ar
Feedback

لا تقع ضحية للمخادعين! تيليمتريو يكتشف ويُميّز هذه القنوات 👉 إذا كنت تريد رؤية العلامة، اشترك 👈

CAREER STUDY CLASSES 📘📚📝

CAREER STUDY CLASSES 📘📚📝

الذهاب إلى القناة على Telegram

Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd

إظهار المزيد
674
المشتركون
لا توجد بيانات24 ساعات
-57 أيام
-4030 أيام
أرشيف المشاركات
Ama group re PRITISHA DAS immediately ama councillor nka saha katha huantu Ur eligible criteria... @Sirodia2k Ur any query..... TELL PREVIOUSLY IT'S OUR ORGANIZAR...

Amar sabu kichhi selection type questions already provided...

+9
ଖଣିଜ ସମ୍ବଳ long question.pdf

+9
ଖଣିଜ ସମ୍ବଳ long question.pdf

photo content

photo content

b. ଆର୍ଥନୀତିକ ବିକାଶ କହିଲେ କଣ ବୁଝାଏ ? c. ଉଦାରୀକରଣ ନୀତି ବ୍ୟବସ୍ଥା କଣ ? d. ବିଶ୍ୱ ବାଣିଜ୍ୟ ସଂଗଠନ ମୁଖ୍ୟ ଲକ୍ଷ୍ୟ କଣ ଲେଖ l e. ଦରବୃଦ୍ଧି କିପରି ନିରୂପଣ ହୁଏ ? f. ଦରବୃଦ୍ଧି ର କାରଣ ଗୁଡିକ କଣ ? g. ଖାଉଟି ଶୋଷଣ ର କାରଣ ଗୁଡିକ କଣ ? h. ଖାଉଟି କର୍ତ୍ତବ୍ୟ କଣ ? i. ଖାଉଟି ସଚେତନତା ଆବଶ୍ୟକତା କଣ ? J. ଦାରିଦ୍ର୍ୟ କାରଣ ଗୁଡିକ ଲେଖ l k. କ୍ୟାସ ବା KASH କହିଲେ କଣ ବୁଝ ? l. ଶୁଭାରମ୍ଭ ଓଡିଶା ଓ ଶୁଭାରମ୍ଭ ଭାରତ ଯୋଜନା କଣ ଲେଖ l k. 1991 ମସିହା ନୂତନ ଆର୍ଥିକ ନୀତିର ବୈଶିଷ୍ଟ୍ୟ ଲେଖ l ପାର୍ଥକ୍ୟ ଦର୍ଶାଅ a.ଜାତୀୟ ଆୟ ଓ ମୁଣ୍ଡପିଛା ଆୟ b. ଆର୍ଥିକ ବିକାଶ ଓ ଆର୍ଥିକ ଅଭିବୃଦ୍ଧି c.ଅଂଶଧନ ବଜାର ଓ ମ୍ୟୁଚୁଆଲ ଫଣ୍ଡ d. ଋତୁକାଳୀନ ବେକାରୀ ଓ ପ୍ରଚ୍ଛନ୍ନ ବେକାରୀ e.ଚରମ ଦାରିଦ୍ର୍ୟ ଓ ଆପେକ୍ଷିକ ଦାରିଦ୍ର୍ୟ f. ଉଦ୍ୟୋଗ ଓ ଉଦ୍ୟୋଗୀ g. ଉଦାରୀକରଣ ଓ ଜଗତୀକରଣ h. ବିକଶିତ ଦେଶ ଓ ବିକାଶ ଅଭିମୁଖୀ ଦେଶ ସଂକ୍ଷିପ୍ତ ଟିପ୍ପଣୀ a. ବିକଶିତ ଦେଶ b. ନୂତନ ଆର୍ଥିକ ନୀତି c. ଘରୋଇକରଣ d. ମିଶ୍ର ଅର୍ଥନୀତି e. ବିଶ୍ୱ ବାଣିଜ୍ୟ ସଂଗଠନ f.ଅପମିଶ୍ରିତ ଦ୍ରବ୍ୟ ଓ ନକଲି ଦ୍ରବ୍ୟ g. ଖାଉଟି ଅଦାଲତ h. ଆର୍ଥିକ ଯୋଜନା ପ୍ରକ୍ରିୟା i. ଦାରିଦ୍ର୍ୟ ସୀମାରେଖା j. ଆଶଙ୍କା ମୁକାବିଲା k. ଉତ୍ପାଦନ ବ୍ୟବସ୍ଥାପନ l. ସମଷ୍ଟିଗତ ପୁଞ୍ଜି କାରଣ ଦର୍ଶାଅ a.ସୀମିତ ତଥ୍ୟ ପାଇଁ ଖାଉଟି ମାନେ ଶୋଷଣ ର ଶିକାର ହୋଇଥାନ୍ତି l b. ସ୍ୱଳ୍ପ ଦରବୃଦ୍ଧି ଦେଶର ମଙ୍ଗଳ ହୋଇଥାଏ l ସର୍ବମୋଟ ଭୂଗୋଳ (SSG) ରେ ଛାତ୍ର ଛାତ୍ରୀ ମାନଙ୍କୁ Subjective ପ୍ରଶ୍ନ ରେ 8+ 10+ 7 = 25 ମାର୍କ ଦେବାକୁ ପଡିବ l    ସମସ୍ତେ ସେହି ହିସାବରେ ପ୍ରସ୍ତୁତ ହୁଅ l

