀୟ ଜାଭ୍‌ଲିନ୍‌ ଫିଙ୍ଗାଳି ନୀରଜ ଚୋପ୍ରା ଡାଇମଣ୍ଡ ଲିଗ୍‌ ଫାଇନାଲ୍‌ ଲାଗି ନିଜ ସ୍ଥାନ ପକ୍କା କରିଛନ୍ତି। ଗ୍ରାଣ୍ଡ ଚେସ୍‌ ଟୁର୍‌ ଫାଇନାଲ୍ସ ଜିତିବାରେ ପ୍ରଥମ ଭାରତୀୟ ହେଲେ ପ୍ରଜ୍ଞାନନ୍ଦ। *ଗତବର୍ଷ ଏଇ ସମୟରେ* ଉତ୍ତର ପ୍ରଦେଶରେ ଦ୍ରୁତ ଗତିରେ ହିନ୍ଦୁ ଜନସଂଖ୍ୟା କମୁଥିବା ରିପୋର୍ଟ ହୋଇଥିଲା। ମୋହନ ଭାଗବତ କହିଥିଲେ, ଦେଶ ସୁରକ୍ଷା ପାଇଁ ପ୍ରତ୍ୟେକ ଦମ୍ପତ୍ତି ତିନୋଟି ସନ୍ତାନ ଜନ୍ମ କରିବା ଦରକାର। ================ ଆଜି ଜାତୀୟ ଖେଳ ଦିବସ ଆଜି ତେଲୁଗୁ ଭାଷା ଦିବସ ଆଜି ଜନ୍ମଦିନ: ମାଇକେଲ ଜାକସନ, ଧ୍ୟାନଚାନ୍ଦ (ହକି), ଲୀନା ଚନ୍ଦାଭରକର, ନାଗାର୍ଜୁନ, ଅନାରା ଗୁପ୍ତା, ନନ୍ଦିତା ବେହେରା (ନୃତ୍ୟ), ଚନ୍ଦନ ରାୟ (ଲେଗ କ୍ରିକେଟ, ଅତାବିରା) ଆଜି ତିରୋଧାନ: କାଜି ନଜରୁଲ ଇସଲାମ, ଦୀନାନାଥ ପାଠୀ, ଡଃ ଆଇଜାକ ସାନ୍ତ୍ରା ଇତିହାସରେ ଆଜିଦିନ: (୧୮୯୮) ଗୁଡ଼ଇୟର ଟାୟାର କମ୍ପାନୀ ପ୍ରତିଷ୍ଠା ହେଲା/ (୧୮୩୧) ଇଲେକ୍ଟ୍ରୋ ମ୍ୟାଗନେଟିକ ଇଣ୍ଡକସନ ବାହାର କଲେ ମାଇକେଲ ଫାରାଡେ/ (୧୯୪୯) ସୋଭିଏତ ରୁଷ ପ୍ରଥମ ଆଣବିକ ପରୀକ୍ଷା କଲା ================ *ବନ୍ଦେ ଉତ୍କଳ ଜନନୀ* 🪻🌻🪻
134
11
*ଖବର ଆଜିର, ୨୮ ଅଗଷ୍ଟ ଶୁକ୍ରବାର* ================ ବଙ୍ଗୋପସାଗରରେ ପୁଣି ଘୂର୍ଣ୍ଣିବଳୟ ସୃଷ୍ଟି। ୩୦ ବା ୩୧ ତାରିଖ ବେଳକୁ ଏହା ଲଘୁଚାପ ରୂପ ନେବ, ପୁଣି ବର୍ଷା ହେବ। ବନ୍ୟାରେ କେନ୍ଦ୍ରାପଡ଼ାର ୫ଟି ବ୍ଳକ୍, ଭଦ୍ରକର ୨ଟି ବ୍ଳକ୍ ଏବଂ ଯାଜପୁରର ୨ଟି ବ୍ଳକ୍ ପ୍ରଭାବିତ। ୬୮ ପଞ୍ଚାୟତର ୧୮୯ ଗାଁର ୮୦୨୮୪ ଲୋକ ଏବଂ ୧,୦୨,୪୮୧ ହେକ୍ଟର ଚାଷ ଜମି ପ୍ରଭାବିତ। ଓଡ଼ିଶାରେ ବାତିଲ ହେଲା ୨୦ ଲକ୍ଷ ଗାଡ଼ିର ରେଜିଷ୍ଟ୍ରେସନ୍। ବିନା ସୂଚନାରେ ଆହୁରି ହଟିବ ୩୦ ଲକ୍ଷ ଗାଡି। କଟକ ହାଇକୋର୍ଟରେ ୬ଶହ ମିସନ୍‌ ଶକ୍ତି ମାମଲାର ଏକତ୍ର ଶୁଣାଣି ହେଲା। ଆଡଭୋକେଟ ଜେନେରାଲ ଯୁକ୍ତି ଉପସ୍ଥାପନ କଲେ। ଆମ୍ବୁଲାନ୍ସ କିଣାରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ। ଖୁବଶୀଘ୍ର ତଦନ୍ତ ହେବ ବୋଲି ସୂଚନା। ଆନ୍ଧ୍ରର ‘ନେରେଡ଼ି’ ପ୍ରକଳ୍ପ ପାଇଁ ଜମି ଦେବ ଓଡ଼ିଶା। ଗଜପତିର ୧୦୬ ଏକର ଜମି ଅଧିଗ୍ରହଣ ହେବ ଭୁବନେଶ୍ୱର ୟୁନିଟ୍‌-୨ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ପାଖରେ ପୋକ୍‌ଲିନ୍‌ ମେସିନ୍‌ରେ ନିଆଁ ଲଗାଇ ମାଓବାଦୀ ନାଁରେ ୫୦ ଲକ୍ଷ ଟଙ୍କା ବଟି ଦାବି। ପୋଲିସ ହତବାକ। ଭୁବନେଶ୍ୱର ଜମି ମାଫିଆମାନେ କୁଆଖାଇ ନଦୀପଠାର ଜାଗାରେ ସିମେଣ୍ଟ ଖୁଣ୍ଟ ପୋତି, ବାଡ଼ ବୁଲାଇ, ରାସ୍ତା ପାଖ ଦର୍ଶାଇ କୋଟି କୋଟି ଟଙ୍କାରେ ବିକ୍ରି କରୁଛନ୍ତି। ପ୍ରଶାସନ ଉଦାସୀନ। ଗଞ୍ଜାମର ଗୋଳାବନ୍ଧର ୧,୩୭୧ ବିସ୍ଥାପିତ ପରିବାର ପାଇଁ ୭୫.୬୦ କୋଟି ଟଙ୍କାର ପୁନର୍ବାସ ପ୍ୟାକେଜ୍‌ ଘୋଷଣା ହେଲା। ମିଠା କିଣୁଥିଲେ ସାବଧାନ! ରାଜଧାନୀର ବିଭିନ୍ନ ମିଠା ଦୋକାନରେ ବିଏମସି ଚଢାଉ, ବାସୀ ଓ ଅପମିଶ୍ରିତ ଖାଦ୍ୟ ଓ ପନିର ବାହାରୁଛି କୁଢ଼ କୁଢ଼। ବୈତରଣୀ ନଦୀର ବନ୍ୟାରେ ଯାଜପୁରର ବୋଡ଼କ ଏନ୍‌ଏଚ୍‌ ୨୦ରେ ୩୦୦ ଫୁଟର ଘାଇ ସୃଷ୍ଟି, ୧ କିମି ରାସ୍ତା ଧୋଇଗଲା। ଭଦ୍ରକର ଜୀବନରେଖା ସାଳନ୍ଦୀ ନଦୀ ସଙ୍କୁଚିତ ହେଉଛି। ନଦୀବନ୍ଧ, ନଈପଠାରେ ଜବରଦଖଲ ବଢ଼ୁଛି। ମାଲକାନଗିରିରେ ଗଞ୍ଜେଇ ଚାଷ ବିରୋଧୀ ଅଭିଯାନକୁ ସ୍ବାଗତ କଲେ, କିନ୍ତୁ ରୋଜଗାର ମାଗିଲେ ଅଞ୍ଚଳବାସୀ। ଯାଜପୁର ଜିଲ୍ଲା ସୁକିନ୍ଦାରେ ୫୫୦ ଲିଟର ମଦ, ୫ ହଜାର ଲିଟର ପୋଚ ଜବତ। ବୌଦ୍ଧ ଥାନା ଖମାରୀପଡା ଗ୍ରାମ ନିକଟରେ ଟ୍ରେନ୍ ଧକ୍କାରେ ଜଣେ ଦଶମ ଶ୍ରେଣୀ ଛାତ୍ରର ମୃତ୍ୟୁ। ଭଦ୍ରକର ନଙ୍ଗଆମହଲା ଗାଁରେ ପତ୍ନୀକୁ ହତ୍ୟା କରି ନିଜେ ଫାଶି ଦେଇ ସ୍ୱାମୀ ମୃତ। ଭୁବନେଶ୍ୱର ଭରତପୁରରେ ଦାଦା ବଟି ନଦେବାରୁ କାର ସୋରୁମ ମାଲିକ ମାମୁଁ ଭଣଜାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ରାୟଗଡା ଗୁଣପୁରରେ ୨୩୯ ଅଙ୍ଗନବାଡ଼ି କର୍ମୀଙ୍କ ଧାରଣା। ୨୩୯ଟି କେନ୍ଦ୍ର ବନ୍ଦ, ସଂଘ ନେତାଙ୍କୁ କାରଣଦର୍ଶାଅ ନୋଟିସ ଜାରି। ରାୟଗଡା କଲ୍ୟାଣସିଂହପୁରରେ ବଲାଙ୍ଗୀର ପୁଲିସର ଚଢ଼ାଉ, ବିପୁଳ ସୁନା ଓ ରୁପା ଜବତ। କେନ୍ଦୁଝର ବଡ଼ବିଲ ରେଲୱେ ସାଇଡିଂ ନିକଟରୁ ଲୁହାପଥର ଚୋରାଚାଲାଣ, ୩ ଜଣକୁ ଗିରଫ କଲା ପୋଲିସ। ଅନୁଗୁଳ ଛେଣ୍ଡିପଦାରେ ସୁନା ଚୋରି ଗ୍ୟାଙ୍ଗ ଆତଙ୍କ, ସୁନା ସଫା ବାହାନାରେ ଲୁଟିଲେ ୧୦ ଲକ୍ଷରୁ ଉର୍ଦ୍ଧ୍ଵର ସୁନା। ସୁନ୍ଦରଗଡ ଡାକ୍ତରଖାନାରୁ କଏଦୀ ଫେରାର୍‌, ଦୁଇ ଜେଲ୍‌ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। 🇳🇪 କେନ୍ଦ୍ର ସରକାର ଗ୍ରାହକଙ୍କୁ କିଲୋଗ୍ରାମ ପିଛା ୩୫ ଟଙ୍କାରେ ବିକ୍ରି କରିବା ଆରମ୍ଭ କଲେ। ମୁଖ୍ୟ ବିଚାରପତି ଓ ବାର୍‌ କାଉନ୍‌ସିଲ୍‌ ମୁଖ୍ୟଙ୍କୁ ନିମନ୍ତ୍ରଣ ବିବାଦ, ବେଙ୍ଗାଲୁରୁ ନ୍ୟାସନାଲ୍‌ ଲ’ ସ୍କୁଲ୍‌ର ସମାବର୍ତ୍ତନ ଉତ୍ସବ ବାତିଲ୍‌। କାନପୁରରେ ପ୍ରଶିକ୍ଷଣ ବିମାନ ଦୁର୍ଘଟଣା, ୨ ପାଇଲଟ୍‌ ମୃତ। ବଙ୍ଗୋପସାଗର ମଝିରୁ ଆନ୍ଧ୍ରର ‘ମାତୁୟାନାମା’ ଟ୍ରଲର ଉଦ୍ଧାର, ୨୮ ଦିନ ଧରି ଥିଲା ନିଖୋଜ, ୮ ମତ୍ସଜୀବୀ ଉଦ୍ଧାର। ପଶ୍ଚିମବଙ୍ଗ ମାଲଦା ସରକାରୀ ହସ୍ପିଟାଲରେ ୩ ସପ୍ତାହରେ ୬୦ ଶିଶୁଙ୍କ ମୃତ୍ୟୁ। ବିଜେପିର ଛତିଶଗଡ଼ ସାଂସଦ ଭୋଜରାଜ ନାଗ୍‌ କହିଲେ, ମୁଁ ଲେମ୍ବୁକୁ କାଟି ବର୍ଷା ବନ୍ଦ କରିଦେଲି। ଭୂକମ୍ପ ନୁହେଁ, ଗ୍ଲେସିୟର ଧସିବାରୁ ଆସିଲା ନେପାଳର ପ୍ରଳୟଙ୍କରୀ ବନ୍ୟା। ନେପାଳ ବିପର୍ଯ୍ୟୟ ପରେ ଚୀନ୍‌ର ମେଗା ଡ୍ୟାମ୍‌କୁ ନେଇ ଭାରତ ପାଇଁ ବଢ଼ିଲା ଚିନ୍ତା। ଆମେରିକାରେ ବଡ଼ ଧରଣର ଭିସା ବାତିଲ୍ ଅଭିଯାନ ଆରମ୍ଭ। ପୁଣି ସାନଫ୍ରାନସିସ୍‌କୋରେ ଅ-ତିଥି ରଥଯାତ୍ରା। ଇସକନ ପ୍ରତିଷ୍ଠାତା ଶ୍ରୀଲ ପ୍ରଭୁପାଦଙ୍କ ଧାରାକୁ ମାନିଲେ ନାହିଁ। 🚴🏾‍♂️⚽🏏 ମହିଳା ଏସିଆ କପ୍‌ କ୍ରିକେଟ୍‌ ଆଜିଠାରୁ ଦୁବାଇରେ ଆରମ୍ଭ ହେବ। ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଏଫ୍‌ସି ୧୭ ବର୍ଷରୁ କମ୍‌ ଏସୀୟ କପ୍‌ କ୍ବାଲିଫାୟର୍ସ, ମାଲେସିଆ ବିପକ୍ଷରୁ ଭାରତର ଅଭିଯାନ ଆରମ୍ଭ ହେବ। ଅଷ୍ଟ୍ରେଲିଆ ବିପକ୍ଷ ୧୯ ବର୍ଷରୁ କମ୍‌ ଭାରତୀୟ ଦଳରେ ବୀରେନ୍ଦ୍ର ସେହୱାଗ ଓ ରାହୁଲ ଦ୍ରାବିଡଙ୍କ ପୁଅ ଏକ ଦିବସୀୟ ଦଳରେ ଖେଳିବେ। *ଗତବର୍ଷ ଏଇ ସମୟରେ* ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିବା ପାଇଁ ଟୋଲ୍ ଫ୍ରି ନମ୍ବର ୧୪୪୭୧ ଆରମ୍ଭ ହୋଇଥିଲା। କେନ୍ଦୁଝର ଘଟଗାଁ ତାରିଣୀ ପୀଠରେ ୨୧୫ କୋଟି ଟଙ୍କା ସରକାର ଖର୍ଚ୍ଚ କରିବେ ବୋଲି କହିଥିଲେ। ପୁରୀ ଶ୍ରୀମନ୍ଦିରରେ ପୁଣି ହିଡେନ୍ କ୍ୟାମେରାରେ ସୁଟିଂ କରୁଥିଲେ ଯୁବକ। କଟକ ରେଲୱେ ଷ୍ଟେସନ ପ୍ଲାଟଫର୍ମ ୧ ରେ ଛାତ ଖସି ପଡ଼ିଥିଲା। ଜମ୍ମୁ ବୈଷ୍ଣୋଦେବୀ ଭୂସ୍ଖଳନରେ ୩୬ ମୃତ, ବନ୍ୟାରେ ଭୟଙ୍କର ସ୍ଥିତି ହୋଇଥିଲା। ================= ଆଜି ଜନ୍ମଦିନ: ହରିହର ସୋରେନ, ନାରାୟଣ ଗୁରୁ, ଦୀପକ ତିଜୋରି, ପ୍ରିୟା ଦତ୍ତ ଆଜି ତିରୋଧାନ: ରାଜା ଜୟସିଂହ, ସୁମିତ୍ରା ଦେବୀ ଇତିହାସରେ ଆଜି: (୧୯୮୬) ଭାଗ୍ୟଶ୍ରୀ ସାଠେ ହେଲେ ପ୍ରଥମ ଭାରତୀୟ ମହିଳା ଚେସ ଗ୍ରାଣ୍ଡମାଷ୍ଟର/ (୧୯୬୩) ୱାଶିଂଟନର ଏଭରଗ୍ରୀନ ବ୍ରିଜ ଉଦଘାଟିତ/ (୧୯୯୬) ଚାର୍ଲସ ଓ ଡାଏନାଙ୍କ ବିବାହ ବିଚ୍ଛେଦ ହୋଇଥିଲା। ================= *ବନ୍ଦେ ଉତ୍କଳ ଜନନୀ* 🪻🌻🪻
