Competitive Exam And Practice Test (Odisha)
الذهاب إلى القناة على Telegram
🙏Hello Friends Welcome to Our Telegram Channel. ଆପଣ ମାନେ ଏହି Channel ରେ Competitive Exam ର ସମସ୍ତ Previous Year Question Paper,Book,Guide & Hand Writing Note ପାଇପାରିବେ। ତେଣୁ ଆମ Telegram Channel କୁ Subscribe କରି ଆମକୁ Support କରନ୍ତୁ। ଧନ୍ୟବାଦ।
إظهار المزيد1 021
المشتركون
لا توجد بيانات24 ساعات
+107 أيام
+11430 أيام
أرشيف المشاركات
Roja... , Hi and welcome to "Competitive Exam & Job Notification Channel"! Thank you for being a part of our community
Repost from PDF MARKET
ପ୍ରକାଶ ପାଇଲା ଓଏଏସ୍ ରେଜଲ୍ଟ, ୬୮୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ। ଟପ୍ପର ହେଲେ ଶ୍ୱେତାଶ୍ରୀ ମହାପାତ୍ର। ଦ୍ୱିତୀୟ ସ୍ଥାନରେ ରହିଛନ୍ତି ପ୍ରିଙ୍କିଲ ପରବିନ ପରିଡ଼ା, ତୃତୀୟ ସ୍ଥାନରେ ଦୀପ୍ତିରଞ୍ଜନ ପତି। ଟପ୍ ଟେନ୍ରେ ୫ ମହିଳା ଓ ୫ ପୁରୁଷ ।
ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ୨୦୨୨ର ଫଳାଫଳ ତା ୧୯.୧୦.୨୦୨୪ରିଖ ଦିନ ପ୍ରକାଶ ପାଇଛି। ସମ୍ପୂର୍ଣ୍ଣ ଚୟନ ତାଲିକା ଓଡ଼ିଶା ଲୋକସେବା ଆୟୋଗର ୱେବସାଇଟ୍ http://opsc.gov.in ରେ ଉପଲବ୍ଧ ଅଛି। ମୋଟ ୬୮୩ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସମ୍ପୂର୍ଣ୍ଣ ପ୍ରେସ୍ ବିବୃତି:
@PDF_MARKET
Hello, Raj Barij! Thank you for visiting our Channel
🔴 UGC NET JUNE 2024
🔴 SUBJECT/CATEGORY WISE CUTOFF Mark
@PDF_MARKET
🟪 IGNOU ADMISSION UPDATE
Extension of last date for July, 2024 Fresh Admission till 31st Oct, 2024 in respect of all programmes offered in ODL/Online mode for July, 2024 session (except for Semester based & Certificate programmes)
ODL Portal-
http://ignouadmission.samarth.edu.in
Online- http://ignouiop.samarth.edu.in
🌸 +2 THIRD PHASE ADMISSION 2024 🌸
ଇ-ନାମଲେଖା ପାଇଁ ଉଚ୍ଚ ମାଧ୍ୟମିକ ନିର୍ଦେଶାଳୟ ମାର୍ଗଦର୍ଶିକା ଜାରି କରିଛି। ପୂଜା ଛୁଟି ପରେ ଅକ୍ଟୋବର ୨୨ରୁ ନଭେମ୍ବର ୧୩ ମଧ୍ୟରେ ତୃତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଶେଷ ହେବ। ଏନେଇ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଅବଗତ କରାଯାଇଛି। ଆସନ୍ତା ୨୨ ତାରିଖ ପୂର୍ବାହ୍ଣ ୧୧ଟାରେ ସାମ୍ସ ୱେବ୍ସାଇଟ୍ରେ କମନ୍ ଆପ୍ଲିକେସନ୍ ଫର୍ମ ଉପଲବ୍ଧ ହେବ। ୨୭ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଆବେଦନ କରିହେବ। ନଭେମ୍ବର ୧ ତାରିଖ ଦିନ ସାଢ଼େ ୨ଟାରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ମନୋନୀତ ଛାତ୍ରଛାତ୍ରୀ ନଭେମ୍ବର ୨ରୁ ୫ ତାରିଖ ମଧ୍ୟରେ ନାମ ଲେଖାଇବେ। ସେହିପରି ନଭେମ୍ବର ୧୧ରୁ ୧୩ ତାରିଖ ମଧ୍ୟରେ ୱେଟିଂ ଲିଷ୍ଟ୍ରୁ ମନୋନୀତ ଛାତ୍ରଛାତ୍ରୀ ନାମ ଲେଖାଇପାରିବେ। ବିଭିନ୍ନ କାରଣରୁ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ନାମ ଲେଖାଇ ପାରିନଥିବା ଛାତ୍ରଛାତ୍ରୀ ଏହି ପର୍ଯ୍ୟାୟରେ ନାମଲେଖା ପାଇଁ ଯୋଗ୍ୟ ହେବେ। ଏହାସହ ପୂର୍ବରୁ ମନୋନୀତ ହୋଇ ନାମ ଲେଖାଇନଥିବା ଏବଂ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ନାମଲେଖା ନିମନ୍ତେ ମନୋନୀତ ହୋଇନଥିବା ଛାତ୍ରଛାତ୍ରୀଙ୍କୁ ଏହି ପର୍ଯ୍ୟାୟରେ ସୁଯୋଗ ମିଳିବ।
🌸ପାଠପଢ଼ା ଆରମ୍ଭ ହେଲାଣି ,+୨ରେ ଖାଲି ପଡ଼ିଛି ୧ ଲକ୍ଷ ୩୩ ହଜାର ଆସନ🌸
ଦୁଇମାସ ହେଲା +୨ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେଲାଣି। ଏପର୍ଯ୍ୟନ୍ତ ରାଜ୍ୟରେ ଥିବା ଜୁନିୟର କଲେଜ ବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଆସନ ପୂରଣ ହୋଇପାରିଲାନି। ବିଗତ ବର୍ଷଗୁଡ଼ିକ ପରି ୨୦୨୪-୨୫ ଶିକ୍ଷାବର୍ଷରେ ମଧ୍ୟ ସମାନ ପରିସ୍ଥିତି ଦେଖା ଦେଇଛି। ବର୍ତ୍ତମାନ ସୁଦ୍ଧା ଲକ୍ଷାଧିକ ଆସନ ଖାଲି ପଡ଼ିଛି। ଦୁଇଟି ପର୍ଯ୍ୟାୟରେ ନାମଲେଖା ପରେ ବି ବହୁ ସିଟ୍ ଖାଲି ପଡ଼ିବାରୁ ତୃତୀୟ ପର୍ଯ୍ୟାୟ ନାମଲେଖା ଆରମ୍ଭ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ନିଷ୍ପତ୍ତି ନେଇଛି। ପ୍ରତିବର୍ଷ ରାଜ୍ୟରେ +୨ କଲେଜ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଆସନ ପୂରଣ ନହେବା ଚିନ୍ତାର ବିଷୟ ହୋଇଛି।
ସାମ୍ସ ପୋର୍ଟାଲରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ୨୩୭୭ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋଟ୍ ୫,୫୯,୬୪୫ ଆସନ ମଧ୍ୟରୁ ଏପର୍ଯ୍ୟନ୍ତ ୪,୨୬,୧୫୬ ସିଟ୍ରେ ନାମଲେଖା ସରିଛି। ବାକି ୧,୩୩, ୪୮୯ ଆସନ ଖାଲି ପଡ଼ିଛି। ଖାଲିଥିବା ଆସନ ମଧ୍ୟରେ କଳାରେ ୪୪, ୧୪୩, ବିଜ୍ଞାନରେ ୬୫, ୭୧୯, ବାଣିଜ୍ୟରେ ୧୫,୫୪୮, ସଂସ୍କୃତରେ ୩,୫୦୨ ଏବଂ ଧନ୍ଦାମୂଳକ ଶିକ୍ଷାରେ ୪,୫୭୭ ଆସନ ରହିଛି। ଲକ୍ଷାଧିକ ଆସନ ଖାଲି ପଡ଼ିଥିବାରୁ ପୁଣି ନାମଲେଖା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ୨୦୨୪-୨୫ ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖାଲିଥିବା ଆସନରେ
متاح الآن! بحث تيليغرام 2025 — أهم رؤى العام 