ଭୂଗୋଳ ( SSG)କିପରି ପରୀକ୍ଷା ରେ subjective ପ୍ରଶ୍ନ ଆସିବ ଓ କିଛି ଟିପ୍ସ ଭୂଗୋଳ subjective ପ୍ରଶ୍ନ କୁ ଦୁଇ ବିଭାଗ ରେ ବିଭକ୍ତ କରା ଯାଇଛି l ସର୍ବମୋଟ 50 ମାର୍କ ର ପ୍ରଶ୍ନ ଆସିବ l ଗୋଟିଏ "କ" ଓ ଅନ୍ୟ ଗୋଟିଏ "ଖ " ବିଭାଗ  l ଯେଉଁଠି ଜୀବ ଭୂଗୋଳ (SSG) ର ପ୍ରଶ୍ନ ଆସିବ l ଯାହା ମୋଟ ମାର୍କ 25 ଅଟେ l 1. ଏହି ପ୍ରଥମ ପ୍ରଶ୍ନ ରେ ଦୁଇ ଟି ଦୀର୍ଘ ଉତ୍ତର ମୂଳକ ପ୍ରଶ୍ନ ( long question ) ଆସିବ l ଯାହା ପ୍ରତ୍ୟେକ 4 ମାର୍କ ବିଶିଷ୍ଟ ହେବ l ଦୁଇଟି ମିଶି 8 ମାର୍କ ହେବ l                2  × 4 =  8 ଉଦାହରଣ :- a. ଧାରଣୀୟ ବିକାଶ ର ବିଶେଷତ୍ବ ଉଲ୍ଲେଖ କର l b. କେଉଁ କେଉଁ ଉପାୟରେ ମନୁଷ୍ୟ ଭୂ ସମ୍ବଳ ବ୍ୟବହାର କରିଥାଏ l c. ଭାରତ ର ଲୁଣା ଓ କ୍ଷାରୀୟ ମୃତ୍ତିକା ସମ୍ବନ୍ଧରେ ଲେଖ l d. ମୃତ୍ତିକା ସଂରକ୍ଷଣ ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ଗୁଡିକ ଲେଖ l e.ଭାରତର ଜୁଆରିଆ ଅରଣ୍ୟ ବିଷୟ ରେ ସଂକ୍ଷେପ ରେ ଲେଖ l f. ବାଉଁଶ ନଳ ଦ୍ୱାରା ବୁନ୍ଦା ଜଳସେଚନ ବ୍ୟବସ୍ଥା ସମ୍ପର୍କ ରେ ଲେଖ l g.ଭାରତରେ ତମ୍ବାର ବ୍ୟବହାର ଓ ଆବଣ୍ଟନ ସମ୍ବନ୍ଧରେ ରେ ଲେଖ l h.ଭାରତରେ ପବନଶକ୍ତି ଉତ୍ପାଦନ ବିଷୟ ରେ ଲେଖ l i. ଭାରତରେ ଧାନ ଚାଷ ର ଏକ ବିବରଣୀ ଦିଅ l j.ଶିଳ୍ପଜନିତ ପ୍ରଦୂଷଣ ଓ ତାହାର ପରିବେଶ ଉପରେ ପ୍ରଭାବ ସମ୍ବନ୍ଧରେ ରେ ଲେଖ l k. ବନ୍ୟା ର ପ୍ରକାର ସମ୍ପର୍କ ରେ ଆଲୋଚନା କର l l. ମରୁଡ଼ି ର ପ୍ରକାର ଭେଦ ଆଲୋଚନା କର l m.ଭାରତ ର ସଡକ ପଥର ଶ୍ରେଣୀବିଭାଗ କରି 4ଟି ବିଶେଷତ୍ବ ଲେଖ l n. ଗଣଯୋଗାଯୋଗ କଣ ସଂକ୍ଷେପ ରେ ଲେଖ l o.ଭାରତ ରେ ଜଳାଭାବ ର କାରଣ ଗୁଡିକ ଲେଖ l p. କୃଷ୍ଣ ମୃତ୍ତିକା ଗଠନ ଓ ବିଶେଷତ୍ବ ଲେଖ l 2. ଦ୍ଵିତୀୟ ପ୍ରଶ୍ନ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ    ( Short question ) ଅଟେ l ଏଥିରେ     ଭୂଗୋଳ ର ଚାରିଟି ପ୍ରଶ୍ନ ଆସିବ l     ଯେଉଁଠି 3 ମାର୍କ ର ଦୁଇଟି ଓ 2 ମାର୍କ ର ଦୁଇଟି ପ୍ରଶ୍ନ l     ଏହି ପ୍ରଶ୍ନରେ ପାର୍ଥକ୍ୟ ଦର୍ଶାଅ,କାରଣ ଦର୍ଶାଅ, ସଂକ୍ଷିପ୍ତ ଟିପ୍ପଣୀ ଅନ୍ତର୍ଭୁକ୍ତ ଅଟେ l ଏହା ସର୍ବ ମୋଟ 10 ମାର୍କ ବିଶିଷ୍ଟ ଅଟେ l          2 × 3  = 6 2 × 2 = 4 a.ମୃତ୍ତିକା ର ପ୍ରକାର ଭେଦ ଲେଖ l b. ମନୁଷ୍ୟ କୁ ସମ୍ବଳ ର ସ୍ରଷ୍ଟା କୁହାଯାଏ କାହିଁକି ? c. ମୃତ୍ତିକା କ୍ଷୟ କଣ ଓ ଏହାର କାରଣ ଲେଖ l d. ମୃତ୍ତିକା ଗଠନ ଏକ ଧୀର ପ୍ରକ୍ରିୟା କେମିତି ବର୍ଣ୍ଣନା କର l e.ଲାଲ ତଥ୍ୟ ପୁସ୍ତକ କାହାକୁ କୁହାଯାଏ ? f. ନଦୀବନ୍ଧ ଯୋଜନା କୁ କାହିଁକି ଆଧୁନିକ ଭାରତ ର ମନ୍ଦିର କୁହାଯାଏ ? g. ଖଣିଜ ପଦାର୍ଥ ସୃଷ୍ଟି ହେବାର ପ୍ରଣାଳୀ ଲେଖ l h. କୋଇଲା ର ଶ୍ରେଣୀବିଭାଗ କର l i. ସ୍ଥାନାନ୍ତରିତ କୃଷି ବିଷୟ ରେ ଲେଖ l j. କୁଟୀର ଶିଳ୍ପ ରେ କିପରି ଦ୍ରବ୍ୟ ଉତ୍ପାଦନ ହୁଏ l k. ଭାରତର ରେଳପଥ ର ବିଭିନ୍ନ ଗେଜ ବିଷୟ ରେ ଲେଖ l କାରଣ ଦର୍ଶାଅ a.ଆମ ଦେଶରେ ଅରଣ୍ୟ ଭୂମିର ପରିମାଣ ହ୍ରାସ ପାଉଛି l b. ଜୁଆରିଆ ଅରଣ୍ୟ ଏକ ଆଶ୍ରୟ ବଳୟ ପରି କାର୍ଯ୍ୟ କରେ l c. ଛାତ ଉପରେ ଜଳ ଅମଳ ଶିଲଂ ସହର ର ଏକ ସାର୍ବଜନୀନ ବ୍ୟବସ୍ଥା l d. କୋଇଲା କୁ କୃଷ୍ଣ ହୀରକ କୁହାଯାଏ l e. ଝୋଟ କୁ ସ୍ବର୍ଣ୍ଣତନ୍ତୁ ଆଖ୍ୟା ଦିଆଯାଇଛି l f. ଖାଉଟି ଶିଳ୍ପ କୁ ହାଲୁକା ଶିଳ୍ପ କୁହାଯାଏ l g.ମୁମ୍ବାଇ କୁ ଭାରତ ର ପ୍ରବେଶ ଦ୍ୱାର କୁହାଯାଏ l h. ପଟୁ ମୃତ୍ତିକା ଅଞ୍ଚଳ କୁ ଭାରତ ର ଧାନ ଓ ଗହମ ର ଉଦର କୁହାଯାଏ l i. ଖଣି ଖନନ କୁ ଘାତକ ଶିଳ୍ପ କୁହାଯାଏ l ପାର୍ଥକ୍ୟ ଦର୍ଶାଅ a. ଖଦର ଓ ଭାଙ୍ଗର b. ଜାତୀୟ ସମ୍ବଳ ଓ ଅନ୍ତର୍ଜାତୀୟ ସମ୍ବଳ c. କର୍ବେଟ ଜାତୀୟ ପାର୍କ ଓ ଗୀର ଜାତୀୟ ପାର୍କ d. ଲୋଡ଼ ଓ ଭେନ e. ଧାତବ ଖଣିଜ ଓ ଅଧାତବ ଖଣିଜ f. ପବନ ଶକ୍ତି ଓ ଭୂ- ତାପୀୟ ଶକ୍ତି g. ବ୍ୟାପକ କୃଷି ଓ ସଘନ କୃଷି h. କୁଟୀର ଶିଳ୍ପ ଓ କ୍ଷୁଦ୍ର ଶିଳ୍ପ i.ସଡକ ପଥ ଓ ରେଳ ପଥ j. ପରିବହନ ଓ ଯୋଗାଯୋଗ k. ନବୀକରଣ ଯୋଗ୍ୟ ସମ୍ବଳ ଓ ନବୀରକରଣ ଅଯୋଗ୍ୟ ସମ୍ବଳ l. ପେଡାଲଫର ଓ ପେଡୋକାଲ j. ରେ ଓ ବରି k.ଚିରହରିତ ଅରଣ୍ୟ ଓ ପର୍ଣ୍ଣମୋଚି ଅରଣ୍ୟ l. ବନ୍ୟ ପ୍ରାଣୀ ବୋର୍ଡ ଓ ବ୍ୟାଘ୍ର ପ୍ରକଳ୍ପ ଯୋଜନା m. ବଇଲାଡିଲା ଓ କୁଡ୍ରମୁଖ n. ବିଟୁମିନସ ଓ ପିଟ o. ପାରମ୍ପରିକ ଶକ୍ତି ଓ ଅଣ ପାରମ୍ପରିକ ଶକ୍ତି j. ଜଳ ବିଦ୍ୟୁତ ଶକ୍ତି ଓ ତାପଜ ବିଦ୍ୟୁତ ଶକ୍ତି k. ଖରିଫ ଫସଲ ଓ ରବି ଫସଲ l. ସ୍ବର୍ଣ୍ଣ ତନ୍ତୁ ଓ ରୌପ୍ୟ ତନ୍ତୁ m. ସାଧାରଣ ବଣ୍ଟନ ବ୍ୟବସ୍ଥା ଓ ସର୍ବନିମ୍ନ ସଂଗ୍ରହ ମୂଲ୍ୟ o. ଚା ଚାଷ ଓ କଫି ଚାଷ p. TISCO ଓ SAIL q. ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ r. ନାରୋ ଗେଜ ଓ ଲାଇଟ ଗେଜ s. ବ୍ୟକ୍ତିଗତ ଯୋଗାଯୋଗ ଓ ଗଣ ଯୋଗାଯୋଗ ସଂକ୍ଷିପ୍ତ ଟିପ୍ପଣୀ a.ପତିତ ଭୂମି b. ବିପଦପ୍ରବଣ ଜାତି /ସଙ୍କଟାପନ୍ନ ଜାତି c. ପଲାରପାନି d. ମରୁଦ୍ୟାନ e. ଘାତକ ଶିଳ୍ପ f. ଜୀବାଶ୍ମ ଇନ୍ଧନ g. ସ୍ଥାନାନ୍ତରିତ କୃଷି h. ପ୍ରାଥମିକ ଉତ୍ପାଦ i. କୁଆ ପଥର ବୃଷ୍ଟି j. ଏୟାର ଇଣ୍ଡିଆ k. ତ୍ୱରିତ ରାଜମାର୍ଗ l.ଯୋଗାଯୋଗ j. ଜାତୀୟ ଅରଣ୍ୟ ନୀତି k.ନର୍ମଦା ବଞ୍ଚାଅ ଅଭିଯାନ l. ଲୌହ ବିହୀନ ଖଣିଜ l. ପ୍ଲାଷ୍ଟର ନିକ୍ଷେପ 3. ଏହି ତୃତୀୟ ପ୍ରଶ୍ନ ରେ ସଂକ୍ଷିପ୍ତ      ଉତ୍ତରମୂଳକ ପ୍ରଶ୍ନ ଅର୍ଥନୀତି ( Economics) ରୁ ଆସିବ  l ସର୍ବମୋଟ 3ଟି ପ୍ରଶ୍ନ ଆସିବ ସେଥିରୁ ଗୋଟିଏ ପ୍ରଶ୍ନ 3 ମାର୍କ ଓ ବାକି ଦୁଇଟି ପ୍ରଶ୍ନ 2 ମାର୍କ ବିଶିଷ୍ଟ   ଅଟେ l ମୋଟ ମାର୍କ 7 ଅଟେ l                3 × 1 = 3 2 × 2 = 4 ଉଦାହରଣ :- a. ଜାତୀୟ ଆୟ ଓ ମୁଣ୍ଡ ପିଛା ଆୟ କିପରି ନିରୂପଣ କରାଯାଏ ?

ଉଦାହରଣ :-ରାଜନୀତି ବିଜ୍ଞାନ important question 1.ସମ୍ବିଧାନ ପ୍ରଣୟନ ସଭା କିପରି ଗଠିତ ହେଲା ଓ କିଏ କିଏ ସଭ୍ୟ ଥିଲେ ? ଏହା କେତେଦିନ ଧରି ଚାଲିଥିଲା ? 2. ସମ୍ବିଧାନ ର 326 ଧାରା କଣ ଥିଲା ? 3. କେବେ ଓ କେଉଁ କେଉଁ ରାଜ୍ୟ ର ନାମ ପରିବର୍ତ୍ତନ ହୋଇଛି ? 4. ଦିଲ୍ଲୀ ର ଶାସନ ବ୍ୟବସ୍ଥା କିପରି ? 5. ଭାଷାଭିତ୍ତିକ ରାଜ୍ୟ ଗଠନ କେଉଁମାନେ କରିଥିଲେ ? 6.ପ୍ରତ୍ୟକ୍ଷ ନିର୍ବାଚନ ଓ ପରୋକ୍ଷ ନିର୍ବାଚନ କଣ ? 7. ରାଷ୍ଟ୍ରପତି କିପରି ନିର୍ବାଚିତ ହୁଅନ୍ତି ? 8. ସାବାଳକ ମତଦାନ କଣ ? 9. ନିର୍ବାଚନ ପ୍ରଚାର ଅଭିଯାନ କିପରି ହୁଏ ? 10.ନିର୍ବାଚନ ଆୟୋଗ ର ଗଠନ କାର୍ଯ୍ୟକାଳ ଓ ବହିଷ୍କାର ସମ୍ପର୍କ ରେ ବର୍ଣ୍ଣନା କର l 11.ମୁକ୍ତ ନିର୍ବାଚନ ର ପ୍ରତିବନ୍ଧକ କଣ ? 12. ଆଦର୍ଶ ଆଚରଣ ବିଧି କଣ ? 13. ନିର୍ବାଚନ ଇସ୍ତାହାର କଣ ? 14. ସମ୍ବିଧାନ ର କେଉଁ କେଉଁ ଧାରା ରେ ଲୋକସଭା ଓ ବିଧାନ ସଭା ପାଇଁ ଆସନ ସଂରକ୍ଷଣ ବ୍ୟବସ୍ଥା ଅଛି ? 15. EVM କଣ ? 16. ଅମାନତ ଜମା କେତେବେଳେ ଫେରସ୍ତ ମିଳେ ନାହିଁ ? 17. ଲୋକସଭା ଓ ବିଧାନ ସଭା ରେ କିଏ ରିଟର୍ଣ୍ଣି ଅଫିସର ଥାନ୍ତି ? 18. ସଡ଼କ ଦୁର୍ଘଟଣା ର ପ୍ରମୁଖ କାରଣ କଣ ? 19. ଗୁଡ଼ ସମରିଟାନ ନୀତି କଣ ? 20. ବଳବତ୍ତକରଣ କଣ ? 21. କେନ୍ଦ୍ରୀୟ ମୋଟରଯାନ ଆକ୍ଟ ବିଷୟରେ ବର୍ଣ୍ଣନା କର l 22. ଶୀତଳ ଯୁଦ୍ଧ କଣ ? 23. ପଞ୍ଚଶୀଳ ନୀତି କଣ ବର୍ଣ୍ଣନା କର l 24.ଭାରତ ଓ ପାକିସ୍ଥାନ ମଧ୍ୟରେ କେବେ କେବେ ଯୁଦ୍ଧ ହୋଇଛି ? 25. ଭାରତ ର ରୁଷ ସହ ସମ୍ପର୍କ କିପରି ? 26. ଶ୍ରୀଲଙ୍କା ର ତାମିଲ ସମସ୍ୟା କଣ ? 27. ଭୁଟାନ କୁ ଭାରତ କିପରି ସାହାଯ୍ୟ କରେ l 28. ତିବ୍ବତ ସମସ୍ୟା କିପରି ଭାରତ ଓ ଚୀନ ପାଇଁ ମୁଣ୍ଡବ୍ୟଥା ର କାରଣ ହୋଇଛି ଲେଖ l 29.ବାଂଲାଦେଶ ଗଠନରେ ଭାରତ ର ଭୂମିକା କଣ ଥିଲା ? 30.କଚ୍ଛତିଭୁ ସମସ୍ୟା କଣ ? 31. SAARC କଣ ? 32. ଆମେରିକା କେବେ ଭାରତ ବିରୋଧୀ କାର୍ଯ୍ୟକଳାପ ରେ ଜଡିତ ଥିଲା ? 33. ଆମେରିକା ଓ ଭାରତ ମଧ୍ୟରେ କିପରି ସୁସମ୍ପର୍କ ସ୍ଥାପନ ହେଲା ? 34. ତାସକେଣ୍ଟ ଚୁକ୍ତି କେବେ ଓ କାହା କାହା ମଧ୍ୟରେ ହୋଇଥିଲା ? 35. ବ୍ୟକ୍ତିଗତ ଯାନ ଓ ସାର୍ବଜନୀନ ଯାନ କଣ ?