157
12
*ଖବର ଆଜିର, ୨୭ ଅଗଷ୍ଟ ଗୁରୁବାର* ================ ଆସନ୍ତା ୨୮ ତାରିଖ ଦିନ ବର୍ଷର ଦ୍ବିତୀୟ ଚନ୍ଦ୍ରଗ୍ରହଣ ହେବ। ସକାଳ ୬ଟା ୫୩ ମିନିଟ୍‌ରେ ଆରମ୍ଭ ହେବ। ରକ୍ଷାବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ‘ଆମ ବସ୍‌’ରେ ମହିଳାମାନଙ୍କୁ ମାଗଣାଯାତ୍ରା। ମାଧ୍ୟମିକ ଶିକ୍ଷା ପରିଷଦ ଦଶମ ‌ଶ୍ରେଣୀ ଇଂରାଜୀ ବହିରେ ତ୍ରୁଟି। ଅଭିଯୋଗ ପରେ ୨ଟି ସଂଶୋଧନ, ଆହୁରି ରହିଗଲା ଅନେକ ତ୍ରୁଟି। ରାଜ୍ୟର ଖୁଚୁରା ବଜାରରେ ଚିନି କେଜି ୭୫, ଚାପରେ ମିଠା ବ୍ୟବସାୟୀ ଓ ଚା ଦୋକାନୀ। ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ଯାଏ ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରା ଅନୁଷ୍ଠିତ ହେବ। ଆନିମେଟେଡ୍ ଚଳଚ୍ଚିତ୍ର ‘ମହାପ୍ରଭୁ ଜଗନ୍ନାଥ’ ଓ ‘ଜୟ ଜଗନ୍ନାଥ’ ଧାରାବାହିକକୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ବିରୋଧ। ଆସନ୍ତା ସେପ୍ଟେମ୍ବର ୩ରୁ ଆକାଶପଥରେ ଯୋଡ଼ିହେବ ମାଲକାନଗିରି। କଟକ ଏସ୍‌ସିବି ମେଡିକାଲରେ ଖାଇଗଲେ ୧.୪ କୋଟି, ଧରିଲା ଅଡିଟ। ତୃତୀୟ, ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଟଙ୍କା ବୁଡ଼ିଲା। ଯାଜପୁର ଜିଲ୍ଲା‌ରେ ଖଣିଜ ପାଣ୍ଠିର ଖର୍ଚ୍ଚକୁ ନେଇ ସିଏଜି ଆପତ୍ତି କଲେ। ନିୟମ ବାହାରେ ଶହ ଶହ କୋଟି ଖର୍ଚ୍ଚ କରିଛନ୍ତି। ଆନ୍ଧ୍ରର ‘ନେରେଡ଼ି’ ପ୍ରକଳ୍ପ ପାଇଁ ଜମି ଦେବ ଓଡ଼ିଶା। ଗଜପତିର ୧୦୬ ଏକର ଜମି ଅଧିଗ୍ରହଣ ହେବ। ଯାଜପୁର କାଳିଆପାଣିରେ ଜଙ୍ଗଲରେ ଫିଙ୍ଗିଦେଲେ ପେଟିପେଟି ଆଇରନ ବଟିକା। ରାଉରକେଲା ସର୍କିଟ୍‌ ହାଉସ୍‌ରେ ଅପରାଧୀଙ୍କ ମେଳି: ବିହାରୀ ବିଜେପି ଯୁବନେତା ପ୍ରକାଶ ପାଶୱାନ ଗିରଫ। ସମ୍ବଲପୁର ଦୂତିକା ସାହୁ ମହାବିଦ୍ୟାଳୟର ୭୩.୪୪ ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ପୂର୍ବତନ ଅଧ୍ୟକ୍ଷ ଗିରଫ। ମାଲକାନଗିରିରେ କୋଟିଏରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ କଲା କାଲିମେଳା ପୁଲିସ। ନବରଙ୍ଗପୁରରେ ଗଞ୍ଜେଇ ଚୋରା ଚାଲାଣ, ୪ ଅଭିଯୁକ୍ତ ଗିରଫ। କନ୍ଧମାଳ ବାଲିଗୁଡା ଖଡ଼ଗ ନଦୀରେ ଡଙ୍ଗା ବୁଡ଼ିଲା। ୬ ଜଣ ଉଦ୍ଧାର, ୨ ନିଖୋଜ। କନ୍ଧମାଳ ଜିଲ୍ଲା ସୁଡ୍ରେଜୁ ନିକଟ କ୍ରାଣ୍ଡିମାସ୍କାରେ ଅଜଣା ଗାଡ଼ି ଧକ୍କାରେ ୨ ବାଇକ୍‌ ଆରୋହୀଙ୍କ ସହ ୨ ଗୋରୁଙ୍କ ମୃତ୍ୟୁ। କଟକ ଜିଲ୍ଲାର ବାଙ୍କୀରେ ଚାଞ୍ଚଲ୍ୟ, ବୋମା ଖାଇ ଷଣ୍ଢ ମୃତ। କେନ୍ଦ୍ରାପଡ଼ା ଜିଲ୍ଲା ନଈନାଳରେ ଅଘୋଷିତ କର୍ଫ୍ୟୁ: ପାଦ ବୁଡ଼ାଇଲେ ଟାଣି ନେଉଛି କୁମ୍ଭୀର! 🇳🇪 ଭାରତ ନେପାଳ ସୀମାନ୍ତରେ ୪.୪ ତୀବ୍ରତା ଝଟକାରେ ଭାଙ୍ଗିଲା ବରଫ ପାହାଡ଼। ନେପାଳ-ଚୀନ୍ ସୀମାରେ ଧ୍ୱଂସଲୀଳା, ୪୦ କିମି ରାସ୍ତା ଓ ୧୯ଟି ସେତୁ ଭାସିଗଲା। ୧୫୭ ମୃତ, ୧୩୩ ଭାରତୀୟ ନିଖୋଜ, ୪୦୦ ପର୍ଯ୍ୟଟକଙ୍କ ପତ୍ତା ମିଳୁନି, ଭାସିଗଲା ଅନେକ ଗାଁ। ଆଇଆଇଟି ଦିଲ୍ଲୀରେ ୩୧ ବର୍ଷୀୟ ଏମ୍‌ଏସ୍‌ସି ଫିଜିକ୍ସ ଛାତ୍ରଙ୍କ ମୃତ୍ୟୁକୁ ନେଇ ଛାତ୍ର ଆନ୍ଦୋଳନ ତୀବ୍ର। ତେଲେଙ୍ଗାନା ସୂର୍ଯ୍ୟାପେଟରେ ବସ୍‌-ଟ୍ରକ୍‌ ଧକ୍କା: ୬ ମୃତ, ୧୪ ଆହତ। ବିହାର ଭାଗଲପୁର ଗଙ୍ଗା ନଦୀରେ ଓଲଟି ପଡ଼ିଲା ଡଙ୍ଗା, ୬ଜଣ ଶ୍ରମିକ ନିଖୋଜ। ୨୦୪୭ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ, ସବୁ ସମସ୍ୟା ଦୂର ହେବ, କହିଲେ ଗୁରୁଗ୍ରାମ ହରିୟାଣା ସାଂସଦ। ଆସୁଛି ଆଉ ଏକ ଲଘୁଚାପ, ପୁଣି ବଡ଼ ବର୍ଷା ହେବ। ପ୍ରଥମେ ୧୦ଟି କଲେଜରେ ଲାଗୁ ହେଲା ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା, ସର୍ବନିମ୍ନ ୭୫% କ୍ଲାସ୍ ଉପସ୍ଥାନ ଆବଶ୍ୟକ। ଟେଲିକମ୍ ଟାରିଫ୍‌ରେ ୧୨% ବୃଦ୍ଧି ସମ୍ଭାବନା। ନଭେମ୍ବର ଡିସେମ୍ବରରେ ଆସିପାରେ ନୂଆ ଦର। ଦିଲ୍ଲୀରେ ୨,୩୦୮ ଜଣ ସ୍ୱାଇନ ଫ୍ଲୁ ସଂକ୍ରମିତ, ମୁଖ୍ୟମନ୍ତ୍ରୀ ଡାକିଲେ ଜରୁରୀ ବୈଠକ। 🚴🏾‍♂️⚽🏏 ଏସୀୟ କ୍ରୀଡ଼ାରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ସିଧାସଳଖ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ସେପ୍ଟେମ୍ବର ୧୮ରେ ଜାପାନ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ବର୍ଷା ଅଟକାଇଲା ଖେଳ; ଶ୍ରୀଲଙ୍କା ୧୬ ରନ୍‌ରେ ଆଗୁଆ। *ଗତବର୍ଷ ଏଇ ସମୟରେ* ଓଡ଼ିଶାରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୫୫ଟି ବହି ବଦଳାଇବାକୁ ନିଷ୍ପତ୍ତି ହୋଇଥିଲା। 'ମୋ ସରକାର' ଓ 5T ଢାଞ୍ଚାରେ ଆରମ୍ଭ ହୋଇଥିଲା ‘ଆମ ଶାସନ’। ================= ମଲଡୋଭା ଦେଶର ସ୍ଵାଧୀନତା ଦିବସ ଆଜି ଜନ୍ମଦିନ: କୁସ୍ତିଯୋଦ୍ଧା ଖଲ୍ଲି, ଦୋରାବଜୀ ଟାଟା, ନେହା ଧୁପିଆ, ସବ୍ୟସାଚୀ ମହାପାତ୍ର (ନିର୍ଦ୍ଦେଶକ, ସୁବର୍ଣ୍ଣପୁର), ପ୍ରତିମା ପୁହାଣ (ନୌଚାଳନା, କଟକ) ଆଜି ତିରୋଧାନ: ମୁକେଶ (ଗାୟକ), ହୃଷିକେଶ ମୁଖାର୍ଜୀ ଇତିହାସରେ ଆଜି: (୧୯୫୫) ଗିନିଜ ବୁକ ଅଫ ରେକର୍ଡ଼ସ ପ୍ରକାଶିତ ହେଲା/ (୧୬୦୪) ସ୍ବର୍ଣ୍ଣ ମନ୍ଦିରରେ ଆଦି ଗ୍ରନ୍ଥ ସାହିବ ବଦଳ/ (୧୮୭୦) ଶ୍ରମଜୀବୀ ସଂଘ ସ୍ଥାପନ/ (୧୯୯୯) କାରଗିଲ ଯୁଦ୍ଧରେ ବନ୍ଦୀ ପାକିସ୍ଥାନୀଙ୍କୁ ଖଲାସ କଲା ଭାରତ ================= *ବନ୍ଦେ ଉତ୍କଳ ଜନନୀ* 🪻🌻🪻
146
13