  ଇତିହାସ( SSH) କିପରି ପରୀକ୍ଷା ରେ subjective ପ୍ରଶ୍ନ ଆସିବ ଓ କିଛି ଟିପ୍ସ ଇତିହାସ subjective ପ୍ରଶ୍ନ କୁ ଦୁଇ ବିଭାଗ ରେ ବିଭକ୍ତ କରା ଯାଇଛି l ସର୍ବମୋଟ 50 ମାର୍କ ର ପ୍ରଶ୍ନ ଆସିବ l ଗୋଟିଏ "କ" ଓ ଅନ୍ୟ ଗୋଟିଏ "ଖ " ବିଭାଗ  l ଯେଉଁଠି ଇତିହାସ (SSH) ର ପ୍ରଶ୍ନ ଆସିବ l ଯାହା ମୋଟ ମାର୍କ 25 ଅଟେ l A. ଏହି ପ୍ରଥମ ପ୍ରଶ୍ନ ରେ ଦୁଇ ଟି ଦୀର୍ଘ ଉତ୍ତର ମୂଳକ ପ୍ରଶ୍ନ ( long question ) ଆସିବ l ଯାହା ପ୍ରତ୍ୟେକ 4 ମାର୍କ ବିଶିଷ୍ଟ ହେବ l ଦୁଇଟି ମିଶି 8 ମାର୍କ ହେବ l                2  × 4 =  8 ଉଦାହରଣ :- 1. ଦକ୍ଷିଣ ଆଫ୍ରିକା ରେ କିପରି ଶ୍ଵେତାଙ୍ଗ ମାନେ ଭାରତୀୟଙ୍କୁ ଅତ୍ୟାଚାରିତ କରୁଥିଲେ ? 2. ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ସମ୍ପର୍କ ରେ ଆଲୋଚନା କର l 3.ଅସହଯୋଗ ଆନ୍ଦୋଳନ କିପରି ଆରମ୍ଭ ହୋଇଥିଲା ବର୍ଣ୍ଣନା କର l 4.ଅସହଯୋଗ ଆନ୍ଦୋଳନ ର କାର୍ଯ୍ୟକ୍ରମ କଣ ଥିଲା ? 5. ଓଡିଶାର ପ୍ରଥମ ଲବଣ ଆଇନ ଭଙ୍ଗ ସମ୍ପର୍କ ରେ ବିବରଣୀ ଦିଅ l 6.ଆଇନ ଅମାନ୍ୟ ଆନ୍ଦୋଳନ କାର୍ଯ୍ୟକ୍ରମ କଣ ଥିଲା ? 7. ଭାରତ ଛାଡ଼ ଆନ୍ଦୋଳନ ରେ ଲକ୍ଷ୍ମଣ ନାୟକ ଙ୍କ ଅବଦାନ ଲେଖ l 8.ଭାରତ ପରିତ୍ୟାଗ ପଛରେ ସୁଭାଷ ବୋଷଙ୍କ ଉଦ୍ଦେଶ୍ୟ ଓ ଲକ୍ଷ୍ୟ କଣ ଥିଲା ? 9. କ୍ରିପସ ମିଶନ ର ପ୍ରସ୍ତାବ ଗୁଡିକ ଆଲୋଚନା କର l 10. ଓଡ଼ିଶାରେ ସମ୍ବାଦ ପତ୍ର ର କିପରି ବିକାଶ ହୋଇଥିଲା ? 11. ଉତ୍କଳ ସମ୍ମିଳନୀ ର ଲକ୍ଷ୍ୟ କଣ ଥିଲା ? 12. ନୂତନ ଓଡିଶା ରେ ପ୍ରଥମ ବିଧାନ ସଭା ପାଇଁ ଅନୁଷ୍ଠିତ ନିର୍ବାଚନ ର ଏକ ବିବରଣୀ ଦିଅ l 13.ମିଶ୍ରଣ ଚୁକ୍ତି ର କଣ ସର୍ତ୍ତ ଥିଲା ? 14. ପ୍ରଜାମାରଣ ପ୍ରଥା ସମ୍ପର୍କ ରେ ଟିପ୍ପଣୀ ଦିଅ l 15.ପରମାଣୁ ଶକ୍ତି ର ବିକାଶ ପାଇଁ ଭାରତ ସରକାର କି କି ପଦକ୍ଷେପ ନେଇଛନ୍ତି ? 16. ମିଶନଶକ୍ତି ର ଉଦ୍ଦେଶ୍ୟ ଓ କାର୍ଯ୍ୟ ଗୁଡିକ ଲେଖ l 17.ପ୍ରାକୃତିକ ବିପର୍ଯ୍ୟୟ ସମୟରେ କୃଷକ ମାନଙ୍କୁ କିପରି ସହାୟତା ପ୍ରଦାନ କରାଯାଏ l 18.2007 ମସିହାରେ ଘୋଷିତ ଓଡିଶାର ଶିଳ୍ପ ନୀତି କଣ ଥିଲା ? 19. ଓଡିଶା ରେ ରେଳପଥ ର ବିକାଶ ସମ୍ପର୍କ ରେ ଲେଖ l 20.ରାଓଲାତ ଆଇନ କଣ ? ଏହା ବିରୁଦ୍ଧରେ ଗାନ୍ଧିଜୀ ଙ୍କ ଭୂମିକା କଣ ଥିଲା ? 21.ଆଜାଦହିନ୍ଦ ଫୌଜ ସମ୍ପର୍କ ରେ ଲେଖ l B. ଦ୍ଵିତୀୟ ପ୍ରଶ୍ନ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ    ( Short question ) ଅଟେ l ଏଥିରେ     ଇତିହାସ ର ଚାରିଟି ପ୍ରଶ୍ନ ଆସିବ l     ଯେଉଁଠି 3 ମାର୍କ ର ଦୁଇଟି ଓ 2 ମାର୍କ ର ଦୁଇଟି ପ୍ରଶ୍ନ  l    ଏହା ସର୍ବ ମୋଟ 10 ମାର୍କ ବିଶିଷ୍ଟ ଅଟେ l          2 × 3  = 6          2 × 2  = 4 1.ଖେଡା ଆନ୍ଦୋଳନ ସମ୍ପର୍କ ରେ ବର୍ଣ୍ଣନା କର l 2.ପ୍ଲେଗ ବୋନସ କଣ ଏହା କେଉଁ ଆନ୍ଦୋଳନ ସହ ସମ୍ପର୍କିତ ଥିଲା ବର୍ଣ୍ଣନା କର l 3.ତୃତୀୟ ଗୋଲ ଟେବୁଲ ବୈଠକ ରେ କଣ ହୋଇଥିଲା ? 4. ଗାନ୍ଧୀ ଇରଉଇନ ଚୁକ୍ତି ର ସର୍ତ୍ତ ଗୁଡିକ କଣ ଥିଲା ? 5.ସୁଭାଷ ବୋଷ ଙ୍କ ଚାରିଟି ସୈନ୍ୟ ବିଭାଗ ସମ୍ପର୍କ ରେ ଲେଖ l 6. ଖିଲାଫତ ଆନ୍ଦୋଳନ କାହିଁକି ହୋଇଥିଲା ? 7. ସୁଭାଷ କେବେ ଜାତୀୟ କଂଗ୍ରେସ ସଭାପତି ହୋଇଥିଲେ ଓ କାହିଁକି କଂଗ୍ରେସ ତ୍ୟାଗ କରି ପରେ ସେ କଣ କଲେ ? 8. କ୍ୟାବିନେଟ ମିଶନ ର ପ୍ରସ୍ତାବ ଗୁଡିକ ଲେଖ l 9.କିଏ ମହିମା ଧର୍ମ ର ପ୍ରଚାରକ ଥିଲେ ? ଏହି ଧର୍ମ ଓଡିଆ ମାନଙ୍କ ଉପରେ କିପରି ପ୍ରଭାବ ପକେଇଥିଲା ? 10. ନୂତନ ଓଡିଶା ଉଦଘାଟନ ଦିବସ ପାଳନ ଏକ ବିବରଣୀ ଦିଅ l 11.ରିସଲେ ସରକୁଲାର କଣ ? 12. ଲର୍ଡ଼ କର୍ଜନ କୁ କିଏ ଓଡିଶା ଆଣିଥିଲେ ଓ ତାଙ୍କ ଆଗମନ ଫଳରେ କଣ ଲାଭ ହେଲା ? 13. କେବେ ଓ କାହିଁକି କୃଷ୍ଣଚନ୍ଦ୍ର ଗଜପତି ଇସ୍ତଫା ଦେଇଥିଲ ? 14. ଅପରେସନ ଗୁଲମାର୍ଗ କଣ ଥିଲା ? 15. ଅପରେସନ ପୋଲୋ ସମ୍ପର୍କ ରେ ଲେଖ l 16.କାଶ୍ମୀର ଭାରତ ସହ ମିଶିଲା କିପରି ? 17. ନୀଳଗିରି ରୁ କିପରି ଦେଶୀୟ ରାଜ୍ୟ ମିଶ୍ରଣ ଆରମ୍ଭ ହେଲା ? 18. ଦାରିଦ୍ର୍ୟ ଦୂରୀକରଣ ପାଇଁ 1969 ରୁ 2000 ଭାରତ ସରକାର କଣ କରିଥିଲେ ? 19. ମିଳନ ପତ୍ର ସମ୍ପର୍କ ରେ ଲେଖ l 20.ପ୍ରଜାମଣ୍ଡଳ ଆନ୍ଦୋଳନ ର ଦାବି ଗୁଡିକ କଣ ଥିଲା ? 21.ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା କଣ ? 22. ଆଦିବାସୀ ଉନ୍ନତି ପାଇଁ ସରକାର କି କି ଆଇନ ଓ ସୁବିଧା ଆଣିଥିଲେ ? 23. ଗୋପବନ୍ଧୁ ଗ୍ରାମୀଣ ଯୋଜନ ଓ ବିଜୁ ଗ୍ରାମଜ୍ୟୋତି ଯୋଜନା କଣ ? 24. ୟଜ କଣ ? କେଉଁମାନେ ଅଧିକ ପ୍ରଭାବିତ ହେଉଥିଲେ ? 25. ଅନ୍ତ୍ୟୋଦୟ ଯୋଜନା କଣ ? 26. ଚିରସ୍ଥାୟୀ ବନ୍ଦୋବସ୍ତ ସମ୍ପର୍କ ରେ ଲେଖ l 27.ହଣ୍ଟରକମିଟି ରିପୋର୍ଟ କଣ ଥିଲା ? 28. ମାଉଣ୍ଟବ୍ୟାଟେନ ଯୋଜନା କଣ ଥିଲା ? 29. ତିନି କାଠିଆ ବ୍ୟବସ୍ଥା କଣ ଥିଲା ? 30. ଇରମ ଗୁଳିକାଣ୍ଡ ସମ୍ପର୍କ ରେ ବର୍ଣ୍ଣନା କର l 31.ତୃତୀୟ ପଞ୍ଚବାର୍ଷିକ ଯୋଜନା ଅସଫଳ କାରଣ କଣ ? 32. ଉତ୍କଳ ସଭା କେବେ ଗଠିତ ହେଲା ଓ ଲକ୍ଷ୍ୟ କଣ ଥିଲା ? 33. ଭାରତ କେବେ କେବେ ପରମାଣୁ ବୋମା ର ପରୀକ୍ଷା କରିଥିଲା ? 34. ଭାରତ କେଉଁ କେଉଁ କ୍ଷେପଣାସ୍ତ୍ର ର ପରୀକ୍ଷା କରି ସଫଳ ହୋଇଛି ? 35. ମହାକାଶ ଗବେଷଣା ରେ ଭାରତ ର ସଫଳତା ବର୍ଣ୍ଣନା କର l 36.ମିଶ୍ରିତ ଓ ନିୟନ୍ତ୍ରିତ ଅର୍ଥନୀତି କଣ ? 37.ମୋ କୁଡ଼ିଆ ଯୋଜନା କାହା ପାଇଁ ରହିଛି ? 38. ଓଡିଶା ରେ ଥିବା ଜଳବିଦ୍ୟୁତ ପ୍ରକଳ୍ପ ନାମ ଲେଖ l 39.ହୀରାକୁଦ ନଦୀବନ୍ଧ ର ମୁଖ୍ୟ ଲକ୍ଷ୍ୟ କଣ ଥିଲା ? 40. କେବେ ଓ କେଉଁଠାରେ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ ଓଡିଶା ରେ ପ୍ରଥମେ ଖୋଲାଯାଇଥିଲା ? 3. ଏହି ତୃତୀୟ ପ୍ରଶ୍ନ ରେ ସଂକ୍ଷିପ୍ତ      ଉତ୍ତରମୂଳକ ପ୍ରଶ୍ନ ରାଜନୀତି ବିଜ୍ଞାନ ରୁ ଆସିବ  l ସର୍ବମୋଟ 3ଟି ପ୍ରଶ୍ନ ଆସିବ ସେଥିରୁ ଗୋଟିଏ ପ୍ରଶ୍ନ 3 ମାର୍କ ଓ ବାକି ଦୁଇଟି ପ୍ରଶ୍ନ 2 ମାର୍କ ବିଶିଷ୍ଟ   ଅଟେ l ମୋଟ ମାର୍କ 7 ଅଟେ l                3 × 1 = 3                2 × 2 = 4