*ଖବର ଆଜିର, ୨୬ ଅଗଷ୍ଟ ବୁଧବାର* ================= ସଡ଼କ ଦୁର୍ଘଟଣା ମୃତ୍ୟୁ ହ୍ରାସ କରିବା ପାଇଁ ଆସନ୍ତା ୭ ମାସ ପର୍ଯ୍ୟନ୍ତ ପ୍ରତି ମାସର ପ୍ରଥମ ସପ୍ତାହରେ ପାଳନ ହେବ ‘ଶୂନ ମୃତ୍ୟୁ ସପ୍ତାହ’। ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ। ଓଡ଼ିଶା ସରକାର ପୁନର୍ବାସ ଓ ଥଇଥାନ ନୀତିରେ ଅନୁଦାନ ଓ କ୍ଷତିପୂରଣ ହାର ବୃଦ୍ଧି କରିଛନ୍ତି। ୧ ଏପ୍ରିଲ ୨୦୨୬ରୁ ୩୧ ମାର୍ଚ୍ଚ ୨୦୨୮ ପର୍ଯ୍ୟନ୍ତ ଲାଗୁ ରହିବ। ଆସନ୍ତା ୨୮ ତାରିଖ ରାକ୍ଷୀ ପୂର୍ଣ୍ଣିମାରେ ନୟାଗଡ଼ଠାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ ହେବ। ଓଡ଼ିଶାରେ ‘ଭିବିଜି ରାମଜି’ ଯୋଜନାରେ କାମ ୭୮% କମିଲା, ଦେଶର ପଞ୍ଚମ ସର୍ବାଧିକ ହ୍ରାସ। ଧାନବିକ୍ରି ପଞ୍ଜୀକରଣ ପାଇଁ ଭାଗଚାଷୀଙ୍କ ଅଧିକାର ଛଡ଼ାଇ ନେଲେ ସରକାର। ଆପ୍‌ ଜରିଆରେ ବାୟୋମେଟ୍ରିକ ଅନୁମତିର ବ୍ୟବସ୍ଥା କାମ କରୁନାହିଁ। ପୁରୀରେ ଶ୍ବେତଗଙ୍ଗା ପାଚେରିରେ ପୁଣି ବଡ଼ ଫାଟ, ଭୁଶୁଡ଼ିବ ଲାଗିଥିବା ପାଚେରି। ଅନୁଗୋଳ ଜିଲ୍ଲା ତାଳଚେରରେ ଚାଲୁଥିବା ମୋଟ୍‌ ୫୦ଟି ଆମ୍ବୁଲାନ୍ସ ମଧ୍ୟରୁ ୩୮ଟି ଗାଡ଼ିର ଫିଟ୍‌ନେସ୍‌ ନାହିଁ। ରାଉରକେଲା ସର୍କିଟ୍‌ ହାଉସ୍‌ରୁ ବନ୍ଧୁକ ଜବତ ହେବା ଘଟଣାରେ ଗିରଫଦାରୀ ଏଡ଼ାଇବା ପାଇଁ ବିଜେପି ଯୁବନେତା ପ୍ରକାଶ ପାଶ୍ୱାନ ହାଇକୋର୍ଟଙ୍କ ଦ୍ବାରସ୍ଥ। ସମ୍ବଲପୁର ମହାନଗର ନିଗମରେ ପଶିଲା ଭିଜିଲାନ୍ସ। ବଜାର ଓ ରାସ୍ତାଘାଟରେ ଉଠା ଦୋକାନୀଙ୍କଠାରୁ ମନଇଚ୍ଛା ଫି’ ଆଦାୟ କରିବା ମାମଲା। ପାରାଦୀପରୁ ଲୁହାପଥର ନେଇ ଯାଉଥିବା 'ଓସେନ୍ ୱିନର' ଜାହାଜ ଆଣ୍ଡାମାନ ନିକଟରେ ନିଖୋଜ ଘଟଣାର ୪ ଦିନ ପରେ ବି ଜାହାଜ ଓ ୨୨ କର୍ମଚାରୀଙ୍କ ପତ୍ତା ମିଳିନି। ଭଦ୍ରକରେ ଚତୁର୍ଥ ବନ୍ୟା ଆଶଙ୍କା: ବିପଦ ସଙ୍କେତ ଉପରେ ସାଳନ୍ଦୀ ଓ ବୈତରଣୀ, ଅନେକ ପଞ୍ଚାୟତ ଜଳମଗ୍ନ। କୋରାପୁଟ ବୋରିଗୁମ୍ମା ରେ ପୁଲିସ ଓ ଡକାୟତ ଦଳ ମୁହାଁମୁହିଁ, ଅସ୍ତ୍ରଶସ୍ତ୍ର ଧରି ଜଙ୍ଗଳ ପଳେଇଲେ ଡକାୟତ। ପୁଲିସ ଗାଡି ଚାବି ନେଇଗଲେ। ଯାଜପୁର ଦଶରଥପୁରରେ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ରିଲିଫ ପାଣ୍ଠିରୁ ଆସିଥିବା ରିଲିଫ୍ ଚୋରି ହୋଇଗଲା। ଥାନାରେ ଅଭିଯୋଗ କଲେ ଜିଲ୍ଲାପାଳ। ବ୍ରହ୍ମପୁରରେ ସରକାରୀ ଚାକିରିର ‌ଲୋଭ ଦେଖାଇ ୨.୪୮ କୋଟି ଟଙ୍କା ଠକିଥିବା ଏକ ୫ଜଣିଆ ଗ୍ୟାଙ୍ଗ୍‌କୁ ବୈଦ୍ୟନାଥପୁର ଥାନା ପୁଲିସ କାବୁ କରିଛି। କଳାହାଣ୍ଡି କେସିଙ୍ଗା ରେ ୬ ଆନ୍ତଜିଲ୍ଲା ଚୋର ଗିରଫ, ୨ ଲକ୍ଷ ୭୦ ହଜାର ଟଙ୍କା, ୭୨ ଗ୍ରାମ ସୁନା ଜବତ। ଜଗତସିଂହପୁର ସହରରେ ନିମ୍ନମାନର ଖାଦ୍ୟ ଓ ଅସ୍ବାସ୍ଥ୍ୟକର ପରିବେଶ, ୩ ହୋଟେଲ ସିଲ୍ କଲା ପ୍ରଶାସନ। WhatsApp Channel join https://whatsapp.com/channel/0029VaUgRXG5fM5gVRc7391u ରାଉରକେଲା ଆରଏସପି କ୍ବାର୍ଟରରୁ ଆମ୍ବୁଲାନ୍ସ ଚାଳକଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି l ମୃତକ ରାକେଶ ପାତ୍ର। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରେ ଡଙ୍ଗା ଉପରକୁ ଚଢ଼ୁଥିବା ବେଳେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର। ଫୁଲବାଣୀ କଟରିଙ୍ଗିଆ ପଂଚାୟତରେ ସନ୍ତାନପ୍ରାପ୍ତି ଆଶାରେ ଚେରମୂଳି ଔଷଧ ଖାଇ ଦମ୍ପତି ମୃତ। ନୂଆପଡା ଜିଲ୍ଲା କୋମନାରେ ଟସର ସୂତା ୟୁନିଟ୍‌ ‘ଭୂତକୋଠି’। ଦୁର୍ଦ୍ଦିନରେ ଚାଷୀ ଓ ଶ୍ରମିକ, ଖତ ଖାଉଛି ମେସିନ୍‌। 🇳🇪 ରାମମନ୍ଦିର ଦାନ ଚୋରି ମାମଲାର ଖବର ପ୍ରକାଶ କରିିଥିବା ସାମ୍ବାଦିକଙ୍କୁ ୟୁପି ପୁଲିସର ଟାର୍ଗେଟ୍‌। ସୁରକ୍ଷା ପ୍ରଦାନ କଲେ ସୁପ୍ରିମ୍‌କୋର୍ଟ ବିହାରରେ ବିପିଏସ୍‌ସି ନିଯୁକ୍ତି ପରୀକ୍ଷାରେ ଜାଲିଆତି ନେଇ ଚାଲିଥିବା ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଛି। ଭାରତରେ ଫ୍ଲୁ ଆକ୍ରାନ୍ତଙ୍କ ୯୮% ମାମଲା, ଏଚ୍‌୧ଏନ୍‌୧-ଜନିତ ଭୟର କାରଣ ନ ଥିବା କହିଲା ଆଇସିଏମ୍‌ଆର୍‌। ଇରାନ ଉପରେ ଆମେରିକା ନୂଆ କଟକଣା ଲାଗୁ କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ପୁଣି ବଢ଼ିଲା। ମସ୍କୋରେ ପହଁଚିଲା ଆମେରିକା ସାମରିକ ବିମାନ। କୂଟନୈତିକ ମହଲରେ ବିଭିନ୍ନ ଆକଳନ। ଗତ ୭ ଦିନ ମଧ୍ୟରେ ସମଗ୍ର ବିଶ୍ବରେ ୪.୫ କିମ୍ବା ଅଧିକ ତୀବ୍ରତାର ୧୮୭ଟି ଭୂକମ୍ପ ରେକର୍ଡ ହୋଇଛି। 🚴🏾‍♂️⚽🏏 ଅଲ୍‌ଆଉଟ୍‌ରୁ ବର୍ତ୍ତିଲା ଶ୍ରୀଲଙ୍କା, ସ୍କୋର ୨୬୫/୮, ବର୍ଷା ଯୋଗୁଁ ଅଟକିଲା ମ୍ୟାଚ୍‌। ଏସୀୟ ରଗ୍‌ବି ଏମିରେଟ୍‌ସ ସିରିଜ୍‌ ପାଇଁ ଭାରତୀୟ ବରିଷ୍ଠ ଦଳରେ ୬ ଓଡ଼ିଆ ଖେଳାଳି। ପୁରୁଷ ଦଳରେ ୨ ଏବଂ ମହିଳା ଦଳରେ ୪ ଜଣ। ଏଫ୍‌ଆଇଏଚ୍‌ ହକି ବିଶ୍ୱକପ୍‌ରେ ଭାରତୀୟ ପୁରୁଷ ଦଳର ଅଭିଯାନ ନୈରାଶ୍ୟଜନକ ଭାବେ ଶେଷ। ସେମିଫାଇନାଲ୍‌ ଦୌଡ଼ରୁ ବାଦ ପଡିଲେ। *ଗତବର୍ଷ ଏଇ ସମୟରେ* ରାଜ୍ୟ ସରକାରଙ୍କ ପକ୍ଷରୁ ସୁଶାସନ ପାଇଁ ‘ଆମ ଶାସନ’ ବ୍ୟବସ୍ଥା ଆରମ୍ଭ ହେବବୋଲି ଘୋଷଣା ହୋଇଥିଲା। ସରକାର ଘୋଷଣା କରିଥିଲେ, ଭୂମିହୀନଙ୍କୁ ଖୋଜି ଖୋଜି ପଟ୍ଟା ଦେବେ ତହସିଲଦାର। ଓଡ଼ିଶାରେ ସି-ପ୍ଲେନ୍ ଏବଂ ହେଲି ଟ୍ୟାକ୍ସି ସେବା ଆରମ୍ଭ ହେବ ବୋଲି ଘୋଷଣା ହୋଇଥିଲା। ================= ଆଜି ବିଶ୍ୱ କୁକୁର ଦିବସ ଆଜି ଜନ୍ମଦିନ: ମଦର ଟେରେସା, ମେନକା ଗାନ୍ଧୀ, ମଧୁର ଭଣ୍ଡାରକର, ପଲ୍ଲବୀ ଯୋଶୀ (ସିନେମା), ଆଚାର୍ଯ୍ୟ ଚତୁରସେନ ଶାସ୍ତ୍ରୀ ଆଜି ତିରୋଧାନ: ଏକେ ହଙ୍ଗଲ ଇତିହାସରେ ଆଜି: (୧୯୨୦) ଆମେରିକାରେ ମହିଳାଙ୍କୁ ଭୋଟ ଅଧିକାର/ (୧୩୦୩) ଖିଲିଜି ସେନାର ଚିତୋରଗଡ଼ ଦୁର୍ଗ ବିଜୟ/ (୧୯୧୪) ବ୍ରିଟିଶ ଅସ୍ତ୍ର ଜାହାଜକୁ ଲୁଟିଲେ ସ୍ୱାଧୀନତା ସଂଗ୍ରାମୀ ================== *ବନ୍ଦେ ଉତ୍କଳ ଜନନୀ* 🪻🌻🪻
161
14
*ଖବର ଆଜିର, ୨୫ ଅଗଷ୍ଟ, ମଙ୍ଗଳବାର* ================ ବର୍ଷାରେ ପୁଣି ଫୁଲିଲା ମହାନଦୀ, ବୈତରଣୀ ନଦୀ, ବଡ଼ ବନ୍ୟା ଆଶଙ୍କା, ହୀରାକୁଦରେ ୧୬ ଗେଟ୍‌ ଖୋଲିଲା। ଇନ୍ଦ୍ରାବତୀ ନଦୀର ପାଣି ବଢ଼ିଲା, ନବରଙ୍ଗପୁର କୋଷାଗୁମୁଡାରେ ୨ ଗ୍ରାମର ୧୫୦୦ ଲୋକ ଜଳବନ୍ଦୀ। ଦେବୋତ୍ତର ଆଇନ ସଂଶୋଧନ ହେବ, ମନ୍ଦିର, ମଠର ପ୍ରଶାସନିକ ଓ ଆର୍ଥିକ ପରିଚାଳନା ସୁଦୃଢ଼ କରାଯିବ। ରାଜ୍ୟରେ ପୂର୍ତ୍ତ ବିଭାଗରେ ରାଜପଥ ୫୦% କାମ ବିଳମ୍ବରେ ଚାଲିଛି, ଅନ୍ୟ ରାସ୍ତା ୬୬%, ଓବିସିସି କାମ ୯୪%, ନଗର ଉନ୍ନୟନ ୪୨%, ଗ୍ରାମ୍ୟ ଉନ୍ନୟନ କାମ ୧୦୦% ବିକମ୍ବ: ଯୁଗଳ ମହାପାତ୍ର ରିପୋର୍ଟ। ଓଡ଼ିଶା କ୍ରିକେଟ ଆସୋସିଏସନ ତୁରନ୍ତ ନିର୍ବାଚନ କରିବା ଉଚିତ, କହିଲେ ଓଡ଼ିଶା ହାଇକୋର୍ଟ। ଜିଆଇ) ଟ୍ୟାଗ୍‌ ମାନ୍ୟତା ଦୌଡ଼ରେ ଓଡ଼ିଶାର ୬ଟି ଖାଦ୍ୟ। ସମ୍ବଲପୁରର ସରସତିଆ, ଢେଙ୍କାନାଳର ପାଳ ବାଇଗଣ, ପୁରୀ ମାଣିକପାଟଣା ଦହି, କୋରାପୁଟର ବାଟି ମାଣ୍ଡିଆ ଓ କେନ୍ଦୁଝରର ପେଜୁଆ ବିରି। ପୁରୀ ଶ୍ରୀମନ୍ଦିରରେ ପୁଣି ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ ହେବ। ୫ଟି ରାମ୍ପ ଯୋଗେ ଦର୍ଶନ ହେବ, ଘଣ୍ଟାକୁ ୮ରୁ ୧୦ ହଜାର ଶ୍ରଦ୍ଧାଳୁ ଦର୍ଶନ କରିବେ। ପୁରୀ ଷ୍ଟେସନ ଆଧୁନିକୀକରଣ ପାଇଁ ଅକ୍ଟୋବର ୨୦ ପର୍ଯ୍ୟନ୍ତ କେତେକ ଟ୍ରେନ୍‌ର ସେବାରେ ସାମୟିକ ପରିବର୍ତ୍ତନ ହେବ। ଭୁବନେଶ୍ୱରରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ୬୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ସେପ୍ଟେମ୍ବର ୬ ରେ ନୂଆଦିଲ୍ଲୀ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଇଣ୍ଡିଆନ୍ ଜର୍ଣ୍ଣାଲିଜମ୍ ଆୱାର୍ଡ ଏବଂ ଓଡ଼ିଶା ଜର୍ଣ୍ଣାଲିଜମ୍ ଆୱାର୍ଡ ଦିଆଯିବ। ବକେୟା ଖଣି ଟିକସ ଆଦାୟ ହୋଇ କେନ୍ଦ୍ରକୁ ନଦେଲେ ପ୍ରତି ଓଡ଼ିଆଙ୍କୁ ମିଳିବ ୨୨ହଜାର: କହିଲା କଂଗ୍ରେସ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ର ହିଞ୍ଜିଲିବାହାଲି ଓ ଜିଲିଙ୍ଗଦରରେ ରତ୍ନପଥର ଖଣିରୁ ଚୋରି ହେଉଛି। ସବୁଜାଣି ପୁଲିସ ଓ ପ୍ରଶାସନ ଚୁପ। ପରଲୋକରେ ବିଶିଷ୍ଟ ସାହିତ୍ୟିକ ଗିରି ଦଣ୍ଡସେନା, ସୁନ୍ଦରଗଡ଼ରେ ଶୋକର ଛାୟା। ପାରାଦୀପରୁ ଲୁହାପଥର ନେଇ ଚୀନ ଯାଉଥିବା ‘ଓସେନ୍ ୱିନର’ ଜାହଜ ଆଣ୍ଡାମାନ ନିକଟରେ ହଜିଯିବା ଘଟଣାର ରହସ୍ୟ ଏପର୍ଯ୍ୟନ୍ତ ଖୋଲିପାରୁନି। କେନ୍ଦୁଝର ଜିଲ୍ଲା ରିମୁଳି-ରାଜାମୁଣ୍ଡା ୫୨୦ ନମ୍ବର ଜାତୀୟ ରାଜପଥରେ ବାରବାଙ୍କ ଘାଟିରେ ଭୂସ୍ଖଳନ, ଯାତାୟାତ ପ୍ରଭାବିତ। ରାୟଗଡ଼ା ଜିଲ୍ଲା ଗୁଣପୁର ବରୁଣ ନଗର ଲେନ୍ - ୧ ରେ ଥିବା ଭଡ଼ା ଘରେ ବିଟେକ୍ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଠାବ। କେନ୍ଦୁଝର ବଡ଼ବିଳରେ ନାଳରେ ଭାସି ଯାଇଥିବା ଦୁଇ ବ୍ୟକ୍ତିଙ୍କ ଆଜି ମିଳିଲା ମୃତଦେହ। ନୂଆପଡା: ଓଡ଼ିଶା- ଛତିଶଗଡ଼ ସୀମାନ୍ତରେ ୪ କ୍ଵିଣ୍ଟାଲ ଗଞ୍ଜେଇ ଜବତ, ୫ ଗିରଫ। 🇳🇪 କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ରାଜନୀତିରୁ ଅବସର ନେଇପାରନ୍ତି ବୋଲି ଚର୍ଚ୍ଚା ଧରିଛି। ଟିଏମ୍‌ସି ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ କୃଷ୍ଣନଗର କୋର୍ଟ କରିଥିବା ଗିରଫ ପରୱାନା ଉପରେ କଲିକତା ହାଇକୋର୍ଟ ରହିତାଦେଶ ଲଗାଇଲେ। ଛତିଶଗଡ଼ର ସୁକମା ଜଙ୍ଗଲରୁ ବଡ଼ ମାଓ ଡମ୍ପ୍‌ ଠାବ। ବିପୁଳ ବନ୍ଧୁକ, ଅଫୁଟା ଗୁଳି, ବୋମା ଆଦି ଜବତ। ଦିିଲ୍ଲୀ-ଏନ୍‌ସିଆର୍‌ରେ ପ୍ରବଳ ବର୍ଷା ପାଇଁ ୩୮୦ ବିମାନ ବିଳମ୍ବ ହେଲା। ନିର୍ମାଣ ଶ୍ରମିକଙ୍କ ପାଇଁ ପେନସନ ଯୋଜନା ଆଣିବ ଇପିଏଫଓ। 🚴🏾‍♂️⚽🏏 କଲମ୍ବୋରେ ଭାରତ ପ୍ରଥମ ଇଂନିସ୍ ୯/୫୦୩, ଶ୍ରୀଲଙ୍କା ୨/୮, ଜୁରେଲଙ୍କ ଦ୍ବିତୀୟ ଟେଷ୍ଟ ଶତକ ହାସଲ। ଜର୍ମାନୀ ଗ୍ରାଣ୍ଡମାଷ୍ଟର ଭିନ୍ସେଣ୍ଟ କେମରଙ୍କୁ ପରାସ୍ତ କରି ଭାରତର ଆର୍‌. ପ୍ରଜ୍ଞାନନ୍ଦା ଗ୍ରାଣ୍ଡ ଚେସ୍ ଟୁର୍‌ର ଫାଇନାଲର ନିକଟତର ହୋଇଛନ୍ତି। ଏସୀୟ କ୍ରୀଡ଼ା ଟେନିସ ଦଳ ଚୟନକୁ ନେଇ ପ୍ରଶ୍ନ ଉଠାଇଲେ ରୋହନ ବୋପନ୍ନା। ପଡ଼ିଆରେ ଯୁକ୍ତିତର୍କ କରିଥିବା ଭାରତର ୟଶସ୍ୱୀ ଜୟସ୍ୱାଲ ଏବଂ ଶ୍ରୀଲଙ୍କାର ଅସିଥା ଫର୍ନାଣ୍ଡୋଙ୍କୁ ଦଣ୍ଡିତ କରିଛି ଆଇସିସି। *ଗତବର୍ଷ ଏଇ ସମୟରେ* ରିଲାଏନ୍ସ କମ୍ୟୁନିକେସନ ଓ ଅନିଲ୍ ଅମ୍ବାନୀଙ୍କୁ ଠକ ଘୋଷଣା କରିଥିଲା ବ୍ୟାଙ୍କ ଅଫ ଇଣ୍ଡିଆ। ହରିୟାଣାରେ ୬୫୦ଟି ଘରୋଇ ହସ୍ପିଟାଲର ୪୯୦ କୋଟି ଟଙ୍କା ବାକି ଯୋଗୁଁ ଆୟୁଷ୍ମାନ ଭାରତ ଯୋଜନା ବନ୍ଦ ହୋଇଥିଲା। କେନ୍ଦ୍ର ସରକାରଙ୍କ କହିଥିଲେ, ବ୍ୟାଙ୍କରୁ ୠଣ ପାଇବା ପାଇଁ ସିବିଲ ସ୍କୋର ବାଧ୍ୟତାମୂଳକ ନୁହେଁ । ================ ଉରୁଗୁଏ ଦେଶ ସ୍ୱାଧୀନତା ଦିବସ ଆଜି ଜନ୍ମଦିନ: ରାଧାମୋହନ ଗଡନାୟକ, ଗିରିଧାରୀ ଲାଲ କେଡ଼ିଆ, ରତ୍ନାକର ଚଇନି, ଭିନେଶ ଫୋଗଟ, ତସଲିମା ନସରିନ ଆଜି ତିରୋଧାନ: ମାଇକେଲ ଫାରାଡେ, ନିଲ ଆର୍ମଷ୍ଟ୍ରଙ୍ଗ, ରଘୁନାଥ ପାଣିଗ୍ରାହୀ ଇତିହାସରେ ଆଜି: (୨୦୦୩) ମୁମ୍ବାଇ କାର ବୋମା ବିସ୍ଫୋରଣ/ (୨୦୧୨) ସୌର ମଣ୍ଡଳ ବାହାରକୁ ଗଲା ଭୟେଜର/ (୧୬୦୯) ଗାଲିଲିଓ ପ୍ରଥମ ଟେଲିସ୍କୋପ ଦେଖାଇଲେ ସରକାରଙ୍କୁ/ (୧୯୫୭) ଭାରତ ବିଶ୍ୱ ପୋଲୋ ଚମ୍ପିୟାନ ହେଲା ================= *ବନ୍ଦେ ଉତ୍କଳ ଜନନୀ* 🪻🌻🪻
165
15
*ଖବର ଆଜିର, ୨୩ ଅଗଷ୍ଟ, ରବିବାର* ================ ଖରିଫ ଧାନ ସଂଗ୍ରହ ପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୭ଲକ୍ଷ ୧୮ହଜାରରୁ ଅଧିକ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ଉତ୍ତର-ପଶ୍ଚିମ ଏବଂ ଦକ୍ଷିଣ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ। ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ଜିଲାରେ ପ୍ରବଳ ବର୍ଷା ହେବ। ‘ଏଲ୍ ନିନୋ’ ପ୍ରଭାବରେ ଶତାବ୍ଦୀର ସବୁଠାରୁ ଗରମ ବର୍ଷ ହେବ ୨୦୨୭। ପୁରୀ ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ଗଣତି ପ୍ରହସନ। ଆସନ୍ତା ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ରେ ହେବ। ରାଜ୍ୟରେ ସହଜ ହେବ ହୋମ୍‌ଷ୍ଟେ ବ୍ୟବସାୟ, ପଞ୍ଜିକରଣ ଓ ପ୍ରମାଣପତ୍ର ନିୟମ କୋହଳ କଲେ ସରକାର। ପେଟ୍ରୋଲରେ ସରକାର ମିଶାଉଥିବା ଇଥାନଲ ପାଇଁ ବଜାରରେ ଚିନି ସଙ୍କଟ। ମାସକରେ ଦରବୃଦ୍ଧି ୪୫% ହେଲା। ପାରାଦୀପରୁ ଲୁହାପଥର ନେଇ ଚୀନ ଯାଉଥିବା ଜାହାଜ ‘ଓସେନ୍‌ ୱିନର୍‌’ ମଝି ସମୁଦ୍ରରେ ନିଖୋଜ ହୋଇଯାଇଛି। ଯାଜପୁର କାଳିଆପାଣି ନଗଡ଼ାରେ ପୁଣି ଅପପୁଷ୍ଟି; ୨ ସାମ୍‌ ଶିଶୁ ଚିହ୍ନଟ। ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ବେଳେ ଅଣନିଶ୍ଵାସୀ ହୋଇ ଟଳି ପଡ଼ିଲେ ରାଜସ୍ଥାନ ମହିଳା ଶ୍ରଦ୍ଧାଳୁ। କଟକ ମେଡ଼ିକାଲ କଲେଜରେ ପ୍ରଫେସରଙ୍କ ଅଭାବରୁ କଟି ଯାଇପାରେ ୩ ବିଭାଗର ପିଜି ସିଟ୍‌। ରାଜଧାନୀ ଭୁବନେଶ୍ୱରର ୟୁନିଟ୍ ୧ ନମ୍ବର ହାଟରେ ପୁଣି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅନୁଗୁଳ ଜିଲା କଣିହାଁ ଏନଟିପିସି ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ୟୁନିଟ୍ -୧ ବଙ୍କର-ବିରେ ଭୟଙ୍କର ବିସ୍ଫୋରଣ, ୫ ଗୁରୁତର। ବୌଦ୍ଧ ଜିଲ୍ଲାରେ ଗଞ୍ଜେଇ ବେପାରରେ ପୁଲିସ ଅଧିକାରୀଙ୍କ ସଂପୃକ୍ତିକୁ ନେଇ ଅଡିଓ ଭାଇରଲ୍‌। କୋରାପୁଟ ଜିଲ୍ଲା ଜୟପୁରରେ କଲେଜ ଛାତ୍ରଙ୍କୁ ସଂଘବଦ୍ଧ ହତ୍ୟା, ୩ ଗିରଫ, ୨ ନାବାଳକ ଅଟକ। ଝାରସୁଗୁଡ଼ାରେ ଫାଇନାନ୍ସ କମ୍ପାନୀ ଖୋଲି, ଲୁଟ୍‌ ହୋଇ ଯାଇଥିବା ମିଛ ନାଟକ କରିଥିବା ଗୋଷ୍ଠୀର ପର୍ଦ୍ଦାଫାସ। ମୟୂରଭଂଜ ଜିଲ୍ଲା ବାରିପଦାରେ କାର୍ଯ୍ୟରତ ସବ୍‌ ଇନ୍ସପେକ୍ଟରଙ୍କ ନାମରେ ମହିଳାଙ୍କ ସାଙ୍ଘାତିକ ଅଭିଯୋଗ। ଫେସବୁକରୁ ସମ୍ପର୍କ। କଟକ ଜିଲ୍ଲା ନିଆଳି ଅଞ୍ଚଳରେ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଯୁବକ ଗିରଫ। ନବରଙ୍ଗପୁର ଜିଲ୍ଲାରେ ସରକାରୀ ତଥ୍ୟ ଅନୁସାରେ ଗତ ୩ ବର୍ଷରେ ୪୨୪୧ ଜଣ ନାବାଳିକା ଗର୍ଭବତୀ ହୋଇଛନ୍ତି। ବାଲେଶ୍ବର ଜଳେଶ୍ବର ରେ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ୁଛି, ଘର ଭିତରେ ପାଣି, ଖଟିଆ, ପଟା ପକାଇ ବସୁଛନ୍ତି। ବାଲେଶ୍ବର ଜିଲା ନୀଳଗିରିର ନୀଳହ୍ରଦରେ ଗାଧୋଇବା ବେଳେ ୨ ଛାତ୍ର ନିଖୋଜ। କୋରାପୁଟ ପାଇନ୍ ଜଙ୍ଗଲରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଗିରଫ ହେଲେ ତିନିଜଣ ଅଭିଯୁକ୍ତ । *ଇନଷ୍ଟିଚ୍ୟୁଟ୍ ଅଫ ବ୍ୟାଙ୍କିଂ ପର୍ସନଲ୍ ସିଲେକ୍ସନ୍ (ଆଇବିପିଏସ) ୧୧,୪୦୩ କ୍ଲର୍କ ପଦବି ପାଇଁ ଆବେଦନର ଶେଷ ତାରିଖ ବୃଦ୍ଧି (୨୮ ଅଗଷ୍ଟ)* 🇳🇪 ନୀତି ଆୟୋଗ ରିପୋର୍ଟ: ଦେଶରେ ୧୫ରୁ ୨୯ ବର୍ଷ ବୟସ ବର୍ଗର ୮.