+7
ନୂତନ ରାଜ୍ୟ ଗଠନ all question answer

ସୁଭଦ୍ରା କଥା
ସୁଭଦ୍ରା କଥା

ଫୋନ୍ କଲା ବେଳେ ଯେଉଁ ସରକାରୀ ହେଲୋ ତ୍ୟୁନ୍ ବାଜୁଛି....କେହି ଵୁଝୁ ନାହାନ୍ତି ବୋଧ ହୁଏ
ଫୋନ୍ କଲା ବେଳେ ଯେଉଁ ସରକାରୀ ହେଲୋ ତ୍ୟୁନ୍ ବାଜୁଛି....କେହି ଵୁଝୁ ନାହାନ୍ତି ବୋଧ ହୁଏ

ରାସନ୍ କାର୍ଡ ପୋର୍ଟାଲ ସୂଚନା
ରାସନ୍ କାର୍ଡ ପୋର୍ଟାଲ ସୂଚନା

ପିଲାମାନେ ଆଜି ତୁମର ବିଜ୍ଞାନ ପରୀକ୍ଷା ଅନ୍ୟ ବିଷୟ ଗୁଡିକ ପରି ବିଜ୍ଞାନ ପଢିବା ପାଇଁ 2ଦିନ ମିଳିନି ସତ, CBSE ପିଲାଙ୍କ ଭଳି 4-5ଦିନ ବି ମିଳିନି , କିନ୍ତ ତୁମେମାନେ ଗୋଟେ ଦିନରେ ବି ଯେତିକି ପଢିଛ ତାହା କୌଣସି Topper ପିଲାଠୁ କମ୍ ନୁହେଁ | ବହୁତ ପରିଶ୍ରମ କରିଛ, ସବୁଠାରୁ ଭଲ ରେ MCQ, ବିଜ୍ଞାନ ଚିତ୍ର ଏବଂ Subjective ମଧ୍ୟ Practice କରିଛ ତେଣୁ ନିଜ ଉପରେ ବିଶ୍ୱାସ ରଖ, ଯାହା ପଢିଛ ସେ ଭିତରୁ ହି ପରୀକ୍ଷା ରେ ପ୍ରଶ୍ନ ଆସିବ | ପୂର୍ବ ବିଷୟ ଗୁଡ଼ିକରୁ ଯେଉଁଥିରେ ବି ତୁମର ମାର୍କ କମିଛି, ବିଜ୍ଞାନ ପରୀକ୍ଷାରେ ବହୁତ ଭଲ କରିକି ତାର କମି କୁ ପୂରା କରିବାର ଅଛି | ମନେରଖ... କୌଣସି ପ୍ରଶ୍ନ ଆସୁ କିମ୍ବା ନ ଆସୁ, ତୁମକୁ ସବୁ ପ୍ରଶ୍ନ ର ଉତ୍ତର କରିବାର ଅଛି, ଯେତିକି ଦରକାର ସେତିକି ପୂରା answer sheet ଭରିକି ଲେଖିବାର ଅଛି | ଯାଅ ଭଲରେ ପରୀକ୍ଷା ଦିଅ... 🔥 Don't just write because you know the answer ❌ Write because you are here to win! ✅ Make yourself proud, and make your parents proud! All The Very Best😊👍

*ବିଜ୍ଞାନ ଚିତ୍ର ଅଙ୍କନ* (3 mark) 1.ମାନବ ଚକ୍ଷୁ 2.ମନୁଷ୍ୟ ହୃତପିଣ୍ଡର ଆଭ୍ୟନ୍ତରୀଣ ଗଠନ ଚିତ୍ର 3.ମନୁଷ୍ୟ ହୃତପିଣ୍ଡର ବାହ୍ୟ ଗଠନ 4.ଶୁକ୍ରାଣୁର ଚିତ୍ର 5.ସୌର ସେଲର ଚିତ୍ର 6. ଅମ୍ଳଜାନ ଚକ୍ର 7.ମନୁଷ୍ୟର ରେଚନ ତନ୍ତ୍ର 8.ମନୁଷ୍ୟର ଶ୍ୱାସତନ୍ତ୍ର 9.ଯବକ୍ଷାରଜାନ ଚକ୍ର 10.ମନୁଷ୍ୟର ପାକନଳୀ ଓ ପାକଗ୍ରନ୍ଥି 11.ନେଫ୍ରନ 12.ସ୍ନାୟୁ କୋଷ 13.ସିନାପସ 14.ଗର୍ଭାଶୟର ଚିତ୍ର 15.ମାଲଫିଜିଆନ ପିଣ୍ଡ

4.ନବୀକରଣ ଯୋଗ୍ୟ ଓ ନବୀକରଣ ଅଯୋଗ୍ୟ ଶକ୍ତି ଉତ୍ସ ମଧ୍ୟରେ ପାର୍ଥକ୍ୟ ଲେଖ l 5.ଗୋବରଗ୍ୟାସ ପ୍ଲାଣ୍ଟ ବିଷୟରେ ବର୍ଣ୍ଣନା କର l 6.ଭୂତାପଜ ଶକ୍ତି ଓ ନାଭିକୀୟ ଶକ୍ତି ମଧ୍ୟରେ ପାର୍ଥକ୍ୟ ଦର୍ଶାଅ I 7.ପବନ କଳର ଗଠନ ଲେଖ l 8.ମାଗ୍ମା କଣ ? 9.ସ୍କୁଇସ ଗେଟର କାର୍ଯ୍ୟ କଣ ? 10.ମହମବତୀ ଜଳିଲେ ଶକ୍ତିର ରୂପାନ୍ତରିତ କିପରି ହୁଏ ? 11.ପାର୍ଥକ୍ୟ ଦର୍ଶାଅ :- N ପ୍ରକାର ସିଲିକନ ଓ P ପ୍ରକାର ସିଲିକନ 12.ପାର୍ଥକ୍ୟ ଦର୍ଶାଅ :- ସୌର ଚୁଲା ଓ ସୋଲାର ସେଲ 13.ଢ଼େଉରୁ କିପରି ଶକ୍ତି ସଂଗ୍ରହ ହୁଏ ? 14.ଆଲବେଡା କାହାକୁ କୁହାଯାଏ ? 15..ସୌର ପ୍ରବାହ କଣ ? ଆମ ପରିବେଶ 1.ଅମ୍ଳଜାନ ଓ ଯବକ୍ଷାରଯାନ ଚକ୍ର ସମ୍ପର୍କରେ ବିବରଣୀ ପ୍ରଦାନ କର l 2.ଖାଦ୍ୟ ଶୃଙ୍ଖଳ ଓ ଏହାର ମହତ୍ତ୍ୱ ସମ୍ପର୍କରେ ବର୍ଣ୍ଣନା କର l 3.ଇକୋଲୋଜିକାଲ ପିରାମିଡ଼ କାହାକୁ କୁହାଯାଏ ? 4.ପରିସଂସ୍ଥାର ଗାଠନିକ ଉପାଦାନ ସମ୍ବନ୍ଧରେ ଏକ ବିବରଣୀ ପ୍ରଦାନ କର l 5.ପରିସଂସ୍ଥାରେ ଶକ୍ତିର ପ୍ରବାହ ଏକ ତରଫା କାହିଁକି ? 6.ଜୈବ ପରିବର୍ଦ୍ଧନ କାହାକୁ କୁହାଯାଏ ? ଜୀବ ଉପରେ ଏହାର ପ୍ରଭାବ ସମ୍ପର୍କରେ ଆଲୋଚନା କର l 7.ତାପ ବିଜ୍ଞାନର ଦୁଇଟି ନିୟମ ଲେଖ l 8.ଅମ୍ଳ ବର୍ଷା କଣ ? 9.ଖାଦ୍ୟ ଜାଲି କଣ ? 10.ଦଶ ପ୍ରତିଶତ ନିୟମ ବୁଝାଅ l 11.ସଂଖ୍ୟା ପିରାମିଡ଼ କାହାକୁ କୁହାଯାଏ ? 12.ପରିସଂସ୍ଥାରେ ଅପଘଟକର କାର୍ଯ୍ୟ କଣ ? *ପ୍ରାକୃତିକ ସମ୍ପଦର ସଂରକ୍ଷଣ** 1.ଜଙ୍ଗଲ ସଂରକ୍ଷଣ ଓ କ୍ଷୟର କାରଣ ଗୁଡ଼ିକ ଲେଖ l 2.ରେଡ ଡାଟା ବୁକ କଣ ? ଏଥିରେ କେଉଁ ତଥ୍ୟ ରହି ଥାଏ ? 3.ବୃଷ୍ଟିଜଳ ସଂରକ୍ଷଣର 4 ଉପାୟ ବର୍ଣ୍ଣନା କର l 4.ଜଳଛାୟା ପରିଚାଳନା କଣ ? 5. ICUN କଣ ଲେଖ ? 6. ପ୍ରାକୃତିକ ସମ୍ପଦ ସଂରକ୍ଷଣର କୌଶଳ ଗୁଡ଼ିକ ବର୍ଣ୍ଣନା କର l 7. 5R ନୀତି କଣ ? ଦୁଇଟି ନୀତି ବର୍ଣ୍ଣନା କର l 8.ଚିପକୋ ଆନ୍ଦୋଳନର ପ୍ରଥମ ସୂତ୍ରପାତ କେବେ ଓ କାହିଁକି ହୋଇଥିଲା ? 9.ଜୈବ ବିବିଧତା ପାଇଁ କେଉଁ ଆଇନ ପ୍ରଣୟନ କରାଯାଇଛି ? 10.ବିଶ୍ୱ ବନ୍ୟଜୀବ ପାଣ୍ଠି କି କାର୍ଯ୍ୟ କରୁଅଛି ? 11.ସାମାଜିକ ବନ ପ୍ରକଳ୍ପ କଣ ? 12.ଯୁଗ୍ମ ଜଙ୍ଗଲ ପରିଚାଳନା କଣ ? ଏହାର ମୂଳ ଉଦ୍ଦେଶ୍ୟ ଲେଖ l