୭ କୋଟି ଯୁବକ ଯୁବତୀ ପାଠ ପଢ଼ୁନାହାନ୍ତି, କି ଚାକିରି କରୁନାହାନ୍ତି। ପୁଲିସ-ଛାତ୍ର ସଂଘର୍ଷ ନେଇ ୧୪ ଅଭିଯୁକ୍ତ ଓ ୨୦୦ ଅଜ୍ଞାତଙ୍କ ନାଁରେ ୩ ଏତଲା ରୁଜୁ କଲା ରାଞ୍ଚି ପୁଲିସ। ଦିଲ୍ଲୀରେ ‘ଆରକ୍ଷଣ ହଟାଅ ଆନ୍ଦୋଳନ’ ପ୍ରତିବାଦକାରୀ କହିଲେ,‘ ସଂସ୍କାର ପାଇଁ ସରକାର ରାଜି’ ରବି ଶଙ୍କର ଙ୍କ ଆର୍ଟ ଅଫ୍ ଲିଭିଂ’କୁ ଆଶ୍ୱାସନା। ୫ କୋଟି ଜରିମାନା ଫେରସ୍ତ କରିବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ। ଦୁଷ୍କର୍ମ ମାମଲା ଚାପି ଦେବା ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ପତ୍ନୀ ଗୁର୍‌ପ୍ରୀତ କୌର ୫ କୋଟି ଟଙ୍କା ଲାଞ୍ଚ ଯାଚିଥିବା ଅଭିଯୋଗ। ମନି ଲଣ୍ଡରିଂ ମାମଲାର ଶୁଣାଣି ପାଇଁ ନୂଆ ଖଣ୍ଡପୀଠ ଗଠନ କଲେ ସୁପ୍ରିମକୋର୍ଟ। ଆମେରିକା ଓ କାନାଡା ମଧ୍ୟରେ ୩ ଦିନିଆ ବାଣିଜ୍ୟ ଆଲୋଚନା ବିଫଳ, କାନାଡା ଉପରେ ୫୦% ଶୁଳ୍କ ଲଗାଇଲେ ଟ୍ରମ୍ପ। 🚴🏾‍♂️⚽🏏 କଳିଙ୍ଗ ଷ୍ଟାଡିୟମ୍‌ରେ ବିଶ୍ବ ଦୌଡ଼କୁଦରେ ଭାରତୀୟ ସଫଳ, ଓଡ଼ିଶା ସମ୍ପୂର୍ଣ୍ଣ ବିଫଳ। ଏଫ୍‌ଆଇଏଚ୍‌ ହକି ବିଶ୍ୱକପ୍‌ରେ ନେଦରଲାଣ୍ଡ୍‌ସଠୁ ୧-୩ରେ ହାରିଲା ଭାରତ, ସେମିଫାଇନାଲ ଆଶା ମଉଳିଲା। ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନ୍‌ସିପ୍‌ରେ ଭାରତର ‌ତ୍ରିଶା ଜଲି ଓ ଗାୟତ୍ରୀ ଗୋପୀଚନ୍ଦ ପାଇଲେ କାଂସ୍ୟ ପଦକ। *ଗତବର୍ଷ ଏଇ ସମୟରେ* ଯୁକ୍ତ ତିନି ପାଇଁ ଖାଲି ପଡିଥିଲା ୯୯ ହଜାର ସିଟ। ଗ୍ରାମ୍ଯ ଉନ୍ନୟନ ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀ କହିଥିଲେ, ୫ ବର୍ଷରେ ୩୦ ହଜାର କିମି ରାସ୍ତା ହେବ, ୫୦୦ ବ୍ରିଜ ତିଆରି ହେବ। ନିମ୍ନମାନର କାମ ପାଇଁ ଠିକାଦାରଙ୍କୁ ଦଣ୍ଡ ଦିଆଯିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ମାଝୀ। ଆମେରିକାର ଶାନ୍ତି ସ୍ତମ୍ଭରେ ସ୍ଥାନ ପାଇଥିଲା ଓଡ଼ିଆ ଭାଷା। ================= ଆଜି ଜାତୀୟ ମହାକାଶ ଦିବସ ଅନ୍ତର୍ଜାତୀୟ ଦାସତ୍ୱ ପ୍ରଥା ଓ ଉଚ୍ଛେଦ ସ୍ମୃତି ଦିବସ ଆଜି ଜନ୍ମଦିନ: ଗାୟକ କେକେ, ସାଇରା ବାନୋ, ରିତା ଫାରିଆ (ପ୍ରଥମ ଭାରତୀୟ ବିଶ୍ୱ ସୁନ୍ଦରୀ), ଶିବ ଖେଡା (ଲେଖକ), ବସନ୍ତ ବିଶ୍ବାଳ ଆଜି ତିରୋଧାନ: କୁଲଦୀପ ନାୟାର ଇତିହାସରେ ଆଜି: (୧୮୨୧) ମେକ୍ସିକୋ ହେଲା ସ୍ୱାଧୀନ/ (୧୮୩୯) ହଂକଂ କୁ ଅକ୍ତିଆର କଲା ବ୍ରିଟେନ/ (୧୯୧୪) ଜର୍ମାନୀ ଉପରେ ଜାପାନ ଆକ୍ରମଣ/ (୨୦୦୭) ୟୁନେସ୍କୋ ସ୍ମୃତି ସଂଗ୍ରହାଳୟରେ ରୁଗ ବେଦ ସ୍ଥାନିତ ================== *ବନ୍ଦେ ଉତ୍କଳ ଜନନୀ* 🪻🌻🪻
220
16
*ଖବର ଆଜିର, ୨୨ ଅଗଷ୍ଟ ଶନିବାର* ================== ଓଡ଼ିଶାରେ ୨,୭୮୦.୧୦ କୋଟିର ୧୪ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ। ୧୪,୧୦୪ ନିଯୁକ୍ତି ସୃଷ୍ଟି ହେବ ବୋଲି କହିଲେ ସରକାର। ୨୫ଟି ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନ ଓ ବିଶ୍ୱ ଦକ୍ଷତା କେନ୍ଦ୍ର ଭିତରେ ଏମଓୟୁ ସ୍ୱାକ୍ଷର। ଓଡ଼ିଆ ସଙ୍ଗୀତ ଜଗତରେ ତିନି ପିଢୀକୁ ନିଜ ସ୍ୱରରେ ବାନ୍ଧି ରଖିଥିବା ପ୍ରଣବ ପଟନାୟକଙ୍କ ପରଲୋକ। ଅଗଷ୍ଟ ୨୮, ରାଖୀ ପୂର୍ଣ୍ଣିମାରେ ସୁଭଦ୍ରା ୫ମ କିସ୍ତି ମିଳିବ। ୫,୧୬୦ କୋଟିରୁ ଅଧିକ ଟଙ୍କା ପାଇବେ ୧,୦୩,୨୬,୧୬୨ ହିତାଧିକାରୀ। ପନିର ଖାଉଥିଲେ ସାବଧାନ। ଭୁବନେଶ୍ବର, କଟକ, ବ୍ରହ୍ମପୁର ଓ ସମ୍ବଲପୁର ଅଞ୍ଚଳରେ ଚଢ଼ାଉ, ବିଷାକ୍ତ ପନିର ଜବତ। ଦେଶପାଇଁ ଫାଶୀରେ ଝୁଲିଥିଲେ ଲକ୍ଷ୍ମଣ ନାୟକ। ଭୁଲିଗଲା ପ୍ରଶାସନ, ସରକାରୀ ଭାବେ ପାଳନ ହେଲାନି ମାଥିଲି ଗୁଳିକାଣ୍ଡ ଦିବସ। ନାବାର୍ଡ ସହାୟତାରେ ଚାଲିଥିବା ଆର୍‌ଆଇଡିଏଫ୍‌ ପ୍ରକଳ୍ପର ସମୀକ୍ଷା ବେଳେ ୧୯୨ଟି ପ୍ରକଳ୍ପରୁ ୬୮ଟି ଅଧା ଥିବା ଜଣାପଡ଼ିଛି। ଯଥାଶୀଘ୍ର ପୂରଣ ହେବ ବିଶ୍ବବିଦ୍ୟାଳୟରେ ଖାଲି ପଡ଼ିଥିବା ପଦବୀ, କୁଳପତିମାନଙ୍କ ସହ ବୈଠକ। ଓଡ଼ିଶା ବନ୍ଦ ଡାକରା ନେଇ ସେପ୍ଟେମ୍ବର ୯ରେ ତାରିଖ ଘୋଷଣା କରିବ 'ଇଣ୍ଡିଆ' ମେଣ୍ଟ। ନବରଙ୍ଗପୁରରେ ୩୨ବର୍ଷ ଧରି ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟର ଭିତ୍ତିଭୂମିର ହେଉନି ସୁଧାର। ରାଜଧାନୀ ପାଖରେ ୫୦୦ କୋଟି ଟଙ୍କାର କାରଖାନା କରିବ ହଲ୍‌ଦୀରାମ ସ୍ନାକ୍ସ ଫୁଡ୍‌ ଲିମିଟେଡ୍‌। ଢେଙ୍କାନାଳରେ ସାହାନା କ୍ଲଥିଂ ୨୫୧.୪୫ କୋଟି ଟଙ୍କାରେ ଏକ ରେଡିମେଡ୍ ପୋଷାକ କାରଖାନା କରିବ। ବଲାଙ୍ଗୀରରେ ପ୍ରତିମା ଏଗ୍ରୋ ସ୍ପିନିଂ ମିଲ୍‌ ୧୨୫ କୋଟି ଟଙ୍କାରେ ଏକ ପୋଷାକ ପ୍ରକ୍ରିୟାକରଣ ପ୍ରକଳ୍ପ କରିବ। ଖୋର୍ଦ୍ଧାରେ ସିର୍‌ମା ଏସ୍‌ଜିଏସ୍‌ ଟେକ୍ନୋଲୋଜି ୩୦୦ କୋଟି ଟଙ୍କାରେ ପ୍ରିଣ୍ଟେଡ୍‌ ସର୍କିଟ୍‌ ବୋର୍ଡ ଓ ବକ୍ସ କାରଖାନା କରିବ। କଟକରେ ତିୱାନା ନ୍ୟୁଟ୍ରିସନ୍‌ ଗ୍ଲୋବାଲ୍‌ ୧୪୦ କୋଟି ଟଙ୍କାରେ ପଶୁ ଆହାର କାରଖାନା ବସାଇବ। କେନ୍ଦୁଝର ଜିଲ୍ଲାରେ ମେଗା ଇସ୍ପାତ କାରଖାନା ପାଇଁ ୧୨ଟି ରାଜସ୍ୱ ଗ୍ରାମରେ ଗ୍ରାମସଭା ସଫଳତାର ସହ ଶେଷ। ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ୨ଟି ଲିଫ୍ଟ ଦୀର୍ଘ ଦିନ ହେଲା ଅଚଳ। ରୋଗୀ ଓ ପରିବାର ହନ୍ତସନ୍ତ। ହାଇଦ୍ରାବାଦରେ ସାଂସଦଙ୍କ ପୁଅଙ୍କ କାର୍‌ ଧକ୍କାରେ ମୟୂରଭଞ୍ଜର ଆଦିବାସୀ ଯୁବତୀ ମୃତ। ଯାଜପୁର ଦଶରଥପୁରରେ ୨୩ ଦିନ ଧରି ବନ୍ୟା ମୁହଁରେ, ଭୋକ ଶୋଷରେ ଲୋକେ। ସରକାରୀ ସାହାଯ୍ୟ ପହଁଚି ନାହିଁ। ରାଜଧାନୀରେ ହିଂସାତ୍ମକ ଆନ୍ଦୋଳନ ମାମଲାରେ ଅଟୋ-ଟ୍ୟାକ୍ସି ଡ୍ରାଇଭର ସଂଘ ସଭାପତି ଗିରଫ। ଭଦ୍ରକ ତିହିଡିରେ ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ, ୨ ଗିରଫ। କଟକ ଜଗତପୁରରେ ୧୨୭ ଗ୍ରାମ ହେରୋଇନ ଜବତ, ଯୋବ୍ରା ଅଞ୍ଚଳର ଏସକେ ଇସମାଇଲ ଗିରଫ। ବ୍ରହ୍ମପୁରରେ ଗିରିଜା ହୋଟେଲକୁ ୧୨ ହଜାର ଟଙ୍କାର ଜରିମାନା, ରଖିଥିଲା ବାସି ଖାଦ୍ୟ ଓ ନକଲି ପନିର। ନୂଆପଡ଼ା ଖଡ଼ିଆଳରେ ୭ କେଜି ବଜ୍ରକପ୍ତା ଉଦ୍ଧାର, ୩ ଚୋରା ଚାଲାଣକାରୀ ଗିରଫ। *ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡର ଡେପୁଟି ଇଞ୍ଜିନିୟର ପଦବି ପାଇଁ ଅନଲାଇନ୍ ଆବେଦନ ଆରମ୍ଭ, ଶେଷ ତାରିଖ ୪ ସେପ୍ଟେମ୍ବର। ଯୋଗ୍ୟତା ବିଇ, ବିଟେକ, ବିଏସସି ଇଞ୍ଜିନିୟରିଂ* 🇳🇪 ଚିନି ଦରରେ ଅହେତୁକ ବୃଦ୍ଧିର କାରଣ ଇଥାନଲ ନୁହେଁ ବୋଲି ସଫେଇ ଦେଲେ କେନ୍ଦ୍ର ସରକାର। ଦିଲ୍ଲୀ ଜନ୍ତର-ମନ୍ତରରେ ପୁଣି ‘ଆରକ୍ଷଣ ହଟାଅ’ ଆନ୍ଦୋଳନ, ୟୁଜିସି ନିୟମକୁ ନେଇ ବିକ୍ଷୋଭ। ମେଘାଳୟରେ ହିଂସା ଜାରି, ସରକାରୀ କାର୍ଯ୍ୟାଳୟ ଓ ଗାଡ଼ି ଉପରେ ଆକ୍ରମଣ। ଝାଡ଼ଖଣ୍ଡରେ ବିଭିନ୍ନ ପରୀକ୍ଷା ବାତିଲ କରିବା ପରେ, ଏବେ ସଫଳ ହୋଇଥିବା ପରୀକ୍ଷାର୍ଥୀମାନେ ବିକ୍ଷୋଭ ଆରମ୍ଭ କଲେ। ମଦମୁକ୍ତ ରାଜ୍ୟ ଗୁଜରାଟରେ ବିଷାକ୍ତ ମଦ ପିଇ ୭ ଜଣଙ୍କ ମୃତ୍ୟୁ। ରାଜସ୍ଥାନ ଜୟପୁରରେ କକ୍ରୋଚ ଜନତା ଟିମ୍‌କୁ ଗୋଡେଇ ଗୋଡେଇ ପିଟିଲେ ଗ୍ରାମବାସୀ। ଦିଲ୍ଲୀରେ ଗୋଟିଏ ଦିନରେ ୧୧୪ ସ୍ୱାଇନ ଫ୍ଲୁ ଏଚ୧ଏନ୍‌୧ ମାମଲା। ଜରୁରୀକାଳୀନ ବୈଠକ ଡକାଗଲା। ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀର ଅନ୍‌ସ୍କ୍ରିନ୍‌ ମାର୍କିଂରେ ପ୍ରଯୁକ୍ତିଗତ ତ୍ରୁଟିର ସ୍ଥାୟୀ ସମାଧାନ ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ। ମ୍ୟାମାରର ବୌଦ୍ଧ ମଠରେ ଯୁଦ୍ଧ ବିମାନର ଆକ୍ରମଣ, ଧ୍ୟାନ ଶିବିରରେ ଥିବା ୧୪ ଜଣଙ୍କ ମୃତ୍ୟୁ। ଦକ୍ଷିଣ ଲେବାନନରେ ଇସ୍ରାଏଲର ବିମାନ ଆକ୍ରମଣରେ ୭ ମୃତ, ୩ ଆହତ। 🚴🏾‍♂️⚽🏏 ବିଡବ୍‌ଲ୍ୟୁଏଫ୍‌ ବିଶ୍ବ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ସେମିଫାଇନାଲ୍‌ରେ ପ୍ରବେଶ କରି ପଦକ ପକ୍କା କଲେ ଭାରତୀୟ ତ୍ରିଶା ଓ ଗାୟତ୍ରୀ। ଏଫ୍‌ଆଇଏଚ୍‌ ହକି ବିଶ୍ବକପ୍‌ରେ ଆଯୁ ନେଦରଲାଣ୍ଡ୍‌ସକୁ ଭେଟିବ ଭାରତ। *ଗତବର୍ଷ ଏଇ ସମୟରେ* ସରକାର ନିଷ୍ପତ୍ତି ନେଇଥିଲେ, ତିନି ବର୍ଷରେ ନିଯୁକ୍ତ ହେବେ ୪୫ ହଜାର ଶିକ୍ଷକ, ୪୦ ହଜାର ନୂତନ ଶିକ୍ଷକ ପଦ ସୃଷ୍ଟି ହେବ। ସ୍ପେଶାଲ ଓଟିଇଟି ପରୀକ୍ଷାର୍ଥୀ ପୁଣି ହତାଶ ହୋଇଥିଲେ। ନୂତନ ପ୍ରଶ୍ନପତ୍ର ପ୍ରସ୍ତୁତିରେ ବିଳମ୍ବ, ପରୀକ୍ଷା ସ୍ଥଗିତ ହୋଇଥିଲା। ================= ଆଜି ମାଡ୍ରାସ ସ୍ଥାପନ ଦିବସ ଆଜି ଜନ୍ମଦିନ: ଚିରଞ୍ଜିବୀ (ଅଭିନେତା) ଆଜି ତିରୋଧାନ: ୱାରେନ ହେସ୍ଟିଙ୍ଗସ ଇତିହାସରେ ଆଜି: (୧୬୩୯) ମାଡ୍ରାସ ସ୍ଥାପନ କଲେ ଇଷ୍ଟ ଇଣ୍ଡିଆ କମ୍ପାନୀ/ (୧୯୯୬) ମାଡ୍ରାସ ନାମ ବଦଳାଇ ଚେନ୍ନାଇ କରାଗଲା/ (୧୮୬୪) ଅନ୍ତର୍ଜାତୀୟ ରେଡକ୍ରସ ସଂସ୍ଥା ସ୍ଥାପିତ/ (୧୯୭୯) ଲୋକସଭା ଭାଙ୍ଗିଲେ ରାଷ୍ଟ୍ରପତି ନିଲମ ସଂଜୀବ ରେଡ୍ଡୀ ================== *ବନ୍ଦେ ଉତ୍କଳ ଜନନୀ* 🪻🌻🪻
212
17
+2
没有文字...
226
18
*ଖବର ଆଜିର, ୨୧ ଅଗଷ୍ଟ ଶୁକ୍ରବାର* ================= ବନ୍ୟା ଯୋଗୁଁ ରାଜ୍ୟର ୬ଟି ଜିଲ୍ଲାର ୩୪ଟି ବ୍ଲକ ପ୍ରଭାବିତ, ୧୨ ଲକ୍ଷ ୮୭ ହଜାର ଲୋକ ବନ୍ୟା ପ୍ରଭାବରେ ଅଛନ୍ତି। ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ଧୀରେ ଧୀରେ କମିବାରେ ଲାଗିଛି। ହୀରାକୁଦରେ ବଢ଼ିଲା ବନ୍ୟାଜଳ, ଖୋଲିଲା ଆଉ ଦୁଇ ଗେଟ, ମୋଟ ୧୭ଟି ଗେଟ୍ ଜରିଆରେ ବନ୍ୟାଜଳ ନିଷ୍କାସନ ହେଉଛି। ରାଜ୍ୟରେ ୩ କୋଟି ୯ଲକ୍ଷ ୭୧ ହଜାର ଯୋଗ୍ୟ ଭୋଟର୍‌ ଚୂଡ଼ାନ୍ତ ତାଲିକାରେ ସାମିଲ। ସେପ୍ଟେମ୍ବର ୨୧ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ରାଜ୍ୟରେ ସମସ୍ତ ବ୍ୟାଟେରୀ ଚାଳିତ ଗାଡି, ମେଥାନଲ୍ ଏବଂ ଇଥାନଲ୍ ଇନ୍ଧନ ଚାଳିତ ପରିବହନ ଯାନଗୁଡ଼ିକୁ ପରମିଟ୍ ଫି’ ଛାଡ଼ କରାଯିବ। ରାଖୀ ପୂର୍ଣ୍ଣିମାକୁ ନେଇ ଦ୍ବନ୍ଦ୍ବ ଦୂର। ୨୭ରେ ଲୋକେ ପାଳିବେ, ୨୮ରେ ଶ୍ରୀମନ୍ଦିରରେ ପାଳନ ହେବ। ପ୍ରତି ପଞ୍ଚାୟତକୁ ବର୍ଷକୁ ୩କୋଟି ଯାଏଁ ମିଳିବ। ‘ଗ୍ରାମ ସମ୍ପଦ’ରେ ହେବ ଗାଁର ବିକାଶ, କହିଲେ ସରକାର। ନୂତନ ଖଣିନୀତି ଯୋଗୁଁ ଓଡିଶା ହରାଇବ ପିଛିଲା ଲକ୍ଷେ କୋଟି ଟଙ୍କା। ପୁଣି ପ୍ରତିବର୍ଷ ହରାଇବ ବାର ହଜାର କୋଟି। ସବୁ ନେବ କେନ୍ଦ୍ର। ଲଘୁଖଣିଜ ପରିଚାଳନା ନିୟମ କାର୍ଯ୍ୟକାରୀ ହେଉନି। ନିର୍ଦ୍ଦେଶକଙ୍କ ଆଦେଶ ମାନୁନାହାନ୍ତି ଜିଲ୍ଲାସ୍ତରୀୟ ଅଧିକାରୀ। ଓଡ଼ିଶାରେ ବଢ଼ିଲା ଶହେ ଏମ୍‌ବିବିଏସ୍‌ ସିଟ୍‌। ଭିମ୍‌ସାର ଓ ଡ୍ରିମ୍‌ସର ୫୦ ଲେଖାଏ ସିଟ୍‌ ବୃଦ୍ଧି। ଖରିଫ ଧାନ ବିକ୍ରି ପାଇଁ ୧୫ ଦିନରେ ପଞ୍ଜୀକରଣ କଲେଣି ୫ଲକ୍ଷରୁ ଅଧିକ ଚାଷୀ। କୋରାପୁଟ ଜୟପୁର ବାଗ୍ରା ଗ୍ରାମରେ ଚାଷୀଙ୍କ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏକ ନୂତନ ଚେକ୍ ଡ୍ୟାମ୍‌ ନିର୍ମାଣ ହେଲା। ଭୁବନେଶ୍ୱର ଅଟୋ ଚାଳକଙ୍କ ଭଙ୍ଗାରୁଜା ପରେ ପ୍ରାୟ ୪୦୦ଟି ଅଟୋ ଜବତ। ସେଗୁଡିକର ପରମିଟ ରଦ୍ଦ ହେବ। ଢେ଼ଙ୍କାନାଳରେ ଲଘୁଖଣିଜ ସମ୍ପଦ ଚୋରାକାରବାର ମାମଲାରେ ଖଣିମାଫିଆ ରତିକାନ୍ତଙ୍କୁ ବାନ୍ଧିଲା ଇଡ଼ି। ଯାଜପୁର ଜିଲ୍ଲା କାଳିଆପାଣି ଖଣିଅଞ୍ଚଳରେ ୬ ମାସରେ ୧୩ ଖଣି କର୍ମଚାରୀ ସହ ୨୨ ଜଣଙ୍କ ଆକସ୍ମିକ ମୃତ୍ୟୁ। ରାଉରକେଲା ସର୍କିଟ୍‌ ହାଉସରେ ଅପରାଧୀଙ୍କ ମେଳି ଅଭିଯୋଗରେ ବିହାରୀ ବିଜେପି ଯୁବ ନେତା ପ୍ରକାଶ ପାଶ୍ବାନ ନିଲମ୍ବିତ। ବଲାଙ୍ଗିର ଜିଲ୍ଲା ଦେଓଗାଁରେ ନରବଳି। ଘରୁ ମୁଣ୍ଡ, ବିଲ ପାଣି ଭିତରୁ ଶବ ଉଦ୍ଧାର। ନବରଙ୍ଗପୁର ରେ ଅନ୍ତେବାସୀଙ୍କୁ ଯୌନନିର୍ଯାତନା ମାମଲାରେ ଅଭିଯୁକ୍ତ ପ୍ରଧାନଶିକ୍ଷକ ନିର୍ଦ୍ଦୋଷରେ ଖଲାସ। ସୁନ୍ଦରଗଡ ଲାଠିକଟା ତହସିଲଦାର ତଥା ଉପନିବନ୍ଧକଙ୍କ ଗାଡ଼ିରୁ ୫ ଲକ୍ଷ ଟଙ୍କା ନଗଦ ଜବତ। ସୁନ୍ଦରଗଡ଼ର ଭଷ୍ମାରେ ହାଇୱା ଚାପାରେ ଶିଶୁକନ୍ୟା ସହ ୨ ମହିଳା ମୃତ। ଜଗତସିଂହପୁରରେ ପାଞ୍ଚ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ। ଜଗତସିଂହପୁରରେ ଆଶାକର୍ମୀଙ୍କଠୁ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ କୁଜଙ୍ଗ ବ୍ଲକ ପ୍ରୋଗ୍ରାମ ମାନେଜର। ସୋନପୁର -ଵିନିକା ମୁଖ୍ୟ ରାସ୍ତାରେ ଡିଭାଇଡରରେ ଧକ୍କା ହୋଇ ଜଳିଗଲା ଟ୍ରକ। 🇳🇪 ସୀମାନ୍ତ ଅଞ୍ଚଳରେ ନାଗରିକତା ଦେବା କ୍ଷମତା ଜିଲ୍ଲାପାଳଙ୍କୁ ଦେଲେ କେନ୍ଦ୍ର ସରକାର। ସିବିଏସ୍‌ଇର ତିନି-ଭାଷା ନୀତିର ପୁନର୍ବିଚାର ପାଇଁ ସୁପ୍ରିମ୍‌କୋର୍ଟଙ୍କ ପରାମର୍ଶ। ହିମାଚଳ ମଣ୍ଡି ଜିଲ୍ଲା ଟନେଲ୍‌ରେ ଦୁଇ ଟ୍ରକ୍‌ ମୁହାଁମୁହିଁ ଧକ୍କା, ୪ ମୃତ, ୭ ଗୁରୁତର। ଶିରିଡ଼ି ସାଇବାବାଙ୍କୁ ନେଇ ଆପତ୍ତିଜନକ ବିଷୟ ହଟେଇବାକୁ ୨୪ ଘଣ୍ଟା ସମୟ ମାଗିଲେ କେନ୍ଦ୍ର ସରକାର। ବାଂଲାଦେଶର ନୂଆ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ ଇସଲାମ ଆଲମଗିର। ସୋମାଲିଆ ଉପକୂଳରେ ତୁର୍କୀର ଅସ୍ତ୍ର ନେଇ ଯାଉଥିବା ଜାହାଜ ଅପହୃତ, ୬ ଭାରତୀୟ ନାବିକ ଥିଲେ। ଆମେରିକାରେ ମେଲାନୋମା ଚିକିତ୍ସାରେ ନୂଆ ଆଶା, ମଡର୍ନା-ମର୍କର କ୍ୟାନ୍‌ସର ଟିକା ପରୀକ୍ଷଣରେ ସଫଳତା। ପ୍ରଶାନ୍ତ ମହାସାଗରରେ ଏଲ୍‌ନିନୋ ପୂରା ଶକ୍ତିଶାଳୀ ହୋଇନି, ତଥାପି ବିଶ୍ୱ ଉପରେ ଭୟଙ୍କର ପ୍ରଭାବ ଆରମ୍ଭ। 🚴🏾‍♂️⚽🏏 ଭାରତୀୟ ଆଥଲେଟ୍ ସ୍ୱପ୍ନା ବର୍ମନ୍‌ଙ୍କୁ ଜାତୀୟ ଡୋପିଂ ନିରୋଧୀ ଏଜେନ୍ସି ସାମୟିକ ଭାବେ ନିଲମ୍ବନ କରିଛି। ଏଫ୍‌ଆଇଏଚ୍‌ ହକି ବିଶ୍ବକପ୍‌ ରେ ଇଂଲଣ୍ଡକୁ ହରାଇ ଦ୍ବିତୀୟ ରାଉଣ୍ଡ୍‌ରେ ଭାରତୀୟ ମହିଳା। ଭାରତୀୟ ମହିଳା ଯୋଡ଼ି ତ୍ରିଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ବିଶ୍ବ ବ୍ୟାଡ୍‌ମିଣ୍ଟନର କ୍ବାର୍ଟରଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଭାରତୀୟ ଚେସ ଗ୍ରାଣ୍ଡମାଷ୍ଟର ଆର୍‌ ପ୍ରଜ୍ଞାନନ୍ଦ, ସିଙ୍କୁଏଫିଲ୍ଡ ଚେସ୍‌ ପ୍ରତିଯୋଗିତାରେ ଉପବିଜେତା ‌ହୋଇଛନ୍ତି। *ଗତବର୍ଷ ଏଇ ସମୟରେ* ବିଦ୍ୟାଳୟ ପରିଚାଳନା ସମିତି ଦ୍ଵାରା ୧୮ରୁ ୪୫ ବୟସର ଶିଶୁ ପରିଚାରିକା ନିଯୁକ୍ତ ହେବେ ବୋଲି ସରକାର କହିଥିଲେ। ରାଜ୍ୟର ପ୍ରତି ପଂଚାୟତରେ ପାରା ଲିଗାଲ ସ୍ବେଚ୍ଛାସେବୀ ନିଯୁକ୍ତ ହେବେ ବୋଲି ଘୋଷଣା ହୋଇଥିଲା। ସରକାର ନିୟମ କରିଥିଲେ, ଷ୍ଟାଣ୍ଡାର୍ଡ ନଥିବା ପିଲା ପାସ୍ ହେଲା ପର୍ଯ୍ୟନ୍ତ ସେହି କ୍ଲାସ୍‌ରେ ରହିବେ। ବାରଙ୍ଗରେ ହେବ ପ୍ରଥମ ଦୃଷ୍ଟିବାଧିତ ବିଶ୍ବବିଦ୍ୟାଳୟ ପାଇଁ ୩୦ ଏକର ଜମି ଦିଆଗଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ବାସଭବନରେ ଜନଶୁଣାଣି କଲାବେଳେ ତାଙ୍କୁ ରିକ୍ସାବାଲା ଚାପୁଡ଼ା ମାରିଥିଲା। ================= ଆଜି ବିଶ୍ୱ ବରିଷ୍ଠ ନାଗରିକ ଦିବସ ଲାଟଭିଆ ଦେଶର ସ୍ୱାଧୀନତା ଦିବସ ଆଜି ଜନ୍ମଦିନ: ଭୂମିକା ଚାଓଲା, ଅହମଦ ପଟେଲ ଆଜି ତିରୋଧାନ:ଉସ୍ତାଦ ବିସମିଲ୍ଲା ଖାନ ଇତିହାସରେ ଆଜି: (୧୯୭୨) ବନ୍ୟପ୍ରାଣୀ ସୁରକ୍ଷା ଆଇନ ଲାଗୁ/ (୧୯୮୮) ଭାରତ ନେପାଳ ସୀମାରେ ଭୂକମ୍ପରେ ୧୦୦୦ ମୃତ/ (୨୦୦୮) ଚନ୍ଦ୍ର ମିଶନରେ ନାସା ସହ ହାତ ମିଶାଇଲା ଭାରତ/ (୧୯୧୧) ପ୍ୟାରିସ ମ୍ୟୁଜିୟମରୁ ମୋନାଲିସା ତୈଳଚିତ୍ର ଚୋରି ହେଲା ================== *ବନ୍ଦେ ଉତ୍କଳ ଜନନୀ* 🪻🌻🪻
203
19
*ଖବର ଆଜିର, ୨୦ ଅଗଷ୍ଟ ଗୁରୁବାର* ================ ଆସନ୍ତା ୨୩ ତାରିଖରେ ଆଉ ଏକ ଲଘୁଚାପ, ୩ ଦିନ ପରେ ପୁଣି ବର୍ଷିବ। ଉତ୍ତର ଓଡ଼ିଶାରେ ଅଧିକ ହେବ। ଜୁନ, ଜୁଲାଇ ଓ ଅଗଷ୍ଟ ମଧ୍ୟରେ ରାଜ୍ୟରେ ୧୧୦୦ ମି.ମିରୁ ଅଧକ ବର୍ଷା, ସ୍ୱାଭାବିକ ବର୍ଷା ପରିମାଣରୁ ୩୪℅ ଅଧିକ। ରାଜ୍ୟର ବୈଷୟିକ ଶିକ୍ଷାନୁଷ୍ଠାନରେ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତି ଚାଲିଛି। ହ୍ବାଟ୍‌ସଆପ୍‌ରେ ହେବ ରାଜସ୍ବ ବିଭାଗ ଅଭିଯୋଗ ସମାଧାନ। ୯୪୩୭୨୯୨୦୦୦ ନମ୍ବରରେ ଅଭିଯୋଗ କଲେ ସେବା ମିଳିବ। ରାଜ୍ୟରେ କଟିଲେଣି ୪.୧୪ ଲକ୍ଷ ଭୋଟର। ସେପ୍ଟେମ୍ବର ୨୧ରେ ଚୂଡ଼ାନ୍ତ ତାଲିକା। ଖଣି ବିଲ୍‌ ନେଇ ବ୍ୟସ୍ତ ନବୀନ। ରାଜ୍ୟ ଅର୍ଥନୀତି ବିପଦରେ, ଓଡିଶା ବିରୁଦ୍ଧରେ ଭୟଙ୍କର ଚକ୍ରାନ୍ତ ବୋଲି କହିଲେ। ରାଜ୍ୟରେ ଦୁଇ ବର୍ଷରେ ୩୮୮ କୋଟି ଖର୍ଚ୍ଚ, ତଥାପି ୧୦୮ ଆମ୍ବୁଲାନ୍‌ସକୁ ସମସ୍ୟା ଛାଡ଼ୁନି। ବିଶ୍ବସ୍ତରୀୟ କଟକ ମେଡ଼ିକାଲର କୋଠା ନିର୍ମାଣ ଶେଷ, ‌ସେପ୍ଟେମ୍ବର ୩୦ ସୁଦ୍ଧା ୨ ଟାୱାର ହସ୍ତାନ୍ତର ହେବ। ଭଦ୍ରକ-ହରିଦାସପୁର ୪ର୍ଥ ଲାଇନ୍‌ ସହ ଓଡ଼ିଶାର ୩ଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି ଦେଲା। ହୀରାକୁଦ ଜଳଭଣ୍ଡାରରେ ଖୋଲିଲା ୨ ଗେଟ୍‌, ମୋଟ ୧୭ଟି ଗେଟ୍ ଜରିଆରେ ହେଉଛି ଜଳ ନିଷ୍କାସନ। ରାଜଧାନୀରେ ଅନଲାଇନ୍‌ ଡ୍ରାଇଭର ମିଳିତ ମଞ୍ଚ ପକ୍ଷରୁ ଆନ୍ଦୋଳନ ତୃତୀୟ ଦିନରେ ତୀବ୍ର ହୋଇଛି। ବନ୍ୟାଜଳରେ ଜଳବନ୍ଦୀ ହୋଇଥିବା କେନ୍ଦ୍ରାପଡା କୂଳସାହି ଆଶ୍ରମ ସ୍କୁଲର ୨୪୭ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କଲେ ଓଡ୍ରାଫ୍‌ ଓ ଅଗ୍ନିଶମ ବାହିନୀ। ମାଓନେତା ଆଜାଦର ନିର୍ଦ୍ଦୋଷ ମୁକ୍ତିପରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ତଦନ୍ତରେ ବାଧା ହେବ କି? ଭୁତ କରିଥିଲା କି ହତ୍ୟା? ହାଇକୋର୍ଟକୁ ଅବମାନନା କଲା ପୂର୍ତ୍ତ ବିଭାଗ। ତିନି ଦିନ ଭିତରେ କାର୍ଯ୍ୟକାରୀ ନକଲେ ଅତିରିକ୍ତ ସଚିବ ଗିରଫ ହେବେ। ସମ୍ବଲପୁର ରେଢ଼ାଖୋଲ ରକ୍ତଭଣ୍ଡାର ବନ୍ଦ ଯୋଗୁଁ ରକ୍ତ ନ ପାଇ ଆଖିବୁଜିଲେ ଦିବ୍ୟାଙ୍ଗ। ରାୟଗଡା ଜିଲ୍ଲାରେ ୧୫୩ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଟେଣ୍ଡର ରଦ୍ଦ। ଅଧିକ ମୂଲ୍ୟ ପାଇଁ ପଦକ୍ଷେପ ନେଲେ ଇଆଇସି। ରାଉରକେଲା ସର୍କିଟ ହାଉସ୍‌ରୁ ବନ୍ଧୁକ ମିଳିବା ଘଟଣାରେ ରିମାଣ୍ଡ୍‌ରେ ଗଲେ ୩ ଅଭିଯୁକ୍ତ। ମୟୂରଭଞ୍ଜ ଜିଲ୍ଲା ତିରିଂ ରେ ୩ ସ୍କୁଲ ଛାତ୍ରୀଙ୍କୁ ନିଶା ଚକଲେଟ୍ ଖୁଆଇ ଅପହରଣ ଉଦ୍ୟମ ପଣ୍ଡ। ବାଲେଶ୍ବରରେ ଗୋପାଳପୁର ସେଞ୍ଚୁରିଆନ ଶିକ୍ଷାନୁଷ୍ଠାନର ବିଫାର୍ମା ଛାତ୍ରଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ। ଢ଼େଙ୍କାନାଳ ଗୋବିନ୍ଦପୁରରେ ଦୁଇ ଗୋରୁ ଚାଲାଣ ଗାଡ଼ି ଧକ୍କା, ଡ୍ରାଇଭର ଆହତ ଅନ୍ୟ ୩ ଫେରାର, ୩୬ ‌ଗାଈ ଉଦ୍ଧାର। ପୁରୀ ପିପିଲିରେ ଷଣ୍ଢ ଓ ବରିଷ୍ଠ ନାଗରିକଙ୍କୁ ପିଟିଲା ଥାର୍ ଗାଡି, ଉଭୟଙ୍କର ମୃତ୍ୟୁ। 🇳🇪 ପୁଣି ଅ-ତିଥିରେ ପୃଥିବୀର ସାତଟି ଦେଶରେ ରଥଯାତ୍ରା କଲା ଅମାନିଆ ଇସ୍କନ୍‌। ହରିୟାଣା-ପଞ୍ଜାବ ସୀମାରେ ଆନ୍ଦୋଳନ ବନ୍ଦ କଲେ ଚାଷୀ, ସେପ୍ଟେମ୍ବର ୪ରେ କେନ୍ଦ୍ର ସହ ବୈଠକ। ତେଲେଙ୍ଗାନରେ ପ୍ରିନ୍ସପାଲ୍‌ଙ୍କୁ ହତ୍ୟା, ୨ ଦଶମ ଛାତ୍ର ଅଟକ। ୨୭ ଥର ଛୁରୀ ଭୁସିଥିଲେ, ୨.୨ଲକ୍ଷ ଲୁଟ୍‌ କରିଥିଲେ। ଝାଡ଼ଖଣ୍ଡରେ ଅନିୟମିତତା ଯୋଗୁଁ ୪୪ ନିଯୁକ୍ତି ପରୀକ୍ଷା ବାତିଲ, ଦ୍ରୁତ ଶୁଣାଣି ପାଇଁ ଫାଷ୍ଟ୍‌ଟ୍ରାକ୍‌ କୋର୍ଟ ଦାବି। ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରଙ୍କ ବିରୋଧରେ ଗିରଫ ପରୱାନା ଜାରି ହେଲା। ଏସିଆର ସେୟାର ବଜାରଗୁଡ଼ିକ ମଧ୍ୟରେ ନିବେଶକଙ୍କ ପସନ୍ଦ ତାଲିକାରେ ସବୁଠାରୁ ତଳକୁ ଖସିଲା ଭାରତ। ଆମେରିକାରେ ଶିଖ୍‌ ଓ ହିନ୍ଦୁ ବିରୋଧୀ ଘୃଣା ହିଂସା ବଢ଼ୁଛି ବୋଲି ରିପୋର୍ଟ ରୁ ପ୍ରକାଶ। 