ଜୀବ ବିଜ୍ଞାନ Important question for 10th AHSC 2025 *ପୋଷଣ* 1.ଆଲୋକଶ୍ଲେଷଣ କଣ ? ଆଲୋକ ପ୍ରକ୍ରିୟା ଓ ଅନ୍ଧକାର ପ୍ରକ୍ରିୟା ବର୍ଣ୍ଣନା କର l 2.ମାଂସ ହଜମ କରୁଥିବା ଏନଜାଇମ କାହଁକି ଆମ ପାକସ୍ଥଳୀ ହଜମ କରିପାରେ ନାହିଁ ? 3.ପାକସ୍ଥଳୀର ଗଠନ ଓ କାର୍ଯ୍ୟ ବର୍ଣ୍ଣନା କର l 4.ପରଭୋଜୀ ପୋଷଣ କାହାକୁ କୁହାଯାଏ ? ଏହାର ପ୍ରକାର ଭେଦ ଉଦାହରଣ ସହ ଲେଖ l 5.ଅବଶୋଷଣ ଓ ଆତ୍ମୀକରଣ କାହାକୁ କୁହାଯାଏ ପାର୍ଥକ୍ୟ ଦର୍ଶାଅ l 6.ପାକଗ୍ରନ୍ଥି କଣ ? ଯେ କୌଣସି ତିନୋଟି ବିବରଣୀ ଦିଅ l 7.ଅଗ୍ନ୍ୟାଶୟ ଭୂମିକା କଣ ? 8.ଖାଦ୍ୟ ହଜମର ବିଭିନ୍ନ ପ୍ରକ୍ରିୟା ଗୁଡ଼ିକ ଲେଖ l 9.ଚପାପଚୟ କାହାକୁ କୁହାଯାଏ ? 10.କାହା ଦ୍ୱାରା ଜୀବ ଶରୀରରେ ମଳ ପ୍ରସ୍ତୁତ ହୁଏ ଓ କେଉଁ ପ୍ରକ୍ରିୟାରେ ନିଷ୍କାସିତ ହୁଏ l 11.ପାକତନ୍ତ୍ର ସହିତ ଜଡିତ ବିଭିନ୍ନ ଗ୍ରନ୍ଥି ଗୁଡିକର ନାମ ଲେଖ l ଲାଗ୍ରନ୍ଥି ଓ ଜଠର ଗ୍ରନ୍ଥିର କାର୍ଯ୍ୟ ଲେଖ l *ଶ୍ଵସନ** 1.ବାୟୁ ଅପଜୀବୀ ଶ୍ଵସନ ଓ ବାୟୁ ଉପଜିବୀ ଶ୍ଵସନ ମଧ୍ୟରେ ପାର୍ଥକ୍ୟ ଲେଖ l 2.ଗ୍ଲାଇକୋଲିସିସ କୋଷରେ କିପରି ସମ୍ପାଦିତ ହୁଏ ? 3.ସାଇଟ୍ରିକ ଅମ୍ଳ ଚକ୍ର ସମ୍ବନ୍ଧରେ ବର୍ଣ୍ଣନା କର l 4.ଇଲେକଟ୍ରନ ପରିବହନ ସଂସ୍ଥା ବିଷୟରେ ବର୍ଣ୍ଣନା କର l 5.ସଂବାଦନ ପ୍ରକ୍ରିୟାରେ ପ୍ରଶ୍ୱାସ ଓ ନିଃଶ୍ଵାସ ସମ୍ବନ୍ଧରେ ବର୍ଣ୍ଣନା କର l 6.ଶ୍ୱାସନଳୀର ଗଠନ ଓ କାର୍ଯ୍ୟ ଲେଖ l 7.ନାସାରନ୍ଧ୍ର ଓ ନାସାପଥ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ l 8.ମାଛ ଓ ବେଙ୍ଗ କିପରି ଶ୍ୱାସକ୍ରିୟା କରନ୍ତି ? 9.ସୁରାସାର କିଣ୍ୱନ କଣ ? 10.ବେଙ୍ଗ, ଅସରପା, କଙ୍କଡା ପାରା, କଇଁଛ କିପରି ଶ୍ୱାସକ୍ରିୟା କରନ୍ତି ସଂକ୍ଷେପ ରେ ଲେଖ l 11.ଏକକୋଷୀ ପ୍ରାଣୀ ଓ ଜିଆ କିପରି ଶ୍ୱାସକ୍ରିୟା କରନ୍ତି ? *ପରିବହନ ଓ ସଞ୍ଚାଳନ** 1.ହୃତପିଣ୍ଡର ଗଠନ ଓ କାର୍ଯ୍ୟ ବର୍ଣ୍ଣନା କର l 2.ରକ୍ତ କିଭଳି ଜମାଟ ବାନ୍ଧେ ? 3.ରକ୍ତ ବର୍ଗ କାହାକୁ କୁହାଯାଏ ? ଶରୀରରେ ଏହାର ଗୁରୁତ୍ୱ ସମ୍ବନ୍ଧରେ ଆଲୋଚନା କର l 4.ଉଦ୍ଭିଦରେ ଜଳର ପରିବହନରେ କୈଶିକ ଆକର୍ଷଣର ଭୂମିକା ବର୍ଣ୍ଣନା କର l 5.ମୂଳଜ ଚାପ ଦ୍ୱାରା ଜଳର ପରିବହନ କିପରି ହୋଇଥାଏ ? 6.ଉଦ୍ଭିଦ ଜଳର ପରିବହନରେ ସଂସକ୍ତି ତତ୍ତ୍ୱ ଭୂମିକା ବର୍ଣ୍ଣନା କର l 7.ଉସ୍ବେଦନ କାହାକୁ କୁହାଯାଏ ? ଉଦ୍ଭିଦରେ ଏହା କିପରି ସମ୍ପାଦିତ ହୁଏ ? 8.Rh ରକ୍ତ ବର୍ଗ କଣ ? 9.ମାନୋମିଟର କଣ ? ଏହା କେଉଁ କାମରେ ଲାଗେ ? 10.ମାଛ ଓ ବେଙ୍ଗର ରକ୍ତ ସଂଚାଳନ ବର୍ଣ୍ଣନା କର l 11.ପାର୍ଥକ୍ୟ ଦର୍ଶାଅ :- ଧମନୀ ଓ ଶିରା ରେଚନ 1.ବୃକକର ଗଠନ ଓ କାର୍ଯ୍ୟ ଲେଖ ? 2.ଗ୍ଲାମେରୁଲସର ଗଠନ କାର୍ଯ୍ୟ ବର୍ଣ୍ଣନା କର l 3.ରେଚନ ବ୍ୟତୀତ ବୃକକର ଅନ୍ୟାନ୍ୟ କାର୍ଯ୍ୟ ଲେଖ l 4.ୟୁରିଆ କେଉଁଠାରେ ଓ କିପରି ପ୍ରସ୍ତୁତ ହୁଏ ? 5.ଚର୍ମରେ କିପରି ରେଚନ ହୁଏ ? 6.ୟୋରୋକ୍ରମ କଣ ? 7.ତିନି ପ୍ରକାର ପ୍ରାଣୀ ମାନଙ୍କର ରେଚନ ଅଙ୍ଗ ଗୁଡିକର ନାମ ଲେଖ l 8.ମୂତ୍ରରୁ ନିଷ୍କାସିତ ହେଉଥିବା ପଦାର୍ଥ ଗୁଡିକ ନାମ ଲେଖ l 9.ଗବିଣୀ ବସ୍ତି କଣ ? 10.ମନୁଷ୍ୟ ଶରୀରରେ ମୂତ୍ରର ବର୍ଣ୍ଣରୁ ରୋଗର ସୂଚନା କିପରି ମିଳେ ? *ନିୟନ୍ତ୍ରଣ ଓ ସମନ୍ୱୟ* 1.ଲାଜକୁଳୀ ଲତାରେ କି ପ୍ରକାର ଗତି ଦେଖାଯାଏ ? 2.ମସ୍ତିଷ୍କର ବିଭିନ୍ନ ଅଂଶ ଓ କାର୍ଯ୍ୟ ବର୍ଣ୍ଣନା କର l 3.ଆଲୋକାନୁବର୍ତ୍ତନ ଓ ଜ୍ୟାନୁବର୍ତ୍ତନ ପାର୍ଥକ୍ୟ ଦର୍ଶାଅ l 4.ଫାଇଟୋହରମୋନ କଣ ? ଏହାର କାର୍ଯ୍ୟକାରିତା ବର୍ଣ୍ଣନା କର l 5.ଅନ୍ତଃସ୍ରାବୀ ଗ୍ରନ୍ଥି ଓ ବହିଃସ୍ରାବୀ ଗ୍ରନ୍ଥି ମଧ୍ୟରେ ପାର୍ଥକ୍ୟ ଦର୍ଶାଅ l 6.ପ୍ରତୀକ୍ଷେପ କ୍ରିୟା ଉଦାହରଣ ସହ ବୁଝାଅ l 7.ସ୍ନାୟୁ ତନ୍ତ୍ରର କାର୍ଯ୍ୟ ବର୍ଣ୍ଣନା କର l 8. ପିଟୁଇଟାରି ଗ୍ରନ୍ଥି କାର୍ଯ୍ୟ କଣ ? 9. ଥାଇରଏଡ଼ ଗ୍ରନ୍ଥିର କାମ କଣ ? 10. ପିନିଆଲ ଗ୍ରନ୍ଥିର କାର୍ଯ୍ୟ କଣ ? 11.ଏଡ୍ରିନାଲ ଗ୍ରନ୍ଥି ର କାର୍ଯ୍ୟ କଣ ? 12.ଫେରନ୍ତା ସଂକେତ ନିୟନ୍ତ୍ରଣ କଣ ? 13.ବୃଦ୍ଧି ନିୟନ୍ତ୍ରଣ କରୁଥିବା ହରମୋନ ଗୁଡିକର କାର୍ଯ୍ୟ ଲେଖ l 14.ଡ଼ାଇବେଟିସ କଣ ? 15.ଉଦ୍ଭିଦର ହରମୋନ କାହାକୁ କୁହାଯାଏ ? ସେ ଗୁଡିକର ପ୍ରକାର ଭେଦ ଓ କାର୍ଯ୍ୟ ଉଲ୍ଲେଖ କର l ଜନନ 1.ସମବିଭାଜନ ଓ ଅର୍ଦ୍ଧ ବିଭାଜନ ମଧ୍ୟରେ ପାର୍ଥକ୍ୟ ଲେଖ l 2.କଲମୀକରଣ ପଦ୍ଧତି କହିଲେ କଣ ବୁଝ ବର୍ଣ୍ଣନା କର l 3.ଟିସୁ ପୋଷଣ କଣ ବୁଝାଅ I 4.କୋରକୋଦକମ କଣ ? ଏହାର ଶ୍ରେଣୀ ବିଭାଗକରି ପ୍ରତ୍ୟେକର ବଂଶ ବିସ୍ତାର ପ୍ରଣାଳୀ ଉଦାହରଣ ସହ ଲେଖ l 5.ଦ୍ବିବିଭାଜନ ଓ ବହୁ ବିଭାଜନ ସମ୍ପର୍କରେ ଲେଖ l 6.ଶୁକ୍ରାଣୁ ଜନନ ଓ ଡିମ୍ବାଣୁ ଜନନ ପ୍ରକ୍ରିୟା ବର୍ଣ୍ଣନା କର l 7.ଟିସୁ ପୋଷଣ କଣ ବୁଝାଅ l 8..ଭାସେକ୍ଟୋମୀ ଓ ଟ୍ୟୁବକ୍ଟୋବମୀ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ l 9.ସ୍ଵପରାଗଣ ଓ ପର ପରାଗଣ କହିଲେ କଣ ବୁଝ ଲେଖ l 10. ଉଦ୍ଭିଦରେ ପରିଲକ୍ଷିତ ହେଉଥିବା ଅଲିଙ୍ଗୀ ଜନନ ବର୍ଣ୍ଣନା କର l 11.ରେଣୁ ଭବନ କଣ ? 12.ଗୁଟ୍ଟୀ କଲମୀ କାହାକୁ କୁହାଯାଏ ? ଏହା କିପରି ଓ କେଉଁ ଗଛରେ ଲଗାଯାଏ ସଂକ୍ଷେପରେ ଲେଖ l 13.ପରାଗଣ କଣ ? ଉଦ୍ଭିଦରେ ରସାୟନ କିପରି ସମ୍ପାଦିତ ହୁଏ l 14.ସପୁଷ୍ପକ ଉଦ୍ଭିଦର ଫଳିକା ଓ ଗର୍ଭାଶୟ ଗଠନ ଲେଖ l 15.ସମ ଯୁଗ୍ନନ, ଅସମ ଯୁଗ୍ମନ ଓ ଡିମ୍ବ ଯୁଗ୍ମନ ମଧ୍ୟରେ ପାର୍ଥକ୍ୟ ଲେଖ l ବଂଶାନୁକ୍ରମ ଓ ବିବର୍ତ୍ତନ 1.ଏକକ ଗୁଣନୀତି ଓ ପ୍ରଭାବ ଗୁଣନୀତି କଣ ଲେଖ ? 2.ମେଣ୍ଡେଲଫଙ୍କ ଏକକ ସଙ୍କରଣ ଓ ଦ୍ବିଶଙ୍କରଣ ସମ୍ବନ୍ଧରେ ତଥ୍ୟ ପ୍ରଦାନ କର l 3.ଡ଼ାରଉଇନ ତତ୍ତ୍ୱ ବୁଝାଅ l 4.ପୃଥକୀକରଣ ନିୟମ ଓ ସ୍ୱାଧୀନ ଅପବ୍ୟୁହନ ନିୟମ ଲେଖ l 5.ମାନବ ସନ୍ତାନର ଲିଙ୍ଗ ନିର୍ଦ୍ଧାରଣ କିପରି ହୋଇଥାଏ ? 6.ସମଜାତ ଅଙ୍ଗ ଓ ଅନୁରୂପୀ ଅଙ୍ଗ ଉଦାହରଣ ସହ ଲେଖ l ଶକ୍ତିର ଉତ୍ସ 1.ସୂର୍ଯ୍ୟ ସକଳ ଶକ୍ତିର ଆଧାର:- ଏ ଯୁକ୍ତିର ଯଥାର୍ଥତା ପ୍ରତିପାଦନ କର l 2.କୋଇଲାର ଶ୍ରେଣୀ ବିଭାଗ କରି କୋଇଲା ସମ୍ପର୍କରେ ବର୍ଣ୍ଣନା କର l 3.ସୌରଚୁଲାର ଗଠନ ଓ କାର୍ଯ୍ୟକାରିତା ବୁଝାଅ l