🚴🏾‍♂️⚽🏏 ହକି ବିଶ୍ବକପ୍‌ ର ପୁଲ-ଡି ମୁକାବିଲାରେ ପାକିସ୍ତାନକୁ ୫-୩ ଗୋଲରେ ଭାରତ ପରାସ୍ତ କରିଛି। ଶ୍ରୀଲଙ୍କାରେ ୬୦୦ତମ ମାଇଲଖୁଣ୍ଟ କ୍ରିକେଟ ଟେଷ୍ଟ୍‌ରେ ଭାରତ ବିଜୟୀ। ଓଡ଼ିଆ ସ୍କୁବା ଡାଇଭର୍‌ ପ୍ରିୟଦର୍ଶୀ ପାଣିଗ୍ରାହୀ ସମୁଦ୍ରରେ ଟାଇଗର୍‌ ସାର୍କଙ୍କ ଉପସ୍ଥିତିରେ ନିଜର ୧୦୦ତମ ଡାଇଭିଂ ସଂପୂର୍ଣ୍ଣ କଲେ। ଭାରତୀୟ ଭିନ୍ନକ୍ଷମ କ୍ରିକେଟ୍ ଦଳ ଲଣ୍ଡନରେ ସମ୍ମାନିତ ହେଲେ। *ଗତବର୍ଷ ଏଇ ସମୟରେ* ରାଜ୍ୟର ଶିଶୁ ବାଟିକାର ଛାତ୍ରଛାତ୍ରୀଙ୍କୁ ମାଗଣା ୟୁନିଫର୍ମ ଏବଂ ଅନ୍ୟ ସାମଗ୍ରୀ ମିଳିବ ବୋଲି କହିଥିଲେ ସରକାର। ରାଜ୍ୟର ୬ ଜେଲ୍‌ ବନ୍ଦ ହେବ ଓ ଜିଲ୍ଲା ଜେଲ୍‌ରେ ୩ ଉପଜେଲ୍ ମିଶିବା ନିଷ୍ପତ୍ତି ହୋଇଥିଲା। ଭୁବନେଶ୍ବର-କଟକ ରିଙ୍ଗ ରୋଡକୁ ୬ ଲେନ ବିଶିଷ୍ଟ ୧୧୧ କିମି ବାଇପାସ ହେବବୋଲି ମଞ୍ଜୁରୀ ମିଳିଥିଲା। କେନ୍ଦ୍ର ସରକାର ଅନଲାଇନ ଜୁଆ ବନ୍ଦକଲେ ଓ ବିଜ୍ଞାପନ ଉପରେ କଟକଣା ଲଗାଇଥିଲେ। ================ ଆଜି ସଦଭାବନା ଦିବସ ଜାତୀୟ ଉର୍ଜା ଦିବସ ଆଜି ବିଶ୍ୱ ମଶା ଦିବସ ଆଜି ଜନ୍ମଦିନ: ରାଜୀବ ଗାନ୍ଧୀ, ନାରାୟଣ ମୂର୍ତ୍ତି, ରନଦୀପ ହୁଡା ଆଜି ତିରୋଧାନ: ଗୋପୀନାଥ ମହାନ୍ତି ଇତିହାସରେ ଆଜି: (୧୮୯୭) ମ୍ୟାଲେରିଆ କାରଣ ଖୋଜି ପାଇଲେ ରୋନାଲଡ଼ ରସ/ (୧୯୭୯) ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ଚରଣ ସିଂ/ (୧୬୧୯) ଆମେରିକାରେ ଆଫ୍ରିକା ଲୋକଙ୍କ ଦାସତ୍ୱ ଆରମ୍ଭ/ (୧୦୦୦) ହଙ୍ଗେରୀ ଦେଶ ପ୍ରତିଷ୍ଠା ହେଲା ================ *ବନ୍ଦେ ଉତ୍କଳ ଜନନୀ* 🪻🌻🪻
172
20
*ଖବର ଆଜିର, ୧୮ ଅଗଷ୍ଟ ମଙ୍ଗଳବାର* ===================== ବଙ୍ଗୋପସାଗରରେ ଅବପାତ ଯୋଗୁଁ ଆଜି ରାଜ୍ୟରେ ପ୍ରବଳ ବର୍ଷା ହେବ। ରକ୍ଷାବନ୍ଧନରେ ମହିଳାଙ୍କୁ ସୁଭଦ୍ରା ଟଙ୍କା ବଣ୍ଟନ ଭେଟି, କୋଟିଏରୁ ଅଧିକ ମହିଳାଙ୍କୁ ମିଳିବ କିସ୍ତି ଟଙ୍କା। ଲଘୁଚାପ ବର୍ଷାରେ ରାଜ୍ୟର ୬ ଜିଲ୍ଲାରେ ବନ୍ୟା। ୭.୮୫ ଲକ୍ଷ ଲୋକ ପ୍ରଭାବିତ, ୧୩୦୪ ଗାଁ ଓ ୯୪୧ ଘର କ୍ଷତିଗ୍ରସ୍ତ। ରାଜ୍ୟର ଅପହଞ୍ଚ ଅଞ୍ଚଳରେ ନିର୍ମାଣ ହେବ ୨୦୯୯ କିମି ରାସ୍ତା, ୫ ବର୍ଷରେ ଖର୍ଚ୍ଚ ହେବ ୧୩୦୦ କୋଟି। ସର୍ଭେ ରିପୋର୍ଟ: ରେଳବାଇର ସମୟଜ୍ଞାନ ନାହିଁ, ଦେଶରେ ସବୁଠାରୁ ପଛରେ ଖୋର୍ଦ୍ଧା ରୋଡ୍‌ ରେଳ ଡିଭିଜନ୍‌। ଓଡ଼ିଶା ହାଇକୋର୍ଟରେ ୩୩ ବଦଳରେ ମାତ୍ର ୧୭ ଜଣ ବିଚାରପତି ଅଛନ୍ତି। ମାମଲା ସଂଖ୍ୟା ୧ ଲକ୍ଷ ୭୨ ହଜାର। ପୁରୀ ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ତ୍ରୁଟି, ଅଁଳା ବେଢ଼ା ପର୍ଯ୍ୟନ୍ତ ଚଢ଼ିଗଲେ ଯୁବକ। ଯାଜପୁର ବରୀରେ ଦ୍ବିତୀୟ ବନ୍ୟା। ୨୯ ପଞ୍ଚାୟତ ଜଳବନ୍ଦୀ, ୮୪ ଗ୍ରାମର ୧,୨୦,୭୨୦ ଜଣ ବିପନ୍ନ। ଭଦ୍ରକରେ କମୁନି ତଳିଆ ଅଞ୍ଚଳର ଦୁର୍ଦ୍ଦଶା, ୧,୦୭,୭୭୩ ଜଣ ସ୍ଥାନାନ୍ତର। ବୈତରଣୀ ବନ୍ୟା ପାଣି ନିଷ୍କାସନକୁ ଲାଗିବ ୪ ଦିନ, ସୁବର୍ଣ୍ଣରେଖା ଓ ଜଳକାରେ ନାହିଁ ବନ୍ୟା ସ୍ଥିତି। ବଲାଙ୍ଗୀର ବ୍ୟବସାୟୀ ନରେନ୍ଦ୍ର ସାହୁ ଅପହରଣ ମାମଲାରେ ପୁଲିସ ଏସ୍‌ଆଇ, ସାମ୍ବାଦିକ ଗିରଫ, ଆହୁରି ୬ ଅଭିଯୁକ୍ତ ସାମିଲ। ସମ୍ବଲପୁର ଯୁଯୁମୁରା ୫୫ ନମ୍ବର ଜାତୀୟ ରାଜପଥରେ ବସ୍‌ ଦୁର୍ଘଟଣା, ୨ ଅଧିକାରୀ ମୃତ, ୧୨ ଆହତ। ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗାରେ ମଦନମୋହନ ମଠରୁ ୧୮ଟି ପ୍ରାଚୀନ ମୂର୍ତ୍ତି ଚୋରି ହେଲା। ଜଗତସିଂହପୁର ପୁରୋହିତପୁରରେ ପୁଣି ସେକ୍ସ ରାକେଟ ଠାବ। ରାଣୀ ମହୁମାଛି ସମେତ ୨ ଯୁବତୀ ଗିରଫ। ନବରଙ୍ଗପୁର ରାଇଘରରେ ଗଂଜେଇ ଚାଲାଣ ବେଳେ ଚଢ଼ଉ, ଚାରି ଅଭିଯୁକ୍ତ ଗିରଫ। ବଲାଙ୍ଗିର ଜିଲା ତୁଷୁରା ପ୍ୟାକ୍ସରେ ୪୨ ଲକ୍ଷ ଆତ୍ମସାତ ଅଭିଯୋଗ ପୂର୍ବତନ ସମ୍ପାଦକ ଗିରଫ। ଗଞ୍ଜାମ ଗୋପାଳପୁରରେ ସମୁଦ୍ର କବଳରୁ ଭିଟାମାଟି ବଞ୍ଚାଇବାକୁ ୪ଖଣ୍ଡ ଗ୍ରାମର ବାସିନ୍ଦା ପୋର୍ଟ ସମ୍ମୁଖରେ ଧାରଣା ଦେଲେ। କଟକ ଜଗତପୁର ସିରିଜ୍‌ ଚୋରି ମାମଲା: କୁଖ୍ୟାତ ‘ସାନ ବୁଟୁରୁ’ ସମେତ ୨ ଗିରଫ। ଢେଙ୍କାନାଳ ରିଜର୍ଭ ପୁଲିସ କନଷ୍ଟେବଳ ଶଙ୍କର ପ୍ରଧାନଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର। 🇳🇪 ବିଜେପିର କେନ୍ଦ୍ରୀୟ ୬୫ ଜଣିଆ ନୂଆ ଟିମ୍‌ରେ ୧୩ ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ୮ ରାଷ୍ଟ୍ରୀୟ ମହାମନ୍ତ୍ରୀ ଓ ୧୬ ରାଷ୍ଟ୍ରୀୟ ମନ୍ତ୍ରୀ ରହିଲେ। ନଇଁଲେ ସରକାର, ଝାଡ଼ଖଣ୍ଡ ସରକାର ଜେଏସ୍‌ଏସ୍‌ସି-ସିଜିଏଲ୍‌ ପରୀକ୍ଷା ବାତିଲ ହେଲା। ଚାରି ମାସରେ ୨୨ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଲେ ୟୁପି ମୁଜାଫରନଗର ବିଚାରପତି ରବି କୁମାର ଦିବାକର। ଦେଶର ସହରାଞ୍ଚଳରେ ବେକାରୀ ହାର ବୃଦ୍ଧି ପାଇ ୬.୬ ପ୍ରତିଶତରୁ ବଢ଼ି ୬.୭ ପ୍ରତିଶତ ହେଲା। ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ପାଇଁ ଇ-କେୱାଇସି କରିବାର ଶେଷ ତାରିଖ ଅଗଷ୍ଟ ୨୩ ପର୍ଯ୍ୟନ୍ତ ବୃଦ୍ଧି ହେଲା। WhatsApp Channel join https://whatsapp.com/channel/0029VaUgRXG5fM5gVRc7391u ଅଯୋଧ୍ୟା ରାମମନ୍ଦିର ଦାନ ଅର୍ଥ ଚୋରି ମାମଲାର ଶୀଘ୍ର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ। ୟୁକ୍ରେନ୍‌ରେ ଲକ୍ଷ୍ମୀ ମିତ୍ତଲଙ୍କ ଷ୍ଟିଲ ପ୍ଲାଣ୍ଟ ଉପରେ ରୁଷ୍‌ କ୍ଷେପଣାସ୍ତ୍ର ମାଡ଼, ୨ ମୃତ। ଓମାନକୁ ଟ୍ରମ୍ପଙ୍କ ଧମକ: ପ୍ରତିବନ୍ଧକ ହେଲେ ଉଡ଼ାଇ ଦେବୁ। 🏆⚽🚴🏼‍♀️ ଅଗଷ୍ଟ ୨୨ରେ କଳିଙ୍ଗ ଷ୍ଟାଡିୟମରେ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍‌ର ସିଲଭର୍ ଲେଭଲ୍ ମିଟ୍‌ ଅନୁଷ୍ଠିତ ହେବ। ପୂର୍ବାଞ୍ଚଳ ବ୍ୟାଡ୍‌ମିଣ୍ଟନ୍‌ ସେପ୍ଟେମ୍ବର ୩ରୁ, ଓଡ଼ିଶା ଦଳ ଘୋଷିତ। ଫାଓ ଫୁଟବଲ ଲିଗ୍‌ରେ ଓଡ଼ିଶା ପୋଲିସ ଚମ୍ପିଆନ୍ ହେଲା। *ଗତବର୍ଷ ଏଇ ସମୟରେ* ଦେବଗଡ଼, ସୁନ୍ଦରଗଡ଼, ନବରଙ୍ଗପୁର, କେନ୍ଦୁଝର, ଅନୁଗୁଳ ଓ କୋରାପୁଟରେ ସୁନା ଠାବ ହୋଇଥିଲା। ବିଜେପି ନେତୃତ୍ୱ କହିଥିଲେ, ଖୁବଶୀଘ୍ର ବୋର୍ଡ ଓ ନିଗମ ଅଧ୍ୟକ୍ଷଙ୍କ ନାମ ଘୋଷଣା ହେବ। ପୁରୀ ବଳଙ୍ଗା ପୀଡ଼ିତାଙ୍କ ବୟାନ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ତିନି ଯୁବକ ନିଆଁ ଲଗାଇଥିବା ସ୍ପଷ୍ଟ। ପୋଲିସ ଅପଦସ୍ତ ହୋଇଥିଲା। ===================== ଆଜି ଜନ୍ମଦିନ: ବାଜିରାଓ ୧, ନିର୍ମଳା ସୀତାରମଣ, ଗୁଲଜାର, ଦଲେର ମେହେନ୍ଦୀ, ସନ୍ଦୀପ ପାଟିଲ, ପ୍ରୀତି ଝାଙ୍ଗିଆନି, ଦୟାନିଧି ପରମହଂସ ଦେବ (ଓଡ଼ିଆ ଧର୍ମଗୁରୁ) ଆଜି ତିରୋଧାନ: ନେତାଜୀ ସୁଭାସ ବୋଷ ଇତିହାସରେ ଆଜି: (୧୯୫୧) ଖଡ଼ଗପୁର ଆଇଆଇଟି ଉଦଘାଟନ ହେଲା/ (୧୮୬୮) ହିଲିୟମ ଆବିଷ୍କାର ହେଲା ===================== *ବନ୍ଦେ ଉତ୍କଳ ଜନନୀ* 🪻🌻🪻
217